Posts

Showing posts from February, 2023

ହରଭଙ୍ଗା ବ୍ଲକ ରେ ଇନ୍ଦିରା ଆବାସ କେଳେଙ୍କାରୀ,ଜରିପାଲ ତଳେ ନିରାଶ୍ରୟ ପରିବାର

Image
ହରଭଙ୍ଗା ବ୍ଲକ ରେ ଇନ୍ଦିରା ଆବାସ କେଳେଙ୍କାରୀ,ଜରିପାଲ ତଳେ ନିରାଶ୍ରୟ ପରିବାର ହରଭଙ୍ଗା :28/02(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ସାରା ରାଜ୍ୟରେ ଇନ୍ଦିରା ଆବାସ ଯୋଜନା ଘୋଟଲା କୁ ନେଇ ହଇଚଇ ହେଉଥିବା ବେଳେ!ହରଭଙ୍ଗା ବ୍ଲକ ରେ ଏହି ଆବାସ ଯୋଜନା କେଳେଙ୍କାରୀ ଚରମ ସୀମାରେ ପହଂଚିଛି!ଜରିପାଲ ତଳେ ପରିବାର ର ଛଅ ପ୍ରାଣୀ ଦିନ କାଟୁଥିବା ଆଜି ଦେଖିବାକୁ ମିଳିଛି!ସୂଚନା ମତେ ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗ୍ରାମର ସନ୍ତୋଷ ମେହେର (53)ଘର ଖଣ୍ଡେ ନ ଥିବାରୁ ଜାରିପାଲ ଛପର କରି ନିଜ 6ପ୍ରାଣୀ କୁଟୁମ୍ବ କୁ ନେଇ ବହୁ ଦୁଃଖ ରେ ଦିନ କାଟୁଛନ୍ତି!ଶ୍ରୀ ମେହେର ଙ୍କ 10ଡେସିମିଲ ଘର ବାରି ଜାଗାକୁ ଛାଡି ଆଉ କୋଣସି ସମ୍ପତି ନ ଥିବା ସହିତ ବହୁବlର ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁ ଗୁହାରି କରି ନିରାଶ ହୋଇଥିବା ଦର୍ଶାଇ ଛନ୍ତି!ଏପଟେ ସରକାର ଅଯୋଗ୍ୟ ହିତାଧିକାରୀ କୁ ଯୋଗ୍ୟ ତାଲିକାରେ ବିବେଚିତ କରି ଯୋଗ୍ୟ ହିତାଧିକାରୀ ଙ୍କୁ ଏଥିରୁ ବାଦ ଦେଇ ବାହା ବାହା ନେଉଥିବା କେତେ ଯଥାର୍ଥ ତାହା ସ୍ପଷ୍ଟ ଜଣାପଡୁଛି!

ଦଶରୁ ଉର୍ଦ୍ଧ୍ବ ଠେକୁଆ ମଲେଣି ନନ୍ଦନବନରେ ଅସହାୟ ବନବିଭାଗ।

Image
ଦଶରୁ ଉର୍ଦ୍ଧ୍ବ ଠେକୁଆ ମଲେଣି ନନ୍ଦନବନରେ ଅସହାୟ ବନବିଭାଗ। ହରଭଙ୍ଗା :28/02(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବୀରନରସିଂହପୁର ଠାରେ ଥିବା ନନ୍ଦନ ବନ ପରିସରରେ 11 ଗୋଟି ଠେକୁଆଙ୍କ ମ୍ରୁତ୍ୟୁ ହୋଇଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି l ଠେକୁଆଙ୍କ ସାମୂହିକ  ମ୍ରୁତ୍ୟୁ କିଭଳି ଓ କେମିତି ହେଲା ତାକୁ ନେଇ ପରିବେଶ ଓ ପ୍ରାଣୀ ପ୍ରେମୀ ମାନଂକ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି  l ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ନନ୍ଦନ ବନ ଇକୋ ପାର୍କର କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ରାତିରେ 11 ଗୋଟି ଠେକୁଆଙ୍କ ମ୍ରୁତ୍ୟୁ ଘଟଣାକୁ ବନ ବିଭାଗ କିଭଳି ଦୃଷ୍ଟିରେ ଦେଖୁଛି ତାହା ଏଥିରୁ ଜଣା ପଡୁଛି ଓ ଆଗାମୀ ଦିନରେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ଉପରେ ଆଙ୍ଗୁଠି ଉଠୁଛି | ଠେକୁଆଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବନ ବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି |

ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।

Image
ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ। ନୟାଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ଗଣିଆ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ପରିସରରେ ସୋମବାର ନୟାଗଡ଼ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ମୋଟ ୧୦୭ଟି ଅଭିଯୋଗର ଶୁଣାଣି କରିଥିଲେ । ତନ୍ମଧ୍ୟରୁ ୨୧ଗୋଟି ଅଭିଯୋଗର ତୁରନ୍ତ ଶୁଣାଣି କରି ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ସମାଧାନ କରିଥିଲେ । ଅଭିଯୋଗ ଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ୯୦ଟି , ଗ୍ରାମ୍ୟ ସମସ୍ୟା ୫ଟି ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମ୍ପର୍କିତ ୧୦ଜଣଙ୍କ ଅଭିଯୋଗ ରହିଥିଲା । ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ , ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ , ଜିଲ୍ଲା ଡେପୁଟି କଲେକ୍ଟର ସୁବ୍ରତ କୁମାର ସାମଲ , ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଅଲେଖ ଚନ୍ଦ୍ର ପହି , ନୟାଗଡ଼ ଏସିଏଫ୍ ଶ୍ଵେତୋଲିନା ସାହୁ , ବିଡିଓ ଖଗେଶ୍ୱର ପାତ୍ର , ତହସିଲଦାର କିଶୋର କୁମାର ପଣ୍ଡା        ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧୂମାନେ ଉପସ୍ଥିତ ଥିଲେ । ଛାମୁଣ୍ଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅନ୍ତର୍ଭୁକ୍ତ ହେବାପରେ ବି ପାନୀୟ ଜଳ ସମସ୍ୟା ଲାଗିରହିଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗଣିଆ ଅ...

ସରକାରୀ ବାବୁମାନଙ୍କ ରାଜଧାନୀ କ୍ବାଟର ନଛାଡିବା ମୋହ,ବାକିଆ ପଡ଼ିଛି ଲକ୍ଷାଧିକ ଟଙ୍କା।

Image
ଭୁବନେଶ୍ୱର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାସ ଉପଯୋଗୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି। ତେବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିବା ପୋଲିସ ବାବୁମାନେ ଅନ୍ୟ ଜିଲାକୁ ବଦଳି ହେବା ପରେ ମଧ୍ୟ ଉକ୍ତ କ୍ୱାର୍ଟର୍ସ ଛାଡ଼ିବାକୁ ରାଜି ହେଉନଥିବା ପଛରେ କ'ଣ ସବୁ ମୂଖ୍ୟ ରହସ୍ୟ ରହିଛି ସେନେଇ ଏବେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମହଲରେ ଚର୍ଚ୍ଚା ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ବାବୁମାନେ ବିଭିନ୍ନ କାରଣ ଦର୍ଶାଇ ସେମାନେ ସେଠାରେ ଦୀର୍ଘଦିନ ଧରି ରହୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ଭୁବନେଶ୍ୱର-କଟକରେ କାର୍ଯ୍ୟ କରି କେବିକେ ଜିଲ୍ଲା ଅର୍ଥାତ୍‌ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟକୁ ବଦଳି ହେବା ପରେ ଆବଶ୍ୟକ କାରଣ ଦର୍ଶାଇ ଉକ୍ତ କ୍ୱାର୍ଟର୍ସକୁ ପୋଲିସ କର୍ମଚାରୀମାନେ ରଖିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ହେଲେ ଯେଉଁମାନେ ଅନ୍ୟ ଜିଲାକୁ ବଦଳି ହେଉଛନ୍ତି, ସେମାନେ କାରଣ ଦର୍ଶାଇ ଉକ୍ତ କାର୍ଟର୍ସକୁ କିଛିବର୍ଷ ରଖିପାରିବାର ନିୟମ ରହିଥିଲେ ମଧ୍ୟ ଭଡ଼ା ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ତେବେ ଅଧିକାଂଶ ପୋଲିସ କର୍ମଚାରୀ ଅନ୍ୟ ଜିଲ୍ଲାକୁ ବଦଳି ହେଉଥିଲେ ମଧ୍ୟ ଏପରି ଭାବେ ଉକ୍ତ ସରକାରୀ କ୍ୱାର୍ଟର୍ସକୁ ଛାଡ଼ୁ ନ ଥିବା ଦେଖାଯାଉଛି। ଏପରିକି ଭଡ଼ା ଓ ଅନ...

ମହିମା ଆଶ୍ରମ ପରିଦର୍ଶନ କଲେ ଜିଲ୍ଲା ବୌଦ୍ଧ ଜିଲ୍ଲାପାଳ

Image
ମହିମା ଆଶ୍ରମ ପରିଦର୍ଶନ କଲେ ଜିଲ୍ଲା ବୌଦ୍ଧ ଜିଲ୍ଲାପାଳ ବୌଦ୍ଧ- ୨୬/୦୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢ଼ିଗାଁ ପଂଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଳ ମହିମା ପିଠ ଅବସ୍ଥିତ I କିମ୍ବଦନ୍ତୀ କହେ ମହିମା ଧର୍ମର ମୁଖ୍ୟ ମହିମା ଗୋସାଇଁ ପ୍ରଥମ ଶିଷ୍ୟ ଭାବେ ବଲାସିଙ୍ଗା ଗ୍ରାମର ଗୋବିନ୍ଦ ବାବା ଓ ମହିମା ଧର୍ମର ପ୍ରଚାରକ ଭୀମ ଭୋଇ ଙ୍କୁ  ଜ୍ଞାନ ଦେଇଥିଲେ I ଉକ୍ତ ମହୁଲ ମୂଳରେ ହିଁ ଜ୍ଞାନ ପ୍ରଦାନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି I ଏହି ପିଠ ଟି ଅତି ପୁରାତନ ହେଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଠିକ୍ ଭାବେ ପଡ଼ିପାରି ନଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ I ଆଜି ମଧ୍ୟାହ୍ନ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ତହସିଲଦାର ଦେବି ପ୍ରସାଦ ଦାଶ, ବୌଦ୍ଧ ନଗରପାଲ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ମହିମା ଆଶ୍ରମ ର ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ ଓ ସାଧୁ ମଦନ ଦାସ ଙ୍କ ସହିତ ଆଲୋଚନା କରିଥିଲେ I ଆଲୋଚନାରେ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସରକାରୀ ସ୍ତରରେ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ I

ଧର୍ମାନ୍ତରୀକରଣ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ତଦନ୍ତ, ବୁଝାମଣାର ସମ୍ପୃକ୍ତି ନେଇ ସନ୍ଦେହ ଘନିଭୂତ!!

