ଓଡ଼ିଶା ରାଜ୍ୟ କୁମ୍ଭାର ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - ଓଡ଼ିଶା ରାଜ୍ୟ କୁମ୍ଭାର ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସ୍ତରରେ କୁମ୍ଭାର ସମ୍ପ୍ରଦାୟର ଲକ୍ଷାଧିକ ସଂଖ୍ୟାରେ ପରିବାର ମାନ ବହୁ ପ୍ରାଚୀନ କାଳରୁ ବସବାସ କରି ଆସୁଛନ୍ତି ଯାହା ରାଜ୍ୟ ସରକାରଙ୍କ ଇତିହାସ କହୁଛି। ରାଜ୍ୟର ଏକ ବହୁ ପୁରାତନ ସମ୍ପ୍ରଦାୟ କୁମ୍ଭାର ସମାଜ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ପ୍ରକାର ସାମାଜିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି କୁମ୍ଭାର ସମାଜ ଲୋକମାନେ। ଭାରତୀୟ ସମ୍ବିଧାନର ନିତୀ ନିୟମ ଅନୁସାରେ ଦେଶର ପ୍ରତିଟି ସୁବିଧା ସମସ୍ତଙ୍କ ପାଇଁ ଯଥାସାଧ୍ୟ ନିୟମ ଅନୁଯାୟୀ ସେମାନଙ୍କ କ୍ଷେତ୍ରରେ ଉପଲବ୍ଧ ହେବା ଆବଶ୍ୟକ। କିନ୍ତୁ କୁମ୍ଭାର ସମାଜ ରାଜ୍ୟ ସରକାରଙ୍କ ପଛୁଆ ବର୍ଗରେ ଆସୁଥିବା ବେଳେ ସେଭଳି କୌଣସି ସମାଜ ପାଇଁ ହିତକାରୀ ସୁବିଧା ଏଯାବତ୍ ପାଇନାହିଁ ବୋଲି ରାଜ୍ୟ ସ୍ତରୀୟ ନେତୃବୃନ୍ଦ ସୂଚନା ଦେଇଛନ୍ତି। ଏଣୁ ଆଗାମୀ ଦିନରେ ସରକାରଙ୍କ ନିକଟରେ ଓଡ଼ିଶା ରାଜ୍ୟ କୁମ୍ଭାର ସମାଜ ପକ୍ଷରୁ ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କୀତ ଦାବି ଉପସ୍ଥାପନ କରିବା ପାଇଁ ସମାଜ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ନୂତନ କମିଟି ଗଠନ କରିବା ସହିତ ସମାଜର ଉନ୍ନତି ପାଇଁ ଯେ...