Posts

Showing posts from March, 2022

ସାବଧାନ୍ ରୁହନ୍ତୁ ! ବାଜାଜ ଫାଇନାନ୍ସ କମ୍ପାନୀ ସୀମାଲଙ୍ଘି ଋଣଗ୍ରହୀତାଙ୍କ ପରିବାର ପ୍ରତି ଅମାନବୀୟ ମାନସିକ ଯନ୍ତ୍ରଣା, ପଛରେ ମୂଳ ରହସ୍ୟ ଏବେ ଚର୍ଚ୍ଚାରେ ରହିଛି।

Image
ଡୁଙ୍ଗୁରିପାଲି/ସୁବର୍ଣ୍ଣପୁର (ବ୍ରା.ମୁ.ବ୍ୟୁରୋ):- ସାଧାରଣ ମଣିଷଟି ଜୀବନର ଚଲାପଥ ରେ ଯେତେ ସାବଧାନତାର ସହିତ ଚାଲୁଚାଲୁ କେତେବେଳେ କେମିତି ଏପରି କିଛି ମାନସିକ ଦୁର୍ଘଟଣାର ସମ୍ମୁଖୀନ ହୋଇଯାଏ ତାହା ଆଜିକାର ଦିନରେ ଅତ୍ୟନ୍ତ ପରିତାପର ବିଷୟ। ସମାଜରେ ବଞ୍ଚିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆବଶ୍ୟକ ହୋଇଥାଏ। ତାକୁ ଦୃଷ୍ଟିରେ ରଖି ଆମ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବଜାର ରେ ଥିବା ତ୍ରିନାଥ ଇଲେକ୍ଟ୍ରୋନିକ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦେଖି ନାନାପ୍ରକାର ଆଧୁନିକ ଇଲେକ୍ଟ୍ରୋନିକ ଦ୍ରବ୍ୟ ବିକ୍ରି ପାଇଁ ନୂଆ ନୂଆ ବିକ୍ରି ଶୈଳୀ ଆପଣାଇ ଥିବା ବେଳେ ଜଣେ ମଧ୍ୟବିତ୍ତ ପରିବାରର ସାଧାରଣ ମଣିଷ କିପରି ଏହି ଅଦୃଶ୍ୟ ଷଡ଼ଯନ୍ତ୍ରର ଶିକାର ହୁଏ ତା'ର ନିଚ୍ଛକ ଚିତ୍ର ଏବେ ସମଗ୍ର ଜିଲ୍ଲା ରୁ ବାହାରି ରାଜ୍ୟରେ ଚର୍ଚ୍ଚାରେ ରହିଛି। ଘଟଣା ଟି ଏହି ପ୍ରକାର ଯେ, ମିଳିଥିବା ସୂଚନାନୁସାରେ ଡୁଙ୍ଗୁରିପାଲି ବଜାର ନିକଟସ୍ଥ ଏକ ଗ୍ରାମର ଜୈନିକ ବ୍ୟକ୍ତି ନିଜ ଘର ପରିବାର ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଥିବା ତ୍ରିନାଥ ଇଲେକ୍ଟ୍ରୋନିକ ଦୋକାନରୁ ଗତ ୨୦୧୬ବର୍ଷ ରେ ଏକ ଏଲଇଡି୫୦" ଏବଂ ଗୋଟିଏ ଇନଭଟର  କିଣିଥିଲେ। ଦୋକାନର ନିର୍ଦ୍ଧାରିତ ମୂଲ୍ୟ ଦେଇ।ଏତେଦାମର ଜିନିଷ କ୍ରୟ କରିବା ଖବର କୁ ବାଜାଜ ଫାଇନାନ୍ସ କମ୍ପାନୀ କର୍ମଚାରୀ କେମିତି ଜାଣିଲାଯେ, ଗ୍ରାହକଙ୍କ ମୋବାଇଲ ନମ୍ବର କୁ ଯୋଗାଯୋଗ କରି ...

