Posts

Showing posts from August, 2022

ନିୟମଗିରିର ସୁସ୍ୱାଦୁ ବାଉଁଶ କରଡିର ମଜା ନିଆରା

Image
ନିୟମଗିରିର ସୁସ୍ୱାଦୁ ବାଉଁଶ କରଡିର ମଜା ନିଆରା।  (ବାପି ସାହୁକାରଙ୍କ ରିପୋର୍ଟ) ମୁନିଗୁଡା:ତା ୧/୯/୨୨/ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକର ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରନ୍ତି ଆଦିମ ସଭ୍ୟତାର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ। ନିୟମଗିରି ପାର୍ବତ୍ୟାଞ୍ଚଳର ପ୍ରକୃତି କୋଳରୁ ମିଳୁଥିବା ଆମ୍ବ,ପଣସ,ସପୁରୀ, କଦଳୀ  , ଖଲିପତ୍ର ,ଫୁଲଝାଡୁ, ପନି ପରିବା, ମାଣ୍ଡିଆ, ବାଜରା,ମକା,କାଙ୍ଗୁ,ସୁଆଁ,କୋଶଳା,ଅଳସୀ,କାନ୍ଦୁଲ, ବାଉଁଶ ,ଜାଳେଣିକାଠ,ଏବଂ ସୁସ୍ୱାଦୁ ବାଉଁଶ କରଡି ସବୁ ସେମାନଙ୍କ ଜୀବନ ଜୀବିକାର ମୂଳ ଉତ୍ସ।ଡଙ୍ଗରିଆ ମହିଳା ବାରମାସରେ ଉପୁଜୁଥିବା ଏସବୁ ଦ୍ରବ୍ୟକୁ ମୁଣ୍ଡରେ ଧରି ପହଞ୍ଚିଥାଏ ମୁନିଗୁଡାର ପ୍ରମୁଖ ବଜାର ସହ ଅମ୍ବାଦଳା, ଦହିଖାଲ,ମଞ୍ଜୁରକୁପା ଓ ମୁନିଖୋଲ ସାପ୍ତାହିକ ହାଟ ମାନଙ୍କରେ।ଗ୍ରୀଷ୍ମଋତୁରେ ନିୟମଗିରିରୁ ଉତ୍ପାଦିତ ସପୁରୀ,ପଣସର ଅଭାବୀ ବିକ୍ରି ସେମାନଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେଇଥିବା ବେଳେ ଆଜିକାଲି ସେମାନଙ୍କ ଜୀବିକାର ମାର୍ଗକୁ ପ୍ରଶସ୍ତ କରିବା ପାଇଁ  ଡଙ୍ଗରିଆ ମହିଳା ମୁଣ୍ଡରେ ସୁସ୍ୱାଦୁ ବାଉଁଶ କରଡିର ବୋଝ ଧରି ବଜାର ହାଟ ମାନଙ୍କରେ ପସରା ମେଲେଇ ଦେଇଛନ୍ତି।ବର୍ଷାଦିନ ,ଘଞ୍ଚ ଜଙ୍ଗଲ,ବିପଦ ସଙ୍କୁଳ ପାର୍ବତ୍ୟାଞ୍ଚଳ ମଧ୍ୟରେ ବୁଲିବୁଲି କଅଁଳ ବାଉଁଶ ଗଜାକୁ କାଟି ସଂଗ୍ରହ କରିବାକୁ ହୋଇଥାଏ। ପରେ କଅଁଳ କଅଁଳ ବାଉଁଶ ଗଜାକୁ କାତିର...

ଲଙ୍ଗଳେଶ୍ଵର କ୍ଲବ ରେ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି।

Image
ଲଙ୍ଗଳେଶ୍ଵର କ୍ଲବ ରେ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି  ଲଙ୍ଗଳେଶ୍ଵର  ୩୦/୮/୨୨ ଆଜି ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା। ଗଣେଶ ହେଉଛନ୍ତି ବିଘ୍ନନାଶ, ବୁଦ୍ଧି ଓ ବିଦ୍ୟାର ଠାକୁର ହୋଇଥିବା ବେଳେ ଆଜି ଓଡ଼ିଶାର ପୂରପଲ୍ଲୀରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳନ ହେଉଛି। ସବୁଠାରୁ ବଡକଥା ହେଉଛି ଗତ ଦୁଇବର୍ଷ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ କ୍ଲବ୍ ଓ ସାର୍ବଜନୀନ ସ୍ଥାନରେ ପୂଜାର୍ଚ୍ଚନା ଜନଗହଳି ସୂନ୍ୟ ଓ ନିରାଡମ୍ବର ଭାବରେ କେବଳ ବିଧି ଅନୁସାରେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ସରକାର କଟକଣା ମୁକ୍ତ କରିଥିବାରୁ ଛାତ୍ର ଛାତ୍ରୀ ତଥା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି। ତେବେ ବାଲିଆପାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ୍ ଓ ସାର୍ବଜନୀନ ସ୍ଥାନରେ ଗଣେଶଙ୍କ ପୂଜାର୍ଚ୍ଚନା ବଡ଼ ଧୂମଧାମରେ ପାଳନ କରାଯାଉଛି। ସ୍କୁଲ ପିଲାମାନେ ନୂଆ ଡ୍ରେସ୍ ପିନ୍ଧି ଆନନ୍ଦ ମନରେ ସ୍କୁଲକୁ ଯାଇ ଗଣେଶ ପୂଜା କରୁଥିବା ଦେଖାଯାଇଛି। ସାର୍ବଜନୀନ ସ୍ଥାନ ବାଲିଆପାଳ ବ୍ଲକ ରେ , ଲଙ୍ଗଳେଶ୍ଵର ମାର୍କେଟ, ରେ ତୋରଣ ସହିତ ମୃଣ୍ମୟ ମୂର୍ତ୍ତି ମାନ ଲୋକଙ୍କୁ ବେସ୍ ଆକୃଷ୍ଟ କରିଛି।  କ୍ଲବ୍ ରେ ମଧ୍ୟ ଗଜାନନଙ୍କ ପୂଜା ଓ ଡିଜେ ଶବ୍ଦରେ ଅଞ୍ଚଳ ଦୁଲୁକୁ ଥିବାର ଦେଖିବାକୁ ମିଳିଛି। ବିଶେଷ କରି ଗତ ଦୁଇବର୍ଷ ଧରି ବନ୍ଦ ଥିବା ପୂଜାର ମ...

ନୂଆଖାଇ ବିଶ୍ୱବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ "ନୂଆଁଖାଇ ଜୁହାର"

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ନୂଆଁଖାଇ ର ପବିତ୍ର ଦିନରେ ସମସ୍ତଙ୍କୁ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ଭୁବନେଶ୍ୱର ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛି। "ନୂଆଁଖାଇ ଜୁହାର" ଓଡ଼ିଆ ଜାତିର ପୂର୍ବ ପୁରୁଷମାନଙ୍କ ଦ୍ଵାରା କାହିଁ କେଉଁ କାଳରୁ ରହି ଆସିଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଏମିତି କିଛି ପର୍ବ ପାଳିତ ହୋଇଆସୁଛି ତାହା ଆଜିକାର ଦିନରେ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ସେଥି ମଧ୍ୟରେ ଓଡ଼ିଶାର ଗଣପର୍ବ ନୂଆଖାଇ ବା ନବାନ୍ନ ପୂଜା ସଭିଙ୍କ ମନରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଦେବାଦେବୀଙ୍କ ପୂଜା ଅବସରରେ ଚାରି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ସହିତ ପୁରାଣକୁ ବାନ୍ଧି ରଖିଛି। ଭଗବାନ ବିଷ୍ଣୁଙ୍କ ଆରାଧ୍ୟ ଦେବୀଙ୍କ ପୂଜା ଅବସରରେ ଭାଦ୍ରବ ମାସ ପଞ୍ଚମୀରେ ନବାନ୍ନ ପୂଜା ଏବଂ ସେବନ ଆଜି  ଆମ ଭିତରେ ପାଳନ କରାଯାଇଥାଏ। ଓଡ଼ିଶାର ବିଭିନ୍ନ ଭାଗରେ ସେଠାକାର ପରମ୍ପରା ଅନୁଯାୟୀ ପାଳନ କରାଯାଇଥାଏ ନୂଆ ଖାଇ, ଯେମିତି ପଶ୍ଚିମାଞ୍ଚଳର ନୂଆଁଖାଇ ପରବ ଶ୍ରୀଗଣେଶଙ୍କ ଚତୁର୍ଥୀ ବାସି ଅର୍ଥାତ୍ ପଞ୍ଚମୀ ଦିନ ପଶ୍ଚିମ ରୁ ଆରମ୍ଭ ହୋଇ ଆଜି ସମଗ୍ର ବିଶ୍ଵରେ ଚର୍ଚ୍ଚିତ ପର୍ବ ରୂପେ ପରିଚିତ ହୋଇଛି। ଏହି ପର୍ବର ମୁଖ୍ୟ ଆକର୍ଷଣ ଏକ ସ୍ବତନ୍ତ୍ର ପରିଚୟ କାରଣ ଆଜି ପର୍ଯ୍ୟନ୍ତ ଆମେ ନିଜ ଭିତରେ ପୂର୍ବରୁ ଥିବା ଭେଦଭାବ ଭୁଲି ଆମ ଆରାଧ୍ୟ ଦେବୀଙ୍କ ନିକ...

ପୋଖରୀ ଭିତରେ ନିଖୋଜ ପୁଅର ମୃତଦେହ ଉଦ୍ଧାର କଲା ପୋଲିସ

Image
ପୋଖରୀ ଭିତରେ ନିଖୋଜ ପୁଅର ମୃତଦେହ ଉଦ୍ଧାର କଲା ପୋଲିସ  (ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ)  ବୈଶିଙ୍ଗା:- ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ କମାର ସାହି ଗୋଡି ପୋଖରୀକୁ ଗାଧୋଇବାକୁ ଯାଇ ହାତୀଝୁରୀ ଗ୍ରାମର ଯୁବକ ପରମେଶ୍ବର ଦେହୁରୀ ଗଭୀର ଜଳରେ ମଙ୍ଗଳବାର ବୁଡିଯାଇଥିଲା।ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ମଙ୍ଗଳବାର ଉଦ୍ଧାର କାର୍ଯ୍ଯ ଜାରି କରିଥିଲେ ସୁଦ୍ଧା ଉଦ୍ଧାର କରିପାରିନଥିଲେ। ବୁଧବାର ପୂର୍ବାହ୍ନରେ ଉଭୟ ଟିମ୍ ଙ୍କ ଅକଳାନ୍ତ ପରିଶ୍ରମ ପରେ ନିଖୋଜ ପରମେଶ୍ବରଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି।ସୂଚନା ମୁତାବକ ହାତୀଝୁରି ଗ୍ରାମର ପ୍ରଭାକର ଦେହୁରୀଙ୍କ ପୁଅ ପରମେଶ୍ବର ଓ ତାର ଶଳା ଗୋଡି ପୋଖରୀକୁ ଗାଧଇବାକୁ ଆସିଥିବା ବେଳେ ପରମେଶ୍ବରର ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲା।ଖବର ପାଇ ବେତନଟୀ ଅଗ୍ନିଶମ ବିଭାଗ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜି ନ ପାଇ ଫେରିଯାଇଥିଲେ। ପରିବାର ଓ ଗ୍ରାମବାସୀ ରାତିସାରା ପୋଖରୀ ଚାରିପଟେ ଖୋଜାଖୋଜି ଚଳାଇଥିଲେ।ବୁଧବାର ସକାଳେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ୧୮ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ବୈଶିଙ୍ଗା ପୁଲିସ ଖବର ପାଇବା ପରେ ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଅବରୋଧକୁ ହଟାଇଥିଲେ। କିଛି ସମୟପରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଞ୍ଚି ଚାରୋଟି ପାୱାର୍‌ ବୋଟ୍ ସାହାଯ୍ୟରେ ଖ...

ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ।

Image
ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ। ( ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ) ପୋଲସରା ୩୧/୦୮/୨୦୨୨ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ କୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଆଜି ସକାଳେ ପରିଷଦ ର କର୍ମଚାରୀ ମାନେ ରାମଧୁନ ଗାନ କରି ସହର ପରିକ୍ରମା କରିବା ପରେ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। ପରିଷଦ ର ଅଧ୍ୟକ୍ଷା ସଙ୍ଗୀତା ବେହେରା ପତାକା ଉତ୍ତୋଳନ କରିବା ସହିତ ସ୍ୱାୟତ୍ତ ଶାସନ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖି ସହରବାସୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ ଯେପରି ପ୍ରତ୍ୟେକ ପରିବାର କୌଣସି ସୁବିଧାରୁ ବଞ୍ଚିତ ନୁହନ୍ତି ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ। ଏହା ପରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିର୍ମୂୀରେ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଛକରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇଥିଲା। ଏହା ବ୍ୟତୀତ ପରିଷଦ ଅଧୀନରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ପରିଷଦ ପକ୍ଷରୁ ପୋଷାକ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ର...

