Posts

Showing posts from November, 2022

ଆରାଇ ଅଫିସରେ କଳାକନା ବୁଲାଇଲେ ଚୋର

Image
ଆରାଇ ଅଫିସରେ କଳାକନା ବୁଲାଇଲେ ଚୋର  ବୈଶିଙ୍ଗା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):୨୯/୧୧(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ ) ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ପଣସିଆ ଉପକଣ୍ଠ ଖୁଣ୍ଟାପୁର ରାଜସ୍ୱ ନୀରକ୍ଷକଙ୍କ କାର୍ଯ୍ଯାଳୟର ତାଲା ଭାଙ୍ଗି ବହୁ ମୂଲ୍ଯବାନ୍ ସାମଗ୍ରୀ ଚୋରି ଘଟଣାରେ ମଙ୍ଗଳବାର ପୂର୍ବାହ୍ଣରେ ସରଜମିନ ତଦନ୍ତ ଆରମ୍ଭ କଲା ବୈଶିଙ୍ଗା ପୁଲିସ। ସୂଚନା ମୁତାବକ ରାଜସ୍ୱ ନୀରକ୍ଷକ ଜଗନ୍ନାଥ ମହାନ୍ତ  ନିଜର ଡ୍ୟୁଟି ପରେ ଅଫିସରେ ତାଲା ପକାଇ ଘରକୁ ଯାଇଥିଲେ। ତେବେ ମଙ୍ଗଳବାର ସକାଳ ୧୦. ୩୦ମିନିଟ ପାଖାପାଖି ସମୟରେ କାର୍ଯ୍ଯାଳୟ ଖୋଲିବାକୁ ଆସିବା ପରେ ସମସ୍ତ ଅଫିସ ଗୁଡିକର ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ।ଭିତରକୁ ଯିବାପରେ ଆଲମିରାରେ ଥିବା ଲାଫ୍‌ଟପ୍‌ ଗୋଟିଏ ପ୍ରିଣ୍ଟର ସମେତ ଅନ୍ୟାନ୍ୟ ମୂଲ୍ଯବାନ ସାମଗ୍ରୀ ଚୋରି ହୋଇଯାଇଥିବାର  ଦେଖିବାକୁ ପାଇଥିଲେ। ପୁନଶ୍ଚ ଏକ ବୋରିଂ ମେସିନ୍‌କୁ ମଧ୍ୟ ଦୂର୍ବୁତ୍ତ ମାନେ ତାଡି ନେଇଯାଇଛନ୍ତି। ଏନେଇ ପୁଲିସକୁ ଖବର ଦିଆଯିବା ପରେ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବୈଶିଙ୍ଗା ଇଲାକାରେ କ୍ରମାଗତ ଚୋରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର

Image
 ନିଆଁରେ ଜଳି ଗଲେ ସ୍ତ୍ରୀ,   ସ୍ୱାମୀ ଗୁରୁତର  ଲଙ୍ଗଳେଶ୍ଵର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 30/11/22 ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ କସାଫଳ ପଞ୍ଚାୟତ  ତରଡ଼ାବୁଧିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିବା ବେଳେ  ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଶିବାନନ୍ଦ ନିଜ ଗ୍ରାମର ଛକ କୁ ବୁଲିବାକୁ ଯାଇଥିଲେ! ଛକ ରୁ ଆସି ତାଙ୍କ ସ୍ତ୍ରୀ ରୀନା ଖଣ୍ଡା କୁ ଖାଇବା ପାଇଁ ମାଗିଥିଲେ!   ଶିବାନନ୍ଦ ଗୋଡ ଧଇ  ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି। ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ। ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି କାରଣ ଅଛି ତାହା ମଧ...

କମସରା ଫାଣ୍ଡି ରେ ଆମ ପୋଲିସ ସମିତି ବୈଠକ

Image
କମସରା ଫାଣ୍ଡି ରେ ଆମ ପୋଲିସ ସମିତି ବୈଠକ ସୁବର୍ଣ୍ଣ ପୁର/ ତରଭା(ବ୍ରା.ମୁ.ବ୍ୟୁରୋ):- ଜିଲ୍ଲାର ତରଭା ଥାନା ଅଧିନସ୍ଥ କମସରା ଫାଣ୍ଡିରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସଆଇ ଯଯାତି କେଶରୀ ସାହୁ ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କ ସମେତ ସରଗଜ ସରପଞ୍ଚ ନର୍ମଦାମିଶ୍ର,ଚାରଭଟ୍ଟା ସରପଞ୍ଚ ତ୍ରିନାଥ ଦୀପ,ସମିତି ସଭ୍ୟ ଘନଶ୍ୟାମ ଡାଙ୍ଗ, ବାଲିଖମାର ସରପଞ୍ଚ ସୁଦାମ ଦୀପ, ମରାଡୁଗୁଚ୍ଛା ସରପଞ୍ଚ ମନମୋହନ ସାହୁ, ଦୁବୁଲା ସରପଞ୍ଚ ଆର୍ତ୍ତତ୍ରାଣ ବଗର୍ତ୍ତୀ, ସିଂହାରୀ ସରପଞ୍ଚ ପୀତବାସ ଘିବେଲା, ବ୍ରାହ୍ମଣୀ ସରପଞ୍ଚ କୁଶଳେଶ୍ୱର ପାଣ୍ଡେ, ସମିତି ସଭ୍ୟ ରାମ ସାହୁଙ୍କ ସମେତ ପ୍ରମୋଦ ରଣା, ରମେଶ ସାହୁ, ହୃଷିକେଶ ଦଲବେହେରା, ମାଲୁକୁଅଁର, ଗୋପବନ୍ଧୁ ପଣ୍ଡା, ଜୟପ୍ରକାଶ ନାରାୟଣ ସାହୁ,ସ୍ବେଛାସେବୀ ଶିଶିର ପଣ୍ଡା, ତରଭା ଡ଼୍ରାଇଭର ସଂଘ,ମାହେଶ୍ୱରୀ ସଂଗଠନ ଚେଞ୍ଜ  ୟୋର୍ ମାଇଣ୍ଡ ଆସୋସିଏସନ୍ ର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଇନ ଶୃଙ୍ଖଳା, ବିଦ୍ୟୁତ ବିଭ୍ରାଟ,ଜଙ୍ଗଲ ସୁରକ୍ଷା ସମ୍ବନ୍ଧେ ଆଲୋଚନା କରିଥିଲେ।ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ଆଇଆଇସି କହିଥିଲେ।ଆସନ୍ତା ଡିସେମ୍ବର ୧୮ ତାରିଖ କମସରାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ୩୦୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ପାଇଁ ନିଷ୍ପତ୍...

ଦେଉଳ ପଦର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ମହାନଦୀ ନେତ୍ର ଚିକିତ୍ସାଳୟର ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର

Image
ଦେଉଳ ପଦର ସ୍ୱାସ୍ଥ୍ୟ ଓ ଆରୋଗ୍ୟ  କେନ୍ଦ୍ର ରେ ମହାନଦୀ ନେତ୍ର ଚିକିତ୍ସାଳୟର ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର  ସୁବର୍ଣ୍ଣ ପୁର ଜିଲ୍ଲା (ବ୍ରା.ମୁ.ବ୍ୟୁରୋ) 29/11ତରଭା ବ୍ଲକ ଅନ୍ତର୍ଗତ ଦେଉଳ ପଦର୍ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ମହାନଦୀ ନେତ୍ର ଚିକିତ୍ସା ଲୟ ଆନୁକୁଲ୍ୟରେ  ଚକ୍ଷୁ ସିବିର ଅନୁଷ୍ଠିତ ହୋଇ ଥିଲା ଏହି ଶିବିରରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା କମ୍ପ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ଓ ତାଙ୍କର ସହଯୋଗ ଏବଂ ପ୍ରଚେଷ୍ଟା ବାଳରେ ଦେଉଲ ପଦର ଗ୍ରାମ ପଞ୍ଚୟତର ସାଧାରଣ ଲୋକେ ସାହାଯ୍ୟ ପାଇ ଖୁସି ବ୍ୟକ୍ତ କରିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର ର  C.H.O ପ୍ରିୟ ବ୍ରତ ଝାଙ୍କର ଙ୍କ ତତ୍ବାବଧାନରେ ଚକ୍ଷୁ ଶିବିର କାର୍ଯକ୍ରମ ହୋଇ ଥିଲା ଏହି ଶିବିରରେ ସର୍ବ ମୋଟ 65 ଜଣ ଙ୍କ ର ଚକ୍ଷୁ ସ୍କ୍ରିନିଂ ଜାଞ ହୋଇଥିଲା ସେଥି ମଧ୍ୟରୁ 40 ଜଣ ଙ୍କୁ ମହାନଦୀ ନେତ୍ର ଚିକିତ୍ସା ଲୟ କୁ ଅପରେସନ ପାଇଁ ପଠାଯାଇଥିଲା ।  ତରଭା ବ୍ଲକ ପ୍ରତିନିଧି ମନୋଜ୍ କୁମାର ମନହିରା ଙ୍କ ରିପୋର୍ଟ   (ବ୍ରାହ୍ମ ମୁହୂର୍ତ୍ତ)

ସୁବର୍ଣ୍ଣପୁର ରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ l

Image
ସୁବର୍ଣ୍ଣପୁର  ରେ  ଜିଲ୍ଲା  ନିଯୁକ୍ତି  ମେଳା ଅନୁଷ୍ଠିତ l ସୁବର୍ଣ୍ଣପୁର, ତା 29.11.22(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ଓଡିଶା ଦକ୍ଷତା  ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା  ପ୍ରଶାସନ ସୁବର୍ଣପୁର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ୍ ହଲ୍ ଠାରେ ଏକ  ଜିଲ୍ଲା  ସ୍ତରୀୟ ନିଯୁକ୍ତି ମେଳା  ଅନୁଷ୍ଠିତ ହୋଇଯାଇଛି  l ଜିଲ୍ଲା  ନିୟୋଜନ ଅଧିକାରୀ ସଂଯୁ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ଏହି ନିଯୁକ୍ତି ମେଳା ରେ ରାଜ୍ୟ  ଭିତର ଏବଂ  ରାଜ୍ୟ ବାହାରର ବିଭିନ୍ନ 19 ଟି ସ୍ୱନାମଧନ୍ୟ ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ଅଂଶ ଗ୍ରହଣ କରିଥିଲେ I  ଜିଲ୍ଲା ର ସମସ୍ତ ଛଅ ଟି  ବ୍ଲକ ରୁ ସହସ୍ରାଧିକ ଯୁବକ ଯୁବତୀ ଏହି ମେଳାରେ ନାମ ପଞ୍ଜୀକରଣ କରି ବିଭିନ୍ନ ମନପସନ୍ଦ ସଂସ୍ଥା ରେ ଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ ଇ ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ 791 ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ବିଶେଷ ଭାବେ Worry free technology ରେ  ସର୍ବ...

ବେତନଟୀ,ବଡସାହି ଏବଂ ବୈଶିଙ୍ଗା ଭଳି ପ୍ରମୂଖ ଡାକ୍ତରଖାନା ଗୁଡିକରେ ବିଭିନ୍ନ ସମସ୍ୟା ନେଇ ବିଧାନସଭାରେ ଆଲୋଚନା

Image
 ବେତନଟୀ,ବଡସାହି ଏବଂ ବୈଶିଙ୍ଗା ଭଳି ପ୍ରମୂଖ ଡାକ୍ତରଖାନା ଗୁଡିକରେ ବିଭିନ୍ନ ସମସ୍ୟା ନେଇ ବିଧାନସଭାରେ ଆଲୋଚନା ବେତନଟୀ:୨୯/୧୧(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ )  ମୟୁରଭଞ୍ଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳିର ବେତନଟୀ,ବଡସାହି ଏବଂ ବୈଶିଙ୍ଗା ଭଳି ପ୍ରମୂଖ ଡାକ୍ତରଖାନା ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସୋମବାର ଏନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଡସାହି ବିଧାୟକ ସନାତନ ବିଜୁଳି। ମୟୁରଭଞ୍ଜ ଜିଲ୍ଲାର ଜୀବନରେଖା କୁହାଯାଉଥିବା ୧୮ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ  ଉଭୟ ବେତନଟୀ ଏବଂ ବୈଶିଙ୍ଗା ଡାକ୍ତରଖାନା ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମଗ୍ର ଜିଲ୍ଲାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାନ୍ତି। ତେବେ ଭୌଗୋଳିକ ଦୃଷ୍ଟି କୋଣରୁ ଉପଖଣ୍ଡର ମାନ୍ୟତା ପାଇବା ଯେତିକି ଯେତିକି ଜରୁରୀ ୪ରୁ ୫ଟି ଜିଲ୍ଲା ସମେତ ସୀମାନ୍ତବର୍ତ୍ତୀ ବାଲେଶ୍ବର ଜିଲ୍ଲାର କିଛିକାଂଶର ଲୋକେ ବେତନଟୀ ଡାକ୍ତରଖାନା ଉପରେ ନିର୍ଭରଶୀଳ କରୁଥିବାରୁ ଏହାକୁ ଉପଖଣ୍ଡ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା ଆବଶ୍ୟକତା ରହିଛି। ସେହିଭଳି ବୈଶିଙ୍ଗା ଡାକ୍ତରଖାନାକୁ ଏରିଆ ହସ୍ପିଟାଲରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରଦାନ ପାଇଁ ଯଥେଷ୍ଟ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକ ଯୋଗ୍ୟତା ଥିବା ସତ୍ତ୍ୱେ ତାହା ମଧ୍ୟ ମିଳିପାରୁନାହିଁ। ତେବେ ମୟୂରଭଞ୍...