ଅବିଭକ୍ତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି।

Image
କୋରାପୁଟ/ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ:- ଦ୍ବିତୀୟ ଶ୍ରୀକ୍ଷେତ୍ର କୋରାପୁଟ ଠାରେ ତା୨୭.୩.୨୦୨୨ରିଖ୍ ରବିବାର ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏହି ବୈଠକରେ ୪ଟି ଜିଲ୍ଲାର ସାମ୍ବାଦିକ ମାନଙ୍କ ଉପସ୍ଥିତରେ ବୈଠକ ଟି ସୁନ୍ଦର ଭାବରେ ସମାପନ ହୋଇଥିଲା। ଜିଲ୍ଲା ସ୍ତରୀୟ ସାମ୍ବାଦିକ  ସଂଘରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଯେପରି ଘଟୁଥିବା ଘଟଣାବଳୀ ସଂପର୍କରେ ସତର୍କ ହୋଇ ପ୍ରଶାସନିକ ସ୍ତରରେ ଏବଂ ସରକାରଙ୍କ ନିୟନ୍ତ୍ରଣରେ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ ହେବ ତାରି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ସମସ୍ତ ସାମ୍ବାଦିକ ମାନେ। କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଠିକ୍ ରୂପେ କାର୍ଯ୍ୟକାରୀ ହେବା ଏବଂ ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ କରିବା   ଆଲୋଚନା କରାଯାଇ ଥିଲା।ଗତ ଦୁଇ ବର୍ଷ ମଧ୍ୟରେ ସଂଘ ପକ୍ଷରୁ କରୋନା ପାଇଁ ବାଧାପ୍ରାପ୍ତ ହୋଇଥିବା ବୈଠକ ଗୁଡ଼ିକକୁ ଦୃଷ୍ଟିରେ ରଖି  ନୂତନ କମିଟି ଚୟନ କର ଗଲା।ସଭାପତି  ଦସରଥି ମାଲି,କର୍ଜ୍ୟକାରି ସଭାପତି ବସନ୍ତ ପେଗଡା ଉପଦେଷ୍ଟା   ପୂର୍ଣ୍ଣ ପଟନାୟକ,ଜୋତ୍ସନା ରାଉଲ, ସମ୍ପାଦକ ଗଣେଶ ଚନ୍ଦ୍ର ପଟନାୟକ, କୋଷାଧ୍ୟକ୍ଷ ପ୍ରଭାତୀରାଉତ, ଉପ ସଭାପତି ଜଗ ମୋହନ,ଇଶ୍ୱର ମହନ୍ତ୍ ,କାର୍ଯ୍ୟ କା...

