ଶିକ୍ଷାର୍ଥୀଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ମାରୱାଡି ସମାଜ ତରଫରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ଶିକ୍ଷାର୍ଥୀଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ମାରୱାଡି ସମାଜ ତରଫରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା 01/08/ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାରୱାଡି ସମାଜ ତରଫରୁ ବୌଦ୍ଧ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି! ପୁରୁଣାକଟକ ମାରୱାଡି ସମାଜ ସଭାପତି କୈଳାସ ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ତେଜ ଉତ୍ସବ ଅବସରରେ ଏକ ସମ୍ବର୍ଦ୍ଧନା ସଭା ରେ ଚଳିତ ମାଟ୍ରିକ ପରୀକ୍ଷା ରେ ଅନୁଷ୍କା ଅଗ୍ରୱାଲ 587 ମାର୍କ ରଖି ଜିଲ୍ଲା ଟପର ହୋଇଥିବା ରୁ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା !ଏହି କାର୍ଯ୍ୟକ୍ରମ ରେ ମାରୱାଡି ସମାଜ ର ଉପ ସଭାପତି ସଂଜୁ ଅଗ୍ରୱାଲ,ସମ୍ପାଦକ ଟୁଲୁ ଅଗ୍ରୱାଲ ସହ ସମ୍ପାଦିକା ସ୍ୱପ୍ନା ଅଗ୍ରୱାଲ ଓ କୋଷାଧକ୍ଷ ଆନନ୍ଦ ଅଗ୍ରୱାଲ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ !ପୁରୁଣାକଟକ ରେ ମାରୱାଡି ସମାଜ ତରଫରୁ ଆଗାମୀ ଦିନରେ ରକ୍ତଦାନ,ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି କୈଳାସ ଅଗ୍ରୱାଲ ସୂଚନା ଦେଇଛନ୍ତି!