ଯାଜପୁର ଠାରେ ଆଗାମୀ କାଳୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।
ଯାଜପୁର ଠାରେ ଆଗାମୀ କାଳୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ । ଯାଜପୁର, ୩୦/୦୯ (ନି ପ୍ର) : କାଳୀ ପୂଜା ଯାଜପୁର ଜିଲ୍ଲାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗଣ ପର୍ବ କାଳୀପୂଜାକୁ ଆଡମ୍ୱର ସହକାରେ ପାଳନ ପୁର୍ବକ ଶୃଙ୍ଖଳାର ସହ ସମସ୍ତ ପୂଜା କମିଟି କାର୍ଯ୍ୟ ସମାପନ କରିବେ ବୋଲି ଜଣାଇ ଥିବାରୁ ଜିଲ୍ଳ୍ାପାଳ ଶ୍ରୀ ରାଠୋର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହିତ ଚଳିତବର୍ଷ ପୂଜା ମଣ୍ଡପ ଓ ତାର ପାରିପାଶ୍ୱିର୍କ ଅଞ୍ଚଳରେ ସ୍ୱଛତା ରଖିବା ପାଇଁ ପରାମର୍ଶ ଦେବା ସହିତ ଶ୍ରେଷ୍ଠ ବିବେଚିତ ପୂଜା ମଣ୍ଡପକୁ ୧୦ହଜାର ଟଙ୍କା ପୁରସ୍କାର ରାଶୀ ଓ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ପ୍ରଥମେ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର ଉପସ୍ଥିତ ରହି ପୂଜା ମଣ୍ଡପ ଗୁଡିକର ସଭାପତି, ସଂପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ । ବିଗତ ଦିନ ମାନଙ୍କରେ ସମସ୍ତ ଉତ୍ସବ ଇତ୍ୟାଦିକୁ ଜିଲ୍ଳ୍ାବାସୀ ବିଧି ବିଧାନ ଓ ସଦ୍ଭାବନାର ମଧ୍ୟରେ ପାଳନ କରି ଥିବାରୁ ଆଗାମୀ କାଳୀ ପୂଜାକୁ ସେହିଭଳି...