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ଆୟୂର୍ବେଦ ଗବେଷଣା ଅନୁଷ୍ଠାନ, ଭରତପୁର ଚିକିତ୍ସାଳୟ ଭିତରେ ରୋଗୀଙ୍କ ଅଭିଯୋଗ ଅନୁଯାୟୀ ସାମ୍ନାକୁ ଆସିଥିଲା ଧର୍ମାନ୍ତରୀକରଣ ଭଳି ସାଙ୍ଘାତିକ ଅଭିଯୋଗ। ମିଳିଥିବା ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ଆମ ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଖବର ପ୍ରସାରଣ ଦୀର୍ଘ ମାସ ପରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ନିଦ୍ରା ଭଙ୍ଗ ହେବାରୁ ଏକ ଅନୁଧ୍ୟାନକାରୀ ଦଳ ଭୁବନେଶ୍ୱର ପଠାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସୂଚନା ଥାଉକି ଏମିତିକି ଖବର ପ୍ରକାଶ କରିଥିବା ସଂସ୍ଥା ତଥା ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ସମ୍ପାଦକଙ୍କ ସହିତ ଯୋଗାଯୋଗ କରିବାକୁ ପଛାଇଲେ ନାହିଁ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ଜଣେ ଜଣାଶୁଣା ତଦନ୍ତକାରୀ ଅଧିକାରୀ ରମେଶ ଶର୍ମା ସମ୍ପାଦକଙ୍କ ସହିତ ଯୋଗାଯୋଗ କରିବା ସହିତ ଯେଉଁ ସବୁ ତଥ୍ୟ ଆଧାରରେ ଖବର ପ୍ରକାଶ ପାଇଥିଲା ସେସବୁ ତଥ୍ୟ ନକଲ ପାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ଖବରକାଗଜ ପକ୍ଷରୁ ଅଧିକାରୀଙ୍କ ଅନୁରୋଧ କ୍ରମେ ଅଭିଯୋକାରୀଙ୍କ  ବାର୍ତ୍ତାଳାପ ରେକର୍ଡ ବ୍ୟତୀତ କେବଳ ଦସ୍ତଖତ ଥିବା ଦରଖାସ୍ତ ଆୟୁଷ ମନ୍ତ୍ରଣାଳୟର ସର୍ବୋଚ୍ଚ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟଙ୍କ ଇ-ମେଲ ଯୋଗେ ପଠାଯାଇଥିଲା। କିନ୍ତୁ ଅଧିକାରୀ ଭୁବନେଶ...

10ଦିନ ହେଲା ବି ଏସ ଏନ ଏଲ. ନେଟୱlର୍କ ସେବାରୁ ବଞ୍ଚିତ ଚାରି ଗୋଟି ପଂଚାୟତ ବାସି

Image
10ଦିନ ହେଲା ବି ଏସ ଏନ ଏଲ. ନେଟୱlର୍କ ସେବାରୁ ବଞ୍ଚିତ ଚାରି ଗୋଟି ପଂଚାୟତ ବାସି ହରଭଙ୍ଗା :25/02(ବ୍ରାହ୍ମ ମୁହୂର୍ତ୍ତ) ବୌଦ୍ଧ ଜିଲ୍ଲା ଉପାନ୍ତ ଅଂଚଳ ହରଭଙ୍ଗା ବ୍ଲକ ରେ 10ଦିନ ହେଲା ବି ଏସ ଏନ ଏଲ ନେଟୱlର୍କ ସେବାରୁ ବଞ୍ଚିତ ହୋଇଛନ୍ତି ଚାରି ଗୋଟି ପଂଚାୟତ ବାସି!ସୂଚନା ମତେ ହରଭଙ୍ଗା ଉପାନ୍ତ ଅଂଚଳ ଛତ୍ରଙ୍ଗ ଛକ ଠାରେ  ବି ଏସ ଏନ ଏଲ ନେଟୱlର୍କ ବସିଥିବା ବେକେ ଏହି ନେଟୱlର୍କ ରୁ ଛତ୍ରଙ୍ଗ, ହରଭଙ୍ଗା,ସଂକୁଲୋଇ ଓ କୁସଙ୍ଗ ପଂଚାୟତ କୁ ସେବା ପାଇ ଆସୁଥିଲେ !କିନ୍ତୁ ଆଜକୁ 10ଦିନ ହେଲା ଏହି ନେଟୱlର୍କ ଟି ଅଚଳ ଅବସ୍ଥା ରେ ପଡି ରହିଥିବା ରୁ ପିଲାଙ୍କ ପାଠପଢା, ବ୍ୟବସାୟ, ଓ ଗୁରୁତ୍ୱ ପୂର୍ଣ୍ଣ ସେବାରୁ ଏବେ ବଞ୍ଚିତ ଅଛନ୍ତି ଏହି ଚାରି ପଂଚାୟତ ବାସିନ୍ଦା ମାନେ!ଏହି ନେଟୱlର୍କ କୁ ଖୁବ ଶୀଘ୍ର ଚଳାଚଳ ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କ ଦାବି ହୋଇଛି।

ବୌଦ୍ଧ ଜିଲ୍ଲାରେ ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷର ପ୍ରଥମ ମାଣ୍ଡିଆ କିଣିଲେ ଚାଷୀଙ୍କ ଠାରୁ।

Image
୨୪.୨.୨୦୨୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ବୌଦ୍ଧ ଜିଲ୍ଲାର କଣ୍ଟାମାଲ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଭାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି।  ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି। ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଶ୍ରୀ ଉମାକାନ୍ତ ବଳିଆରସିଂ ଉଦଘାଟନ କରିଥିଲେ। ଜିଲ୍ଲାରେ ସମୁଦାୟ ୫୧୭ ହେକ୍ଟର ରେ ମାଣ୍ଡିଆ ଚାଷ କରାଯାଇଛି । ସରକାରୀ ନ୍ୟୁନତମ ସହଯୋଗୀ ଦର କୁଇଣ୍ଟାଲ ପ୍ରତି ୩୫୭୮ ମୂଲ୍ୟ ଦରରେ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସରକାର ତିଡିସିସି ମାଧ୍ୟମରେ କ୍ରୟକରିବେ ଓ ମଣ୍ଡିଆ ମଣ୍ଡି ଆୟୋଜନ ରେ ବିଭାଗୀୟ ସହଯୋଗୀଭାବରେ ଜିଲ୍ଲା ନିୟନ୍ତ୍ରିତ ବଜାର ସମିତି, ଜିଲ୍ଲାସମବୟ ସମିତି, ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ, ପଞ୍ଚାୟତ ଅଧିକାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲିବୌଦ୍ଧ ଜିଲ୍ଲା ମିଳେଟ୍ସ କ୍ଷୁଦ୍ରଶସ୍ୟ ମିଶନ ର ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ ସୂଚିତ କରିଥିଲେ। ଚଳିତ ରବି ଋତୁରେ ୧୫୦ ହେକ୍ଟର୍ ଓ ଆସନ୍ତା ଖରିଫ ଋତୁରେ ୧୫୦୦ ହେକ୍ଟର୍ ମଣ୍ଡିଆ ଚାଷ ସମଗ୍ର ଜିଲ୍ଲାରେ କରାଯିବ, ଏହା କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ଅୟର ସ୍ରୋତ ହେବ।

