ପ୍ରାଣୀ ପାଳକଙ୍କ ଙ୍କୁ ନେଇ ସଚେତନତା ଶିବିର ଓ ସାଧାରଣ ବୈଠକ
ପ୍ରାଣୀ ପାଳକଙ୍କ ଙ୍କୁ ନେଇ ସଚେତନତା ଶିବିର ଓ ସାଧାରଣ ବୈଠକ ହରଭଙ୍ଗା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):31/12. ହରଭଙ୍ଗା ବ୍ଲକ ଲୁଣିବାହାଲ ସ୍ଥିତ ମହିଳା ଦୁଗ୍ଧ ସମବାୟ ସମିତି ଠାରେ ହରଭଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୁଷ୍ଟି ଙ୍କ ଅଧକ୍ଷତାରେ ଶନିବାର ଦିନ ପ୍ରାଣୀ ପାଳକଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି!ଏହିକାର୍ଯ୍ୟକ୍ରମ ରେ ଲୁଣିବାହାଲ ଗ୍ରାମ ସମେତ ଆଖ ପାଖ 10ଗୋଟି ଗ୍ରାମରୁ ପ୍ରାୟ 80ଜଣ ମହିଳା ଯୋଗ ଦେଇଥିଲେ!କାର୍ଯ୍ୟକ୍ରମ ରେ ପ୍ରlଣିପାଳକ ମାନେ ସମ୍ମୁଖୀନ କରିଥିବା ଅସୁବିଧା ର ବିସ୍ତୃତ ଆଲୋଚନା ଏବଂ ବ୍ଲକ ର ଚାରିଛକ ଠାରେ ଥିବା ପୁରାତନ କେନ୍ଦ୍ର କୁ 5000ଲିଟର ଦିଗ୍ଧ ଶୀତଳୀ କରଣ କେନ୍ଦ୍ର ରେ ନୂତନ ଭାବେ ପ୍ରତିଷ୍ଠା କରି ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା!ଏହି ବିଶେଷ କାର୍ଯ୍ୟକ୍ରମ ରେ ଡା. ପୃଷ୍ଟି ଙ୍କ ସହିତ କରଞ୍ଜକଟା ପ୍ରାଣିଧନ ନିରୀକ୍ଷକ ମନୋଜ କୁମାର ମହାପାତ୍ର, ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଉପସ୍ଥିତ ରହି ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଓ ସମାଧାନ ର ବାଟ ଚାଷୀଙ୍କୁ ଜଣାଇଥିଲେ!ବର୍ତମାନ ଗୋରୁ ଙ୍କ ଦେହରେ ଦେଖାଯାଉଥିବା ଚର୍ମ ବେଣ୍ଡି ରୋଗ ର ଉପଚାର ପାଇଁ ଟୀକା କରଣ ଏବଂ ଏହି ରୋଗରେ ଆକ୍ରାନ୍ତ ଥିବା ଗୋରୁ ଙ୍କୁ ଅଲଗା ରଖିବାପ...