ମନ୍ମଥ ଓ ମନୋଜ ଦାସଙ୍କ ଜନ୍ମ ପୀଠରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମୀକ୍ଷା

Image
ମନ୍ମଥ ଓ ମନୋଜ ଦାସଙ୍କ ଜନ୍ମ ପୀଠରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମୀକ୍ଷା   (ଭୋଗରାଇ ରୁ ଜଗଦୀଶ କର-)  ଭୋଗରାଇ/ ବାଲେଶ୍ଵର:- ଜିଲ୍ଲାର ଦୁଇ ବୀର ପୁତ୍ରଙ୍କ ନାମରେ ନିର୍ମାଣ ହେବ ସୃତିପୀଠ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ଗ୍ରାମସ୍ଥିତ ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ କଥାକାର ପଦ୍ମଭୂଷଣ ମେନଜ ଦାସ ଓ ତାଙ୍କ ଅଗ୍ରଜ ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ. ମନ୍ମଥନାଥ ଦାସଙ୍କ ଜନ୍ମ ପୀଠକୁ ସ୍ମୃତି ପୀଠରେ ପରିଣତି କରାଯିବ। ଏଥିପାଇଁ ଆକର୍ଷଣୀୟ ରୂପରେଖ ପରିକଳ୍ପନାର ନକ୍ସା ଅନୁମୋଦନ ସହ 14 କେଟି ବ୍ୟୟବରାଦ କରି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଠାରେ ଥିବା ଦୁଇ ବୀରପୁତ୍ରଙ୍କ ପୈତୃକ ବାସଭବନରେ ମନୋଜ ସ୍ମାରକୀ ଓ ମ୍ୟୁଜିୟମ ପ୍ରତିଷ୍ଠା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହାର ନକ୍ସା ପ୍ରସ୍ତୁତ ହେଇଛି। ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ପୈତୃକ ବାସଭନ ସମେତ ସଂଲଗ୍ନ 3 ଏକର 55 ଡିସିମିଲ ଜମି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କୁ ହସ୍ତତନ୍ତର କରାଯାଇଛି । ଜମି ସମ୍ପର୍କିତ ସମସ୍ୟା  ସମାଧାନ ହେବାପରେ ଏହାର ନିର୍ମାଣ ଓ ବିକାଶ ପାଇଁ ପରିକଳ୍ପନା ମୁତାବକ ଇନଟାକ୍ ପକ୍ଷରୁ ଏକ ଆକର୍ଷଣୀୟ ନକ୍ସା ପ୍ରସ୍ତୁତି କରାଯାଇଛି। ଜନ୍ମପୀଠରେ ରହିଥିବା ପୁରୁଣା କୋଠାଘର ସଂରକ୍ଷଣ ବିକାଶ ଓ ସେ ସୈନ୍ଦର୍ଯ୍ୟକରଣ , ବାସଭବନ ପରିସରରେ ଥିବା ମନ୍ଦିରର...

ରାଜ୍ୟ ଆଦର୍ଶ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ଟପ୍ପର ବେତନଟୀ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ବୈବଶ୍ବେତା

Image
ରାଜ୍ୟ ଆଦର୍ଶ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ଟପ୍ପର ବେତନଟୀ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ବୈବଶ୍ବେତା  ବେତନଟୀ:୩୦/୦୮(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ)ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଗରୁଡ଼ବସାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବୈବଶ୍ୱେତା ଆଚାର୍ଯ୍ୟ ଗତ ସିବିଏସଇ ମାଟ୍ରିକ ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟ ବର୍ଗର ରାଜ୍ୟ ଟପର୍‌ ହୋଇଛନ୍ତି। ଏହି ସଫଳତା ପାଇଁ ଗତକାଲି ଲୋକସଭା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ। ଏଥି ସହ ବୈବଶ୍ୱେତାଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ ମୂଖ୍ୟମନ୍ତ୍ରୀ। ଏହି କାର୍ଯ୍ଯକର୍ମରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞନ ଦାଶ,ମୂଖ୍ୟ ଶାସନ ସଚିବ ସୁରେଷ ମହାପାତ୍ର,୫-ଟି ସଚିବ ଭି.କେ. ପାଣ୍ଡିଆନ,ଶିକ୍ଷା ବିଭାଗର ପ୍ରମୂଖ ସଚିବ ଉପସ୍ଥିତ ଥିଲେ।ଶ୍ରୀ ପାଣ୍ଡିଆନ  ବୈବଶ୍ୱେତାଙ୍କୁ ତାଙ୍କ ଭବିଷ୍ଯତର ଲକ୍ଷ କ'ଣ ବୋଲି ପଚାରିବାରୁ ସେ ଡାକ୍ତର ହେବାକୁ ଲକ୍ଷ ରଖିଥିବା କହିଥିଲେ। ଏହି କାର୍ଯ୍ଯକର୍ମରେ ବୈବଶ୍ୱେତାଙ୍କ ପିତା ସଇତପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କିଶୋର କୁମାର ଆଚାର୍ଯ୍ୟ ଓ ମାତା ବେତନଟୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରବୀଣା ମିଶ୍ର ଯୋଗ ଦେଇଥିଲେ।

ମାଲିକର ସେବା ଧର୍ମ କରି ସେବକର ମୃତ୍ୟୁ ।ସଭିଙ୍କ ତୁଣ୍ଡରେ ଆହାଃ...

Image
ମାଲିକର ସେବା ଧର୍ମ କରି ସେବକର ମୃତ୍ୟୁ । ସଭିଙ୍କ ତୁଣ୍ଡରେ ଆହାଃ... ବୈଶିଙ୍ଗା:୩୦/୦୮(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ) ଉତ୍ତରପ୍ରଦେଶରୁ ଘୋଡାଗାଡି ଆଣି ବେଶ ଦୁଇ ପଇସା ରୋଜଗାର ଆସାରେ ଓଡିଶା ପହଞ୍ଚିଥିଲେ। ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ବାଲେଶ୍ବରରୁ ବାରିପଦା ଅଭିମୁଖେ ୧୮ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ମଙ୍ଗଳବାର ବୈଶିଙ୍ଗା ଥାନା ଅଧିନ କଳମା-ଗଡଦେଉଳିଆ ମଝିରେ ଥିବା ନଣ୍ଢାସାହି ଜଙ୍ଗଲ ପାର୍ଶରେ ଘୋଡାକୁ ଚରିବାକୁ ଛାଡି ବିଶ୍ରାମ ନେଉଥିଲେ। ପ୍ରବଳ ଖରା ହେଉଥିବା ବେଳେ ଘୋଡାଟି ରାସ୍ତା ପାର୍ଶରେ ଥିବା ପାଣି ପିଇବା ପାଇଁ ଯାଉଥିବା ବେଳେ ଗାଡିଟି ଏକ ଗଛରେ ଫସି ଯାଇଥିଲା।ଫଳରେ ଘୋଡା ବେକରେ ଲାଗିଥିବା ଦଉଡି ଚାପି ହୋଇଯାଇଥିଲା।ସଙ୍ଗେ ସଙ୍ଗେ ମାଲିକ ଗାଡି ପଛେ ପଛେ ଦୌଡିଆସି ଘୋଡାବେକରେ ଲାଗିଥିବା ଦଉଡି ଖଲୁ ଖଲୁ ଘୋଡାଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଅଞ୍ଚଳରେ ଗତ ମାସ ଏକ ମାଲିକ ନିଜର ଅସୁସ୍ଥ ଘୋଡାକୁ ଛାଡି ପଳାଇଥିଲା। ନିକଟସ୍ଥ ଗ୍ରାମବାସୀ ଅସୁସ୍ଥ ଘୋଡାକୁ କିଛିଦିନ  ହେପାଜତରେ ରଖି ପରେ ପଶୁ ସମ୍ପଦ ଚିକିତ୍ସା ବିଭାଗକୁ ହସ୍ତାନ୍ତର କରିଥିଲେ। ସେହି ଘଟଣାଟି ମନରୁ ନ  ଲିଭୁଣୁ ଆଉ ଏକ ମାଲିକର ଅବହେଳା ହେତୁ ଆଜି ଏହି ଘୋଡାଟିର ମୃତ୍ୟୁ ଘଟିଗଲା। ଏନେଇ ନିକଟସ୍ଥ ଗ୍ରାମବାସୀ ମାଲିକ ଉପରେ ଅସନ୍ତୁଷ୍ଟ ପ୍ରକଟ କରିଥିଲେ। ପରେ ମାଲିକ ଗ୍ରାମବାସୀଙ୍କ ସହାୟତାରେ ଘୋ...

ଶ୍ରୀଗଣେଶଙ୍କ ପାଖରେ ମୂଷା କାହିଁକି ରହିଛି?

Image
        ଓଁ ଶ୍ରୀ ଗଣପତୟେ ନମଃ ବିଶ୍ବର ସମସ୍ତ ପ୍ରକାର ପ୍ରସ୍ତୁତି ଯେକୌଣସି ସ୍ଥାନରେ ଏମିତି କିଛି ସରଞ୍ଜାମ ଦ୍ବାରା ପରିଚାଳିତ ହୋଇଥାଉନା କାହିଁକି ସବୁଠି ପ୍ରଥମେ ନିଜ ନିଜ ମନକୁ ଚଳଚଞ୍ଚଳ ଅବା ଜୀବନ୍ତ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥାଏ ଯାହା ସେହି କାର୍ଯ୍ୟର ସଫଳତା ଉପରେ ଦୃଷ୍ଟି ଆକର୍ଷଣ କରେ। ଏଥିପାଇଁ ପ୍ରଥମେ ନିଜ ଧର୍ମାନୁଯାୟୀ ପୂଜାର୍ଚ୍ଚନା ପାଇଁ ଏକତ୍ରିତ ମାନବ ଶକ୍ତିର ଦୃଢ଼ତା ଆବଶ୍ୟକ ହୁଏ।ଆମ ହିନ୍ଦୁ ଧର୍ମ ଅନୁସାରେ ନବଗ୍ରହଙ୍କ ମଧ୍ୟରେ ହେଉ ଅବା ସମସ୍ତ ଦେବଦେବୀଙ୍କ ମନ୍ଦିରରେ ପ୍ରଥମେ ମହାବିନାୟକ ପ୍ରଭୁ ଶ୍ରୀବିଘ୍ନେଶ୍ବରଙ୍କ ପବିତ୍ର ପୂଜା କରିବା ହିଁ ଏକମାତ୍ର ଭରସା ହୁଏ। ଭାଦ୍ରବ ମାସ ଚତୁର୍ଥୀ ତିଥିରେ ସମଗ୍ର ଭାରତ ବର୍ଷରେ ଶ୍ରୀଗଣେଶଙ୍କ ପୂଜା କରିବା ପାଇଁ ଭକ୍ତଙ୍କ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ଦେଶର ମହାନଗର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଅତି ସୁନ୍ଦର ଭାବରେ ପ୍ରଭୁ ଶ୍ରୀବିଘ୍ନେଶ୍ବରଙ୍କ ପବିତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ଶୁଣିବାକୁ ମିଳେ ଯେତେବେଳେ କୌଣସି ଜନ ଏଭଳି କିଛି ଅଘଟଣ ପରିସ୍ଥିତି ସମ୍ପର୍କରେ ସମ୍ମୁଖୀନ ହେଉଛନ୍ତି ସେସମୟର ନିଜ ମନପ୍ରାଣ ଭକ୍ତି ସହକାରେ ପ୍ରଭୁଙ୍କ ପୂଜା କଲେ ସମ୍ପୁର୍ଣ୍ଣ ରୂପେ ବିଘ୍ନରାଜ ତାଙ୍କୁ ସହାୟ ହୋଇ ସମସ୍ତ ପ୍ରକାର ମାନସିକ ସ୍ତରରେ ସଫଳତା ପ୍ରଦାନ କରିଥାନ୍...

ଉଦୟପୁର - ତାଳସାରୀ ସମୁଦ୍ରତଟର ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଓ ସଚିବ

Image
ଉଦୟପୁର - ତାଳସାରୀ ସମୁଦ୍ରତଟର ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଓ ସଚିବ ଭୋଗରାଇ/ବାଲେଶ୍ଵର:- ବାଲେଶ୍ଵର ଜିଲ୍ଲାର  ଭୋଗରାଇ ବ୍ଳକ ଅନ୍ତର୍ଗତ ଉଦୟପୁର - ତାଳସାରୀ ସମୁଦ୍ରତଟର ଉନ୍ନତି କରଣ କାର୍ଯ୍ୟକୁ ମଙ୍ଗଳବାର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବ , ଓଡିଆ ଭାଷା , ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢୀ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ସେମାନେ ତାଳସାରୀ ପାନ୍ଥ ନିବାସର ସମ୍ମିଳନୀ କକ୍ଷରେ ଏକ ରୁଦ୍ଧଦ୍ୱାର ବୈଠକ କରି ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ବିଭାଗୀୟ ଅଧ୍ବକାରୀ , ବିଧାୟକ ଏବଂ ଭୋଗରାଇର ଯୁବ ନେତା ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଯୋଗଦାନ କରିଥିଲେ । ବିବରଣୀରୁ ପ୍ରକାଶ , ଉଦୟପୁର ଓ ତାଳସାରୀଙ୍କୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିପାଇଁ ଚନ୍ଦନେଶ୍ବର - ତାଳସାରୀ - ଉଦୟପୁର ବେଳାଭୂମି ସମେତ ଚତୁଃପାର୍ଶ୍ବ ଆଲୋକୀକରଣ ପାଇଁ ୭କୋଟି ୧୦ଲକ୍ଷ , ବେଳାଭୂମିର ଉନ୍ନତିକରଣ ଲାଗି ୨୦କୋଟି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୯କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗତ ୨୦୨୧ ଫେବୃଆରୀ ୧୧ରେ ମୁଖ୍ୟମନ୍ତ୍ରୀ ବେଳାଭୂମି ଉନ୍ନତିକରଣ ଓ ସ...