ଆକ୍ସନ ମୁଡ଼ରେ ରାୟଗଡ଼ା ଅବକାରୀ ବିଭାଗ

Image
ଆକ୍ସନ ମୁଡ଼ରେ ରାୟଗଡ଼ା ଅବକାରୀ ବିଭାଗ  ମାଧବ ବିଡିକାଙ୍କ ରିପୋର୍ଟ- ରାୟଗଡା:-ତା: ୨୪/୦୨/୨୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ରାୟଗଡା ଜିଲ୍ଲା ଅବକାରୀ  ବିଭାଗ ପକ୍ଷରୁ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ  ଅବକାରୀ ବିଭାଗ , ରାୟଗଡ଼ା ଶେଷଖାଲ ଆରକ୍ଷୀ ବିଭାଗ ଙ୍କ ସହାୟତା ରେ ଏକ ମିଳିତ ଚଢ଼ାଉରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ରେ ଥିବା ଗ୍ରାମ ସାନ ସାନ୍ଦୁବାଡି ଏବଂ ଶୀକାବାଡି ରେ କରାଯାଇଥିଲା l ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ  ଶ୍ରୀ ଅଭିରାମ ବେହେରା ଙ୍କ ନେତୃତ୍ବ ରେ ହଇଥିବା ଏହି ଅତର୍କିତ ଚଢ଼ାଉ ରେ ଓଡିଶା ଅବକାରୀ ବିଭାଗ ର ୬୫ ଅଧିକାରୀ , ଆନ୍ଧ୍ର ଅବକାରୀ ବିଭାଗ ର ୩୯ ଅଧିକାରୀ ଏବଂ ଶେଷଖାଲ ଥାନା ଆରୋକ୍ଷୀ ବିଭାଗ ପକ୍ଷରୁ  ୧୦ ଜଣ ଭାଗ ନେଇଥିଲେ l ସକାଳେ ୬ ଘଣ୍ଟା ସମୟ ରେ ବିଭାଗୀୟ ଅଧିକାରୀ ମାନେ ନିଜ ଦଳ  କୁ ନେଇ ଶେଷଖାଲ ଥାନା ପରିଶର ରେ ଏକଜୁଟ ହେଇଥିଲେ l ଜିଲ୍ଲା ଅବକାରୀ ଅଧିକାରୀ ଏବଂ ଆନ୍ଧ୍ରପ୍ରଦେଶ ଅବକାରୀ ଅଧିକାରୀ ଯୋଜନା କୁ କିଭଳି ସଫଳ ରୂପେ କାର୍ଯ୍ୟକାରୀ କରାଯିବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଅଧିକାରୀ ଙ୍କୁ ୩ ଟି ଅଲଗା ଦଳ ରେ ଭାଗ କରି ଥିଲେ l ସାନ ସାନ୍ଦୁବାଡି ଓ ଶୀକାବାଡି ଅଞ୍ଚଳ ରୁ ବେଆଇନ ଦେଶୀ ମଦ କାରବାର ର ସମସ୍ୟା ବାରମ୍ବାର ସାମ୍ନା କୁ ଆସୁଥିବା ଯୋଗୁଁ ଏହି ଚଢ଼ାଉ ରେ ସମସ୍ତ ସନ୍ଦିଗ୍ଧପୁର୍ଣ ଘର ର ତଲାସ କ...

ଯାଜପୁର ଜିଲ୍ଲା ପ୍ରଥମ କ୍ଷୁଦ୍ର ନିଯୁକ୍ତି ମେଳା ୨୦୨୨-୨୩ ଅନୁଷ୍ଠିତ

Image
ଯାଜପୁର ଜିଲ୍ଲା ପ୍ରଥମ କ୍ଷୁଦ୍ର ନିଯୁକ୍ତି ମେଳା  ୨୦୨୨-୨୩ ଅନୁଷ୍ଠିତ  ଯାଜପୁର; ୨୩/୦୨ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ ) : ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ , ଓଡ଼ିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ , ଯାଜପୁର ଏବଂ ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ ଯାଜପୁରର ମିଳିତ ଆନୁକୁଲ୍ୟରେ ଯାଜପୁର ଜିଲ୍ଲାରେ ପ୍ରଥମ ନିଯୁକ୍ତି ମେଳା ୨୩.୦୨.୨୦୨୩ ରିଖ ଦିବା ୯.୦୦ ଘଟିକା ସମୟ ରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବାରୁଆଁ , ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଶୋକ କୁମାର ବେହୁରିଆ ଓ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ , ଯାଜପୁର – ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସବିତାରାଣୀ ସାହୁ  ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଯାଜପୁର – ଅଧକ୍ଷ୍ୟା ,ଶ୍ରୀ ସୁବାଷ ଚନ୍ଦ୍ର ବେହେରା , ଜିଲ୍ଲା ନିଯୋଜନ ଅଧିକାରୀ  ଯାଜପୁର – ସଂଗଠକ  ରୂପେ ଯୋଗ ଦେଇଥିଲେ । ଏହି ନିଯୁକ୍ତି ମେଳା ରେ ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରତିଷ୍ଠିତ ୨୧ ଟି ବେସରକାରୀ ସଂସ୍ଥା ର ନିଯୁକ୍ତିଦାତା ମାନେ ଯୋଗଦାନ କରିଥିଲେ  ଏବଂ ୫ ଟି ଦକ୍ଷତା ତାଲିମ ପ୍ରଦାନ ଏବଂ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମାନେ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଲାର ପ୍ରାୟ  ୫୬୨ ଜଣ  ନିଯୁକ୍ତି ଆଶାୟୀ ଯୁବକ ଏବଂ ଯୁବତୀ ଏହି ନିଯୁକ୍ତି ମେଳା ଅଂଶ ଗ୍ରହଣ କରି...

ପୋଲସରା ଓକିଲ ସଂଘ ପକ୍ଷରୁ ବାର୍ଷିକ ନିର୍ବାଚନୀ ପ୍ରକିୟା ଶେଷ ହୋଇଛି।

Image
ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ଆଜି ପୋଲସରା କୋର୍ଟ ପରିସରରେ ଗଞ୍ଜାମ ଜିଲ୍ଲାର  ପୋଲସରା ଓକିଲ ସଂଘ ପକ୍ଷରୁ  ବାର୍ଷିକ ନିର୍ବାଚନୀ ବୈଠକ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ସୁଶାନ୍ତ କୁମାର ସାହୁଙ୍କୁ ପୁନର୍ବାର ତୃତୀୟ ଥର ପାଇଁ ସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ କବିରାଜ ଦାସ, ଉପସଭାପତି ଭାବେ ବଳରାମ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଶାନ୍ତ ଆଚ।ରି ଓ କୋଷାଧ୍ୟକ୍ଷ ଭାବେ ପ୍ରହଲ୍ଲାଦ ବିଷୋୟୀ ଙ୍କୁ ମନୋନୀତ କରାଯାଇଛି। ଆଇନଜୀବୀ ଶରତ ଚନ୍ଦ୍ର ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ, ଉକ୍ତ ବୈଠକରେ ବରିଷ୍ଟ ଆଇନଜୀବୀ ଗୌରହରି ବିଷୋୟୀ, ଅଗସ୍ତି ବରାଡ, ପବିତ୍ର ନାୟକ, ରତ୍ନାକର ମହାନ୍ତି, ସିମଞ୍ଚଳ ହୋତା, ସୁନୀତା ପାଣିଗ୍ରାହୀ, ପ୍ରଶାନ୍ତ ସାହାଣୀ, ସୀତାକାନ୍ତ ମିଶ୍ର ସୁଜିତ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ରଜନୀ କାନ୍ତ ପ୍ରଧାନ, ଅନିଲ କୁମାର ମହାକୁଡ଼, ହରିହର ସାହୁ, କପିଳ ପୋଲାଇ ଓ ଅକ୍ଷୟ ଦାସ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁସାରେ ପୋଲସରା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଅଞ୍ଚଳର ବିକାଶ ପାଇଁ ନାନା ପ୍ରକାର ସାମାଜିକ କାର୍ଯକ୍ରମ ହାତକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଜନସାଧାରଣଙ୍କ ପ୍ରଶଂସାର ପା...

ବୌଦ୍ଧ ଜିଲ୍ଲା ରେ ସର୍ବ ପ୍ରଥମ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି

Image
ବୌଦ୍ଧ ଜିଲ୍ଲା ରେ ସର୍ବ ପ୍ରଥମ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି ବୌଦ୍ଧ :22/02. ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସ କୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲା ରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢ଼ାଇଛି!ଏହି ମାଦକ ଦ୍ରବ୍ୟ ରୁ ପ୍ରସ୍ତୁତ ହେଉଛି ସୁ ମଧୁର ଗୁଡ଼!ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍ ମଧ୍ୟ ଦିଆଯାଉଛି!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅଧିନସ୍ଥ ନାଏକ ପଡା ଠାରେ ଆରମ୍ଭ ହୋଇଛି ଏହି ତାଲିମ୍ ଶିବିର!ରାଜ୍ୟ ତାଳ ଗୁଡ଼ ସମବାୟ ସମିତି ଆନୁକୂଲ୍ୟରେ ରେ ଆରମ୍ଭ ହୋଇଛିଏହି ଖଜୁରୀ ଓ ତାଳ ରସ ରୁ ଗୁଡ଼ ପ୍ରସ୍ତୁତି ତାଲିମ୍ ଶିବିର!ଗତ କାଲି ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ତାଲିମ୍ ଶିବିର କୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର,ରାଜ୍ୟ ତାଳ ଗୁଡ଼ ସମବାୟ ସମିତିର ସଭାପତି, ସମ୍ପାଦକ ଓ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅତିଥି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ!ଶ୍ରୀ ସାହୁ ରାଜ୍ୟ ରେ ଗୁଡ଼ ର ପରିମାଣ ବୃଦ୍ଧି କରିବା ପାଇଁ ଆଖୁ ଚାଷ କ୍ରମଶଃ ଲୋପ ପାଇବାକୁ ବସିଥିବା ବେଳେ ତାଳ ଓ ଖଜୁରୀ ରୁ ପ୍ରସ୍ତୁତି ଏହି ଗୁଡ଼ ଚାହିଦା ମେଣ୍ଟାଈ ପାରିବ ବୋଲି ମତବ୍ୟକ୍ତ କରିଥିଲେ!ଏହି କାର୍ଯ୍ୟକ୍ରମ ପାଇଁ ଖଜୁରୀ ଓ ତାଳ ରସ ସଂଗ୍ରହ ...

କୂଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ

Image
କୂଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ  ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୨୧/୦୨ :  ହରଭଙ୍ଗା ବ୍ଲକ ଜିରାଡ଼ ଠାରେ କୂଲୁତା ସମାଜର ମୂଷାଡ଼ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି।   ଜିଲ୍ଲା ସଭାପତି ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାର୍ଷିକ ଅlୟବ୍ୟୟ ହୋଇଥିବା ବେଳେ ପୂର୍ବତନ କର୍ମକର୍ତା ତଥା ସଭାପତି କୈଳାସ ପ୍ରଧାନ ବିଦାୟୀ କାଳୀନ ଅଭିଭାଷଣ ପରେ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତି କ୍ରମେ ବିକ୍ରମ ପ୍ରଧାନ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଶୁଭ୍ରଜିତ ପ୍ରଧାନ, ସମ୍ପାଦକ ଭାବେ ବସନ୍ତ ପ୍ରଧାନ, ସହସମ୍ପାଦକ ଜୟଦେବ ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ପ୍ରଧାନ, ଉପଦେଷ୍ଟା ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ କୁଲୁତା ସମାଜ କିପରି ସୁଦୃଢ଼ ହେବା ସହ ସମାଜ ପାଇଁ ସର୍ବଦା ଉତ୍ସର୍ଗୀକୃତ ରହିବା ନେଇ କର୍ମ କର୍ତ୍ତା ମାନେ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ନିରାକାର ଭୋଇ, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ସାମିଲ ହୋଇଥିଲେ ।

ଏଲ ଏନ ଟି କମ୍ପାନୀ ରୁ ଚୋରି ଘଟଣା....5ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

Image
ଏଲ ଏନ ଟି କମ୍ପାନୀ ରୁ ଚୋରି ଘଟଣା.... 5ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 20/2ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଗତ ଶୁକ୍ରବାର ଦିନ ଏକ ବଡ଼ ଧରଣ ର  ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା l ଏନେଇ ସୋମବାର ଦିନ ପୁରୁଣା କଟକ ପୋଲିସ ପକ୍ଷରୁ 5ଜଣ ଅଭିଯୁକ୍ତ ଙ୍କ ନାମରେ 27/23 ଅଣ୍ଡର ସେକ୍ସନ 379/34 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗଙ୍କ ଅଧିକ ଚେର ଲମ୍ବିଥିବା ନେଇ ସନ୍ଦେହ ରେ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା ଜାରି ରହିଛି ଏବଂ ଏହି ଚୋରି ରାକେଟ ରେ ଆଉ କେଉଁମାନେ ସାମିଲ ଥିବା ବେଳେ କେତେ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ସେନେଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାପଡିଛି l ସୂଚନା ମତେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ଏଲ ଏଣ୍ଡ ଟି ନାମକ କମ୍ପାନୀ ମେଗାଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ କମ୍ପାନୀ ପକ୍ଷରୁ ବର୍ତମାନ ରାସ୍ତା କଡ଼ କୁ ଖୋଳି ମାଟି ଭିତରେ  ପାଇପ ବିଛା କାର୍ଯ୍ୟ ଜାରି ରହିଥିବା ବେଳେ lଏହାର ସୁଯୋଗ ନେଇ କିଛି ବାହାର ରାଜ୍ୟ ଚୋର ଗ୍ୟାଙ୍ଗ ରାସ୍ତା କଡ଼ ରେ ପଡିଥିବା କମ୍ପାନୀ ର ପାଇପ ଗୁଡିକ କାଟି ଚୋରି କରୁଥିବା ଜାଣି କୌଣସି ପକ୍ଷରୁ ପୋଲିସ ଖବର ରଖି  ଉକ୍ତ ଟ୍ରକ କ...

ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Image
ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କଣ୍ଟlମାଳ(ବ୍ରାହ୍ମ ମୁହୂର୍ତ୍ତ) ୨୦।୨। : କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, କଣ୍ଟାମାଳ ଶିଶୁ ବିକାଶ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଡ. କିଶୋର ପଟ୍ଟନାୟକ, ବୌଦ୍ଧ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଧେଶକ ପ୍ରଦୀପ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀ ସଚିନ କୁମାର ସାହୁ, ଯନ୍ତ୍ରୀ ରବିନ୍ଦ୍ର କୁମାର ଆଚାରୀ, କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଜିତ କୁମାର ସେଠିଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ...

ଓପିଏମ ହାଇସ୍କୁଲ 1981ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ--2023 ଅବସରରେ ଦିବଂଗତ ଗୁରୁ ଏବଂ ସହପାଠିଙ୍କୁ ମନେ ପକାଇଲେ l

Image
 ଓପିଏମ ହାଇସ୍କୁଲ 1981ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ--2023 ଅବସରରେ ଦିବଂଗତ ଗୁରୁ ଏବଂ ସହପାଠିଙ୍କୁ ମନେ ପକାଇଲେ l (ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ) ଝାରସୁଗୁଡା, ତା -20/02/2023,(ବ୍ରାହ୍ମ ମୁହୂର୍ତ୍ତ) ଝାରସୁଗୁଡା ଜ଼ିଲ୍ଲା, ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ (ଓପିଏମ)ବାଳକ ଓ ବାଳିକା,1981 ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଏମ. ସି.ଏଲ. ଜି. ଏମ. କାର୍ଯ୍ୟାଳୟ କଲୋନୀ ସ୍ଥିତ ରବୀନ୍ଦ୍ରଭବନ କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ୟାଚର 34 ଜଣ ସହପାଠୀ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଗୁରୁ ଏବଂ ସହପାଠୀ ଙ୍କ ସ୍ମୃତିରେ 2 ମିନଟ ସମୟ ପାଇଁ ନିରବ ପ୍ରାର୍ଥନା କରାଯିବା ସହିତ ଅମର ଆତ୍ମାର ସଦଗତି କାମନା ଏବଂ ସମ୍ପୃକ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା l ପରେ ଅନୁଷ୍ଠିତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ପରସ୍ପର ମଧ୍ୟରେ ଦୀର୍ଘ 11ବର୍ଷ ବାଲ୍ୟ ସମୟ ର ବନ୍ଧୁତ୍ୱ ସ୍ମୃତିକୁ ଭାବ ଆଦାନ ପ୍ରଦାନ ଜରିଆରେ ସାଉଣ୍ଟିଥିଲେ l ଶେଷରେ ଆଗାମୀ ବର୍ଷ ମାନଙ୍କରେ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳନ କରାଯିବାକୁ ସର୍ବସନମତି କ୍ରମେ ନିଷ୍ପତି ନିଆଯାଇଥିଲା କାର୍ଯ୍ୟକ୍ରମ ଟି ସହପାଠୀ ଉପଗୁପ୍ତ ମିଶ୍ର (ମାମୁଲି)ଙ୍କ ଆବାହକତ୍ବରେ ଖୁବ ସୁନ୍ଦର ଭାବେ ସମ୍ପୂର୍ଣ୍ଣ ହୋଇଥିବା ବେ...

ମାରଦା ମହୋତ୍ସବ ସମୟରେ ଚୋରି ବାଇକ ଜବତ , ଦୁଇ ଗିରଫ।

Image
ମାରଦା ମହୋତ୍ସବ ସମୟରେ ଚୋରି ବାଇକ ଜବତ , ଦୁଇ ଗିରଫ। ପୋଲସରା ୧୯/୦୨/୨୦୨୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିକାରୀ ସଫଳତା ହାସଲ କରିଛନ୍ତି। ମିଳିଥିବା ସୂଚନାନୁସାରେ ଗତ କିଛି ଦିନ ତଳେଗୋଟିଏ ବାଇକ୍ ଚୋରି ଘଟଣାରେ ଆଜି ପୋଲସରା ପୋଲିସ ଦୁଇଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକ୍ ଜବତ କରିଛି। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଦେଇଥିବା ସୂଚନା ମୁତାବକ ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମ ର ସୁଶାନ୍ତ କୁମାର ପୋଲେଇ ଚଳିତ ମାସ ୧୦ ତାରିଖ ଦିନ ଲୁଣିଘାଟି ପଡ଼ିଆ ରେ ଅନୁଷ୍ଠିତ ମାରଦା ମହୋତ୍ସବ ଦେଖିବାକୁ ଆସିଥିଲେ। ସୁଶାନ୍ତ ନିଜର ହିରୋ ହୋଣ୍ଡା ସ୍ପେଳଣ୍ଡର ପ୍ଳସ୍ ଓଆର୍ ୦୭ କେ ୫୯୭୧ ନମ୍ବର ନାଲି ବାଇକ୍ ଟିକୁ ନାୟାର ପେଟ୍ରୋଲ ପମ୍ପ ସମ୍ମୁଖ ରେ ରଖିଥିଲେ। ତେବେ ସୁଶାନ୍ତ ମହୋତ୍ସବ ଦେଖି ଫେରିବା ବେଳକୁ ତାଙ୍କ ର ବାଇକ୍ ଟି ନଥିଲା। ଫଳରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସି ସି ଟିଭି ଫୁଟେଜ କୁ ଯାଞ୍ଚ କରି ଚୋର କୁ ଚିହ୍ନଟ କରିପାରିଥିଲେ। ଆଜି ସମ୍ପୃକ୍ତ ବାଇକ୍ ଚୋର ଦୁଇ ଜଣ ଉକ୍ତ ବାଇକ୍ ଚଳାଇ ଯିବା ସମୟରେ ମାରଦା ମନ୍ଦିର ଛକ ଠାରେ ଏସ୍ ଆଇ ସୁସ୍ମିତା ପଣ୍ଡା ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ପୋଲସରା ଥା...

