Posts

Showing posts from April, 2022

ଖୋର୍ଦ୍ଧା ବାସୀଙ୍କ ପାଇଁ ନବୀନଙ୍କ ଭେଟି !..?

Image
ଭୁବନେଶ୍ୱର ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :- ଖୋର୍ଦ୍ଧା ଜିଲ୍ଲା ଗଠନ ପରଠାରୁ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରକୁ ନେଇ ଚର୍ଚ୍ଚା କଲେ ଖୋର୍ଦ୍ଧା ସହରର ବିଶେଷ ଭୂମିକା ରହିଛି। ରାଜ୍ୟରେ ବିଭିନ୍ନ ସମୟରେ ଶାସନ କ୍ଷମତାର ଚୌକିରେ ବସିଥିବା ଦଳୀୟ ନେତାଙ୍କ ଇଙ୍ଗିତରେ ପରିଚାଳିତ ଏହି ବିଧାନସଭା ଆସନ ବହୁ ସମୟରେ ନାନାପ୍ରକାର ଚର୍ଚ୍ଚାରେ ରହିଆସିଛି। ସବୁକିଛି ପରିବର୍ତ୍ତନ ସତ୍ତ୍ବେ ଖୋର୍ଦ୍ଧା ଗଡ଼ଜାତ ଅଞ୍ଚଳରେ ଆମ ବୀର ପାଇକମାନଙ୍କ ବୀରତ୍ୱର ବାର୍ତ୍ତା ଏବେ ଆଉ କେବଳ ରାଜ୍ୟ ଭିତରେ ସିମୀତ ହୋଇ ରହିନାହିଁ ବରଂ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଜଣାଶୁଣା ହୋଇପାରିଛି , ଖାସ୍ କରି ଆମ ରାଜ୍ୟବାସୀଙ୍କ ପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଇଁ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର ଓ ବିକାଶମୂଳକ କାର୍ଯ୍ୟ ବଳରେ ଖୋର୍ଦ୍ଧା ଆଉ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ବୀରମାଟି ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର)ଙ୍କ ବଳିଷ୍ଠ ନେତୃତ୍ବ ଆଗରେ ବିରୋଧୀ ଦଳ ନେତାମାନେ ଛତ୍ରଭଙ୍ଗ ଦେବା ଖବର ର ସଦ୍ୟତମ ଉଦାହରଣ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ରୁ ଜଣାପଡିଛି। ବିରୋଧୀଙ୍କ ମନଗଢା କାଳ୍ପନିକ ଧାରାବାହିକ କାହାଣୀ କୁ ଫସର ଫଟାଇ ବିଧାୟକ ଶ୍ରୀ ମିତ୍ର ଦଳ ପାଇଁ ବହୁଳ ମାତ୍ରାରେ ନବୀନଙ୍କ ଆଶାକୁ ଶସକ୍ତ କରିଥିଲେ। ଯାହା ପାଇ...

ନବୀନଙ୍କ ନବରତ୍ନ ଭିତରେ ଦେବୀ ମିଶ୍ରଙ୍କ ଭୂମିକା ସ୍ବତନ୍ତ୍ର

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ):- କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ପରେ ଦୀର୍ଘ ଦିନ ହେଲା ଆମ ରାଜ୍ୟ ଓଡ଼ିଶାରେ ଗୋଟିଏ ଚର୍ଚ୍ଚା ଚାଲିଛି ତାହା ହେଉଛି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ ନିଜ ପଞ୍ଚମ ପାଳିର ଶାସନ କାଳରେ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରିବେ। ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ପଛରେ ମୂଳ ରହସ୍ୟ ହେଉଛି ବହୁ ଚର୍ଚ୍ଚିତ ମନ୍ତ୍ରୀଙ୍କ ପାଇଁ ନବୀନଙ୍କ ସ୍ବଚ୍ଛତା କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଇ ନାହାନ୍ତି ବିରୋଧୀ ଦଳ। ଏତେ ସବୁ କଥା ନେଇ ରାଜନୈତିକ ବିଶେଷଜ୍ଞ ମାନେ ଯେଉଁ ମତ ଦିଅନ୍ତି ସେଥିରେ ପ୍ରମୁଖ ଖବର ହେଉଛି ଦାଗୀ ମନ୍ତ୍ରୀ ଅର୍ଥାତ୍ ଯେଉଁମାନଙ୍କୁ ନେଇ ଏବେକାର ଦିନରେ ଭାବମୂର୍ତ୍ତି ଯଥେଷ୍ଟ କ୍ଷୂର୍ଣ୍ଣ ହୋଇଛି ସେଭଳି ନେତାଙ୍କୁ ବିଶ୍ରାମ ଦେଇ କିଛି ଆଗଧାଡିର ପୂର୍ବତନ ମନ୍ତ୍ରୀ ଙ୍କୁ ନିଜ ଦ୍ବିତୀୟ ପର୍ଯ୍ୟାୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ। ଯାହା ଦ୍ୱାରା ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳ ବିରୋଧୀଙ୍କୁ ଚେତାଶୂନ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ। ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ପର୍ବରେ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ କଟକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ମିଶ୍ରଙ୍କ ସ୍ଥାନ ଶୀର୍ଷରେ ରହିଛି। ଅବିଭକ୍ତ କଟକ ଜିଲ୍ଲାର ରାଜନୈତିକ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରାଗଲେ ତ୍ରିସ୍ତରୀୟ ପଞ୍ଚ...