ବିଜେଡି ର 25 ବର୍ଷ ପୂର୍ତ୍ତି ଓ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ

Image
ବିଜେଡି ର 25 ବର୍ଷ ପୂର୍ତ୍ତି ଓ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ ବରଗଡ:- ବରଗଡ଼ ଜିଲ୍ଲା ବିଜେଡ଼ି ପକ୍ଷରୁ ୱାର୍ଡ ନମ୍ବର 9 ଭି ଭି ଏସ ନଗର ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ Debesh Acharya ଓ ସମ୍ମାନିତ ଅତିଥି ଭାବେ ଚେୟାରମ୍ୟାନ କଳ୍ପନା ମାଝୀ ୱାର୍ଡ କାଉନ୍ସିଲର ପ୍ରିୟା ତାଣ୍ଡି କାଉନ୍ସିଲର ଉମା ଚରଣ ରାଉତ ପୂର୍ବତନ କାଉନ୍ସିଲର ସୁଜିତ ମହାନ୍ତି ଓ ୱାର୍ଡ ର ଅନ୍ୟ ମହିଳା ଓ ପୁରୁଷ ବ୍ୟକ୍ତି ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସାହାଯ୍ୟ କଲେ ଓ ବିଧାୟକ ମହୋଦୟ ପଡ଼ା ର ଅନ୍ୟ ସମସ୍ୟା ଗୁଡିକ ଆଲୋଚନା କରି ଶୀଘ୍ର ଏହାର ସମାଧାନ କରବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଲେ l

କଣ୍ଟାମାଳ: ପଲସାଗୋରା ପଞ୍ଚାୟତ କଲେଜ୍ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ।

Image
କଣ୍ଟାମାଳ: ପଲସାଗୋରା ପଞ୍ଚାୟତ କଲେଜ୍ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ। ରିପୋର୍ଟର: ପ୍ରଶାନ୍ତ କୁମାର ପ୍ରଧାନ  କଣ୍ଟାମାଳ:ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଠାରେ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏହି ଦିବସ କୁ ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାରାୟଣ ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ତର୍କ,ରଙ୍ଗୋଳି,ସଂଗୀତ, ନୃତ୍ୟ ଆଦି ପ୍ରତିଯୋଗିତା କୁ ଅଧ୍ୟାପିକା ଅନାମିକା ମହାରଣା ଓ ପ୍ରଜ୍ଞା ପରିମିତା ମିଶ୍ର ,ବିଶ୍ବେଶ୍ବର ପାଣିଗ୍ରାହୀ, କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଙ୍କ ତତ୍ବାବଧାନରେ କବାଡି ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ ହେଇଥିଲା।ଏହାକୁ ଆନୁଷ୍ଠାନିକ ଭାବେ ଡାକ୍ତର ମେହେର ଓ ଅଧ୍ୟକ୍ଷ ମିଳିତ ଭାବେ ଉଦଘାଟନ କରିଥିଲେ। ଶେଷରେ ପ୍ରଧ୍ୟାପକ ଫକୀରମୋହନ ସାହୁ ଓ ଭରତଦ୍ବାଜ ମହାକୁଡ଼ ଙ୍କ ଉପସ୍ଥିତି ରେ ସଭା ରେ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଦ୍ମନାଭ ରଣା ଓ ଝିଅ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୂପେଲି ବାଘ ଓ ସଂସ୍କୃତ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତପସ୍ବିନୀ ବାରିକ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଅଭିଷେକ କମ୍ପ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥ...

ଭଅଁରେଶ୍ବର କେନାଲରେ ଅଜଣା ବ୍ୟକ୍ତି ଶବ ଚିହ୍ନଟ ହେଲା - ବାଲିଆପାଳ ପୋଲିସ

Image
ଭଅଁରେଶ୍ବର କେନାଲରେ ଅଜଣା ବ୍ୟକ୍ତି ଶବ ଚିହ୍ନଟ ହେଲା - ବାଲିଆପାଳ ପୋଲିସ  ବାଲିଆପାଳ 30/8/22 ଅଜଣା ମୃତ ଦେହର ସନ୍ଧାନ ମିଳିଛି! ସୂଚନାରୁ ପ୍ରକାଶ  ଯେ ଅଜଣା ମୃତ ଦେହଟୀ ହେଉଛି ବାଲିଆାପାଳ ଥାନା ବାଲିକୁଟି ପଞ୍ଚାୟତ ର ବାଇଟିଙ୍ଗିରି  ଗ୍ରାମ ର ହରେଶ ପାତ୍ର ଙ୍କ ପୁତ୍ର ଦିପକ ପାତ୍ର ବୋଲି ଜଣା ପଡ଼ିଛି!  ତେବେ ସିଙ୍ଗିଲା ଥାନା ରେ ଅପମୃତ୍ୟ ମାମଲା ରୁଜୁ ହୋଇଛି!

ରାସ୍ତା ଉପରେ ନୁଆଁଖାଇବେ ଆନ୍ଦୋଳନକାରୀ:ଝାରବନ୍ଧ ବ୍ଲକ ସମ୍ମୁଖରେ ଚାଳିଥିବା ଆନ୍ଦୋଳନ ସପ୍ତମ ଦିନରେ ।

Image
ରାସ୍ତା ଉପରେ ନୁଆଁଖାଇବେ ଆନ୍ଦୋଳନକାରୀ:ଝାରବନ୍ଧ ବ୍ଲକ ସମ୍ମୁଖରେ ଚାଳିଥିବା ଆନ୍ଦୋଳନ ସପ୍ତମ ଦିନରେ  । (ସୁନିଲ କୁମାର ପଟେଲଙ୍କ ରିପୋର୍ଟ) ପଦ୍ମପୁର/ଝାରବନ୍ଧ:-,ତା୨୯ ୵ ୮ ବିଭିନ୍ନ ପ୍ରକାର ଗୁରୁତର ଅଭିଯୋଗ କୁ ନେଇ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘ ଆହ୍ବାନରେ ଚାଳିଥିବା ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଦାବୀ ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବାରୁ ଆସନ୍ତା ୧ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ କୁ ବ୍ଲକ ସମ୍ମୁଖ ରାସ୍ତାରେ ପାଳନ କରାଯିବ ବୋଲି ଆନ୍ଦୋଳନ କାରୀ ମାନେ ଘୋଷଣା କରିଛନ୍ତି । ଆଜି ଆନ୍ଦୋଳନ ସ୍ଥଳିକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲା,ଡଭା ସେବା ସମବାୟ ସମିତି ସୋସାଇଟି ୠଣ ଦେବାରେ ଜାଳିଆତି,ଜଳଛାୟା  ପ୍ରକଳ୍ପରେ ଚାଷୀଙ୍କୁ ଛେଲି,ଗାଈ ପ୍ରଦାନ ଓ ଚାଷୀଙ୍କ କ୍ଷେତରେ ଫାର୍ମ ଫଣ୍ଡ ଟଙ୍କା ଅଧିକାରୀ ମାନେ ହଡ଼ପ କରି ଖାଇ ଦେଇଥିବା ପ୍ରମାଣ ହୋଇ ସାରିଥିବା ବେଳେ ଓ ୭ ଦିନ ଧରି ଆନ୍ଦୋଳନ ଚାଳିଥିବା ବେଳେ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନନେବା ଦୁର୍ଭାଗ୍ଯଜନକ ବୋଲି ଆନ୍ଦୋଳନ ସ୍ଥଳିରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କ...

ନୂଆଖାଇ ପାଇଁ ଚଳଚଂଚଳ ବରଗଡ଼ ଜିଲ୍ଳା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା

Image
ନୂଆଖାଇ ପାଇଁ ଚଳଚଂଚଳ ବରଗଡ଼ ଜିଲ୍ଳା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା ବରଗଡ଼ : “ସୁନ ସୁନ ଗାଁ ର ଲୁକେ ସୁନ । ଆଏବା ଗୁରବାର ୧ ତାରିଖ ପଚଂମୀ ତିଥି ଦିନର ୧୦.୩୩ ରୁ ୧୧.୦୮ ଭିତରେ ନୂଆ ଖାଏବାର ଲାଗି ଗ୍ରାମଦେବୀ ମାଁ ସମଲେଇଙ୍କ ମନ୍ଦିର ନୁ ଲଗନ ବାହାରିଛେ । ହେ ସମିୟା ଭିତରେ ସଭେ ନିଜ ନିଜ ଇଷ୍ଟଦେବାଦେବୀ ନୁ ନୂଆ ଲଗାଇ କରି ନୂଆ ଖାଏବେ ...ହୋ ହୋ..” ଏପରି କିଛି ବାର୍ତା ନେଇ ଆଜି ବରଗଡ଼ରେ ଚୌକିଦାର ଡିଙ୍ଗରା ପିଟି ପିଟି ନୂଆଖାଇ ଲଗ୍ନ ଘୋଷଣା କରିଥିଲା ।  ଗୁରୁବାର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଋଷି ପଚଂମୀ , ଏହି ଦିନ ପାଳିତ ହେବ କୃଷିଭିତିକ ଗଣପର୍ବ ନୂଆଖାଇ । ନୂଆପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଯାଇଥିବା ବେଳେ ସୋମବାର ବରଗଡ଼ ସହରରେ ଚୌକିଦାର ଡିଙ୍ଗିରା ପିଟି ଲଗ୍ନ ଘୋଷଣା କରିଛନ୍ତି । ଗ୍ରାମ୍ୟଦେବୀ ମାଁ ସମଲେଇଙ୍କ ପୀଠରୁ ଚୌକିଦାର ବାହାରି ସମଗ୍ର ସହର ପରିକ୍ରମା ପୂର୍ବକ ନୂଆଖାଇ ଲଗ୍ନ ଘୋଷଣା କରିଥିଲେ ।ବୁଧବାର ଅଗଷ୍ଟ ୩୧ ତାରିଖ ନିଶାର୍ଦ୍ଧ ପରେ ଗୁରୁବାର ସେପଟେମ୍ବର ୧ ତାରିଖ ପାହାନ୍ତିଆ ପୂର୍ବରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯିବ । ମାଁ ଙ୍କ ଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ଗୁରୁବାର ସେପଟେମ୍ବର ୧ ତାରିଖ ଭାଦ...

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ଵର ଅବକାରୀ ବିଭାଗ ମିଳିତ ଚଢଉ

Image
 କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ଵର ଅବକାରୀ ବିଭାଗ ମିଳିତ ଚଢଉ ବିପୁଳ ପରିମାଣର ଗଞ୍ଜେଇ ସହ ଟାଟା ସଫାରି ଓ ଇଣ୍ଡିଗୋ ସିଏସ ଗାଡ଼ି ସହ ଚାରିଜଣ ଗିରଫ ବାଲିଆପାଳ -29/08/22 ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଠାରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ଵର ଅବକାରୀ ବିଭାଗ ମିଳିତ ଚଢଉ ବିପୁଳ ପରିମାଣର ଗଞ୍ଜେଇ ସହ ଟାଟା ସଫାରି ଓ ଇଣ୍ଡିଗୋ ସିଏସ ଗାଡ଼ି ସହ ଚାରିଜଣ ଗିରଫ। ସୂଚନା ଅନୁସାରେ ପୂର୍ବ ସୂଚନା ଅନୁସାରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଜିଲ୍ଲା ଅବକାରୀ ବିଭାଗ ରାଜଘାଟ ଠାରେ ସଜାଗ ଥିବା ବେଳେ, ଦିନ ୨ ଘଟିକା ସମୟରେ ରାଜପଥର ରାଜଘାଟ ବଜାର ନିକଟରୁ କଲିକତା ଅଭିମୁଖେ ଯାଉଥିବା (OD02 D 2835) ଟାଟା ସଫାରୀ ଏବଂ( OD014779) ଇଣ୍ଡିଗୋ ସିଏସ ଗାଡ଼ି କୁ ଜବତ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ, ଏଥିସହିତ ଚାରିଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଥିବା ବେଳେ ଗୋଟାଏ (OD02R6432) ଗଞ୍ଜେଇ ଭର୍ତ୍ତି ଇନୋଭା ଗାଡି ଫେରାର ହୋଇଯାଇଥିବା ଜଣାପଡ଼ିଛି। କେତେ ପରିମାଣର ଗଞ୍ଜେଇ ତାହା ଆକଳନ କରାଯାଇନଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ, ମାଫିଆ ମାନେ ପ୍ରତ୍ୟେକ ଦିନ ଏଭଳି ଚୋରା ନିଶା ସାମଗ୍ରୀ ଚାଲାଣ କରୁଛନ୍ତି। ରାଜପଥ ଉପରେ ଅନେକ ଥାନା, ନାକା ପ ଏଣ୍ଟ, ସହ ଟୋଲଗେଟ ରହିଛି। ଏସବୁ କୁ ଖାତି...

ବୌଦ୍ଧଜିଲ୍ଲାରେ ପାଳିତ ହେଲା ଜାତୀୟ କ୍ରିଡା ଦିବସ....