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା ।

Image
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା ।  ମାଧବ ବିଡିକାଙ୍କ ରିପୋର୍ଟ   ଗୁଣପୁର:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା 29,11,2022ରିଖ ଦିନ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗୁଣପୁର ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାକୁ ରାୟଗଡ ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ  । ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ୱମସି ମହାପାତ୍ର, ଗୁଣପୁର ଦକ୍ଷତା ବିକାଶ କେନ୍ଦ୍ରର ଅଧିକାରୀ ଶ୍ରୀ ବିରସେନ ନାୟକ ମଞ୍ଚସିନ ଥିଲେ । ଆଜିର ଏହି ନିଯୁକ୍ତି ମେଳାରେ HCL, Walson, SBI Life, SIS Security, Mobilize  ଭଳି ବିଭିନ୍ନ ସଂସ୍ଥା ଯୋଗ ଦେଇ ବେକାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ସଂସ୍ଥାରେ ଯୋଗ ଦେବା ନିମନ୍ତେ ଉତ୍ସାହିତ କରିଥିଲେ । ଗୁଣପୁର ଉପଖଣ୍ଡର 106ଜଣ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇ ନିଜ ନିଜ ପାରଦର୍ଶିତା ପ୍ରମାଣ ପତ୍ର ଦାଖଲ କରିଥିଲେ  । ସେହିପରି ଗୁଣପୁରସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଗ୍ରାମ ତରଙ୍ଗ ଆନୁକୂଲ୍ୟରେ ଶିଲେଇ ଶିକ୍ଷା ପ୍ରଦାନ କରୁଥିବାରୁ ବହୁ ଯୁବତୀ ଯୁବକ ଏଥିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥି...

ସମ୍ବଲପୁର ମହୋତ୍ସବ ର ଅଷ୍ଟମ ସଂଧ୍ୟା ରେ ମଞ୍ଚ ଦୁଲୁକି ଉଠିଥିଲା।

Image
ସମ୍ବଲପୁର ମହୋତ୍ସବ ର ଅଷ୍ଟମ ସଂଧ୍ୟା ରେ ମଞ୍ଚ ଦୁଲୁକି ଉଠିଥିଲା। ସମ୍ବଲପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ପ୍ରସିଦ୍ଧ ସମ୍ବଲପୁର ମହୋତ୍ସବର ଅଷ୍ଟମ ସଂଧ୍ୟା   ସମ୍ବଲପୁର ଅଏଁଠାପାଲି ସ୍ଥିତ ବିଶ୍ରା ମୁଣ୍ଡା ମଇଦାନ ରେ ତୃତୀୟ ସମ୍ବଲପୁର ମହୋତ୍ସବ ର ଅଷ୍ଟମ ସଂଧ୍ୟା ରେ ମଞ୍ଚ ଦୁଲୁକି ଉଠିଛି । ସନ୍ଧ୍ୟା ରେ  ଭାଗବତ ନନ୍ଦ ମଞ୍ଚ ରେ  ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଯୁବ ଉଦ୍ୟୋଗୀ ତଥା ବୈଦିକ ଗ୍ରୁପ ଚେୟାରମେନ ଆନନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ସାମ୍ବାଦିକ ସୁବ୍ରତ କ୍ଷେତ୍ରୀୟ, ଆୟୋଜକ କମିଟିର ଭକ୍ତ ପ୍ରସାଦ ନନ୍ଦ, ଗୋଲକ ବିହାରୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ ହୋଇଥିଲା । ଜିଲ୍ଲା ପ୍ରତିନିଧି ସୁବ୍ରତ କ୍ଷତ୍ରିୟଙ୍କ ରିପୋର୍ଟ।

ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ଶୁଭ ଖୁମ୍ବ ସ୍ଥାପନ

Image
ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ଶୁଭ ଖୁମ୍ବ ସ୍ଥାପନ ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :27/11.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବୀରନରସିଂହ ପୁର ଠାରେ ଆସନ୍ତା ଡିସେମ୍ବର ମାସ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ପାଇଁ ସାଧୁ ଚରଣ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ। ଗତ କାଲି ଅପରାହ୍ନ ରେ ସାଧୁଚରଣ ଉଚ୍ଚ ବିଦ୍ୟାଳୟ ବିରାନରସିଂ ପୁର ଖେଳ ପଡ଼ିଆରେ ଶୁଭ ଖୁମ୍ବ ସ୍ଥାପନ ହୋଇଛି। ପୂଜା ଅର୍ଚ୍ଚନା ପରେ ଶୁଭ ଖୁମ୍ବ ସ୍ଥାପନ କରାଯାଇଥିଲା । ୭ନମ୍ବର ଜୋନ ଜିଲ୍ଲା ପରିଷଦ ତଥା ମହୋତ୍ସବ କମିଟିର ସଭାପତି ବିଶ୍ବଜିତ ମିଶ୍ର ଶୁଭ ଖୁମ୍ବ ସ୍ଥାପନ କରିଥିଲେ। ପୂଜକ ଭାବେ ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇଥିଲେ। ଏହି ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ମହୋତ୍ସବ ଆୟୋଜକ କମିଟିର ଉପଦେଷ୍ଟା ଜୟ କୁମାର ମିଶ୍ର ସମ୍ପାଦକ ଦେବାଶିଷ ମହକୁଳ ପୂର୍ବତନ ସରପଂଚ ସୁବର୍ଣ୍ଣ ମଲ୍ଲିକ, ରଘନାଥ ଷଡ଼ଙ୍ଗୀ, ଉପଦେଷ୍ଟା ନରେନ୍ଦ୍ର ସାହୁ, ପ୍ରଭାତ ନାଏକ, ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ, ଦେବେନ୍ଦ୍ର ସାହୁ, ଶିବାନନ୍ଦ ଆଚାର୍ଯ୍ୟ, ସୁଜ୍ଞାନ ପ୍ରଧାନ, ବିରାଜ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Image
ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର  ସୁବର୍ଣ୍ଣପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ), ତା ୨୮/୧୧/୨୨   ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ  ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ  ଓ  ଆରକ୍ଷୀ ଅଧିକ୍ଷକ  ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ  ସମସ୍ୟା ସମ୍ବଳିତ ୨୮ଗୋଟି  ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧ ଗୋଟି ଓ ସାମୁହିକ ଦରଖାସ୍ତ 0୭ ଗୋଟି  ରହିଛି l ଗ୍ରହଣ ୨୮ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର 0୮ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨0 ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା I ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉଲୁଣ୍ଡା ଶ୍ରୀ ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ଅଧୀକ୍ଷଣ ଯନ...

ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Image
ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  ଡିସେମ୍ବର ୧ତାରିଖକୁ ବିଶ୍ଵ ଏଡସ୍ ଦିବସ ପାଳନ କରାଯାଏ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଳନତ୍ସୋବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର, ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ନାଏକ, ଡାକ୍ତର ଦୂର୍ଗାଦତ୍ତ ଦାଶ, ଡିପିଏମ୍ ବିଶ୍ଵମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ,  ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସଫଳ ଆୟୋଜନ ପାଇଁ   ନିଜ ମତ ଉପସ୍ଥାପନ କରିଥିଲେ। ବିଭିନ୍ନ ଶିକ...

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ

Image
ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ୨୭/୧୧/ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ସଭାଗୃହ ଠାରେ ବୌଦ୍ଧ ଜିଲ୍ଲା ୟୁନିୟନ୍ ଅଫ କର୍ଣ୍ଣlଲିଷ୍ଟ , ବୌଦ୍ଧର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ନରେନ୍ଦ୍ର କୁମାର ସାହୁଙ୍କ ସଭାତିତ୍ବରେ, ଗଡ଼ଜାତ ଖବରର ସମ୍ପାଦକ ସତ୍ୟଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ I ସର୍ବ ପ୍ରଥମେ ଗଣନାଥ ଙ୍କ ଫଟୋଚିତ୍ରରେ ପ୍ରଦିପ ଓ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରି ଥିଲେ l ସଂଘର ସଂପାଦକ ଦୁର୍ଯୋଧନ ବିଶି ଅତିଥି ସ୍ବାଗତ ଓ ବିବରଣୀ ପଠନ କରିଥିଲେ l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭପତି କୈଳାସ ଚନ୍ଦ୍ର ନାଏକ ଯୋଗ ଦେଇ ସାମ୍ୱାଦିକ ମାନଙ୍କ ବିଭିନ୍ନ ମୌଳିକ ଅଧିକାର ପାଇବା ପାଇଁ ସରକାରଙ୍କୁ ଦାବୀ ପୂରଣ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ବରଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ l ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ

Image
କୃଷି ଆଇନ ପ୍ରତ୍ୟାହାର  ଦାବିରେ  କୃଷକ ଆନ୍ଦୋଳନର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ  ଜିଲ୍ଲା ପ୍ରତିନିଧି ନବଘନ ବେହେରାଙ୍କ ରିପୋର୍ଟ - ଅନୁଗୋଳ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସର୍ବ ଭାରତୀୟ କମିଟି AIKKMS ଆହ୍ୱାନରେ ଦିଲ୍ଲୀ ଐତିହାସିକ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା କୃଷକ ଆନ୍ଦୋଳନର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲ କମିଟିର ଉଦ୍ୟମରେ ଜିଲ୍ଲାର ଅନୁଗୋଳ ବସଷ୍ଟାଣ୍ଡ ସମେତ ବଅରପାଳ ବ୍ଳକର କୁମଣ୍ଡ,ବେଣାଗିଡିଆ, ଛେଣ୍ଡିପଦା ବ୍ଳକର ତେଣ୍ଟୁଲୋଇ, କୁକୁରପେଟା,କସିଡିହ,ବାଲିପଟ୍ଟା ପଞ୍ଚାୟତର ଚନ୍ଦ୍ରପୁର, ଦୁର୍ଗାପୁର, କଙ୍କରାଇ, କିଶୋର ନଗର ବ୍ଳକ ଆଦି ବିଭିନ୍ନ ସ୍ଥାନରେ ଶହୀଦ ବେଦୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ କରାଯାଇଛି। ପ୍ରକାଶ ଥାଉକି,୨୦୨୦ ନଭେମ୍ବର ୨୬ ତାରିଖ ଦିନ କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ଅଗଣତାନ୍ତ୍ରିକ ଭାବେ କର୍ପୋରେଟର ସ୍ୱାର୍ଥରେ ଚାଷୀ ସ୍ୱାର୍ଥ ବିରୋଧୀ ତିନି କଳା କୃଷି ଆଇନ ପ୍ରଣୟନ କରିଥିଲେ। ଏହାସହିତ ବିଦ୍ୟୁତ୍ ସଂଶୋଧନ ଆଇନ ଆଣିଥିଲେ।ଏହା ବିରୁଦ୍ଧରେ ଦିଲ୍ଲୀର ଚାରିପଟ ସୀମାରେ ଲକ୍ଷ ଲକ୍ଷ ଚାଷୀ ଦୀର୍ଘ ତେରମାସ ଧରି ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ,ବାରିକେଟ, କଣ୍ଟା ବାଡ...

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ଦର୍ଶକ ଙ୍କ ପ୍ରବଳ ଭିଡ଼

Image
ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ଦର୍ଶକ ଙ୍କ ପ୍ରବଳ ଭିଡ଼ ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 26/11( ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶନିବାର ଦିନ ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ପଞ୍ଚମ ସନ୍ଧ୍ୟା ରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ଅଧକ୍ଷତlରେ ମଂଚାସୀନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା !   ମୁଖ୍ୟ ଅତିଥିଭାବେ  ବୌଦ୍ଧଜିଲ୍ଲା ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନ ର ଓଡିଶା ସରକାର ଙ୍କ ହରିଜନ ଆଦିବାସୀ ପଛୁଆବର୍ଗ କମିଶନର - ସୀତାଂଶୁ ରାଉତ,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ, ପୁରୁଣା କଟକ ସମିତି ସଭ୍ୟ  ସରୋଜ ପ୍ରଧାନ, ଭୈରବୀ ମନ୍ଦିର ପରିଚାଳନା କମିଟି ର ପୂର୍ବତନ ସଭାପତି ସଲିଳ ଭୋକ୍ତା,ଏବଂ ମହୋତ୍ସବ କମିଟି ସମ୍ପାଦକ ଅଶୋକ ସେଠି,ମଞ୍ଚସିନ ଥିଲେ!ସମସ୍ତ ଅତିଥି ଙ୍କୁ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପଞ୍ଚମ ସନ୍ଧ୍ୟା ର ମଞ୍ଚ ପରିଚାଳନା ରେ ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ, ଓ ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ତାରେଣିଆ କାର୍ଯ୍ୟ ତୁଲାଇ ଥିବା ବେଳେ ଶେଷରେ କମିଟିର ସଦସ୍ୟ କୈଳାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ ...

