Posts

Showing posts from October, 2021

ନୀତି ଆୟୋଗ ଅଧିକାରୀଙ୍କ ଦ୍ବାରା ଚିହ୍ନିତ ମେଧାବୀ ଛାତ୍ରଛାତ୍ରୀଙ୍କ ଦୁବାଇ ଗସ୍ତ ପାଇଁ ବାଟ ଖୋଲିଥିଲା

Image
ରାୟଗଡା/କାଶୀପୁର/ଗୁଣପୁର : ତା : /୩୧/୧୦/୨୧  (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-  ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ‘ବିଶ୍ୱ ଏକ୍ସପୋ ମେଳା’ରେ ନୀତି ଆୟୋଗ ପକ୍ଷରୁ ଦେଶର ୧୧୨ଟି ଆକାଂକ୍ଷି ଜିଲ୍ଳାରୁ ଜଣେ ଲେଖାଁଏ ମେଧାବୀ ଛାତ୍ରଛାତ୍ରୀ ଏହି ମେଳାକୁ ଦେଖିବା ପାଇଁ ଚୟନ ପରୀକ୍ଷା କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ ଅଧିନସ୍ଥ ଓଡିଶାର ୧୦ଟି ଆକାଂକ୍ଷି ଜିଲ୍ଳା ମଧ୍ୟରେ ଥିବା ରାୟଗଡା ଜିଲ୍ଳାରୁ କାଶିପୁର ବ୍ଳକ ଶିଶୁ ମନ୍ଦିରର ମେଧାବୀ ଛାତ୍ର ଶ୍ରୀମାନ୍ ସତ୍ୟବ୍ରତ ନାୟକ ଚୟନ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଦୁବାଇ ଯିବା ପାଇଁ ଚୟନ ହୋଇଛନ୍ତି । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏ ନେଇ ଗତକାଲି ଏକ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଜିଲ୍ଳାର ଗତ ଦୁଇ ବର୍ଷର ମାଟ୍ରିକ୍ ବୋର୍ଡ ପରୀକ୍ଷାର ଟପ୍ପରମାନେ ଯୋଗ ଦେଇଥିଲେ । ଓଡିଶା ବୋର୍ଡରୁ ୫ଜଣ,ଆଇସିଏସସିରୁ ୬ଜଣ ଏବଂ ସିବିଏସଇରୁ ୪ଜଣ ମୋଟ ୧୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉକ୍ତ ଚୟନ ପରୀକ୍ଷାରେ ଗତ ୨୦୨୦ବର୍ଷରେ ରାୟଗଡା ଜିଲ୍ଳା ମାଟ୍ରିକ୍ ଟପ୍ପର ଛାତ୍ର ସତ୍ୟବ୍ରତ ଚୟନ ହୋଇଥିବା ଜଣାପଡିଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶହେ ମାର୍କର ତିନୋଟି ପର୍ଯ୍ୟାୟର ପରୀକ୍ଷାରେ ଛାତ୍ର ...

ଡାବୁଗାଁ ବଜାର ଏବେ ଚୋରଡକାୟତଙ୍କ କବଜାରେ ! ନିଷ୍କ୍ରିୟ ପୋଲିସ ସେବା, ସନ୍ଧ୍ୟା ହେଲେ ଦୋକାନୀଙ୍କ ମଧ୍ୟରେ ଭାଳେଣୀ ।

Image
ଡାବୁଗାଁ ସଦର ମହକୁମା ବଜାର ଉପରେ ୨ ଟି ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଡାବୁଗାଁ ଥାନାରେ ଶନିବାର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ,ଶୁକ୍ରବାର ରାତ୍ରିରେ ଡାବୁଗାଁ ବଜାରର ମୁଖ୍ୟ ରାସ୍ତା କଡରେଥିବା ମହମଦ ୟାସୀନ ଙ୍କ ଲୁଗା ଦୋକାନ ଓ ରାଜୁ ପାତ୍ର ଙ୍କ ଗ୍ରୋସରୀ ଦୋକାନ ବନ୍ଦ କରି ନିଜଘରକୁ ଯାଇଥିଲେ । କିଏ ଜାଣିଥିଲା ଅନ୍ଧକାର ରାତିର ଅପେକ୍ଷାରେ ଥିଲା ଚୋର । ଆଜି ସକାଳୁ ଉଭୟ ଦୋକାନୀ ଦୋକାନ ଖୋଲିବା ପରେ ଦେଖିବାକୁ ପାଇଥିଲେ ଯେ ଦୋକାନ ଟିଣ କଟାଯାଇ ଦୋକାନ ଭିତରୁ ଚୋରୀ ହୋଇଛି | ଚୋର ଉଭୟ ଦୁଇ ଦୋକାନ ର ଉପର ଟିଣ କାଟି ଦୋକାନ ଭିତରେ ପଶି ଲୁଗା ଦୋକାନରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ଏବଂ ଗ୍ରୋସରୀ ଦୋକାନ ରୁ ପ୍ରାୟ ଚିଲର୍ ଟଙ୍କା ଓ ଚିଲର୍ କଏନ୍ ଆନୁମନିକ ୧୦ ହଜାର ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ଡାବୁଗାଁ ଥାନାରେ ଉଭୟ ୨ ଦୋକାନୀ ଏତଲା ଦେଇଛନ୍ତି । ଘଟଣା ସ୍ଥଳରେ ଡାବୁଗାଁ ଥାନା ଆଇଆଇସି ସୁରେନ୍ଦ୍ର କୁମାର ବେହୁରିଆ, ସବଇନିସ୍ପେକ୍ଟର ଚନ୍ଦ୍ର ଭାନୁ ମହାନ୍ତି ପହଞ୍ଚି ତଦନ୍ତ କରୁଛନ୍ତି | ଏପଟେ ଡାବୁଗାଁ ମୁଖ୍ୟ ରାସ୍ତାରେ ଚୋରୀ ହେଉଛି ଯେଉଁଠି ପୋଲିସ ର ଏକ ବିଟ ହାଉସ ରହିଛି ସେଠାରେ ପୋଲିସ ୨୪ ଘଣ୍ଟିଆ ପହରା ଦେଉଛି | ଅନ୍ୟପଟେ କିଛି ଦିନ ହେଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟ ଓ ତହସିଲଦାରଙ୍କ ବାସଗୃହ କୁ ଦିନରାତି ପୋଲିସ ଜଗି ରହୁଛି | ସରକାରୀ ଅଧିକାରୀ ଙ୍କୁ ପୋଲିସ...

ଜିଲ୍ଲାମାନ୍ୟତା ପାଇବାର ଏତେ ବର୍ଷ ପରେ ସରକାରଙ୍କ ମନେପଡିଲା ରାୟଗଡ଼ା ଜିଲ୍ଲାର କଳା ସଂସ୍କୃତି କଥା । ଆରମ୍ଭ ହେବ ମାଁ ମାଝିଘରିଆଣି ଲୋକକଳା ମହୋତ୍ସବ।

Image
  ରାୟଗଡ଼ : ତା : ୩୦/୧୦/୨୧  (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟର ରାୟଗଡ଼  ଜିଲ୍ଲାର କଳା ସଂସ୍କୃତି କଥା ଡେରିରେ ହେଉପଛେ ମନେ ପକାଇଛନ୍ତି ସରକାର। ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସଙ୍କ ସମେତ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘ ଉପ ସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଦିନିକିଆ ରାୟଗଡା ଗ୍ରସ୍ତରେ ଆସି ଜିଲ୍ଲାର କଳାଓସଂସ୍କୃତିକୁ ମନେପକାଇ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉପସ୍ଥିତିରେ ଲୋକକଳା ସଂଘ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନାମରେ ମଝିଘରିଆଣି ଲୋକକଳା ମହୋତ୍ସବ ସ୍ୱତନ୍ତ୍ର ଭାବରେ ପ୍ରତିବର୍ଷ ପାଳିତ ହେବବୋଲି  ନିର୍ଦ୍ଶକ ଘୋଷଣା କରିଥିଲେ ।  ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦ୍ଶକ ଶ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରାୟଗଡାରେ କିଭଳି ଭାବେ ଲୋକକଳା ଓ ଲୋକ ସଂସ୍କୃତି, ଭାଗବତ ଟୁଙ୍ଗି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି, ପାଠାଗାର, ଆଦି ସମସ୍ତ ବିଭବ ଗୁଡିକ ସଠିକ ଭାବରେ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ...

ଜଗନ୍ନାଥ ପ୍ରସାଦ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବେଆଇନ ଜାଗାରୁ ଜବରଦଖଲ ଉଚ୍ଛେଦ

Image
ଜଗନ୍ନାଥ ପ୍ରସାଦ/ଗଞ୍ଜାମ:-(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ  ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବର ଦାଖଲ ଉଚ୍ଛଦ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ସରକାରୀ ଜମି କୁ ଜବରଦଖଲ କରି ବେଆଇନ ଭାବେ ଘର କରିବା, ପାଚେରୀ ନିର୍ମାଣ କରିବିନି ଭଳି ବହୁ ଅଭିଯୋଗ ନେଇ ଶେଷରେ ସ୍ଥାନୀୟ ତହସିଲଦାରଙ୍କ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିଲେ। ପୂର୍ବରୁ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ତହସିଲଦାର ଆକ୍ସନ ମୁଡ଼ରେ ପହଞ୍ଚି ଥିଲେ ଘଟଣା ସ୍ଥଳରେ।  ଜିରାବାଡ଼ି ଅଗ୍ନିଶମ ବିଭାଗ ପାଖରେ ଜାଗାକୁ ଜବର ଦାଖଲ  କରିବା ସହ ଘର କରି ରହୁଥିଲେ  । ପ୍ରକାଶ ଥାଉକି ଏହି ପରିବାରଙ୍କୁ ସ୍ଥାନୀୟ ପ୍ରଶାସନ 2009ରେ ଏହି ଜାଗାଟିଏ ଅଗ୍ନିଶମ ବିଭାଗ ନିମନ୍ତେ ଜରୁରୀ ଥିବା ହେତୁ ଜବରଦଖଲକାରୀ  ପରିବାରକୁ ଅନ୍ୟତ୍ର ଜାଗା ଦିଆଯାଇ ରାଜସ୍ବ ବଭାଗରୁ ଏହି ଜାଗା ଛାଡିବା ପାଇଁ ନୋଟିସ ହୋଇଥିଲା ! ପ୍ରଶାସନ ନୋଟିସ ସତ୍ବେ ଜାଗା ଛାଡି ଯାଇନଥିଲେ  । ପଞ୍ଚାୟତ ପକ୍ଷରୁ  ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ସୁବିଧା ମିଳିଥିଲେ ସୁଦ୍ଧା  ପୂର୍ଣ୍ଣ ବାସି ନାଇକ ଓ ହୀନ ନାଇକ ଜାଗା ଛାଡି ନ ଥିଲେ  ।   ଶେଷରେ ଅଗ୍ନିଶମ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯଇଥିଲା  ! ତହସିଲଦାର ମନୋଜ କ...

ମାନବିକତାର ଅଭାବ ହେତୁ ୨୭ବର୍ଷଧରି ବିତାଉଛନ୍ତି ବାସନ୍ଦ ଜୀବନ , ପ୍ରଶାସନ ଏଠି ଧୃତରାଷ୍ଟ୍ର, ବାକି ସବୁ ଦିବସ କଣା ! କାହାକୁ କହିବୁ ???

Image
ଜଗନ୍ନାଥ ପ୍ରସାଦ/ଗଞ୍ଜାମ:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-ସମାଜରେ ଆଜିବି ଏଭଳି କିଛି ମଣିଷ ରହିଛନ୍ତି ଯେଉଁମାନେ ମାନବିକତାର ଅଭାବ ହେତୁ ନିଜର ହିତାହିତ ଜ୍ଞାନ ଭୁଲି ଆଉଏକ ମଣିଷକୁ ହୀନ ଚକ୍ଷୁରେ ଦେଖିପାରନ୍ତି। ସମୟେ ସମୟେ କଙ୍ଗାରୁକୋର୍ଟ ଭଳି ନୀନ୍ଦନୀୟ ଆଚରଣ ପ୍ରଦର୍ଶନ କରି ସାଧାରଣ ପରିବାର ଟିକୁ ତଳିତଳାନ୍ତ କରିବାକୁ ପଛାଇ ନାହାଁନ୍ତି।  ଏତସତ୍ବେ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଆଖିରେ ପଟି ବାନ୍ଧି ନିଜ ଦାୟିତ୍ୱ ଭୁଲି ଯାଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ରାଉତି ପଞ୍ଚାୟତର ପାଲପଡ଼ା ଗ୍ରାମରେ।ପାଲପଡା ଗାଁର ମୂଳବାସିନ୍ଦା ଅଶୋକ ପ୍ରଧାନ ଓ ତାଙ୍କ ବୁଢ଼ୀମାଆ ଯଶୋଦା ଆଜି ମାନବ ସମାଜର ପ୍ରତ୍ୟେକ ସୁବିଧାରୁ ଢେର ପଛରେ ରହିଛନ୍ତି। କାରଣ ଦୀର୍ଘ ବର୍ଷ ତଳେ ଅଶୋକଙ୍କ ବାପା ସୁରେନ୍ଦ୍ର ପ୍ରଧାନ କୁଷ୍ଠ ରୋଗରେ ପିଡୀତ ହୋଇଥିଲେ, ଯାହା ପାଇଁ ଗାଲୋକେ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ। କିନ୍ତୁ ଅଶୋକଙ୍କ ବାପାଙ୍କ ଦେହାନ୍ତ ହେବାର ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀ ଙ୍କ ମାନସିକତା ରେ ପରିବର୍ତିତ ଚିନ୍ତାଧାରା ଉଦ୍ରେକ ହୋଇ ନାହିଁ।  ୨୭ ବର୍ଷଧରି  ଗ୍ରାମରୁ ବାସନ୍ଦ ପରେ ମଧ୍ୟ ଅତ୍ୟାଚାର ସରିଲା ନାହିଁ। ପରବର୍ତ୍ତୀ ସମୟରେ ଗାଁରେ ଥିବା ନିଜ  ତିନିଭରଣ ଜମିକୁ ପଡ଼ୋଶୀ ସନାତନ ପ୍ରଧାନଙ୍କୁ ଭାଗଚାଷ କ...

