ମୋବାଇଲ ଦୋକାନ ଚୋରି ବେଳେ cctv ରେ କଏଦ ହେଲା ଏଭଳି ଦୃଶ୍ୟ ।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଗତ ରାତି ଚୋର ଫସି କଳାକନା ବୁଲାଇଛନ୍ତି । ଦୋକାନୀ ଥାନା ରେ ଏଥଲା ଦେବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୧ .୩୦ ସମୟରେ ଝରିଗାଁ ବ୍ଲକ ରେ ଥିବା ଏକ ମୋବାଇଲ ଦୋକାନରୁ ପ୍ରାୟ ୧୦ ଗୋଟି ମୋବାଇଲ ଏବଂ ମୋବାଇଲ ଏସେସରି ଚରି କରି ନେଇଥିବା ବେଳେ ଅନ୍ୟ ଏକ ମୋବାଇଲ ଦୋକାନ ର ତାଲା ଭାଙ୍ଗିବା ବେଳେ ଝରିଗାଁ ପୋଲିସ ପେଟ୍ରଲିଂ କରୁଥିବା ବେଳ ଚୋର ପୋଲିସ କୁ ଦେଖି ଦୌଡ଼ି ପଳେଇ ଥିଲେ । ପୋଲିସ ମାନେ ଚର କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚର ମାନେ ଖସି ପଳାଇଥିଲେ । ତେବେ cc tv ରେ ଚରି କରୁଥିବା ଦୃଶ୍ୟ କଏଦ ହୋଇଛି । ତେବେ ଝରିଗାଁ ସଦର ରେ ବାରମ୍ବାର ମୋବାଇଲ ଦୋକାନ ଚରି ହେଉଥିବା ବେଳେ ଏପର୍ଯ୍ୟନ୍ତ ଝରିଗାଁ ପୋଲିସ କୁ କୌଣସି ସଫଳ ମିଳିପାରିନାହିଁ । ପୋଲିସ ର ଏହି ଅପାରଗତା କୁ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୁଷ୍ଟ ବଡିବାରେ ଲାଗିଛି । ରାମଦାସ ଭତ୍ରା ଙ୍କ ରିପୋର୍ଟ Donews ।