କଣ୍ଟାମାଳ ଆସନ ନେବ ନବକଳେବର ରୂପ, ଭଗବାନଙ୍କ ଆବିର୍ଭାବ ନେଇ ଅଞ୍ଚଳବାସୀ ଖୁସ୍ !

Image
ଭୁବନେଶ୍ୱର ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଦେଶର ସମସ୍ତ ରାଜ୍ୟ ସରକାରଙ୍କ ବିକଶିତ ଚିତ୍ର ଦେଖିବାକୁ ଗଲେ ଓଡ଼ିଶାର ଲୋକପ୍ରିୟ ଜନନେତା ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି ଏବେ ଦେଶ ପାଇଁ ଗୋୖରବ। ପଞ୍ଚାୟତ ନିର୍ବାଚନ ହାଲଚାଲ ଖବର ଭିତରେ ସୁପରିଚିତ ନେତାଙ୍କ ଭିଡ଼ ପରିଲକ୍ଷିତ ଏମିତି ଖୁସିରେ ରହିଛି ଯେଉଁଥିରେ ରାଜ୍ୟ ବିଜେଡି ର ଦଶମୁଠା ବିଧାୟକ ନିଜ କୃତକର୍ମ ପାଇଁ ଟିକେଟ ହରାଇବା ଖବର ଏକପ୍ରକାର ସୁବାସିତ ହେଉଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଦାର ହେଉଛି। ଶୁଣିବାକୁ ମିଳୁଥିବା ଖବର ଭିତରେ ବିଧାୟକଙ୍କ ରିପୋର୍ଟ କାର୍ଡ କେତେ ସଫଳତା ସାଉଁଟିଛି ତାହାହିଁ କିଛି ବିଧାୟକଙ୍କ ନିଦ ହଜାଇ ଦେଇଛି। ଏହି କ୍ରମରେ ବଉଦ ଜିଲ୍ଲାର କଣ୍ଟାମାଳ ବିଧାୟକ ଶ୍ରୀ ମହୀଧର ରଣାଙ୍କ ଆସନ କୁ ନେଇ ଏମିତି କିଛି ଖବର ଶୁଣାଯାଏ ଯାହା ପାଇଁ କଣ୍ଟାମାଳ ର ନବକଳେବର ରୂପ ଚର୍ଚ୍ଚାକୁ ଆସେ। କଣ୍ଟାମାଳ ବିଧାନସଭା ଆସନରୁ ବିଗତ ଦିନରେ ନିର୍ବାଚିତ ତଥା ପୂର୍ବତନ ବିଧାୟକ ଭଗବାନ କଅଁର କୁଆଡେ଼ ଆଗାମୀ ୨୦୨୪ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି। ବିଜେଡି ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବପ୍ରକାଶ ଦାସଙ୍କ ନିକଟତର ହୋଇ କଣ୍ଟାମାଳ ରେ ଦଳର ସ୍ଥିତି କାହିଁକି ଏବଂ କେଉଁ ସବୁ କାରଣରୁ ଗଲା ନିର୍ବାଚନରେ ସାତଟି ଜିଲ୍ଲାପରିଷଦ ଆସନ ରୁ ବଞ୍ଚି...

ମୋ କଲମ ହିଁ ମୋର ପରିଚୟ..

Image
ଯେ କୌଣସି ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାର ପାଇଁ ବାହାରିବା ସମୟରେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ। ୧. କେଉଁ ଦିନ? ୨. କେତେବେଳେ ? ୩. କେଉଁଠି ? ୪. କାହିଁକି ? ୫. କିଏ ସେହି ବ୍ୟକ୍ତି ? ୬. ସାକ୍ଷାତକାର ସମ୍ବନ୍ଧୀୟ ପ୍ରଶ୍ନଗୁଡିକ କ'ଣ? ୭. ସାକ୍ଷାତକାର  ଯିବା ସମୟରେ ଆବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ନେବା।ଯଥା- ଭଏସ ରେକଡ଼ର୍, କ୍ୟାମେରା, ପେପର ସହିତ ପେନ୍, ସହଯୋଗୀ ବ୍ୟକ୍ତି। ୮. ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ପ୍ରଥମେ ତାଙ୍କରି ଛାତ୍ର ଜୀବନ ସମୟର କିଛି ସ୍ମରଣୀୟ କଥା ଜାଣିବା। ୯. କାର୍ଯ୍ୟ ଶୈଳୀ, ପସନ୍ଦ( ଖାଦ୍ୟ, ପୋଷାକ, ଦେବାଦେବୀ, ମଣିଷ, ସ୍ଥାନ, ମନୋରଞ୍ଜନ ସମ୍ବନ୍ଧୀୟ ପ୍ରଶ୍ନଗୁଡିକ,) ୧୦. ଶେଷରେ ସମାଜ ଏବଂ ପ୍ରିୟଜନଙ୍କ ପାଇଁ ବାର୍ତ୍ତା ।