ସ୍ବାମୀ ଭୁଲିଗଲାସ୍ତ୍ରୀର ସ୍ନେହ,ଆଉ ପୁଅ ଭୁଲିଯାଉଛି ମାଆର ମାତୃଭାଷା ପ୍ରେମକୁ। ଶେଷରେ ବାପପୁଅ ମଶି ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ!

Image
  ୨୯/୧୦/୨୦୨୧ ରାଉରକେଲା(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ)  ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟତଃ ସମୟରେ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହା ସୁସ୍ଥ ସମାଜ ପାଇଁ ଏକ ନୀନ୍ଦନୀୟ ସୂଚନା। ପରିବାର ଭିତରେ ସାମାନ୍ୟ କିଛି ଅସନ୍ତୋଷ କୁ ନେଇ ଶେଷରେ ଏଭଳି ଉଗ୍ରରୂପ ଧାରଣ କରୁଛି ତାହା ଚିନ୍ତା ଠାରୁ ଦୂରରେ।ବାପାପୁଅର ରକ୍ତମୁଖା ଆକ୍ରମଣ ରେ ଶିକାର ହେଉଛନ୍ତି ଖୋଦ୍ ଜନ୍ମ କଲା ମାଆ। ବାପା ଭୁଲି ଯାଇଛି ନିଜ ସ୍ତ୍ରୀ ର ଭଲପାଇବା ଓ ସ୍ନେହ ଶ୍ରଦ୍ଧା ପ୍ରେମକୁ।ପୁଅ ଭୁଲିଯାଉଛି ଦଶମାସ ଦଶଦିନ ଗର୍ଭରେ ଧରିଥିବା ମାଆର ମାତୃତ୍ଵ କୁ।  ଘର ପରିବାରରେ ବି ଏମିତି ଘଟିବା ନେଇ ଆଶ୍ଚର୍ଯ୍ୟ ଲାଗୁଛି । ଘରୋଇ ବିବାଦକୁ ନେଇ ମହିଳାଙ୍କୁ ଧାରୁଆ ମାରଣାସ୍ତ୍ରରେ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ସ୍ବାମୀ ଓ ପୁଅ । ଘଟଣାଟି ଅବିଶ୍ବାସ ହେଉଥିଲେ ବି ପ୍ରକୃତ ସତ୍ୟ ଘଟଣା । ଏଭଳି ଏକ ହୃଦୟସ୍ପର୍ଶୀ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ଛେଣ୍ଡ ଥାନା ଅନ୍ତର୍ଗତ ଜେଜେ ମାର୍କେଟ ନିକଟସ୍ତ ଏଲ ବ୍ଲକରେ । ଉକ୍ତ ମହିଳାଙ୍କୁ ତାଙ୍କ ପୁଅ ଓ ସ୍ବାମୀ ଧାରୁଆ ମାରଣାସ୍ତ୍ରରେ ବେକ , ଛାତି , ପେଟ ଓ ପିଠିରେ ୨୦ ରୁ ଉର୍ଦ୍ଧ୍ବ ଥର ଆକ୍ରମଣ କରିଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ତାରେ ଆରଜିଏଚର ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗୁରୁତର ମହ...

ସୁନ୍ଦରଗଡ଼ ଜିଲ୍ଲା ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନର ଧାରଣା

Image
ରାଉରକେଲା, ୨୯/୧୦ (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ): ଉଦିତନଗର ସ୍ଥିତ ଫ୍ୟାକ୍ଟ୍ରି ଆଣ୍ଡ ବୋଏଲର କାର୍ଯ୍ୟାଳୟ ସମ୍ମୁଖରେ ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିଟ୍ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଧାରଣା ପ୍ରଦର୍ଶନ କରାଯାଇଥିଲା । ରାଉରକେଲା ତଥା ଆଖ ପାଖ ବିଭିନ୍ନ ଶିଳ୍ପରେ ଘଟିଥିବା ସାଂଗଠନିକ ଦୁର୍ଘଟଣା ସମ୍ପର୍କରେ ଉପ ନିର୍ଦ୍ଦେଶକ ଫ୍ୟାକ୍ଟ୍ରି ଏବଂ ବଏଲର ମାଧ୍ୟମରେ କାରଖାନା ଏବଂ ବୋଏଲର ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଶିଳ୍ପରେ ଦୁର୍ଘଟଣାକୁ କମ୍ କରିବା ପାଇଁ ତୁରନ୍ତ ପଦେକ୍ଷପ ନେବାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯେହେତୁ ସୁନ୍ଦରଗଡ଼ ଏକ ଖଣି ସଂପଦ ଅଞ୍ଚଳ । ରାଉରକେଲା ଇସ୍ପାତ କାରଖାନା ବ୍ୟତୀତ ଏଠାରେ ଅନ୍ୟ ଶିଳ୍ପ କାରଖାନା ପ୍ରତିଷ୍ଠା କରାଯାଇଛି । କିନ୍ତୁ ସୁରକ୍ଷା ବିଷୟ ର ଅଭାବ ହେତୁ ବିଭିନ୍ନ ଶିଳ୍ପରେ ନିୟମିତ ସଂଖ୍ୟାରେ ଦୁର୍ଘଟଣା ଘଟୁଛି । ଶିଳ୍ପ ଗୁଡ଼ିକରେ ଦୁର୍ଘଟଣା ହେତୁ ଅନେକ ମୂଲ୍ୟବାନ ଜୀବନ ଯାଇଛି । ଯାହାର ଉପକୃଷ୍ଟ ଉଦାହରଣ ହେଉଛି ଦୁର୍ଘଟଣା ଯାହା ଶିଳ୍ପ ମାଲିକଙ୍କ ଲାଭଜନକ ଉଦ୍ଦେଶ୍ୟ ଏବଂ ଶ୍ରମିକମାନଙ୍କ ଜୀବନ ମୂଲ୍ୟରେ ପରିଚାଳନା ତଥା ସରକାରୀ କର୍ମଚାରୀଙ୍କ ଡ଼୍ୟୁଟି ଦ୍ୱାରା କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଘଟୁଛି ଦୁର୍ଘଟଣା । ଯାହା ଘର ଭିତରେ ଥିବା କର୍ମଚାରୀ ସୁରକ୍ଷା ଏବଂ ନିରାପତାକ...

ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦେଲେ ରାଉରକେଲା ସହରର ବିଭିନ୍ନ ବସ୍ତିବାସିନ୍ଦା

Image
ରାଉରକେଲା, ୨୯/୧୦ (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ): ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଇଣ୍ଡଷ୍ଟ୍ରିଆଲ ଟାଉନ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଆବେଦନ କରାଯାଇଛି । ତିଲକାନଗର, ଚମ୍ପାଗଡ଼, ଫୁଲବାରୀ, ଶୀତଳନଗର ରତରାମ ବସ୍ତି, କୋଇଲା ଗେଟ, ହମିରପୁର ଏବଂ ଶୀବଶଙ୍କର ନଗର ଏନଏସଟି ଅଧିନରେ ଥିବା ଏହି ଚୁକ୍ତିନାମା ରାଉରକେଲା ଇସ୍ପାତ କାରଖାନା ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏବଂ କ୍ଷେତ୍ରଗୁଡ଼ିକ ପାଇଁ ପାନୀୟ ଜଳ, ଶିକ୍ଷା, ଡ୍ରେନେଜ ରୋଡ଼,ଷ୍ଟ୍ରିଟ୍ ଲାଇନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ରାଜି ହୋଇଛି । ଉପରୋକ୍ତ ସୁବିଧା ଯୋଗାଇବା ପାଇଁ ଆରଏସପି କର୍ତୃପକ୍ଷ ଏକ ଟଙ୍କା ଖର୍ଚ୍ଚ କରିନାହାଁନ୍ତି । ତେଣୁ ସ୍ଥାନୀୟ ବାସିନ୍ଦା ନିରଞନ ଦାସ (ଆଇନଜୀବୀ)ଏକ ଟିପିଏଲ ଆବେଦନ କରାଯାଇଥିଲା । ଏହି କ୍ଷେତ୍ରଗୁଡ଼ିକ ରାଉରକେଳା ମ୍ୟୁନିସିପାଲ କର୍ପୋରେସନ ଅନ୍ତର୍ଗତ କରିବା ପାଇଁ ୧୫/୧୧/୨୦୧୩ ରେ ହାଇକୋର୍ଟରେ ସୁମନ କୁମାର ପଟରା ସାମାଜିକ କର୍ମୀ, ଅଶୋକ କୁମାର ପଟ୍ଟନାୟକ ସାମାଜିକ କର୍ମୀ ହାଇକୋର୍ଟରେ ୬/୦୯/୨୦୧୪ ଆର୍ଦ୍ଦେଶାନୁସାରେ, ଏଚଓୟୁଡ଼ି ବିଭାଗ ଅଫ୍ କୋରକୋଟା ଷ୍ଟିଲ କର୍ତୃପକ୍ଷଙ୍କ ଆଲୋଚନା ପରେ ରାଉରକେଲା ଟାଉନସିପ୍ ୟୁନିଟ୍ ୪୮ ଅନ୍ତର୍ଗତ ଅଟେ । ରାଉରକେଲା ମ୍ୟୁନିସିପାଲଟି କର୍ପୋରେଟ ଏକ ପ୍ରମୁଖ ସାଇଟଲନଗର, ଫୁଲବାରୀ, ତିଲକାନଗର, ଉତ୍କଳ ବସ୍ତି,କୋଇଲା ଗେ...

ଫୁଲ ମୋହ ତୁଟାଇ, ବିଶ୍ଵ ଫୁଙ୍କିଲେ ଶଙ୍ଖ।

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଏବେ ରାଜ୍ୟର ରାଜନୈତିକ ପରିବେଶରେ ଚାଲିଛି ଦଳଡିଆଁ ଋତୁ। ବର୍ଷ ବର୍ଷ ଧରି ନେତାମାନେ ଥିବା ଦଳରେ ଦୀର୍ଘ ସମୟ ଧରି ସଫଳତା ନପାଇ ଶେଷରେ ଭାଗ୍ୟକୁ ନିନ୍ଦା କରିଛନ୍ତି। ନିଜ ରାଜନୈତିକ ଭାଗ୍ୟ କୁ ଥରକୁଥର ପରୀକ୍ଷା କରିବା ପରେ ଯେତେବେଳେ ବୁଝିପାରିଲେ ଯେ, ଏଣିକି ଆଉ ଏ ଦଳରେ ଭାଗ୍ୟବତୀ ପ୍ରସନ୍ନ ହେବାର ନାହିଁ, ତେଣିକି ଅନ୍ୟବାଟ ଆପଣାଇବାକୁ ହେବ ମନେକରି, ଦେଖାଇଛନ୍ତି ବୁଦ୍ଧିମାନର କାର୍ଯ୍ୟ। ଠିକ୍ ଏହିପରି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀରୁ।ଗତ ନିର୍ବାଚନରେ ଶାସକ ଦଳକୁ ଚେକ୍ ଦେଇ ଗୋଳିଆ ପାଣି ପିଇଥିବା ବରୀ ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ଯୁବନେତା ବିଶ୍ବରଂଜନ ମଲ୍ଲିକ ଶେଷରେ ବିଜେପି ଦଳର ସମସ୍ତ ସମ୍ପର୍କ ଛିନ୍ନ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ (ଏବେକାର ଯାଜପୁର ବିଧାୟକ) ଙ୍କ ଉପସ୍ଥିତିରେ  ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବିଶ୍ବରଂଜନ ଙ୍କ ସହିତ ଆହୁରି ଅନେକ ବରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଏବଂ କର୍ମୀମାନେ ଏହି ମିଶ୍ରଣ ପର୍ବରେ ବିଜେପି ଦଳଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି। ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏବେ ବିରୋଧୀ ଦଳ...

କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦୀପାବଳି ପୂର୍ବରୁ ଦେଇଛନ୍ତି ବଡ଼ ଉପହାର

ନୂଆଦିଲ୍ଲୀ : ଦୀପାବଳି ଅମାବାସ୍ୟା ପୂର୍ବରୁ କେନ୍ଦ୍ର ସରକାରଙ୍କ ରାଜ୍ୟ ମାନଙ୍କୁ ବଡ଼ ଉପହାର। କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ  ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧ ଲକ୍ଷ ୫୯ ହଜାର କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଲେଣି । ପୂର୍ବରୁ ୧୫ ଜୁଲାଇରେ ୭୫ ହଜାର କୋଟି ଓ ୭ ଅକ୍ଟୋବରରେ ୪୦ ହଜାର କୋଟିର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଆଜି ଦିଆଯାଇଥିବା ୪୪ ହଜାର କୋଟି ମଧ୍ୟରୁ ଓଡ଼ିଶା ସରକାର ପ୍ରାୟ ୧୭୭୯ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି । ଏହି କ୍ଷତିପୂରଣ ‘ବ୍ୟାକ୍ ଟୁ ବ୍ୟାକ ଲୋନ’ ଫାସିଲିଟି ଅଧିନରେ ଦିଆଯାଇଛି ।ନା କାହିଁକି ମାସକୁ ମାସ ସରକାରଙ୍କ ରାଜକୋଷରୁ ଅର୍ଥ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦିଆଯାଇଥିବା ଏହି କ୍ଷତିପୂରଣ ରାଶି ନିୟମିତ ଭାବେ ପ୍ରତି ୨ ମାସରେ ଦିଆଯାଉଥିବା ଜିଏସଟି କ୍ଷତିପୂରଣଠାରୁ ଅଲଗା ଭାବେ ଦିଆଯାଇଛି ।ଚଳିତ ବର୍ଷ ମେ ୨୮ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ ୧.୫୯ ଲକ୍ଷ କୋଟିର ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସତ କହିଲେ ବ୍ରହ୍ମ ବିନ୍ଧୁଛି....ଆଉ ନକହିଲେ ଜଳାପୋଡା ହେଉଛି!!!