ଭୁବନେଶ୍ୱର ମହାନଗରନିଗମ ର ୨୫ ନଂ ଓ୍ବାର୍ଡରେ ବିଜେଡ଼ିର ବାଜିମାତ।

Image
  ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ):- ସମଗ୍ର ରାଜ୍ୟରେ ଶେଷ ହୋଇଛି ପୈାର ନିର୍ବାଚନ। ଏହାରି ଭିତରେ ରାଜ୍ୟର ପ୍ରମୁଖ ମହାନଗରନିଗମ ଗୁଡ଼ିକର ନିର୍ବାଚନ ମଧ୍ୟ ଶେଷ ହୋଇଛି। ରାଜଧାନୀ ଭୁବନେଶ୍ଵର ସହରାଞ୍ଚଳ ବିକାଶ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା  ପୈରାଞ୍ଚଳ ନିର୍ବାଚନରେ ସବୁଠାରୁ ଅଧିକ ସଫଳତା ହାସଲ କରିଛନ୍ତି ଶାସକ ବିଜେଡି ଦଳ। ମହାନଗର ମେୟର ପଦବୀ ପାଇଁ ତ୍ରୀମୁଖୀ ପ୍ରତିଦ୍ବନ୍ଦିତା ଭିତରେ ବିଜେଡି ପ୍ରାର୍ଥନୀ ଶ୍ରୀମତୀ ସୁଲୋଚନା ଦାସଙ୍କ ବିଜୟୀ ହେବା ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ର ଉଦାହରଣ ସୃଷ୍ଟି କରିଛି। ସେହିପରି ରାଜଧାନୀ ଭୁବନେଶ୍ଵର ର ୨୫ନଂ ଓ୍ବାର୍ଡ ର ଜନପ୍ରିୟ ନେତ୍ରୀ ଶ୍ରୀମତୀ ମାନସୀ ରାଣୀ ସୁନ୍ଦରାୟ ନିଜ ପ୍ରତିଦ୍ବନ୍ଦି ପ୍ରାର୍ଥିନୀଙ୍କୁ (ବିଜେପିର ପ୍ରାର୍ଥନୀ) ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ସୁନ୍ଦରାୟଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଳିଷ୍ଠ ନେତୃତ୍ବ ଆଗରେ ବିରୋଧୀ ଦଳର ସଦସ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଯାହା ପାଇଁ ନୟାପଲ୍ଲୀ ଅଞ୍ଚଳର ଏହି ବହୁ ଚର୍ଚ୍ଚିତ ୨୫ନଂ ଓ୍ବାର୍ଡରେ  ଶ୍ରୀମତୀ ମାନସୀ ରାଣୀ ପୂର୍ବ ନିର୍ବାଚନ ଭଳି ବହୁସଂଖ୍ୟାର ଭୋଟ ପାଇ ବିଜୟୀ ହୋଇଛନ୍ତି। ଶ୍ରୀମତୀ ସୁନ୍ଦରାୟଙ୍କ ଜନସମ୍ପର୍କ ପଦଯାତ୍ରା ଏବଂ ପ୍ରତ୍ୟେକ ଘରେ ପରିଚିତ ବ୍ୟକ୍ତିତ୍ଵ ହିଁ ସଫଳତା ପଛରେ ବଡ଼ ରହ...

"ଆଜି ଆମ ପଖାଳ ଦିବସ "