ଚର୍ଚ୍ଚାରେ କଣ୍ଟାମାଳର ମହୀଧର, କୁଆଡେ ହେବେ ମନ୍ତ୍ରୀ ! ବିରୋଧୀ ଘରେ ରାମନବମୀ ପୂଜା ଦେଖି ଚେତାଶୁନ୍ୟ ପଣ୍ଡିତେ ।

Image
ଭୁବନେଶ୍ୱର/କଣ୍ଟାମାଳ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ରାଜଧାନୀ ଠାରୁ ଗାଆଁ ଯେଉଁଠି ଦେଖ ସେହି ଗୋଟିଏ ଚର୍ଚ୍ଚା, ମୂଖ୍ୟମନ୍ତ୍ରୀ କୁଆଡେ଼ ପଞ୍ଚମ ପାଳିରେ ୨ୟ ପର୍ଯ୍ୟାୟ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରିବେ। ଏହି ଖବରକୁ ନେଇ ଏବେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅଙ୍କ କଷିବା ଆରମ୍ଭ କରିଥିବା ବେଳେ ଏଭଳି ଖବରକୁ ଶୁଣି କିଛି ବିଧାୟକ ସୂର୍ଯ୍ୟ ନଗର ଧାଁଇବା ସହ ପ୍ରଣବଙ୍କ ଘର ଆଗରେ ଅଧିଆ ପଡ଼ିବା ସହ ନିଜର ଘର ପରିବାର ଲୋକଙ୍କୁ ନେଇ ଦର୍ଶନ କରିବାକୁ ଭୁଲି ନାହାଁନ୍ତି। ଏମିତି ଚର୍ଚ୍ଚାରେ ଅଛନ୍ତି ବଉଦ ଜିଲ୍ଲାର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା।ବଉଦ ଜିଲ୍ଲାର କଣ୍ଟାମାଳ ଆସନରୁ ଦୁଇଥର ନିର୍ବାଚିତ ହୋଇଥିବା ମହୀଧର ରଣା ଏବେ ମନ୍ତ୍ରୀ କରିଡରରେ ରହିବା ପାଇଁ କସରତ କରୁଥିବା ବିଶେଷ ସୁତ୍ରରୁ ଶୁଣିବାକୁ ମିଳିଛି। ହଁ ନକରିବେ ବା କାହିଁକି, ନବୀନଙ୍କ ପାଖରେ ସବୁ ସମ୍ଭବ। କେବଳ ସ୍ବଚ୍ଛତା ରକ୍ଷା ପାଇଁ ଆଗପଛ ବିଚାର ବିମର୍ଷ କରିବା ପରେ ପଦକ୍ଷେପ ଆରମ୍ଭ। ଏକଥା ଏବେ ନୁହେଁ ବରଂ ଦୀର୍ଘ କୋଡ଼ିଏ ବର୍ଷ ତଳୁ ଓଡ଼ିଶାବାସୀ ଦେଖି ଆସୁଛନ୍ତି। ତେବେ, ବଉଦ ଜିଲ୍ଲାର ଭେଟେରାନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ, ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ ଅମାତ ଙ୍କ ଆସନ କଥା ଶାସକ ଦଳ ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁଲିଯାଇ ଥିବା ବେଳେ ବିଗତ ଦିନରେ କଣ୍ଟାମାଳ ରେ ବିରୋଧୀ ଦଳ ନ...

ମାଁ ଛାଟକୁମ ଙ୍କ ପ୍ରସିଦ୍ଧ ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି ତଣ୍ଡରା ଗ୍ରାମ ପଞ୍ଚାୟତ

Image
ତଣ୍ଡରା/କୋରେଇ/ଯାଜପୁର :( ରତିକାନ୍ତ ସ୍ବାଇଁଙ୍କ ରିପୋର୍ଟ)- ଓଡ଼ିଆ ଘରେ ବାରମାସରେ ତେର ପର୍ବ ପାଳିତ ହେଉଥିବା ଆଜିର ନୂଆ କଥା ନୁହେଁ, ବରଂ ପ୍ରତ୍ୟେକ ମାସରେ ଦେବାଦେବୀଙ୍କୁ ପୂଜା କରିବା ପାଇଁ ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସେଠାକାର ନୀତି ନିୟମକୁ ନେଇ ନାନାଦି ପର୍ବ ପାଳନ ହେଉଛି। ଯେମିତି ଆମ ଜିଲ୍ଲା ଯାଜପୁରର କୋରେଇ ବ୍ଳକ ଅନ୍ତର୍ଗତ ତଣ୍ଡରା ଗ୍ରାମ ପଞ୍ଚାୟତ ର ତଣ୍ଡରା ଗାଆଁ ରେ ଚଳିତବର୍ଷ ମଧ୍ୟ ପ୍ରତିବର୍ଷ ଭଳି ପାଳିତ ହୋଇଯାଇଛି ମାଁ ଛାଟକୁମ ଙ୍କର ଯଜ୍ଞ ସାଙ୍ଗକୁ ଯାତ୍ରା। ଏହି ଅବସରରେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏହି ପର୍ବରେ ସାମିଲ ହୋଇ ମାଆ ଛାଟକୁମଙ୍କ ଦର୍ଶନ କରିଛନ୍ତି। ଚଳିତ ବର୍ଷ ର ୫୩ତମ ଯଜ୍ଞ କ୍ଷେତ୍ରରେ ଭକ୍ତଙ୍କ ସମାଗମ ବିଶେଷ ବହୁଳ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଆସରରେ ଯାତ୍ରା ଜଗତର ଯାତ୍ରା ମାୟାନଗରୀ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲା। ସ୍ଥାନୀୟ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୂଣ୍ୟତିଥିର ଆସରଟି ଭକ୍ତଙ୍କ ହୃଦୟସ୍ପର୍ଶୀ ହୋଇପାରିଥିବା ଶୁଣିବାକୁ ମିଳୁଛି।