Image
ସତ କହିଲେ ବ୍ରହ୍ମ ବିନ୍ଧୁଛି ... ଆଉ ନକହିଲେ ଜଳାପୋଡା ହେଉଛି ! ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :-୨୦୦୦ମସିହାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ଆଜି ୨୧ବର୍ଷର ହୋଇ କେବଳ ଗୋଟିଏ କଥାକୁ ଦେଖି ଆସୁଛି, ତାହା ହେଲା, ରାଜ୍ୟ ଶାସନ କ୍ଷମତାର ଚୌକିରେ ବସିଥିବା ସେହି ଜଣେ ଲୋକ ଅର୍ଥାତ୍ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କୁ। ଏତେ ବର୍ଷ ଧରି ସରକାର ଅଛି ମାନେ ତାହା କେବଳ ସମ୍ଭବ ହୋଇଛି ସଫଳତା ହାସଲ ପଛରେ ଲୋକଙ୍କ ହୃଦୟ ଜିଣିବା ପାଇଁ। ଆମ ଲୋକଙ୍କ ଗୋଟିଏ ଚିନ୍ତା,ଯିଏ ଆମ ପେଟକୁ ଦେଖି ଏବଂ ଅନ୍ୟକୁ ଦେଖାଇ ନିଜେ ଘର ପରିବାର ଜନଙ୍କ ସୁଖସମୃଦ୍ଧି କାମନା କରୁଛି ଏବଂ ସେ ହିଁ, ଭଦ୍ରବ୍ୟକ୍ତି। ଖାଇ ଖୁଆଇ ରାଜକୀୟ ଢଙ୍ଗରେ ରାଜକୋଷକୁ ଲୁଟୁଥାଉ ପଛେ,ଆମ ଲୋକଙ୍କ ଉପରେ ଋଣର ପରିମାଣବଢୁଥାଉ ପଛେ, ଆମେ ଜାଣୁ କିଏ ଜଣେ ଆମକୁ ଦେଉଛି। ହେଲେ ପ୍ରଶ୍ନ.....  ଏହି ରାଜକୋଷ ମାନେ କ'ଣ?? ଏହି ରାଜକୋଷ କାହାର ??? ରାଜକୋଷର ପ୍ରକୃତ ମାଲିକ କିଏ ???  ପ୍ରକୃତରେ ସରକାର କିଏ, କାହାକୁ ନେଇ ଗଠିତ ଏହି ସରକାର ??? ଉତ୍ତର ଖୋଜନ୍ତୁ......!!!???????? କାରଣ ଅନେକ!! ରାଜ୍ୟର ଶାସନ ଭାର ସମ୍ଭାଳିବା ପାଇଁ କୌଣସି ସରକାର କ୍ଷମତାକୁ ଆସିବ ତାପୂର୍ବରୁ ବାରମ୍ବାର ଚିନ୍ତା କରିବ ! ଯାହା ଚାହିଁବୁ ତାହା କରିବୁ, କେମିତି? ଯେପରି ଚାହିଁବୁ ସେପରି ହେବ କେତେବେଳେ? ଗଣ୍ଠିଧନ କୁହେ ରାଜ୍ୟରେ ନ୍ୟାୟ ଅନ୍ୟାୟ କିଛି ବିଚାର...

ରାୟଗଡ଼ା ଜିଲ୍ଲା କୋର୍ଟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ

Image
  ରାୟଗଡ଼ା : ତା: ୨୭/୧୦/୨୧ :- (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-ଏବେକାର ଦିନରେ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିବା ସହ ଆମେମାନେ ଖୁସିରେ ନିଜ ଚିରାଚରିତ ଦିବସକୁ ପ୍ରଶଂସା କରିବାକୁ ପଛାଇ ନାହିଁ। ସପ୍ତାହବ୍ୟାପୀ ଶପଥଗ୍ରହଣ ସମୟରେ ସାମ୍ନାକୁ ହାତ ରଖି ବିଭିନ୍ନ ପ୍ରକାରର ଦୁର୍ନୀତି ଠାରୁ ଦୂରରେ ରହିବାକୁ ଶପଥଗ୍ରହଣ କରିଚାଲିଛନ୍ତି। କିନ୍ତୁ ବଡ଼ ଅନୁତାପର ଖବର ଏହା ଯେ,ଏତେ ସତ୍ବେ ଯେଉଁ ସରକାରୀ କାର୍ଯ୍ୟାଳୟ ରେ ଶପଥଗ୍ରହଣ ନେଇଥିବା ଅଧିକାରୀ ମାନଙ୍କ ଭିତରେ ପୁଣି ଦେଖିବାକୁ ମିଳନ୍ତି ଦୁର୍ନୀତି ଖୋର କର୍ମଚାରୀ। ବହୁ ଆଗଧାଡିର କର୍ମଚାରୀ ସମେତ ତଳ କର୍ମଚାରୀମାନେ ଏପରି ଢଙ୍ଗରେ ବିଭିନ୍ନ ପ୍ରକାରର ଦୁର୍ନୀତି ରେ ଲିପ୍ତ ରହୁଛନ୍ତି ଯାହା ଗଣମାଧ୍ୟମରେ ଶିରୋନାମା ଖବର ପାଲଟୁଛି। ତେବେ ଆମେ ଆମ ସମ୍ବିଧାନର ପ୍ରତିଟି ନୀତି ନିୟମ ଅନୁସାରେ ସବୁବେଳେ ଆଗେଇ ଆସିଛନ୍ତି। ସାମ୍ବିଧାନିକ ମର୍ଯ୍ୟାଦା ସହ ଆମ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ବିରୋଧରେ ସଚେତନ କାର୍ଯ୍ୟକ୍ରମର ପାଳନ ହେବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ପାଳିତ ହେଉଥିବା ଏହି ଦିବସକୁ ସରକାରୀ କର୍ମଚାରୀମାନେ କେତେ ମାତ୍ରାରେ କାର୍ଯ୍ୟକାରୀ କରୁଛନ୍ତି ତାହା ହିଁ ଚର୍ଚ୍ଚାର ଖବର। ଏହି ଅବସରରେ  ରାୟଗଡା ଜିଲ୍ଲା କୋର୍ଟ ପରିସର ରେ    ଏକ ଶପଥ ପାଠ କାର୍ଯ୍ୟକ୍ରମ...

ଜଗନ୍ନାଥ ପ୍ରସାଦ ଠାରେ ଭ୍ରାମ୍ୟମାଣ କୃଷି ସଚେତନ ରଥର ଶୁଭାରମ୍ଭ

Image
ଜଗନ୍ନାଥ ପ୍ରସାଦ/ଗଞ୍ଜାମ:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରଣାଳୟ ତରଫରୁ  ଗ୍ରାମାଞ୍ଚଳର କୃଷି ଓ କୃଷକଙ୍କ ବିକାଶ ପାଇଁ ନାନାଦି କାର୍ଯ୍ୟକ୍ରମ ସଫଳତା ହାସଲ କରିଥିବା ବେଳେ ପୁଣି ଏକ ସଚେତନତା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ମୂଖ୍ୟାଳୟରେ ଥିବା  କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ସଚେତନତା ରଥର ଶୁଭାରମ୍ଭ ହୋଇଛି ।  ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସହକାରୀ କୃଷି ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ଜଗନ୍ନାଥ ପ୍ରସାଦ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୂପ କୁମାର ପଣ୍ଡାଙ୍କ  ଉପସ୍ଥିତିରେ ଯଥାରୀତି ନୀତି ଅନୁସାରେ ପୂଜାବିଧି କରି ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କୃଷି ଓ କୃଷକଙ୍କ ବିକାଶ ପାଇଁ ଆଗାମୀ ଦିନରେ ଏକ ଶୁଭଙ୍କର ଅଧ୍ୟାୟ ସୃଷ୍ଟି କରିବା ଲକ୍ଷ୍ୟରେ ବ୍ଲକର ବିଡ଼ିଓ ଶ୍ରୀ ଅନୂପ କୁମାର ପଣ୍ଡା ସଚେତନ ରଥକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥଲେ । ସୂଚନାଯୋଗ୍ୟ ଯେ, ଏହି ରଥ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମଗୁଡିକରେ ଭ୍ରମଣ କରି, ଗ୍ରାମାଞ୍ଚଳରେ ଭ୍ରାମ୍ୟମାଣ ସଚେତନ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚେଇବାର ବ୍ୟବସ୍ଥା ରହିଛି। ଅଭିଜ୍ଞତା ସମ୍ପନ୍ନ କଳାକାରଙ୍କ ଦ୍ଵାରା ନାଚ ଓ ଗୀତ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନାକୁ ସଚେତନ କରିବା ଏହାର ମ...

ଜଗନ୍ନାଥ ପ୍ରସାଦ ବ୍ଳକ ମୂଖ୍ୟାଳୟରେ ଡେଙ୍ଗୁ ରୋଗ ନିରାକରଣ ପାଇଁ ବିଡ଼ିଓଙ୍କଦ୍ବାରା ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ଜଗନ୍ନାଥ ପ୍ରସାଦ/ଗଞ୍ଜାମ - ରାଜ୍ୟରେ ମହାମାରୀ ଭୂତାଣୁ କରୋନାର କଳାତାଣ୍ଡବକୁ ରାଜ୍ୟ ସରକାର ପ୍ରତିରୋଧ ପୂର୍ବକ କଟକଣାରେ କୋହଳ କରିବା ସ୍ଥିତି ଶତପ୍ରତିଶତ ସୁଧୁରି ନଥିବା ବେଳେ ପୁଣି ଏକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଛି। ତାହା ଆଉକିଛି ନୁହେଁ ବରଂ ରାଜ୍ୟରେ ଡେଙ୍ଗୁ ରୋଗର ନିରାକରଣ ଚିନ୍ତା ସରକାରଙ୍କ ସ୍ବାସ୍ଥ୍ୟନୀତିକୁ ଚିନ୍ତାଶୀଳ କରିଛି। ତେବେ ଏଭଳି ପରିସ୍ଥିତି କୁ କିପରି ମୁକାବିଲା କରିହେବ ତାକୁ ଦୃଷ୍ଟିରେ ରଖି ଜଗନ୍ନାଥ ପ୍ରସାଦ  ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ଡେଙ୍ଗୁ ସଚେତନତା ପାଇଁ ବ୍ଳକ ପରିସରମଧ୍ୟରେ ରେ ବି ଡ଼ି ଓ ଅନୁପ ପଣ୍ଡାଙ୍କ ଅଧକ୍ଷତାରେ ଡେଙ୍ଗୁ ସ ଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି !ଏହି କାର୍ଯ୍ୟକ୍ରମକୁଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦାସ କିରଣ କୁମାର, ଭେକ୍ଟର ବାହିତ ରୋଗୀ ନିରୀକ୍ଷକ ସ୍ୱରୂପ କୁମାର ପାତ୍ର ସମସ୍ତ pri ମେମ୍ବର ମାନଙ୍କୁ ଡେଙ୍ଗୁ ରୋଗ ଉପରେ  ଲୋକଙ୍କୁ କିଭଳି ସଚେତନ କରିବାକୁ ହେବ ସେ ସମ୍ପର୍କରେ କହିଥିଲେ !ସରକାର ଦେଇଥିବା ମଶାରୀ କୁ ସବୁଦିନେ ଟାଙ୍ଗୀ ଶୋଇବା, ଘର ଆଗରେ ପାଣି ଏବଂ ଅଳିଆ ଆବର୍ଜନା ଜମା ରଖିବା ନାହିଁ  ଭଳି ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇ ଥିଲେ। ପରିବେଶ ଦୁଷିତ ହେଲେ ମଶା ଦ୍ବାରା ନାନା ରୋଗ ହେବା ଭିତରେ, ଡେଙ୍ଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଲୋକଙ୍କୁ ସଚେତନ କରିବା ସହ...

ରୁଢାପଦର ଠାରେ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟ ଶିବିରରେ ରୋଗୀଙ୍କଭିଡ, ବିଭିନ୍ନ ବିଭାଗର ଡ଼ାକ୍ତର ଓ ପ୍ରଫେସରଙ୍କୁ ନିକଟରେ ପାଇଁ ଅଞ୍ଚଳରେ ଖୁସିର ଲହରୀ।

Image
ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକର   ରୁଢ଼ାପଦର ଗ୍ରାମ ପଂଚାୟତଅଧୀନ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଏକ ବିଶାଳ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ ହୋଇଥିଲା ଚିତ୍ତଜ୍ଞାନୀ ଚାରି ଟେବଲଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି  ଶିବିରରେ ହାଇକୋର୍ଟ ବିଚାର ପତି  ଜଷ୍ଟିସ ଆର କେ ମହାପାତ୍ର ହୃଦରୋଗ ବିଭାଗ ସର୍ଜରୀ  ଦତେଶ୍ଵର ହୋତା, ଭଞ୍ଜନଗର କୋର୍ଟ ଏସଡିଯେଏମ ମନସ୍ବିନୀ ରଥ, ଯେଏମଏଫସି ପ୍ରଜ୍ଞା ରାଉତ ଜଗନ୍ନାଥ ପ୍ରସାଦ ମେଡିକାଲ  ଡାକ୍ତର ଦାସ କିରଣ କୁମାର, ବିଡ଼ିଓ ଅନୁପ ପଣ୍ଡା ଉପସ୍ଥିତ ଥିଲେl ଦେହ ଦେଖାଇବା ପାଇଁ ରୁଢ଼ା ପଦର ଠାରେ ବହୁ ଜନ ସମାଗମ ହୋଇଥିଲା l ଆଜି ଏହି ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ ନେଫ୍ରଲୋଜି, ଡେଣ୍ଟାଲ, ଇଏଣ୍ଟି, ହୃଦବକ୍ଷ, ଗାଇନଲୋଜି, ଶିଶୁରୋଗ, ଆଖି,ଇସିଜି, ଗାଈନିକ ଭଳି ପ୍ରାୟ ଏଗାର ଗୋଟିଏ ବିଭାଗରୁ ଅଭିଜ୍ଞ ଡାକ୍ତର ପ୍ରଫେସର,ମାନେ ଶିବିରରେ ଯୋଗଦେଇ ଚିକିତ୍ସା କରିଥିଲେ l ଏଥିରେ ଡାକ୍ତର ବିଦ୍ୟୁତ ଦାସ, ସୋମ୍ୟ ତ୍ରିପାଠୀ, ସୁରଜ କୁମାର ପାତ୍ର,ଶୁଭ ପ୍ରସାଦ ସାହୁ, ଏସ କେ କର, ବିପି ପତି, ରାଜୀବ କୁମାର ସାହୁ, ଅରୁଣ ଆଚାର୍ଯ୍ୟ, ହଳଧର ନାୟକ, ବିଦ୍ୟାପତି ଆଚାର୍ଯ୍ୟ, ଗୌରବ ସାହୁ ଲିଙ୍ଗରାଜ ପ୍ରଧାନ,ପ୍ରଫେସର  ଅରକ୍ଷିତ ସ୍ୱାଇଁ, ସୁବ୍ରତ ବେହେରା, ରଞ୍ଜନ କୁମାର ମହାନ୍ତି, ପ୍ରଶାନ୍ତ କୁମାର ପରିଛା, ଗୀତାଞ୍ଜଳି ଦାସ,ଅଂଶ ଗ୍ରହଣ କ...