ଓ. ଜେ. ୟୁ, ବୌଦ୍ଧ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର

Image
ଓ. ଜେ. ୟୁ, ବୌଦ୍ଧ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ         ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର     ବୌଦ୍ଧ,୨୫।୧୧: (ସୁଶାନ୍ତ କୁମାର ବେହେରା )-ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ), ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଦାବିପତ୍ର ଗ୍ରହଣ କରିଥିଲେ ।ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ମୁତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବୀ କରାଯାଇଛି ।ସାମ୍ବାଦିକ ମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତିରେ ସାମିଲ କରାଯାଉ ।ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର କରାଯାଉ ।ସାମ୍ବାଦିକ କମିଟି ଗଠନ କରାଯାଉ ।ଦାବିପତ୍ର ଦେବା ସମୟରେ କମିଟି ଉପଦେ...

ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ।

Image
ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ । ମାଧବ ବିଡିକାଙ୍କ ରିପୋର୍ଟ- ଗୁଣପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା26/11/ 22 ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ, ଗୁଣପୁରଙ୍କ ତରଫରୁ ଜାତୀୟ ସମ୍ବିଧାନ ଦିବସ ପାଳନ କରାଯାଇ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଦେବାନି ଜଜ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଜେ ଏମ ଏଫ ସି ଶ୍ରୀ ଦେବେନ ସତ୍ୟ ଦର୍ଶୀ ନନ୍ଦ, ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ଦେହୁରୀ,   ଗୁଣପୁର ବାର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ରହି ସମ୍ବିଧାନ ପ୍ରଣୟନ ଓ କର୍ତ୍ତବ୍ୟ ବିଷୟ ରେ ଆଲୋକପାତ କରିଥିଲେ । ଗୁଣପୁର ପୋୖରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସମ୍ବିଧାନ ଓ ମୌଳିକ ଅଧିକାର ପରସ୍ପର ପରିପୁରକ ବିଷୟରେ ଆଧାରିତ ବକ୍ତୃତା ପ୍ରଦାନ କରି ଛାତ୍ର ଛାତ୍ରୀ ମାନେ ପ୍ରଶଂସିତ ହୋଇଥିଲେ । ଶ୍ରୀୟା ପାତ୍ର, ପ୍ରଥମ , ଶିବନୀ ମିଶ୍ର,  ଦ୍ବିତୀ...

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା....

Image
ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା.... ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 24/11( ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ ର ଦତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା 8ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତରମଣୀ ପ୍ରଧାନ, ସମ୍ମାନିତ ଅତିଥିଭାବେ ନିହାର ଘୋଷ କରଞ୍ଜ କଟା ପଂଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି,କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରଧାନ ଶିକ୍ଷକ, ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ମଞ୍ଚ ପରିଚାଳନା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ପାଠୀ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ, ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠି, ପୁରନ୍ଦର ଠେଲା, ସତ୍ୟନାରାୟଣ ମଲ୍ଲିକ, ସୁଧୀର ଦୀପ, ଓ ସଭାକାର୍ଯ୍ୟ ରେ ଧନ୍ୟବାଦ ଅର୍ପଣ କରିଥିଲେ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁରୁଣାକଟକ,  ପ୍ରଥମେ ଓଡିଶୀ ନୃତ୍ୟ ପ୍ରଣାମ ବୌଦ୍ଧ,ସମ୍ବଲପୁରୀ ନୃତ୍ୟ ଯୁଇଫୁଲ ପଦ୍ମପୁର ଗନ୍ଧରlଡ଼ି ,ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ,ଲୋକ ଗୀତ ଓ ନୃତ୍ୟ ଆଞ୍ଚଳିକ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ପରିବେଷଣ ହୋଇଥିବା ବେଳେ ସମ୍ବଲପୁରୀ ନୃତ୍ୟ ରେ ଝୁମିଲେ ଦର୍ଶକ!...

ବ୍ରହ୍ମ ଜ୍ଞାନ-:"ଭକ୍ତ ପାଇଁ ସର୍ବଦା ଚିନ୍ତାମଗ୍ନ ଭଗବାନ "

Image
ବ୍ରହ୍ମ ଜ୍ଞାନ-:"ଭକ୍ତ ପାଇଁ ସର୍ବଦା ଚିନ୍ତାମଗ୍ନ ଭଗବାନ " ଭକ୍ତ ପାଇଁ ଭଗବାନ ସବୁବେଳେ ଏମିତି କିଛି ସମୟ ବିତାଉଛନ୍ତି। ଯାହା ଦେବର୍ଷି ନାରଦଙ୍କ ଆଗରେ ଧରାପଡ଼ି ଯାଇଥିଲେ। ଦିନକର କଥା ଦେବର୍ଷି ନାରଦଙ୍କୁ ଏଭଳି ବିଶେଷାଧିକାର ପ୍ରାପ୍ତ ଥିଲା ଯେ, ସେ କୌଣସି ବି ସ୍ଥାନକୁ ଇଚ୍ଛାନୁସାରେ ପହଞ୍ଚି ପାରିବେ । ଏପରିକି ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ତଃପୁରରେ ମଧ୍ୟ ସେ ସିଧା ପ୍ରବେଶ କରିପାରୁଥିଲେ, ତାଙ୍କୁ କେହି  ଅଟକାଇ ପାଇଁ ଉଚିତ ମଣୁନଥିଲେ। ଏମିତି ଥରେ ସେ ଦ୍ବାରକାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଖୋଜି ଖୋଜି କୌଣସି ଠାରେ ନଦେଖି ସିଧା ରାଜମହଲ ପହଞ୍ଚିଗଲେ। ସେଠାରେ ମଧ୍ୟ ଶ୍ରୀକୃଷ୍ଣ ବାହାରେ ଦେଖାନଯିବାରୁ ରୁକ୍ମିଣୀଙ୍କୁ ପଚାରିଲେ, ‘ଆଜି ମହାପ୍ରଭୁଙ୍କର ଦର୍ଶନ ହେଉନାହିଁ। ସେ କେଉଁଠାରେ ଅଛନ୍ତି ?' ରୁକ୍ମିଣୀ ପୂଜାଗୃହ ଆଡ଼କୁ ଇଙ୍ଗିତ କରି କହିଲେ, ‘ସେଠାରେ ବସି ଧ୍ୟାନ କରୁଛନ୍ତି।’ ନାରଦ ଆଶ୍ଚର୍ଯ୍ୟ ହେଲେ ! ସେ ପୂଜାଗୃହକୁ ଯାଇ ଯାହା ଦେଖିଲେ, ବ୍ରହ୍ମାଣ୍ଡ ଗୋସ୍ୱାମୀ ପ୍ରଭୁ ଶ୍ରୀକୃଷ୍ଣ ଧ୍ୟାନରେ ବସିଛନ୍ତି। ନାରଦଙ୍କ ଆଗମନ ଜାଣି ସେ ଆଖି ଖୋଲି ତାଙ୍କର ସ୍ବାଗତ କଲେ। ନାରଦ ନିବେଦନ କଲେ, 'ପ୍ରଭୁ ! ସାରା ସଂସାର ଆପଣଙ୍କର ଧ୍ୟାନ କରେ। କିନ୍ତୁ ଏଠାରେ ଆପଣ ସ୍ବୟଂ ଧ୍ୟାନରେ ବସିଛନ୍ତି। କାହାର ଧ୍ୟାନ କରନ୍ତି ଆପଣ ?'ଶ୍ରୀକୃଷ୍ଣ ଗମ୍ଭୀର ହୋଇ କହିଲେ, ‘ନାରଦ ! ଯେଉଁମାନ...

ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ l

Image
ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ l  ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)24/11. ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକ ର ଘରୋଇ ବସ ମାଲିକ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଫୁଲବାଣୀ ର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧ ର ସେକ ସମିମୁଲ୍ଲା ଙ୍କ ସମେତ ପ୍ରାୟ ତିରିଶ ଜଣ ପ୍ରତିନିଧି ଏହି ବୈଠକ ରେ ଯୋଗ ଦେଇଥିଲେ l ଏହି ବୈଠକ ରେ ବସ ଚଳା ଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା l କଟକ ଘରୋଇ ବସମାଲିକ ସଂଘ ର ସଭାପତି  ଅଜୟ ବାରିକ ଙ୍କ ଅକାଳ ବିଯୋଗ ରେ ଏହି ବୈଠକ ରେ ଶୋକ ପ୍ରକାଶ କରାଯାଇଥିଲା l ରିପୋର୍ଟ,:ସୁଶାନ୍ତ କୁମାର ବେହେରା

ବାଲ୍ୟ ବିବାହ ନିରାକରଣ ଓ ପାରିବାରିକ ହିଂସା ସଚତେନ ରଥ ଉଦଘାଟିତ

Image
ବାଲ୍ୟ ବିବାହ ନିରାକରଣ ଓ ପାରିବାରିକ ହିଂସା ସଚତେନ ରଥ ଉଦଘାଟିତ  ଗଣିଆ/ନୟାଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ବାଲ୍ୟ ବିବାହ ନିରାକରଣ ଓ ପାରିବାରିକ ସଚେତନ ରଥ ଉଦଘଟିତ ହୋଇଛି। ଏହି ସତେଚନ ରଥ କୁ ଗଣିଆ ବ୍ଲକ ଅଧ୍ୟକ୍ଷା  ବ୍ଲକ କାର୍ଯ୍ୟାଳୟ ଠାରେ ଉଦଘାଟନ କରିଥିଲେ। ସମାଜର ମଙ୍ଗଳ କାମନା କରି କିପରି ଆଗାମୀ ଦିନରେ ବାଲ୍ୟ ବିବାହ, ଓ ପାରିବାରିକ ହିଂସା ରୋକିବା ନିମନ୍ତେ ସାମାଜିକ ଦାୟିତ୍ଵ ନିର୍ବାହ କରିବାରେ ଲୋକେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଥିଲେ  ସମ୍ମାନୀତ ଅତିଥି ସିଡିପିଓ । ଏହି ଅବସରରେ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ମାନେ ବିକାଶ ଯୋଜନା କିଭଳି ସଫଳତା ଶୀର୍ଷକୁ ଛୁଇଁବ ସେନେଇ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତ ସ୍ତରରୁ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ  ମାନେ ଯୋଗଦେଇଥିବା ବେଳେ ସଚେତନ ରଥ ଗାଁ ଗାଁ ବୁଲି ସବୁ ପଞ୍ଚାୟତରେ  ଜନ ସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାର ମାଧ୍ୟମ ହେବ ବୋଲି ମତପ୍ରକାଶ କରିଥିଲେ। , ରିପୋର୍ଟ: ମନସ ରଞ୍ଜନ ଦାସ

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା

Image
ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା  ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 23/11( ସୁଶାନ୍ତ କୁମାର ବେହେରା ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ,ସଂମ୍ମାନିତ ଅତିଥି   ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରତ୍ୟୁଷ ପ୍ରିୟ ଦର୍ଶୀ ରଥ, ହରଭଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ସ୍ନେହଲତା ପ୍ରଧାନ, ଏବଂ ଭୈରବୀ ମହୋତ୍ସବ କମିଟି ସଭାପତି  ଅଶୋକ କୁମାର ଅଗ୍ରୱାଲ ମଞ୍ଚସିନ ଥିବା ବେଳେ ସମସ୍ତ ଅତିଥି ବୃନ୍ଦ ମାଁ ଭୈରବୀ ଙ୍କ ଗାଥା କୁ ବର୍ଣନା କରିଥିଲେ l  ଉକ୍ତ ଦ୍ୱିତୀୟ ସନ୍ଧ୍ୟା ର ସଭା କାର୍ଯ୍ୟ ପରିଚାଳନା ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର  ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ପ୍ରଥମେ ଆଞ୍ଚଳିକ କଳାକାର ଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନୃତ୍...