ବଦଳିବ ରାଜ୍ୟ ମନ୍ତ୍ରିମଣ୍ଡଳ ପଦ ହରାଇବେ ବିଫଳ ନେତା !!!

Image
  ଭୁବନେଶ୍ୱର:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଶେଷ ହୋଇଛି ରାଜ୍ୟର ପଞ୍ଚାୟତ ସମିତି ଏବଂ  ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ। ଏହି ଭୋଟରେ ଶାସକ ବିଜେଡି ଦଳ ନିଃସନ୍ଦେହ ବିଜୟୀ ହୋଇଛନ୍ତି କିନ୍ତୁ ବିରୋଧୀ ଭାଡିର ନେତାମାନଙ୍କ ଦବଦବା ପାଇଁ କିଛି ବିଜେଡି ନେତା  ଫେଲ ମାରିବା ଘଟଣା ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ  ମାହଙ୍ଗା ପଡ଼ିଛି । ପ୍ରଥମେ ନଜର ପକେଇବା ଜଗନ୍ନାଥ ଧାମ ନିକଟବର୍ତ୍ତୀ କାକଟପୁର ରୁ। କାକଟପୁରରୁ ବିଜେଡି ବିଧାୟକ ନିର୍ବାଚିତ ହୋଇଛନ୍ତି ତୁଷାରକାନ୍ତି ବେହେରା। ପ୍ରଥମେ ନିଜ ମୂଳ ଦଳ ବିଜେପି ରୁ ଡିଆଁ ମାରି ଏହି ଉଚ୍ଚ ଶିକ୍ଷିତ ଯୁବନେତା ବରଫରୁ ହିମାଳୟ ରୂପେ  ପଦ ବି ମିଳିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ଫଳାଫଳ ତୁଷାରକାନ୍ତିଙ୍କୁ ଜୋରଦାର ଝଟକା ଦେଇଛି । କାକଟପୁର ବ୍ଲକ ଓ ଅସ୍ତରଙ୍ଗପୁର ବ୍ଲକ ଅଧ୍ୟକ୍ଷ ପଦ ଛଡାଇ ନେଇଛନ୍ତି ବିରୋଧୀ ଗୋଷ୍ଠୀ । ଏହି ଦୁଇ ବ୍ଲକରେ ଚିତପଟାଙ୍ଗ ମାରିଛି ବିଜୁ ଜନତା ଦଳ । ଖାସ୍ ସେଇଥିପାଇଁ ଏବେ ବାବୁଙ୍କ ପଦବୀ ସୁରକ୍ଷିତ ନଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା।  ସେଇଭଳି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  ନୂଆ ନୂଆ ମନ୍ତ୍ରୀ ହେଲେ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ । ତାଙ୍କ ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକ ସିମୁଳିଆ ଆଉ ଖଇରାରେ ଏଥର ପଦ୍ମ ଫୁଟାଇଛନ୍ତି ବିଜେପି ନ...

ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ଉତ୍କଳ ହସ୍ପିଟାଲ।

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :- ସ୍ବାସ୍ଥ୍ୟ ସେବା ପ୍ରତି ଆମ ରାଜ୍ୟ ସରକାରଙ୍କ ବିକଶିତ ଚିତ୍ର ଏବେ ଆଉ ସାଧାରଣ ହୋଇ ନାହିଁ ବରଂ ଆନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହୋଇପାରିଛି ଓଡ଼ିଶାର ଡାକ୍ତରଖାନାରେ। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଆଜି ଉତ୍କଳ ହସ୍ପିଟାଲ୍ ଆ୍ କମ୍ପ୍ରେନ୍‌ସିଭ୍ କ୍ୟାନସର ସେଂଟର, ଭୁବନେଶ୍ୱରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉତ୍କଳ ହସ୍ପିଟାଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏ କେସାମଲ, ପରିଚାଳନା ନିର୍ଦେଶକ, ଶ୍ରୀଯୁକ୍ତ ପ୍ରଜ୍ଞାନ ଘଡ଼େଇ ଓ ସିଓଓ, ଡକ୍ଟର ଆଲୋକ ଲୋଧ, ଡ଼ାଇରେକ୍ଟର ମେଡ଼ିକାଲ ସର୍ଭିସେସ୍‌, ଏବଂ ଡ଼ାଇରେକ୍ଟର ଅନକୋଲୋଜି, ଡ଼ା ରଂଜନ କୁମାର ମହାପାତ୍ରଙ୍କ ସହିତ ହସ୍ପିଟାଲର ବୋର୍ଡ଼ ଅଫ ଡ଼ାଇରେକ୍ଟର ମାନେ ଉପସ୍ଥିତ ଥିଲେ । ହସ୍ପିଟାଲ୍‌ର ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍‌ସର୍ ଡକ୍ଟର ରଂଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହେବ ଓ ସେ ମେଡିକାଲ୍ ସେବାର ନିର୍ଦେଶକ ଓ କ୍ୟାନ୍‌ସର ୟୁନିଟ୍‌ର ଏଚ୍‌ଓଡିଭାବେ କାମ କରିବେ । ଏହି ଅବସରରେ ଉତ୍କଳ ହସ୍ପିଟାଲ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଦିତ୍ୟ କେସାମଲ କହିଛନ୍ତିଯେ, ଉତ୍କଳ ହସ୍ପିଟାଲ୍ ପାଇଁ ଆଜି ହେଉଛି ଏକ ସ୍ୱତନ୍ତ୍ର ଦିନ । ଆମେ ବହୁତ ଖୁସି ଅଛୁ ଏବଂ ଏହା ହେଉଛି ବାସ୍ତବରେ ଡାକ୍ତର ମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏକ ହସ୍ପିଟାଲ୍ ଯେଉଁମାନେ ଏହାକୁ ବ୍ୟକ୍...

ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପରିଚୟ ସ୍ବରୂପ ୧୧୨ନମ୍ବର ର ସେବା ଆରମ୍ଭ

Image
ଭୁବନେଶ୍ୱର, ୪ ଏପ୍ରିଲ ୨୦୨୨ ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ସାଧାରଣ ନାଗରିକଙ୍କର ହିତ ପାଇଁଁ ସରକାର ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ସେବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ଅସୁବିଧାଗୁଡ଼ିକୁ ଏକ ଅଧିକ ସମନ୍ୱିତ ଢଙ୍ଗରେ ସମାଧାନ କରିବା । ସ୍ୱତନ୍ତ୍ର ଡିଜି (ଏସ୍‌ଏପି) ମନୋଜ ଛାବ୍ରା କଟକ ସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରେଜେନ୍ସି ରେସପନ୍ସ ଭେଇକିଲ (ଇଆରଭି) ର ଶୁଭାରମ୍ଭ କରିଛନ୍ତି ।  ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏବଂ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂତନ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ । ଏହି ନୂତନ ୧୧୨ ଏମରଜେନ୍ସି ରେସପନ୍ସ ବାହନଗୁଡ଼ିକ ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟ କରିବ । କିନ୍ତୁ କାର୍ଯ୍ୟଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଏହି ନୂତନ ଭ୍ୟାନଗୁଡ଼ିକୁ ଜିଆଇଏସ ଏବଂ ଜିପିଏସ ଭଳି ଆଧୁନିକ ବ୍...

ଚକ୍ଷୁ ଚିକିତ୍ସା ପାଇଁ ଏଣିକି ବିଶ୍ବ ସ୍ତରୀୟ ଚିକିତ୍ସା ସେବା ଭୁବନେଶ୍ୱର ରେ ଉପଲବ୍ଧ।

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): କଥାରେ ଅଛି ସ୍ବାସ୍ଥ୍ୟ ଠାରୁ ଆଉ ବଡ଼ ସମ୍ପତ୍ତି କିଛି ନାହିଁ। ତେଣୁ ସ୍ବାସ୍ଥ୍ୟ ସେବା ଭିତରେ ଆଖି ର ଯତ୍ନ ପାଇଁ ଏବେ ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସେଂଟର୍ ଫର୍ ସାଇଟ୍ ଗ୍ରୁପ୍ ପକ୍ଷରୁ ନୂତନ ଟେକ୍ନୋଲୋଜି ସହିତ ଡାକ୍ତରଙ୍କ ଏକ ବିଶ୍ୱସନୀୟ ଟିମ୍ ଦ୍ୱାରା ସମର୍ଥିତ, ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଆଇ କେୟାର ହସ୍ପିଟାଲର ଉନ୍ମୋଚନ ହୋଇଯାଇଛି । ଏହି ଉନ୍ମୋଚନ ସହିତ ଏହା ଭାରତର ପୂର୍ବାଂଚଳରେ ଏକ ଉନ୍ନତ ଓ ଗୁଣାତ୍ମକ ଚକ୍ଷୁଯତ୍ନ ସେବା ପ୍ରଦାନ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛି । ଏହି ଉନ୍ମୋଚନ ଅବସରରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଡଃ ଆର୍‌.ପି. ଶର୍ମା, (ଲୋକାୟୁକ୍ତର ସଦସ୍ୟ,ଓଡିଶା) ଏବଂ ଶ୍ରୀ ରାଜ୍ କୁମାର ଶର୍ମା, ଆଇଏଏସ୍ (ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ)ଙ୍କ ସମେତ ଅନ୍ୟାନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ସାମିଲ ରହିଛନ୍ତି । ଏସମ୍ପର୍କରେ  ସେଂଟର୍ ଫର୍ ସାଇଟ୍ ଗ୍ରୁପ୍ ଅଫ୍ ଆଇ ହସ୍ପିଟାଲ୍ସର ଅଧ୍ୟକ୍ଷ ଓ ପରିଚାଳନା ର୍ନିେଶକ, ଡଃ ମହିପାଲ ସିଂହ ସଚଦେବ କହିଛନ୍ତି, ଭାରତରେ ପ୍ରାୟ ୧୨ ମିଲିୟନ ଦୃଷ୍ଟିହୀନ ବ୍ୟକ୍ତି ଅଛନ୍ତି, ଯାହା ବିଶ୍ୱର ଦୃଷ୍ଟିହୀନ ଜନସଂଖ୍ୟାର ଏକ ତୃତୀୟାଂଶ ସହ ସମାନ । ଆମେ ଭାରତର ପ୍ରତ୍ୟେକ ଅ...