Image
ଗାଆଁ ରେ ଘରେ ଘରେ ପରିଚିତ ପଖାଳ ଖିଆ ସମୟ ଦେଖି ଥରେ ପଢନ୍ତୁ, ପିଲାଦିନର କଥାକୁ ଭାବି ଦେଖନ୍ତୁ । ଘର ଚାଳ ଉପରେ ସକାଳୁ ସକାଳୁ ଘରଚଟିଆ ଦମ୍ପତି କିଚିରି ମିଚିରି ଶବ୍ଦରେ ନିଜ ସକାଳ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଦାଣ୍ଡପାଖ ସଜନା ଗଛର ଡାଳରେ ବସି ଘର ଆଡ଼କୁ ମୁହଁ କରି କାଆ କାଆ ଡାକଛାଡେ ଡାମରା କାଉଟି। କାଉର ଡାକଶୁଣି ମଧ୍ୟ ଗାଲେଇ ମୁହଁକୁ ମାଡି ଶୋଇବାକୁ ଚାହୁଁଥିଲେ ବି ବାପାଙ୍କ କର୍କଶ ଡାକରେ ବିଛଣା ଛାଡ଼ିବାକୁ ପଡେ। ମୁହଁ ଧୋଇ ହାତରେ ଖଣ୍ଡେ ଶାଳ ଅବା ସାହାଡ଼ା, ମୁତୁରୀ,କରଞ୍ଜ କିମ୍ବା ଚିନାମାଳି ଦାନ୍ତକାଠି ଧରି ଦାଣ୍ଡକୁ ବାହାରି ଗାଁ ମଝିରେ ଥିବା ନଳକୂଅ ପାଖରେ ବସି ଦିଚାରି ଥର ଦାନ୍ତକାଠି ବୁଲାଇ ମୁହଁ ହାତ ଧୋଇ ଘରକୁ ଆସି ସିଧାସଳଖ ଚୁଲିମୁଣ୍ଡେ ହାଜର। ଏହା ଥିଲା ସବୁଦିନିଆ ରୁଟିନ । ଗାଆଁ ରାଜୁମାଷ୍ଟ୍ରଙ୍କ ଚାଟଶାଳୀକୁ ପାଠ ପଢ଼ିବାକୁ ଯାଇ ପୁଣି  ସକାଳ ୯ ଟା ୩୦ରେ ଛୁଟି। ତାପରେ, ଗାଆଁ ବନ୍ଧହିଡରେ ଥିବା ବରଅଶ୍ବସ୍ତ ଗଛମୂଳରେ ପ୍ୟାଣ୍ଟ୍ କୁ ବାହାର କରି ସିଧା ପୋଖରୀ ଭିତରେ ପଶି ମୁଣ୍ଡକୁ ବୁଡାଇ ପାଣି ସରସର ହୋଇ ବାହାର କରି ଥିବା ପ୍ୟାଣ୍ଟ୍ କୁ ପିନ୍ଧି ଘରକୁ ଆସି ମାଆଙ୍କୁ ଦାଣ୍ଡଦୁଆର ମୁହଁରୁ ଖାଇବା ପାଇଁ ଡାକଛାଡି ଚୁଲି ମୁଣ୍ଡରେ ଠିଆ। ଏବେ, ସ୍କୁଲ ଯିବା ସମୟ ; ସ୍କୁଲ ଜାମା ପିନ୍ଧି ଘର ଅଗଣାରେ ଗୋଟେ ବେଲାରେ ବାସି ପଖାଳ, ସାଙ୍ଗରେ ଆଳୁ ଭଜା ନହେଲେ ଆଳୁ ପୋଡା । ସବୁଦିନ...

ଶିକ୍ଷାଗତ ଯୋଗ୍ୟତା ନେଇ ସନ୍ଦେହରେ ମାଲକାନଗିରି ଜିଲ୍ଲା ଗୁମ୍ମା ଗୋଷ୍ଠୀ ଶିକ୍ଷାଧିକାରୀ !!

Image
ଭୁବନେଶ୍ୱର/ମାଲକାନଗିରି/କୁଡୁମୁଲୁଗୁମ୍ମା(ବ୍ରା.ମୁ.ବ୍ୟୁରୋ):-  ମହାପୁରୁଷଙ୍କ ସତ ହୂଏ, ସୂର୍ଯ୍ୟ ଚନ୍ଦ୍ର ଆଉ ନକ୍ଷତ୍ର ଯୁକ୍ତ ପୃଥିବୀ ପୃଷ୍ଠରେ ମାନବ ସମାଜ କାହିଁ କେଉଁ କାଳରୁ ଏଯାବତ୍ ରହିଛନ୍ତି। କିନ୍ତୁ ସଭିଙ୍କ ପାଇଁ କିଛି ନିୟମ ରହିଛି। ସଭିଙ୍କ ପାଇଁ ଯଥାରୀତି ନୀତି ନିୟମ ଅଛି। ସେଥିରୁ କେହି ବାଦ୍ ନୁହନ୍ତି।ଆଉ ନିୟମ ଠାରୁ ଦୂରରେ ରହି ବେନିୟମ ଭାବେ ଯେହେଉନା କାହିଁ କିଛି ତୃଟିପୂର୍ଣ୍ଣ କାର୍ଯ୍ୟ କରେ ସେ ଆଇନ୍ ଆଖିରେ ଅପରାଧୀ। ଏଭଳି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଗୋଷ୍ଠୀ ଶିକ୍ଷାଧିକାରୀ। ମିଳିଥିବା ସୂଚନାନୁସାରେ ରାଜ୍ୟର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସନ୍ଦେହର ପାଚେରୀ ଠିଆ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ପ୍ରାରମ୍ଭିକ ତଥ୍ୟକୁ ଦେଖାଗଲେ ଏହି ବିଇଓ ନିଜ ବିଏଡ ଯୋଗ୍ୟତା ଅର୍ଜନ ର ପ୍ରମାଣପତ୍ର ସମ୍ବଳିତ ତଥ୍ୟ  କୁ ଗଞ୍ଜାମ ଜିଲ୍ଲାର ଏକମାତ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ରୋକଠୋକ ବାରଣ କରାଯାଇଛି। ଏବଂ କହିଛନ୍ତି ଉକ୍ତ ନାମଧାରୀ କୌଣସି ବ୍ୟକ୍ତି ସେହି ବର୍ଷ ବିଏଡ ଯୋଗ୍ୟତା ଅର୍ଜନ କରିନାହାନ୍ତି ଅବା ସେଭଳି ରୋଲନମ୍ବର ଅନୁସାରେ ନାମ ହିଁ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ ଏବେକାର ଦିନରେ କେମିତି ଉକ୍ତ ଶିକ୍ଷାଧିକାରୀ ସରକାରଙ୍କ ଶିକ୍ଷା ବିଭାଗକୁ ଦୀର୍ଘ ବର୍ଷ ହେଲା ଚୁନ...