ଓଡିଶା ବିଜେପି ରେ, ନେତାଙ୍କୁ ନେତୃତ୍ବ ଚିନ୍ତା !

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଆମ ରାଜ୍ୟ ବିଜେପି ରେ ସବୁବେଳେ ଗୋଟିଏ କଥା ଚର୍ଚ୍ଚାରେ ରହିଥାଏ,ତାହା ହେଲା, କିଏ ହେବ ରାଜ୍ୟ ବିଜେପି ନେତାଙ୍କ ନେତୃତ୍ୱରକେନ୍ଦ୍ରବିନ୍ଦୁ? ହେଲେ  କେନ୍ଦ୍ରରେ ସରକାର ଗଢ଼ିବା ଭଳି ସଫଳତା ଜାତୀୟ ଦଳ ମାନଙ୍କ ପାଇଁ ଏକପ୍ରକାର ବଡ ଚାଲେଞ୍ଜ ଯେତେବେଳେ ଥିଲା, ସେହି ସମୟରେ ଗୁଜରାଟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଅସାଧାରଣ ଦକ୍ଷତା ସମ୍ପନ୍ନ ରାଜନେତା ସମଗ୍ର ଦେଶରେ ଥିବା ସମସ୍ତ ବିଜେପି ନେତାଙ୍କ ନେତୃତ୍ୱରକେନ୍ଦ୍ରବିନ୍ଦୁ ହେବା ଏବଂ ତାଙ୍କର ପଛରେ ରହିପ୍ରତଟି ନିର୍ଦ୍ଦେଶ କୁ ପାଳନ କରିବା ହିଁ ସଫଳତା ପାଇବାର ପଛରେ ଥିଲା ବଡ ରହସ୍ୟ। ତା ସହିତ ନାନାଦି ରାଜନୈତିକ ରଣନୀତି ର ପ୍ରସ୍ତୁତି କୁ ନେଇ ଦ୍ବିତୀୟ ଥର କ୍ଷମତାକୁ ଆସିବା ଆହୁରି ଅନେକ କଥା କହୁଛି। ଦେଶର ବିଭିନ୍ନ ରାଜ୍ୟରେ ଦଳର ନେତାମାନଙ୍କୁ ପ୍ରାଧାନ୍ୟ ଦେଇ ପ୍ରାଥମିକ ସ୍ତରରୁ ଦଳକୁ ମଜବୁତ୍ କରିବା ସହ ଶାସକ ଦଳକୁ ଚେକ୍ ଦେଲା ଭଳି ପ୍ରସ୍ତୁତି କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି ରୋଚକ ଖବର ଏବେ ଆମ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିନାହିଁ। ଶାସକ ଦଳକୁ ଘେରିବା ପାଇଁ ବିଭିନ୍ନ ସମସ୍ୟା ଗୁଡିକୁ ସାମ୍ନାରେ ରଖି ଲୋକଙ୍କ ନିକଟତର ହେବା ଭଳି ଲକ୍ଷଣ ଆଗରୁ ଯାହା ଥିଲା ତା ଅପେକ୍ଷା ଏବେକାର ମମିତା ମେହେର ମର୍ଡର ମିଷ୍ଟ୍ରିକୁ ବିଜେପିର ଆକ୍ରମଣ କରିବା ବେଶ୍ ଚହଳ ସୃଷ୍ଟି କରିଛି। କିନ୍ତ...

ସବୁଜ ଖୋଳପା ତଳେ ପାପୁଲି ନେତାଙ୍କ ଆଶ୍ରୟ, ଆଶ୍ରମ ନିକଟରେ ବିଶ୍ରାମ ହିଁ ଅଣନିଃଶ୍ବାସୀ ରୁ ମୁକ୍ତିଦେବ ।

Image
ଭୁବନେଶ୍ୱର:-(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଦକ୍ଷିଣ ଓଡ଼ିଶା ରାଜନୀତିରେ ଦଳଡିଆଁ ବ୍ୟବସ୍ଥା ଦିନକୁଦିନ ରାଜ୍ୟ ରାଜନୀତିକୁ ସରଗରମ କରୁଛି।୨୫ବର୍ଷ ପୂରଣ କରିବାକୁ ଯାଉଥିବା ରାଜ୍ୟ ଶାସକଦଳର ମୂଳଦୁଆ ଯେଭଳି ଭାବରେ ମହାଦୃମ ରୂପ ଧାରଣ କରୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ନବୀନ ସରକାରଙ୍କ ଶାସନ କାଳ ସମୟ ପୁଣି ଥରେ କ୍ଷମତାକୁ ଫେରିବାର ବାଟକୁ  ଶତପ୍ରତିଶତ ପୂରଣ କରିବା ପାଇଁ ସବୁଜ ବାହିନୀ କୁ ସଶକ୍ତ କରିବାର ସଙ୍କେତ ଦେଇଛି। ରାଜ୍ୟରେ କଂଗ୍ରେସ ଦଳକୁ ଏବେ ଶନିଦଶା ଗୋଡ଼ାଇ ଥିବା କଥା କହୁଛନ୍ତି ରାଜ୍ୟ ରାଜନୈତିକ ପଣ୍ଡିତ ମାନେ। ସେଥିପାଇଁ ତ ଦିନେ ଯେଉଁ ଜାତୀୟ ଦଳ କୁ  ପଛରେ ଛାଡ଼ି ସବୁଜ ବାହିନୀ ବିଜେଡି ଶିବିରରେ ଆଶ୍ରୟ ନେବାକୁ ଆଶାରଖି ଦଳକୁ ଡ଼ିଆଁ ମାରୁଥିବା ନେତାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଗତ କିଛି ଦିନ ତଳେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସବୁଜ ଖୋଳପା ତଳେ ଆଶ୍ରିତ ହୋଇଥିବା ବେଳେ ଏବେ ପୁଣି ଜଣେ ପୂର୍ବତନ ସାଂସଦ ପାପୁଲି ହଲାଇ ସବୁଜ ଖୋଳପା ତଳେ ନିଜ ନୂଆ ଆଶ୍ରମ ଠିକଣା ସ୍ଥିର କରିଛନ୍ତି। ତେବେ ଏପ୍ରକାର ଦଳଡିଆଁ ବ୍ୟବସ୍ଥା କୁ ଦେଖି ଆମର ଗୋଟିଏ କଥା ମନକୁ ଆସେ, ନବୀନ ବାବୁଙ୍କ ସବୁଜ ଖୋଳପା ଛାତତଳେ ପୂର୍ବରୁ ବହୁ କଂଗ୍ରେସ ଓ ବିଜେପି ନେତା ଆଶ୍ରୟ ନେଇଛନ୍ତି। ସେମାନଙ୍କ ବର୍ତମାନର ସ୍ଥିତି ଯାହା ତାହା ନକହିବା ଭଲ। କଥାରେ ଅଛି,ଅଜାଗାରେ ଯେତେବେଳେ ବଥ ବାହାରେ ସ...

ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ବସ୍ତି ଉଚ୍ଛେଦ ନୋଟିସକୁ ବିଜେପିର ବିରୋଧ

Image
ରାୟଗଡ଼ : ତା : ୨୩/୧୦/୨୧  // (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-  ରାୟଗଡ଼ ସହରରେ ବସ୍ତି ବାସିନ୍ଦାଙ୍କ ଉଚ୍ଛେଦ କରିବାକୁ ରେଳ ବିଭାଗ ନୋଟିସ ଜାରି କରିଛି । ନୂତନ ରେଳ ଡିଭିଜନ କାର୍ଯ୍ୟକାରୀ ହେବାକୁ ଥିବାରୁ ନୋଟିସ ଜାରି ପରେ କିଛି ବସ୍ତିକୁ ରେଳ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଛି। ବର୍ତ୍ତମାନ ଆଗକୁ ପ୍ରମୁଖ ବସ୍ତି  ଦୈନିକ ବଜାର , କୋଇଲାପଡା  କୁକୁଡାଫାର୍ମ ଅଞ୍ଚଳରେ ଅଧିକାଂଶ ପରିବାର ରହୁଥିବାରୁ ଉଚ୍ଛେଦ ପରେ କୁଆଡେ ଯିବେ ତାକୁ ନେଇ ଚିନ୍ତିତ ହୋଇ ପଡିଥିବା ବେଳେ । ରାୟଗଡ଼ ସହରରେ ସରକାରୀ ସ୍ତରରେ ଯାଗା ଚିହ୍ନଟ ନ କରି ବସ୍ତି ବାସିନ୍ଦାଙ୍କ ଉଚ୍ଛେଦ କରାଯାଉଥିବା ନିଷ୍ପତ୍ତିକୁ ରାୟଗଡ଼ ଭାରତୀୟ ଜନତା ପାର୍ଟି  ବିରୋଧ କରିଛି । ଏହି ଉପଲକ୍ଷେ  ଆସନ୍ତା ସୋମବାର ୨୫ ତାରିଖ ଦିନ  ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାରୋକ କରି ପ୍ରତିବାଦ କରିବା ପାଇଁ ରାୟଗଡ଼ା ନଗର ବିଜେପି ଚେତାବନୀ ଦେଇଛି। ୩ ହଜାରରୁ ଉର୍ଦ୍ଧ୍ଵ ବସ୍ତି ବାସିନ୍ଦା ରାୟଗଡ଼ା ସହରରେ  କୁକୁଡାଫାର୍ମ , କାମିନିସାହି , କୋଇଲାପଡ଼ା, ଭୀମାସାହି ,  ନୂଆସାହି, ଦୈନିକ ବଜାର ସମେତ ଅନ୍ୟ କିଛି ଅଞ୍ଚଳରେ ଦୀର୍ଘ ୪୦ ରୁ ୫୦ ବର୍ଷ ହେଲା ବସବାସ କରି ବସ୍ତି ବାସିନ୍ଦା ଭାବେ ରହି ଆସୁଥିବା ବେଳେ ଗତ ଦୁଇ ବର୍ଷ ହେଲା ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ ଜାରି କରି ଆସୁଛି। ରା...

ଏଏନଏମ ଠାରୁ ଔଷଧ ଖୁଆଇ ଶିଶୁପୁତ୍ରର ମୃତ୍ୟୁ, ଏଏନଏମଙ୍କ ଯୋଗ୍ୟତା ନେଇ ପ୍ରଶ୍ନବାଚୀ ?

Image
ଡ଼ଙ୍ଗାସିଲ/ କାଶୀପୁର/ରାୟଗଡ଼ା:-ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାର କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମର ଜୈନିକ ସ୍ୱାସ୍ଥ୍ୟ କର୍ମୀ (ଏଏନଏମ) କ'ଣ ଔଷଧ ଦେଲେ ଯାହା ଫଳରେ ୧୪ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ନିଜ ଶିଶୁପୁତ୍ରର ସ୍ବାସ୍ଥ୍ୟ ସେବା ପାଇଁ ସ୍ଥାନୀୟ ଏଏନଏମ ଙ୍କୁଦେଖାଇଥିଲେ,ସେବିକା ମହଶୟା ନିଜର ଅଭିଜ୍ଞତା ଆଧାରରେ କ'ଣ ଏମିତି ଔଷଧ ଦେଲେ ଯାହା ପାଇଁ କିଛି ସମୟପରେ ଶିଶୁଟି ମୃତୁ୍ୟବରଣ କରିଥିଲା। ସମ୍ପୂର୍ଣ୍ଣ ଘଟଣା ଦେଖିବାକୁ ଗଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଡଙ୍ଗାଡିସିଲ ଗ୍ରାମର ଦମ୍ପତି ମହାନନ୍ଦ ନାଏକ ଓ ତାଙ୍କ ସ୍ତ୍ରୀ ଲଳିତା ନାଏକ ନିଜ ଦିତୀୟ ଶିଶୁପୁତ୍ର (14 ମାସର) ରସିତ ନାଏକଙ୍କୁ ଧରି ତାଙ୍କ ବଡ଼ବାପାଙ୍କ ଗ୍ରାମ ବଦଳି ଝରଣ ଯାଇଥିଲେ। ଏଥିପୂର୍ବରୁ ରାତିରେ ଶିଶୁପୁତ୍ରଟିକୁ  ହାଲୁକା ଜ୍ଵର ହୋଇଥିବାରୁ ବଦଳିଝରଣର ପଡ଼ୋଶୀ  ପାଟିଆସିଲ ଗ୍ରାମରେ ରହୁଥିବା ANM ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ I ଶ୍ରୀମତୀ ପଣ୍ଡା ଶିଶୁପୁତ୍ରଙ୍କ ମେଲେରିଆ ପରୀକ୍ଷା କିଟ୍ ମାଧ୍ୟମରେ ରକ୍ତ ପରୀକ୍ଷା କରିଥିଲେ ଓ ତାଙ୍କ କହିବା ଅନୁସାରେ ଫଳାଫଳ ନେଗେଟିଭ ଆସିଥିଲା I ମୃତ୍ୟୁ ଶିଶୁପୁତ୍ରଙ୍କ ବାପା କହିବା ଅନୁସାରେ ଏକାଥରକେ ANM ମହାଶୟI ବିନାପାଣିରେ ଦୁଇଗୋଟି ଟାବଲେଟ୍ ନିଜହାତର...

