୩୫ ବର୍ଷରେ ୮ ଜଣ ସରପଞ୍ଚଙ୍କୁ ଦେଖି ପରଖିଛି ଅଳସୁ ପଞ୍ଚାୟତ
ଭୁବନେଶ୍ୱର (ବ୍ରା. ମୁ. ବ୍ୟୁରୋ ) - ଅଶୀ ଦଶକର ଶାସନକାଳରେ ଆମ ରାଜ୍ୟ ସମେତ କେନ୍ଦ୍ରରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ଚର୍ଚ୍ଚାରେ ରହି କ୍ଷମତାର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେହି ସମୟରେ ଆମ ରାଜ୍ୟ ଓଡ଼ିଶାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ରାଜ୍ୟକୁ ଶାସନ କରୁଥାଆନ୍ତି। ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ଏକ ପ୍ରମୁଖ ଗ୍ରାମ ରୂପେ ଅଳସୁ ପ୍ରସିଦ୍ଧ ଲାଭ କରି ଆସୁଥିଲା। ଠିକ ଏତିକି ବେଳେ କାଦୁଆ ପଞ୍ଚାୟତ ବିଭାଜିତ ହୋଇ ଥିଲା। ଅଳସୁ ଗାଆଁ ଏକ ନୂତନ ଗ୍ରାମ ପଞ୍ଚାୟତର ମାନ୍ୟତା ପାଇଲା।୧୯୮୭ମସିହାର କଥା କଂଗ୍ରେସ ସରକାର ଦୀର୍ଘ ସମୟ ଧରି ଶାସନରେ ରହି ବିଭିନ୍ନ ପ୍ରକାର ବିକଶିତ ଚିତ୍ର ଗାଆଁ ମାନଙ୍କରେ ଦେଖାଇଥିଲେ ସୁଦ୍ଧା ଏବେକାର ଭଳି ଲକ୍ଷାଧିକ ଟଙ୍କାର ଯୋଜନା ସ୍ବପ୍ନ ଭଳି ଥିଲା। ଅଳସୁଗୁମା ଗ୍ରାମ ପଞ୍ଚାୟତ ତାର ପ୍ରଥମ ସରପଞ୍ଚ ନିର୍ବାଚନ ରେ ଦେଖିଲା ନୂଆ ନିର୍ବାଚିତ ସରପଞ୍ଚ। ଅଳସୁଗୁମା ପଞ୍ଚାୟତ ରେ ରହିଥିବା ନୂଆ ଓ ପୁରୁଣା କମସରଗଡ ସମେତ ଦୁଇ ହରିଜନ ସାହି ବାଲିସାହି ଏବଂ ଶଙ୍ଖପଲି ରହିଥିଲେ ମଧ୍ୟ ଅଳସୁ ଗାଆଁ ର ସାତଟି ସାହିର ଜନସଂଖ୍ୟା ବିଶେଷ ଭାବରେ ନିର୍ବାଚନ ସ୍ଥିର କରୁଥିଲା।ଆଉ ଅଳସୁଗୁମା ରୁ ପ୍ରତିନିଧିତ୍ଵ କରୁଥିବା ପ୍ରର୍ଥୀ ବିଜୟୀ ହେଉଥିଲେ। କିନ୍ତୁ ୧୫ ବର୍ଷର ଏହି ରେକର୍ଡ କୁ ଭୁଲ୍ ପ୍ରମାଣିତ କରି ପ୍ରଥମ ...