ପୋଲସରା ଏନଏସି ରାଜନୀତିରେ ସ୍ବତନ୍ତ୍ର ଭୂମିକାରେ ବିଜେଡି ନେତା, ନାମାଙ୍କନ ଅନ୍ତିମ ଦିନରେ ପାପୁଲି ର ପ୍ରାର୍ଥୀ ଘର ଶୂନ୍ୟ

Image
ପୋଲସରା ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ:- ୦୭/୦୩/୨୦୨୨(ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ)   ପ୍ରାର୍ଥୀ ପତ୍ର ଦାଖଲ ଅନ୍ତିମ ଦିବସ ରେ ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ପଦବୀ ନିମନ୍ତେ ଦୁଇ ଜଣ ଏବଂ ବିଭିନ୍ନ ୱାର୍ଡ ର କାଉନସିଲର ପ୍ରାର୍ଥୀ ଭାବେ ୩୧ ଜଣ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବିଜୁ ଜନତା ଦଳ ର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ସଙ୍ଗୀତା ବେହେରା ଏବଂ ଭାରତୀୟ ଜନତା ପାର୍ଟି ର ଅଧ୍ୟକ୍ଷା ଭାବରେ ମନୋରମା ବେହେରା ନିଜ ନିଜର ସମର୍ଥକ ମାନଙ୍କ ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରେ ପହଞ୍ଚି ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ମଧ୍ୟ ପରିଷଦ ର ୧ ନମ୍ୱର ୱାର୍ଡ ରୁ ରବିନ୍ଦ୍ର କୁମାର ବେହେରା (ବିଜେପି) , ୨ ନମ୍ବର ୱାର୍ଡ ରୁ ଦୁର୍ଯୋଧନ ସାହୁ (ବିଜେପି) ଓ ଗୋପାଳ କୃଷ୍ଣ ସାହୁ (ବିଜେଡି) , ୩ ନମ୍ବର ୱାର୍ଡ ରୁ ସୌଦାମିନୀ ସାହୁ ଓ କୁନି ଡାକୁଆ (ଉଭୟ ବିଜେପି) , ୪ ନମ୍ବର ୱାର୍ଡ ରୁ ନିରଞ୍ଜନ ଦାସ (ବିଜେପି) , ୫ ନମ୍ବର ୱାର୍ଡ ରୁ ରେନୁବାଳା ବେହେରା ଓ ମମତା କୁମାରୀ ବେହେରା (ଉଭୟ ବିଜେପି) , ସୁନିତା ସୁବୁଦ୍ଧି (ବିଜେଡି) ଓ ଗୀତାଞ୍ଜଳୀ ସାହୁ (ବିଜେପି) , ୭ ନମ୍ବର ୱାର୍ଡ ରୁ ବୁଲୁ ପ୍ରଧାନ (ବିଜେପି) ,   ୮ ନ...