ଶ୍ରମିକ ସଂଗଠନ ପକ୍ଷରୁ ୟୁନିୟନର ନିର୍ବାଚନ ପ୍ରସ୍ତୁତି ଆରମ୍ଭ

Image
  ୨୩.୧୦.୨୦୨୧ ରାଉରକେଲା (ଵସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ) ଚଳିତ ବର୍ଷର ଆସନ୍ତା ନଭେମ୍ବର ୧୫ ତାରିଖରେ ରାଉରକେଲା ଇସ୍ପାତ କାରଖାନାରେ ହେବାକୁ ଯାଉଥିବା ୟୁନିୟନ ସ୍ୱୀକୃତି ନିର୍ବାଚନକୁ ନେଇ ସେକ୍ଟର-୫ ଅଚଂଳରେ ଆଚଂଳିକ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟରେ ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଂଚ ମିଳିତ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଚଂଳିକ ଶ୍ରମ କାର୍ୟ୍ୟାଳୟର ରିଜିଓନାଲ ଲେବର କମିଶନର ସନ୍ତୋଷ କୁମାର ସେଠୀ ଓ ଇଏଲଓ ଶିଶିର କୁମାର ମିଶ୍ରଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଏହି ଅବସରରେ ଆରଏସଏସର ସାଧାରଣ ସଂପାଦକ ପ୍ରଶାନ୍ତ ବେହେରା, ହରି ରାଉତ ରାୟ, ଜନାର୍ଦ୍ଦନ ଦେହୁରୀ, ଦିଲିପ ମହାପାତ୍ର, ଅକ୍ଷୟ ଜେନା, ଆର.କେ ପଣ୍ଡା, ନିହାର ସାମଲ ସମେତ ଗାଙ୍ଗପୁର ମଜଦୁର ମଂଚର ସାଧାରଣ ସଂପାଦକ ଗୋପାଳ ଦାସ, ସଂଜୟ ପଣ୍ଡା, ଜି.ମହାତୋ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ ପରେ ପ୍ରଶାନ୍ତ ବେହେରା ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ , କେନ୍ଦ୍ର ସରକାରଙ୍କ ଦ୍ୱାରା ଆରଏସପିକୁ ଘରୋଇକରଣ କରାଯିବାର ଯେଉଁ ପ୍ରୟାସ ଚାଲିଛି ତାକୁ ହେବାକୁ ଦିଆଯିବ ନାହିଁ । ୪ ଟି ଶ୍ରମିକ କୋର୍ଡ଼କୁ ବିରୋଧ କରାଯିବ । ସବୁ ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି, ଠିକା ଶ୍ରମିକମାନଙ୍କୁ ମଧ୍ୟ ସ୍ଥାନୀ ଶ୍ରମିକର ମାନ୍ୟତା, ସମାନ କାମକୁ ସମାନ ମଜୁରୀ, ଦୀର୍ଘ ୫୭ ମାସ ପ୍ର...

ବିଶ୍ଵାସର ବାହାରେ ରହି ଧର୍ମକୁ ଲଙ୍ଘିଥିବା ପିଶାଚ ବାପାର ଅତ୍ୟାଚାର।

Image
୨୨/୧୦/୨୦୨୧: ସୁନ୍ଦରଗଡ଼/ ରାଉରକେଲା (ବସନ୍ତ କୁମାର ଜେନା,ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ) : ସମାଜରେ ଦିନ କୁ ଦିନ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହା  କଳଙ୍କିତ ଇତିହାସ ପୃଷ୍ଠା ରଚନା କରି ମାନବ ସମାଜକୁ କଳୁଷିତ କରିଦିଏ। କିଏ ଜାଣିଥିଲା ଜନ୍ମଦାତା ଦ୍ବାରା ଦିନେ ସଂସାର କ'ଣ ଜାଣି ନଥିବା ଝିଅସମାଜ ଆଗରେ ଲଜ୍ଜିତ ହେବ ବୋଲି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପ ନଗରୀ  ରାଉରକେଲା ସହରରେ ଘଟିଛି । ଘଟଣା ଟି ଏବେ ପୋଲିସ ଥାନାରେ ପହଞ୍ଚିଛି । ମିଳିଥିବା ସୂଚନାନୁସାରେ ଜଣେ ନାବାଳିକା ନିଜ ପିତାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେ ପୁଣି ଦିନେ କି ଦୁଇ ଦିନ ନୁହେଁ, ଗତ ଏପ୍ରିଲ ମାସରୁ  ଦୀର୍ଘ ସାତ ମାସ କାଳ ଚାଲିଥିଲା ଏହି ପାଶବିକ ଅତ୍ୟାଚାର । ବାପର ଅତ୍ୟାଚାରରେ ଅତିଷ୍ଠ ହୋଇ ଜନ୍ମଦାତ୍ରୀ ମା’କୁ ସମସ୍ତ ଘଟଣା ବିଷୟରେ ନାବାଳିକା ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଶେଷରେ ନାବାଳିକା ବାପର ଏଭଳି ଘୃଣ୍ୟ କର୍ମରୁ ମୁକ୍ତି ପାଇବା ସକାଶେ କୌଣସି ପ୍ରକାରେ ଚାଇଲଡ ଲାଇନର ସାହାଯ୍ୟ ନେଇଥିଲେ । ଚାଇଲଡ ଲାଇନର ମୁଖ୍ୟଙ୍କୁ ସଂପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇବା ପରେ ଏହି ମାମଲାକୁ ନେଇ ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୀଡିତା ଏବେ ଚିକିତ୍ସାଧିନ ଅବସ୍ଥାରେ । ଅଭିଯୋଗ ଅନୁଯାୟୀ ଦ...

ପାପୁଲି ସେବାକୁ ପ୍ରଦୀପ ମାଝୀଙ୍କ ବାଏ ବାଏ ।

Image
ଭୁବନେଶ୍ୱର:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ପଞ୍ଚାୟତ ରାଜନୀତିର ଗରମାଗରମ ସ୍ଥିତି କୁ ଆହୁରି ଚର୍ଚ୍ଚାକୁ ଆଣିବାରେ ଲାଗିଛି ବିଭିନ୍ନ ଦଳର ହାଇପ୍ରୋଫାଇଲ ନେତାଙ୍କ ଦଳଡିଆଁ ବ୍ୟବସ୍ଥା। ଏବେକାର ସମୟରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ଦଳ ଅବସ୍ଥା ଯାହା ତାରି ବିଷୟରେ ଆଲୋଚନା ନକରିବା ହି ଭଲ। ଦିନକୁ ଦିନ ଦଳକୁ ପଛରେ ଛାଡ଼ି ଅନ୍ୟ ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବହୁ ଆଗଧାଡିର ନେତା। ଏବେକାର ସଦ୍ୟତମ ଘଟଣା ଦେଖାଗଲେ, ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ବିଧାୟକ କୈଳାସ କୁଲସେକା ଦଳରୁ ଇସ୍ତଫା ଦେଇ ନିଜ ପୁରୁଣା ଘରକୁ ଫେରିଲେ ବୋଲି ଘୋଷଣା କରିଥିଲେ। କୈଳାସ କୁଲସେକା ଦଳ ଛାଡିବାର ଦୁଇଦିନ ନପୁରୁଣୁ ପୁଣି ଏକ ଶକ୍ତ ଝଟକା ଲାଗିଛି ଓଡ଼ିଶା କଂଗ୍ରେସ ଦଳକୁ।ଦଳର କାର୍ଯ୍ୟକାରୀ ସଭାପତି ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପାପୁଲି ମୋହ ତୁଟାଇଛନ୍ତି। ରାଜ୍ୟ କଂଗ୍ରେସ ଭାର ଯେଉଁଦିନ ଠାରୁ ନିରଞ୍ଜନ ପଟ୍ଟନାୟକ ସମ୍ଭାଳି ଥିଲେ ସେ ସମୟରେ ବିଭିନ୍ନ ମହଲରେ ଆଲୋଚନା ହେଲା ଯେ,ଏଥର କଂଗ୍ରେସ ଦଳ ନିଶ୍ଚୟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହେବ। କିନ୍ତୁ ପିସିସି ପଦରୁ ପ୍ରସାଦ ହରିଚନ୍ଦନ ଛାଡ଼ିବା ପରେ ଦଳର ସ୍ଥିତି ଯାହା ଥିଲା ଏବେ ସେଦିନର ସ୍ଥିତି ନାହିଁ।ଦଳ ପାଇଁ କାଳ ସାଜିଛନ୍ତି ଖୋଦ୍ ପିସିସି ସଭ...

ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ର ଗୁଣପୁର ଏବଂ ରାମନାଗୁଡା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଅନୁଧ୍ୟାନ କଲେ।

Image
 ରାମନାଗୁଡା/ଗୁଣପୁର/ରାୟଗଡ଼ା:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ରାଜ୍ୟ ସରକାରଙ୍କ ବିକାଶଧାରାରେ ରାୟଗଡ଼ା ଜିଲ୍ଲା କେଉଁ ଭଳି ସ୍ଥିତିରେ ରହିଛି ତା'ର ଅନୁଧ୍ୟାନ କରିବାକୁ ରାୟଗଡ଼ା ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ବିଶେଷ ଧ୍ୟାନ ଦେଇ ରାମନାଗୁଡା ଏବଂ ଗୁଣପୁର ବ୍ଳକ ରେ ପହଞ୍ଚି ଥିଲେ।  ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ତ  ସମୟରେ ଦୁଇ ବ୍ଳକ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେଥିମଧ୍ୟରେ  ରାମନଗୁଡା ଉଚ୍ଚ ବିଦ୍ୟାଳୟର ଆଧୁନୀକରଣ , ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଓ ଖେଳ ପଡ଼ିଆ କାର୍ଯ୍ୟ ପରିଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯେଭଳି ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ ସମାପନ କରିବେ ସେଥି ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟ ପ୍ରତି ଅବଗତ କରାଇଥିଲେ  । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ରାମନଗୁଡା ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ଅତିରିକ୍ତ ତହସିଲଦାର ଶ୍ରୀ ଫର୍ଣ୍ଣଣ୍ଡିଜ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁଣପୁର ସଦର ମହକୁମା ଠାରେ ପହଁଚିବା ପରେ ଗୁଣପୁର ଉପଖଣ୍ଡ କାରାଗାର ପରିଦର୍ଶନ କରିଥିଲେ । କାରାଗାରର ସିସି ଟିଭି, ଅନ୍ତେବାସୀଙ୍କ...

ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଯୁବ ବିଜେପିର କର୍ମକର୍ତ୍ତା ।

Image
ରାଉରକେଲା,୨୦/୧୦(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୂରୋ): ସଂପ୍ରତି ସାରା ରାଜ୍ୟରେ ହଟଚମକ ସୃଷ୍ଟି କରିିଥିବା ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିର୍ମମ ହତ୍ୟାକାଣ୍ଡକୁ ନେଇ ଆଜି ପାନପୋଷ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ସଭାପତି ଅଙ୍କୁଶ ବର୍ମାଙ୍କ ନେତୃତ୍ୱରେ ଉଦିତନଗର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶହ ଶହ ଯୁବ କର୍ମୀମାନେ ଏହି ହତ୍ୟାକାଣ୍ଡର ପ୍ରଚ୍ଚଦପଟ ନାୟକ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି ସହ ତାଙ୍କର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ମମିତାଙ୍କ ନିଖୋଜର ୧୪ ଦିନ ପରେ ଏକ ଷ୍ଟାଡ଼ିୟମର ମାଟିତଳୁ ତାଙ୍କର କଂକାଳ, ପାଉଁଜି, ସୁନାଚେନ ଓ ହ୍ୟାଣ୍ଡବ୍ୟାଗ ସହିତ ଅଧାଜଳା ସ୍କୁଲ ଟେବୁଲର କାଠ ମିଳିବା ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଛି । ଅନେକ ବଡ଼ବଡ଼ିଆଙ୍କ ଗୁପ୍ତ ରହସ୍ୟ ପଦାରେ ପଡିଯିବାର ଆଶଙ୍କାରେ ମମିତାଙ୍କ ମୁହଁ, ସବୁଦିନ ପାଇଁ ବନ୍ଦ କରାଯିବାର ଏହା କରାଯାଇଛି ନିଶ୍ଚିତ । ମମିତା ଚାକିରି କରୁଥିବା ସ୍କୁଲ ଓ ଷ୍ଟାଡ଼ିୟମ ଉଭୟର ମୁଖ୍ୟ ଗୋବିନ୍ଦ ସାହୁ ନାମକ ଜଣେ ପ୍ରତିପତି ବ୍ୟକ୍ତିଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର କ୍ଷୀରନୀରର ସୁସଂପର୍କ । ଆସାମୀ ଗୋବିନ୍ଦ ସାହୁ ଥାନାରୁ ଫେରାର ହେବା ଓ ହତ୍ୟା ଘଟଣାକୁ ୧୪ ଦିନ ପର୍ଯ୍ୟ...