Image
ବୌଦ୍ଧଜିଲ୍ଲାରେ ପାଳିତ ହେଲା ଜାତୀୟ କ୍ରିଡା ଦିବସ.... ବୌଦ୍ଧ,୨୯ା୮  : ଆଜି  ବୌଦ୍ଧଜିଲ୍ଲା ରେ ଜାତୀୟ କ୍ରିଡା ଦିବସ ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲ୍ଲା କ୍ରିଡା ସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ.ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ,ଆଇପିଇ ଆନନ୍ଦ ବେହେରା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ମମତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାଲି ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କୋର୍ଟଛକ ଦେଇ ଷ୍ଟାଡିୟମରେ ପହଞ୍ଚିଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନଏସି ଓ ସ୍କାଉଟ ର ଛାତ୍ରଛାତ୍ରୀ ଏହି ରାଲିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଆଇଆରବି ପଡିଆଠାରେ ବଲାଶିଙ୍ଗା ୫ମ ଆଇଆରବି ବାଟାଲିୟନ ଓ ବୌଦ୍ଧ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଏକାଦଶ ବିଜୟୀ ହୋଇଥିଲା । ଆଇଆରବି କମାଣ୍ଡାଣ୍ଟ୍ ଦୁର୍ବାଶା ନାୟକ ପ୍ରତିଯୋଗୀମାନଙ୍କୁ ପୁରସ...

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Image
ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ    ରିପୋର୍ଟର :ଭରତ ଡାଙ୍ଗ ବୌଦ୍ଧ  ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ  ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ  ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୭୧  ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୬୮  ଗୋଟି ବ୍ୟକ୍ତିଗତ ମାମଲା, ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୩୮  ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୩ ଗୋଟି ଅଭିଯୋଗ  ସଂପର୍କରେ ଅନୁଧ୍ୟାନ କରାଯାଇ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ  ୨୩ ହଜାର ଟଙ୍କାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୪ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ  ଅଶି୍ୱନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ, ପୂର୍ବତନ ସରପଞ୍ଚ ସୁରଥ ମିଶ୍ର,ସାମାଜିକ କର୍...

ରାମଗଡ ପଂଚାୟତ ର ବନ୍ୟା ଅଂଚଳ ରେ ଗୋ ମାତା ଓ ପଶୁ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

Image
ରାମଗଡ ପଂଚାୟତ ର ବନ୍ୟା ଅଂଚଳ ରେ ଗୋ ମାତା ଓ ପଶୁ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ  ହରଭଙ୍ଗା :39/08.ଚଳିତ ବର୍ଷ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ର ବିଭିନ୍ନ ଗ୍ରାମରେ ବହୁ ଧନଜୀବନ କ୍ଷତି ଗ୍ରସ୍ତ ହୋଇଛି!କ୍ଷତି ଗ୍ରସ୍ତ ଓ ବନ୍ୟା ଅଂଚଳ ରେ ଗୋ ମାତା ଓ ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଗତକାଲି ରାମଗଡ ପଂଚାୟତ ରେ ପଶୁ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ପଶୁ ଅଧିକାରୀ ଡ଼ଃ ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ଵାବଧାନରେ ଏକ ପଶୁଚିକିତ୍ସା ବିଭାଗ ଦଳ ରାମଗଡ ପଂଚାୟତ ରେ ଚିକିତ୍ସା ଶିବିର କରି ପଂଚାୟତ ବିଭିନ୍ନ ଗ୍ରାମକୁ ଯାଇ ପଶୁ ଚିକିତ୍ସା ଓ ରୋଗ ନିରାକରଣ ସତର୍କତା ସଚେତନ କରାଇଥିଲେ!ଏହି କାର୍ଯ୍ୟକ୍ରମ ରେ ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଅକ୍ଲାନ୍ତ ପରିଶ୍ରମ କରି ପଂଚାୟତ ର ରାମଗଡ, ପଲସlପଟ, ପ୍ରଗଳପୁର,କୋଇଲିସୁତା ଉଆଁଳ, ଆଦି ଗାଁ ର ପ୍ରାୟ 600 ଗାଈ ଗୋରୁ, ଛେଳି, ମେଣ୍ଢା ମlନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗ ନିରାକରଣ ପାଇଁ ଟୀକାଦାନ କରିଥିଲେ!ଶ୍ରୀଯୁକ୍ତ ବାରିକ ଙ୍କୁ ଏହି ଟୀକାଦାନ ଓ ସଚେତନ କାର୍ଯ୍ୟକ୍ରମ ରେ ପୂର୍ଣ୍ଣଚନ୍ଦ୍ର ଯୋଶୀ, ଅର୍ଜୁନ ସେଠି, MVU କଣ୍ଟାମlଳ ନୀଳାଦ୍ରି ବିହାରୀ ପ୍ରଧାନ ସହଯୋଗ କରିଥିଲେ!

ଲଗାଣ ବର୍ଷା ଓ ବନ୍ୟାରେ ଫସଲ ନଷ୍ଟ....ଚାଷୀ ମାନଙ୍କୁ ଘାରିଲା ଋଣ ବୋଝ.

Image
ଲଗାଣ ବର୍ଷା ଓ ବନ୍ୟାରେ ଫସଲ ନଷ୍ଟ.... ଚାଷୀ ମାନଙ୍କୁ ଘାରିଲା ଋଣ ବୋଝ. ହରଭଙ୍ଗା :29/08. ମାସେ ରୁ ଅଧିକ ହେବ ଲଘୁଚାପ ଜନିତ ବର୍ଷା, ପରେ ବନ୍ୟା ଯୋଗୁଁ  ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। ବନ୍ୟା ଓ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକର -ହରଭଙ୍ଗା, କୁଡ଼ାସିଙ୍ଗା,ବୁକେସିଙ୍ଗା,ଭେଜିଗୋରା, ସଦଳଗଣ୍ଡା, ଧଳପୁର, କୁମାରୀ, ତୀରଡ଼, ଡିଆଁଘାଟ, ସୁରୁଣ୍ଡି, ପାଣିଘରl, ଉଁଆଳ, ରାମଗଡ, କୋଇଲିସୁତା, ପଲସlପlଟ, ପ୍ରଗଲପୁର, ସାମ୍ପୋଚ, ହାଟଗାଁ, କରଡ଼ି,ଆଦି ଗ୍ରାମରେ ବିଭିନ୍ନ ଗହୀରର ଧାନଜମି ଦୀର୍ଘ ଦିନ ଧରୀ ଜଳମଗ୍ନ ହୋଇ ସହ -ସହ ଚାଷୀଙ୍କହେକ୍ଟର ହେକ୍ଟର ଜମିର ରୁଆ ହୋଇଥିବା ଧାନ ପାଣିରେ ବୁଡ଼ି ସଢ଼ି ନଷ୍ଟ ହୋଇଥିବା  ଦେଖାଦେଇଛି।ବହୁ କଷ୍ଟ  କରି ଓ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଧାନ ରୋଇଥିଲେ। ବାରମ୍ବାର ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଜମିରେ ପାଣି ରହିବାରୁ    ସହ- ସହ ଏକର ରୁଆ ଧାନ ପଚି, ସଢ଼ି ଜମି ସବୁ ପଡିଆ ହେଇଗଲାଣି। ଏହି ସବୁ ଜମିକୁ ପୁଣି ଥରେ ରୋଇବା ପାଇଁ ଚାଷୀ ଖର୍ଚ୍ଚାନ୍ତ ହୋଇ କେତେକ ରୋଇଥିବା ଦେଖିବାକୁ ମିଳିଛି। ଆଉ କେତେକ ବିଲରେ ବର୍ଷା ପାଣି ଜମିରୁ ନିଷ୍କାସନ ହୋଇପାରୁନଥିବାରୁ ଜମି ସବୁ ପଡିଆ ହେଇଥିବାରୁ ଦେଖିବାକୁ ମିଳିଛି ।ବର୍ଷକ କିପରି ପରିବାର ଚଳାଇବେ,ବିଶେଷ କରି ଧାନ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା କୃଷ...

ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅଣଓଡ଼ିଆ ନିର୍ଦ୍ଦେଶକ ହାତେ ଆୟୁର୍ବେଦ ହସ୍ପିଟାଲ - ଭରତପୁର, ଭୁବନେଶ୍ୱର

Image
ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅଣଓଡ଼ିଆ ନିର୍ଦ୍ଦେଶକ ହାତେ ଆୟୁର୍ବେଦ ହସ୍ପିଟାଲ - ଭରତପୁର, ଭୁବନେଶ୍ୱର !!  ଭୁବନେଶ୍ୱର ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଗାଆଁ ଠାରୁ ସହର ସବୁଠି ଚର୍ଚ୍ଚା ଚାଲିଛି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ। ଆମ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ପ୍ରମୁଖ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଗୋଟିଏ ଏମ୍ସ ହସ୍ପିଟାଲ ଏବଂ ଅନ୍ୟଟି ଭୁବନେଶ୍ୱର ଉପକଣ୍ଠ ଭରତପୁର ସ୍ଥିତ ଆୟୁର୍ବେଦ ହସ୍ପିଟାଲ। ଯାହାକି କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ। ଏହି ଆୟୁର୍ବେଦ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ରୋଗୀଙ୍କ ଲମ୍ବା ଧାଡ଼ି ଲାଗିରହିଛି। ହେଲେ ବିଡ଼ମ୍ବନାର ବିଷୟ ଏବେ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯାହା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ନିନ୍ଦିତ ହେଉଛି। ଆୟୁର୍ବେଦ ହସ୍ପିଟାଲର ରକ୍ଷଣାବେକ୍ଷଣ ଭାର ସମ୍ଭାଳିଥିବା ଅଣଓଡିଆ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଣଦେଖା ହୋଇ ଦୁର୍ଦ୍ଦିନରେ ଛଟପଟ ହେଉଛନ୍ତି ରାଜ୍ୟର ଶହଶହ ରୋଗୀ। କଥାରେ ଅଛି ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅଣଓଡ଼ିଆ ଅଧିକାରୀ ହାତରେ ଆୟୁର୍ବେଦ ହସ୍ପିଟାଲ ଭଳି ସ୍ବାସ୍ଥ୍ୟ ସେବା ଟେକି ଦେଇଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ। ହସ୍ପିଟାଲରେ ପୁରୁଷ ଓ ମହିଳା ଓ୍ବାର୍ଡ ରହିଥିବା ବ...

ଆମ ପାଇଁ ବଡ଼, ଆମ ବୌଦ୍ଧ ଗଡ଼

Image
ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ.... ଭୁବନେଶ୍ୱର:- ( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :- ଭାରତ ବର୍ଷରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯାହାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ବହୁ ସାଧୁସନ୍ଥ ଏବଂ ମୁନି ଋଷିମାନଙ୍କର ଯୁଗ ଯୁଗ ଧରି ବିଭିନ୍ନ ସ୍ଥାନରେ ରହି ଏଠାକାର ପାଣି ପବନ ଓ ପରିବେଶ ସମ୍ବନ୍ଧରେ ଆକଳନ କରିମଧ୍ୟ ଯଥାସମ୍ଭବ ଜ୍ଞାନ ଆହରଣ କରିବାରୁ ବଞ୍ଚିତ ହୋଇଥିଲେ। କାରଣ ଆମ ଓଡ଼ିଶା ବକ୍ଷରେ ଏମିତି କିଛି ବିଚିତ୍ର ଯୁଗାନ୍ତକାରୀ ଆଧ୍ୟାତ୍ମିକ ଧର୍ମୀୟ ବିଶ୍ୱାସ ଭରି ରହିଛି ଯାହାର ବର୍ଣ୍ଣନା କରିବାକୁ ବହୁ ପୁରାତନ ଆଶ୍ରମ ଓ ବିଦ୍ୟାଳୟରେ ଅଧ୍ୟୟନ ରତ ବିଦ୍ୟାର୍ଥୀମାନେ ଲକ୍ଷସ୍ଥଳରେ ପହଞ୍ଚିବା ସମ୍ଭବପର ହୋଇନାହିଁ।ସେଥି ମଧ୍ୟରୁ ଅନ୍ୟତମ ଆମ ସଭିଙ୍କ ଅତି ଜଣାଶୁଣା ନାଆଁଟିଏ ହେଲା ବୌଦ୍ଧ ଜିଲ୍ଲା। ଭାରତ ବର୍ଷର ପୂର୍ବ ଭାଗରେ ବିରାଜମାନ ଏହି ଜିଲ୍ଲାର ସ୍ଥିତି ସମ୍ବନ୍ଧୀୟ ଯଥେଷ୍ଟ ପ୍ରମାଣ ଆମ ରାଜ୍ୟ ସରକାରଙ୍କ ନଥିପତ୍ରରେ ଯାହା ଉଲ୍ଲେଖ ଅଛି ସେହି କ୍ରମରେ ଦେଖିବାକୁ ଗଲେ ଆମ ବୌଦ୍ଧ ଜିଲ୍ଲା ଚତୁଃପାର୍ଶ୍ଵରେ ସୁରକ୍ଷା ବଳୟ ସୁଦୃଶ୍ୟ ମହାନଦୀ ଏବଂ ତେଲନଦୀ ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ଭାଇ ବହୁ  ଦେଢଶୁର ପର୍ବତମାଳ ସୁରକ୍ଷା ଦେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଜିଲ୍ଲାର ପରିଚୟ ଦୃଷ୍ଟିରୁ ଦ୍ଵିଗୁଣିତ କରୁଛି।ଆମ ଜିଲ୍ଲାର ଚାରିପଟେ ନୟାଗଡ଼ ଜିଲ୍ଲା ଠାରୁ ଆରମ୍ଭ କରି ସୁବର୍ଣ୍ଣପୁର ଅନୁଗୋଳ ବଲାଙ୍ଗୀର ...

