ନନ୍ଦାହାଣ୍ଡିରେ ବ୍ଲକର ଶାସନ ଦେଖି ଏବେ ଯୋଜନା ଦିଗହରା
ନବରଙ୍ଗପୁର ଜିଲ୍ଲାର ନନ୍ଦିହାଣ୍ଡି ବ୍ଲକ ରେ ଅଂଚଳବାସୀଙ୍କ ସେବାକାର୍ଯ୍ୟରେ ଲାଗି ପାରୁନାହିଁ ସରକାରୀ ସେବା ବୋଲି କିଛି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାହାକୁ ନେଇ ବିରୋଧୀ ମହଲରେ ଚର୍ଚ୍ଚା ଜୋର ଧରିଛି ବ୍ଲକର ଗ୍ରାମ ମାରଙ୍କ ରାସ୍ତାଘାଟ ଅବସ୍ଥା ଯାହା ସେଥିରୁ ଜଣାଯାଏ ଯେ ସରକାରୀ ଅଧିକାରୀ ମହୋଦୟ ମାନେ ସରକାରୀ ସେବାରୁ ଫାଇଦା ଉଠେଇବା ପାଇଁ କୁଆଡେ ଦଲାଲଙ୍କ ସହ ମିଶି ନନ୍ଦାହାଣ୍ଡି ବ୍ଲକର ସରକାରୀ ନୀତିକୁ ଦିନ ଦ୍ବିପ୍ରହରରେ ଅତ୍ୟାଚାର କରୁଛନ୍ତି ବୋଲି ଅଂଚଳବାସୀ କୁହନ୍ତି ଏହି ବ୍ଲକ ଅଧିନରେ ଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ମନରେଗା ଯୋଜନାରେ ପ୍ରବାସୀ ଭାଇ ଭଉଣୀ ମାନଙ୍କୁ ଏବଂ ଗରିବ ଖଟିଖିଆ ମାନଙ୍କ ପାଇଁ ବର୍ଷକୁ ଶହେ ଦିନିଆ କାମ ଯୋଗାଇ ଦେବା ପାଇଁ ନୀତି ଅଛି କିନ୍ତୁ ଆଗକୁ ଦେଶବାସୀ ଆଉ ଏକ ସ୍ବାଧୀନତା ଦିବସ ପାଳନ କରିବାକୁ ବସିଥିବା ବେଳେ ଗାଁର ରାସ୍ତାରେ ମନରେଗା ର କୁଇଁଲା ମେଟଲ କୁ ପାଙ୍ଗୁଆ ମାଟି ଧୃତରାଷ୍ଟ୍ର ହୋଇ ଅଣ୍ଡାଳି ହେବା ଘଟଣା ଦୁର ହବାତ ଦୁରର କଥା ବଢ଼ି ବଢ଼ି ଚାଲିଛି। ସରକାରୀ ନୀତିକୁ ତଦାରଖ ପାଇଁ କାର୍ଯ୍ୟରତ ଅଧିକାରୀ ଙ୍କ ଅନ୍ଧାରୀ ବଞ୍ଚାଅ ବଞ୍ଚାଅ ନୀତିକୁ ବିରୋଧିମାନେ ଆଉ ବରଦାସ୍ତ କରିବେ ନାହିଁ ବୋଲି କିଛି ସଚେତନ ଗୋଷ୍ଠୀ ଠାରୁ ଶୁଣିବାକୁ ମିଳେ ସରକାରଙ୍କ ଯୋଜନା ରେ ଗରିବ ଶ୍ରେଣି ଲୋକର ବିକାଶ ବାଟକୁ ବନ୍ଦ ଘର ଭିତରେ ରଖି ବଳତ୍କାର କରୁଥିବା ଭଦ୍ରମୁଖିଆ ଅ...