Posts

Showing posts from August, 2021

ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ହିତାଧିକାରୀ

Image
ଯାଜପୁର ; ୩୧/୦୮ ( ବ୍ୟୁରୋ) : କୋଭିଡ ମହାମାରୀରେ ଅନେକ ଲୋକ ଜୀବନ ହରାଇଥିବା ସ୍ଥଳେ ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ଅନେକ ହିତାଧିକାରୀ। କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଇଏସ୍‍ଆଇସି ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରତି ମାସ ୯୦ ପ୍ରତିଶତ ଦରମା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏବେ ୭ଲକ୍ଷ ୪୧ ହଜାର ଇଏସ୍‍ଆଇ ହିତାଧିକାରୀ ଅଛନ୍ତି। ଇଏସ୍‍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇଏସ୍‍ଆଇ ହିତାଧିକାରୀଙ୍କ ପାଇଁ ଏହା ବହୁତ ବଡ଼ ସହାୟତା ଯୋଜନା। ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପାଉଥାନ୍ତି ତେବେ ତାଙ୍କ ପତି/ପତ୍ନୀ ଅବା ସନ୍ତାନଙ୍କୁ ମାସିକ ୧୮ ହଜାର ଟଙ୍କା ପେନସନ୍‍ ମିଳିବ। ବିଧବା ପତ୍ନୀଙ୍କୁ ଆଜୀବନ ଅବା ପୁନଃବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ମିଳିବ। ଯଦି ପୁଅ ଥାଏ ତାକୁ ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅ ବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ପାଇବେ। ଏପରିକି ଯଦି ସମ୍ପୃକ୍ତ କର୍ମଚାରୀ ବିବାହ କରିନଥାନ୍ତି ଆଉ ପିତା ମାତାଙ୍କ ମାସିକ ରୋଜଗାର ୯ ହଜାର ...

୧୨ଟି ପଞ୍ଚାୟତର ଶତାଧିକ ଚାଷୀ ପାଇଁ ୧୭୦୦ବସ୍ତା ୟୁରିଆ ସାର, ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସର ହସ୍ତକ୍ଷେପ

Image
ରାୟଗଡ଼ା ଜିଲ୍ଲା/କାଶୀପୁର ବ୍ଲକ:- କୃଷି ପାଇଁ ଆବଶ୍ୟକୀୟ ସାର ଯୋଗାଇଦେବା ନିମନ୍ତେ   ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଖରେ ପ୍ରତିଶ୍ରୁତିବଦ୍ଧ। କୃଷିର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ଏମିତି ଯେ, ଚାଷୀ ଧାନ ରୋଇ ସେଥିରେ ୟୂରିଆସାର ଦେବା ସମୟ ହୋଇଥିଲା ବେଳେ ସମୟନୁଯାୟୀ   ଚାଷୀଙ୍କ ପାଖରେ ସାର ପହଞ୍ଚି ପାରୁନାହିଁ। ଠିକ୍ ସେହିପରି କେଉଁଠି ବିହନ ମିଳୁନି ତ କେଉଁଠି ସାର।ସାରା ରାଜ୍ୟରେ ଧାନରୁଆ କାର୍ଯ୍ୟ ସରିଯାଇଥିବା ବେଳେ ୟୁରିଆ ସାର ପାଇଁ ଚାଷୀ ହତାଶ ହେଉଥିବା ଜଣାପଡିଛି।ଏପରି ଏକ ଅଭାବନୀୟ ପରିସ୍ଥିତି ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ଲେମ୍ପରେ। ଲେମ୍ପରେ ୟୁରିଆ ସାର ମିଳିବାରେ ବିଳମ୍ବ ହେବା ଦ୍ଵାରା ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ ଲେମ୍ପରେ ୫୦କେଜି ବସ୍ତା ପ୍ରତି ୨୭୦ ଟଙ୍କା ଥିବାବେଳେ ବାହାରେ ଦୋକାନୀ ମାନେ ଏକ ହଜାର ଟଙ୍କା ରେ ବିକ୍ରି କରୁଥିବା ଜଣାପଡିଛି।ଟିକିରି ଲ୍ୟାମ୍ପରେ ୟୁରିଆ ସାର ନଥିଲା ଗତ ଶନିବାର ଦିନ ୧୭୦୦ ବସ୍ତା ଆସି ପହଞ୍ଚିଥିଲା। ୧୨ଖଣ୍ଡ ପଞ୍ଚାୟତ କୁ ନେଇ‌ ଟିକିରି ଲ୍ୟାମ୍ପ ଗଠିତ ହୋଇଅଛି।ସାର ମିଳୁଥିବା ଖବର ପାଇ ୧୨ଟି ପଞ୍ଚାୟତ ର ପ୍ରାୟ ୪୦୦ ଜଣ ଚାଷୀ ଆସି ଲ୍ୟାମ୍ପରେ ପହଞ୍ଚି ଥିଲେ । ସାର ଦିଆ ଚାଲିଥିଲା ହେଲେ ଗୋଟିଏ ଦ...

ବ୍ରଏଲରକୁକୁଡାଫାର୍ମ ମାଲିକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

Image
ଜଗନ୍ନାଥପ୍ରସାଦ,:-(ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ)ଆଜି ଅର୍ଥାତ୍୨୭୦୮୨୦୨୧ରିଖଶୁକ୍ରବାର ଅପରାହ୍ନ ପାଞ୍ଚଟା ବେଳେ ନିଜର କୁକୁଡ଼ା ଫାର୍ମରେ ବିଦ୍ୟତ ସଜାଡୁ ଥିବା ବେଳେ ଫାର୍ମ ମାଲିକ ଝାଡ ସାହି ଗ୍ରାମର ସନ୍ତୋଷ କୁମାର ବେହେରା( 38) ଙ୍କର ବିଦ୍ୟୁତ ଆଘତରେ ମୃତ୍ୟୁ ଘଟିଛି l ମିଳିଥିବ ସୂଚନା ଅନୁସାରେ ଝାଡ଼ ସାହି ଗ୍ରାମ ନିକଟରେ ସନ୍ତୋଷଙ୍କର ବ୍ରୟଲର କୁକୁଡ଼ା ଫାର୍ମ ଟିଏ ରହିଛି l ପ୍ରାୟ ଦିନ ତିନିଟା ବେଳେ ବର୍ଷା ପଵନ ହେତୁ ଫାର୍ମର ଲାଇନ କଟି ଯାଇଥିଲା l କରେଣ୍ଟ ଆସିବା ପରେ ଲାଇନ ନଜଳିବାରୁ  ନିଜେ ସନ୍ତୋଷ ବିଦ୍ୟୁତ ସଜାଡିବାରେ ଲାଗି ଯାଇଥିଲେ l ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଯାଇଥିଲା ଫଳରେ ସେ ବିଦ୍ୟୁତ ତାରରେ ଲାଗି ଛଟପଟହେଉଥିବା ଦେଖି ଉପସ୍ଥିତ କର୍ମଚାରୀ ମାନେ କାଠରେ ବାଡେଇ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ଛିନ୍ନ କରିଥିଲେ l ସେତେବେଳେକୁ ସନ୍ତୋଷଙ୍କର ଶରୀର ନୀରବ ହୋଇଯାଇଥିଲା l ତଥାପି ଦମକଳ ବାହିନୀ ସହାୟତା ରେ ଜଗନ୍ନାଥପ୍ରଶାଦ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବାରେ ଡାକ୍ତର ଦାସ କିରଣ କୁମାର ତାଙ୍କୁ ମୃତ୍ୟୁ ଘୋଷଣା କରିବାସହ  ସ୍ଥାନୀୟ ଥାନାକୁ ଜଣାଇଥିଲେ  ପୋଲିସ ମେଡିକାଲ ରେପହଂଚି ଶବକୁ ଜବତ କରି ଥିବା ବେଳେଏକ  ଅପମୃତ ମାମଲା ୠଜୁ କରିଛିl ତେବେ ଆସନ୍ତା କାଲି ମୃତ୍ୟୁ ଶରୀର କୁ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଯାଇ ବ୍ୟବଚ୍ଛେଦ...

ଦିଦାୟୀ କାର୍ଯ୍ୟାଳୟ ଘେରାଉ କଲା ଦିଦାୟୀ ଯୁବକ ସଂଘ

Image
ଦିଦାୟୀ କାର୍ଯ୍ୟାଳୟ ଘେରାଉ କଲା ଦିଦାୟୀ ଯୁବକ ସଂଘ __________________________ମାଲକାନଗିରି,(ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ) ତା:୨୭/୦୮/୨୦୨୧ ରିଖ, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି ଦିଦାୟୀ ସ°ପ୍ରଦାୟ ଯୁବକ ମାନେ । ୪ ଗୋଟି ପୋଷଣ ସହାୟକ ନିଯୁକ୍ତି ପାଇଁ ଡ଼କାଯାଇଥବା ଇଣ୍ଟରଭିଉ ରେ ଜଣେ ମଧ୍ୟ ତାଙ୍କ ସ°ପ୍ରଦାୟର ଯୁବକ/ଯୁବତୀ ନଥିବାରୁ ଏପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଦିଦାୟୀ ବିଭାଗ ଦ୍ଵାରା ନିଯୁକ୍ତି କରାଯାଉଥିବା ସମସ୍ତ ପଦବୀ କୁ କେବଳ ଦିଦାୟୀ ଲୋକଙ୍କ ଆରକ୍ଷଣ ସୁନିଶ୍ଚିତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଅବଗତ କରାଇନ୍ତି ବୋଲି ସ°ଘ ସ°ପାଦକ ସମରା ଶିଷା ପ୍ରକାଶ କରିଛନ୍ତି । ଯେତେ ସମୟ ପର୍ଯ୍ୟନ୍ତ ରାଜ୍ୟ ସରକାର ଉକ୍ତ ପ୍ରସ୍ତାବ ଉପରେ କୈାଣସି ପଦକ୍ଷେପ ଗ୍ରହଣ ନକରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସୁଚନା ଦେଇଛନ୍ତି । ସ୍ଥାନୀୟ ଦିଦାୟୀ ଏସ.ଓ ଆଶିଷ କୁମାର ଭୋଇ କହିଛନ୍ତି ଯେ ସରକାର ଙ୍କ ନିତି ନିୟମ ଅନୁସାରେ ଆଜି ଏହି ଇଣ୍ଟରଭିଉ ଡକାଯାଇଛି କିନ୍ତୁ ଅଭିଜ୍ଞତା ପ୍ରମାଣପତ୍ର ନଥିବାରୁ ବହୁ ସ°ଖ୍ୟାରେ ପିଲାଙ୍କ ଆବେଦନ କୁ ଖାରଜ କରିଦିଆଯାଇଛି । ସେ ଆହୁରି କହିଛନ୍ତି ଯେ ବିଦାୟ...

ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ ।

Image
ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ । ଯାଜପୁର ; ୨୭/୦୮ (ବ୍ୟୁରୋ) : ଶିକ୍ଷାବିତ୍‌, ସାମାଜ ବିଜ୍ଞାନୀ, ସାହିତ୍ୟିକ ପ୍ରପେଂସର ଚିତ୍ତ ରଂଜନ ଦାସଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ ହୋଇଯାଇଚ୍ଥି । ଗୁରୁବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଙ୍କ କାର୍ଯ୍ୟାଳୟ ପରିରସରରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ପୁସ୍ତକ ଉନ୍ମୋଚନ କରିଥିଲେ । ଶିକ୍ଷା ସନ୍ଧାନ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଚିତ୍ତ ରଂଜନ ଦାସ ଜନ୍ମ ଶତ ବାର୍ଷିକୀ ବକ୍ତୃତା ମାଳା, ଆଲୋଚନା ଚକ୍ର ଦ୍ୱାରା ସଂପାଦିତ କରାଯାଇଚ୍ଥି । ଏହାର ପରିକଳ୍ପନା ରମାକାନ୍ତ ସ୍ୱାଇଁ ଓ ସଂଯୋଜନା ଡଃ ଚନ୍ଦନ କୁମାର ସିଂହ କରିଚ୍ଥନ୍ତି । ଚିତ୍ତ ରଂଜନ ଦାସଙ୍କ ବ୍ୟକ୍ତିତ୍ୱ, ନିଷ୍ଠା, କାର୍ଯ୍ୟ ଦକ୍ଷତା, ସାହିତ୍ୟ କୃତି ଅବର୍ଣ୍ଣନୀୟ । ଅପର ପକ୍ଷରେ ଶ୍ରୀମା ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରପେଂସର ଦାସଙ୍କ ଜୀବନୀ ଅନେକଙ୍କୁ ଉଦ୍‌ବୁଦ୍ଧ କରିଚ୍ଥି ଓ ପ୍ରେରଣା ଦେଇ ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରପେଂସର ଦାସଙ୍କ ଅନୁଗାମୀ ତଥ...