ଦେଉଳି ଗ୍ରାମରୁ ୨ଟି ବାଇକ୍ ଓ ୪ଟି ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ମନମୁଣ୍ଡା ପୋଲିସ

Image
 ଦେଉଳି ଗ୍ରାମରୁ ୨ଟି ବାଇକ୍ ଓ ୪ଟି ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ମନମୁଣ୍ଡା ପୋଲିସ। ରିପୋର୍ଟର: ପ୍ରଶାନ୍ତ କୁମାର ପ୍ରଧାନ କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ଥାନା ଦେଉଳି ଗ୍ରାମରୁ ଚୋରି ହୋଇଥିବା ବାଇକ୍ ଓ ମୋବାଇଲ୍ ମନ ମୁଣ୍ଡା ପୋଲିସ ଉଦ୍ଧାର କରିଛି।ନୂତନ ଏସ ପି ପ୍ରହଲ୍ଲାଦ ସହାଇ ମିନା ଙ୍କ ନିର୍ଦ୍ଧେଶ କ୍ରମେ ଏସ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ମନ ମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ତନା ଘନା ଚଳାଇଥିବା ବେଳେ ଏସ ଆଇ ପ୍ରାଣବନ୍ଧୁ ସାହୁ ଓ ପବିତ୍ର ସାହୁ ଙ୍କ ତତ୍ତ୍ୱାବଧାନରେ ରେ ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।ଏଥିରେ ସଂପୃକ୍ତ ୪ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଅଟକ ରଖିଛି।ସୂଚନା ମତେ ଗତ ୨୩ ତାରିଖ ରାତିରେ ଦେଉଳି ଗ୍ରାମର ସାହୁ କଲୋନିରୁ ଅଭିମନ୍ୟୁ ବଗର୍ତ୍ତି ଓ ବିଜୟ ଆଚାର୍ଯ୍ୟଙ୍କ ବାଇକ୍ ଚୋରି ହୋଇଥିଲା।ସେହି ଦିନ ରାତିରେ ଉକ୍ତ ଗ୍ରାମର ୱେଲେଣ୍ଡିଂ ଦୋକାନରେ କାର୍ଯ୍ୟରତ ଶ୍ରମିକ ଦଇତାରୀ ଶଙ୍ଖୁଆ ଓ ଅନ୍ୟ ୩ ଜଣ ଶ୍ରମିକ ସୋଇଥିବା ବେଳେ ୪ ଟି ମୋବାଇଲ୍ ଚୋରି ହୋଇଥିଲା।ଏନେଇ ଅଭିଯୋଗ ହେଲାପରେ ପୋଲିସ 141/22 ,142/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଦୁଇଟି ବାଇକ୍ ଓ ୩ ଟି ମୋବାଇଲ ଉଦ୍ଧାର କରିଥିଲା।ଏହି ଚୋରି ଘଟଣାରେ ଦେଉଳି ର ସ...

ଶେଖ ଅସଗର ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ଅଧ୍ୟକ୍ଷ ମନୋନୀତ

Image
ଶେଖ ଅସଗର ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ଅଧ୍ୟକ୍ଷ ମନୋନୀତ    ବରଗଡ-ସୁନ୍ନି ବରେଲୱି ଜାମା ମସଜିଦ କମିଟି ନୂତନ ସଭାପତି ଭାବରେ ଶେଖ ଅସଗର (କାଲୱା) କୁ ମନୋନୀତ କରା ଯାଇଛି. କିଛି ବ୍ୟକ୍ତିଗତ ସମସ୍ୟା ହେତୁ ପୂର୍ବତନ ସଭାପତି ଅବଦୁଲ ଇବ୍ରାହିମ ବୁଧବାର ଇସ୍ତଫା ଦେଇଥିଲେ, ଏହା ପରେ ଶୁକ୍ରବାର ଦିନ ସୁନ୍ନି ବରେଲୱି ଜାମା ମସଜିଦ ଏବଂ ନୁରୀ ମସଜିଦ ଠାରେ ନୂତନ କମିଟି ଗଠନ ପାଇଁ ଘୋଷଣା କରାଯାଇ ଥିଲା. ଏହି ପରିପେକ୍ଷୀ ରେ ରବିବାର ଦିନ ବରଗଡ ଇଦଗାହ ଠାରେ ଅନୁଷ୍ଠିତ ବୈଠକ ରେ ସର୍ବସମ୍ମତି କ୍ରମେ ପୁଣି ଥରେ ଶେଖ ଅସଗର (କଲୱା) କୁ ମନୋନୀତ କରା ଯାଇ ଥିଲା. ବୈଠକ ରେ ମହମ୍ମଦ ଅସଲମ୍, ମହମ୍ମଦ ବବଲୁ, ଏମଡି ନିଜାମ, ଗୁଲାମ ଗୌଶ, ଗୁଲାମ ରସୁଲ, ଏମଡି ଜମିର, ଏମଡି ରାଜୁ, ଏମଡି ସଇଦ, ଏମଡି ନଇମ, ମହମ୍ମଦ ଇଲିୟାସ, ନାସିର ଖାନ, ମୋହଦ ରଫିକ୍, ମୋହଦ୍ ପପୁ, ଏମଡି ବଣ୍ଟି, ଏମଡି ସିରାଜ, ଏମଡି ସମୀର, ଶେଖ ନସିମୁଦ୍ଦିନ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ. ସମସ୍ତେ ଶେଖ ଅସଗରଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଶେଖ ଅସଗର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

ଭଅଁରେଶ୍ବର କେନାଲରେ ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ

Image
ଭଅଁରେଶ୍ବର କେନାଲରେ ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ   ଲଙ୍ଗଳେଶ୍ବର  28/8/22- ସିଂଲା ଥାନା ଅଧୀନ ବଣିଆଁଡିହା ପଞ୍ଚାୟତର ଭଁଅରେଶ୍ବର କେନାଲରେ ଏକ ମୃତ ଶରୀର ଭାସି ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଶବଟିକୁ ଦେଖି ସିଂଲା ଥାନା କୁ ଖବର ଦେଇଥିବା ଥିଲେ। ସିଂଲା ପୋଲିସ ଘଟଣା ସ୍ଥଳକୁ ଆସି ଭାସି ଯାଉଥିବା ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ୍ ପାଇଁ ବସ୍ତା ପଠାଇଥିଲେ ମଧ୍ୟ ମୃତ ପୁରୁଷ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ। ତେବେ ମହାବଳା ପଟରୁ ଭଁଅରେଶ୍ବର ଆଡକୁ କେନାଲରେ ଭାସିଯାଉଥିବାର ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଛନ୍ତି। ସିଂଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ଜଣାପଡିଛି।

ବରଗଡ଼ ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ

Image
ବରଗଡ଼ ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ  ବରଗଡ଼: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ରବିବାର ବରଗଡ ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ ହୋଇଯାଇଛି ।ଏଥିରେ 60 ଜଣ ଗରିବ ଅସହାୟ, ନିଷ୍ପେସିତ ମାନଙ୍କୁ  ସମ୍ବିଧାନ ସୁରକ୍ଷା ମଂଚ, ବରଗଡ଼ ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା । ସ୍ଥାନିୟ ସୌଖିନ ରଂଗ ମଂଚ ରେ ଏହି  କାର୍ଯ୍ୟକ୍ରମ ହୋଇଥିବା ବେଳେ ସମାଜର  ବିଭିନ୍ନ ବର୍ଗର ପ୍ରତିଭା  ଓ ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । କ୍ରିଡାବିତ ସନ୍ତୋଷ  ପ୍ରଧାନ, ଅଗ୍ରଣୀ ଚାଷୀ ବିଜୟ ସାହୁ,ସମାଜସେବୀ  ମୁକୁନ୍ଦ ଦାଶ, ସଂଚାର କଳାକାର ଜୟନ୍ତୀ ଦୀପ, କବି  ଦେବେନ୍ଦ୍ର ସାହୁ,ମନୋରଞ୍ଜନ ଲୁହା ଙ୍କୁ ସମ୍ମାନିତ କରାଯାଇ ଥିଲା । ଅତିଥି ମାନଙ୍କ ମଧ୍ୟରେ ବିଧାୟକ ଦେବେଶ ଆଚାର୍ଯ୍ଯ, ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଢଙ୍ଗୀ, ଓକିଲ ସଂଘ ସଭାପତି ଚନ୍ଦ୍ର ଧ୍ବଜ  ଜାଲ, ଅଶୋକ ଅଗ୍ରୱାଲ ଉର୍କୁଲୁ ତାଣ୍ଡି, ଜେଠୁ ଭୋଇ,ପାଣ୍ଡବ କର୍ଣ୍ଣ ଉପସ୍ଥିତ ଥିଲେ । ଆୟୋଜକ  ମଧ୍ୟରେ  ଆବାହକ ପଵିତ୍ର ଦେହେରି, ଦିନେଶ ଅଗ୍ରୱାଲ,ସିବାନନ୍ଦ ମଟାରୀ, ଗୁରୁପ୍ରିତ ସିଂ,ଅଲିମ ରିଜୱି,  ମାରିୟମ ବାର୍ଲା, ମମତା ବେହେରା, ସକୁନ୍ତଳା ସୁନା, ସଂଜୀବ ସୁନା ଓ ଅନ୍ଯ ମାନେ ଉପସ୍ଥିତ ଥିଲେ ।

ସିପିଆଇ ର ୦୩ୟ ବୌଦ୍ଧ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

Image
ସିପିଆଇ ର ୦୩ୟ ବୌଦ୍ଧ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ    ବୌଦ୍ଧ :28/08.ବୌଦ୍ଧ ଜିଲ୍ଲା  ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଜି ୦୩ୟ ଜିଲ୍ଲା ସମ୍ମିଳନୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ବୟୋଜେଷ୍ଠ ସିପିଆଇ ନେତା ସାଥି. ଭୀମସେନ ଘିବିଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାସହ ସମ୍ପାଦକ ନେତ୍ରାନନ୍ଦ କହଁର  ପାର୍ଟିର ଲଢୁଆ ପତାକାକୁ ଉତ୍ତୋଳନ କରିଥିଲେ । ଉଦଘାଟକ ଭାବେ ଏଆଇଓ୍ବାଇଏଫର ଜାତୀୟ ଉପସଭାପତି ଅବକାଶ ସାହୁ ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଆଗାମୀ ୦୩ବର୍ଷ ପାଇଁ  ଏକ ୧୯ଜଣିଆ ଜିଲ୍ଲା ପରିଷଦ ଗଠନ ସହ ଏହାର ସମ୍ପାଦକ ଭାବେ କଃ.ଭୀମସେନ ଘିବିଲା ଓ ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ସାହୁ ଓ ନେତ୍ରାନନ୍ଦ କହଁର ନିର୍ବାଚିତ ହୋଇଥିଲେ । ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ

ଅଇଁଳାପାଲି ଗ୍ରାମପଞ୍ଚାୟତ ରେ ଲୋକମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Image
ଅଇଁଳାପାଲି ଗ୍ରାମପଞ୍ଚାୟତ ରେ ଲୋକମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ  ରିପୋର୍ଟର: ଭରତ ଡାଙ୍ଗ ବୌଦ୍ଧ ବ୍ଲକ ଅନ୍ତର୍ଗତ ଅଇଁଳାପାଲି ଗ୍ରାପ ଅଧିନସ୍ଥ ଗଜରାଜପୁର ଗ୍ରାମ ର ଗମ୍ହା ଟିକିରା ପଡିଆରେ ଆଗାମୀ ଦିନରେ ଏକ ଲୋକମହୋତ୍ସବ ଅନୁଷ୍ଠିତ କରିବା ପାଇଁ ଅଇଁଳାପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଗ୍ରାପ ର ସରପଞ୍ଚ ଅଜିତ କୁମାର ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଆଇନଜୀବୀ ଅଶୋକ କୁମାର ସାହୁ, ମଂନୁପାଲି ପୂର୍ବତନ ସରପଞ୍ଚ ବାଳମକୁନ୍ଦ ମେହେର, ବହିରା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, ଜିଲ୍ଲା ପରିଷଦ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ, ପଶୁପାଳ ନିରୀକ୍ଷକ ପ୍ରିୟବ୍ରତ ବେହେରା, ବାଉଁସୁଣୀ ସରପଞ୍ଚ ଅଇଁଠୁ ମହାଳିକ, ବହିରା ସରପଞ୍ଚ ଯଯାତି କେଶରୀ ମହାଳିକ, ସ୍ବେଛାସେବୀ ତଥା ଶିକ୍ଷାବିଦ ପ୍ରଶାନ୍ତ ଚନ୍ଦ୍ର ପଣ୍ଡା, ପୂର୍ବତନ ବ୍ଲକ ଉପାଧକ୍ଷ ବିକ୍ରମ ମହାକୁଡ଼, ଉମାଶଙ୍କର ପାଢ଼ୀ, ଭରତ ଖଟୁଆ, ମହେଶ୍ୱର ପୋଥାଳ, ଭଗବାନ ମେହେର, ରଜିତ ସାହୁ, ଚିତ୍ତରଞ୍ଜନ ଖଟୁଆ, ବିଶିଷ୍ଟ କଳାକାର ତଥା ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଏହି ବୈଠକ ରେ ଯୋଗ ଦେଇଥିଲେ, ଡିସେମ୍ବର ଶେଷ ସପ୍ତାହରେ ଏହି ମହୋତ୍ସବ କରିବା ପାଇଁ ସ୍ଥିର କରାଯାଇଥିଲା, ଶେଷ...