ପାଣି ପାଇପ ଚୋରି ଅଭିଯୋଗ ରେ ଅଭିଯୁକ୍ତ ଆସାମୀ ଥାନା ରେ ଅଟକ ଟ୍ରକ ଓ ଚୋରି ସାମଗ୍ରୀ ଜବତ।

Image
ପାଣି ପାଇପ ଚୋରି ଅଭିଯୋଗ ରେ ଅଭିଯୁକ୍ତ  ଆସାମୀ ଥାନା ରେ ଅଟକ ଟ୍ରକ ଓ ଚୋରି ସାମଗ୍ରୀ ଜବତ।  ହରଭଙ୍ଗା 17/02 ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଶୁକ୍ରବାର ଦିନ ଏକ 9ଜଣିଆ ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି l ସୂଚନା ମତେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ଏଲ ଏଣ୍ଡ ଟି ନାମକ କମ୍ପାନୀ ମେଗାଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ କମ୍ପାନୀ ପକ୍ଷରୁ ବର୍ତମାନ ରାସ୍ତା କଡ଼ କୁ ଖୋଳି ମାଟି ଭିତରେ  ପାଇପ ବିଛା କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ କିଛି ବାହାର ରାଜ୍ୟ ଚୋର ଗ୍ୟାଙ୍ଗ ରାସ୍ତା କଡ଼ ରେ ପଡିଥିବା କମ୍ପାନୀ ର ପାଇପ ଗୁଡିକ କାଟି ଚୋରି କରୁଥିବା ଜାଣି କୌଣସି ପକ୍ଷରୁ ପୋଲିସ ଖବର ରଖି  ଉକ୍ତ ଟ୍ରକ କୁ ଯାଞ୍ଚ କରିବା ସହ 9ଜଣ ଆସାମୀ କୁ ଅଟକ ରଖି ଥାନା କୁ ଆଣିପଚରାଉଚରା କରୁ ଥିବା ଜଣାପଡିଛି l ସୂଚନା ଥାଉକି ଏହା ପୂର୍ବରୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଚୋରି ହେଇଥିବା ନେଇ ଅଭିଯୋଗ ଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗ କୁ ଧରି ତଦନ୍ତ କଲାପରେ ପୂର୍ବରୁ ହୋଇଥିବା ଚୋରି ସମ୍ପର୍କିତ ସୂଚନା ଠାବ ହେବା ସହ ପୋଲିସ କୁ ଏକ ବଡ଼ ସଫଳତା ମିଳିପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l ଏନେଇ (ସିଜି 10 ବି ଏଚ 2844) ନାମକ ଟ୍ରକ ଜବତ ସହ 9ଆସ...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ରେ 87ତମ ଶିବ ଜୟନ୍ତୀ ସମାରୋହ ପାଳିତ

Image
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ରେ 87ତମ ଶିବ ଜୟନ୍ତୀ ସମାରୋହ ପାଳିତ ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 18/02/ ଆଜି ଶନିବାର  ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୁରୁଣାକଟକ ଶାଖା ରେ 87 ତମ ଶିବଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି | ଅନୁଷ୍ଠାନର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ହରଭଙ୍ଗା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ୱପ୍ନିତା ନାୟକ ଓ ପୁରୁଣାକଟକ ଗ୍ରାମପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠି ଅଂଶଗ୍ରହଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ରହ୍ମକୁମାରୀ ସଂଚାଳିକା ବି. କେ.ଟୁନି ଭଉଣୀ ଓ ସହ ସଂଚାଳିକା ବି. କେ. ସସ୍ମିତା ଭଉଣୀ ଙ୍କ କରକୋମଳରେ ଦୀପ ପ୍ରଜ୍ବଳନ କରାଯାଇଥିଲା | ବି. କେ. ଟୁନି ଭଉଣୀ ମନର ଶାନ୍ତି ଓ ଶିବରାତ୍ରି ର ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବ୍ରହ୍ମକୁମାର ଓ ବ୍ରାହ୍ମକୁମାରୀ ଭାଇଭଉଣୀ, ଯୋଗଦେଇଥିବା ବେଳେ ବି. କେ ପ୍ରଶାନ୍ତ ଓ ବି. କେ. ଜନାର୍ଦନ ସହଯୋଗ କରିଥିଲେ |

ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା ଉତ୍ସବ,ପୁଣି ସଭାପତି ହେଲେ ବିଭୁତି ଭୂଷଣ

Image
ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା ଉତ୍ସବ,ପୁଣି ସଭାପତି ହେଲେ ବିଭୁତି ଭୂଷଣ ଭୁବନେଶ୍ୱର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୧୬/୨/ ୨୩ : ମଜବୁତ ଗଣତନ୍ତ୍ର ପ୍ରତିଷ୍ଠା ଓ ସୁସ୍ଥ ସମାଜ ଗଠନ ପାଇଁ ସାଲିସବିହୀନ ସାମ୍ବାଦିକତା ଯେମିତି ଆହ୍ବାନପୂର୍ଣ୍ଣ, ସମସ୍ତ ଗଣମାଧ୍ୟମ ସବୁ ବର୍ଗର ପାଠକଙ୍କୁ ପ୍ରାଧାନ୍ୟ ଦେବା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଆଜି ‘ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା ଉତ୍ସବ ଓ ସାଧାରଣ ପରିଷଦ ବୈଠକରେ ଯୋଗଦେଇଥିବା ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।  କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ଅନୁସନ୍ଧାନମୂଳକ ସତ୍ୟ ଖବର ପ୍ରକାଶ କରିବା ସାମ୍ବାଦିକଙ୍କ ଧର୍ମ। ଏହି ଧର୍ମ ପାଳନ କରିବା ଓ ସାଲିସବିହୀନ ସାମ୍ବାଦିକତା କରିବା ସବୁବେଳେ ବଡ଼ ଆହ୍ବାନ। ଏଥିପାଇଁ ଗଣମାଧ୍ୟମ ଉପରେ ବିଭିନ୍ନ ଚାପ ସୃଷ୍ଟି ହୋଇଥାଏ। ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ଉ ଏହାର ସଦ୍ୟତମ ଉଦାହରଣ ବୋଲି ସେ କହିଥିଲେ। ତଥାପି ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମକୁ ଅଧିକ ସଶକ୍ତ ହେବା ସହ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ନିଚ୍ଛକ ସତ ଖବର ପ୍ରକାଶ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ସଂଘର ପ୍ରତିଷ୍ଠା ଉତ୍ସବ ଅବସରରେ ପୁନଃ ନିର୍ବାଚିତ ହୋଇଥିବା ସଭାପତି ବିଭୁତି ଭୂଷଣ କରଙ୍କ ଅଧ୍ୟକ୍ଷତା...

ବିସ୍ମୟ ବାଳକ କହୁଛନ୍ତି ଲୋକଙ୍କ ଭାଗ୍ୟ ଭବିଷ୍ୟତ କଥା, ଦୈନିକ ଶହଶହ ଲୋକଙ୍କ ଭିଡ଼।

Image
ବିସ୍ମୟ ବାଳକ କହୁଛନ୍ତି ଲୋକଙ୍କ ଭାଗ୍ୟ ଭବିଷ୍ୟତ କଥା, ଦୈନିକ ଶହଶହ ଲୋକଙ୍କ ଭିଡ଼। କଣ୍ଟlମାଳ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):14 / 01:- ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି ସୋସିଆଲ ମିଡିଆରେ ଭାଇରଲ ହେବାକୁ ବସିଛି  ଏବେ କୁନି ବାବା ସ୍ୱାଧୀନ। ଭିଡ଼ିଓ ଭାଇରଲ ପରେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ୱାଧିନ ରଣା । ସ୍ବାଧିନ ଏବେ ନବମ ଶ୍ରେଣୀରେ ଛାତ୍ର। ଗତ ୩୦ ତାରିଖରରେ ହଠାତ ଭାଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛନ୍ତି ସ୍ୱାଧିନ । ଏଣୁ ଏବେ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ସ୍ୱାଧିନ ନିଜ ଘର ବାରିପଟେ ଥିବା ଭୋଲେବାବାଙ୍କ ଠାରେ ପୂଜା କରୁଛନ୍ତି । ସପ୍ତାହର ଅନ୍ୟଦିନ ମାନଙ୍କରେ ସେ ପାଠ ପଢିବାକୁ ଯାଉଥିବାବେଳେ ସୋମବାର ଓ ଶୁକ୍ରବାର ସେ ସେଠାରେ ରହି ଲୋକଙ୍କ ହାତ ଦେଖି ସେମାନଙ୍କ ଭୁତ ଭବିଷ୍ୟତ ସମ୍ବନ୍ଧୀୟ ମରମବାଣୀ କହୁଛନ୍ତି । ଆଉ ଏସବୁ ପ୍ରଚାର ହେବାପରେ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ସେଠାରେ ଜମୁଛି ଲୋକଙ୍କ ଭିଡ଼ । ଛୋଟବେଳୁ ସ୍ୱାଧିନ ପୂଜା ପାଠ ଭଗବାନ ବିଶ୍ୱାସୀ ଥିଲେ ଏବେ ତାକୁ ଭଗବାନ ଅଶିର୍ବାଦକରିଥିବା ସ୍ୱାଧିନ ର ବାପା କହୁଛନ୍ତି । ଭଗବାନଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇଥିବା କ...

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ। ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶାସନକୁ ଚେତାବନୀ

Image
ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ। ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶାସନକୁ ଚେତାବନୀ  ଲଙ୍ଗଳେଶ୍ୱର 13/02(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ପ୍ରଶାସକ ଯଦି ଚିର ନିଦ୍ରାରେ ଶୋଇରୁହେ ଏବଂ ଭିତିରିଆ ମାଫିଆ ମାନଙ୍କ ସହିତ ସଂପର୍କ ରଖେ ତେବେ କଣ ସାଧାରଣ ଜନତା ନ୍ୟାୟ ପାଇବେ ନା ଦେଶର ପ୍ରାକୃତିକ ସମ୍ପଦ ସୁରକ୍ଷିତ ରହିବ !! ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭୀରାଇ ପଞ୍ଚାୟତର ଚାଉଳତି ଗ୍ରାମର ସମୁଦ୍ର କୁଳବର୍ତ୍ତି ଅଞ୍ଚଳରେ l ଘଟଣାରୁ ପ୍ରକାଶ ଚାଉଳତି ଗ୍ରାମଟି ବଙ୍ଗୋପସାଗର ଏବଂ ହସ୍କରା ନଦୀର ମୁହାଁଣ ନିକଟରେ ଅବସ୍ଥିତ l ସମୁଦ୍ର କୁଳବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏଠାରେ ଝାଉଁବଣ, ବାଲିର ପାହାଡ଼, ସାମୁଦ୍ରିକ ମାଛ, ବିଭିନ୍ନ ସାମୁଦ୍ରିକ ଜୀବ ଯଥା ଶାମୁକା, ଗେଣ୍ଡା, ନାଲି କଙ୍କଡା, କଇଁଛ ଆଦି ପ୍ରାକୃତିକ ସମ୍ପଦ ଭରପୁର ରହିଥାଏ l ମାତ୍ର ପ୍ରଶାସନିକ ଅବହେଳା ଏବଂ ସ୍ଥାନୀୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହି ପ୍ରାକୃତିକ ସମ୍ପଦ ଗୁଡିକ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି l     କାଠ ମାଫିଆ ମାନେ ଝାଉଁ ବଣରୁ ଝାଉଁ କାଟି ମନ ଇଛା ବିକ୍ରି କରୁଛନ୍ତି, ଠିକ୍ ସେହିପରି ପଶ୍ଚିମବଙ୍ଗ ବେପାରୀ ସହିତ ହାତ ମିଳାଇ ମାଫିଆ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳ ତାଡି ଜୀବିତ ଶାମୁକା, ଗେଣ୍ଡା ଏବଂ ବିଭିନ୍ନ ସା...

ହରଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ l

Image
ହରଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ l ବୌଦ୍ଧ ତା.13/02.(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତ ଏସ୍ ବି ଆଇ ଆର ସେ ଟି ଠାରେ  ହର ଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏଥିରେ ୩୫ ଜଣ ତାଲିମ ନେଉଥିବା ମିଶନ ଶକ୍ତି ର ଏମବିକେ ଓ ସିଆରପି ମାନଙ୍କୁ  ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହା ଭାରତ ସରକାରଙ୍କ ସହିତ ଅନୁବନ୍ଧିତ ବିଶ୍ଵ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ମାଧ୍ୟମରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁରହିଛି l ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଟ ଅଫ ଲିଭିଙ୍ଗ୍ ର ଟିଚର ଡ଼. ମମତା ମିଶ୍ର ଯୋଗଦେଇ ଶୁଭାରମ୍ଭ କରି ଉପସ୍ଥିତ ସମସ୍ତଙ୍କୁ ଯୋଗ, ଧ୍ୟାନ, ପ୍ରାଣାୟମ କରିବା ଦ୍ୱାରା କଣ ସବୁ ଲାଭ ହେଉଛି ବୁଝାଇଥିଲେ l ଧ୍ୟାନ କରିବା ଦ୍ଵାରା ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମ ବିଶ୍ବାସ, ଚିନ୍ତା ମୁକ୍ତ ଏବଂ ଆନନ୍ଦମୟ ଜୀବନ ଓ ସାଧାରଣ ମଣିଷ ଚାହୁଁ ଥିବା ଏକ ରୋଗ ମୁକ୍ତ ଶରୀର, ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ଅବସାଦ ରୁ ମୁକ୍ତି ମିଳିବ ବୋଲି କହିଥିଲେ l 25 ମିନିଟ ର ଧ୍ୟାନ କଲାପରେ ସମସ୍ତେ ଆନନ୍ଦ ଉପଲବ୍ଧି କରିଥିବା ପ୍ରକାଶ କରିଥିଲେ l ଜୀବନରେ ପ୍ରତ୍ୱେକ୍ ଦିନ ଅଭ୍ୟାସ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଆସନ୍ତା ଦି...

ଫେବୃଆରୀ-୧୪ କୁ ଗୋମାତା ଆଲିଙ୍ଗନ ଦିବସ ନିଷ୍ପତ୍ତି ସ୍ୱାଗତଯୋଗ୍ୟ - ଭିଏଚପି

Image
ଫେବୃଆରୀ-୧୪ କୁ ଗୋମାତା ଆଲିଙ୍ଗନ ଦିବସ ନିଷ୍ପତ୍ତି ସ୍ୱାଗତଯୋଗ୍ୟ - ଭିଏଚପି ସୁନ୍ଦରଗଡ଼(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - ଆସନ୍ତା ଫେବୃଆରୀ - ୧୪କୁ ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ଗୋ’ ମାତା ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ଭାରତର ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି  ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ | ତାସହିତ ଏଭଳି ନିଷ୍ପତ୍ତି ପାଶ୍ଚାତ୍ୟ ସଂସ୍କୃତିର କବଳରୁ ଯୁବ ସମାଜକୁ ରକ୍ଷା କରିବା ସହିତ ଭାରତୀୟ ସଂସ୍କୃତିର ପୁନଃର୍ଜାଗରଣ ଦିଗରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗାଈ ହେଉଛି ଆମ ଦେଶପାଇଁ ସାଂସ୍କୃତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ | କାରଣ ଗାଈର କ୍ଷୀର, ଗୋବର ଏବଂ ମୂତ୍ର ମାନବ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ | ଗାଈର କ୍ଷୀର ଖାଇ ମଣିଷ ସୁସ୍ଥ ସବଳ ହେଉଥିବା ବେଳେ ଗୋମୂତ୍ର କ୍ଷେତର ଜୀବାଣୁକୁ ନଷ୍ଟ କରିଥାଏ ଏବଂ ଗୋବର ଜୈବିକ କୃଷିକୁ ବଳ ଯୋଗାଇ ଥାଏ | ଏହା ପରିବେଶ ପାଇଁ ମଧ୍ୟ ବେଶ ଅନୁକୂଳ | ତାଛଡା ଦିନେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୋସେବାକୁ ନିଜର ସୌଭାଗ୍ୟ ମଣିଥିବା ବେଳେ ସମର୍ପିତ ମନରେ ଗାଈର ସେବା ଓ ପୂଜା କଲେ ଗୃହରେ ଶାନ୍ତି, ବୈଭବ, ଲକ୍ଷ୍ମୀ...

ସୁଧୁରିବା ନାଁ ଧରୁନାହିଁ ଆମ ମାନବ ସେବା, ଚର୍ଚ୍ଚାରେ ଅସହାୟ ସ୍ବାମୀ କାନ୍ଧରେ ସ୍ତ୍ରୀ ଶବ।

Image
ସମ୍ପାଦକଙ୍କ କଲମରୁ  - ବିଚିତ୍ର ବିଚାର ଭିତରେ ବିଚାରମନ୍ତ ବିକାଶଶୀଳ ରାଜ୍ୟ ସଂଯୋଜନାରେ ବ୍ୟସ୍ତ ଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ପାଇଁ ପଦେ ସମ୍ବୋଧନ କରି ମନେ ପଡୁଛି ଏକ ସାଧାରଣ ଓଡ଼ିଆ କଥାର ସତ୍ୟାସତ୍ୟ ପ୍ରମାଣିତ କରୁଥିବା ନଥା ଉପରେ। ଆମ ଗ୍ରନ୍ଥ ଭିତରେ ଏମିତି କିଛି ଶବ୍ଦ ସଂଯୋଜନା ହୋଇ ମାନସିକ ସ୍ତରରେ କ୍ଷ୍ୟାତିତ୍ବ ଅର୍ଜନ କରିଛି ଯାହା ଏବେକାର ସମୟରେ ମଧ୍ୟ ଜନ ମାନସରେ ସର୍ବଶିକ୍ଷା ଦିଏ। ଯେମିତି - "ଗୋଦରା କୋଡେ ଯେତେ, ମାଡ଼େ ସେତେ"। ଏହି ନଥା ଅନୁସାରେ ଆମ ରାଜ୍ୟର ବ୍ୟବସ୍ଥା ଗୁଡିକ ସମ୍ପୂର୍ଣ୍ଣ ରୂପେ ଜଡ଼ିତ ଅଛନ୍ତି ବୋଲି ନଥା କହୁଛି। ସରକାରଙ୍କ ବିକାଶ ଜନିତ କାର୍ଯ୍ୟକ୍ରମ ଗୁଡିକ ବାଟବଣା ହେବା ପରବର୍ତୀ ଚିତ୍ର ବିଭିନ୍ନ ସମୟରେ ଧରା ପଡୁଛି ସାଧାରଣ ଲୋକଙ୍କ ଆଗରେ। ଗତ ସପ୍ତାହରେ ମୂଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ କରି ଜିଲ୍ଲାର ବହୁ ପୁରାତନ ମହାବିଦ୍ୟାଳୟ ଜୟନ୍ତୀ ଉତ୍ସବରେ ଯୋଗଦେଲେ ଏବଂ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କୋଟି କୋଟି ଟଙ୍କାର ଯୋଜନା ଘୋଷଣା କଲେ କିନ୍ତୁ ସପ୍ତାହ ମଧ୍ୟରେ ସମଗ୍ର ଦେଶର ମେରୁଦଣ୍ଡ ଦୋହଲାଇ ଦେଲାଭଳି ଚିତ୍ର ଦେଖିବାକୁ ମିଳିଲା ସେହି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଅଞ୍ଚଳର ଜଣେ ଦାଦନ ଶ୍ରମିକ କ୍ଷେତ୍ରରେ। ପଡୋଶୀ ଆନ୍ଧ୍ର ପ୍ରଦେଶରୁ ନିଜ ସ୍ତ୍ରୀ ଶବକୁ କାନ୍ଧରେ ପକାଇ ୩...