ଜେନାପୁର ଷ୍ଟେସନରେ ମୃତ ଶ୍ରମିକଙ୍କ ଶବ ଧରି ଧାରଣାରେ ବସିଲେ ସତୀଶ ବିଶ୍ୱାଳ ଦାବି ପୁରଣ ପରେ ଧାରଣା ପ୍ରତ୍ୟାହାର

Image
ଯାଜପୁର, ଲୋକଙ୍କ ସମସ୍ୟା ସମାଧାନ ଓ ଦାବି ପୁରଣ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଧର୍ମଶାଳାର ଫାୟାରବ୍ରାଣ୍ଡ ଯୁବନେତା ସତୀଶ ବିଶ୍ୱାଳ ଆଜି ଜଣେ ମୃତ ଗରୀବ ଶ୍ରମିକଙ୍କ ଶବ ଧରି ଜେନାପୁର ଷ୍ଟେସନରେ ସମ୍ମୁଖରେ ଧାରଣାରେ ବସିଥିଲେ । ସତୀଶଙ୍କ ସହ ଏହି ଶ୍ରମିକଙ୍କ ପରିବାର ସହ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଧାରଣାରେ ସାମିଲ ହୋଇଥିଲେ । ତେବେ ରେଳବାଇ ପୋଲିସ ଏବଂ ବଭାଗୀୟ ଉଚ୍ଚ ଅଧିକାରୀଙ୍କ ଦାବି ପୁରଣ ନେଇ ଲିଖିତ ପ୍ରତିଶୃତି ପରେ ଏହି ଧାରଣା ପ୍ରତ୍ୟାହାର ହୋଇଛି । ଖବରରୁ ପ୍ରକାଶ, ଗତ ଜୁଲାଇ ୨୬ ତାରିଖରେ ଜେନାପୁର ରେଳ ଷ୍ଟେସନ ନିକଟରେ ରେଳବାଇ ଠିକା କାର୍ଯରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିକଟସ୍ଥ ଦହିପୁର ଗ୍ରାମର ଶ୍ରମିକ ତୋଫାନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ । ଆହତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଏହାପରେ ଏକ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇ ପୁନଶ୍ଚ ତୋଫାନଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉ ଥିବା ବେଳେ ଗତକାଲି ୨୬ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଶ୍ରମିକ ଭାବେ ତାଙ୍କୁ କୌଣସି ଚିକିତ୍ସା ସହାୟତା ସରକାରଙ୍କ ତରଫରୁ କିମ୍ବା ଠିକା ସଂସ୍ଥା ତରଫରୁ ନମଳିବାରୁ ଅର୍ଥାଭାବରୁ ଅଧିକ ଉନ୍ନତ ଚିକିତ୍ସା ସେବା ମିଳି ନଥିଲା । ଏହାର ପ୍ରତିବାଦରେ ...

ଧର୍ମପରାୟଣା ମହିଳା କୁମୁଦିନୀ ପଣ୍ଡାଙ୍କ ପରଲୋକ

Image
ଧର୍ମପରାୟଣା ମହିଳା କୁମୁଦିନୀ ପଣ୍ଡାଙ୍କ ପରଲୋକ ଯାଜପୁର/ବ୍ୟାସନଗର ; (ଶୁଭେନ୍ଦୁ ନାୟକ) : ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ବ୍ୟାଙ୍କ କଲୋନୀସ୍ଥିତ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ସହଧର୍ମିଣୀ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କ ୮୦ ବର୍ଷ ବୟସରେ ଭୋର ୫ଟା ୩୫ମି. ସମୟରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପରଲୋକ ହୋଇଯାଇଛି । ତାଙ୍କର ଆଜମା ଜନିତ ସମସ୍ୟା ବଢ଼ି ଯିବାରୁ ତାଙ୍କୁ ପ୍ରଥମେ ଯାଜପୁରରୋଡ଼ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟ ଓ ପରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକତ୍ସାଧୀନ ଅବସ୍ଥାରେ ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ମରଶରୀର ଯାଜପୁରରୋଡ଼ରେ ପହଂଚିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ବ୍ୟାସ ସରୋବରସ୍ଥିତ ‘ବ୍ୟାସ ଶ୍ମଶାନ’ରେ ତାଙ୍କର ଶବ ସତ୍କାର କରାଯାଇଛି । ପୁଅ ତଥା ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ । ଏହି ଧର୍ମପରାୟଣା ମହିଳାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶବାଧାରରେ ହୃଷିକେଶ ସାହୁ, ବିଭାସ ମହାନ୍ତି, ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଜ୍ଞାନରଂଜନ ରାଉତ, ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସରୋଜ ...

ଆର୍‌.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Image
  ଯାଜପୁର ; (ବ୍ରା.ମୁ.ବ୍ୟୁରୋ) : ଆସନ୍ତା ୨୯ ତାରିଖରେ ରାଜସ୍ୱ ନିରୀକ୍ଷକ ବା ଆର୍‌.ଆଇ. ପରୀକ୍ଷା ଅନୁଷ୍ଠିତ ହେବ ।  ଏହି ପରୀକ୍ଷାରେ ଯାଜପୁର ଜିଲ୍ଲାର ୩୬ ଗୋଟି କେନ୍ଦ୍ରରେ ୯୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।  ଏହାକୁ ସୁ ନିୟନ୍ତ୍ରିତ ଭାବେ ପରିଚାଳନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ଚକ୍ରୱର୍ତ୍ତୀ ସିଂ ରାଠୋର ପରୀକ୍ଷା କୋଭିଡ ସମୟରେ ହେଊଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।  କୋଭିଡ ନିୟମକୁ ମାନି ପରୀକ୍ଷା ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।  ବିଶେଷ କରି ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଗୁଡିକୁ କଡାକଡି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ ।  ପରୀକ୍ଷାର୍ଥୀଙ୍କ  ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ପରୀକ୍ଷା ଦେଇ ପେଂରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।   ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହାୟକ ଜିଲ୍ଲାପାଳ  ତିଳୋତ୍ତମା ପୃଷ୍ଟି ପରୀକ୍ଷା ପରିଚା...

ଓଡ଼ିଶା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ।

Image
କୋରାପୁଟ / ସେମିଳିଗୁଡ଼ା ; ୨୬/୦୮ (ବ୍ୟୁରୋ) : ଓଡ଼ିଶା ସାମ୍ବାଦିକ ସଂଘ କୋରାପୁଟ ଶାଖାର ସାଧାରଣ ପରିଷଦ ବୈଠକ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ଏନ.ଏ.ସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ରୂପେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡ଼ାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଟ୍ଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପ୍ରୀତମ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କିର୍ଷାନୀ, ସେମିଳିଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅନନ୍ତରାମ ମାଟାମ, ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ପ୍ରହରାଜ, ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱରଞ୍ଜନ ପାଣିଗ୍ରାହୀ, ରାଜ୍ୟ ଉପ ସଭାପତି ଶ୍ରୀ କେ. ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ ।ଏହି ବୈଠକରେ କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ "ସମାଜ"ର ଜିଲ୍ଲା ପ୍ରତିନିଧି ଶ୍ରୀ ଦିଲ୍ଲୀପ ମହାନ୍ତି ଏବଂ ସମାଜସେବୀ ଶ୍ରୀ ସନ୍ତୋଷ କୁମାର ରାଉତ ଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଏହା ପରେ ବୈଠକ ରେ ବିଭିନ୍ନ ବିଷୟ ତଥା ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଏଭଳି ବିଭି...

ମାଥାଲପୁଟ ଓସିସି କଲୋନୀରେ ନିମ୍ନମାନର ଡ୍ରେନକାମ ଚାଲିଥିବା ଅଭିଯୋଗ।

Image
ମାଥାଲପୁଟ ଓସିସି କଲୋନୀରେ ନିମ୍ନମାନର ଡ୍ରେନକାମ ଚାଲିଥିବା ଅଭିଯୋଗ।  ଦାମନଯୋଡି--କୋରାପୁଟ ବ୍ଲକ ଅଧିନସ୍ଥ ମାଥାଲପୁଟ ଓସିସି କଲୋନୀରେ ୪ଲକ୍ଷ ଟଙ୍କା ବ୍ୟୟରେ  ଏକ ଡ୍ରେନକାମ ଚାଲିଛି।ତେବେ ଚାଲିଥିବା ଡ୍ରେନକାମ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା କଲୋନୀ ଲୋକେ ଅଭିଯୋଗ କରିଛନ୍ତି।କଂକ୍ରିଟ ନପକାଇ ତଳେ ଖାଲି ମେଟାଲ ବିଛାଇ ତା ଉପରେ ବାଲି ମସଲା ପକାଯାଉଥିବା ଦେଖିବାକୁ ମିଳିଛି।ଏପରି କାମର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।ଏହି ବିଷୟରେ କୋରାପୁଟ ବିଡିଓ,ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀଙ୍କୁ ଉକ୍ତ କଲୋନୀ ଲୋକେ ଫୋନ କରିବା ପରେ ବିଭାଗ ପକ୍ଷରୁ କାମ ବନ୍ଦ କରାଯାଇଥିବା ସୂଚନା ମିଳିଛି।ଉକ୍ତ କାମକୁ କେହି ରାଜନୈତିକ ବ୍ୟକ୍ତିବିଶେଷ କରୁଥିବା ଶୁଣିବାକୁ ମିଳୁଛି।

କେନ୍ଦୁଝର ଜିଲ୍ଲାରେ ରାଜ୍ୟ ବିଜେଡି ର ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କର୍ମୀମାନଙ୍କୁ ସଫଳତା ପାଇବାର ପଛର ମୂଳମନ୍ତ୍ର ଦେଲେ।

Image
କେନ୍ଦୁଝର ; ୨୫/୦୮ (ବ୍ରା.ମୁ.ବ୍ୟୁରୋ) : ସରଗରମ ସହ ପଞ୍ଚାୟତ ସ୍ତରରେ ଶାସକ ଦଳ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ସଫଳତା ହାସଲ ପଛରେ ନିର୍ବାଚନ ରଣକ୍ଷେତ୍ର ପ୍ରସ୍ତୁତି ପର୍ବ।  ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ । ଏହାରି ମଧ୍ୟରେ ବିଜୁ ଜନତା ଦଳ ଅନ୍ୟତମ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସଜବାଜ ପାଇଁ ତତ୍ପର ହୋଇଉଠିଛି ବିଜୁ ଜନତା ଦଳ । ରାଜ୍ୟ ବିଜୁ ଜନତା ଦଳ ସଙ୍ଗଠନର ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବୁଧବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ ହାଟ ପଡିଆଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କର୍ମୀମାନେ ସଜାଗ ରହି ବିଜୁ ଜନତା ଦଳକୁ ସୁଦୃଢ କରିବାପାଇଁ ପ୍ରେରଣା ଦେଇଥିଲେ। ଶ୍ରୀ ଦାଶ ସର୍ବପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ତାପରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ତଥା ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିନୟ କୁମାର ସାହୁ, କମଳିନୀ ଦଣ୍ଡପାଟଙ୍କ ସହିତ ତିନୋଟି ନିର୍ବ...

ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଛି ବିଦ୍ୟୁତ୍ ବିଭାଗ

Image
କଳିଙ୍ଗନଗର/ ଯାଜପୁର ; ୨୩/୦୮ (ବ୍ୟୁରୋ) : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଷ୍ଟିଲ ସିଟି ନାମରେ ପରିଚିତ ଥିବା ସ୍ଥଳେ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଛି ବିଦ୍ୟୁତ୍ ବିଭାଗ। ଏଥିସହିତ କାରଖାନା ସହ ଜଡ଼ିତ ଟାଉନସିପ୍‌ ଓ ପମ୍ପ ହାଉସରୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି ବୋଲି ଜଣାପଡିଛି। ଦୀର୍ଘଦିନ ଧରି କାରଖାନା ପକ୍ଷରୁ ବିଦ୍ୟୁତ୍ ବିଲ ପୈଠ କରାଯାଇ ନଥିବା ବେଳେ ୬୫ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ବକେୟା ଥିବା ଜଣାପଡ଼ିବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଥିବା ପ୍ରକାଶ ପାଇଛି। ସୂଚନାନୁଯାଇ ଗତ ୨୦୨୦ ମସିହା ଫେବୃଆରୀ ମାସରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସ୍ଥଳେ କାରଖାନାରେ ପୁଞ୍ଜିନିବେଶ କରିଥିବା ବଡ଼ ବଡ଼ ସଂସ୍ଥା ଓହରି ଯାଇଛନ୍ତି। ତେବେ କାରଖାନା ବନ୍ଦ ରହିଥିବା ବେଳେ କାରଖାନା କତ୍ତୃପକ୍ଷ ଅନେକ ଦିନ ହେବ ବିଦ୍ୟୁତ୍ ଶୁଳ୍କ ପୈଠ କରିନାହାନ୍ତି । ଫଳରେ କାରଖାନା ଉପରେ ୬୫ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ବକେୟା ପଡ଼ିଛି। ଏନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ କାରଖାନାକୁ ବାରମ୍ବାର ବକେୟା ବିଲ ପୈଠ କରିବାକୁ ତାଗିଦ କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ କାରଖାନାରୁ ବିଦ୍ୟୁତ ସଂଯୋଗ ବିଚ୍ଛି...