ବସ ଧକ୍କା ରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

Image
ମର୍ମନ୍ତୁଦ ସଡକ ଦୁର୍ଘଟଣା ବସ ଧକ୍କା ରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର   ସୁବର୍ଣ୍ଣପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୨୩/୧୧ସୋନପୁର ଉପକଣ୍ଠ ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥ ପିପିଲିପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦର୍ଘଟଣା ଘଟିଛି। ବାଇକ୍ କୁ ପିଟିଲା ବସ, ସ୍ତୀ ମୃତ ସ୍ବାମୀ ଗୁରୁତର,l ମୃତକ ହେଲେ ବଲାଙ୍ଗିର ଜିଲ୍ଲା ଖୁଜେନପାଲି ଗାଁର  ପୁଷ୍ପାଞ୍ଜଳୀ ବାଘ । ଉଭୟ ସ୍ବାମୀ ସ୍ତ୍ରୀ ନିଜ ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଗତରକେଲା ଶିବମନ୍ଦିର କୁ ଦର୍ଶନ କରିବା ପାଇଁ ଏକ ବାଇକରେ ଆସୁଥିଲେ । ହେଲେ ପିପିଲିପାଲି ଛକ ଆଗରେ ବୁଲାଣି ରାସ୍ତା ରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଘରୋଇ ବସ୍ ଏମାନଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲେ ଓ ସେଠାରେ ପୁଷ୍ପାଞ୍ଜଳୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ ଗିରିଧାରୀ ବାଘ ଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

Image
ପୂର୍ବତନ ମନ୍ତ୍ରୀଙ୍କ ପରଲୋକ ବେତନଟୀ:୨୩/୧୧(ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ)ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉଦଳା ବିଧାୟକ ଗୋଲକ ବିହାରି ନାଏକଙ୍କ ପରଲୋକ। ସେ ଦିର୍ଘ ଦିନ ଧରି କିଡନି ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ।ବୁଧବାର ସକାଳେ ବେତନଟୀ ଫାର୍ମ ହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଲଡ ଡାୟଲେସିସ ପାଇଁ ଯାଇଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ଆଖି ବୁଜିଥିଲେ। ସ୍ୱର୍ଗତ ଶ୍ରୀ ନାଏକ ୨୦୦୦ ଫେବୃଆରି ୨୯ ତାରିଖରେ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳିରୁ ଦ୍ୱାଦଶ ବିଧାନସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ।ଭାଜପାରୁ ସେ ରାଜନିତୀ ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ସେ ବିଜଦରେ ଯୋଗ ଦେଇଥିଲେ। ୨୦୦୦-୨୦୦୪ ଓ ୨୦୦୪-୨୦୦୯ ଭାଜପାରୁ ଦୁଇଥର ନିର୍ବାଚିତ ହୋଇ ବୟନ ଶିଳ୍ପ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ପରବର୍ତ୍ତି ସମୟରେ ଉଦଳା ନିର୍ବାଚନ ମଣ୍ଡଳିରୁ ବିଜଦରୁ ୨୦୧୪-୧୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ତରଭା ରେ ଅଙ୍ଗନ ୱାଡ଼ି କର୍ମୀ ଙ୍କ ଧାରଣା

Image
ତରଭା ରେ ଅଙ୍ଗନ ୱାଡ଼ି କର୍ମୀ ଙ୍କ ଧାରଣା ତରଭା, ତ ୨୨/୧୧ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟ ଅଙ୍ଗନବାଡ଼ି ସଂଘର ଡାକରାରେ  ଆଠ ଦଫା ଦାବୀ ନେଇ ଅଙ୍ଗନୱାଡି ଲେଡ଼ିଜ ୱାର୍କର ଏସୋସିଏସନ ଆନ୍ଦୋଳନ କୁ ସମର୍ଥନ ଜଣାଇ ମଙ୍ଗଳ ବାର ତରଭା କେନ୍ଦ୍ର ର ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ପର୍ଯ୍ୟାୟ  କ୍ରମେ ଆନ୍ଦୋଳନ କୁ ଓଲ୍ଲାଇ ଛନ୍ତି l ଆଜି ସକାଳ ୧୦ଘଣ୍ଟା ରୁ  ତରଭା ବ୍ଲକ ର ଆଇ ସି ଡି ଏସ ବିଭାଗ ର ସରଗଜ ସେକ୍ଟର ଅଙ୍ଗନୱାଡି କର୍ମୀ, ସହୟିକା ମାନେ ଆଇ ସି ଡି ଏସ କାର୍ଯ୍ୟଳୟ ସମୁଖରେ ଆଠ ଦଫା ଦାବୀ ନେଇ  ବିଭିନ୍ନ ସ୍ଲୋଗାନ ଦେଇଧାରଣା ରେ ବସିଛନ୍ତି  ! ମମତା ମିଶ୍ର ଓ କସ୍ତୁରୀ ବୁଦ୍ଧିଆ ଙ୍କ ନେତୃତ୍ୱ ରେ ବ୍ରାହ୍ମଣୀ ଓ ସରଗଜ ଗ୍ରାମ ପଞ୍ଚୟତ ର ସମସ୍ତ ଅଙ୍ଗନୱାଡି କେନ୍ଦ୍ର କୁ ନେଇ କରାଯାଇଥିବା ସରଗଜ ସେକ୍ଟର  ଅଙ୍ଗନୱାଡି କର୍ମୀ ଓ ସହାୟକା ମାନେ ଧାରଣା ରେ ବସି ଛନ୍ତି  ! ଅଙ୍ଗନୱାଡି କର୍ମୀ ଙ୍କୁ ସରକାରୀ  ମାନ୍ୟତା, ଅଙ୍ଗନୱାଡି କର୍ମୀ ଙ୍କୁ୨୧ ହଜାରଟଙ୍କା, ସାହାଯ୍ୟକିକା ୧୦ ହଜାର ୫ ଶହ ଟଙ୍କା ଦିଆ ଯାଉ, ମିନି ଅଙ୍ଗନୱାଡି କର୍ମୀ ଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ର ମାନ୍ୟତା ଦିଆଯାଉ, ଅଙ୍ଗନୱାଡ଼ି କର୍ମଚାରୀ, ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟକା ଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପ...

ଦ୍ବିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

Image
ଦ୍ବିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହରଭଙ୍ଗା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- 22/11(ସୁଶାନ୍ତ କୁମାର ବେହେରା ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ବିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ  ମାଁ ଙ୍କ ଜ୍ୟୋତି ଓ ପ୍ରତିମା କୁ ନେଇ ଏକ ବିରାଟ  ପଟୁଆର ସହିତ  ଢୋଲ ମହୁରୀ,ଦଣ୍ଡ ନୃତ୍ୟ, ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ନେଇ ମହୋତ୍ସବ ପଡ଼ିଆ କୁ ଶୋଭାଯାତ୍ରା ଟି ପହଂଚି ଥିଲା। ପ୍ରଥମେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ମାଁ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବ କୁ ଉଦଘାଟିତ କରିଥିଲେ l ଅନ୍ୟପଟେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ   ସାହାଇ ମୀନା,  MGM ଗ୍ରୁପ୍ ଲୋକାପଡା ପରିଚାଳନା  ନିର୍ଦ୍ଦେଶକ ଶ୍ରୀଯୁକ୍ତ ତନୁଜ ମହାନ୍ତି, ଭୁବନେଶ୍ବର ସାଇକୃପା  ଚାରି ଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସଦାଶିବ ଦାସ, ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ କୁମାର ଅଗ୍ରୱାଲା, ...

ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଅନୁଷ୍ଠିତ ।

Image
ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଅନୁଷ୍ଠିତ  । ମାଧବ ବିଡିକାଙ୍କ ରିପୋର୍ଟ-   ଗୁଣପୁର/(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ତା:-୨୨/୧୧ରିଖ ରାଜ୍ୟ ସରକାରଙ୍କ 138-ଗୁଣପୁର ଓ 139-ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀର  ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ ସଦ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି    ।  09,11,2022ତାରିଖ ଠାରୁ ଆରମ୍ଭ ହୋଇଥବା ଭୋଟର ତାଲିକା ସଂଶୋଧନ, ଯୋଗ, ବାଦ ସହ ଭୋଟର କାର୍ଡ ସହ ଆଧାର ଲିଙ୍କ କେଉଁ ବ୍ଲକରେ କେତେ ପରିମାଣରେ ହୋଇଛି, ତାହାର ସମୀକ୍ଷା କରାଯାଇଥିଲା ।  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମହାବିଦ୍ୟାଳୟ, ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ମୋବାଇଲ ଆପ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ, ସଂଶୋଧନ ଓ  ଆଧାର ଲିଙ୍କ କରିବା ପ୍ରଶିକ୍ଷଣ ଦେବାପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗୁଣୁପୁର ଓ ବିଷମ କଟକ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବା ସହ ଭୋଟର ପରିଚୟ ପତ୍ର ଆଧାର ଲିଙ୍କ ତୁରନ୍ତ କରିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ ।  ଏହି ପର...

ପରବ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ।

Image
ପରବ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ। କୋରାପୁଟ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):୨୨/୧୧/୨୦୨୨/ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକେନ ପୁଟ ଗ୍ରାମ ପଞ୍ଚାୟତ ରେ ପରବ ୨୦୨୨ ସଭା ଅନୁଷ୍ଠିତ। କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏବଂ ପଞ୍ଚାୟତ ରେ ପ୍ରତ୍ୟେକ ବର୍ଷ ଆଦିବାସୀ ପରମ୍ପରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପରବ ପାଳନ କରାଯାଇଥାଏ।ତା_୨୭/୧୧/୨୦୨୨/ ରିଖ ସକାଳ ୯:୩୦ମି ସମୟରେ ମାଛକୁଣ୍ଡ ନିକଟସ୍ଥ ବାରଙ୍ଗବାଡି ଆଶ୍ରମ ଖେଳ ପଡିଆ ଠାରେ ପରବ ଅନୁଷ୍ଠିତ ହେବ। ସ୍କୁଲ ଛାତ୍ରଛାତ୍ରୀଙ୍କ ର ପ୍ରତିଯୋଗିତା, ପାରମ୍ପରିକ ଆଦିବାସୀ ନୃତ୍ୟ ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏ‌‌ହି ପରବ ରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ପଞ୍ଚାୟତ ଅଫିସର (po)g. P. O ସୁରେଶ ପାଣିଗ୍ରାହୀ କହିଛନ୍ତି। ଏହି ସଭାରେ ସ୍ଥାନୀୟ ସରପଞ୍ଚ ସୁନାଧର ମୁଦୁଲି,grs ମଧୁସୁଧା ଟଙ୍ଗି,ନାଏବ ସରପଞ୍ଚ ସୁଷମା ହନ୍ତାଳ, ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଳକ ବୀହାରୀ ମଲ୍ଲୀକ, ଆଶ୍ରମ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା, ସିକ୍ରେଲ ପ୍ରଧାନ ଶିକ୍ଷକ ସୁକାନ୍ତ ଶିସା,ୱ।ଡ୍ ମେମ୍ବର ମାନେ ଉପସ୍ଥିତ ଥିଲେ।                                                      ...

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Image
ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ  ବୌଦ୍ଧ,୨୧ା୧୧   :(ସୁଶାନ୍ତ କୁମାର ବେହେରା )ଆଜି ପୂର୍ବହ୍ନାରେ ଜିଲ୍ଲା ପଞ୍ଚୟତ ଭବନ ସମ୍ମିଳନୀ କକ୍ଷଠାରେ ବୌଦ୍ଧ ଜିଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ମହାସମାରୋହରେ ପାଳିତ ହୋଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ମତ୍ସ୍ୟଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହିତ ସେମାନଙ୍କୁ ମତ୍ସ୍ୟଚାଷ ସଂପର୍କରେ ଉପଯୁକ୍ତ ତାଲିମ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଯୋଜନା,ମତ୍ସ୍ୟ ପୋଖରୀ ଯୋଜନା,ପଞ୍ଚାୟତ ପୋଖରୀରେ ମାଛଚାଷ,ଫାର୍ମପଣ୍ଡ,ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଯୋଜନା,ବାୟୋଫ୍ଲକ,ଛାତ୍ରବୃତ୍ତି ଆବର୍ତ୍ତନ ପାଣ୍ଠି,ବାୟୋ ସିକ୍ୟୁରିଟି,ଯାଆଁଳା ଚାଷ ଓ ଯାଆଁଳା ବିକ୍ରି ଆଦି ଯୋଜନା ସଂପର୍କରେ ଆଲେଚନା କରିଥିଲେ ।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପାଣ୍ଡିଆ ସଭାରେ ଅଧ୍ୟକ୍ଷତା କରି କହିଥିଲେଯେ, ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ୪ ନମ୍ବର ସ୍ଥ...

ପୁରୁଣାକଟଜ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର....

Image
ପୁରୁଣାକଟଜ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର.... ପୁରୁଣା କଟକ :21/11.(ସୁଶାନ୍ତ କୁମାର ବେହେରା )ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଜିଲ୍ଲା ପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନ୍ନା ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଅଭିଯୋଗ ଶିବିରରେ ପୁରୁଣାକଟକ ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ସମୁଦାୟ 81ଜଣ ଅଭିଯୋଗ ଆଣିଥିବା ବେଳେ ସେଥି ମଧ୍ୟରୁ 74ଟି ଅଭିଯୋଗ ବ୍ୟକ୍ତିଗତ ,7ଗୋଟି ଗ୍ରାମ୍ୟ ଅଭିଯୋଗ ଆସିଥିଲା!ତନମଧ୍ୟରୁ 12 ଜଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଇଁ 58ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ 45ହଜାର ଟଙ୍କା 11ଜଣଙ୍କୁ ରେଡ କ୍ରସ ପାଣ୍ଠି ରୁ ସହାୟତା କରାଯାଇଥିଲା!ଏବଂ ଉକ୍ତ ଶିବିରରେ 39ଟି ଅଭିଯୋଗ କୁ ତତ୍କାଳୀନ ସମାଧାନ କରାଯାଇଥିଲା ଓ ଜଣେ ଭିନ୍ନ କ୍ଷମ କୁ ଏକ ଟ୍ରାଏ ସାଇକେଲ ଯୋଗାଇଦିଆଯାଇଥିଲା !ଶିବିରରେ ବୌଦ୍ଧ ଜିଲ୍ଲା PD ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର, ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ!