ଡାକ୍ତର ବାବୁଙ୍କ ବଡ଼ସାହି ମୋହ,ବୈଶିଙ୍ଗା ପ୍ରତି ଆକୃଷ୍ଟ ନୁହନ୍ତି କାହିଁକି

Image
ଡାକ୍ତର ବାବୁଙ୍କ ବଡ଼ସାହି ମୋହ,ବୈଶିଙ୍ଗା ପ୍ରତି ଆକୃଷ୍ଟ ନୁହନ୍ତି କାହିଁକି ?  ବୈଶିଙ୍ଗା:୨୭/୦୮(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ)ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେଇ ତତ୍କାଳିନ ମୟୁରଭଞ୍ଜ ମହାରାଜା ଏଠାରେ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ମାତ୍ର ଏହି ଡାକ୍ତରଖାନା ପ୍ରତି ସରକାର ଗୁରୁତ୍ତ୍ୱ ଦେଇ ନ ଥିବାରୁ ରୋଗୀ ସେବା ସଠିକ୍‌ ଭାବରେ ମିଳୁ ନଥିବା ଅଭିଯୋଗ ହୋଇଛି। ତେବେ ଡାକ୍ତର ନିଯୁକ୍ତି ଦାବି ପରେ ଡାକ୍ତର ରଞ୍ଜନ କୁମାର ମହାନ୍ତିଙ୍କୁ ଗତ ଜୁଲାଇ ୨୧ରେ ଏଠାରେ ନିଯୁକ୍ତି ମିଳିଥିଲା। ସେ ଏଠାରେ ଦାୟିତ୍ୱ ଗ୍ରହଣ କଲେ,ମାତ୍ର ଡେପୁଟେସନରେ ବେତନଟୀରେ କାର୍ଯ୍ଯ କଲେ। କିଛି ଦିନ ପରେ ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଛନ୍ତି। ବୈଶିଙ୍ଗାରେ ରୋଗୀସେବା ଅବହେଳିତ ହୋଇପଡିଛି। ଏହି ଡାକ୍ତରଖାନାର ବର୍ହି ବିଭାଗରେ ଦୈନିକ ରୋଗୀ ସଂଖ୍ୟା ନିକଟସ୍ଥ ଅନ୍ୟ ପିଏଚ୍‌ସି ତୁଳନାରେ ବହୁ ଅଧିକ। ମାତ୍ର ଏହି ଡାକ୍ତରଖାନା ପିଏଚ୍‌ସି କି ସିଏଚ୍‌ସି ମାନ୍ୟତା ପାଇନି। ଏବେବି ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ନାମରେ ପରିଚିତ ରହିଛି। ମହାରାଜାଙ୍କ ଅମଳରେ ଯେଉଁ ଚାରଟି ରୋଗୀ ଶଯ୍ୟା ଥିଲା,ତାହା ସେତିକରେ ସୀମିତ ରହିଛି। ନୂଆ ବିଲଡିଙ୍ଗ ବଦଳରେ ପୁରୁଣା ଆଜବେଷ୍ଟ ଘରେ ସ୍ୱାସ୍ଥ୍ୟସେବା ଚାଲିଛି। ବିଡମ୍ବନା ହେଉଛି,ବହୁ ପୂର୍ବରୁ ଚାରିଜଣ ଡାକ୍ତର ସେବା ଯୋଗାଉଥିଲେ। ...

ବରଗଡ଼ ଜିଲ୍ଲାର ପୁରା ଉଁଆସ ପର୍ବ ଧୂମଧାମରେ ପାଳନ

Image
ବରଗଡ଼ ଜିଲ୍ଲାର ପୁରା ଉଁଆସ ପର୍ବ ସବୁଠାରେ ଧୂମଧାମରେ ପାଳନ ବରଗଡ଼:ଆମ ରାଜ୍ୟ ଓଡ଼ିଶା ସବୁବେଳେ ନିଜ  ପରିଚୟ ପାଇଁ ବିଶ୍ୱବାସୀଙ୍କୁ ନୂତନ ବାର୍ତ୍ତା ଦେଇ ଆସିଛି। ବାରମାସର ତେର ପର୍ବ ପାଳିତ ମଧ୍ୟରେ  ଓଡ଼ିଶାର ପ୍ରସିଦ୍ଧ ପର୍ବ ପୁରା ଉଁଆସ ପର୍ବ ଅନ୍ୟତମ। ଏହି ଅବସରରେ  ବରଗଡ଼ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ଆଜି ପଶ୍ଚିମ ଓଡ଼ିଶା ର କୃଷି ଭିତ୍ତିକ ପର୍ବ ପୁରା ଉଁଆସ (ସପ୍ତପୁରୀ ଅମାବାସ୍ୟା) ପାଳନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୈାରାଧ୍ୟକ୍ଷା କଳ୍ପନା ମାଝୀ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର, କାଉନସିଲର ଉମାଚରଣ ରାଉତ, ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ ପ୍ରମୁଖ ଯୋଗଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିପରି ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। କାର୍ଯ୍ୟ କ୍ରମ ଗୁଡିକ ସ୍କୁଲ ର ପ୍ରଧାନ ଶିକ୍ଷକ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।ପୁରା ଉଁଆସ ପାଳିତ ବରଗଡ଼: ବରଗଡ଼ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ଆଜି ପଶ୍ଚିମ ଓଡ଼ିଶା ର କୃଷି ଭିତ୍ତିକ ପର୍ବ ପୁରା ଉଁଆସ (ସପ୍ତପୁରୀ ଅମାବାସ୍ୟା) ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୈାରାଧ୍ୟକ୍ଷା...

ବାଲ୍ୟବିବାହ ଭଳି କୁପ୍ରଥା ଠାରୁ ଦୂରେଇ ରହିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ - ପଦ୍ମପୁର, ରାୟଗଡ଼ା

Image
ବାଲ୍ୟବିବାହ ଭଳି କୁପ୍ରଥା ଠାରୁ ଦୂରେଇ ରହିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ - ପଦ୍ମପୁର, ରାୟଗଡ଼ା (ରାୟଗଡା ଜିଲ୍ଲା ପ୍ରତିନିଧି ମାଧବ ବିଡିକାଙ୍କ ରିପୋର୍ଟ) ପଦ୍ମପୁର/ରାୟଗଡ଼ା:- ରାଜ୍ୟର ଆଭ୍ୟନ୍ତରୀଣ ରୂପକୁ ଦେଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନାନା ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସେହିପରି ଜିଲ୍ଲାର ପଦ୍ମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରଚେଷ୍ଟାରେ ଗତ ଦୁଇଦିନ ତଳେ ବ୍ଳକ କାର୍ଯ୍ୟାଳୟ ଅଧିନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ସମ୍ବନୀତ ଶିଶୁ କଲ୍ୟାଣ ଅଧିକାରୀଙ୍କ ନେତୃତ୍ବରେ ବାଲ୍ୟବିବାହ ଭଳି କୁପ୍ରଥା ଠାରୁ ଦୂରେଇ ରହିବା ପାଇଁ ସ୍ଥାନୀୟ ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜର ପଦପଦବୀରେ ରହିଥିବା କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନଙ୍କ ସଭାପତିତ୍ବରେ ସ୍ଥାନୀୟ ସିଡିପିଓ ଶ୍ରୀମତୀ ପ୍ରମିଳା ବେହେରା ଉପସ୍ଥିତ ସମସ୍ତ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏହି ସଚେତନ ଧର୍ମୀ ବାର୍ତ୍ତା ଯେପରି ଆଗାମୀ ଦିନରେ ସଫଳତା ଶୀର୍ଷକୁ ଛୁଇଁବ ସେନେଇ ଅଧିକ ତ୍ବରାନ୍ବିତ କରିବାକୁ ଅଙ୍ଗନବାଡ଼ି ସୁପରଭାଇଜର ଅନୀତା ପାଣିଗ୍ରାହୀ,ବିଏସଏଫ ମମତା ପାଣ...

କମ୍ପାନୀ ଆଉ ଲଲିପପ୍ ଦେଖାନି.... ଆମ କଥା ଶୁଣ !!

Image
କମ୍ପାନୀ ଆଉ ଲଲିପପ୍ ଦେଖାନି....  ଆମ କଥା ଶୁଣ !! ନହେଲେ ନୂଆଁଖାଇ ପର୍ବ ପରେ କଥାବାର୍ତ୍ତା ! ବରଗଡ:-ଗତ ୧୪ ତାରିଖ ଦିନ ଜିଲ୍ଲା ପ୍ରଶାସନ ର ଲଣ୍ଠନ ଦେଖା ତଥା ଏଚ.ଡି.ଏଫ.ସି ବୀମା କମ୍ପାନୀ ର ମନମୁଖୀ କାରବାର ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଡାକରା ରେ ହଜାର ହଜାର ଚାଷୀ ବରଗଡ଼ ଯାଇ ରେଳରୋକ ଆନ୍ଦୋଳନ କରିଥିଲେ।ଦିର୍ଘ ୯ ଘଣ୍ଟା କାଳ ରେଳରୋକ ଇତିହାସ ରେ ଲିପିବଦ୍ଧ ନିଶ୍ଚିତ ହେବ ।କାରଣ କେବେ ହେଲେ ଦିର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ଏଭଳି ରେଳରୋକ ବୋଧହୁଏ ବରଗଡ ଜିଲ୍ଲା ରେ ହୋଇନଥିଲା । ଜିଲ୍ଲା ପ୍ରଶାସନ ତଥା ବିମା କମ୍ପାନୀ ୧୦ ଦିନ, ତା ୨୪.୦୮.୨୦୨୨ରିଖ ପର୍ଯ୍ୟନ୍ତ ସମସ୍ତ ଚାଷୀ ଙ୍କ ଆକଳନ ଅନୁସାରେ ବୀମା ରାଶି ପ୍ରଦାନ କରାଯିବ ବୋଲି ସମୟ ମାଗିଥିଲେ। ରେଳବାଇ ପକ୍ଷରୁ ମଧ୍ୟ ଅନେକ ଚାଷୀ ଙ୍କ ବିରୁଦ୍ଧରେ କେଶ ମଧ୍ୟ ଦାୟର କରାଯାଇଥିଲା।ସବୁ ପ୍ରକାର ନିର୍ଯାତନା ସହି ମଧ୍ୟ ଚାଷୀ ସଂଗଠନ ତାଙ୍କ କଥାରେ ସହମତ ହୋଇଥିଲେ  ଦେଖିଲା ବେଳକୁ ଜଣେ ଭିକାରୀ କୁ କିଛି ଅର୍ଥ ଦାନ କଲା ଭଳି ନିର୍ଦ୍ଧାରିତ ଆକଳନ ଅନୁସାରେ ବୀମା ରାଶି ପ୍ରଦାନ ନ କରି ୫୦ ଟି ଗ୍ରାମପଞ୍ଚାୟତ ରେ ଭିକାରୀ କୁ କିଛି ଅର୍ଥ ଦାନ କଲାଭଳି ଚକମା ଦେଖାଇଛି ବୀମା ପ୍ରଦାନ କମ୍ପାନୀ ଏଚ.ଡି.ଏଫ.ସି ।ଯାହା ସନ୍ତୋଷ ଜନକ ନୁହେଁ। ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ନେତୃତ୍ୱରେ ୧୪ ଅଗଷ୍ଟ ବରଗଡ଼ ରୋଡ଼ ଠାରେ ଫସଲ ବୀମା କ୍ଷତିପୂର...

ବୌଦ୍ଧ ର ଅଧିଷ୍ଠାତ୍ରୀ ଦେବି ମା ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ

Image
ବୌଦ୍ଧ ର ଅଧିଷ୍ଠାତ୍ରୀ ଦେବି ମା ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ବୌଦ୍ଧ :27/08.ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରିତିନିତି ସହ ସକାଳର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା । ମାଁ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ନୂତନ ଶସ୍ୟ ଲାଗି କରାଯାଇଥିଲା । ମୁଖ୍ୟ ସେବାୟତ ଗୌରି ଶଙ୍କର ବଡମାଳି, ପାଳିଆ ସେବାୟତ ସାନନ୍ଦ ବଡମାଳି ଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଶତାଧିକ ଭକ୍ତ ମାଁ ଭୈରବୀଙ୍କ ଦର୍ଶନ କରି ପୂଜା କରିଥିଲେ ।

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁନ୍ଦୁଲିଆ ରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣା

Image
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁନ୍ଦୁଲିଆ ରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣା। (ଭରତ ଡାଙ୍ଗଙ୍କ ରିପୋର୍ଟ) ବୌଦ୍ଧ ଜିଲ୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁନ୍ଦୁଲିଆ ରେ ଶିକ୍ଷକ ବଦଳି ଙ୍କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ  କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ହୋଇଥିବା ବେଳେ ଏବର୍ଷ ଠିକ୍ ପାଠ ପଢା ଆରମ୍ଭ ରୁ ଶିକ୍ଷା ବିଭାଗ ଶିକ୍ଷକ ବଦଳି ପାଲା ଆରମ୍ଭ କରିଦେଇଛନ୍ତି ବୌଦ୍ଧ ଜିଲ୍ଲାରେ ଏହି ଶିକ୍ଷକ ବଦଳି କୁ ନେଇ ବିବାଦ କମିବାର ନା ଧରୁନି, ଯାହା ଫଳରେ ଅନେକ ସମୟରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଧାରଣା  ଦେଉଥିବା ଦେଖିବାକୁ ମିଳିଛି। ଗୁନ୍ଦୁଳିଆ ସରକାରୀ ଉଚ୍ଚବିଦ୍ୟାଳୟ ରେ ଚନ୍ଦନ ମେହେର ଓ ବିବେକାନନ୍ଦ ସ୍ୱାଇଁ ଦୁଇ ଜଣ ଶିକ୍ଷକ ଦୀର୍ଘ ଦିନ ଧରି ରହିଥିବା ବେଳେ ତାଙ୍କୁ ବଦଳି କରିଦେଇଥିବା ବେଳେ  ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍କୁଲ ଗେଟ୍ ଆଗରେ ଧାରଣା ଦେଇ ଏଠୁ ଯିବୁନି କି ଖାଇବୁ ନାହିଁ  ସେହି ସାର୍ ଆମକୁ ଭଳ ପାଠ ପଢାନ୍ତି ତାହାଙ୍କୁ ଆମେ ଆମ ସ୍କୁଲରୁ କୁଆଡେ ଛାଡ଼ିବୁ ନାହିଁ ବୋଲି ବୈାଦ୍ଧ ଜିଲ୍ଲାପାଳ ଓ ଡିଇଓଙ୍କୁ  ଅନୁରୋଧ କରିଛନ୍ତି ।

ଦୀର୍ଘ 37ବର୍ଷ ପରେ ପୂର୍ବ ମାନ୍ୟତା ଫେରି ପାଇଲା ଘଣ୍ଟାପଡା ଫାଣ୍ଡି.....