ସାପଗଢ଼ିଆ ଠାରୁ ଷ୍ଟାଡିୟମ ରୋଡ଼ ଦେଇ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ସ୍ଥିତି ଏବେ ସଙ୍ଗୀନ

Image
ବ୍ୟାସନଗର;  ( ବ୍ୟୁରୋ) : ସାପଗଢ଼ିଆ ଠାରୁ ଷ୍ଟାଡିୟମ ରୋଡ଼ ଦେଇ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ସ୍ଥିତି ଏବେ ସଙ୍ଗୀନ। ବଡ଼ ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡ଼ି ଗୁଡିକ ବିପଦଜନକ ଭାବେ ଯା’ଆସ କରୁଛନ୍ତି। ଗାଡ଼ି ମୋଟର କଥା ଛାଡ, ଏହି ରାସ୍ତାରେ ସ୍କୁୁଲ, କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଯିବାକୁ ନିରାପଦ ମଣୁ ନାହାନ୍ତି।ପାଣି ପାଇପ ଲାଇନ ବସାଇବା ପାଇଁ ଜାଗେ ଜାଗେ ରାସ୍ତା ମଝିରେ କଂକ୍ରିଟ କାଟି ପାଇପ ବସାଉଛନ୍ତି କିନ୍ତୁ ତାପରେ ସେ ଖାଲକୁ ଭଲ ଭାବରେ ପୋତୁ ନାହାନ୍ତି ଯାହା ଫଳରେ ରାସ୍ତା ମଝିରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଚାଲିଛି।ଏହି ରାସ୍ତା ଦେଇ କଳକାରଖାନା ମାନଙ୍କର ବସ ଗୁଡିକ ଦିନକୁ ତିନି ଚାରି ଚକର କାଟୁଛନ୍ତି ଯାହା ଫଳରେ ରାସ୍ତା ମଝିରୁ ଫାଟ ପଡ଼ିଯାଉଛି।ନା କାରଖାନା ମାଲିକ ରାସ୍ତା ପ୍ରତି ଧ୍ୟାନ ଦେଉଛନ୍ତି ନା ବ୍ୟାସନଗର ମୁନ୍ସୀପାଲିଟି।କାହାର ନଜର ଏହି ରାସ୍ତା ଉପରେ ପଡୁନି ଦିନକୁ ହଜାର ହଜାର ଗାଡି ଯାତାୟାତ କରୁଥିବା ସ୍ଥଳେ ରାସ୍ତା ମରାମତି କଥା କର୍ଣ୍ଣପାତ ହେଉନାହିଁ। ବଙ୍ଗାଳି ସାହି ହନୁମାନ ମନ୍ଦିର ପାଖ,ରୋମାନ ଡୋଳିପୁର ପାଖ,ଷ୍ଟାଡିୟମ ସାମନା, ସେଲିବ୍ରେସନ ପାଖ,ହନୁମାନ ମନ୍ଦିର ପାଖ କଂକ୍ରିଟ ରାସ୍ତା ଆଦି ସ୍ଥାନ ମାନଙ୍କରେ ରାସ୍ତା ଭାଙ୍ଗି ଖାଲ ଖମା ସୃଷ୍ଟି ହୋଇଛି ଯାହାଦ୍ୱାରା ଯାତାୟାତ ବିପଦ ସଂକୁଳ ପାଲଟିଛି।ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଲେ ହଜାର ହଜାର ଲୋ...

ଯାଜପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ

Image
ଯାଜପୁର ; (ବ୍ୟୁରୋ) : ଯାଜପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତିକାକୁ ମଞ୍ଜୁର କରାଯାଇଥିଲା । ଯାଜପୁର ଜିଲ୍ଲାରେ ବନ୍ୟା, ବାତ୍ୟା ପ୍ରତ୍ୟେକ ବର୍ଷ ଅନେକ କ୍ଷତି ଘଟାଇଥାଏ । ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ କିନ୍ତୁ ଏହାର ମୁକାବିଲା ପାଇଁ ଯୋଜନା ବା କୈାଶଳକୁ ଅତି ସୂକ୍ଷ୍ମ ସ୍ତରରୁ ପ୍ରସ୍ତୁତ କରି ସଠିକ ପରିଚାଳନା ଦ୍ୱାରା କ୍ଷୟ କ୍ଷତିକୁ ରୋକାଯାଇ ପରିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି କହିଥିଲେ । ଯୋଜନା ମୁତାବକ ଗ୍ରାମ୍ୟ ସ୍ତରର ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟିକୁ ଅଧିକ ଦକ୍ଷତା ସଂପନ୍ନ ଓ କାର୍ଯ୍ୟକ୍ଷମ କରାଯିବ । କମିଟି ସହ ନିରନ୍ତର ଯୋଗାଯୋଗ ଓ କୈାଣସି ସମସ୍ୟା ପାଇଁ ତ୍ୱରାନ୍ୱିତ ସମାଧାନ ପାଇଁ ଊଦ୍ୟମ କରାଯିବ । ଏଥିରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ସହ-ଅଧ୍ୟକ୍ଷ ତଥା ସଭାପତି, ଜିଲ୍ଲା ପରିଷଦ ନରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଗ୍ରାମ୍ୟ କମିଟିକୁ ସୁଦୃଢିକରଣ କରିବା ସହ ବିପର୍ଯ୍ୟୟ ପରିଚାଳନାକୁ ତୃଣମୂଳ ସ୍ତରରୁ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ...

ପ୍ରେମରେ ବିଫଳ ହେବା ପରେ ପ୍ରେମିିକ କଲେ ଏଭଳି କାମ, ଏବେ ଡାକ୍ତରଖାନାରେ

Image
ସୋର,  : ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଟ୍ରେନ୍ ଲାଇନ୍‌ରେ ଶୋଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନ୍ ନିକଟରେ। ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ପ୍ରେମରେ ବିଫଳ ହେବାରୁ ଟ୍ରେନ୍ ଲାଇନ୍‌ରେ ଶୋଇ ଜଣେ ଯୁବକ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଲକ୍ଷ୍ମିଦାସପୁର ଅଞ୍ଚଳର ମନୋଜ ନାୟକ। ସେ ପ୍ରେମରେ ବିଫଳ ହେବାରୁ ସୋର ରେଲୱେ ଷ୍ଟେସନ୍ ଠାରୁ କିଛି ଦୂରରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମନୋଜ ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ଆସିବାରୁ ଭୟରେ ଉଠି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ମନୋଜଙ୍କର ଗୋଡ଼ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଷ୍ଟେସନ କର୍ମଚାରୀ ଓ ଆରପିଏଫ୍ କର୍ମଚାରୀ ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ରୁ ବିଜୁହେଲଥକାର୍ଡ ପ୍ରଚାର ରଥ ବାହାରିଲା

Image
  କୁଡୁମୁଲୁଗୁମ୍ମା ତା:୨୩/୦୮/୨୦୨୧ ରିଖ,ଗତ ୧୮ ତାରିଖ ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ପତାକା ହଲାଇ "ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା" ପ୍ରଚାର ରଥ କୁ ଶୁଭ ଦେଇଥିଲାବେଳେ ଆଜି ସେହି ରଥ ପ୍ରଚାର ପ୍ରସାର ନିମନ୍ତେ ଆସି ପହଞ୍ଚିଛି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ରେ । ସକାଳେ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗୀ, ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି, ସମାଜସେବୀ ଭଗବାନ ସାହୁ,ବାବୁନୁ ଦୁଲାରୀ, ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଟି ଓ ମଧୂ ପରଜା ପ୍ରମୁଖ ଙ୍କ ଉପସ୍ଥିତି ରେ ରଥକୁ ଶୁଭ ଦିଆଯାଇ ପରକନମାଳା ଓ କୁଡୁମୁଲୁଗୁମ୍ମା ର ବିଭିନ୍ନ ଓ୍ୱାର୍ଡ ଗୁଡ଼ିକରେ ପ୍ରଚାର ଉଦ୍ଧେଶ୍ୟରେ ପଠାଯାଇଥିଲା । ରଥ ରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ସବିଶେଷ ତଥ୍ୟ ଓ କାର୍ଡ ର ସଫଳତାର ସହ ବ୍ୟବହାର ସମ୍ପର୍କରେ ପ୍ରଚାର କରାଯାଉଛି । ଯେଉଁ ଗାଁ ରେ ରଥ ଟି ଅଟକିବ ସେଇଠି ଟିଭି ସ୍କ୍ରିନ ମାଧ୍ୟମରେ ଉକ୍ତ ଯୋଜନା ସମ୍ପର୍କିତ ଏକ ଲଘୁ ଚଳଚ୍ଚିତ୍ର ପ୍ରଦର୍ଶନ ର ବ୍ୟବସ୍ଥା ରହିଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଉକ୍ତ ରଥର ପ୍ରଚାର କୁ ପ୍ରଶ°ସା କରିଥିଲାବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି । ମାଲକାନଗିରିରୁ ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ)

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ

Image
ମାଲକାନଗିରି୨୧/୮-ସୂଚନା ଓ ଲୋକସଂପର୍କ ବିଭାଗର  ଦକ୍ଷିଣାଞ୍ଚଳ ର ଉପନିର୍ଦେଶକ ଶ୍ରୀଯୁକ୍ତ ଗୁରୁଵୀର ସିଂ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି  ଗସ୍ତକରି ପୂର୍ବ।ହ୍ନ ରେ  ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।ଏହି ଅବସରରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ  ଦୀର୍ଘଦିନ ଧରି କାର୍ଯ୍ୟରତ ଏହି ଗୁରୁତ୍ୱପୂର୍ଣ୍ଣ  ବିଭାଗର କାର୍ଯ୍ୟ ଶୈଳୀ, ହିସାବ ବିବରଣୀ ଆଦି ସହ କର୍ମଚାରୀ ମାନଙ୍କର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ  ସବିଶେଷ ଅନୁଧ୍ୟାନ କରିବା ସହ  ଜିଲ୍ଲା ପାଠାଗାର ବୁଲି ଦ୍ଦେଖିଥିଲେ।  ଆଗମୀ ଦିନରେ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ରେ ଏହାର କର୍ୟକରିତରେ  ଅଧିକ ପା ରଦର୍ଶିତ। ଆଣିବା ନିମନ୍ତେ  ନିର୍ଦେଶ ଦେଇଥିଲେ। ତାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର  ହୋର୍ଡିଂ ମାନ   ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ  ସମୟରେ  ଜିଲ୍ଲା ସୂଚନା ଲୋକମ୍ପର୍କ ଅଧିକାରୀ ସୁଶ୍ରୀ ସ୍ନିଗ୍ଧା ଚୌଧୁରୀ ଙ୍କ ସମେତ ହରେ କୃଷ୍ଣ କିର୍ତାନୀୟ।,ରଞ୍ଜନ କୁମାର ମହାନ୍ତି, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ,  ଶୁକ୍ର। କ୍ରିସନି ଓ ଲକ୍ଷ୍ମୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ବ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଶୋଭା ପାଇବ ବିଶ୍ବର ଦ୍ବିତୀୟ ସର୍ବବୃହତ ସହର ମଞ୍ଚେଷ୍ଟରଠାରେ ।

Image
ମାଞ୍ଚେଷ୍ଟରଠାରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ  ମାଞ୍ଚେଷ୍ଟର, ୨୨ା୮ : ୟୁନାଇଟେଡ୍‍ କିଙ୍ଗ୍‍ଡମ୍‍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ବିଶ୍ୱବ୍ରହ୍ମାଣ୍ଡର ସର୍ବବୃହତ୍ତ ଦେବତା  ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ,  ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା । ଏହି ଉପଲକ୍ଷେ  ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍‍ ରୋଡ୍‍ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ଭବ୍ୟ  ଢଙ୍ଗରେ ସଜା ଯାଇଥିବା ଦେଖାଯାଇଥିଲା । ଅପରାହ୍ଣ ୧୨.୪୫ମିନିଟ୍‍ରୁ ୧.୪୫ମିନିଟ୍‍ ମଧ୍ୟରେ ଦିଅଁମାନଙ୍କ ସାମ୍ନାରେ ନାମଯଜ୍ଞ, ହୋମ, ଭୋଗ,  ମହା ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ କାର୍ଯ୍ୟକ୍ରମ ‘ଗ୍ଲାସ୍‍ ଗୋ’ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ମେଦିନୀ ପତି ମିଶ୍ର ଏବଂ ଗୀତା ଭବନର  ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କର ସଂଯୁକ୍ତ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ  ଦେଖିବା ପାଇଁ ...