ମାଁ କଳାପାଟ ବିଶ୍ଵ ଶାନ୍ତି ମହା ଯଜ୍ଞ ଲାଗି ପ୍ରସ୍ତୁତି ବୈଠକ।

Image
ମାଁ କଳାପାଟ ବିଶ୍ଵ ଶାନ୍ତି ମହା ଯଜ୍ଞ ଲାଗି ପ୍ରସ୍ତୁତି ବୈଠକ। ଗଣିଆ/ନୟାଗଡ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-  ଜିଲ୍ଲାର ଗଣିଆ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାଦ ଦେଶରେ ମା କଳାପାଟ ଙ୍କ ପୀଠରେ ମଣି ଭଦ୍ରା ବିଶ୍ଵ ଶାନ୍ତି ମହା ଯଜ୍ଞ ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ଶାନ୍ତି ମହାଯଜ୍ଞ ପରିଚାଳନା କମିଟି ର ସଭାପତି ଅଜୟ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା, ବିଡ଼ିଓ ସିରୀୟଲ ଶୁଭ୍ର ପଟେଲ, ଏବଂ ଅନ୍ୟାନ୍ୟ ବୁଦ୍ଧି ଜିବୀ ମାନେ ଉପସ୍ଥିତ ଥିଲେ ଚଳିତ ବର୍ଷ ନଭେମ୍ବର ମାସ ୨୭,୨୮,୨୯ ଲଗାତାର ତିନି ଦିନ ଧରି ଯଜ୍ଞ ଚାଲୁ ରହିବ ,୨୭ ରେ ଅଧିବାସ,୨୮ ରେ ଯଜ୍ଞ, ସାଧୁ ମେଳା ଓ ବାବାଙ୍କର ଜନ୍ମ ଦିବସ ପାଳନ କରାଯିବା ସହିତ ୨୯ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତିନିଦିନିଆ ପାଇଁ ପ୍ରଶାସନ ତରଫରୁ ଇଲେଟ୍ରି ପାଣି ପାଇଁ ବ୍ୟବସ୍ଥା କରାଯାଇଛି ଓ ହଜାର ହଜାର  ଲୋକଙ୍କ ପାଇଁ ଅନ୍ନ ଛତ୍ର ବ୍ୟବସ୍ଥା କରାଯାଇଛି ।  ଆଜକୁ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ବିଶ୍ଵ ଶାନ୍ତି ମହା ଯଜ୍ଞ ବନ୍ଦ ହୋଇଯିବାରୁ ଏ  ବର୍ଷ ପାଳନ କରୁଥିବା ହେତୁ  ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ରିପୋଟ , ମାମସ ରଞ୍ଜନ ଦାସ (ଗଣିଆ)

ତରଭା ବ୍ଲକ ରେ ଆଦିବାସୀ ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ

Image
ତରଭା ବ୍ଲକ ରେ ଆଦିବାସୀ ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ ତରଭା;(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ତରଭା ବ୍ଲକ ଅନ୍ତର୍ଗତ କମସରା ପଞ୍ଚାୟତ ମହୁଲପାଲି ଠାରେ ଆଦିବାସୀ ଉତ୍ସବ ୨୦୨୨ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ତରଭା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ବ୍ଲକ ର ସମସ୍ତ ଆଦିବାସୀ ମାନେ ତାଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯୋଗଦାନ କରିଥିଲେଏଥିରେ ରୋହିତ କୁଅଁର  ସ୍ଵାଗତ କରିବା ସହ  ଆଦିବାସି ଉତ୍ସବ ର ଉଦେଶ୍ୟ ଜ୍ଞାପନ କରିଥିବା ବେଲେ କମଳ ଭୋଇ ମଞ୍ଚ ପରିଚାଳନା କରିଥିଲେ  ଉକ୍ତ  ସଭାରେ  ସଂଘର ସଭାପତି ଶ୍ରୀ ଶିବପ୍ରସାଦ କୁଅଁର, ସମ୍ପାଦକ କପୂର୍ଚ୍ଚନ ଭୋଇ ମୁଖ୍ୟ ବକ୍ତା ଯୋଗିନ୍ଦ୍ର ଭୋଇ ଆଦିବାସୀ ମାନଙ୍କର ସମସ୍ୟା ଓ ଅସୁବିଧା ଉପରେ ମତ ରଖିଥିଲେ l ମୁଖ୍ୟଅତିଥି ଭାବେ  ଜିଲ୍ଲା ଉନ୍ନୟନ ଅଧକାରୀ ସୁବର୍ଣ୍ଣପୁର ନିହାର ରଞ୍ଜନ କହଁର ତାଙ୍କ ବକ୍ତବ୍ୟରେ ଆଦିବାସି ଜଙ୍ଗଲ ଜମି, ଖଣି,ପଞ୍ଚାୟତ ସଂରକ୍ଷଣ ଆଇନ୍,ସରକାରୀ ଆଇନ କାନୁନ୍ ଓ ଲାଞ୍ଚିତ କିପରି ହେଉଛନ୍ତି ଏଥି ପାଇଁ ଆମକୁ ସଂଗ୍ରାମ, ସଚେତନ ଓ ଶିକ୍ଷା ର ଅଗ୍ରଗତି ହିଁ ମୂଳପିଣ୍ଡ  ଏପରିକି କୋର୍ଟ ଧାଇଁ ଧାଇଁ ସର୍ବସ୍ବାନ୍ତ ହେଉଛନ୍ତି ତାର ବିବାଦ ଉପରେ ମତ ରଖିଥିଲେ, ସମ୍ମାନିତ ଅତିଥି ପାଲ୍କା ରବୀନ୍ଦ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ସୁବର୍ଣ୍ଣପୁର ଆଦିବାସୀ କଲ୍ୟାଣ ଓ ସୁବିଧା ସୁଯ...

ହରଭଙ୍ଗା ଆଞ୍ଚଳିକ ବରିଷ୍ଠ ନାଗରିକଙ୍କ ପକ୍ଷରୁ ପରିବେଶ ସଚେତନତା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି।

Image
ହରଭଙ୍ଗା ଆଞ୍ଚଳିକ ବରିଷ୍ଠ ନାଗରିକଙ୍କ ପକ୍ଷରୁ ପରିବେଶ ସଚେତନତା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି। ହରଭଙ୍ଗା 20.11.(ସୁଶାନ୍ତ କୁମାର ବେହେରା )ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ତରଫରୁ "ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ସକାଶେ ସଚେତନତା ବୈଠକ " ଅନୁଷ୍ଠିତ ହୋଇଯାଇଛି l ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ଜନ୍ମେଜୟ ପ୍ରଧାନ,ସମ୍ପାଦକ ବାଳକୃଷ୍ଣ ନାୟକ, ସହ ସମ୍ପାଦକ ଶରତ କୁମାର ମାଝୀ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, କାର୍ଯ୍ୟକାରୀ ସମ୍ପାଦକ ଜନକ ପାତ୍ର ଏହି ସଚେତନତା କାର୍ଯ୍ୟକ୍ରମ ର ଆଲୋଚନା ରେ ଅଂଶ ଗ୍ରହଣ କରି ଆବଶ୍ୟକୀୟ ମତାମତ ଦେଇଥିଲେ l +2 ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଲବକିଶୋର ପ୍ରଧାନ, ଲବ କୁମାର ଅମାତ, ସୁବାଷ ଚନ୍ଦ୍ର ସାହୁ,ଭାଗିରଥି ଦାସ, ବାଇବର ସାହୁ, କାର୍ତ୍ତିକେଶ୍ୱର ସାହୁ ପରାମର୍ଶଦାତା ମଣ୍ଡଳୀ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l

ବିକଳାଙ୍ଗ ଝିଅର ବ୍ୟାଙ୍କ ପାସବୁକ୍ ଖୋଲିବାରେ ବାଧକ ସାଜିଲା ବ୍ୟାଙ୍କ କତୃପକ୍ଷ।

Image
ବିକଳାଙ୍ଗ ଝିଅର ବ୍ୟାଙ୍କ ପାସବୁକ୍ ଖୋଲିବାରେ ବାଧକ ସାଜିଲା ବ୍ୟାଙ୍କ କତୃପକ୍ଷ। ଲଙ୍ଗଳେଶ୍ଵର -20/11/22- ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଥିବା ସତ୍ବେ ଜଣେ ସାତ ବର୍ଷର ଦିବ୍ୟାଙ୍ଗ ଝିଅଟି ବ୍ୟାଙ୍କରେ ଆକାଉଣ୍ଟ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଦୃଷ୍ଟିକୁ ଆସିଛି।ବାପା ମା ବାରମ୍ବାର ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜର ଠାରେ ଗୁହାରି କରୁଥିଲେ ମଧ୍ୟ ସହଯୋଗ କରୁନଥିବା ଅଭିଭାବକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟୀ ପଞ୍ଚାୟତ ମହାବଳା ଗ୍ରାମର ଦଂପତି ତାରାସଂକର ଭୂୟାଁ ଓ ମଙ୍ଗଳି ଭୂୟାଁ। ତାରା ସଂକର ଭୂୟାଁ ଜଣେ ଦୀନ ମଜୁରିଆ। ତେବେ ତାଙ୍କର ସାତ ବର୍ଷ ତଳେ ଝିଅଟିଏ ଜନ୍ମ ହୋଇଥିବା ବେଳେ, ଲକ୍ଷ୍ମୀ ଘରକୁ ଆସିଛି ଓ ଘରର ଦାରିଦ୍ରତା ଦୂର ହେବବୋଲି ବାପା ମା ଆତ୍ମ ସନ୍ତୋଷ ଲାଭ କରିଥିଲେ। ତେବେ ଯେତେ ବୟସ ବଢିଲା ଝିଅର ମାନସିକ ଓ ଶାରିରୀକ ବୃଦ୍ଧି ଘଟିଲା ନାହିଁ।ଫଳରେ ଚିନ୍ତିତ ବାପା ମା ଡାକ୍ତରଙ୍କ ପରାମର୍ଶ ନେବା ପରେ ସେ ଜନ୍ମରୁ ବିକଳାଙ୍ଗ ବୋଲି ଡାକ୍ତର କହିଥିଲେ ଓ ଚିକିତ୍ସା ନିମନ୍ତେ ଅଧିକ ଖର୍ଚ୍ଚ ହେବା ସହିତ ସମୟ ସାପେକ୍ଷ ବୋଲି ଡାକ୍ତର କହିଥିଲେ। ତେବେ ଝିଅର ଏମିତି ଅବସ୍ଥା ପରେ ବାପା ମା ଚିକିତ୍ସା ଚିନ୍ତା ରେ ଥିବାବେଳେ ଦିବ୍ୟାଙ୍ଗ ଝିଅର ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ବିଭିନ୍ନ...

ଲୋକପ୍ରିୟ ଜନନେତାଙ୍କ ସ୍ଵର୍ଗାରୋହଣ ପାଇଁ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା।

Image
ଲୋକପ୍ରିୟ ଜନନେତାଙ୍କ ସ୍ଵର୍ଗାରୋହଣ ପାଇଁ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା।          ପୋଲସରା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା ୨୦.11.୨୦୨୨ ରବିବାର ଦିନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ 38 ନଂ ଜୋନ ପୁର୍ବତନ ଜିଲାପରିସଦସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ପ୍ରଧାନଙ୍କ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକେଲ ରେ ସକାଳ ପ୍ରାୟ ୮ସମୟ ବେଳକୁ ଚିକିଛିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ।ସେ କଂଗ୍ରେସର ଜଣେ ଟାଣୁଆ ଏବଂ ଦୃଢ଼ ସମର୍ଥକ କର୍ମୀ ଥିଲେ ।ସମଗ୍ର ନିର୍ବାଚନ ମଣ୍ଡଳୀରେ ସେ ଜଣେ ଲୋକପ୍ରିୟ ଏବଂ ଜଣେ ସଂଗ୍ରାମୀ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ସ୍ବର୍ଗତ ପ୍ରଧାନ ୨୦୧୨ ରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ  ଜିଲ୍ଲାପରିଷଦ ସଦସ୍ୟ ରହିଥିବାବେଳେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ, ପାଣି ପାଣିପାଞ୍ଚାୟତ ସଭାପତି ପରି ଅନେକ ପଦପଦବୀରେ ରହି ସୁଚାରୁ ରୁପେ ଦାୟିତ୍ୱ ସମ୍ପାଦନ କରିଥିଲେ ।ଏପରିକି ପୁର୍ବତନ କେନ୍ଦ୍ର ସାର ଏବଂ ରାସାୟନିକ ବିଭାଗ ମନ୍ତ୍ରୀଙ୍କର ସେ ପ୍ରତିନିଧିଭାବରେ ମଧ୍ୟ୍ୟ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇପାରିଥିଲେ । ସେ ଜଣେ ଅତି ଭଦ୍ର ଓ ମେଳାପୀ ଥିଲେ ତାଙ୍କର ମୃତ୍ୟୁରେ ସମଗ୍ର ପୋଲସରା ନିର୍ବାଚନମଣ୍ଡଳୀ ରେ ଶୋକର ଛାୟା ଖେଳିଯ...

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

Image
ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା ହରଭଙ୍ଗା  :19/11/2022(ସୁଶାନ୍ତ କୁମାର ବେହେରା ) ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS ),,ହରଭଙ୍ଗା ବ୍ଲକ,,03ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଚାରିଛକ ଶିବମନ୍ଦିର ଠାରୁ BEO OFFICE କୁ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ  ଗଣଶିକ୍ଷାମନ୍ତ୍ରୀ,ସଚିବ 5T ଙ୍କ ଉଦ୍ଦେଶ୍ୟରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ  ପ୍ରଦାନ କରିଛି..  ଦାବିଗୁଡିକ ହେଲା,, 1:-ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (2001)ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର କଣ୍ଟାକ୍ଟ ଚୁଆଲ ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ 6 ଟି increment ପ୍ରଦାନ କରାଯାଉ .. 2:-ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ.. 3:- ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ.. ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ (NPS ) ସଂଘ ର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା.. ଉକ୍ତ ସଭା ରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ...

