ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରେ ଉତ୍କଳ ଆଲୁମିନା ପକ୍ଷରୁ ୧୫-୧୮ବର୍ଷ ଛାତ୍ରଛାତ୍ରୀ ଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ
କାଶୀପୁର , ଟିକିରି l ତା -୦୯/୦୧/୨୦୨୨ରିଖ ରବିବାର ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଧିନସ୍ଥ ଓଷାପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଟୀକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟରଅଧ୍ୟକ୍ଷଶ୍ରୀଯୁକ୍ତଲକ୍ଷ୍ମୀନାରାୟଣ ଦାଶଙ୍କ ତତ୍ବାବଧାନରେ ସଂଯୋଜିତ ହୋଇଯାଇଛି । କଭିଡ୍-୧୯ ବର୍ଭମାନ ସମଗ୍ର ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହିପରି ବିପର୍ଯ୍ୟୟ ଜନିତ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ସରକାର ଓ ଉତ୍କଳ ଆଲୁମିନାଙ୍କ ସହଯୋଗରେ ୧୫ ରୁ୧୮ ବର୍ଷ ବୟସର ପିଲାମାନଙ୍କପାଇଁକୋଭିଜ୍-୧୯ ଟୀକା କରଣ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏହି କାର୍ଯ୍ୟକ୍ର ମ କୁ ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ମଜହର୍ ଭଲ୍ଲା ବେଶ୍ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ |ଶ୍ରୀଯୁକ୍ତବେଶ୍ ତାଙ୍କ ଉଦ୍ଘାଟନୀ ଭାଷଣରେ କହିଛନ୍ତି ଯେ ମହାମାରୀ ସମୟରେ ଉତ୍କଳ ଆଲୁମିନା ଏହିଅଞ୍ଚଳବାସୀଙ୍କ ସହିତ ଅଛନ୍ତି । ସମଗ୍ର ସମାଜକୁ ମହାମାରୀରୁ ରକ୍ଷା କରିବା ପାଇଁ ସେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ ଯୁବପିଢ଼ିପାଇଁଏପରି ଅନୁକମ୍ପା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡାକ୍ତରମାନଙ୍କୁ ତଥା ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ହିବା ବେଶ...