ପୋଲସରା ଏନଏସି ନିର୍ବାଚନ ପାଇଁ ୨୫ଜଣ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରାର୍ଥୀ ପତ୍ର ଦାଖଲ

Image
ପୋଲସରା/ଗଞ୍ଜାମ ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ବେଳ ଆସିଛି ପୈାରାଞ୍ଚଳ ନିର୍ବାଚନ ର, ଯାହା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ଜିଲ୍ଲାର ପୋଲସରା ସହରାଞ୍ଚଳ।୧୯ଗୋଟି ଓ୍ବାର୍ଡ କୁ ନେଇ ଗଠିତ ପୋଲସରା ଏନଏସି ର ବିଭିନ୍ନ ସାହିରେ ଦେଖିବାକୁ ମିଳିଛି ଦଳୀୟ ନେତା ଓ କର୍ମୀଙ୍କ ନିର୍ବାଚନ ପ୍ରସ୍ତୁତି ପର୍ବ। ଶନିବାର ଅର୍ଥାତ୍ ୫ମ ଦିନ ସୁଦ୍ଧା ପୋଲସରା ଏନଏସି ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି ସ୍ଥାନୀୟ ତହସିଲଦାରଙ୍କ ନିକଟରେ ମାତ୍ର ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୨୫କୁ ବଢ଼ିଥିବା ବିଶେଷ ସୁତ୍ରରୁ ଜଣାପଡିଛି।ଏହତାଲିକାରେ ଜଣେ ମାତ୍ର ମହିଳା  ଅଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ଏହି ଏନଏସି ନିର୍ବାଚନ ନିଶ୍ଚିତ ଭାବେ ସ୍ଥାନୀୟ ନେତାଙ୍କ ଏସିଡ୍ ଟେଷ୍ଟ ସ୍ଵରୂପ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ମାନେ ମତ ଦିଅନ୍ତି।

ପୋଲସରା ରେ କଳିଙ୍ଗ ପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କଲେ ବିଧାୟକ ଶ୍ରୀକାନ୍ତ ସାହୁ।

Image
ପୋଲସରା/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମାର୍ଚ୍ଚ ମାସର ୫ ତାରିଖଟିକୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅନୁଯାୟୀ ପଞ୍ଚାୟତିରାଜ ଦିବସ ରୁପେ ପାଳନ କରି ଆସୁଛନ୍ତି। ଆଧୁନିକ ଓଡିଶା ନିର୍ମାଣରେ ବିଜୁବାବୁଙ୍କ ପ୍ରତ୍ୟେକ କାର୍ଯ୍ୟ ଆଜି ଆମପାଇଁ ଅମର ହୋଇ ରହିଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ସହରସ୍ଥିତ ବସଷ୍ଟାଣ୍ଡ ରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ରୋଗୀମାନଙ୍କୁ ବିସ୍କୁଟ,ଫଳ, ଏବଂ ବ୍ରେଡ ବଣ୍ଟନ କରିଥିଲେ। ବିଧାୟକଙ୍କ ସହିତ ପୋଲସରା ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସିମାଞ୍ଚଳ ବେହେରା, ଉପସ୍ଥିତ ଥିଲେ। ଏହି ଭବ୍ୟ ଜନ୍ମଜୟନ୍ତୀ ପାଳନ ଉତ୍ସବରେ ଆହୁରି ମଧ୍ୟ ସର୍ବଶ୍ରୀ ଅଶୋକ ବିଷୋୟୀ, ସୁରେନ୍ଦ୍ର ପ୍ରଧାନ,ଶୁସାନ୍ତ ପୋଲାଇ, ବାବୁଲି ପଟ୍ଟନାୟକ, ସନ୍ତୋଷ ସେଠୀ, ଭଗବାନ ପ୍ରଧାନ, ପଞ୍ଚାନନ ଦାସ,ପ୍ରତାପ ଚନ୍ଦ୍ର ପ୍ରଧାନ, ଏବଂ ସାଂସଦ ପ୍ରତିନିଧି ମୋତିରାମ ସାହୁ ଆଦି ସ୍ଥାନୀୟ ନେତା ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। ମହାନ ପ୍ରବାଦ ପୁରୁଷ ଓଡିଆ ଜାତିର ଗର୍ବ,ଗୌରବ ବିପ୍ଳବୀ ଜନ ନାୟକ "ଭୂମିପୁତ୍ର"ମଣ୍ଡିତ ସ୍ବାଧୀନତା ସଂଗ୍ରାମୀ ବ...