Image
ଦୀର୍ଘ 37ବର୍ଷ ପରେ ପୂର୍ବ ମାନ୍ୟତା ଫେରି ପାଇଲା ଘଣ୍ଟାପଡା ଫାଣ୍ଡି..... ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ ବୌଦ୍ଧ :27/08. ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ଫାଣ୍ଡି ଦୀର୍ଘ 37 ବର୍ଷ ପରେ ପୁଣି ଫେରି ପାଇଲା  ନୂତନ ଥାନାର ମାନ୍ୟତା l ଆଜି ସମଗ୍ର ରାଜ୍ୟରେ 36ଟି ନୂତନ ଥାନା ପାଇଁ ବିଧିବଦ୍ଧ ଭାବେ ଘୋଷଣା କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି l ପ୍ରକାଶ ଥାଉକି ରାଜାରାଜୁଡା ତଥା ବ୍ରିଟିଶ ଶାସନ ସମୟରେ 1905 ମସିହାରେ ତତ୍କାଳୀନ ବୌଦ୍ଧଗଡ଼ର ରାଜା ଘଣ୍ଟାପଡା ଗ୍ରାମରେ ଏକ ଥାନା ପ୍ରତିଷ୍ଠା କରିଥିଲେ l ଯାହାକି ଭାରତ ସ୍ୱାଧୀନତା ପାଇବାପରେ ବି ରାଜ୍ୟ ସରକାର ଥାନାର ମାନ୍ୟତା ମିଳିଥିଲା l କିନ୍ତୁ ଏଠାର ରାଜନେତାଙ୍କ ଅପାରଗତା ଯୋଗୁଁ 1985 ମସିହାରେ ଓଡିଶା ସରକାର ଘଣ୍ଟାପଡା ଥାନାକୁ ଉଠାଇନେଇ କଣ୍ଟାମାଳ ଫାଣ୍ଡିକୁ ଥାନା ଓ ଘଣ୍ଟାପଡା ଥାନାକୁ ଫାଣ୍ଡିର ମାନ୍ୟତା ଦେଇଥିଲେ l ଦୀର୍ଘ 37 ବର୍ଷ ଆପତ୍ତି ଅଭିଯୋଗ ଓ ବିଭିନ୍ନ ସଙ୍ଘ ତରଫରୁ ଦାବି ପରେ ଆଜି ଓଡିଶା ସରକାରଙ୍କ ଘୋଷଣା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି l ଖୁସିରେ ଆତ୍ମହରା ହୋଇ ମିଷ୍ଟା...

ଶ୍ରୀ ଶ୍ରୀ ପଦ୍ମେଶ୍ୱରାୟ ଶିବ ମନ୍ଦିର କବାଟର କଡି କାଟି ବହୁ ମୂଲ୍ଯବାନ୍ ସାମଗ୍ରୀ ଚୋରି

Image
ଶ୍ରୀ ଶ୍ରୀ ପଦ୍ମେଶ୍ୱରାୟ ଶିବ ମନ୍ଦିର କବାଟର କଡି କାଟି ବହୁ ମୂଲ୍ଯବାନ୍ ସାମଗ୍ରୀ ଚୋରି  ବେତନଟୀ:୨୭/୦୮(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ )ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥ ପାର୍ଶ ତାରାକୋଟି ଛକରେ ଥିବା ଓଁ ଶ୍ରୀ ଶ୍ରୀ ପଦ୍ମେଶ୍ୱରାୟ ଶିବ ମନ୍ଦିର କବାଟର କଡି କାଟି ବହୁ ମୂଲ୍ଯବାନ୍ ସାମଗ୍ରୀ ଚୋରି ଘଟଣାରେ ଶନିବାର ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ। ସୂଚନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମନ୍ଦିର ମୂଖ୍ୟ ଲୁହା ଗ୍ରୀଲର କଡି ଏବଂ କବାଟର କଡି କାଟି ଗର୍ଭଗୃହକୁ ପ୍ରବେଶ କରିଥିଲେ। ସେଠାରୁ ବିଶାଳ ତମ୍ବା ନାଗ,ମୁଗୁନି ପଥରରୁ ନିର୍ମିତ ମୂଲ୍ଯବାନ୍ ଚନ୍ଦ୍ର ଶେଖରଙ୍କର ମୂର୍ତ୍ତି,ପିତ୍ତଳ ଗଗରା,ପିତ୍ତଳ ସହସ୍ରଧାରା,ପିତ୍ତଳ ପରାତ,ବଡ ରୂପା ଟୁକୁଣା,ତମ୍ବା ପାତ୍ରି,ପିତ୍ତଳ ଘଣ୍ଟି-୬ଟା,ଇନ୍‌ଭେଟର ବ୍ୟାଟେରୀ,ପିତ୍ତଳ ନିର୍ମିତ ଧୂପ,ଦୀପ,ଆଳତୀ ଷ୍ଟାଣ୍ଡ ଏବଂ ଝାଲି ସମେତ ମାନଷିକ ଧାରି ମାନେ ଦେଇଥିବା ଛୋଟ ବଡ ମିଶା ପ୍ରାୟ ୩୦ରୁ ଉର୍ଦ୍ଧ ତମ୍ବା ନାଗ ନେଇଯାଇଥିଲେ। ତେବେ ଶନିବାର ସକାଳେ ପୂଜକ ଗଗନ ନନ୍ଦ ଆସି ମନ୍ଦିର ଖୋଲିଲା ବେଳକୁ ମନ୍ଦିର ଚୋରି ହୋଇଥିବାର ଜାଣିବାକୁ ପାଇ ସମସ୍ତଙ୍କୁ ଖବର ଦେଇଥିଲେ।ଖବର ପାଇ ବେତନଟୀ ଥାନା ସବଇନ୍ସପେକ୍ଟର ବଳରାମ ମହାରଣା ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବେତନଟୀ ଅଞ୍ଚଳରେ...

ଗଣପର୍ବ ନୂଆଁଖାଇ କୁ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଦାବି ଜୋର ଧରିଲା

Image
ଗଣପର୍ବ ନୂଆଁଖାଇ କୁ ଦୁଇ ଦିନ ଛୁଟି ଘୋଷଣା କରିବାକୁ  ଦାବି ଜୋର ଧରିଲା ବରଗଡ : ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ସମୟରେ  ଦୁଇ ଦିନ ଛୁଟି ଘୋଷଣା କରିବାକୁ  ଜର୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ ( ଜାବ ) ପକ୍ଷରୁ ଆଜି  ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ପାଖରେ ଦାବୀ କରାଯାଇଛି। ଜିଲ୍ଲା ସଭାପତି ରବି ପଣ୍ଡା ଓ ସାଧାରଣ ସମ୍ପାଦକ ଯୁଧିଷ୍ଠିର  ମହାପାତ୍ର ଏକ ସ୍ମାରକପତ୍ର ମାଧ୍ୟମ ରେ ଦାବୀ କରିଛନ୍ତି ଯେ ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ ରେ  ପରିବାର ମଧ୍ୟରେ ମିଳିତ ହେବାର ସୁଯୋଗ ବହୁତ କ୍ଵଚିତ ମିଳୁଛି। ଗଣପର୍ବ ନୂଆଁଖାଇ ସମୟରେ ପରିବାର ର ସଦସ୍ୟ ମାନେ କାହିଁ ଦୂର ଦୂରାନ୍ତ ରୁ ଘରକୁ ଆସିଥାନ୍ତି ନବାର୍ଣ୍ଣ ଭକ୍ଷଣ କରିବା ପାଇଁ।କିନ୍ତୁ ଚାକରି କରିଥିବା ଲୋକେ କେବଳ ନବାର୍ଣ୍ଣ ଭକ୍ଷଣ କରି ସେହିଦିନ ସନ୍ଧ୍ୟା ରେ ଫେରି ଯାଉଛନ୍ତି। ସେମାନଙ୍କ ପାଖରେ ସେହି ସୁଯୋଗ ନ ଥାଏ ପରିବାର ର ସମସ୍ତ ସଦସ୍ୟ ଙ୍କ ସହ ଆଲୋଚନା କରିବା ପାଇଁ। ଏହି ନୂଆଁଖାଇ ଏକ ମାଧ୍ୟମ ଅଟେ ପରିବାର ସଦସ୍ୟ ଙ୍କ ସହ ଆଲୋଚନା କରିବା ପାଇଁ ଓ ତଦ୍ୱାରା ଯୌଥ ପରିବାରରେ ଭାବାତ୍ମକ ବନ୍ଧନ ସୁଦୃଢ଼ ହୋଇପାରେ। ସଙ୍ଘ ପକ୍ଷରୁ ଶ୍ରୀ ପଣ୍ଡା ଓ ଶ୍ରୀ ମହାପାତ୍ର ଏହି ନୂଆଁଖାଇ ଗଣପର୍ବ ଅବସରରେ ଦୁଇ ଦିନ ଛୁଟି ଘୋଷଣା କରିବାକୁ  ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ପାଖରେ ଦାବୀ କରିଛନ୍ତି  ...

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବାଲ୍ୟବିବାହ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବାଲ୍ୟବିବାହ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ପଦ୍ମପୁର/ ରାୟଗଡ଼ା:- ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାର ପଦ୍ମପୁରବ୍ଳକମୂଖ୍ୟାଳୟ   ଠାରେ  PLCPC କମିଟି ମେମ୍ବର ଏବଂ ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜ ର ସଭାପତି-  କାହ୍ନୁ ସାହୁ, ସମ୍ପାଦକ- କୁରା ସାହୁଙ୍କ ସମେତ, ସମସ୍ତ ମେମ୍ୱର ଏବଂ କାର୍ଯ୍ୟକାରି କମିଟି ଉପସ୍ଥିତ ରହି ବାଲ୍ୟ ବିବାହ ଏବଂ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ତୈଳିକ ବୈଶ୍ୟ ସମାଜର ପଦପଦବୀରେ ରହିଥିବା କର୍ମକର୍ତ୍ତାଙ୍କ ଦ୍ଵାରା ବାଲ୍ୟବିବାହ ଭଳି କୁପ୍ରଭାବ ସମ୍ପର୍କରେ ଯେପରି ତୈଳିକ ବୈଶ୍ୟ ସମାଜର ସମସ୍ତ ବର୍ଗ ପାଇଁ ଅଧିକ ସଚେତନତା ଆବଶ୍ୟକ କର୍ମଶାଳାରେ ଆଲୋଚନା ହୋଇଥିଲା।

ଟଟା ପାୱାର କର୍ମଚାରିଙ୍କ ପାଇଁ କୋଡ଼ିଡ ଟିକାଦାନ ଶିବିର ଆୟୋଜି

Image
ଟଟା ପାୱାର କର୍ମଚାରିଙ୍କ ପାଇଁ କୋଡ଼ିଡ ଟିକାଦାନ ଶିବିର ଆୟୋଜି  ବୌଦ୍ଧ :26/08. ଗତକାଲି ପ୍ଲାନ ଇଣ୍ଡିଆଏମରାଇଟ  ପ୍ରୋଯେକ୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତ ମିଳିତ ଉଦ୍ୟମରେ ଟାଟା ପାଞ୍ଵାର କର୍ମଚାରିଙ୍କୁ କୋଭିଡ ଟିକା ଦାନ କରା ଯାଇଥିଲା। ଉକ୍ତ ଟିକା ଦାନ ଶିବିରରେ ଏଡିଏମ ବବିତା ଦଳବେହେରା ଓ ଡିପିଏମ୍ ରୁପକ କୁମାର ମହାପାତ୍ର ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଟାଟା ପୱ୍ୱାର ର ଏସିଡିଓ  ନରେଶ ଚନ୍ଦ୍ର ଆଚାର୍ଯ୍ୟଏବଂ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଯିତ୍ ଫଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ I ଟିକା ମିତ୍ର ଦିବ୍ୟ ରଂଜନ ,ସମିକ୍ଷା , ଲୋପାମୁଦ୍ର।  ସହିତ ସ୍ଵସ୍ଥ୍ୟ କର୍ମଚାରି ମିତା  ଏବଂ ସଲିମ   ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଏହି କାର୍ଯ୍ୟକ୍ରମରେ ୧୧୦ ଜଣ କର୍ମଚାରୀ ଟିକା ନେଇଥିଲେ l  କାର୍ଯ୍ୟକ୍ରମରେ ଗ୍ରିନ ଗୋଲ ଏବଂ ରିସ୍ତା  ତରଫରୁ ପାଣି, ସାନିଟାଇଜର , ମାସ୍କ ଏବଂ ବିସ୍କୁଟ ମଧ୍ୟ ବଣ୍ଟନ କରାଯାଇଥିଲା ! ରିପୋର୍ଟର :ବୌଦ୍ଧରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ

ଜିଲ୍ଲା ପ୍ରେସକ୍ଳବ ପକ୍ଷରୁ ବୌଦ୍ଧ ଜିଲ୍ଲାର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ..