ବ୍ରହ୍ମପୁରରୁ ଆରମ୍ଭ ହେଲା ଓଡିଶା ବଞ୍ଚାଅ ଅଭିଯାନ।

Image
ବ୍ରହ୍ମପୁରରୁ ଆରମ୍ଭ ହେଲା ଓଡିଶା ବଞ୍ଚାଅ ଅଭିଯାନ।  (ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ) ବ୍ରହ୍ମପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ),୧୯/୧୧:ସାଧାରଣ ଲୋକଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ମୌଳିକ ସମସ୍ଯାର ନିରାକରଣ ପାଇଁ ରାଜ୍ଯର ୧୧ଟି ରାଜନୈତିକ ଦଳ ପକ୍ଷରୁ ଓଡିଶା ବଞ୍ଚାଅ ଅଭିଯାନ ମଞ୍ଚ ଗଠନ କରାଯାଇଛି। ଏହି ମଞ୍ଚର ଆବାହକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ରହିଛନ୍ତି। ୩୪ ଦଫା ଦାବିରେ ଆନ୍ଦୋଳନ ଆରମ୍ଭ ହେବ। ବ୍ରହ୍ମପୁରରୁ ଓଡ଼ିଶା ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାର ମୌଳିକ ସମସ୍ଯାର ନିରାକରଣ ପାଇଁ ଆନ୍ଦୋଳନ ସକାଶେ ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ସହୀଦ ଲକ୍ଷ୍ମଣ ନାୟକ କମ୍ଯୁନିଟ ହଲ,ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଯାଇଛି। କନଭେନସନ ପରିଚାଳନା ପାଇଁ ସିପିଏମ ନେତା କୈଳାସ ଷଢଙ୍ଗୀ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ ଓ ସମତା କ୍ରାନ୍ତୀର ନେତା ବୃନ୍ଦାବନ ବେହେରାଙ୍କୁ ନେଇ ସଭାପତି ମଣ୍ଡଳୀ ସଭାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମତା କ୍ରାନ୍ତୀର ମୁଖ୍ଯ ବ୍ରଜ ତ୍ରିପାଠୀ, ସିପିଆଇ(ଏମ୍) ରାଜ୍ଯ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ରାଜ୍ଯ ସମ୍ପାଦକ ଅଭୟ ସାହୁ, ଫରୱାର୍ଡ ବ୍ଲକ ରାଜ୍ଯ ସଭାପତି ପୂର୍ଣ୍ଣଚନ୍ଦ୍ର ପା...

ସୂଵର୍ଣ୍ଣରେଖା କୃଷକ ଉତ୍ପାଦକ ସଂଘ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Image
ସୂଵର୍ଣ୍ଣରେଖା କୃଷକ ଉତ୍ପାଦକ ସଂଘ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ    ଲଙ୍ଗଳେଶ୍ଵର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)19/11/22  ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତ ର ଭଅଁରେଶ୍ବର ଠାରେ ସୂଵର୍ଣ୍ଣରେଖା କୃଷକ ଉତ୍ପାଦକ ସଂଘ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୦୧୬ ମସିହା ରୁ ପ୍ରତିଷ୍ଠିତ ଏହି ଉତ୍ପାଦକ  ସଂଗଠନ ସାତ ବର୍ଷ ରେ କୃଷକ ମାନଙ୍କ ର ଉତ୍ପାଦନ କୁ ନେଇ ବାହାର ରାଜ୍ୟରେ ବିକ୍ରୟ କରିବା ସହିତ କୃଷକ ମାନଙ୍କ ର ଆୟକୁ ଦ୍ଵିଗୁଣିତ କରୁଛନ୍ତି।କରୋନା ସମୟରେ କୃଷକ ମାନଙ୍କ ର ଉତ୍ପାଦନ ଓ ବ୍ୟବସାୟ ହ୍ରାସ ପାଇଥିଲେ ମଧ୍ୟ ଚଳିତ ବର୍ଷ ବ୍ୟବସାୟ କୁ ଏକକୋଟି ଟଙ୍କା ରେ ପହଞ୍ଚାଇପାରି ଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ର ମୁଖ୍ୟ ଅତିଥି ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ସୁବର୍ଣ୍ଣରେଖା କୃଷକ ଉତ୍ପାଦକ ସଂଗଠନ ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଭୂରୀ ପ୍ରଶଂସା କରିଥିଲେ। ନାବାର୍ଡ ସହାୟତାରେ ପରିଚାଳିତ ଏହି ସଂଗଠନ ସଂଗଠିତ ଭାବରେ କାର୍ଯ୍ୟ କଲେ ସଫଳତା ପାଇବେ ବୋଲି ନାବାର୍ଡର ଜେନେରାଲ ମ୍ୟାନେଜର ଭି ବାଲା ସୁବ୍ରମଣ୍ୟମ ମତ ପ୍ରକାଶ କରିଥିଲେ। କାର୍ଯ୍ୟ କ୍ରମରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ, ବାଲିଆପାଳ ବିଡ଼ିଓ, ଟାଟାପାଓ୍ବାର ର ଜେନେରାଲ ମ୍ୟାନେଜର, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ, କ...

ସାକ୍ଷାତକାର କେମିତି କରିବେ, ଆସନ୍ତୁ ଜାଣିବା -

ସମସ୍ତ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପ୍ରତିନିଧି ମାନେ ଏହି ଲେଖାଟି ନିଜ ଡାଇରିରେ ଲେଖି ରଖନ୍ତୁ। ୧. ଆପଣ ସାକ୍ଷାତ କରୁଥିବା ବ୍ୟକ୍ତି ଜଣଙ୍କ କିଏ ? ୨. ସେହି ବ୍ୟକ୍ତିଙ୍କ ନାମ କ'ଣ ପ୍ରଥମେ ଲେଖନ୍ତୁ - ୩. ସେ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି - ୪. ସେହି ବ୍ୟକ୍ତିଙ୍କ ଘର ଠିକଣା, ସହ ବାପା ମାଆ, ଭାଇଭଉଣୀ ଏବଂ ଯଦି ବିବାହ କରିଛନ୍ତି ସ୍ତ୍ରୀ ଏବଂ ପୁଅଝିଅ କେତୋଟି ପ୍ରଶ୍ନ କରି ଲେଖନ୍ତୁ -  ୫. ଶିକ୍ଷାଗତ ଯୋଗ୍ୟତା କ'ଣ ଏବଂ କେଉଁଠି ପାଠ ପଢୁଥିଲେ -  ୬. କେଉଁଥିରେ ଅଧିକ ରୁଚି ରହିଛି -  ୭. ସେ କାହାକୁ ନିଜ ସଫଳତାର କାରଣ ବୋଲି ମନେ କରନ୍ତି -  ୮. ଆଗାମୀ ଦିନରେ କ'ଣ ସବୁ କରି ଅଧିକ ସଫଳତା ପାଇବା ଆଶା ରଖିଛନ୍ତି -  ୯. ନିଜ ଆଦର୍ଶ ପାଇଁ କ'ଣ କରିବାକୁ ଚାହୁଁଛନ୍ତି -  ୧୦. ଶେଷରେ ନିଜ ଅଞ୍ଚଳ ଲୋକଙ୍କ ପାଇଁ କ'ଣ କହିବାକୁ ଚାହାଁନ୍ତି -  ଫଟୋ ସହିତ ଏହି ସାକ୍ଷାତକାର ଶେଷ କରିବା।

ଉତ୍କଳ ଯାଦବ ସଂଘ ପକ୍ଷରୁ ନଂବରଙ୍ଗପୁରରେ ମୋଟର ସାଇକେଲ ରାଲି ।

ଉତ୍କଳ ଯାଦବ ସଂଘ ପକ୍ଷରୁ ନଂବରଙ୍ଗପୁରରେ ମୋଟର ସାଇକେଲ ରାଲି । (ମାଲକାନଗିରି ଜିଲ୍ଲା ପ୍ରତିନିଧି ଘେନୁ ମୁଦୁଲିଙ୍କ ରିପୋର୍ଟ ) ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ନଭେମ୍ବର ଅଠର ତାରିଖକୁ ଦେଶରେ ଶୌର୍ଯ୍ୟ ଦିବସ ରୂପେ ପାଳନ କରାଯାଏ। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ   "୧୮ନଭେମ୍ବର ଶୌର୍ଯ୍ୟ ଦିବସ ପାଳନ ଅବସରରେ ୧୮-ନଭେମ୍ବର-୨୦୨୨ରିଖ ଦିନ  (ଶୁକ୍ରୁବାର) ସନ୍ଧ୍ୟା ୫ଘଟିକା ସମୟରେ ଜିଲ୍ଲା ଉତ୍କଳ ଯାଦବ ମହାସଭା ପକ୍ଷରୁ ( ନଂବରଙ୍ଗପୁର  ) ଉମରକୋଟର ବଡଭରଣ୍ଡି ସହିଦ୍ ବଗାପୂଜାରୀ ସ୍ତମ୍ଭ ଠାରୁ ମୋଟର ସାଇକେଲ ଯୋଗେ 'ମଶାଲ ରେଲି' ବାହାରି ଡିଏନକେ ଗୋପବନ୍ଧୁ ସ୍ମୃତିରେ ପୁଷ୍ପମାଲ୍ଯ ଓ ପଦୀପ ପ୍ରଜ୍ବଳନ କରି ଝରିଗାଁ ରାସ୍ତା ଛକଠାରେ  ସଂଗ୍ରାମୀ ରବିସିଂ ମାଝୀଙ୍କ ପ୍ରତିମୂର୍ତ୍ତରେ  ପୁଷ୍ପମାଲ୍ଯ ଦେଇ ଦୀପ ପ୍ରଜ୍ବଳନ କରି ଗାନ୍ଧି ଛକ ଠାରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରଦିପ ବେହେରା, ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଜ୍ୟୋତି ରଞ୍ଜନ କଂସ ଉପସ୍ଥିତ ଯାଦବ ମାନଙ୍କୁ ସଂଘର ଆଗାମୀ ଦିନରେ ରୂପରେଖ ବିଷୟରେ ସୂଚନା ଦେଇ ନିକଟସ୍ଥ ବାଳିକା ବିଦ୍ୟାଳୟ ରାସ୍ତା ନିକଟସ୍ଥ ଅବସର ପ୍ରାପତଗୃହରେ ସାମ୍ବାଦିକ ସମ୍ମିଳନୀ  ର ଆୟୋଜନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂଘ ପକ୍ଷରୁ ବୀବରଣୀ ସମ୍ପର୍କରେ ଅବଗତ କରାଇଥିଲେ । ଶେ...

ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୩ ନିମନ୍ତେ ସମୀକ୍ଷା ବୈଠକ

Image
ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୩ ନିମନ୍ତେ ସମୀକ୍ଷା ବୈଠକ  ଯାଜପୁର, ୧୮/୧୧(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ରୋଲ ଅବଜରଭର ବିବେକାନନ୍ଦ ସାହୁଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାର ଏ.ଇ.ଆର.ଓ. ରୂପେ ଅବସ୍ଥାପିତ ସମସ୍ତ (ବିଡିଓ ଏବଂ ତହସିଲଦାର), ସିଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଳ୍‌କ ଶିକ୍ଷାଧିକାରୀ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ମାନଙ୍କୁ ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌.ଏସ୍‌.ଆର.) ଉପରେ ଏକ  ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଦୁଃଖବନ୍ଧୁ ନାୟକ ଏବଂ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଗୋପୀନାଥ କୁଅଁର, ଉପସ୍ଥିତ ଥିଲେ ।  ବୈଠକରେ ଯୁବ  ଭୋଟର ମାନଙ୍କୁ ପଞ୍ଜିକରଣ କରିବା ପାଇଁ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।  ଆସନ୍ତା ୧୦ ଦିନ ଧରି ଜିଲ୍ଳାରେ ଅବସ୍ଥିତ ଜୁନିୟର କଲେଜ ମାନଙ୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ ଯୁବ ବର୍ଗର ଭୋଟର ମାନଙ୍କୁ ପଞ୍ଜିକୃତ କରିବାକୁ ପଦକ୍ଷେପ ନିଆଯିବ ।  ଏହି ପରିପ୍ରେକ୍ଷୀରେ ନଭେମ୍ୱର ୧୯ ତାରିଖରେ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ ...

