ରାୟଗଡ଼ା ଜିଲ୍ଲାର ଥେରୁବାଲି ରେ ଇମ୍ଫା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ।
ରାୟଗଡ଼ା/ଥେରୁବାଲି- ତା. ୨୯/୦୯/୨୦୨୧ // ( ରିପୋର୍ଟ ଯୋଗେଶ୍ଵର ଦାସ )ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଏକ ତରଳ ଅମ୍ଳଜାନ ଗ୍ଯାସ କ୍ଷରଣ ଏବଂ କର୍ମଚାରୀ ଏଥିରୁ ସୁରକ୍ଷା ପାଇବା ସଂପର୍କିତ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ଯକ୍ରମଟିକୁ ଇମ୍ଫାର ଉପ-ସଭାପତି (ନିର୍ମାଣ) ଶ୍ରୀ କେ ଭି ରାଓ ଙ୍କ ପ୍ରତ୍ଯେକ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ଯକ୍ରମରେ ରାୟଗଡା ସ୍ଥିତ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ବରୁପ କୁମାର ଜେନା, ସହ ନିର୍ଦ୍ଦେଶକ ଶ୍ରୀ ରଞୀିତ କୁମାର ନାଏକ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ସଂଗ୍ରାମ ହାଂସଦା, ଥେରୁବାଲି ଫାଣ୍ଡିର ସହକାରୀ ସବ୍-ଇନିସ୍ପେକ୍ଟର ଶ୍ରୀ ଜଗନ୍ନାଥ ବେହେରା, ସ୍ଥାନିୟ ଜେ କେ କାଗଜ କଳର ସୁରକ୍ଷା ବିଭାଗର ପରିଚାଳ ଶ୍ରୀ ରାମ ରଞୀନ ବିଶ୍ବାଳ, ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମ କୃଷ୍ଣ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ଯମରେ ତରଳ ଅମ୍ଳଜାନ କ୍ଷରଣ ର ଦୁର୍ଘଟଣା ଏଡାଇବା ପାଇଁ ଇମ୍ଫାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାଇଥିଲେ । ଜରୁରୀ କାଳିନ ପରିସ୍ଥିତିରେ କର୍ମଚାରୀ ମାନେ କିପରି ସତର୍କ ରହିବେ ଏବଂ ତରଳ ଅମ୍ଳଜାନ କ୍ଷରଣ ଜନିତ ଦୁର୍ଘଟଣାରୁ ରକ୍ଷା ପାଇବା କୌଷଳକୁ ଇମ୍ଫା କର୍ମଚାରୀ ମାନେ ମକ୍ ଡ୍ରିଲ ମାଧ୍ଯମରେ ପ୍ରଦର...