"କ"ର ଛଅ ସୂତ୍ରୀ ନିୟମାବଳୀ। ସାମ୍ବାଦିକତା ପାଠ ନପଡ଼ି କେମିତି ହେବେ ସାମ୍ବାଦିକ ? ଆପଣଙ୍କ ପାଇଁ ଜରୁରୀ।

Image
ସାମ୍ବାଦିକତା କ୍ଷେତ୍ରରେ ଜଣେ ସକ୍ରିୟ ସାମ୍ବାଦିକ ପାଇଁ ଏହା ଜରୁରୀ ଅଟେ। ଗୋଟିଏ ଖବର ଲେଖିବା ସମୟରେ ଏହି ଛଅଟି 'କ' ପ୍ରତି ଧ୍ୟାନ ଦେଇ ଖବର ଲେଖିବାକୁ ହେବ।  ପ୍ରଥମେ ଖବରଟି କ'ଣ ଅବା କେଉଁ ସମ୍ବନ୍ଧୀୟ ଓ କେଉଁ ସମୟରେ କେବେ କେମିତି କାହାଦ୍ବାରା କିପରି ହେଲା , ଏହି "କ" ର ପ୍ରଶ୍ନଗୁଡିକ ଅନୁସାରେ ଖବର ଲେଖିବାକୁ ହେବ। ଆଶା କରେ ସମସ୍ତଙ୍କୁ ଏହି ସୂତ୍ରଟି ବହୁତ କିଛି ଜ୍ଞାନ ଯୋଗାଇ ପାରିବ। ଏହି ସୂତ୍ରରୁ ଅନୁସରଣ ନକରି କେବେ ବି ଗୋଟିଏ ଖବର ସମ୍ପୂର୍ଣ୍ଣ ହୋଇ ନଥାଏ। ଯେମିତି ପ୍ରଥମେ ମୁଣ୍ଡ ତାପରେ ଦେହ ଏବଂ ଶେଷରେ ଲାଞ୍ଜ ରହିଥାଏ ସେମିତି ଖବର ଲେଖା ଯାଏ। ଆଶା ଏହିଧାରାଟି ସଭିଙ୍କୁ ନିଶ୍ଚୟ ସହାୟତା କରିବ ଜଣେ ଗୁଣିବାନ ସାମ୍ବାଦିକ ହେବା ପାଇଁ। ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ଭୁବନେଶ୍ୱର ଦ୍ବାରା ରାଜ୍ୟର ସମସ୍ତ ବ୍ଳକ ପ୍ରତିନିଧି ଙ୍କୁ ଏହି ଶିକ୍ଷା ଦେଇ ପ୍ରତିନିଧି ମାନ୍ୟତା ଜାରି ରହିଛି।

ବହୁ ଚର୍ଚ୍ଚିତ ପୋଲସରା ଅମିତ୍ ଆଚାର୍ଯ୍ୟ ହତ୍ୟାକାଣ୍ଡ ର ପର୍ଦ୍ଧାଫାଶ।

Image
ପୋଲସରା ୦୧/୦୪/୨୦୨୨ ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର। ଘଟଣା ଘଟିବାର କେଇମୁହୂର୍ତ୍ତ ପରେ ଦୋଷୀ କୁ ଧରି ଘଟଣାର ତଦନ୍ତ କୁ ଗତିଶୀଳ କରାଇବା ସହ ଲୋକଙ୍କ ବିଶ୍ବାସ ଜିଣିପାରିଛି ଗଞ୍ଜାମ ପୋଲିସ ପ୍ରଶାସନ। ମିଳିଥିବା ସୂଚନାନୁସାରେ, ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇ ଗ୍ରାମର ଅମିତ ଆଚାର୍ଯ୍ୟ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ତିନି ଅଭିଯୁକ୍ତ ଙ୍କୁ ଆଜି ପୋଲସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି।  ଆଜି ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ଗତ ମାସ ୧୮ ତାରିଖ ରାତିରେ ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇ ପୁର ଗ୍ରାମର ଅମିତ କୁମାର ଆଚାର୍ଯ୍ୟ (୨୯ ବର୍ଷ) ବନ୍ଥପଲ୍ଲୀ ଗ୍ରାମ ରୁ ମୋଟର ସାଇକେଲରେ ନିଜ ଗ୍ରାମ କୁ ଫେରିବା ସମୟରେ ବିଲ ମଝିରେ ଗଳା କାଟି ହତ୍ଯା କରାଯାଇଥିଲା। ଏ ସମ୍ପର୍କରେ ଅମିତ ଙ୍କ ବାପା ରାଜେନ୍ଦ୍ର ଆଚାର୍ଯ୍ୟ ୧୯ ତାରିଖ ଦିନ ତିନି ଜଣ ଙ୍କ ନାମରେ ଏତଲା ଦେଇଥିଲେ। ଫଳରେ ପୋଲିସ ୧୧୩/୨୦୨୨ ନମ୍ବର ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତିନି ଅଭିଯୁକ୍ତ ତପନ ଆଚାର୍ଯ୍ୟ , ପପିନା ଗୌଡ ଓ ରଞ୍ଜନ ବେହେରା ମୁକ୍...

