ପୋଲସରା ଓକିଲ ସଙ୍ଘ ଦ୍ୱାରା ମଧୁ ବାବୁଙ୍କ ଜୟନ୍ତୀ ପାଳନ,
ପୋଲସରା ଓକିଲ ସଙ୍ଘ ଦ୍ୱାରା ମଧୁ ବାବୁଙ୍କ ଜୟନ୍ତୀ ପାଳନ, ପୋଲସରା (ବ୍ରାହ୍ମ ମୁହୂର୍ତ୍ତ) ତା 28.04.2023 ରିଖ ଶୁକ୍ରବାର ଦିନ ପୋଲସରା ଓକିଲ ସଙ୍ଘ ତରଫରୁ ସଂଘ ସଭାପତି ସୁଶାନ୍ତ କୁମାର ସାହୁ ଙ୍କ ଅନୁରୋଧ କ୍ରମେ ପୋଲସରା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ମଧୁ ବାବୁଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି, ସଙ୍ଘ ର ବରିଷ୍ଠ ଓକିଲ ଶ୍ରୀ ଗୌରହରି ବିଷୋୟୀ ଅଧ୍ୟକ୍ଷତା କରିଥିଲେ, ସମ୍ପାଦକ ଶ୍ରୀ କବିରାଜ ଦାସ ସଭା କର୍ଯ୍ୟ କୁ ସଂଯୋଜନା କରିଥିଲେ। ସଙ୍ଘ ଉପସଭାପତି ବଳରାମ ପ୍ରଧାନ, ସହ ସମ୍ପାଦକ ଶ୍ରୀ ଏ ପ୍ରଶାନ୍ତ କୁମାର ଆଚାରୀ ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରହ୍ଲାଦ ବିଷୋୟୀ ସହଯୋଗ କରିଥିଲେ। କୋଦଳା ର ବରିଷ୍ଠ ଓକିଲ ଶ୍ରୀ କେ ମୋହନ ରାଓ ଦୋରା ଉକ୍ତ ମସୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓକିଲ ବୃତ୍ତି ଏକ ସ୍ବତନ୍ତ୍ର ଜନହିତକର ମହତ ବୃତ୍ତି ଓ ସମସ୍ତ ଓକିଲ ଆଦର୍ଷତା ସହ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ। ଏଥିରେ ପୋଲସରା ଓକିଲ ସଂଘ ର ସଦସ୍ୟ ବ୍ରଜେନ୍ଦ୍ର ସାହୁ, ବ୍ରଜବନ୍ଧୁ ଦଳବେହେରା, ଜ୍ୟୋତିର୍ମୟ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଢ଼ୀ, ପ୍ରଶାନ୍ତ କୁମାର ସାହାଣୀ, ଶରତ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ, ସୁଶାନ୍ତ କୁମାର ମଳିକ , ସତ୍ ଚିଦାନନ୍ଦ ପାଣିଗ୍ରାହୀ, ସିମାଞ୍ଚଳ ହୋତା, ହରପ୍ରସାଦ ଦାସ, ହରିହର ସାହୁ, ଅନିଳ ମହାଙ୍କୁଡ, ସୀତାକାନ୍ତ ମିଶ୍ର, ଦେବାଶିଷ ପାତ୍ର, ରଜନୀକାନ୍ତ ପ୍ରଧାନ, ଅଗସ୍ତି ବରା...