"ଗାଁ କୁ ଚାଲ" କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସହ ପ୍ରଶାସନ ଅଧିକାରୀଙ୍କ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତ ଗସ୍ତ

Image
ବୌଦ୍ଧ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଗାଁ କୁ ଚାଲ “- କାର୍ଯ୍ୟକ୍ରମରେ ଆଜି ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତସ୍ଥ ବାଲିଅନ୍ତା ଗ୍ରାମ ପରିଦର୍ଶନ କରିଥିଲେ । ପ୍ରାଣୀ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ତତସହିତ ଗ୍ରାମବାସୀଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରି କର୍ମଚାରୀମାନଙ୍କ ଦ୍ଵାରା ଅଗ୍ରାଧିକାର ଭିତିରେ ୨୧ ଜଣଙ୍କୁ ଭତ୍ତା କାର୍ଡ ତୁରନ୍ତ ପ୍ରଦାନ କରାଯାଇଥିଲା । ତତସହିତ ବୟଜ୍ୟୋଷ୍ଠ ମାନଙ୍କୁ ୭ ଗୋଟି କମ୍ବଳ ପ୍ରଦାନ କରାଯାଇଥିଲା । ଅଙ୍ଗନବାଡି କେନ୍ଦ୍ରର ଅନିୟମିତତା ଯୋଗ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁଇ ଜଣ ଦୀର୍ଘଦିନରୁ ପୀଡିତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଆଶାକର୍ମୀଙ୍କ ଦ୍ଵାରା ବୌଦ୍ଧ ମେଡିକାଲକୁ ପଠାଇବାର ବନ୍ଦୋବସ୍ତ କରାଗଲା । ତତସହିତ ବକେୟା ଥିବା ବିବାହ ପ୍ରୋତ୍ସାହନ ରାଶି, ଗ୍ରାମର ଉଠା ଜଳସେଚନ ପଏଣ୍ଟ ତଥା ସ୍କୁଲ ସମ୍ମୁଖସ୍ଥ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରି ଖେଳ ପଡିଆ ପ୍ରସ୍ତୁତ ଆଦି ପ୍ରତିଟି ସମସ୍ୟାକୁ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । “ଗାଁ କୁ ଚାଲ “- କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଲୋକାଭିମୁଖୀ ହେବା ଯୋଗୁଁ ଅଧିକାଂଶ ଗ୍ରାମରୁ ଜିଲ୍ଲାପାଳଙ୍କ ଗ...

ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଆଗମନ ଅବସରରେ ଉତ୍ସବ ମୁଖର ସମଗ୍ର ଓଡିଶା

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ବିଶ୍ଵ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଭାରତର ପ୍ରଥମ ନାଗରିକ ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓଡ଼ିଆ ମାଟିର ଗର୍ବ ଓ ଗୌରବ ମାନନୀୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ନେଇ ପ୍ରତ୍ୟେକ ରାଜ୍ୟବାସୀଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି। ଗାଆଁ ଠାରୁ ସହର ସବୁଠି ମହାମହିମ ରାଷ୍ଟ୍ରପତିଙ୍କ ସଫଳତା ଚର୍ଚ୍ଚା। ଜଣେ ସାଧାରଣ ଜୀବନ ଯାପନ କରି ମାନବ ସେବାରେ ନିଜକୁ ବ୍ରତୀ କରାଇଥିବା ଅସାଧାରଣ ଦକ୍ଷତା ସମ୍ପନ୍ନ ଶାନ୍ତି ମୈତ୍ରୀ ପ୍ରେରଣା ପ୍ରତୀକ ମହାନ୍ ଦେଶଭକ୍ତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅବର୍ଣ୍ଣନୀୟ ପ୍ରତିଭା ବର୍ଣ୍ଣନା କରିବା ମୁସ୍କିଲ। ଦେଶର ହିମାଳୟ ଠାରୁ କନ୍ୟାକୁମାରୀ ଯାଏଁ ସମସ୍ତ ସ୍ଥାନରେ ଆଜିର ଦିନରେ ଆମ ରାଷ୍ଟ୍ରପତି ନିଶ୍ଚିତ ରୂପେ ସ୍ବତନ୍ତ୍ର ଏବଂ ସର୍ବଦା ଆମ ପାଇଁ ପ୍ରଶଂସନୀୟ। ଆଜି ଫେବୃଆରୀ ମାସ ଦଶ ତାରିଖଟି ବଡ଼ ପବିତ୍ର ଦିନ। କୋଟି କୋଟି ଓଡିଆଙ୍କ ହୃଦୟର ଜ୍ୟୋତି ତଥା ସଭିଙ୍କ ପ୍ରିୟ ମହାମହିମ ରାଷ୍ଟ୍ରପତିଙ୍କୁ ଦେଖିବାକୁ ସଭିଙ୍କ ମନରେ ଉତ୍ସାହ ବଢାଇବା ସହ ଅଭିନନ୍ଦନ ଜଣାଇବା ପ୍ରଥମ ଦାୟିତ୍ବ ମନେ କରୁଛନ୍ତି ଓଡ଼ିଆ। ଓଡ଼ିଶାର ପାଣି ପବନରେ ବଢ଼ି ଏକଦା ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିବା ନିଶ୍ଚିତ ରୂପେ ଭାରତ ଗଣତ...

ରାମଗଡ଼ ଅରବିନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ

Image
ରାମଗଡ଼ ଅରବିନ୍ଦ ଶିକ୍ଷା କେନ୍ଦ୍ର ର  ବାର୍ଷିକ ଉତ୍ସବ ହରଭଙ୍ଗା 4/2(ବ୍ରାହ୍ମ ମୁହୂର୍ତ୍ତ ) ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ରାମଗଡ଼ ର 16 ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବାର୍ଷିକ ଉତ୍ସବ ବୈଠକ ର ସଭାପତି ଚତୃଭୁଜ ପଟ୍ଟନାୟକ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ ଲୋକ ସମ୍ପକ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିବା ବେଳେ ପ୍ରଥମେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ପୂଜାର୍ଚନା ପରେ ଅତିଥି ପରିଚୟ ସହ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ବାର୍ଷିକ ଉତ୍ସବ ର ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ଯୋଶୀ, ମାତୃ ସନ୍ତାନ ସାହାଯପାଲ ଚେତାରାମ ପଟ୍ଟନାୟକ, ଶିକ୍ଷକେନ୍ଦ୍ର ର ସମ୍ପଦକ ସମ୍ଭୁ ପ୍ରସାଦ ଖେତୀ, ଓ ଅଧକ୍ଷ ପ୍ରମୋଦ ଭୋକ୍ତା, ମଞ୍ଚସିନ ଥିବା ବେଳେ ମୁଖ୍ୟ ଵକ୍ତା ଭାବେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଯୋଗଦେଇଥିଲେ lସଭାକାର୍ଯ୍ୟ ମଞ୍ଚପରିଚାଳନା କରିଥିଲେ ସିଆରସିସି  ସୁବାସ ଚନ୍ଦ୍ର ବିଶି l ବାର୍ଷିକ ଉତ୍ସବ ରେ ମନ୍ତ୍ରୀ ପ୍ରଦୀପ ଅମାତ ସ୍କୁଲ ର ଉତ୍ତରତର ଉନ୍ନତି କାମନା ସହ ଲାଗିରହିଥିବା ବିଭିନ୍ନ ସମସ୍ୟା ଉପରେ ଖୁବ ଶୀଘ୍ର ଦୃଷ୍ଟି ଦିଆଯିବ ବୋଲି ନିଜର ଅଭିଭାଷଣ ରଖିଥିଲେ...

ତିଲେଶ୍ୱର ଲାଲବlହାଦୁର ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Image
ତିଲେଶ୍ୱର ଲାଲବlହାଦୁର ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :07/02. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଲବlହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ତିଲେଶ୍ୱର ର ସୋମବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି!ଉକ୍ତ ବର୍ଷକ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ,ପଂଚାୟତ ରାଜ, ପାନୀୟ ଜଳ ଏବଂ ଲୋକ ସୂଚନା ବିଭାଗୀୟ ମନ୍ତ୍ରୀ -ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥିଭାବେ ତିଲେଶ୍ୱର ସରପଞ୍ଚ -ଝୁନୁ ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ -ଜୟନ୍ତ କୁମାର ପ୍ରଧାନ,ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣା କଟକ ପ୍ରଧାନ ଶିକ୍ଷକ- କୃଷ୍ଣ ଚନ୍ଦ୍ର ମଲ୍ଲିକ,ମୋ ସ୍କୁଲ ଅଭିଯାନ କମିଟି ସଭାପତି -ସୁଶୀଲ କୁମାର ଦେହୁରୀ, ମୁଖ୍ୟ ବକ୍ତା -ଶ୍ୟାମ ସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍କୁଲର ବିଜ୍ଞାନ ଶିକ୍ଷକ ରମେଶ କୁମାର ସାମଲ ମଞ୍ଚ କୁ ପରିଚାଳନା କରିଥିଲେ!ମଞ୍ଚ କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ!ପରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା!ଏହି ସବୁ କାର୍ଯ୍ୟକ...

ରାମଗଡ଼ ରେ ପ୍ରିମିୟମ ଲିଗ କ୍ରିକେଟ ଉଦ୍ଘାତିତ

Image
ରାମଗଡ଼ ରେ ପ୍ରିମିୟମ ଲିଗ କ୍ରିକେଟ ଉଦ୍ଘାତିତ ହରଭଙ୍ଗା(ବ୍ରାହ୍ମ ମୁହୂର୍ତ୍ତ) 4/2 ହରଭଙ୍ଗାବ୍ଲକ ରାମଗଡ଼ ଖେଳ ପଡିଆ ଠାରେ ମା ବାଉରୀ କ୍ରିକେଟ ଆସୋସିଏସନ ରାମଗଡ଼ ପକ୍ଷରୁ ଶନିବାର ରାମଗଡ଼ କ୍ରିକେଟ ପ୍ରିମିୟମ ଲିଗ ଉଦ୍ଘାତିତ ହୋଇଯାଇଛି l ମ୍ୟାଚ ର ପ୍ରଥମ ଉଦ୍ଘାଟନୀ ଦିବସ ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଖିରୋଦ ବିଶି, ଅନ୍ୟତମ ଅତିଥି ଭାବେ  ଯାତ୍ରା ନିର୍ଦେଶକ ବୀରେନ୍ଦ ବାରିକ, ସିନେ ନିର୍ଦେଶକ ବନମାଳି ରଣା,ଯୋଗ ଦେଇଥିଲେ l ପ୍ରଥମ ଦିବସ ର ପ୍ରଥମ ମ୍ୟାଚ ରେ ଜଗନ୍ନାଥ ଶିକ୍ସ ସହିତ ଆଇଆରବି ବାଟାଲିୟନ ବୌଦ୍ଧ ସହ ମ୍ୟାଚ ହୋଇଥିବା ବେଳେ ଏଥିରେ ବାଟାଲିୟନ ବିଜୟ ହୋଇଥିଲା l ଦ୍ୱିତୀୟ ମ୍ୟାଚ ରେ ଲୁଲୁ ୱାରରିୟର ସହ ପୁରୁଣା କଟକ  ମ୍ୟାଚ ରେ ପୁରୁଣା କଟକ ଦଳ ବିଜୟ ହୋଇ ପ୍ରଥମ ସେମିଫାଇନାଲରେ ପ୍ରବେଶ ହୋଇଥିଲା l  ମ୍ୟାଚ ର ପ୍ରଥମ ସେମିଫାଇନାଲ ରେ ଆଇଆରବି ସହ ସେମିଫାଇନାଲ ଖେଳି    ବିଜୟୀ ହୋଇ ଫାଇନାଲ କୁ ପୁରୁଣା କଟକ ଦଳ ପ୍ରବେଶ କରିଛି l ଖେଳକୁ ପରିଚାଳନା କରିଥିଲେ ଆମେୟାର ଚିତ୍ତ ରଞ୍ଜନ ଭୋକ୍ତା, ଓ ପ୍ରଭାତ ସେଠି, ଧାରବିବରଣି କରିଥିଲେ ବନମାଳି ରଣା l ଟୁର୍ନାମେଣ୍ଟ କୁ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ରଙ୍ଗେଇଲୁଣ୍ଡା ବ୍ଲକର ୩୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ।

