ଏମକେସିଜିରେ ନକଲି ଡାକ୍ତର , ଯୁବକକୁ କାବୁ କଲା ପୁଲିସ
ଏମକେସିଜିରେ ବେକରେ ନକଲି ଡାକ୍ତର, ଯୁବକକୁ କାବୁ କଲା ପୁଲିସ। ବ୍ରହ୍ମପୁର( ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ବ୍ରହ୍ମପୁର ସ୍ଥିତ ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୁଧୁରିବା ନାଁ ଧରୁନାହିଁ ଦଲାଲରାଜ । ଗତ କିଛି ଦିନ ତଳେ ପୁଲିସ ୬ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ଯୁବକଙ୍କୁ କାବୁ କରିଛି । ଏହି ଯୁବକଙ୍କ ଠାରୁ ନକଲି ଡାକ୍ତରୀ ପରିଚୟପତ୍ର ମଧ୍ୟ ଜବତ ହୋଇଛି । ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଅଧିକ ପଚରା ଉଚରା ଜାରି ରଖିଛି । ସୂଚନାନୁସାରେ ଆଜି ସକାଳୁ ଜଣେ ଯୁବକ ନିଜ ବେକରେ ଏକ ପରିଚୟ ପତ୍ର ପକାଇ ବିଭିନ୍ନ ୱାର୍ଡରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣଙ୍କ ଜଣେ ରୋଗୀଙ୍କୁ ଧରି ଅସ୍ଥିଶଲ୍ୟ ବିଭାଗ ଇନଡୋରକୁ ଯାଉଥିବା ବେଳେ କୌଣସି କାରଣକୁ କେନ୍ଦ୍ର କରି ସେଠାକାର କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହା ଦେଖି ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକ ଜଣଙ୍କ ନିଜ ବେକରେ ଏକ ପରିଚୟପତ୍ର ଝୁଲାଇଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପଚାରିଥିଲେ। ଯାଞ୍ଚ ବେଳେ ସେହି ପରିଚୟପତ୍ରରେ ଡାକ୍ତର ଦୀପକ କୁମାର ନାହାକ ବୋଲି ନାଁ ଲେଖା ହୋଇଥିଲା। ସେହିପରି ବର୍ହିବିଭାଗ ସୁପରଭାଇଜର ବୋଲି ତାଙ୍କ ପଦବୀ ଲେଖା ହୋଇଥିଲା। ତେବେ ପରିଚୟପତ୍ରରେ ଯେଉଁ ପଦବୀ ଲେଖା ହୋଇଛି ଏମକେସିଜିରେ ସେଭଳି କୌଣସି...