ଆନ୍ତଃ ରାଜ୍ୟ କବାଡି ପ୍ରତିଯୋଗିତା ଶୁଭାରମ୍ଭ କଲେ ବରଣ୍ୟ ଅତିଥିମାନେ।

Image
୨୦/୧୦,ରାଉରକେଲା/ସୁନ୍ଦରଗଡ଼-(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ):- କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ପରମ୍ପରାକୁ ଆଗେଇ ନେଉଛି ଜିଲ୍ଲା କ୍ରୀଡ଼ା ସଂସଦ। ନିକଟ ଅତୀତରେ ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍ ଓ ଜିଲ୍ଲାସ୍ତରୀୟ ଅନ୍ତଃବ୍ଲକ୍ ଫୁଟବଲ ଚାମ୍ପିଅନସିପ୍ ଆୟୋଜନ କରି ଅନେକ ସୁନାମ ସାଉଁଟିଥିବା କ୍ରୀଡ଼ା ସଂସଦ ବର୍ତ୍ତମାନ ଓଡ଼ିଶା କବାଡ଼ି ଆସୋସିଏସନ୍ ସହ ମିଳିତ ଭାବେ ୬୯ତମ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ଆୟୋଜନ କରିବାକୁ ଯାଉଛି।ରାଜ୍ୟ କବାଡ଼ି ଇତିହାସରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଆସନ୍ତା ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୨୬ଟି ପୁରୁଷ ଓ ୨୦ଟି ମହିଳା ଦଳକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିକାଶ ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉନ୍ମୋଚିତ ହୋଇଯାଇଛି ପ୍ରତିଯୋଗିତାର ଟ୍ରଫି। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ ଟ୍ରଫି ଉନ୍ମୋଚନ କରିଥିଲେ। ଏକ ନିଆରା ଢଙ୍ଗରେ ଡ୍ରୋନ ଦ୍ଵାରା ଏହି ଉନ୍ମୋଚନ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖ...

ଜଗନ୍ନାଥ ପ୍ରସାଦ ସମେତ ଆଖପାଖ ଅଞ୍ଚଳରେ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ !

Image
ଜଗନ୍ନାଥ ପ୍ରସାଦ/ଗଞ୍ଜାମ:-, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ମୂଖ୍ୟାଳୟରେ ତଥା ଜଗନ୍ନାଥ ପ୍ରସାଦ ମୂଖ୍ୟ ବଜାରରେ ପ୍ରତିବର୍ଷ ଭଳି ଚଳିତ ପାର୍ବଣ ବର୍ଷରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ସରକାରଙ୍କ କୋଭିଡ କଟକଣା ନିୟମାନୁଯାୟୀ ପାଳିତ ହୋଇଯାଇଛି। ଆଖପାଖ ଗ୍ରାମାଞ୍ଚଳର କୋଣଅନୁକୋଣରେ ମଧ୍ୟ ଅନୁରୂପ ଭାବେ ମା ଗଜଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଯାଇଛି। ,ପ୍ରତିବର୍ଷ ଭଳି ଏବର୍ଷ , କୋଭିଡ କଟକଣା କୁ ଆଖି ଆଗରେ ରଖି ଚଳିତ ବର୍ଷର ପୂଜା  ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି, ଏହି ପୂଜା ଉତ୍ସବରେ ମାଁ କରଞ୍ଜେଇ ବଣିକ ସଙ୍ଘ, ଲକ୍ଷ୍ମୀ ବଜ଼ାର ପୂଜା କମିଟି, ବଡଦାଣ୍ଡ ଗଜଲକ୍ଷ୍ମୀ ଆଦି ପୂଜା କମିଟି ତରଫରୁ ମା ଙ୍କର ପୂଜା ମଣ୍ଡପ ଆୟୋଜନ କରିଥିଲେ। ପୂଜା ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଦିବ୍ୟଦର୍ଶନ ପାଇଁ ସ୍ଵତନ୍ତ୍ର ନୀତି ନିୟମ ପ୍ରସ୍ତୁତି  ହୋଇଥିଲା।, ମା କରଞ୍ଜେଇ ବଣିକ ସଙ୍ଘ ପୂଜାକମିଟି ତରଫରୁ କର୍ତ୍ତା ରୂପେ  ମହେନ୍ଦ୍ର କୁମାର ପଣ୍ଡା      , ଲକ୍ଷ୍ମୀପୂଜା କମିଟି କର୍ତ୍ତା ରୂପେ କୈଳାଶ ଚନ୍ଦ୍ର ପାତ୍ର, ବଡଦାଣ୍ଡ ପୂଜା କମିଟି ତରଫରୁ କର୍ତ୍ତା ରୂପେ ଦାଶରଥି ପାଣି ନିଜ ନିଜ ଦାୟିତ୍ୱ କୁ  ତୁଲାଇବା ସହ ଆଧ୍ୟାତ୍ମିକ ପରିବେଶ କୁ ଯେପରି ପ୍ରତ୍ୟେକ ଶ୍ରଦ୍ଧାଳୁମାନେ ଦିବ୍ୟଦର୍ଶନ ପାଇବାରେ ସକ୍ଷମ ହେବେ ସେଥିପ୍ରତି ଦୃଷ୍ଟି ଦେଇଥିଲେ। ଜଗନ୍ନାଥ ପ୍ରସା...

ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଗଡ଼ିଲା ଆମ ସଚେତନତା ରଥ ।

Image
ସୁନ୍ଦରଗଡ, ୧୯ ସେପ୍ଟେମ୍ବର ୨୦୨୧:ରାଉରକେଲା,(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ସଚେତନ କରିବା ଲାଗି ‘ଆମ ସୁନ୍ଦରଗଡ଼’ ସଚେତନତା ରଥ ଗଡ଼ିଛି। ମଙ୍ଗଳବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଏହି ରଥ ଶୁଭାରମ୍ଭ କରିଛନ୍ତି।   ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ସ୍ତରକୁ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସହିତ ମାତୃଜ୍ୟୋତି, ପୋଷଣ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଏହି ସଚେତନତା ରଥରେ ଏଲଇଡି ରହିଛି। ଫଳରେ ଲୋକେ ଭିଡିଓ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସିଧାସଳଖ ଜାଣିବାର ସୁଯୋଗ ପାଇବେ। ‘ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲିଛି। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକ ସୂଚନା ଦେବା ପାଇଁ ଏହି ରଥ ବିଭିନ୍ନ ଗାଁକୁ ଯିବ। ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ। ପ୍ରାୟ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସୁବିଧା ଏବଂ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପା...

ରେଲୱେ ମହାପ୍ରବନ୍ଧକ ଙ୍କ ରାଉରକେଲା ଗସ୍ତ ନେଇ ନାନାଦି ଚର୍ଚ୍ଚା ଚାଲିଛି, ପୂଜାପାଠ ନୀତିର ଅନ୍ଧାରିଆ ବିଜେ !

Image
ରାଉରକେଲା,୧୯/୧୦(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ବ୍ୟୂରୋ): ଦେଶରେ ଯେତେବେଳେ ପାର୍ବଣ ର ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ବିଭିନ୍ନ ସହ ଶିଳ୍ପାଞ୍ଚଳ ସେହି ସମୟରେ ରେଲୱେ ବିଭାଗର ବଡ଼ ଅଧିକାରୀଙ୍କ ମନେ ପଡ଼ିଲା ରାଉରକେଲା ରେଲୱେ ଷ୍ଟେସନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତଦାରଖ ପାଇଁ। ମିଳିଥିବା ସୂଚନାନୁସାରେ ଚକ୍ରଧରପୁର ରେଳମଣ୍ଡଳର ଦକ୍ଷିଣ ପୂର୍ବ ରେଲୱେର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଆଜି ରାଉରକେଲା ଗସ୍ତ କରିଛନ୍ତି ।  ମହାପ୍ରବନ୍ଧକ ଙ୍କ ଗସ୍ତକୁ ନେଇ ବୁଦ୍ଧିଜୀବୀ ମହଲରେ ନାନା ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ବିଭିନ୍ନ ରେଲୱେ ସାଇଡିଂରେ ବେଆଇନ ଭାବେ ହଜାର ହଜାର ଟନ୍ କୋଇଲା ଡମ୍ପିଙ୍ଗ ହେବା ଖବର ପ୍ରତି ମହାପ୍ରବନ୍ଧକ କେତେ ସଚେତନ ତାହା ଚର୍ଚ୍ଚାର ଖବର ପାଲଟିଛି। ତଥାପି ମହାପ୍ରବନ୍ଧକଙ୍କ ଗସ୍ତକୁ ନେଇ ରାଉରକେଲା, ବନ୍ଧମୁଣ୍ଡା, ଝାରସୁଗୁଡ଼ାରେ ରେଳ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।ଆଜି ଅପରାହ୍ନ ୩.୩୦ରେ ସମୟରେ ରେଲୱେ ମହାପ୍ରବନ୍ଧକ ସ୍ପେଶାଲ ସେଲୁନ ଟ୍ରେନରେ ଝାରସୁଗୁଡ଼ାରୁ ରାଉରକେଲା ଆସିଥିଲେ । ଝାରସୁଗୁଡ଼ା ଓ ସାଗଡ଼େଗା ଦେଇ ଏମସିଏଲ ଖଣିକୁ ମଧ୍ୟ ନିରୀକ୍ଷଣ କରିଥିଲେ । ପରେ ରାଉରକେଲା ଆସିଥିଲେ । ଷ୍ଟେସନରେ ପହଚିଂବା ପରେ ସହରର ବିଭିନ୍ନ ସଂଗଠନର ପଦାଧିକାରୀମାନେ ମହାପ୍ରବନ୍ଧକଙ୍କୁ ଭେଟି ବିଭିନ୍ନ ସ...

ବତୀପେଲା ଅଧ୍ୟକ୍ଷଙ୍କୁ ଲଣ୍ଠନ ଦେଖା ଅନ୍ଧମୁକ ବଧିର ବିଦ୍ୟାଳୟ ର ସମ୍ପାଦକ ମିଳିମିଶି ଦୀର୍ଘ ଦଶବର୍ଷ ଧରି ସରକାରଙ୍କୁ ଲୁଟି ଚାଲିଛନ୍ତି ! ବୌଦ୍ଧ ଜିଲ୍ଲା ର ବୁଟୁପାଲି

Image
ବୌଦ୍ଧ/ବୁଟୁପାଲି/ଭୁବନେଶ୍ୱର:-ବ୍ରାହ୍ମ ମୁହୂର୍ତ୍ତ ବ୍ୟୂରୋ:- ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଇଁ ନାହିଁ ନଥିବା ସୁବିଧା ଯୋଗାଇ ଚାଲିଛନ୍ତି। ଶିକ୍ଷା ଅନୁଷ୍ଠାନ, ଖୋଲିବା ହେଉ କି ସ୍ବାସ୍ଥ୍ୟ ସେବା ପ୍ରତିଟି ମୁହୂର୍ତ୍ତରେ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ଆମ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଏଭଳି କିଛି ଖବର ଜାଣିବାକୁ ମିଳିଛି ଯାହା ଫଳରେ କିଛି ଦୁର୍ନୀତି ଖୋର ଭଦ୍ରମୁଖା ବ୍ୟକ୍ତି ନିଜ ଥଣ୍ଟକୁ ଅସମ୍ଭାଳ କରି ଶେଷରେ ସରକାରଙ୍କୁ ଅନ୍ଧାରରେ ରଖି ନିଜେ ଲଣ୍ଠନ ବ୍ୟବହାର କରି ଚର୍ଚ୍ଚାରେ ରହିଛି। ମିଳିଥିବା ସୂଚନାନୁସାରେ ଜିଲ୍ଲାର ବୁଟୁପାଲି ଠାରେ ଦୀର୍ଘ ବର୍ଷ ହେଲା ଅନ୍ଧମୁକ ଓ ବଧିର ପିଲାଙ୍କୁ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ଏନଜିଓ ମାଧ୍ୟମରେ ମାସିକ ଲକ୍ଷାଧିକ ଟଙ୍କା ଗିଳି ଚାଲିଥିବା ସୂଚନା ମିଳିଛି। ତେବେ ଶିକ୍ଷାନୁଷ୍ଠାନ କତୃପକ୍ଷଙ୍କ ବେପାରୁଆ ମନୋଭାବ ଯୋଗୁଁ ଏବେ ସତ ଭିତରେ ଲୁଚି ରହିଥିବା ଡାହାମିଛ ଖବର ଲୋକଲୋଚନକୁ ଆସି ସାରିଛି। ଶିକ୍ଷାନୁଷ୍ଠାନ ରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଶୀକ୍ଷାଲାଭ କରୁଥିବା ବେଳେ ପରିଚାଳନା ପାଇଁ କମିଟି ଦ୍ବାରା ଚୟନ ହୋଇ ଶିକ୍ଷକ,ଅଧ୍ୟକ୍ଷ ଆୟା, ପିଅନ ଆଦି କର୍ମଚାରୀ ନିଯୁକ୍ତି ପାଇଥିବା ସୂଚନା ମିଳିଛି। ତେବେ ରୋଚକ ଖବର ହେଲା ଶିକ୍ଷାନୁଷ୍ଠାନ ରେ...

ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଦୁଇ ମୃତ ଜଣେ ଗୁରୁତର ଆହତ।

Image
ଟିକିରି, କାଶୀପୁର -ତା୧୮/୧୦/୨୦୨୧ :-ନିର୍ମାଣଧିନ ଲେଟିନ ଟାଙ୍କି ସଫକରି ବାକୁ ଯାଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ ଏପରିଏକ ଅଭାବନୀୟ ଘୋଟଣା ଘୋଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ର ପଞ୍ଚାଳି ଗ୍ରାମରେ। ଗ୍ରାମର ଜୈନକ ବ୍ୟାକ୍ତି ଙ୍କ   ନିର୍ମାଣଧିନ ଘର ମଧ୍ୟରେ ଥିବା ଲେଟିନ ଟାଙ୍କି ସଫାକରିବା ସମୟରେ ୩ଜଣ ଶ୍ରମିକ ମୃତ ଓ ଜଣେ ଆହତ ହୋଇଥିବା ସୂଚନା ମିଳିଛି।ମୃତକ ମାନେ ହେଲେ ପଞ୍ଚାଳି ଗ୍ରାମର ସିମା ମାଝୀ,କଂସାରିଗୁଡା ଗ୍ରାମର ରୁନା ମାଝୀ,ପଣଷପଦର ଗ୍ରାମର ଗୋବିନ୍ଦ କୁମ୍ଭାର ଓ ଆହତ ବ୍ୟାକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରାଜାରାମ ନାଏକ। ଲେଟିନ ଟାଙ୍କିଟି ୨ମାସରୁ ତିଆରି ହୋଇ ବନ୍ଦ ରହିଥିଲା ଆଜି ଘରମାଲିକ ଜଗl  ଗରଡା ଅପରାହ୍ନ  ୩ଘଣ୍ଟା ସମୟରେ ବନ୍ଦ ଥିବା ଲେଟିନ ଟାଙ୍କି ସଫାକରିବା ସମୟରେ ଶ୍ଵାସ ରୁଧ୍ୟ ହୋଇ ମୃତ୍ୟୁ ହୋଇଥିବା ଖବର ଚାରିଆଡେ ଚହଳ ପକାଇଥିଲା।ଟାଙ୍କି ମଧ୍ୟରେ ଅଙ୍ଗାରକାମ୍ଳ ପରିମାଣ ଅଧିକ ଥିଲା ପ୍ରଥମେ ଜଣେ ଭିତରେ ପଶିବା ପରେ ଅଚେତ ହୋଇ ପଡ଼ିଯାଇଥିଲା।ତାକୁ ଉଦ୍ଧାର କରିବାକୁ ଯାଇ ପରେ ଦୁଇଜଣଙ୍କର ଜୀବନ ଚାଲିଯାଇଛି। ଏହି ଘଟଣା କୁ ନେଇ ଗ୍ରାମରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା।ଖବରପାଇ ଟିକିରି ପୋଲିସ ଏସ,ଆଇ ବିକାଶ ପ୍ରଧାନ ପହଞ୍ଚି ପରି...

ଭାଇ ସାଜିଲା ଭାଇର ହତ୍ୟାକାରୀ, କିନ୍ତୁ କାହିଁକି? କ'ଣ ଅଛି ରହସ୍ୟମୟ ଘଟଣା!!!

Image
ରାଉରକେଲା,୧୩/୧୦:(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ଖବର);ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକ ଅଞ୍ଚଳରେ ଜମି ମରାମତିକୁ କେନ୍ଦ୍ର କରି ବଡ ଭାଇର କୋଦାଳ ବେଣ୍ଟ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ ପୁରୁଣାପଣି ପଞ୍ଚାୟତ ଜୁନିଆଣି ଗ୍ରାମରେ ଏହି ନିର୍ମମ ହତ୍ୟାକାଣ୍ଡ ଆଜି ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ଘଟିଥିବା ଜଣାପଡିଛି। ଜୁନିଆନି ଗ୍ରାମର ସ୍ବର୍ଗତ ସଦନ ମୁଣ୍ଡାର ସାନ ପୁଅ ପ୍ରଧାନ ମୁଣ୍ଡା(୪୮) ଆଜି ସକାଳ ପ୍ରାୟ ୯ ଟା ସମୟରେ ଜେସିବି ମେସିନ ନେଇ ଜମି ମରାମତି କରୁଥିଲେ।ପ୍ରଧାନ ମୁଣ୍ଡା ଜମି ମରାମତି କରୁଥିବା ଖବର ପାଇ ବଡଭାଇ ଟପିଆ ମୁଣ୍ଡା (୫୦) ପହଞ୍ଚି ପ୍ରଧାନ ମୁଣ୍ଡାକୁ କାହା ଅନୁମତିରେ ଜମି ମରାମତି କରୁଛୁ ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ପ୍ରଧାନ ମୁଣ୍ଡା ବିରୋଧ କରିଥିଲା। ଫଳରେ ଦୁଇ ଭାଇ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବାରୁ ଟପିଆ ମୁଣ୍ଡା ରାଗିଯାଇ ଜମିରେ ପଡିଥିବା ଏକ କୋଦାଳ ବେଣ୍ଟରେ ପ୍ରଧାନ ମୁଣ୍ଡାର କାନ ମୁଣ୍ଡାରେ ପ୍ରହାର କରିଥିଲା।ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଧାନ ମୁଣ୍ଡା ଘରକୁ ଆସି ଘଟଣା ସମ୍ପର୍କରେ କହିବା ରୁ ପରିବାର ଲୋକ ତୁରନ୍ତ ଚିକିତ୍ସା ପାଇଁ ଲହୁଣୀପଡ଼ା ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।ଖବରପାଇ ଲହୁଣୀପଡ଼ା ପୋଲ...

ଭାଇ ଜିଉତିଆ ପର୍ବ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଅନନ୍ୟ ଉଦାହରଣ କାହିଁକି ଜାଣନ୍ତୁ !

Image
  ୧୩.୧୦.୨୦୨୧ ରାଉରକେଲା (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ଖବର) ଗାଁ ଗଁଲି ଠାନୁ ସହର ଜାକର ସବୁଆଡେ ମାଲ ମାଲ ଲୋକବାକ ଦେଖିକରି ଦଶରା ତିହାର ଆଏଲାନ ବଲି ଉସତ ଲାଗସି । କାଁ ଯେ ବଏଲେ ଦଶରା ଆଗଲିନୁ ପରିବାର ସହେତେ ଉହ୍ନିଆ ଯାଗା ମାନକେ ଯାଇକରି ନିଜର ହିସାବେ ହାଟ ବଜାର କରସନ । ମହାଲୟାର ବାସୀ ଦିନୁ ଆରମ ହେସି ନବରାତ୍ର । ନବରାତ୍ର ଚାଲଲା ଭିତରେ ମା ଦଶଭୂଜାଙ୍କର ପୂଜା କରାହେସି । ଦଶରା ମାସର ଅଷ୍ଟମୀ ତିଥିନେ ଉପାସ କରସନ ଅଏନ ହିସାବେ । ହେଲେ ପଶ୍ଚିମ ଓଡିଶାର ବହେନ ମାନେ ନିଆରା ଢଙ୍ଗେ ପାଲନ କରସନ ଭାଏ ଜିଉଁନ୍ତିଆ । ଇ ତିହାର ଟା ପଶ୍ଚିମ ଓଡିଶାର ବହେନ ମାନେ ଏନତା ହିସାବେ ମାନସନ ଯେ ପୂରା ପଶ୍ଚିମ ଓଡିଶା ଯେନତା ଇ ଦିନ ଟାକେ ଦେଖବାର ଲାଗି ଟାକି ଥିସି । ନିଜର ଭାଏ ମାନକର ମଙ୍ଗଲ ଲାଗି ୨୪ ଘଣ୍ଟିଆ ନିର୍ଜଲା ଉପାସ କରସନ । ୧୦୮ ଅକ୍ଷତ ଦୁବ ଆଉ ୧୦୮ ଅରୁଆ ଚଉଲ ସାଙ୍ଗେ ଫୁଲଟେ ଦେଇକରି ଶାଲ ପତରେ ବାନ୍ଧିକରି ମା ଦଶଭୂଜା ପାଖେ ଅଷ୍ଟମୀ ତିଥିନେ ଭାଏ ଜିଉଁତିଆ ପୂଜା ବେଲେ ମାର ପାଖେ ଚଢାସନ । ହେଲେ ଦଶରା ବେଲକେ ବିହା ହେଇଥିବାର ଟୁକେଲ ମାନକର ଘରକେ ଯାଇକରି ତାଙ୍କର ଶଶୁର ଘରୁ ଝି ଜୋଏଁ ଆଉ ଭନ୍ଜା ଭାନ୍ଜି ମାନକୁ ଡାକିକରି ଆନସନ । ଘରେ ବିହା କି ବଡୁ ହେଲେ ଯେନ୍ତା ଜୋଏଁ ନିଉତା ଦେଲେ ଘରକେ ସଭେ ଆଏସନ । ସେନତେଇ ଦଶରା ମାସେ ବି ଡାକି ଗଲେ ଯାଇ ଆଏସନ । ଡାକିଗଲା ଲୁକର ସାଙ୍ଗେ ନା...

କିଏ ଜାଣିଥିଲା ଶେଷରେ ନିଜ ଧର୍ମପତ୍ନୀଙ୍କୁ ସ୍ବାମୀ ଏମିତି କରିବ ବୋଲି !

Image
୧୩.୧୦.୨୦୨୧ ରାଉରକେଲା (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ଖବର) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର କୋଇଡା ଥାନା ଅଂଚଳରେ ପୁଣି ଥରେ ପାରିବାରିକ ହିଂସା ଦେଖାଯାଇଛି। ସ୍ୱାମୀର ଠେଙ୍ଗାମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମାଲଦା ପଞ୍ଚାୟତ ଅନ୍ତର୍ଗତ ଦଳିତା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକା ହେଲେ ଜପ ମୁଣ୍ଡା। କୌଣସି କାରଣକୁ ନେଇ ରମେଶ ମୁଣ୍ଡା ଓ ତା’ର ସ୍ତ୍ରୀ ଜପ ମୁଣ୍ଡାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା। ଏଥିରେ ରମେଶ ଉତ୍ତେଜିତ ହୋଇ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା। ଠେଙ୍ଗାରେ ପିଟିପିଟି ହତ୍ୟା କରିଦେଇଥିଲା। ହତ୍ୟା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ କୋଇଡା ପୁଲିସକୁ ଅବଗତ କରାଇଥିଲେ। ଘଟଣାସ୍ଥଳରେ ପୁଲିସ ସମେତ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ଉଦ୍ଧାର କରିଥିବା ବେଳେ ସ୍ୱାମୀକୁ ପୁଲିସ ଅଟକ ରହିଥିବା ଜଣାପଡିଛି। ଅନ୍ୟପଟରେ ପରିବାରର ସାତ କୁନି ଶିଶୁ ଅସହାୟ ହୋଇ ପଡିଛନ୍ତି। ସ୍ଥାନୀୟ ପ୍ରସାଶନକୁ ଶୀଘ୍ର ଶିଶୁଙ୍କ ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। କୋଇଡା ଅଂଚଳରେ ବିଗତ ୨ ବର୍ଷ ମଧ୍ୟରେ ପାରିବାରିକ କହଳ ଯୋଗୁଁ ଏକାଧିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ୨୦୧୯ରେ ଜାନୁଆରୀ ୨୬ ତାରିଖରେ ମାଲଦା ପଂଚାୟତର ବଡ଼ଇନ୍ଦୁପୁର ଚନ୍ଦାସାହିରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପ...

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ -"ଗିରିଜା ରେଷ୍ଟୁରାଣ୍ଟ" ମାଲିକ (ନିଲୁଭାଇଙ୍କ) ବିୟୋଗରେ ବିଭିନ୍ନ ମହଲରେ ଶୋକରଛାୟା

Image
ବ୍ରହ୍ମପୁର (ଗଞ୍ଜାମ ସମାଚାର-ବ୍ରା.ମୁ.ବ୍ୟୁରୋ:)-ରାଜ୍ୟରେ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ନମ୍ବର ଓ୍ବାନ୍ ଭୂମିକାରେ ସବୁବେଳେ ଗଞ୍ଜାମ ଜିଲ୍ଲାର ମାନ୍ୟତା ସବୁବେଳେ ଶୀର୍ଷରେ ରହିଛି। ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ପ୍ରସିଦ୍ଧ ଲାଭ କରିଥିବା ବ୍ରହ୍ମପୁର ସହର ରାଜ୍ୟ ସମେତ ପଡୋଶୀ ରାଜ୍ୟ ମାନଙ୍କରେ ବେଶ ଚର୍ଚ୍ଚିତ ସହର। ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ହେଲେ ସୁନାଗହଣା ଠାରୁ ଆରମ୍ଭ କରି ବିଭିନ୍ନ କିସମର ଅନ୍ୟାନ୍ୟ ସାମଗ୍ରୀ ପାଇଁ ସୁଲଭ ଦରଦାମ ସାଙ୍ଗକୁ ନିୟନ୍ତ୍ରିତ ବଜାର କମିଟିର ସ୍ବତନ୍ତ୍ର ପରିଚୟ ପାଇଁ ସବୁବେଳେ ପ୍ରଶଂସନୀୟ ପରିଚୟ ଦେଇ ଆସିଛି ବ୍ରହ୍ମପୁର। ଦେଶର ଯେକୌଣସି ସ୍ଥାନରୁ ଯେକେହି ବ୍ରହ୍ମପୁର ଆସିଲେ ପ୍ରଥମେ ଖାଦ୍ୟ ଖାଇବା ପାଇଁ ମନେପକାଇ ନିଅନ୍ତି ପ୍ରସିଦ୍ଧ ରେଷ୍ଟୁରାଣ୍ଟ-ଗିରିଜା ରେଷ୍ଟୁରାଣ୍ଟ କୁ। ଗ୍ରାହାକମାନଙ୍କୁ ଉନ୍ନତ ମାନର ସୁସ୍ୱାଦୁ ଖାଦ୍ୟ ପରଷି ମନମୋହି ନେବାର କ୍ଷମତା ରହିଛି ଏହି ରେଷ୍ଟୁରାଣ୍ଟ ର। ହେଲେ ଆଜିର ଦିନରେ ରେଷ୍ଟୁରାଣ୍ଟ ର ସମସ୍ତ ଗ୍ରହାକଙ୍କ ପାଇଁ ବଡ଼ ଦୁଃଖର ବିଷୟ ଯେ ରେଷ୍ଟୁରାଣ୍ଟ ମାଲିକ ନିଲୁଭାଇ ଆଉ ଆମ ଗହଣରେ ନାହାଁନ୍ତି।ନିଲୁଭାଇଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରୁ ନାନା ପ୍ରକାର ଶୋକବାର୍ତ୍ତା ଲମ୍ବିଛି। 

ଜଙ୍ଗଲ ବିଭାଗ କନିଷ୍ଠ କିରାଣୀ ସୁନ୍ଦରଗଡ଼ ଜିଲ୍ଲା ରେ ନୂଆ ନୁହେଁ! ଏମିତି ଅନେକ ଅଛନ୍ତି ବିଭିନ୍ନ ବିଭାଗରେ..

