ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚ ତରଫରୁ ୱିଲ୍ ଚ୍ୟାୟାର୍ ପ୍ରଦାନ
ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚ ତରଫରୁ ୱିଲ୍ ଚ୍ୟାୟାର୍ ପ୍ରଦାନ। (କୋରାପୁଟ ଜିଲ୍ଲା ପ୍ରତିନିଧି ଅନନ୍ତ ଇଶ୍ଵର ଟାକ୍ରୀଙ୍କ ରିପୋର୍ଟ) ଜୟପୁର- କୋରାପୁଟ ଜିଲ୍ଲା ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚ ତରଫରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୨ ଟି ୱିଲ୍ ଚ୍ୟାୟାର୍ ପ୍ରଦାନ କରାଯାଇଥିଲା। ଏହି ପରି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ ଟି ମେଡିକାଲ ଠାରେ ଏହି ଭଳି ୨ ଟି ଲେଖାଏଁ ୱିଲ୍ ଚ୍ୟାୟାର୍ ପ୍ରଦାନ କରାଯିବ ବୋଲି ଇଭାଞ୍ଜଲିକାଲ ଲୁଥରାନ୍ ଚର୍ଚ୍ଚ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଭତ୍ରା ସୂଚନା ଦେଇଥିଲେ। ଜୟପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଛଡା ଲାମତା ପୁଟ, ରାୟଗଡା ଏବଂ ବିଷମକଟକ ହସ୍ପିଟାଲରେ ଏହି ଭଳି ୱିଲ ଚ୍ୟାୟାର୍ ଦିଆଯିବାର ବ୍ୟବସ୍ଥା କରାଯାଇ ଥିବା କହିଥିଲେ ଜୟପୁର ବିଶପ୍ ରେଭ୍ ରେଟ୍ ବିଧାନ ନାୟକ। ଜୟପୁର ମୁଖ୍ୟ ଚିକିତ୍ସାଳୟର ଏଡି. ଏମ୍.ଓ ଡଃ ରାମଚନ୍ଦ୍ର ମହାନ୍ତି, ଡଃ ଆଶିଷ ପାଣିଗ୍ରାହୀ, ଉମାଶଙ୍କର ଆଚାରୀ, ବିଧାୟକ ପ୍ରତିନିଧି - ସ୍ଵାସ୍ଥ୍ୟ ସେବାର ଦେବାଶିଷ ପଣ୍ଡାଙ୍କୁ ବିଶପ ରେଭ୍ ରେଟ ବିଧାନ ନାୟକ , ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଭତ୍ରା, ଏବଂ ୟୁଥ୍ ଡେସ୍କ୍ ର ସାହାନା ବେନ୍ୟା ୨ ଟି ୱିଲ୍ ଚ୍ୟାୟାର୍ ପ୍ରଦାନ କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ମଳୟ ଛିଞ୍ଚାଣି, ସୁଧାଂଶୁ ସିତାରାମ,ଶୁଭାସିତ ପ୍ରେମ୍,ସାମୁଏଲ୍ ବାଘ, ପ୍ରଣବ କିଶୋର ନାୟକ,ଅଭି ବେନ୍ୟା,ବାବି ଜୋନ୍ ସ୍ମ...