ଅବକାରୀ ଅଧିକାରୀଙ୍କ ଚଢାଉ ରେ ଧରାପଡିଲେ ଜଗନ୍ନାଥ ପ୍ରସାଦ ବ୍ଳକ ଅଞ୍ଚଳର ଦୁଇ ଦେଶୀମଦ ବେପାରୀ।

Image
  ଜଗନ୍ନାଥ ପ୍ରସାଦ (ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ), ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଧିନସ୍ଥ ଅଲାଡ଼ି ଓ ଧୋଡା ପଲ୍ଲୀ ଗ୍ରାମରେ ଆଜି  ସକାଳୁ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ସୁଚିନ୍ତିତ ସଫଳ କାର୍ଯ୍ୟକ୍ରମ। ଏଥିରେ ଧରାପଡିଥିଲେ ଦୁଇ ଦେଶୀମଦ ବେପାରୀ। ଆଲାଡ଼ି  ଗ୍ରାମର ଡାକ୍ତର ଗୌଡ଼ ଧୋଡା ପଲ୍ଲୀ ଗ୍ରାମର ମନୁ ସେଠି ନାମକ ଦୁଇ ଜଣ  ବ୍ୟକ୍ତି ଙ୍କ ଘରେ ଚଢ଼ଉ କରି 40 ଲିଟର ଦେଶୀ ରନ୍ଧା ମଦ , ସହ 700 ଲିଟର ପୋଚ ଜବତ କରିଛି । ସୂଚନାଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗର ଅଧିକାରୀ ରମ୍ଭା ବାଗ , ଏସ୍ ଆଇ ରାମେଶ୍ୱର ବେହେରା ଙ୍କ ସହ ସଦଳବଳେ ଆଜି ଶନିବାର ଭୋର 5ଟାରୁ ଅଲାଡ଼ି ଗ୍ରାମରେ ପହଞ୍ଚି ଥିଲେ । ଦୁଇ ଜଣ ବ୍ୟକ୍ତି ଗ୍ରାମର ଡାକ୍ତର ଗୌଡ଼, ମନୁ ସେଠି    ଦୀର୍ଘ ଦିନ ଧରି ରନ୍ଧା ମଦ ବିକ୍ରୟ କରୁଥିବାର ଖବର ଥିଲା l ତେଣୁ ଅବକାରୀ ଅଧିକାରୀଙ୍କ ଚଢାଉ ର କୌଣସି ସୁରାକ ପାଇନଥିଲେ ଦୁଇ ଦେଶୀମଦ ବେପାରୀ। ଅlତର୍କିତ ଭାବେ ଡାକ୍ତର ଙ୍କ ଘରେ ଚଢ଼ାଉ କରି ରନ୍ଧା ମଦ, ପୋଚ ସହ ଡାକ୍ତର ଗୌଡ଼ଓ ମାନୁସେଠି  ଙ୍କୁ ଗିରଫ କରିଛନ୍ତି । ତେବେ ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ 47/21 ଓ 48/21 ନମ୍ୱର ରେ ଦୁଇଟି କେସ ରନ୍ଧା ମଦ ତିଆରି ଓ ବିକ୍ରି ଅଭିଯୋଗ ରେ ଦୁଇ ଜଣଙ୍କୁ  ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିଜୁ ହେଲଥ୍ କାର୍ଡ ବଣ୍ଟନ,

Image
ମାଲକାନଗିରି,/ଖଇରପୁଟ ବ୍ଲକ:-୨୧/୮/୨୧ (ବ୍ରାହ୍ମ ମୁହୂର୍ତ୍ତ) ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କ  ରିପୋର୍ଟ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଳକର ସଦର ମହକୁମା ଆଶ୍ରମ ଵିଦ୍ୟାଳୟ ରେ ଅଣ୍ଡ୍ରାହାଲ ଗ୍ରାମ ପଞ୍ଚାୟତ ର ୧୪ ଜଣ  ହିତାଧିକାରୀ ଙ୍କୁ ଵିଜୁ ସ୍ଵସ୍ଥ୍ୟକଲ୍ୟାଣ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ଏଥିରେ ମାନ୍ୟବର  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ , ଓଡ଼ିଶା ରାଜ୍ୟ ମିଶନ ଶକ୍ତି ର ନିର୍ଦ୍ଦେଶିକା ଲୋପାମୁଦ୍ରା ବକ୍ସିପାତ୍ର  ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା ବୈଠକ ରେ ସଭାପତିତ୍ବ କରିଥବା ଜଣାପଡିଛି । ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସବୁ ଡିଜିଟାଲ ସ୍ମାର୍ଟକାର୍ଡ଼ ସ୍ୱତନ୍ତ୍ର ଭାବେ ଅଣ୍ଡରାହାଲ ବଣ୍ଡାଘାଟି ଅଞ୍ଚଳର ବଣ୍ଡା ସମ୍ପ୍ରଦାୟର ମହିଳା ମାନଙ୍କୁ ବଣ୍ଟନ କରିଯାଇଛି ।ମାନ୍ୟବର ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ  ଯୁଗାନ୍ତକାରୀ ଯୋଜନାଙ୍କୁ  ଅତିଥି ମାନେ ଵହୁତ ଵହୁତ ପ୍ରଶ°ସା କରିଥିଲେ ।ଜନସାଧାରଣ ଓ ହିତାଧିକାରୀଙ୍କ ମନରେ ଏକ ସୁସ୍ଥ ଜିବନ ବଞ୍ଚିବାର ଆଶା ସ°ଚାରଣ ହେଵା ସହ ଚିକିତ୍ସା କ୍ଷେତ୍ରରେ ହେଇଥିବା ଯୁଗାନ୍ତକାରୀ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ  ନଵୀ...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡିଜିଟାଲ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Image
ମାଲକାନଗିରି ; ୨୦/୦୮ ( ବ୍ୟୁରୋ) : ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିଛି ନୂଆ ଯୋଜନା । ମାଲକାନଗିରି ଜିଲ୍ଲାରେ ୩୮୧ଟି ସ୍ମାର୍ଟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ମିଳିବ । ମାଲକାନଗିରିରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ମାଟିରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବାବଦରେ ଘୋଷଣା କରିଥିବା ବେଳେ ଆଜି ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆଉ ଏହାର ଶୁଭାରମ୍ଭ ମାଲକାନଗିରିରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ପରେ ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ମାଲକାନଗିରି । ଅନ୍ୟପଟେ ...

ଯାତ୍ରା ଜଗତରଅଭିନୟରେ ଅଭିନେତା କୈଳାସ ବେହେରା ସର୍ବଦା ସ୍ବତନ୍ତ୍ର ପରିଚୟ

Image
ଉତ୍କର୍ଷ କଳା ର ଦେଶ ଉତ୍କଳ ,କଳାକୁ ବଞ୍ଚାଇବାକୁ ଯେଉଁ ମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ଲୋକକଳା ଧୁଡୁକିରୁ ନାରୀ ଚରିତ୍ରରେ ବିଭିନ୍ନ ଯାତ୍ରା ପାର୍ଟି ରେ ସଫଳତାର ସହ ଅଭିନୟକରି ଶେଷ ନାରୀ ଚରିତ୍ର ସଫଳ ନାଟକ ବାଗୁଲି ଝରାଏ ଲୁହରେ ଜଣେ ହିନ୍ଦୁ ନାରୀ ପରିବାରରେ କିପରି ତ୍ୟାଗ କରି ପରିବାର ରକ୍ଷା କରିଥାଏ ଭାଉଜ ଭୂମିକାରେ ତ୍ୟାଗର ପ୍ରତିପାଦାନ କରିବା ସହିତ ଚୁଟି କାଟି ୮୬ ମସିହାରେ ଦୀର୍ଘ୨୮ବର୍ଷ କାଳ ନାୟକ ଭୂମିକାରେ ଗୋଟିଏ ଅନୁଷ୍ଠାନ ଶିବାନୀ ଗଣନାଟ୍ୟ କୁ ଶୀର୍ଷ ପହଞ୍ଚାଇବା ତାଙ୍କର ତ୍ୟାଗ ର ଅନ୍ୟ ଏକ ନମୁନା ,ବର୍ତ୍ତମାନ ବୟସରେ ମଧ୍ୟ କଳାନୂରାଗି ମଣିଷ ହିସାବରେ କଳାକୁ ଛାଡି ବା ରହିଥାନ୍ତେ ବା କିପରି ସତ୍ୟ ଜେନା ଙ୍କ ରଙ୍ଗ ମହଲରେ ରଙ୍ଗ ମାଖି ଜନ ମାନସର ମନୋରଞ୍ଜନ ଲାଗି ସମର୍ପିତ ଯାତ୍ରା କୀମ୍ୱଦନ୍ତୀ କୈଳାଶ ବେହେରା l୨୦୨୧-୨୨, ବର୍ଷରେ ରଙ୍ଗମହଲ ରେ ଯୋଗ ଦେଇଛନ୍ତି ,। ତାଙ୍କର ଦୀର୍ଘ ସୁସ୍ଥ ନିର।ମୟ ଜୀବନ କ।ମନlକରି ପରମେଶ୍ବର ପରମପିତl ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ।ରିପୋର୍ଟ ନବକିଶୋର ମାଣିକ,

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଏବଂ ସମରକ୍ରାନ୍ତି ସେନା ପକ୍ଷରୁ ସଦୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ।

Image
ଭୁବନେଶ୍ୱର ୧୯/୦୮/୨୦୨୧ (ବ୍ରା.ମ.ବ୍ୟୁରୋ:-) ବିଶ୍ବ ଯେତେବେଳେ ମହାମାରୀ ଭୂତାଣୁ କରୋନା ସଂକ୍ରମଣ ପାଇଁ ନିଜକୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ଚିନ୍ତାରେ ବ୍ୟାକୁଳ ହୋଇ ଉଠିଛି ସେଭଳି ସମୟରେ ଆମ ଦେଶର ମହାପୁରୁଷଙ୍କୁ ମନେପକାଇ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ସେହିବିଶିଷ୍ଟ ଜନନାୟକ, ବାଗ୍ମୀ ପୁରୁଷ ତଥା ଆଜାଦ୍ ହିନ୍ଦ୍ ଫୌଜର ନିର୍ମାତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିବାଦୀୟ ବିମାନ ଦୁର୍ଘଟଣାରେ ସହୀଦ ଖବରର ୭୬ତମ ବାର୍ଷିକୀ ଅବସରରେ ସହୀଦ ସ୍ମରଣେ ଶୀର୍ଷକ ଏକ ଆଲୋଚନା ଚକ୍ର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ହୋଟେଲ କେଶରୀ ର ସଭାକକ୍ଷରେ ପାଳିତ ହୋଇଯାଇଛି। ବିଶିଷ୍ଟ ସମାଜବାଦୀ ସଙ୍ଗଠନ ସମରକ୍ରାନ୍ତି ସେନା ଏବଂ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ(OUWJ) ତରଫରୁ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସଙ୍ଘର ସଭାପତି ସୁଜ୍ଞାନ ଚୌଧୁରୀ ସଭାପତିତ୍ବ କରିଥିଲାବେଳେ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି, ସେବା ନିବୃତ୍ତ ବିଶିଷ୍ଟ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନେତାଜୀଙ୍କ ଜୀବନର ବିଭିନ୍ନ ଦିଗପ୍ରତି ଆଲୋକପାତ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଡ଼ଃ ସୁଶାନ୍ତ ଦାଶଙ୍କ ବଳିଷ୍ଠ ମଞ୍ଚ ସଞ୍ଚାଳନରେ ସଭାଟି ସମାପ୍ତ ହେବା ସହ ସମାଜର ପ୍ରତି ଅତୁଳନୀୟ ଅବ...