ପିପିଟି ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

Image
ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ସବ୍ଯସାଚ୍ଚୀ ମଲ୍ଲ ସମ୍ମାନିତ ।  ବ୍ରହ୍ମପୁର, ୩୧/୦୩ ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ପାଟପୁର ଥାନାର ଇନ୍ସପେକ୍ଟର ସବ୍ଯସାଚ୍ଚୀ ମଲ୍ଲଙ୍କୁ ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି) ପକ୍ଷରୁ ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ମନୋନୀତ କରାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ଶ୍ରୀ ମଲ୍ଲ ପାଟପୁର ଥାନା ଅଧିକାରୀ ଭାବରେ ଯୋଗ ଦେବା ପରେ ସାନଖେମୁଣ୍ଡି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ସହିତ ଅଞ୍ଚଳରେ ନିଶା କାରବାରକୁ ବନ୍ଦ କରାଇବା ଏବଂ ସାଧାରଣ ଜନତାଙ୍କ ମଧ୍ଯରେ ଉତ୍ସାହ ବଢାଇବା ଓ ସାଧାରଣ ଲୋକଙ୍କ ନିକଟତର ହୋଇ ସେବା ଯୋଗାଇବାରେ ସଫଳ ଭୂମିକା ପାଇଁ ପିପିଟିର ଦ୍ବିତୀୟ ବାର୍ଷିକୋତ୍ସବରେ ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ମନୋନୀତ କରାଯାଇଥିଲା। ପିପିଟିର ସଭାପତି ଦେବସ୍ମିତା ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, କମିଟି ସଦସ୍ଯ ଏସ.ବିଜୟ ଲକ୍ଷ୍ମୀ,ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା, ଛତ୍ରପୁର ଉପଖଣ୍ଡ ପ୍ରତିନିଧି ସପ୍ନେଶ୍ବର ପାଣିଗ୍ରାହୀ,ନିର୍ଭୟ ଜିଲ୍ଲା ପ୍ରତିନିଧି ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପାଟପୁର ଥାନାରେ ପହଞ୍ଚି ଥାନା ଅଧିକାରୀ ସବ୍ଯସାଚ୍ଚୀ ମଲ୍ଲଙ୍କୁ ସାକ୍ଷାତ କରି ସମ୍ମାନିତ କରିଥିଲେ।

ଉତ୍କଳ ଦିବସ ସମାରୋହର ବିଶେଷ ଆକର୍ଷଣ ପୋଲସରା ପ୍ରଶାସନ

Image
ପୋଲସରା ୦୧/୦୪/୨୦୨୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ସହରାଞ୍ଚଳ ସ୍ଥିତ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ୮୭ ତମ ଉତ୍କଳ ଦିବସ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଇତିହାସ ଏବଂ ଏଥିପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ସୁଜାତା କୁମାରୀ ଡାକୁଆ , ଶିକ୍ଷୟତ୍ରୀ କେ ମମତା କୁମାରୀ ପାତ୍ର , ଡା ଅମରେଶ ପଟ୍ଟନାୟକ , କଲ୍ୟାଣ ପ୍ରଧାନ , ପଞ୍ଚାନନ ସେଠୀ , ସୂର୍ଯ୍ୟ ନାରାୟଣ ସାହୁ , ଦିବ୍ୟୋତ୍ତମ ଭି ରାଜେଶ୍ୱର , ଗଣେଶ ବେହେରା , ନରେନ୍ଦ୍ର ସେଠୀ , ସୁଦେଷ୍ଟନା ପ୍ରଧାନ , ଜ୍ଞାନ ରଞ୍ଜନ ଜାଲି ଏବଂ କଳ୍ପଲତା ସ୍ୱାଇଁ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜି ମଧ୍ୟ ସ୍ଥାନୀୟ ପଞ୍ଚ...