ଟ୍ରାକଟର -ବାଇକ ମୁଁହା ମୁଁହି ଧକ୍କା ଜଣେ ମୃତ ଜଣେ ଗୁରୁତର।

Image
ଟ୍ରାକଟର -ବାଇକ ମୁଁହା ମୁଁହି ଧକ୍କା ଜଣେ ମୃତ ଜଣେ ଗୁରୁତର। ହରଭଙ୍ଗା :18/11. ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ପୁରୁଣାକଟକ ଥାନା ମଣିପୁର ଛକ ନିକଟରେ ଏକ ମର୍ମନ୍ତୁ ଦ ସଡ଼କ ଦୁର୍ଘଟଣା ଘଟି ଦୁର୍ଘଟଣା ସ୍ଥଳରେ ଜଣେ ମୃତ ହେବା ସହିତ ଜଣେ ଗୁରୁତର ହେବାର ସୂଚନା ମିଳିଛି!ସୂଚନା ଅନୁଯାଇ ପୁରୁଣାକଟ ଥାନା ତିତିରିକଟା ଗ୍ରାମର ସପ୍ତେଶ୍ୱର ମଲ୍ଲିକ ଓ ଭରାତପୁର ଗ୍ରାମର ମିହିର ମହାକୁଡ଼ ଉଭୟ କୋଣସି ବ୍ୟକ୍ତିଗତ କାର୍ଯ୍ୟରେ ପୁରୁଣାକଟକ ଆସି ଘରକୁ ଫେରୁଥିବା ସମୟରେ  ମଣିପୁର ଛକ ନିକଟରେ ଟ୍ରାକଟର ସହିତ ବାଇକ ଧକ୍କା ହୋଇଥିଲା!ଫଳରେ ଘଟଣା ସ୍ଥଳରେ ସପ୍ତେଶ୍ୱର ମଲ୍ଲିକ (70)ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ମିହିର ମହାକୁଡ଼ ଗୁରୁତର ହୋଇଥିଲେ!ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ!ସେଠାରେ ଡାକ୍ତର ଶ୍ରୀ ମଲ୍ଲିକ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଶ୍ରୀ ମହାକୁଡ଼ ଙ୍କୁ ଗୁରୁତର ଥିବା ହେତୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି!ଦୁର୍ଘଟଣା ସ୍ଥଳରୁ ଟ୍ରାକଟର ଡ୍ରାଇଭର ଫେରାର ଥିବା ବେଳେ ପୁରୁଣା କଟକ ଥାନା ପୋଲିସ ଟ୍ରାକଟର ଜବଦ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି! ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା!

ଚଣ୍ଡି ଯଜ୍ଞ ପାଇଁ ରାବଣ ବରଣ

Image
ଚଣ୍ଡି ଯଜ୍ଞ ପାଇଁ ରାବଣ ବରଣ   ତରଭା୧୮/୧୧(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ନର୍ମଦେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଜାନୁଆରୀ ତା ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚଣ୍ଡି ଯଜ୍ଞ ପାଇଁ ରାବଣ ବରଣ ହୋଇଯାଇଛି। ବଲାଙ୍ଗୀର ଖୁଜେନପାଲି ସ୍ଥିତ ବିଷ୍ୱତ୍ମା ଚେତନା ପରିଷଦ ର ଅଧ୍ୟକ୍ଷ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ଙ୍କ ପରମ ଶିଷ୍ୟ ସ୍ୱାମୀ ସତ୍ୟ ପ୍ରେମାନନ୍ଦ ସରସ୍ବତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତୀର୍ଥରାଜ ପାଢି ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରୁଦ୍ରାଭୀଷେକ, ଚଣ୍ଡି ଯଜ୍ଞ, ପ୍ରବଚନ, ମୀନା ବଜାର ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ସ୍ଥିର କରାଯାଇଥିଲା।ରାମ ଜନ୍ମ ଠାରୁ ରାବଣ ବଧ ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହେବାକୁ ସ୍ଥିରୀକୃତ ହେଇଥିଲା। ଏହି ଅବସରରେ ରାବଣ ଭୂମିକାରେ ମନୋରଞ୍ଜନ ଚିରଗୁନ ଙ୍କୁ ବରଣ କରାଯାଇଛି। ସାମ୍ବାଦିକ ରାମଚନ୍ଦ୍ର ପୂଜାହାରୀ, ଅମ୍ବରିଷ ସା, ଜୟନାରାୟଣ ମିଶ୍ର, ଗୁପ୍ତେଶ୍ୱର ସା, ପ୍ରେମାନନ୍ଦ ପାତ୍ର, ମକରଧ୍ବଜ ପ୍ରଧାନ, ଲଲାଟେନ୍ଦୁ ସା ତଥା ଦେଉଳପଦର ଗ୍ରାମବାସୀ ଉପସ୍ଥିତ ଥିଲେ। ତରଭା ବ୍ଲକ ରୁ ମନୋଜ କୁମାର ମନ ହିରା ଙ୍କ ରିପୋର୍ଟ

ବିଏସଏନଏଲ ମୋବାଇଲ ସେବାରୁ ବଞ୍ଚିତ ଅଞ୍ଚଳବାସୀ।

Image
ବିଏସଏନଏଲ ମୋବାଇଲ ସେବାରୁ ବଞ୍ଚିତ ଅଞ୍ଚଳବାସୀ। (ବ୍ରାହ୍ମ ମୂହୁର୍ତ୍ତ, )ଲମତାପୁଟ ପ୍ରତିନିଧି ରାମଚନ୍ଦ୍ର ଖିଲ ଙ୍କ ରିପୋର୍ଟ।                                            କୋରାପୁଟ ୧୮/୧୧/୨୦୨୨/ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ଦୁଇ ହେଲା BSNL ନେଟୱର୍କ ନାହିଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।‌ଲମତାପୁଟ ବ୍ଲକର ଅଞ୍ଚଳ ବାସି ମାନଙ୍କ ନିର୍ଭରଶୀଳ ଏକ ମାତ୍ର ବ୍ୟାଙ୍କ୍। ବ୍ୟାଙ୍କ୍ ରେ ଆସିଥିବା ଲୋକମାନଙ୍କ କହିବା ଅନୁସାରେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବହୁ ଥର ନେଟୱର୍କ କଟ୍ ହୁଏ ଏମିତି କି ୪/୫ଦିନ ବିଳମ୍ବ ରେ ଆସେ ବ୍ୟାଙ୍କ୍ ରେ ଲିଙ୍କ୍ ଫେଲ ହୁଏ ବ୍ୟାଙ୍କ୍ ର କୈାଣସି ନେଟ କାର୍ଯ୍ୟ ହୁଏନାହିଁ ଏଥିପାଇଁ ବ୍ୟାଙ୍କ୍ ରେ ଆସିଥିବା ଲୋକମାନେ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି। ଏହା ପୂର୍ବରୁ ଅଞ୍ଚଳ ବାସି Jio ନେଟୱର୍କ ପାଇଁ ଦାବି ପତ୍ର ଦେଇଥିଲେ କୋରାପୁଟ ଜିଲ୍ଲାପାଳଙ୍କୁ କିନ୍ତୁ କିଛି ଫଳପ୍ରଦ ହୋଇପାରି ନାହିଁ। ବ୍ୟାଙ୍କ୍ କର୍ମଚାରୀ ମାନଙ୍କ କହିବାନୁଯାୟୀ ନେଟୱର୍କ ନ ଥିବାରୁ କୈାଣସି ବ୍ୟାଙ୍କ୍ କାର୍ଯ୍ୟ ହେଇପାରୁ ନାହିଁ। ଏବେ ଦେଖିବା ବାକି କେତେ ଶୀଘ୍ର ନେଟୱର୍କ ଆସିବ ଆଉ ବ୍ୟାଙ୍କ୍ କା...

କଣିହାଁ ଆକ୍ଟିଭ ମିଡ଼ିଆ କ୍ଳବ ପକ୍ଷରୁ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ।

Image
କଣିହାଁ ଆକ୍ଟିଭ ମିଡ଼ିଆ କ୍ଳବ ପକ୍ଷରୁ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ।  କଣିହାଁ/ଅନୁଗୋଳ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ୫୭ତମ ଜାତୀୟ ପ୍ରେସ ଦିବସ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଅଗ୍ରଣୀ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ନଭେମ୍ବର ୧୬ ତାରିଖକୁ ପ୍ରତି ବର୍ଷ    "ଆକ୍ଟିଭ ମିଡ଼ିଆ କ୍ଲବ"  କଣିହାଁ ବ୍ଲକରେ ଏକ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି। କ୍ଳବ ପକ୍ଷରୁ ଚଳିତବର୍ଷ ସ୍ଥାନୀୟ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ କରିବା ଅବସରରେ ମୁଖ୍ୟ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ (ବାବୁ ଭାଇ), ମୁଖ୍ୟ ବକ୍ତା ଭାବେ ୯ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଯୋଗ ଦେଇ ସାମ୍ବାଦିକ ଭାଇ ମାନଙ୍କୁ ଉତ୍ସାହିତ କରିବା ସହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ସହ ସମ୍ବଦ୍ଧର୍ନା କରିଥିଲେ ଏବଂ ଏହି ସଭା ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କଣିହାଁ ବ୍ଲକ ପ୍ରତିନିଧି ପ୍ରଶାନ୍ତ ବେହେରାଙ୍କ ରିପୋର୍ଟ।

ପୁରୁଣା କଟକ -ଧଳପୁର ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ପୁରୁଣା କଟକ -ଧଳପୁର ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ହରଭଙ୍ଗା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):17/11. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ -ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତି କରଣ କଂକ୍ରିଟ କାମ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପୁରୁଣା କଟକ ରଥ ସାହି ରାସ୍ତା ଯାଏ ପ୍ରଶସ୍ତି କରଣ ପାଇଁ କଂକ୍ରିଟ କାମ ଚାଲୁଅଛି। କିନ୍ତୁ ଉକ୍ତ କlମର ଠିକାଦାରଙ୍କ ମନମୁଖୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ରାସ୍ତା କାମ ଅତି ନିମ୍ନ ମାନର  ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଏହାର କିଛିଦିନ ପୂର୍ବରୁ କଂକ୍ରିଟ କାର୍ଯ୍ୟରେ ବ୍ୟବହାର ହେଉଥିବା, ଚିପ୍ସ, ବାଲି, ସିମେଣ୍ଟ ଇତ୍ୟାଦିର ପରିମାଣ  ଅନିୟମିତତା ହେବା ସହ ଠିକ ଭାବରେ ଭାଇବ୍ରେଟ ନ ହେବା ଓ କଂକ୍ରିଟ କାର୍ଯ୍ୟ ପରେ ପାଣି ନ ଦେବା ଯୋଗୁଁ ରାସ୍ତା କାର୍ଯ୍ୟର 24ଘଣ୍ଟା ନପୂରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ଦେଖାଯାଉଛି।ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା ସହ ବିଭାଗୀୟ ଯନ୍ତ୍ରୀ ଙ୍କୁ ରାସ୍ତା ଅବରୋଧ ପାଇଁ ଚେତାବନୀ ଦେଇଥିଲେ। ଘଟଣାକୁ ନେଇ ଗୁରୁବାର ଦିନ ବିଭାଗୀୟ ଯନ୍ତ୍ରୀ ରାସ୍ତାର କାର୍ଯ୍ୟ ତଦାରଖ କରିବାସହ ଠିକାଦାର ଙ୍କୁ ନିମ୍ନ ମାନର କାର୍ଯ୍ୟ ହୋଇଥିବା ସ୍ଥାନକୁ ପୁନଃ କାର୍ଯ୍ୟ କରି...

ବିକାଶ ଠାରୁ ବହୁ ଦୂରରେ ଲମତାପୁଟ, ଶିକ୍ଷା ଏବଂ ପାନୀୟ ଜଳ ଏକ ଅଭିଶାପ !

Image
ବିକାଶ ଠାରୁ ବହୁ ଦୂରରେ ଲମତାପୁଟ, ଶିକ୍ଷା ଏବଂ ପାନୀୟ ଜଳ ଏକ ଅଭିଶାପ ! କୋରାପୁଟ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଗାଆଁ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୁଏ କିନ୍ତୁ ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକେନଫୁଟ ଗ୍ରାମ ପଞ୍ଚାୟତରେ ବିକାଶ ସୂର୍ଯ୍ୟ ଙ୍କୁ ପରାଗ ଗ୍ରାସ କରିଛି। ଖଡାପୁଟ ଗ୍ରାମ ର ଗ୍ରାମବାସି ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମେତ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହିଛନ୍ତି। ଏହି ଗାଆଁଟି ଚିକେନ ଫୁଟ ରୁ ୨୦କି.ମ.ଦୂରରେ ଅବସ୍ଥିତ। ଗ୍ରାମ ରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଗ୍ରାମବାସିଙ୍କ ଜୀବନ ଜୀବିକା କହିଲେ ଚାଷ ତାହା ପୁଣି ବଣ ଜଙ୍ଗଲରେ ପୋଡୁ ଚାଷ। ଗ୍ରାମର ଓ୍ବାର୍ଡ ମେମ୍ବର ଧନର୍ଯୟ ଆଲାଙ୍ଗ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ  ଗାଆଁରେ ପିଇବା ପାଣି ର ଅସୁବିଧା ଗୋଟିଏ ସିନ୍ ଟେକ୍ସ ଅଛି ଖରା ଦିନେ ପାଣି ଶୁଖିଯାଏ ଚୁଆ ପାଣି ବ୍ୟବହାର କରନ୍ତି। ଗ୍ରାମ ରେ ୩୦ରୁ୩୫ ଜଣ  ଶିଶୁ ଥିଲେ ମଧ୍ୟ  ଅଙ୍ଗନବାଡ଼ି କର୍ମୀଙ୍କ ଦେଖାନାହିଁ ।୨/୩ ମାସକୁ ଥରେ ଆସି ଅଣ୍ଡା ଛତୁଆ ଦେଇ ପୁଣି ଉଭାନ ହୋଇଯାଆନ୍ତି। ରନ୍ଧାଖାଦ୍ୟ କଥା ନକହିବା ଭଲ। ସରକାରଙ୍କ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଏବଂ ରନ୍ଧାଯାଉଥିବା ଖାଦ୍ୟ ଆଜି ପର୍ଯ୍ୟନ୍ତ ଅପହଞ୍ଚ ଅଛି।  ଗାଁ ରେ ପ୍ରାଥମିକ ବିଦ୍ୟାଳୟ ...