ଜାଗର ଯାତ୍ରା ସମୟରେ ଏହି ଗୋଟିଏ କାମ କରି ଦେଖନ୍ତୁ ଜୀବନଟା ସୁଖମୟ ହେବ।

Image
  ଓଁ ନମୋ ଶିବାୟ €€€€€€€€•••••• ଓଁ ନମଃ ଶିବାୟ°°°°° ବର୍ଷର ବାରମାସ ଭିତରେ ଥିବା ପ୍ରତ୍ୟେକ ମାସର କିଛି କିଛି ସ୍ବତନ୍ତ୍ର ପରିଚୟ ରହିଛି। ଯେମିତି ସକାଳ ହେବା ଠାରୁ ସନ୍ଧ୍ୟା ଯାଏଁ ସମୟକୁ ଆମେ ବିଶ୍ବବାସୀ ଦିନ ବା ଦିବସ ରୂପେ ମାନିଥାନ୍ତି, ସେମିତି ସେହି ଦିନରାତି କୁ ନେଇ ଗୋଟିଏ ଗୋଟିଏ ବାର ତିଆରି କରି ସେମାନଙ୍କୁ ପୁଣି ଗୋଟିଏ ଗୋଟିଏ ନାମରେ ଚିହ୍ନିତ କରାଯାଇଛି। ସେହି ବାରକୁ ନେଇ ଆମେ ଆମ ଦୈନନ୍ଦିନ ଜୀବନର ଚଲାପଥ ରେ ନକ୍ଷତ୍ର ରାଶି ଭଳି ବହୁ ଜ୍ୟୋତିଷ ଶାସ୍ତ୍ର ଭିତ୍ତିକ ନାନା ପ୍ରକାର ଆଧ୍ୟାତ୍ମିକ ମାନ ରହିଛି। ସଂସାରରେ ମହାଦେବ ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ମହିମା କଥା କିଏ ନ ଜାଣେ। ମହାଦେବଙ୍କ କୃପା ଲାଭ କଲେ ସବକ୍ଷେତ୍ରରେ ମଣିଷଟି ନିଜ ସୁନ୍ଦର ପରିପ୍ରକାଶ ଯୁକ୍ତ ଜୀବନଶୈଳୀର ସୂଚନା ପାଇ ଥାଏ। ସବୁକିଛି ପରିବର୍ତ୍ତନ ପାଇଁ ଆମ ମାନବ ସମାଜ ବାରମାସରେ ତେର ମାନସିକ ସହ ପୂଜାର୍ଚ୍ଚନା କରିଥାନ୍ତି।ସେହି ପୂଜାର୍ଚ୍ଚନା ଭିତରେ ଜାଗର ଏମିତି ଏକ ପୂଜା ରହିଛି ଯାହାର ମହିମା ସଭିଙ୍କ ପାଖରେ ପହଞ୍ଚି ଥାଏ ବିଭିନ୍ନ ପ୍ରକାରରେ। କିନ୍ତୁ ସବୁଠାରୁ ଅଧିକ ସଫଳତା ହାସଲ କରିଥିବା ମଣିଷ ସେହି ବ୍ୟକ୍ତି ହୋଇଥାଏ, ଯିଏକି ଜାଗର ଦିନ ମହାଦେବଙ୍କ ପାଖରେ ଶିବାଭିଷେକ କରିଥାଏ। ମହାଦେବ ଜାଗର ଦିନ ସମସ୍ତ ଭକ୍ତଙ୍କ ପାଇଁ ନିଜକୁ ସମର୍ପିତ କରିବା ସହ ମାତାଙ୍କ ସାନିଧ୍ୟ ଲାଭ କରିଥାନ୍ତି। ଏଣୁ ସଭ...