ଗ୍ରୀଷ୍ମପ୍ରବାହ ସମୟରେ ଅମୃତ ସେବା ଯୋଗାଇ ଚର୍ଚ୍ଚାରେ କର ଫାଉଣ୍ଡେସନ ।

Image
ଜଳସେବା ଶିବିର ଉଦ୍‌ଘାଟିତ   ଭୁବନେଶ୍ୱର(୦୨/୦୪) (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- : ନରସେବା ନାରାୟଣ ସେବା, ଏହି ଉକ୍ତିର ଯଥାର୍ଥତା ଆଜିର ମହାମାରୀ ଭୂତାଣୁ କରୋନାକାଳରେ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ଉକ୍ତିକୁ ସଫଳତାର ପରିଚୟ ଦେଇ ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘କର ଫାଉଣ୍ଡେସନ୍’ ଓ ‘ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’ର ମିଳିତ ସହଯୋଗରେ ଭୁବନେଶ୍ବରର ରେଡ଼କ୍ରସ ଟ୍ରାଫିକ୍ ସମ୍ମୁଖରେ ଏକ ଜଳସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସୂର୍ଯ୍ୟର ତାପମାତ୍ରା ବୃଦ୍ଧି ଓ ଭୂତଳ ଜଳର ସ୍ତର କମି ଯାଉଥିବାରୁ ଲୋକମାନେ ଜଳସଙ୍କଟର ସାମ୍ନା କରୁଛନ୍ତି। ତା ସହ ନିଜର ବ୍ୟତିବ୍ୟସ୍ତ ଦୈନନ୍ଦିନ କାର୍ଯ୍ୟରେ ଘରୁ ବାହାରିଲା ବେଳେ ଅନେକ ଲୋକ ସାଥ୍‌ରେ ପାଣି ବୋତଲଟିଏ ନେବାକୁ ଭୁଲିଯାଆନ୍ତି। ଏହିସବୁ କଥାକୁ ଆଖ୍ ଆଗରେ ରଖ୍ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପରୋକ୍ତ ସଙ୍ଗଠନମାନଙ୍କ ତରଫରୁ ଆଜି ରେଡ଼କ୍ରସ୍ ଟ୍ରାଫିକ୍ ସମ୍ମୁଖରେ ଜଳସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ଜଣାଶୁଣା ଅଭିନେତା ତଥା କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କର, ସ୍ଥାନୀୟ ବିଜୟୀ କର୍ପୋରେଟର୍ ରଞ୍ଜୁଲତା ରାୟ, ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ଛାତ୍ର ଜନତା ଦଳର ସଭାପତି ଶକ୍ତି ପ୍ରକାଶ ପତି, କର ଫାଉଣ...

ସାକ୍ଷାତକାର ସମ୍ବନ୍ଧୀୟ ଦଶଟି ପ୍ରଶ୍ନ କେବଳ ଆପଣଙ୍କ ପାଇଁ।

Image
ଯେକୌଣସି ବ୍ୟକ୍ତିଙ୍କ ସାକ୍ଷାତକାର            ( Interview) ------------------------------------------------------- ୧. ଆପଣଙ୍କ ପରିଚୟ :- ନାମ- ଗ୍ରାମ/ସହର ପୋଷ୍ଟ:- ,ବ୍ଳକ- , ଜିଲ୍ଲା-  , ପିତାମାତାଙ୍କ ନାମ- , କେତେ ଭାଇଭଉଣୀ, ଆପଣ ବିବାହିତ/ଅବିବାହିତ, ଯଦି ବିବାହିତ ତେବେ ସ୍ତ୍ରୀଙ୍କ ନାମ, ପୁଅଝିଅଙ୍କ ବିବରଣୀ, ସେମାନଙ୍କ ପାଠପଢା ସମ୍ବନ୍ଧରେ କିଛି । ୨. ଆଜିର ଦିନରେ ଆପଣଙ୍କ ଦାୟିତ୍ବ ଗ୍ରହଣ କରିଥିବା ପଦବୀରେ ରହି କ'ଣ ଅନୁଭବ କରୁଛନ୍ତି, ଅର୍ଥାତ୍ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ସରକାରୀ ସେବା ନେଇ ଆପଣଙ୍କ ପଦକ୍ଷେପ କ'ଣ ରହିବ ? ୩. ମାନବ ସେବା ମାଧବ ସେବା ଉକ୍ତିର ଯଥାର୍ଥତା ଆପଣଙ୍କ କ୍ଷେତ୍ରରେ କ'ଣ ରହିବ। କେମିତି ସମାଜରେ ଥିବା ନାନା ପ୍ରକାର ଋଗଣତାର ସଫଳ ଚିକିତ୍ସା କରିବେ? ଆଜି ଆପଣ ଯେଉଁ ସଫଳତା ପାଇ ଏହି ପଦବୀରେ ତାହା ପାଇଁ କାହାର ପ୍ରେରଣା ଥିଲା ? ଅବା କେଉଁ ପରିସ୍ଥିତିରେ ଏହି ଚିନ୍ତାଧାରା ସୃଷ୍ଟି ହେଲା ? ୪. କାହାକୁ ଆପଣ ଆଦର୍ଶ ମାନନ୍ତି ? କାହା ପାଇଁ ଏହି ସଫଳତା ହାସଲ କରିଛନ୍ତି ? ୫.ସମାଜରେ ସଂସ୍କାର ଆଣିବାକୁ ହେଲେ ବିଭିନ୍ନ ସ୍ଥାନରେ ନାନା ଅପନିନ୍ଦା ଶୁଣିବାକୁ ପଡେ, ସେଭଳି ସ୍ଥିତିରେ କେମିତି ରହିବ ଆପଣଙ୍କ କାର୍ଯ୍ୟଧାରା ? ୬. ନିଜ କାର୍ଯ୍ୟକାଳ ମଧ୍ୟରେ କେଉଁ ସବୁ କାମପ୍ରତି ଅଧିକ ଗୁରୁତ୍ବ ଦେବେ ? ୭ . ...