ଭୈରବୀ ଡିଗ୍ରୀ କଲେଜରେ ଯୁବ ରେଡ଼କ୍ରସର ତାଲିମ ଶିବିର

ଭୈରବୀ ଡିଗ୍ରୀ କଲେଜରେ ଯୁବ ରେଡ଼କ୍ରସର ତାଲିମ ଶିବିର ହରଭଙ୍ଗା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଯୁବ ରେଡ଼କ୍ରସର ଏକ ଦିବସୀୟ  ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ , ସମ୍ମାନୀତ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପିକା ଡ଼ଲି ବେହେରା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲ, ଶିକ୍ଷା ବିଭାଗ ଅଧ୍ୟାପକ ଆଶିଷ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଅଧ୍ୟାପକ- ସୁରେଶ୍ଵର ଯୋଶୀ ଶିବିରର ଲକ୍ଷ୍ୟ, ଉଦ୍ଧେଶ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ସମାଜ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ, ଦାୟିତ୍ୱବୋଧ ଏବଂ ଶୃଙ୍ଖଳିତ ଜୀବନ ଜିଇଁବାର ଶୈଳୀ, ପ୍ରାଥମିକ ଚିକିତ୍ସା , ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା , ରକ୍ତଦାନ ଆଦି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା

ତେଜିଲା କ୍ରସର ବିରୋଧୀ ଆନ୍ଦୋଳନ,ପ୍ରଶାସନ ର ସବୁ ପ୍ରୟାସ ବିଫଳ।

ତେଜିଲା କ୍ରସର ବିରୋଧୀ ଆନ୍ଦୋଳନ,ପ୍ରଶାସନ ର ସବୁ ପ୍ରୟାସ ବିଫଳ। ଆନ୍ଦୋଳନ କୁ ବିଫଳ କରିବା ପାଇଁ ଆନ୍ଦୋଳନ କାରୀଙ୍କୁ ବହୁ ଆଳରେ ଭୟଭୀତ କରାଉଛି ପ୍ରଶାସନ ବୌଦ୍ଧ :(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ).ଗତ15ତାରିଖ ସିପିଆଇ ନେତା ଅବକାଶ ସାହୁ ଙ୍କୁ ଗିରଫ ପରେ କ୍ରସର ବିରୋଧୀ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମବାସୀ କ୍ରସର ହଟାଅ ଆନ୍ଦୋଳନ ଆଜି 17ଦିନରେ ପହଂଚି ରାଜ୍ୟରେ ଚହଳ ପକାଇଛି । ଘଟଣା ସ୍ଥଳରେ ଉତ୍ତେଜନା । ପ୍ରଶାସନ ଓ ଗ୍ରାମବାସୀ ଆଲୋଚନା ବିଫଳ । ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇ ଥିବାବେଳେ ଆନ୍ଦୋଳନ କାରୀଙ୍କ ପ୍ରତିକ୍ରିୟା ଗତକାଲି ରାତ୍ରିରେ ପୋଲିସ ପ୍ରଶାସନ ଆନ୍ଦୋଳନ କାରୀଙ୍କୁ ବହୁ ମତ ନେଇ ଭୟଭୀତ କରାଉଥିବାର ମତ ରଖିଛନ୍ତି!ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମର କ୍ରସରକୁ ଵିରୋଧ କରି ଶତାଧିକ ଗ୍ରାମବାସୀ, ସ୍କୁଲ ଛାତ୍ର ଛାତ୍ରୀ 17ଦିନ ହେଲା ସ୍କୁଲ ବନ୍ଦ କରି ସ୍ଥାନୀୟ ସିପିଆଇ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ଚଳିତ ମାସ ୧ ତାରିଖ ରୁ 17ରିଖ ପର୍ଯ୍ୟନ୍ତ ଧାରଣା ଦେଇ ଆସୁଛନ୍ତି।ଏଠାରେ ହିଂ ପୂଜା ପର୍ବ ପର୍ବାଣି ଏବଂ, ସୁଦଶା ବ୍ରତ, ଆଜି ମାଣ ବସା ଗୁରୁବାର ମଧ୍ୟ କରାଯାଇଛି।  ତେବେ ଆନ୍ଦୋଳନ ସ୍ଥଳରେ  ଏସ୍ଡିପିଓ ଙ୍କ ସମେତ ୪ ଜଣ ଇନ୍ସପେକ୍ଟର ଓ  ୩ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି।ଆଜି ଜିଲ୍ଲା ଶିକ୍...

୫୭ତମ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି

Image
୫୭ତମ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ବୌଦ୍ଧ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):୫୭ତମ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ  ଜେ. ଡି. ହାଇସ୍କୁଲ ପରିସରରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ  ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଜୁନିଅର ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଆର୍ଯ୍ୟ ନାରାୟଣ ଦେଓ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ -ପ୍ରଥମ, ମନୀଷା ରାଣୀ ପୁରୋହିତ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ -ଦ୍ଵିତୀୟ, ଆରଚି  ଚିନ୍ମୟୀ ପ୍ରଧାନ, ସେଣ୍ଟ ଜାଭିୟର ସ୍କୁଲ -ତୃତୀୟ,  ଜୁନିୟର ସ୍ତରୀୟ ଇଂରାଜୀ ବକ୍ତୃତା ରେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରୟାସ ପ୍ରତୀକ ପାଣିଗ୍ରାହୀ -ପ୍ରଥମ, ସଂତୃପ୍ତି  ସାହୁ -ଦ୍ଵିତୀୟ, ସଂଜିତା  ସାହୁ -ତୃତୀୟ  ଏବଂ ସିନିୟର ସ୍ତରୀୟ (ମହାବିଦ୍ୟାଳୟ )ବକ୍ତୃତା ପ୍ରତିଯୋଗିତା ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଏଲ. ରାହୁଲ ରାଓ -ପ୍ରଥମ, ବର୍ଷାରାଣୀ  ମେହେର  -ଦ୍ଵିତୀୟ, ଶ୍ରଦ୍ଧାଞ୍ଜଳି ସାହୁ -ତୃତୀୟ  ସ୍ଥାନ ଅଧିକାର କରିଥିଲେ l ୫୭ତମ   ଜାତୀୟ ପ୍ରେସ୍ ଦିବସ  ଅବସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ...

୫୭ତମ ଜାତୀୟ ପ୍ରେସ୍ ଦିବସ ପାଳିତ ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ (ନୟାଗଡ଼) ଠାରେ ପାଳିତ ହୋଇଛି।

Image
୫୭ତମ ଜାତୀୟ ପ୍ରେସ୍ ଦିବସ ପାଳିତ ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ (ନୟାଗଡ଼) ଠାରେ ପାଳିତ ହୋଇଛି।           ଗଣିଆ/ନୟାଗଡ଼:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ଜିଲ୍ଲାର ଗଣିଆ ବ୍ଲକରେ  ନଭେମ୍ବର ୧୬ ତାରିଖ ଦିନ ୫୭ତମ ଜାତୀୟ ପ୍ରେସ୍ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ବାରା ଗଠିତ "ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ" ତରଫରୁ ଜାତୀୟ ପ୍ରେସ୍ ଦିବସ ବୁଧ ବାର ଦିନ ଗଣିଆ ସ୍ଥିତ ରାମଚନ୍ଦ୍ର ସାମନ୍ତ ମହା ବିଦ୍ୟାଳୟ ରେ ପାଳିତ ହୋଇଛି। ସଂଘ ତରଫରୁ ଗଣିଆ ଶ୍ରୀ ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଗଣିଆ ବଜାରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରିବା ପରେ ଗଣିଆ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପରେ ଗଣିଆ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧୁସୂଦନ ଦାସଙ୍କ ସହଯୋଗରେ, କର୍ମଚାରୀ ଓ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ମେଡିକାଲ ପରିସର ସଫା କରିବା ସହିତ ସ୍ଵଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପରିସରରେ     ଆୟୋଜିତ ସଭାରେ ଆଞ୍ଚଳିକ ସଂଘର ସଭାପତି ଅଖିଳବିହାରୀ ପାଣିଗ୍ରାହୀଙ୍କ  ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧକ୍ଷା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବାବେଳେ...

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Image
ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ  ଲଙ୍ଗଳେଶ୍ଵର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 16/11/22  ନଭେମ୍ବର 16 ତାରିଖ କୁ ଜାତୀୟ ପ୍ରେସ ଦିବସ ଭାବରେ ସାରା ଦେଶରେ ବିଭିନ୍ନ ମିଡିଆ ହାଉସ୍ ପାଳନ କରୁଥିବା ବେଳେ ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ପ୍ରେସ ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଲଙ୍ଗଳେଶ୍ଵରରେ ପ୍ରେସ ଦିବସ ପାଳିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୁବ ବ୍ୟବସାୟୀ ସବ୍ୟସାଚୀ ସାମଲ୍ କେକ୍ କାଟି ପ୍ରେସ ଦିବସର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ମିଡିଆ ହାଉସ୍ ର ସଦସ୍ୟ ମାନେ ଗଣମାଧ୍ୟମର ସୃଷ୍ଟି ର କାରଣ ଓ ସାଂପ୍ରତିକ ଗଣମାଧ୍ୟମର ସ୍ଥିତି ବାବଦରେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ବାସ୍ତବରେ ଗଣମାଧ୍ୟମ ଆଜି ଦିଗହରା ବୋଲି ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା। ତେବେ ମିଡିଆ ହାଉସ୍ ର ସମସ୍ତ ସଦସ୍ୟ ଏକତ୍ରିତ ହୋଇ କେକ୍ ଖାଇବା ସହ ପରଷ୍ପରକୁ ମିଠା ଖୁଆଇ ଏକତାର ପ୍ରମାଣ ଦେବା ସହ ଆଗାମୀ ଦିନରେ ଲଙ୍ଗଳେଶ୍ଵର ମିଡିଆ ହାଉସ୍ ବିଭିନ୍ନ ଦୃର୍ନୀତି ଖୋର ସରକାରୀ ଅଧିକାରୀ, ରାଜନେତା ତଥା ମାଫିଆ ମାନଙ୍କର ପୋଲ୍ ଖୋଲିବାର ସମସ୍ତ ସଦସ୍ୟ ଶପଥ ନେଇଥିଲେ। ତେବେ ଲଙ୍ଗଳେଶ୍ଵର ମିଡିଆ ହାଉସ୍ ସାଧାରଣ ଲୋକଙ୍କ ସ୍ବର ହେବାକୁ ବଦ୍ଧ ପରିକର ବୋଲି ସବୁ ସଦସ୍ୟ ସ୍ବୀକାର କରିବା ସହ ଆଗାମୀ ଦିନରେ ମିଡିଆ ହାଉସ୍ କୁ ଅଧିକ କ୍ରିୟାଶୀଳ କରିବାପାଇଁ ସମସ...

୫୭ତମ ଜାତୀୟ ପ୍ରେସ୍ ଦିବସ ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ (ନୟାଗଡ଼) ଠାରେ ଧୁମଧାମରେ ପାଳିତ ହୋଇଛି।

Image
୫୭ତମ ଜାତୀୟ ପ୍ରେସ୍ ଦିବସ  ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ (ନୟାଗଡ଼) ଠାରେ ଧୁମଧାମରେ ପାଳିତ ହୋଇଛି।       ରିପୋଟର: ମାନସ ରଞ୍ଜନ ଦାସ (ଗଣିଆ)          ଗଣିଆ/ନୟାଗଡ଼:-   ପ୍ରତିବର୍ଷ ନଭେମ୍ବର ୧୬ ତାରିଖ କୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଏ। ଏହି ପ୍ରତି ପକ୍ଷରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ବୁଧ ବାର ଦିନ ଗଣିଆ ସ୍ଥିତ ରାମଚନ୍ଦ୍ର ସାମନ୍ତ ମହା ବିଦ୍ୟାଳୟ ରେ ପାଳିତ ହୋଇଛି। ସଂଘ ତରଫରୁ ଗଣିଆ ଶ୍ରୀ ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଗଣିଆ ବଜାରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରିବା ପରେ ଗଣିଆ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପରେ ଗଣିଆ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧୁସୂଦନ ଦାସଙ୍କ ସହଯୋଗରେ, କର୍ମଚାରୀଙ୍କ ଓ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ମେଡିକାଲ ପରିଷଦ ସଫା କରିବା ସହିତ ସ୍ଵଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପରିସରରେ   ଆୟୋଜିତ ସଭାରେ ଆଞ୍ଚଳିକ ସଭାର ସଭାପତି ଅଖିଳବିହାରୀ ପାଣିଗ୍ରାହୀଙ୍କ  ସଭାପତିତ୍ବରେ ମୁକ୍ଷ ଅତିଥି ଭାବେ ବ୍ଲକ୍ ଅଧକ୍ଷା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଉପାଧକ୍ଷ , ଜ...