କାଶୀପୁର ବ୍ଲକ ଅନ୍ତର୍ଗତ। ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ନିର୍ମାଣାଧୀନ କାର୍ଯ୍ୟ ଉପରେ ଜିଲ୍ଲା ଭିଜିଲାନ୍ସ ଚଢ଼ାଉ , ଦୁର୍ନୀତିର ପର୍ଦ୍ଦାଫାଶ ନିଶ୍ଚୟ !
ରାୟଗଡା, କାଶୀପୁର :-ବ୍ରା.ମୁ.ବ୍ୟୁରୋ- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ମୁନୁଷ ଗାଁ ପଞ୍ଚାୟତ ବିଗତ ଦିନରେ ମୋନରେଗା ଯୋଜନାରେ ଜିଲ୍ଲାରେ ପୁରସ୍କାର ପାଇଥିବା ବର୍ତ୍ତମାନର ସରପଞ୍ଚ ଜୟମାଝିଙ୍କ ପଞ୍ଚାୟତରେ ମୋନରେଗା ଯୋଜନାରେ ଦୁର୍ନୀତିର ମହାଘଟଲା ହୋଇଥିବାରୁ ଏବେ ରାୟଗଡା ଦୁର୍ନୀତି ନିବାରଣ ବିଭାଗ ଅଣ୍ଟା ଭିଡି ଦୁଇଥର କାଶୀପୁର ବ୍ଲକ ମୁନୁଷଗାଁ ପଞ୍ଚାୟତର ବଡ଼ଚେକନା ଗ୍ରାମକୁ ଯାଇ ତଦାରଖ କରିଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ ବଡ଼ଚେକନା ଗ୍ରାମର ଖାତା ନମ୍ବର 53, ପ୍ଲଟ ନମ୍ବର 98.ଓ 0.71ଏକର ଜାଗା ରାଜୁମାଝୀ, କଂସାରୀ ମାଝୀଙ୍କ ଜାଗାରେ ଚାଞ୍ଚଡ଼ାଗାଡ଼ ଠାରୁ ଗୁମୁଡି ସାହି ପର୍ଯ୍ୟନ୍ତ ଫ୍ଲଡ ପ୍ରୋଟେକ୍ସନ ୱାଲ ବ୍ୟକ୍ତିଗତ ଜମିରେ କାମ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଦୁଇଟି ଫାଇଲ କାମ ଗୋଟିଏ ସାତ ଲକ୍ଷ ଆଉ ଗୋଟିଏ ଚାରି ଲକ୍ଷଟଙ୍କାର କାମ ହୋଇନଥିବା ଦେଖା ଦେଇଛି l ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚଞ୍ଚକତା ହୋଇଥିବାର ମଧ୍ୟ ପରିଲିକ୍ଷିତ ହୋଇଛି. ରାୟଗଡା ଦୁର୍ନୀତି ନିଵାରଣ DSP ରୂପଧର ନାୟକଙ୍କ କହିବା ଅନୁସାରେ ଉକ୍ତ ଗ୍ରାମରେ ତିନୋଟି ଫାଇଲ ଗୋଟିଏ ଫାଇଲ ଦଶ ଲକ୍ଷ, ସାତ ଲକ୍ଷ ଓ ଚାରି ଲକ୍ଷ ସର୍ବମୋଟ ତିନୋଟି ଫାଇଲରେ 21ଲକ୍ଷ ଟଙ୍କାର କାଗଜ ପତ୍ର ସହ ଉକ୍ତ କାମକୁ ଅନୁଧ୍ୟାନ କରିଥିଲେ. ସେହି ସମୟରେ ଉକ୍ତ କାର୍ଯ୍ୟରେ ସମ୍ପୃକ୍ତ ଗ୍ରା...