ଯାଜପୁର ଜିଲ୍ଲା ସ୍ତରୀୟ ସଦ୍‌ଭାବନା ଦିବସ ପାଳିତ

Image
ଯାଜପୁର, : ଯାଜପୁର ଜିଲ୍ଲା ସ୍ତରୀୟ ସଦ୍‌ଭାବନା ଦିବସ ଆଜି ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଚ୍ଥି । ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍‌ଭାବନା ପାଇଁ ଶପଥ ପାଠ କରାଯାଇଥିଲା । ଜାତି, ଧର୍ମ, ସମ୍ପ୍ରଦାୟ. ଅଂଚଳ ଅଥବା ଭାଷାର ଭେଦଭାବ ନ ରଖି ଆମେ ସମସ୍ତେ ଭାରତବାସୀ ଏକ ଓ ଅଭିନ୍ନ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଦଶରଥପୁର ବି.ଡି.ଓ, ନାରାୟଣ ଚନ୍ଦ୍ର ନାୟକ, ଯାଜପୁର ବି.ଡି.ଓ, ସୈାରଭ ଚକ୍ରବର୍ତୀ, ବିଂଝାରପୁର ବି.ଡି.ଓ, ମିନତୀ ଜଗଦେବ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଦ୍‌ଭାବନା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଶପଥ ପାଠ କରାଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ...

ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ୪୪ବର୍ଷରେ ଦେହାନ୍ତ।

Image
       କେନ୍ଦୁଝର/ଆନନ୍ଦପୁର ; ୧୯/୦୮ ( ବ୍ୟୁରୋ) : ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସୁପୁତ୍ର ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ୪୪ବର୍ଷ ବୟସରେ ଦେହାନ୍ତ ଘଟିଛି। ଦୀର୍ଘ ୮୪ଦିନ ଧରି କୋଭିଡ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଇକ୍ ମୋ ମେସିନ ଦ୍ଵାରା ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ନଥିବା ସ୍ଥଳେ ଆଜି ସକାଳ ସାଢେ଼ ଛଅ ଟା ସମୟରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରକାଶିତ ହେବା ମାତ୍ରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ହାଟଡ଼ିହି ବ୍ଲକ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଆଜି ରାତ୍ରିରେ ବିମାନ ଯୋଗେ, ହାଇଦ୍ରାବାଦରୁ ସଂଗ୍ରାମଙ୍କ ମରଶରୀର ଭୁବନେଶ୍ୱର ପହଞ୍ଚିଲା ପରେ ପ୍ରଥମେ କଂଗ୍ରେସ ଭବନରେ ଦଳୀୟ ନେତା ଓ କର୍ମୀ ମାନେ ଶେଷ ଦର୍ଶନ ପାଇଁ ଅଣାଯାଇ, ପରେ ନିଜ ଗାଁ ଜନ୍ମ ମାଟି ହାଟଡିହୀ ବ୍ଲକ ସ୍ଥିତ ସଂଖଣା ଠାରେ ଶେଷ କୃତ୍ୟ ସମ୍ଫନ୍ନ ହେବ ବୋଲି ସାନଭାଇ ମନୋରଂଜନ ଜେନା କହିଛନ୍ତି। ସଂଗ୍ରାମଙ୍କ ବିୟୋଗ ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,କଂଗ୍ରେସ ନେତା ସୁର ରାଉତରାୟ, ତାରାବାହିନୀ ପତି, ଗଣେଶ୍ୱର ବେହେରା,ରଂଜିତା ଜେନା,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନ...

ମାଲକାନଗିରି ଜିଲ୍ଲାରେ ଶାସକ ଦଳ ବିଜେଡି ପକ୍ଷରୁ କର୍ମୀମାନଙ୍କୁ ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ।

Image
ମାଲକାନଗିରି:-(ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ) ତା:୧୮/୦୮/୨୦୨୧ ରିଖ,ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦେଶରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଦ୍ୟ ପ୍ରସ୍ତୁତ ହୋଇଥିବା ଜୋନାଲ କମିଟିର କର୍ମକର୍ତ୍ତାଙ୍କ ସହ ସମସ୍ତ କର୍ମୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ ଓ ସଂଗଠିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାନ୍ୟବର କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ବିଜୁ ଜନତା ଦଳର ଜେନେରାଲ ସେକ୍ରେଟାରୀ ଶ୍ରୀ ବିଜୟ କୁମାର ନାୟକଙ୍କ ସହ ଜିଲ୍ଲାର ଜୋନ କମିଟି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକ୍କା, ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୁର୍ବତନ ବିଧାୟକ ଡମ୍ବରୁ ଶିଷା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ଜିଲ୍ଲାର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜ...

କାଶୀପୁର ବ୍ଲକ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ରାୟଗଡ଼ା ଜିଲ୍ଲାପାଳ।

Image
କାଶୀପୁର/ରାୟଗଡ଼ା-:ଦେଶରେ ୭୫ତମ ସ୍ବାଧୀନତା ଦିବସ ପାଳନର ଦୁଇଦିନ ପରେ ପ୍ରଥମ କରି  ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କାଶୀପୁର ବ୍ଲକ ଗସ୍ତ କରି ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିବା ଏବେ ଚର୍ଚ୍ଚାରକେନ୍ଦ୍ରବିନ୍ଦୁ ପାଲଟିଛି l  ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଗ୍ରାମ ପଞ୍ଚାୟତ କଂସାରୀ ଗୁଡା ଠାରେ ହିଣ୍ଡlଲକୋ କମ୍ପାନୀ ତରଫରୁ ବାର୍ଷିକ ତିନି ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନେରୀ କାରଖାନା ସ୍ଥାପନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି, ସ୍ଥାନୀୟ  ଅଞ୍ଚଳରେ ଜନ ଶୁଣାଣି ଆୟୋଜନ ସକାଶେ ରାୟଗଡା ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ସଂଖ୍ୟl (11284) ଜରିଆରେ ନିର୍ଦେଶ ଦିଆଯାଇଛି l କାରଖାନା ପ୍ରତିଷ୍ଠା ପାଇଁ କରନl ମାର୍ଗ ଦର୍ଶିକା ଅନୁଯାଇ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଲାଗି ପରାମର୍ଶ ଦିଆଯାଇଛି  40 ଦିନ ପୂର୍ବରୁ ଏ ନେଇଁ ସବିଶେଷ ତଥ୍ୟ ଜିଲ୍ଲାପାଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ଜଣାଇ ବାକୁ ଚିଠିରେ କୁହାଯାଇଛି  l ଏଘଟଣାକୁ ନେଇ ପ୍ରାୟ 16 ବର୍ଷ ର ଅନ୍ତ ଘଟିଛି ବୋଲି କଂସାରୀଗୁଡା ସମେତ ପ୍ରଭାବିତ 22 ଖଣ୍ଡ ଗ୍ରାମ ବାସିଙ୍କ ଦାବି ପୂରଣ ହେବlନେଇ ସ୍ଥାନୀୟ ଅଞ୍ଚଳରେ ଆଶା ସଂଚାର ହୋଇଛି l  ଏହାକୁ କେନ୍ଦ୍ର କରି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମି...

ରାୟଗଡ଼ା ଜିଲ୍ଲାର ବିସ୍ମୟ ବାଳକ ପାଇଁ ଶୁଭେଚ୍ଛା ସୁଅ ଛୁଟିଛି।

Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ନୂଆପଡା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ର ଦ୍ୱିତୀୟ ଶ୍ରେଣୀର ଛାତ୍ର ତଥା ସାତ ବର୍ଷ ର ବିସ୍ମୟ ବାଳକ ଶ୍ରୀମାନ ଦେବୀଦତ୍ତ ମହlଙ୍କୁଡ଼ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି l ସେ ସର୍ବ କୋନିଷ୍ଟ ବାଳକ ଭାବେ ଏକ ରୁ ଅନେଶତ ପର୍ଯ୍ୟନ୍ତ ସଂଖ୍ୟା ଗୁଡିକର ଘନ ଓ ଘନମୁଳ ନିରୂପଣ କରିବାରେ ସକ୍ଷମ ହଇଛନ୍ତି l ଏହି ଅଦ୍ଭୁତ ପୂର୍ବ ସଫଳତା ନିମନ୍ତେ କେନ୍ଦ୍ରୀୟ ମାନସିକ ଗୋତିଶୀଳ ପ୍ରତିଷ୍ଠାନ l ହାଇଦ୍ରାବାଦ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି l ରାୟଗଡା ଜିଲ୍ଲା ର ଉପ ଜିଲ୍ଲାପାଳ ଙ୍କ ଦ୍ୱାରା ଇଣ୍ଡିଆ ବୁକ ରେକର୍ଡ 2021ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି l ଏହି ପୁରସ୍କାର ପାଇଁ ତାଙ୍କୁ ଏବଂ ତାଙ୍କର ପିତା ଶ୍ରୀଯୁକ୍ତ ଉଛବ ମହlଙ୍କୁଡ଼ ମାତା ଶ୍ରୀ ମତି ସତ୍ୟଭାମା ନାୟକଙ୍କୁ ସବୁଆଡୁ ପ୍ରସଂଶା ର ସୁଅଛୁଟୁଛି l ଏହି ସଫଳତା ପାଇଥିବାରୁ ଉତ୍କଳଆଲୁମିନା ତରଫରୁ ୟୁନିଟ ହେଡ ଶ୍ରୀ ଯୁକ୍ତ ମଜହର ଉଲା ବେଗ, ମାନବ ସମ୍ବଳ ବିକାଶ ମୁଖ୍ୟ ଶ୍ରୀ ଯୁକ୍ତ ରାକେଶ ପ୍ରତାପ ସିଂ,ତାଙ୍କୁ ସମ୍ବର୍ଦ୍ଧନା ଜ୍ଞlପନ କରିଛନ୍ତି l ତତସହିତ ଡ଼କ୍ଟର ଲପାମୁଦ୍ରl ପ୍ରିୟଦର୍ଶିନୀ ଜି.ଏମ,ସିଏସ ଆର ଓ ସଷ୍ଟେନୀବିଲିଟି ଶ୍ରୀ ଯୁକ୍ତ ପିତାମ୍ବର ବେହେରା,ବରିଷ୍ଟ ପ୍ରବନ୍ଧକ ଲକସମ୍ପର୍କ ସଂଜଜକ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇ ଛନ୍ତି l ପ୍ରତିଭାବାନ ସର୍ବକନିଷ୍ଟ ଛାତ୍ର ଶ୍ରୀ...

ମାଉଣ୍ଟ ଲିଟେରା ଜି ସ୍କୁଲ ଯାଜପୁର ଆମ ଓଡ଼ିଶା ଏବଂ ସମ୍ବାଦ ଅନୁକୂଲ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ

Image
ମାଉଣ୍ଟ ଲିଟେରା ଜି ସ୍କୁଲ ଯାଜପୁର ଆମ ଓଡ଼ିଶା ଏବଂ ସମ୍ବାଦ ଅନୁକୂଲ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ଯାଜପୁର/କଳିଙ୍ଗନଗର ; ୧୯/୦୮ ( ବ୍ୟୁରୋ) :  ଆମ ଓଡ଼ିଶା ରକ୍ତଦାନ ଅଭିଯାନରେ ମାଉଣ୍ଟ ଲିଟେରା ଜି ସ୍କୁଲ ,ଯାଜପୁର ତରଫରୁ ଆୟୋଜିତ ହୋଇଥିଲା ୭ତମ ରକ୍ତଦାନ ଶିବିର। ଆମ ଓଡ଼ିଶା ଏବଂ ସମ୍ବାଦ ଅନୁକୂଲ୍ୟ ରେ ବିଜୁ ସାହୁଙ୍କ ତତ୍ୱବଧାନରେଏହି ରକ୍ତଦାନ ଶିବିର ପୂର୍ବାହ୍ନ ୯ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁରହିଥିଲା। ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଏହି ସଭାରେ କଳିଙ୍ଗନଗର ଆଇଆଇସି ସୁଶାନ୍ତ କୁମାର ଦାଶ ,ବ୍ୟାସନଗର ତହସିଲଦାର ବିକ୍ରମ ମଲ୍ଲିକ,ଲେଖିକା ଜୟନ୍ତୀ ଜେନା , ଡ଼ ସନ୍ତୋଷ କୁମାର ପୃଷ୍ଟି ,ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ,ଯାଜପୁରରୋଡ଼ ହୁଣ୍ଡା ମୋଟର ମାଲିକ ରାକେଶ ରାଉତ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶମ ଓ ଦ୍ୱାଦଶ ଶ୍ରେେଣୀରେ କୃତିତ୍ୱ ଅର୍ଜନ କରିଥିବା ଏ ବର୍ଷର କିଛି  ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ରକ୍ତଦାନ ମହତ ଦାନ ସମ୍ପର୍କରେ ଅଭିଭାଷଣ ଉପସ୍ଥାପନ କରିଥିଲେ। ରକ୍ତଦାନ କୁ ଏକ ମହତ ଦାନ ମନେକରି ସ୍ବେଚ୍ଛାକୃତ ଭାବରେ ପାଖାପା...

ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଶିକ୍ଷଣ,*ଜଗନ୍ନାଥ ପ୍ରସାଦକ୍ଲଷ୍ଟର

Image
 ଜଗନ୍ନାଥ ପ୍ରସାଦ/ଗଞ୍ଜାମ : -ସମ୍ପ୍ରତି ସାରା ବିଶ୍ୱ ରେ କୋଭିଡ ମହାମାରୀ ପରିସ୍ଥିତିରେ ବିଗତ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ବିଦ୍ୟାଳୟ ସବୁ ବନ୍ଦ ରହିଥିବାରୁ ବିକଳ୍ପ ଭାବେ ଅନଲାଇନ ଶିକ୍ଷାଦାନ କୁ ଗୁରୁତ୍ୱ ଦିଆଯାଉଛି. ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ଓଡିଶା ରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ପାଇଲଟିଂ ପ୍ରକଳ୍ପ ଭାବେ ନିଆ ଯାଇଥିବାରୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ. ଧନଞ୍ଜୟ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସିମାଞ୍ଚଳ ଜାନୀ ଓ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ରଙ୍କ ଆଦେଶ ଅନୁଯାୟୀଜଗନ୍ନାଥ ପ୍ରସାଦ କ୍ଲଷ୍ଟର ର ପ୍ରାୟ 55 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଗତ ଜୁଲାଇ ମାସରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦୁଇଟି ମଡ୍ୟୁଲ "ଟିଚରସ ୱେଲବିଙ୍ଗ " ଏବଂ "ହୋମ ବେସଡ ମିନି ପ୍ରୋଜେକ୍ଟ " ଉପରେ ତାଲିମ୍ ପ୍ରଦାନ କରାଯାଇଛି...। ବୃତ୍ତିଗତ ଶିକ୍ଷଣ ସମ୍ପ୍ରଦାୟ ବା ପି. ଏଲ. ସି. ମାଧ୍ୟମରେ ସହଯୋଗୀ ଅଧ୍ୟୟନ, ଶିକ୍ଷଣ ଦକ୍ଷତାର ଆଦାନ ପ୍ରଦାନ ଦ୍ୱାରା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦକ୍ଷତା ଏବଂ ଜ୍ଞାନର ବିକାଶ ସହିତ ଏକ ଶକ୍ତିଶାଳୀ ନେତୃତ୍ୱ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ବିକାଶ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରହିଅଛି।                   ଏହି କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ...

ସମାଜସେବୀ ତଥା ଇଂ.ଚନ୍ଦନା ମଲ୍ଲିକ ନବରଙ୍ଗପୁର ଜିଲ୍ଲା ମହିଳା କ୍ରୀଡା ବିଭାଗ ସମ୍ପାଦିକା ପଦବୀରେ ଅବସ୍ଥାପିତ ହେଲେ।

Image
ନବରଙ୍ଗପୁର-: ଉମରକୋଟ 17.08.21. ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପ ସଭାପତି ତଥା ଗୁରୁକୃପା ବିଜ୍ଞାନ ମହାବିଦ୍ୟାଳୟ ର ମଲ୍ଟି ଟେଲେଣ୍ଟେଡ ପ୍ରଫେସର ଇଂ. ଚନ୍ଦନା ମଲ୍ଲିକ ଙ୍କୁ ନବରଙ୍ଗପୁର ଜ଼ିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ମହିଳା କ୍ରୀଡା ର ଉନ୍ନତି ନିମନ୍ତେ ମହିଳା କ୍ରୀଡା ବିଭାଗ ର ସମ୍ପାଦିକା ଭାବେ ଦାୟିତ୍ୱ ଦିଆଯାଇଛି l ଯାହାଫଳରେ ଜ଼ିଲ୍ଲା ରେ ମହିଳା କ୍ରୀଡା ର ଉନ୍ନତି ହେବ ବୋଲି ଜ଼ିଲ୍ଲା ଚୟନ କମିଟି ଆଶା ରଖିଛନ୍ତି l ଅନ୍ୟ ପକ୍ଷରେ ଇଂ. ଚନ୍ଦନା ମଲ୍ଲିକ ମହିଳା କ୍ରୀଡା ବିଭାଗ ର ସମ୍ପାଦିକା ପଦ ନିଯୁକ୍ତି ପାଇବା ଶୁଣି ଜ଼ିଲ୍ଲା ରେ ଖୁସି ର ଲହରୀ ଦେଖିବାକୁ ମିଳିଛି l ଇଂ ଚନ୍ଦନା ମଲ୍ଲିକ ଙ୍କୁ ଏହି ଅବସରରେ ନବରଙ୍ଗପୁର ଠାରେ ଲୋକସଭା ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନିତ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ଶ୍ରୀ ପ୍ରମୋଦ ପାଢ଼ୀ, ଜ଼ିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଶ୍ରୀ ବାଳକୃଷ୍ଣ ରାଓ, ବ୍ୟାଟବିଣ୍ଟନ ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ଏବଂ ହକି ସମ୍ପାଦକ ସ୍ବେଛାସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ...

ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଜଗନ୍ନାଥ ପ୍ରସାଦ, କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।

Image
ଜଗନ୍ନାଥ ପ୍ରସାଦ,:-(ଜଗନ୍ନାଥ ପ୍ରସାଦ ବ୍ଲକରୁ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ)- ସମଗ୍ର ଦେଶରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନଖଣ୍ଡ ଅଧିକାରୀ ଶ୍ରୀ ଉମାକାନ୍ତ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜାତୀୟ ପର୍ବରେ ରେଞ୍ଜର ଶ୍ରୀରାମ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତତ୍ ସହିତ ଉପସ୍ଥିତ ସମସ୍ତ ବନବିଭାଗ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରି ଦେଶ ପାଇଁ ସ୍ବାଧୀନତା ଆଣି ପ୍ରାଣବଳି ଦେଇଥିବା ସଂଗ୍ରାମୀଙ୍କୁ ଅଭିବାଦନ ଜଣାଇଥିଲେ। 

ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହେଲା।

Image
ଜଗନ୍ନାଥ ପ୍ରସାଦ ବ୍ଳକରେ 75ତମ ସ୍ୱାଧୀନତା ଦିବସ ପାଳିତ  ଜଗନ୍ନାଥ ପ୍ରସାଦ ବ୍ଲକରୁ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ- ୭୫ତମ ସ୍ବାଧୀନତା ଦିବସ  ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ମୁଖ୍ୟ ଆତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳନ କରିଥିଲେ,ସଂଘ ଉପଦେଷ୍ଟା ପ୍ରଦୀପ କିଶୋର ଭୂୟାଁ ସମାନୀତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଭାପତି ଚନ୍ଦ୍ର କେତୁ ରାଉତ ଙ୍କ ସଭାପତିତ୍ବରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେଯୋଗ ଦେଇଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି  ସାମ୍ବାଦିକ ମୃତ୍ୟୁଞ୍ଜୟ panda, ଧବଳେଶ୍ୱର ବେହେରା ଦିଗାମ୍ବର ନାୟକ, ପ୍ରଦୀପ ଚୌଧୁରୀ, ପଦ୍ମନିଧି ଚୌଧୁରୀ, ଚିତ୍ତରଞ୍ଜନ ଗନ୍ତାୟତ ଉପସ୍ଥିତ ଥିଲେ,  ସେହି ପରି ଜଗନ୍ନାଥ ପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ ଦାସ କିରଣ କୁମାର ସଭାପତିତ୍ବ କରି ପତାକା ଉତ୍ତଳନ କରିବା ସହିତ ମେଡିକାଲ ଭିତରେ ଏବଂ ବାହାର ସଫାଈ କାର୍ଯ୍ୟକ୍ରମ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ସମସ୍ତ କାର୍ଯରତ କର୍ମଚାରୀ ସଫେଇ କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଥିଲେ,ଏବଂ 40ଜଣକୁ ସାର୍ଟ, ଟୋପି ବଣ୍ଟନ କରାଯଇଥିଲା,ସେହିପ...

ଅଳସୁଗୁମ୍ମା ପଞ୍ଚାୟତରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହେଲା।

Image
ଗଞ୍ଜାମ/ଜଗନ୍ନାଥ ପ୍ରସାଦ:- ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି  ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତର ସମସ୍ତ ଓ୍ବାର୍ଡମେମ୍ବର ସମେତ ପଞ୍ଚାୟତ କାର୍ଯନୀର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ ଏବଂ ପଞ୍ଚାୟତର ସରପଞ୍ଚ ଶ୍ରୀ ହୃଷୀକେଶ ନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ନିଜ ବକ୍ତବ୍ୟରେ  ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ପଞ୍ଚାୟତ ସମସ୍ତ ଜନ ସାଧାରଣଙ୍କୁ ସ୍ବାଧୀନତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ତତ୍ ସହିତ  ଉପସ୍ଥିତ ସମସ୍ତ  ସଭ୍ୟ ଏବଂ ସାଧାରଣ ଲୋକଙ୍କୁ ସ୍ବାଧୀନତା ଦିବସ ପାଳନ ର ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ  ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ସ୍ବାଧୀନତା ଦିବସ ପାଳନ କରିବା ଏବଂ ନିର୍ଦ୍ଧାରିତ ସମୟାନୁଯାୟୀ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। (ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ)

ଆମ୍ବୁଲାନ୍ସ ଓ ଟେଙ୍କର ମୁହାଁମୁହିଁ ଧକ୍କା ଯୋଗୁଁ ପରିସ୍ଥିତି ଭୟଙ୍କର ହେଲା

Image
ରାୟଗଡା:- ଜିଲ୍ଲାର ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଘରୋଇ ଆମ୍ବୁଲାନ୍ସ ଓ ଟେଙ୍କର ମୁହାଁମୁହିଁ ଧକ୍କା ଘଟି 3ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସରେ ଥିବା 2ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତ୍ବର ହୋଇଥିଲେ। ଗୁରୁତରଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଖାନାରେ ଜଣଙ୍କ ମୃତ୍ୟୁ ଘଟିଛି।  ବିଷମକଟକରୁ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା କପିଲଭଟ୍ଟାକୁ ଆମ୍ବୁଲାନ୍ସ ଯାଉଥିବା ବେଳେ ବିପରୀତ ଦିଗରୁ ଝlରସୁଗୁଡ଼ାରୁ ଟିକିରି ଯାଉଥିବା ଟଙ୍କାର ସହ ମୁହାଁ ମୁହିଁ ଧକ୍କା ହୋଇଛି। ବିଷମକଟକ ଖ୍ରୀଷ୍ଟିଆନ ଡାକ୍ତରଖାନାକୁ ଜଣେ ମହିଳା ଚିକିତ୍ସା ପାଇଁ ଆସି ମୃତ୍ୟୁ ଘଟିବା ପରେ ମୃତଦେହ ନେଇ  ଆମ୍ବୁଲାନ୍ସ ଯୋଗେ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ମହିଳା ରୋଗୀ ଆମ୍ବୁଲାନ୍ସ ଡ୍ରାଇଭର ସହ 4ଜଣଙ୍କ ମୃତ୍ୟୁ ଘଟିଛି।( ରାୟଗଡା ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ )

ଘୁ.ଉଦୟଗିରି ଠାରେ ଇନଡୋର ଷ୍ଟାଡିୟମର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ ଗ୍ରାମବାସୀ

Image
ବାଲିଗୁଡା ; (ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତାବିତ ଇନଡୋର ଷ୍ଟାଡିଅମର ନିର୍ମାଣ ନିମନ୍ତେ ଅନୁଦାନ ମଂଜୁର କରିଥିବାରୁ ନଗର ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ଘୁ.ଉଦୟଗିରି ବାସୀ I ଯୁବବର୍ଗଙ୍କ ବ୍ୟକ୍ତିତ୍ୱର ବିକାଶ, ଅନ୍ତର୍ନିହିତ ଶକ୍ତିର ଉପଯୋଗ ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବାରେ କ୍ରୀଡା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ I କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ଯୁବଶକ୍ତି ପାଇଁ ବିନିଯୋଗ ଅଟେ ଏବଂ ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ ଅଟେ l ବିଜୁ ବାବୁଙ୍କ ଆନ୍ତରିକ ଇଛା ଥିଲା ଯେ, ପ୍ରତ୍ୟେକ ଓଡ଼ିଆ ନିଜ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ପାଆନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସଫଳତାର ଶିଖର ସ୍ପର୍ଶ କରନ୍ତୁ ବୋଲି ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମତପ୍ରକାଶ କରିଥିଲେ I ସେହି ଦୃଷ୍ଟି ଭଙ୍ଗୀ ଆଧାରରେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଛଅ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରି ଥିବାରୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଟିକାବାଲି ବ୍ଲକ ସଭାପତି ରୋଦନ ମଲିକ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଳ, ଘୁ.ଉଦୟଗିରି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ମହିଳା ସଭାନେତ୍ରୀ ଭା...