Image
ରଙ୍ଗେଇଲୁଣ୍ଡା ବ୍ଲକର ୩୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ । ବ୍ରହ୍ମପୁର(ବ୍ରାହ୍ମ ମୁହୂର୍ତ୍ତ)୦୨/୦୨:ରଙ୍ଗେଇଲୁଣ୍ଡା ବ୍ଲକର ୩୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। ମାମଲା ମଧ୍ଯ ହାଇକୋର୍ଟ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ଶ୍ରୀ ମହାନ୍ତି ରଙ୍ଗେଇଲୁଣ୍ଡା ବ୍ଲକର ୩୦ଜଣଙ୍କ ସାର୍ଟିଫିକେଟ ତଦନ୍ତ କରି ସେଥି ମଧ୍ଯରୁ ଯେଉଁମାନଙ୍କ ଜାଲ୍ ଚିହ୍ନଟ ହେବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ବ୍ରହ୍ମପୁର, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ପରବର୍ତ୍ତି ସମୟରେ ସାନଖେମୁଣ୍ଡି,ଦିଗପହଣ୍ଡି ଓ ଚିକିଟି ବ୍ଲକର ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରାଯିବ ବୋଲି ଶ୍ରୀ ମହାନ୍ତ...

ମାଛକୁଣ୍ଡ ରେ ୩୯ତମ ବାର୍ଷିକ ଉତ୍ସବ ପାଳନ

Image
ମାଛକୁଣ୍ଡ ରେ ୩୯ତମ ବାର୍ଷିକ ଉତ୍ସବ ପାଳନ  କୋରାପୁଟ:, ୦୧/୦୨/୨୦୨୩ ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକେପୁଟ ଗ୍ରାମପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ମାଛକୁଣ୍ଡ ରେ ୩୯ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ରେ ଏବଂ ଅନ୍ୟାନ୍ୟ ପ୍ରକାର ପ୍ରତିଯୋଗୀତା ରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନେ ନାଚ, ଗୀତ, ଏବଂ ବିଭିନ୍ନ କଳା କୈଶଳ ଏହି ଉତ୍ସବରେ ପ୍ରଦର୍ଶନ କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ର ଶିକ୍ଷକ ମାନେ, ବିଦ୍ୟାଳୟ ର ସଭାପତି ଏବଂ ମୁଖ୍ୟ ଅତିଥି ଲମତାପୁଟ ଆମ୍ବେଦକର କଲେଜ ର ପ୍ରିନ୍ସପାଲ, ଲମତାପୁଟ ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ସ୍ଥାନୀୟ ସମିତି ସଭ୍ୟ ଉତ୍ସବରେ ଯୋଗଦେଇ ଥିଲେ।।।

ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ଆୟୋଜିତ କବାଡି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଚମ୍ପିୟାନ। ଦଶମ ଶ୍ରେଣୀ ଛାତ୍ରୀ ସ୍ବପ୍ନା ବେହେରାଙ୍କ ଉନ୍ନତ ମାନର କ୍ରୀଡା ପ୍ରଦର୍ଶନ।

Image
କାମାକ୍ଷାନଗର, ଢେଙ୍କାନାଳ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ଆୟୋଜିତ ୨୦୨୨-୨୩ ଓଡ଼ିଶା ବିଦ୍ୟାଳୟ ସମୂହ କବାଡି ଥ୍ରୋ ବଲ ଏବଂ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା  ୧୪ବର୍ଷ ଓ ୧୭ବର୍ଷ ରୁ କମ୍ ବାଳକ ବାଳିକା ମାନେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିଥିଲେ। ବିଶେଷ କରି କବାଡି ଖେଳ ପାଇଁ ଦକ୍ଷତା ହାସଲ କରିଥିବା ଦଳ ମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଗଞ୍ଜାମ ଜିଲ୍ଲା କବାଡି ଦଳ ପ୍ରତିପକ୍ଷ ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ପାଇଥିଲେ। ଗଞ୍ଜାମ ଜିଲ୍ଲା ପାଇଁ ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରୁ ଚୟନ ହୋଇଥିବା ବାଳିକା ବିଭାଗ ଖେଳାଳି ମଧ୍ୟରେ ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ପଞ୍ଚାୟତର ମା' କରେଇଶୁଣି ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ସ୍ବପ୍ନା ବେହେରାଙ୍କ ଉନ୍ନତ ମାନର କ୍ରୀଡା ପ୍ରଦର୍ଶନ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଯାହା ପାଇଁ ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଗଞ୍ଜାମ ଜିଲ୍ଲାକୁ ଚମ୍ପିୟାନ ଘୋଷଣା କରିଥିଲେ। ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଏଭଳି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନ ସୁଅ ଦେଖିବାକୁ ମିଳିଛି। ବିଦ୍ୟାଳୟ ପକ୍ଷରୁ ଛାତ୍ରୀ ସ୍ବପ...

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ ଆଲୋଚନା ଚକ୍ର ଅନୁଷ୍ଠିତ

Image
ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ  ଆଲୋଚନା ଚକ୍ର  ଅନୁଷ୍ଠିତ। ବୌଦ୍ଧ:-(ବ୍ରାହ୍ମ ମୁହୂର୍ତ୍ତ) ଜିଲ୍ଲା ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ" ଜଙ୍ଗଲ ସୁରକ୍ଷା ଓ ପରିଚାଳନା" ବିଷୟ  ଉପରେ  ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l  ପ୍ରଥମରେ  ନୂତନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ  ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ  କରାଯାଇଥିଲା l ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ  ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ତାର ପରିଚାଳନା ଉପରେ  ପାୱାର ପଏଣ୍ଟ ମାଧ୍ୟମରେ ବହୁ ତଥ୍ଯ ପ୍ରଦାନ କରିବା ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ l ବୌଦ୍ଧ ର ଜଙ୍ଗଲ ସୁରକ୍ଷା ରେ ଉଦ୍ଭିଦ ବିଜ୍ଞାନ ଛାତ୍ର ମାନଙ୍କର ସହଯୋଗ କାମନା କରିଥିଲେ l ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅୟୋଜିତ ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ "ଜଙ୍ଗଲ ଆମ ଜୀବନ" ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l ମହାବିଦ୍ୟାଳୟ ପରିସରରେ ସ୍ରୁଷ୍ଟି କରାଯାଇଥିବା ଛୋଟ ଜଙ୍ଗଲ  ଏବଂ ଔଷଧ ଉଦ୍ୟାନ ଉପରେ ବିବ...

ବୌଦ୍ଧସହରର ମନ୍ଦିରଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜୀ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Image
ବୌଦ୍ଧସହରର ମନ୍ଦିରଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜୀ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ  ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ମନ୍ଦିରର ସ୍ଥିତlବସ୍ଥା ସମ୍ପର୍କରେ ମତାମତ ନେଇଥିଲେ  ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ସମୀକ୍ଷା କରିବା ପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ ଏବଂ ସମସ୍ତ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଆସନ୍ତା 15 ଦିନ ଭିତରେ ନୂତନ ପରିଚାଳନା କମିଟି ଗଠନ କରିବା ସହିତ ପ୍ରତ୍ୟେକ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିକାଶ ପାଇଁ ମତାମତ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରକାଶ କରିଥିଲେ । ସମସ୍ତ ମନ୍ଦିରର ଭିତର ଓ ବାହାର ପରିବେଶକୁ ସ୍ୱଚ୍ଛ ରଖିବାକୁ ପ୍ରସ୍ତାବ ଦେଇଥିଲେ l ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ଓ ହନୁମାନ ମନ୍ଦିର ପରିସରକୁ ମଳମୁକ୍ତ ରଖିବାକୁ ଏବଂ ଏହାର ଅବମାନନା କଲେ ଫାଇନ ଆଦାୟ କରିବାକୁ ଏନ. ଏ. ସି. କୁ ଦାୟିତ୍ୱ ପ୍ରଦାନ କରାଯାଇଛି l  ବୌଦ୍ଧ ଜିଲ୍ଲାରେ ଶହ ଶହ ଐତିହାସିକ ପୁରାତନ ମନ୍ଦିର ରହିଅଛି l ସେଥି ମଧ୍ୟରୁ ରାଜ୍ୟ ସରକାରଙ୍କ ଦେବୋତ୍ତର ଅଧୀନରେ ମାତ୍ର ତେର ଗୋଟି ମନ୍ଦିର ରହିଥିବା ବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରାମେଶ୍ୱର ଓ ଚାରିଶମ୍ଭୁ ମନ୍ଦିର ରହିଛି l ଅନ୍ୟାନ୍ୟ...