Image
ଜିଲ୍ଲା ପ୍ରେସକ୍ଳବ ପକ୍ଷରୁ ବୌଦ୍ଧ ଜିଲ୍ଲାର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ.. ବୌଦ୍ଧ :26/08. ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରରେ ଜିଲ୍ଲା ପ୍ରେସ କ୍ଳବ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡିଶା ରକ୍ତ କେନ୍ଦ୍ର ଠାରେ ଆଜି ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଶିବିରରେ ପ୍ରେସ କ୍ଳବ ର ସଭାପତି ବରିଷ୍ଠ ସାମ୍ବାଦିକ ବରଜୁ ବେହେରା, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଓ ପ୍ରେସ କ୍ଳବ ର ଅନ୍ୟ ବରିଷ୍ଠ ସାମ୍ବାଦିକ ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ରକ୍ତଦାନ ଶିବିରରେ 29ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାର ର କାର୍ଯ୍ୟରତ ସମସ୍ତ ଅଧିକାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ!29ୟୁନିଟ ରକ୍ତ ସଂଗ୍ରହ ରେ ବୌଦ୍ଧ ବଲାସିଙ୍ଗl ଠାରେ ଥିବା 5ମ ବାଟାଲିୟନ ଫୋର୍ସ ରୁ 15ଜଣ ଫୋର୍ସ ସ୍ବେଛା କୃତଭାବେ ରକ୍ତଦାନ କରିଥିବା ବେଳେ ଅନ୍ୟ ରକ୍ତ ଗୁଡିକ ପ୍ରେସ କ୍ଳବ ର ସାମ୍ବାଦିକ ବନ୍ଧୁ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ!

ସୂଚନା ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Image
 ସୂଚନା ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ     ଶୁଳିଆପଦା: ତା- ୨୬/୦୮, (ଲକ୍ଷ୍ମଣ ମୁର୍ମୁଙ୍କ ରିପୋର୍ଟ), ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ  ବ୍ଲକସ୍ତରୀୟ ସୂଚନା ଅଧିକାର ସଚେତନତା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ, ଓଡ଼ିଶା ସୂଚନା ଅଧିକାର ଅଭିଯାନ,ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ଶୁଳିଆପଦା ହାଟ ପିଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଅଛି। ମହେଶ୍ବର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟରେ ସନ୍ତୋଷ ମହାନ୍ତି,ଚକ୍ରଧର ସାହୁ, ମନୋଜ କୁମାର ପତି ଯୋଗ ଦେଇ "ସୂଚନା ଅଧିକାର ଆଇନ-୨୦୦୫" ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ।ସଭା କାର୍ଯ୍ୟକୁ ପରିଚାଳନା କରିବାରେ ସୂଚନା ଅଧିକାର କର୍ମୀ ଶ୍ରୀ ମୃତ୍ୟୁଞ୍ଜୟ ସର୍ଦ୍ଦାର ଓ ବିଶିକେଶନ୍ ସର୍ଦ୍ଦାର ସାହାଯ୍ୟ, ସହଯୋଗ କରିଥିଲେ।ଉକ୍ତ ସୂଚନା ଅଧିକାର ସଚେତନତା ଅଭିଯାନରେ ବ୍ଲକର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ଓ ସୂଚନା ଅଧିକାର କର୍ମୀର ସଭ୍ୟ ପଦ ଗ୍ରହଣ କଲେ।

ଢ଼ାବାରେ ଆକ୍ରମଣ ଓ ଡକାୟତି ଘଟଣା - ଅତାବିରା

Image
 ଢ଼ାବାରେ ଆକ୍ରମଣ ଓ ଡକାୟତି ଘଟଣା - ଅତାବିରା ଅତାବିରା/ବରଗଡ଼:- ଜିଲ୍ଲାର ଅତାବିରା ବ୍ଲକର ବିଭିନ୍ନ ସ୍ଥାନରେ ଦୁବୃର୍ତ୍ତ ମାନଙ୍କ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ବାହାର ହୋଇଛି। ମିଳିଥିବା ସୂଚନାନୁସାରେ ଫିଲ୍ମ ଷ୍ଟାଇଲରେ ଅତାବିରା ପୋଲିସ ଆନ୍ତଃଜିଲ୍ଳା ଡକାୟତ ଦଳକୁ ଗୋଡ଼ାଇ ଗୋଡ଼ାଇ ୪ଜଣ କୁଖ୍ୟାତ ଅପରାଧିଙ୍କ ସହିତ ଜଣେ ନାବାଳକଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବରଗଡ଼ ଏସପି ସ୍ମିଥ ପିଏସ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି ଡକାୟତି ଘଟଣାରେ ପୋଲିସ ହୀରାକୁଦ ଥାନା ଲରପଙ୍କ ଗାଁର ଅନିଲ ଓରାମ, ଆକାଶ ମୁଣ୍ଡା, ଧନୁପାଲି ଥାନା ପୁଟିବନ୍ଧ ଗାଁର ଅମୁଲ୍ୟ ମହାରଣା, ଶାସନ ଥାନା ଡୁମେରପାଲି ଗାଁର ରାଜୁ ମହାନନ୍ଦ ଓ ଜଣେ ୧୬ବର୍ଷିୀୟ ନାବାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଖଣ୍ଡା, ଛୁରୀ, ଭୁଜାଲି, ଚାରୋଟି ମୋବାଇଲ, ସମେତ ସାତ ହଜାର ଚାଳିଶି ଟଙ୍କା ସହିତ ଗୋଟିଏ  କାର ଗାଡ଼ି ଜବତ କରିଛି।

ମନ ମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅହିଂସା ରଥକୁ ସ୍ଵାଗତ ସମ୍ବର୍ଦ୍ଧନା

Image
 ମନ ମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅହିଂସା ରଥକୁ  ସ୍ଵାଗତ ସମ୍ବର୍ଦ୍ଧନା। ରିପୋର୍ଟର: ପ୍ରଶାନ୍ତ କୁମାର ପ୍ରଧାନ କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରିଥିବା ଅହିଂସା ରଥକୁ ମନ ମୁଣ୍ଡା ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ବାସୁଦେବ ପାଲି ମାଉଳି ମନ୍ଦିର ନିକଟରୁ ଅହିଂସା ରଥକୁ ଏକ ବିରାଟ ଶୋଭାଯାତ୍ରା ରେ ମନ ମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଆଯାଇଥିଲା।ଏହି ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ,ଶିଶୁ ମନ୍ଦିର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ,ଲୋପାମୁଦ୍ରା କଲେଜ ର ଛାତ୍ର ଛାତ୍ରୀ,ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ,ଯୁବ ରେଡକ୍ରସ୍ କ୍ଲବ ଉପସ୍ଥିତ ଥିବା ବେଳେ କଣ୍ଟାମାଳ ବିଡ଼ିଓ କଳା କୃଷ୍ଣ ପ୍ରଧାନ ,ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ,କଣ୍ଟାମାଳ ବ୍ଲକ ଚେୟାର ମେନ ଶ୍ରୀ ମତି ସସ୍ମିତା ସେନାପତି,ମନ ମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା , ସି ଆର୍ ସିଶି ରାଧାରାଣୀ ପଣ୍ଡା , ପିଇଓ ଶ୍ରୀକାନ୍ତ ପ୍ରଧାନ ,ମନ ମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ...

ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ

Image
ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ ହରଭଙ୍ଗା :26/08ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତ ରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି!ଏହି ଅଂଚଳ ର ଆଖ ପାଖ ପଂଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷିର ବିକାଶ କୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ ଅଂଚଳ ର ବିକାଶ କୁ ଗୁଣାତ୍ମକ କରିବା ପାଇଁ ଏହି ହାଟ ଉଦଘାଟିତ ହୋଇଛି!ଏହି ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟା ରଶ୍ମିତା ମହାକୁଡ଼,ଗାନ୍ଧୀ ଦୂତ, ଗଙ୍ଗାଧର ଦନ୍ତା, ବରିଷ୍ଠ ବିଜେପି ନେତା ବିକ୍ରମ ମହାକୁଡ଼, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ସଂକୁଲୋଇ ପଞ୍ଚାୟତ ଜନସାଧାରଣ ପ୍ରମୁଖଯୋଗଦେଇଥିଲେ!ଆଜି ଏହି ସାପ୍ତାହିକ ହାଟରେ ପରିବା ବ୍ୟବସାୟୀ ଙ୍କ ସମେତ ଲୁଗା ବ୍ୟବସାୟୀ, କଂସା ବାସନ ବ୍ୟବସାୟୀ, ଟେକ୍ସନାରୀ ବ୍ୟବସାୟୀ ଯୋଗ ଦେଇଥିଲେ! ସମାଜସେବୀ ସତ୍ୟବାଦୀ ଚାଉଳିଆ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ! ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ

ବଢ଼ିଗାଁ ଗ୍ରାମପଞ୍ଚାୟତ ଠାରେ ସଚେତନତା କାର୍ଯ୍ୟକ୍ରମ...

Image
ବଢ଼ିଗାଁ ଗ୍ରାମପଞ୍ଚାୟତ ଠାରେ ସଚେତନତା କାର୍ଯ୍ୟକ୍ରମ.... ବୌଦ୍ଧ :25/08.ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ଆଶ୍ୱାଶ୍ରୋ ର ସ୍ୱାଧlରର୍ଗୃହ ଦ୍ଵାରା ପରିଚାଳିତ  ଗୁଣିଗାରେଡି, ଅସ୍ପୃଶ୍ୟତା, ଡାହାଣୀ ସନ୍ଦେହରେ ନିରୋଧ ଆଇନ ସମ୍ବଧରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ଉପସ୍ଥିତ ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗ ର ଜିଲ୍ଲା ସଂଯୋଜକ ନିରଞ୍ଜନ ବାଘ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରୋଗ୍ରାମ ଅଫସର ଗୀତାଞ୍ଜଳି ପ୍ରଧାନ, ଡୀଷ୍ଟ୍ରିକ୍ଟ୍ ଚାଇଲଡ ମ୍ୟାରେଜ ଅଫସର ପ୍ରବିଜ୍ଞା ଦାସ୍,ବଢିଗାଁ ଜି. ପି ସରପଞ୍ଚ, ସ୍ଵଧାରଗୃହ ପରିଚଳିକା ଯମୁନା ବରାଳ, ପରାମର୍ଶ ଦାତ୍ରୀ ସବିତା ହୋତା ଅନ୍ଧ ମୁକ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ

ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମୂଖ୍ୟ ଚିକିତ୍ସାଧିକାରୀ ଆରୋଗ୍ୟ ମନ୍ତ୍ର ଦେଇ ଲୋକଙ୍କ ମନ ଜିଣିଲେ।

Image
ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମୂଖ୍ୟ ଚିକିତ୍ସାଧିକାରୀ ଆରୋଗ୍ୟ ମନ୍ତ୍ର ଦେଇ ଲୋକଙ୍କ ମନ ଜିଣିଲେ। ଲମତାପୁଟ/ କୋରାପୁଟ:- ସ୍ବାସ୍ଥ୍ୟ ହିଁ ମଣିଷର ପ୍ରକୃତ ସମ୍ପଦ , ଏହି କଥାଟି ବହୁବର୍ଷ ପୂର୍ବରୁ ଆମ ଲୋକ କଥାରୁ ଶୁଣାଯାଏ। ଅବିଭକ୍ତ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକ ଅନ୍ତର୍ଗତ ମାଛକୁଣ୍ଡ ଥାନା ଅଧୀନ ଵାଦିଗଡ ଗ୍ରାମପଞ୍ଚାୟତରେ ସମସ୍ତ ଗ୍ରାମବାସୀଙ୍କ ସମାଗମରେ  ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ସଚେତନତାକୁ ମୂଖ୍ୟ ପ୍ରସଙ୍ଗ କରି ସ୍ଥାନୀୟ ହସ୍ପିଟାଲର ମୂଖ୍ୟ ଚିକିତ୍ସାଧିକାରୀ ଆରୋଗ୍ୟ ଭାରତ ସମ୍ବନ୍ଧରେ  ଡାକ୍ତର ନୀଳମଣି ସାହୁ ବିସ୍ତାର ରୂପେ ଉପସ୍ଥିତ ସମସ୍ତ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ଲମତାପୁଟ ବ୍ଳକ ଅନ୍ତର୍ଗତ ସମସ୍ତ  ଗ୍ରାମରେ ମେଲେରିଆ, ଝାଡ଼ାବାନ୍ତି, ଡେଙ୍ଗୁ, ଆଦି ଅନ୍ୟାନ୍ୟ ବିଷୟରେ ଜନସଚେତନ ଶିବିର ଆୟୋଜନ କରି ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ସଚେତନ କରାଇଥିଲେ। ତତ୍ ସହିତ କମ୍ ବୟସରେ ପୁଅ ଝିଅଙ୍କୁ ବାହାଘର ନକରି ବରଂ ଉପଯୁକ୍ତ ବୟସରେ ବାହାଘର କଲେ ସେମାନଙ୍କ ଜୀବନ ସୁଖମୟ ହୋଇ ଥାଏ ବୋଲି କହିଥିଲେ।   ରାମଚନ୍ଦ୍ର ଖିଲ ଲମତାପୁଟ ପ୍ରତିନିଧିଙ୍କ ରିପୋର୍ଟ।