ରାଜନୈତିକ ହିଂସା - ଧାନଖଳାରେ ନିଆଁ ଲଗାଇ ଜୀବନରୁ ମାରିଦେବା ପାଇଁ ଚକ୍ରାନ୍ତ ସନ୍ଦେହରେ ୧୦ରୁ ଉର୍ଦ୍ଧ୍ବ ଲୋକ !! ପରାଜିତ ପ୍ରାର୍ଥୀଙ୍କ ହୀନ ଚକ୍ରାନ୍ତ ବୋଲି ଚର୍ଚ୍ଚା

Image
   ଅଳସୁଗୁମା/ ଗଞ୍ଜାମ (ବ୍ରା.ମୁ.ବ୍ୟୁରୋ):- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ସତ କିନ୍ତୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକ ମାନେ ରକ୍ତମୁଖା ହୋଇ ରଚିଛନ୍ତି ନାନା ପ୍ରକାର ହିଂସାତ୍ମକ ବାଟ। ଏମିତି କିଛି ଘଟଣା ସମ୍ପର୍କିତ ଖବର କୁ ନେଇ ଏବେ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ପଞ୍ଚାୟତ। ମିଳିଥିବା ସୂଚନା ଅନୁସାରେ ଅଳସୁଗୁମା ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଜଣେ ମହିଳା ନିର୍ବାଚନରେ ହାରିଯିବା ପରେ ନିଜ ସମର୍ଥକଙ୍କ ସହ ମିଶି ଆପଣାଇଛନ୍ତି ନାନା ପ୍ରକାର ହିଂସାତ୍ମକ ରାସ୍ତା ବୋଲି ଶୁଣିବାକୁ ମିଳୁଛି। ଅଳସୁଗୁମା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଧାନଖଳାରେ ଗୁରୁବାର ଦିନ ଭୋର ସମୟରେ ହୁହୁ ହୋଇ ନିଆଁ ଜଳୁଥିବା ବେଳେ ଏଦୃଶ୍ୟ ଆଖପାଖ ଅଞ୍ଚଳରେ ଚହଳ ପକାଇଥିଲା। କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଗାଲୋକେ ଶୁଣିଥିବା ଖବର ଥିଲା, ଉକ୍ତ ଗ୍ରାମର ଜଣେ ଅନୁସୂଚିତ ଜାତିର ମହିଳା ଯେକି, ପରାଜିତ ସରପଞ୍ଚ ପ୍ରାର୍ଥନୀ ଶ୍ରୀମତୀ  ସେଠୀଙ୍କ ନିକଟସମ୍ପର୍କୀୟ ଅଟନ୍ତି। ଘଟଣାର ପୂର୍ବଦିନ ସନ୍ଧ୍ୟାରେ ପରାଜିତ ସରପଞ୍ଚ ପ୍ରାର୍ଥନୀ ଙ୍କ ସ୍ବାମୀ ଏବଂ ତାଙ୍କର ସମର୍ଥକମାନେ ମିଶି ଏକାନ୍ତରେ କିଛି ଆଲୋଚନା କରିବା ଖବର ହିଁ ଧାନଖଳାରେ ନିଆଁ ଲାଗିବା ପଛର ମୁଖ୍ୟ...