Image
 ସୁନ୍ଦରଗଡ,୧୧।୧୦(ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ଖବର): ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଭିତରେ ବହୁ ରହସ୍ୟମୟ ଘଟଣା ଘଟାଇଚାଲିଛନ୍ତି କିଛି ଦୁର୍ନୀତି ଖୋର କର୍ମଚାରୀ। ଏବେକାର ସମୟରେ ସୁନ୍ଦରଗଡ ଡିଏଫ୍‌ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ନାମକ ଏହି ବ୍ୟକ୍ତି ଯେଭଳି ଭାବରେ  ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆଉ ସେତେବେଳକୁ  ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ତାହା ହିଁ ଏବେକାର ସମୟରେ ଚର୍ଚ୍ଚାର ଖବର। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଞ୍ଜିରିକେଲାର ଦେଓଭବନପୁର ଗ୍ରାମର ପାତ୍ରାସ ବାର୍ଲା ନାମକ ଜଣେ ବ୍ୟକ୍ତିଙ୍କ ବାପା ଭର ଓରଫ ନାଇଡୁ ଗତ ୨୦୧୯ରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ରାଶି ପ୍ରଦାନ କରାଯାଇଛି । ଏଥିପାଇ କିରାଣୀ ହୋତା ମୃତକଙ୍କ ପୁଅ ପାତ୍ରାସ ବାର୍ଲାଙ୍କୁ ୧୦ ହଜାର ଟଙ୍କା ଦାବି କରି ହଇରାଣ କରୁଥିଲେ । ପାତ୍ରାସ ଏ ସମ୍ପର୍କରେ ସ୍ଥାନୀୟ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ କିରାଣୀ ହୋତା ତାଙ୍କ ଠାରୁ ଏହି ଟଙ୍କା କାର୍ଯ୍ୟାଳୟରେ ନେଉଥିବା ସମୟରେ ସେଠାରେ ଲ...

ଲକ୍ଷାଧିକ ଟଙ୍କା ସହ ଯନ୍ତ୍ରୀ ଏବଂ ଦୁଇ ପ୍ରଦୁଷଣବୋର୍ଡ ଅଧିକାରୀଙ୍କୁ ଗିରଫ କଲେ ଭିଜିଲାନ୍ସ ଅଧିକାରୀମାନେ।-ଫିକା ପଡ଼ିଗଲା ଦଶହରା!!

Image
ଫିକା ପଡ଼ିଗଲା ଦଶହରା ପର୍ବ ,ଚୋର ଯାଉଛି ଯୁଆଡେ, ରାତି ପାହୁଛି ସେହିଠାରେ । ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ସମଗ୍ର ଦେଶରେ ପୂଜା ର ଆସର ଲାଗି ରହିଥିବା ବେଳେ କିଏ କିପରି ତାକୁ ପାଳନ କରିବାପାଇଁ ପ୍ରଧାନ କରିଥାଏ ତାହା ହିଁ ଏବେକାର ସମୟରେ ଚର୍ଚ୍ଚାର ଖବର।ଆମ ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଳକ ଅଧୀନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ଦଶହରା ପର୍ବ ପାଳନ ପାଇଁ କିପରି ଲକ୍ଷାଧିକ ଟଙ୍କା ଯୋଗାଡି ସାଙ୍ଗରେ ଧରି ଘରକୁ ଫେରନ୍ତି ତା'ର ଗନ୍ଧବାସ୍ନା ଭିଜିଲାନ୍ସ ବିଭାଗ ପାଇଁ ଠିକଣା ଯାଗାରେ ମାଡିବସୁଛି ସେଭଳି ରୋଚକ ଖବର ଏବେ ରାଜ୍ୟ ସାରା ଚର୍ଚ୍ଚାରେ ରହିଛି। ଲାଞ୍ଚୁଆ ଅଧିକାରୀ   ଲକ୍ଷାଧିକ ଟଙ୍କାଧରି ଫେରିବା ବାଟରୁ ଗିରଫ କରିଛି ଭିଜିଲାନ୍ସ। ପାର୍ବଣ ର ଏଇ ଶନିବାର ଦିନ ସରକାରଙ୍କ ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ଏହି ୩ ପ୍ରଥମ ଶ୍ରେଣୀ କର୍ମଚାରୀ ହେଲେ- କେନ୍ଦୁଝର ଜିଲ୍ଲାର ଶାଳପଡ଼ା ବୈତରଣୀ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ପାନପୋଷସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଧରା ପଡ଼ିଥିବା ...

ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ପର୍ବ ପାଳନ-ରାୟଗଡା

Image
ରାୟଗଡ଼ା- ତା : ୦୮/୧୦/୨୦୨୧ //  ରିପୋର୍ଟ :  ଯୋଗେଶ୍ଵର ଦାସ   // ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯:୩୦ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରେ ପୂଜାଅର୍ଚ୍ଚନା କରାଯାଇ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭଯାତ୍ରା ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ , ସଂଖ୍ୟାଳଗୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟତା ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ସେହିପରି ସଂମାନିତ ଅତିଥି ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି , ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ , ପି.ଡ଼ି ଡ଼ି.ଆର.ଡ଼ି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ନୂଆଖାଇ ଭେଟଘାଟ ସମ୍ପର୍କରେ ଏବଂ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ...

ପବ୍ଲିକ ସ୍କୁଲ ଛାତ୍ର ଓ ବିଜ୍ଞାନ ଶିକ୍ଷକ ମିଶି ପୋଡା ଜଳଙ୍ଗା ପାହାଡକୁ କଲେ ପଲିଥିନ ମୁକ୍ତ

Image
  ୦୯/୧୦/୨୦୨୧ ରାଉରକେଲା (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ସମାଚାର) : ସୁନ୍ଦରଗଡ ପବ୍ଲିକ ସ୍କୁଲ ଛାତ୍ର ଓ ତାଙ୍କ ବିଜ୍ଞାନ ଶିକ୍ଷକ ପୋଡା ଜଳଙ୍ଗା ପାହାଡକୁ ପ୍ରଦୂଷଣ ମୁକ୍ତ କରିଛନ୍ତି । ଶିକ୍ଷକ ଅଶୋକ କୁମାର ପରିଡା ଓ ସ୍କୁଲର ନବମ ଶ୍ରେଣୀରେ ପଢୁଥିବା କେତେକ ଛାତ୍ର ଉଦ୍ଭିଦ ବିଜ୍ଞାନ ଉପରେ ବାସ୍ତବିକ ଶିକ୍ଷା ନେବାକୁ ଯାଇ ଏହି ମହନୀୟ କାମ କରିଛନ୍ତି । ପାହାଡର କେତେକାଂଶକୁ ସେମାନେ ମିଳି ମିଶି ସଫା କରି ଦେଖାଇଛନ୍ତି । ସୂଚନାରୁ ପ୍ରକାଶ ଯେ ଶିକ୍ଷକ ଅଶୋକ କୁମାର ପରିଡାଙ୍କ ସହିତ ସ୍କୁଲ ଛାତ୍ରମାନେ ଉଦ୍ଭିଦ ବିଜ୍ଞାନର ବାସ୍ତବିକ ଶିକ୍ଷା ନେବାକୁ ଆଜି ଜଳଙ୍ଗା ପାହାଡକୁ ଯାଇଥିବା ବେଳେ ସେଠାରେ ଗଦା ଗଦା ପଲିଥିନ ପଡିଥିବା ଦେଖି ଦୁଃଖିତ ହୋଇଥିଲେ । ତେଣୁ ଛାତ୍ରମାନେ ସେହିସବୁ ପଲିଥିଲକୁ ଗୋଟାଇ ୬ ଟି ବଡ ବସ୍ତାରେ ଭର୍ତ୍ତିକରି ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ରି-ସାଇକଲିଂ ଯୁନିଟରେ ପହଞ୍ଚାଇଛନ୍ତି । ଏହା ସେମାନଙ୍କୁ ଖୁବ ସନ୍ତୋଷ ଦେଇଛି ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ତାଙ୍କର ଏହି ଉଦ୍ୟମ ଜାରି ରହିବ ବୋଲି ସେମାନେ କହିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥାଯେ ପାହାଡରେ ଏହି ସବୁ ପଲିଥିନ ବନ ବିଭାଗ ପକାଇଥିବା କଥା ଜଣାପଡିଛି । ଏବର୍ଷ ୧୮ ମାସରୁ ଅଧିକ ଦିନର ବୃକ୍ଷରୋପଣ ଅଭିଯାନ ବନ ବିଭାଗ ହାତକୁ ନେଇଥିଲା । ଚାରା ଲଗାଇବା ପରେ ଯେଉଁ ସବୁ ପଲିଥିନ ବାହ...

ସୁନ୍ଦରଗଡ଼ ପରେ ଏବେ ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍, ଏସଏଚଜି ମହିଳା କରିବେ ପରିଚାଳନା*

Image
  ୦୯.୧୦.୨୦୨୧ ରାଉରକେଲା (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ସମାଚାର) ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲ୍ୟୁଓ) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମିଶନ ଶକ୍ତିର ମା’ମାନେ ତାଲିମ ନେଇ ଏଠାରେ ଚିକି ପ୍ରସ୍ତୁତ କରିବା ସହ ପାନପୋଷ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁଙ୍କ ପୋଷଣ ପାଇଁ ଚିକି ଯୋଗାଇ ଦେବେ। ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାକୁ ସାନ ସାନ ପିଲାଙ୍କ ସୁସ୍ୱାସ୍ଥ୍ୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟବହାର କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ଅଭିନବ ପୋଷଣ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ଖାଇବାକୁ ଦିଆଯାଉଛି। ବିଶେଷକରି ଜିଲ୍ଲାରେ ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସୁନ୍ଦରଗଡ଼ ପରେ ଏବେ ରାଉରକେଲାଠାରେ ଦ୍ୱିତୀୟ ଚିକି ପ୍ରସ୍ତୁତି ୟୁନିଟ୍ ହେବାକୁ ଯାଉଛି। ଏହି ନୂତ...

କୂଅରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ*

Image
 ରାଉରକେଲା (ବସନ୍ତ କୁମାର ଜେନା) : ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲ୍ଳୀ ପୋଲିସ ଫାଣ୍ଡି ଟିମ୍ବର କଲୋନୀରେ ରହୁଥିବା ଭାସ୍କର କରଙ୍କ ପତ୍ନୀ ପ୍ରର୍ମିଳା କର (୬୫) ନାମକ ଜଣେ ବୃଦ୍ଧା ପୂଜା ପାଇଁ ସକାଳ ସମୟରେ ଫୁଲ ତୋଳିବା ସମୟରେ ପାଖରେ ଥିବା ଶୁଖିଲା କୂଅରେ ଅସାବଧାନତା ବଶତଃ ପଡ଼ି ଯାଇଥିଲା । କୂଅର ସ୍ଲାବ ଭାଙ୍ଗିଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବୃଦ୍ଧାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଚିିଂଥିଲେ । ପରେ ଏହାର ସୂଚନା ଦମକଳବାହିନୀ କର୍ମୀଙ୍କୁ ଦିଆଯାଇଥିଲା । ସୂଚନା ପାଇବା ପରେ ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମର କର୍ମୀମାନେ ଘଟଣାସ୍ଥଳରେ ପହଂଚି ବୃଦ୍ଧାଙ୍କୁ କୂଅରୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଳବାଇ କଲୋନୀ ଫାଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତା ପ୍ରମିଳା ଜଣେ ଧର୍ମ ପରାୟଣ ମହିଳା ଥିଲେ, ସେ ପ୍ରତ୍ୟେହ ଗାୟତ୍ରୀ ମନ୍ଦିରକୁ ପୂଜା ପାଇଁ ଯାଉଥିଲେ ।

ବସ ଓ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ,ଜଣେ ଗୁରୁତର*

Image
୦୯/୧୦/୨୦୨୧ ରାଉରକେଲା, (ବସନ୍ତ କୁମାର ଜେନା, ବ୍ରାହ୍ମମୁହୂର୍ତ୍ତ ସମାଚାର) : ସୁନ୍ଦରଗଡ ଜିଲ୍ଲା ରାଏବୋଗା ଥାନା ଅଧୀନରେ ଥିବା ପ୍ରତାପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ଅଭାବନୀୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ରାଉଲକେଲାରୁ ବୀରମିତ୍ରପୁର ଦେଇ ସଲାଙ୍ଗାବାହାଳ ଯାଉଥିବା ସରକାରୀ ବସ OD ୧୪ G ୨୮୨୮ ସହିତ OR ୧୪ X ୪୯୫୭ କାରର ମୁହାଁ ମୁହିଁ ଧକ୍କା ହୋଇଛି । ବଡ଼ମାଳ ଜୁନେନ୍ ରୁ ଅବସର ପ୍ରାପ୍ତ ସେନା କର୍ମଚାରୀ ବିନୋଦ ଏକ୍କା ତାଙ୍କ ସ୍ତ୍ରୀ ପ୍ରତ୍ୟାଶା କୁଲୁଙ୍କ ସହିତ ନିଜ ଏହି କାର ରେ ବେଦବ୍ୟାସ ନିଜ ଘରକୁ ଫେରୁଥିବା ବେଳେ ବାସ ସହିତ ଧକ୍କା ଫଳରେ ଘଟଣା ସ୍ଥଳରେ କାର ଚାଳକ ବିନୋଦଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ପ୍ରତ୍ୟାଶା କୁଲୁ ଗୁରୁତର ଆହାତ ହୋଇଥିବାଦେଖି ଗ୍ରାମବାସୀମାନେ ସାଙ୍ଗେ ସାଙ୍ଗେ ରାଏବୋଗା ପୋଲିସକୁ ଖବର ଦେଇ ୧୦୮ ଏମ୍ବୁଲାନସରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ରାଏବୋଗା ଥାନା ଅଧିକାରିଣୀ ଅର୍ପିତା ଖଟୁଆ ଘଟଣା ସ୍ଥଳକୁ ଆସି ଶବକୁ ଜବତ କରିବା ସହ ବ୍ୟବଛେଦ ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତରିତ କରିବା ସହ ବସ ଓ କାର କୁ ଥାନାରେ ଅଟକ ରଖିଥିବା ଜଣା ପଡିଛି।