କାଳବୈଶାଖୀ ନେଇଗଲା ଛଅ ଛଅଟି ଜୀବନ
କାଳବୈଶାଖୀ ନେଇଗଲା ଛଅ ଛଅଟି ଜୀବନ ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) ୩୦/୦୫- କାଳ ବୈଶାଖୀ କେତେବେଳେ କାହାର କାଳ ସାଜୁଛି ତାହା ହିଁ ଆଜିର ସରଗରମ ଖବର ପାଲଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ଅଞ୍ଚଳରେ । ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲାର ଆକାଶରେ।ଏହାର ପ୍ରଭାବ ଝରୀଗାଁ ବ୍ଲକ ଚିତାବେଡା ପଂଚାୟତ ଏବଂ ସଦର ମହକୁମାର ୬ଜଣ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବେଳଗାଁ ପଞ୍ଚାୟତର ଛଅଟି ଗୋରୁ ଗାଈ ବଜ୍ରାଘାତରେ ମୃତ୍ୟୁ ଘଟିଛି |ଛଅ ଗୋଟି ଗୋରୁ ଗାଈ ମଧ୍ୟରେ ଦୁଇଟି ଗୋରୁ ବେଲଗା ସ୍ଥିତ ମହିମା ଆଶ୍ରମର ବୋଲି ଜଣାପଡିଥିବା ବେଳେ ଆଉ ଚାରିଟି ଗାଈଗୋରୁ ର ମାଲିକ କୁ ଏଯାଏ ଚି଼ହ୍ନଟ କରାଯାଇ ପାରିନାହିଁ |ମିଳିଥିବା ସୂଚନା ପ୍ରକାରେ ଛଅଗୋଟି ଗୋରୁ ମହିମା ଆଶ୍ରମ ପାଖରେ ଚରୁଥିଲେ ଓ ବର୍ଷା ହେବାରୁ ପାଖରେ ଥିବା ଏକ ବରଗଛ ମୂଳେ ଲୁଚି ରହିଥିଲେ ହେଲେ ଚଡକ ଗଛରେ ପଡିବାରୁ ଘଟଣା ସ୍ଥଳରେ ୬ଗୋଟି ଗୋରୁ ପ୍ରାଣ ହରେଇଥିବା ସୂଚନା ମିଳିଛି |ପ୍ରଶାସନ ଗୋରୁ ମାଲିକ ମାନଙ୍କୁ ଚି଼ହ୍ନଟ କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ଗ୍ରାମବାସି ଦାବି କରିଛନ୍ତି | ରାମଦାସ ଭତ୍ରାଙ୍କ ରିପୋର୍ଟ -