ୱାର୍ଡମେମ୍ବରଙ୍କ ସନ୍ଦେହ ଜନକ ମୃତ୍ୟୁ

Image
ଜଗନ୍ନାଥ ପ୍ରସାଦ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁମ୍ପାପଡା ପଂଚାୟତ ଲୁନିଢ଼େପ ଗ୍ରାମର ଅଭିମନ୍ୟୁ ବେହେରା ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି, ସୂଚନା ପ୍ରକାରେ ଅଭିମନ୍ୟୁ ନିଜ ଗ୍ରାମ ପଛପଟେ ଥିବା କାଜୁ ଜଙ୍ଗଲ ରେ ତାଙ୍କୁ ଠାବ କରାଯଇଛି,ଜଗନ୍ନାଥ ପ୍ରସାଦ ବ୍ଲକ କୁମ୍ପାପଡା ପଂଚାୟତ ଲୁଣିଢ଼େପ ଗ୍ରାମରେ ଏହି ଘଟଣା ଘଟିଛି, ଅଭିମନ୍ୟୁ ଆଜି ସକାଳୁ ଚା ପିଇ ନିଜ ଟିଭିଏସ ଗାଡ଼ିରେ କାଜୁ ଜଙ୍ଗଲ କୁ ଯାଇଥିଲେ, କିଛି ସମୟ ପରେ କାଜୁ ଜଙ୍ଗଲ ରେ ମୃତ ଦେହ ପଡ଼ିଥିବା ଖବର ମିଳିବାରୁ ଜିଲ୍ଲା ପରିଷଦ ବରୁଣ ବେହେରା, ଓ ସରପଞ୍ଚ ଯଶବନ୍ତ ବଳବନ୍ତ ସାହାଣୀ ଘଟଣା ସ୍ଥଳେ ପହଂଚି ଜଗନ୍ନାଥ ପ୍ରସାଦ ପୋଲିସକୁ ଖବର ଜଣାଇ ଥିଲେ, ପୋଲିସ ମୃତ ଦେହକୁ ଜବତ କରି ବ୍ୟବ ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପଠାଇଛି!

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଧାନୀବାସୀଙ୍କ ପାଇଁ କମିଶନରେଟ୍ ଟ୍ରାଫିକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ

Image
ଭୁବନେଶ୍ୱର ; /(ବ୍ରା.ମୁ.ବ୍ୟୁରୋ): ୭୫ତମ ସ୍ୱାଧୀନତା ଦିବସ ପ୍ୟାରେଡ ଉପଲକ୍ଷେ ରାଜଧାନୀବାସୀଙ୍କ ପାଇଁ କମିଶନରେଟ୍ ଟ୍ରାଫିକ ପୋଲିସ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୧୫ ରିଖ ଦିନ ସକାଳ ୭.୩୦ ମିନିଟ ଠାରୁ ପ୍ୟାରେଡ ସରିବା ପର୍ଯ୍ୟନ୍ତ କୌଣସି ଯାନ ବାହାନ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ (ଏମ.ବି. ଏସ. ସ୍କୁଲ ଠାରୁ ସେଣ୍ଟ. ଜୋସେଫ ସ୍କୁଲ ) ରାସ୍ତା ଦେଇ ଯାଇପାରିବେ ନାହିଁ । ଯେଉଁ ଗାଡ଼ି ଗୁଡ଼ିକ ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡକୁ ଯିବାକୁ ଚାହିଁବେ, ସେମାନେ ଏମ.ବି.ଏସ. ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ, ସେହିପରି ଯେଉଁ ଗାଡି ଗୁଡିକ ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ, ଜୋସେଫ ସ୍କୁଲ ଗଳି ରାସ୍ତାରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ପି.ଏମ.ଜି. ଓ କେଶରୀ ଟକୀଜ ପଟୁ ଆସୁଥିବା ସମସ୍ତ ଗାଡି ଗୁଡିକୁ ଚାର୍ଲ ହୋଟେଲ ଠାରୁ ସଚିବାଳୟ ମାର୍ଗ ଆଡକୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ । ହାଉସିଂବୋର୍ଡ ଓ ରାମ ମନ୍ଦିର ରାସ୍ତା କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକ ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ । ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକ ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବ...

ଯାଜପୁର ବାସି ଙ୍କ ଦୀର୍ଘ ଦିନ ର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ।

Image
ବ୍ୟାସନଗର ; ୧୧/୦୮(ବ୍ୟୁରୋ ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳର କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏଠାରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଈଁ ଦାବି କରିଥିବା ବେଳେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଇଣ୍ଡୋର ଷ୍ଟାଡିୟମର ପ୍ରତିଷ୍ଠା ପାଈଁ ଅନୁମୋଦନ ଦେଇଥିବା ହେତୁ ଏହି ଉପଲକ୍ଷେ ଆଜି ସ୍ଥାନୀୟ ‘ସେଲିବ୍ରେସନ ମଣ୍ଡପ’ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି । ଏଥିରେ କୋରେଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାର କ୍ରୀଡ଼ାବିଦ୍ ଓ ଖେଳାଳୀମାନଙ୍କୁ ଯଥାସମ୍ଭବ ସହଯୋଗ କରୁଥିବା ସହ ଉଚିତ ସମ୍ମାନ ମଧ୍ୟ ପ୍ରଦାନ କରିଆସୁଛନ୍ତି । ସେ ଉପସ୍ଥିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ଉପକରଣ ପ୍ରଦାନ କରିଥିଲେ। ଏହି ଇଣ୍ଡୋର ଷ୍ଟାଡିୟମରେ ୯କୋଟି ୫୫ଲକ୍ଷ ଟଙ୍କା ଅନୁଦାନ ମଂଜୁର ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସବିତା ରାଉତ, ସରୋଜିନୀ ବଳ, ବିଜେଡି ନେତା ବ୍ରଜକିଶୋର ରାଉତ, ଉଷାରାଣୀ ସାମଲ, ମହେଶ ଧଳ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ସଂବିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲ...

କୃଷିର ଭିତ୍ତିଭୂମି ବିକାଶ ବନାମ ଆମପିଲା ଷ୍ଟାଡିୟମରେ ଖେଳିବେ !

ଓଡ଼ିଶାରେ ଆଜି ପ୍ରଶାସନିକ ଅଧୋଗତି କାହିଁକି ?  ଗତ କାଲି ରାଜ୍ୟ କ୍ୟାବିନେଟ ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଲା ରାଜ୍ୟ ରେ ୮୯ ଟି ଇଣ୍ଡୋର ଷ୍ଟାଡିୟମ ୭୦୦ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହେବ ଓ ସେହି କାମ ୧୮ମାସ ଭିତରେ ସରିବ । ଏହି ଘୋଷଣା କୁ ଭାରତ ବର୍ଷ ର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହୀନ୍ଦ୍ର। ସ୍ୱାଗତ କରିଛନ୍ତି ଓ ରାଜ୍ୟର କ୍ରୀଡ଼ାବିତ ମନେ ମଧ୍ୟ ସ୍ୱାଗତ କରିଛନ୍ତି ।ଆମେ ଏଥିରେ ଦ୍ବିମତ ନୋହୁଁ । ରାଜ୍ୟ ସରକାର ଯେଭଳି ଢଙ୍ଗ ରେ ଏହି ବାବଦ ରେ ଇଛା ଶକ୍ତି ର ପରିପ୍ରକାଶ କଲେ ସେଭଳି ଇଛାଶକ୍ତି କୃଷି କ୍ଷେତ୍ରରେ କାହିଁକି ହେଇ ପାରୁନାହିଁ ତାହା ତାହା ମୋ ଭଳି ଗୋଟିଏ ଛୋଟିଆ ଲୋକ ପକ୍ଷରେ ବୁଝିବା ସମ୍ଭବ ନୁହେଁ । ଆଜି ବି ରାଜ୍ୟରେ ବିଭିର୍ଣ ଜାଗାରେ ଧାନ ମଣ୍ଡି ଗୁଡିକରେ ହଜାର ହଜାର ଧାନ କିଣା ନହୋଇ ପଡି ରହିଛି । ଚାଷୀ ସାହୁକାର ର କରଜ ସୁଜି ନପାରି ଆତ୍ମହତ୍ୟା କରୁଛି । ରାଜ୍ୟରେ ଥିବା ସରକାର କାଳିଆ ଯୋଜନାରେ ଓ କେନ୍ଦ୍ର ରେ ଥିବା ସରକାର ପି ଏମ କିଷାନ ଯୋଜନା ରେ କିଛି ଚାଷୀ ଙ୍କର ଖାତା କୁ ହଜାର ହଜାର କୋଟି ଟଙ୍କା ଫୋପାଡ଼ି ଭୋଟ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି । ନା କେନ୍ଦ୍ର ସରକାର କି ରାଜ୍ୟ ସରକାର କେହିବି ମିଶନ ମୋଡ଼ ରେ ଚାଷି ଙ୍କର ସମସ୍ୟା କୁ ଗୁରୁତର ଭାବେ ନେଉନାହାନ୍ତି। ରାଜ୍ୟରେ ଥିବା କୃଷି ଭିତ୍ତିକ କାରଖାନା ଗୁଡିକ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ପଡିଛି । ଆଜି ବି ଆମ ...

ଜଗନ୍ନାଥ ପ୍ରସାଦ ବ୍ଲକ୍ କୃଷକ ସାଥି ପକ୍ଷରୁ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଯାଇଛି।

Image
କୃଷକ ସାଥି ମାନଙ୍କ ବୈଠକ ଜଗନ୍ନାଥ ପ୍ରସାଦ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଆତ୍ମା ବିଲଡିଂ ଠାରେ 25 ଟି ପଂଚାୟତର 50 ଜଣ କୃଷକ ସାଥି ଭାଇ ଓ ଭଉଣୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଏଠାରେ ସମସ୍ତ କୃଷକସାଥି ଭାଇ, ଭଉଣୀ ଏକତ୍ର ମିଳିମିଶି ଆଲୋଚନା କରି ମତ ପ୍ରକାଶ କଲେ ଯେ ଆମେ ସରକାରଙ୍କ ନିମୟ ଅନୁସାରେ ଧାଡି ରୁଆ, ବିଜୁ ସ୍ୱାସ୍ଥ୍ୟ କାର୍ଡଏବଂ ପଂଚାୟତର କୃଷକ ଭାଇ ମାନଂକୁ ସାହାଯ୍ୟ କଲୁ ହେଲେ ବଡ ଦୁଃଖ ଓ ପରିତାପର ବିଷୟ ଆଜକୁ ପ୍ରାୟ 13 ବର୍ଷରୁ ଉର୍ଦ୍ଧହେବ ହେବ ପରିଶ୍ରମ କରି ରାଜ୍ୟ ସରକାର ମାସକୁ ଏକ ହଜାର (1000)ଟଙ୍କା ପାରିଶ୍ରମିକ ମୂଲ୍ୟ ଦେଲେ,ହେଲେ ଆମ୍ଭେମାନେ କିପରି ଚଳିବୁ ଓ ପିଲା ଛୁଆ ମାନଙ୍କୁ ନେଇ ଭବିଷତ ଗଢ଼ିବୁ, ତେଣୁ ବ୍ଲକ ସ୍ତରରେ କୃଷକ ସାଥି ଭାଇ ଓ ଭଉଣୀ ଏକତ୍ର ହୋଇ ରାଜ୍ୟ ସରକାର ଙ୍କୁ ଓଡିଶା କୃଷକ ସାଥି ସଙ୍ଘ ମଧ୍ୟମରେ ଜଣାଇବା, ତାପରେ କିଛି ଯଦି ନ ହୁଏ ତାହା ହେଲେ ଗଣତନ୍ତ୍ର ପଦ୍ଧତିରେ ଆନ୍ଦାଳନ ଓ ଅନଶନ କରିବା, ଏଥିରେ କୃଷକ ସାଥି, ମୃତ୍ୟୁଞ୍ଜୟ ପଣ୍ଡା, ଶିବରାମ ବେହରା, ପ୍ରମୋଦ କୁମାର ବିଷୋୟୀ, ଭଗବାନ ପାତ୍ର, ଦିପ୍ତି ରାଉତ, ଅକ୍ଷୟ ପ୍ରଧାନ, ବୁବୁନା ଦଳବେହେରା, ମହେନ୍ଦ୍ର କୁମାର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ! ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରୁ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ

ଟିକିରି ଗ୍ରାମ ପଞ୍ଚାୟତ ବିଲାମାଲ ଛକ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଗ୍ରାମ ପଞ୍ଚାୟତ ବିଲାମାଲ ଛକ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କଲେ କାଶୀପୁର ଅଞ୍ଚଳ ର ଆଦିବାସୀ l ସାରା ବିଶ୍ୱରେ ଅଗଷ୍ଟ 9 ତାରିଖ କୁ ବିଶ୍ଵର ଆଦିବାସୀ ମାନେ ଆଦିବାସୀ ଦିବସ ଭାବେ ପାଳନ କୋରିଆସୁଥିବା ବେଳେ ଓଡିଶା ରାଜ୍ୟ କାଶୀପୁର ମାଟି ର ଆଦିବାସୀ ଜନ ଜାତି ପ୍ରଥମ ଥର ଜାଗୃତି ହଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ l କାଶୀପୁର ମାଟିର ଆଦିବାସୀ ସଭାପତି ଶ୍ରୀ କମଳ ଲଚନ ସାଉଁତା, ସମ୍ପାଦକ ଶିବ ମାଝୀ, ମୁଖ୍ୟ ପ୍ରବକ୍ତା ବନମାଳି ମାଝୀ, ଅନ୍ୟାନ୍ୟ ଆକର୍ଷଣୀୟ ପ୍ରବକ୍ତା, ବୁଦ୍ଧିଜୀବୀ ଶ୍ରୀ ଉପେନ୍ଦ୍ର ମାଝୀ, ଭଗବାନ ମାଝୀ, ଉପସ୍ଥିତ ଡ଼ଙ୍ଗାସିଲ ସରପଞ୍ଚ ଶ୍ରୀ ନରସିଂଙ୍ଗ ସାଉଁତା, ଏବଂ କାଶୀପୁର ବ୍ଲକ ରୁ ଉପସ୍ଥିତ ରହିଥିବା ସମସ୍ତ ଆଦିବାସୀ ମାନ୍ୟଗଣ ଆଗମୀ ଦିନରେ ହାତ କୁ ହାତ ମିଶାଇ ଏକ ହେବା l ଆଦିବାସୀ ମାନଙ୍କ ହକ ଜଳ, ଜମି, ଜଙ୍ଗଲ କୁ ପ୍ରlଧାନ୍ୟ ଆଖ୍ୟା ଦେଇ ବଞ୍ଚାଇରଖିବା l କାଶୀପୁର ର ଉନ୍ନତି କିପରି ହେବ ଆମର ସବୁ ଛଡାଇ ନେଇ ଥିବା ଉତ୍କଳ କମ୍ପାନୀ ଥାଇ ଉନ୍ନତି ହଇ ପାରୁନାହୁଁ l ଶିକ୍ଷା, ସ୍ୱlସ୍ଥ, ଗମନା ଗମନ ଏବଂ ମୌଳିକ ଅଧିକାର କିପରି ପାଇବା l କେବେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କ ଅଧିକାର ପାଇଁ ଦିଆଯାଇଥିବା ସମ୍ବିଧାନର 5 ମ ସୂଚୀ ଆଇନ କାର୍ଯ୍ୟକାରି କରିବେ l ଏବଂ ବିଶ୍ଵ ଆଦବାସୀ ଦିବସ କୁ ନେସନାଲ ଛୁଟି ଭାବରେ ଘଷଣl କରାଯା...

୫-ଟି ଅଧିନରେ କାର୍ଯ୍ୟ ହେଉଥିବା ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ଦାରିଙ୍ଗବାଡି ବିଡ଼ିଓ

Image
ବାଲିଗୁଡା; (ବ୍ୟୁରୋ): ଓଡିଶା ସରକାରଙ୍କର ୫ ଟି ଅଧିନରେ କାର୍ଯ୍ୟ ହେଉଥିବା ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ଦାରିଙ୍ଗବାଡ଼ି ବିଡ଼ିଓ କଳାକୃଷ୍ଣ ପ୍ରଧାନ। ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବୁଡ଼ାଗୁଡ଼ା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଭାବେ ଘୋଷଣା କରାଯାଇ ଥିବାବେଳେ ବର୍ତମାନ ସ୍ମାର୍ଟସ୍କୁଲ ଭାବେ କାର୍ଯ୍ୟ ଚାଲୁ ରହିଛି । ଦୁଇଟି ସ୍ମାର୍ଟସ୍କୁଲ କାର୍ଯ୍ୟ କିପରି ଶୀଘ୍ର ସରିବ ଓ କିପରି ଉତ୍ତମ ମାନର ହେବ ସେନେଇ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ବିଡ଼ିଓ ଙ୍କର ଗସ୍ତ ବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା, ସିମନବାଡ଼ି ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠି, ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ ବିଶ୍ୱରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲିଗୁଡା ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର

Image
ବାଲିଗୁଡା ; (ବ୍ୟୁରୋ):ବାଲିଗୁଡା ଉପଖଣ୍ଡ କାରାଗାରର ଏକ ବିଚାର ଧୀନ କଏଦୀ ବ୍ରହ୍ମପୁର କୋଭିଡ ମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଫେରାର ହୋଇଥିବା ଜଣାପଡିଛି l ସୂଚନା ମୁତାବକ ନୟାଗଡ ଅଞ୍ଚଳର ମିହିର ତହସିନ (୩୭) ନାମକ ଏକ ବ୍ୟକ୍ତି ବାଲିଗୁଡା ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ l ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଉଦୟଗିରି ଅବକାରୀ ବିଭାଗଙ୍କ ହାତରେ ଧରାପଡ଼ିଥିଲେ l ଜି.ଉଦୟଗିରି ଅବକାରୀ ବିଭାଗ କେଶ ନଂ.୧୭/୨୧ ରେ ମାମଲା ରୁଜୁ କରି ଉକ୍ତ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥିଲେ l ୪ ତାରିଖ ଠାରୁ ସେ ବାଲିଗୁଡା ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ l ଜୁଲାଇ ୨୮ ତାରିଖ ରେ ଦେହ ଅସୁସ୍ଥ ଲାଗିବାରୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ବାଲିଗୁଡା ମେଡ଼ିକାଲରେ କୋଭିଡ-୧୯ ପରୀକ୍ଷା କରାଇଥିଲେ l ରିପୋର୍ଟ ପଜିଟିଭ ଆସିବାରୁ କାରାଗାର ପରିସରରେ ଚିକତ୍ସା ହେଉଥିଲେ l କିନ୍ତୁ ଜୁଲାଇ ୩୧ ତାରିଖ ଦିନ ଶରୀର ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକତ୍ସାଳୟରେ ଚିକିତ୍ସା କରିବାପରେ ପରିସ୍ଥିତି ଗୁରୁତର ହେବାରୁ କଏଦୀ ମିହିର ତହସିନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ l ସେହିଦିନ ଠାରୁ ଶୁକ୍ରବାର ୬ ତାରିଖ ପର୍ଯ୍ୟନ୍ତ ସେ କୋଭିଡ ମେଡିକ...

କୃଷକଙ୍କ ମୁହଁରେ ହସ ଆଣୁଛି ୟୁଏଆଇଏଲ ପ୍ରୋଜେକ୍ଟ ସୁଗନ୍ଧ

Image
କାଶୀପୁର ବ୍ଲକ ର ଟିକିରି ଏବଂ ଏହାର ଆଖପାଖ ଅଞ୍ଚଳ ରେ କ୍ଷୁଦ୍ର ଓ ନାମପାତ୍ର ଚାଷୀଙ୍କ ପାଇଁ ଗୁଜୁରାଣ ମେଣ୍ଟାଇବା କୃଷିକାର୍ଯ୍ୟରୁ ବ୍ୟବସାୟିକ ଭିତ୍ତିକ କୃଷିକୁ ରୂପାନ୍ତର ସଂପ୍ରତି aka ବାସ୍ତବତାରେ ପରିଣତ ହୋଇଛି ଏବଂ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ (ୟୁଏଆଇଏଲ ) ଏହାର ´ପ୍ରୋଜେକ୍ଟ ସୁଗନ୍ଧ ' ପ୍ରୟାସ ଜରିଆରେ ସମ୍ମୁଖରେ ଭାଗରେ ରହି ଏହି ପରିବର୍ତ୍ତନର ବାହକ ହୋଇଛି | ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏହି ସହଯୋଗୀ ସଂସ୍ଥାର ଯାତ୍ରା 2018ରେ ଆରମ୍ଭ ହୋଇଥିବା ବେଳେ ତାହା ହିତାଧିକାରୀଙ୍କ ଆୟରେ ମଧ୍ୟ ସକାରାତ୍ମକ ପାର୍ଥକ୍ୟ ଆଣିଛି | ଏକ ନୂଆ ଫସଲ ଆପଣେଇବା କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ରହିଥିବା ପ୍ରତିରୋଧ ଦୂର ହୋଇଯାଇଛି, କାରଣ କୃଷକମାନେ ସେମାନଙ୍କ ଲାଭକୁ ନେଇ ନିଶ୍ଚିତ ନଥିଲେ | ଏବେ ସେମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଛନ୍ତି ଏବଂ 102 ଜଣ ଚାଷୀ ଲେମନ ଗ୍ରାସ ତୈଳ ବିକ୍ରି କରି 29 ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି |ଏହା ଗୋଟିଏ ମାତ୍ର ଦିଗ | ଏହି ପ୍ରକଳ୍ପ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିରେ ବୃଦ୍ଧି ଘଟାଇବା ସହିତ ଉଲ୍ଲେଖନୀୟ ଭାବରେ ଶ୍ରମ ଦିବସ ସୃଷ୍ଟି କରିପାରିଛି | ଏ କ୍ଷେତ୍ରରେ ଏକ ଚମତ୍କାର ଉଦାହରଣ ହେଉଛନ୍ତି ନୂଆଗାଁ ଗ୍ରାମର ନରସିଙ୍ଗ ଦିଶାରୀ | ଲେମନ ଗ୍ରାସ ତୈଳ ବିକ୍ରିର ଜରିଆରେ ସେ କରିଥିବା 17,277 ଟଙ୍କା ଉ...

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ଶତପ୍ରତିଶତ ସଫଳତା

Image
 ।          ଜଗନ୍ନାଥ ପ୍ରସାଦ : ୦୩.୦୮.୨୦୨୧ :  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀ ମାନେ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ସଫଳତା ଅର୍ଜନ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନରେ ୫୦ ଜଣ, ଦ୍ଵିତୀୟ ସ୍ଥାନରେ ୨୦ ଜଣ, ତୃତୀୟ ସ୍ଥାନରେ ୦୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ପରୀକ୍ଷାରେ ସରୋଜ ସାହୁ ୫୨୯, ଦେବଜାନୀ ସାହୁ ୫୨୯, ଦିପ୍ତିମୟୀ ଦଳବେହେରା ୫୨୬, ଅଙ୍କିତା ପ୍ରିୟଦର୍ଶିନୀ ୫୨୩, ଉତ୍କଳ କେଶରୀ ପଟ୍ଟନାୟକ ୫୧୭ ଓ ରୋହିତ ଦୋରା ୫୦୭ ମାର୍କ ରଖି  ଜଗନ୍ନାଥ ପ୍ରସାଦ ବ୍ଲକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦର ପ୍ରଥମ ଛଅ ଜଣରେ ନିଜର ନାମ ରଖିଛନ୍ତି । ସେହିପରି ବାଣିଜ୍ୟରେ ବିନୋଦ କୁମାର ମାଝୀ ୪୨୫ ମାର୍କ ରଖି କଲେଜର ନାମ ରଖିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂଘ ଚରଣ ପ୍ରଧାନ କୃତି ଛାତ୍ରଛାତ୍ରୀମାନଙ୍କୁ ମାନଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରୁ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରିପୋର୍ଟ