Posts

Showing posts from July, 2023

ନିର୍ମାଣଧୀନ ଶ୍ମଶାନ ନାଳ ବ୍ରିଜ ଫଲସ୍ ଭୁଷୁଡି ୫ଜଣଙ୍କ ମୃତ୍ୟୁ - ରାୟଗଡ।

କଲ୍ୟାଣସିଂହପୁର ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଗ୍ରାମ ପଞ୍ଚାୟତ ଅଧୀନ ଉପରସାଜା ଗାଆଁ ଶ୍ମଶାନ ନାଳ ଉପରେ ନିର୍ମାଣଧୀନ ବ୍ରିଜ ଛାତ ଫଲସ୍ ଭୁଷୁଡି ପଡିବାରୁ ଘଟଣା ସ୍ଥଳରେ ହିଁ ପିଲା ବଡ଼ ମିଶି ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମ ସ୍ଥାନୀୟ କଲ୍ୟାଣସିଂହପୁର ବ୍ଳକ ପ୍ରତିନିଧି କାଂଟୁ ଦଣ୍ଡାସିଙ୍କ  ଠାରୁ ମିଳିଥିବା ସୂଚନା ଅନୁସାରେ  ଉପରସାଜା ଗାଆଁ ମାହାଣି କାଡା ଅର୍ଥାତ୍ ଶ୍ମଶାନ ନାଳ ଉପରେ ନିର୍ମାଣ ହେଉଥିବା ବ୍ରିଜ ଛାତ ପାଇଁ କାଠ ବାଉଁଶ ବ୍ୟବହାର କରି ସେଟରିଙ୍ଗ ହୋଇଥିଲା। ସୋମବାର ଅପରାହ୍ନ ସମୟରେ ଉକ୍ତ ନିର୍ମାଣଧୀନ ବ୍ରିଜ ସେଟରିଙ୍ଗ ହଠାତ୍ ଭୁଷୁଡି ପଡିବାରୁ ଘଟଣା ସ୍ଥଳରେ ହିଁ ଭୁଷୁଡି ପଡ଼ିଥିବା ଫଲସ୍ ଛାତ ତଳେ ଉପରସାଜା ଗାଆଁର ଛଅ ଜଣ ଚାପି ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ବାପପୁଅ  ଲକ୍ଷ୍ମୀଧର ମିଣିଥାକା(୪୦ବାପା)ବର୍ଷ ପୁଅ ପ୍ରିନ୍ସ ମିଣିଥାକା(୫) ବର୍ଷ ସେହିପରି ଦୁଇ ଭାଇ ଚରଣ ମିଣିଥାକା(୭) ଏବଂ ସୁମନ ମିଣିଥାକା(୮) ବର୍ଷଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅ  ମନୋଜ କୁଲସିକା(୬) ବର୍ଷ ଛାତ ତଳେ ଚାପି ହୋଇ ରହିଥିଲା ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମିଳିଥିବା ସୂଚ...

ବୌଦ୍ଧ ଜିଲ୍ଲା ପ୍ରଶାସନର ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Image
 ବୌଦ୍ଧ ଜିଲ୍ଲା ପ୍ରଶାସନର ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ  ଅତିରିକ୍ତ ଜିଲ୍ଲାପାଳ ଦରିଦ୍ରଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଵାଧୀନତା ଦିବସକୁ ମହାସମାରୋହରେ ପାଳନ ପାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଆହ୍ଵାନ କରାଯାଇଥିଲା । ପ୍ରଥମେ ଶ୍ରୀଯୁକ୍ତ ପାତ୍ର ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କୁ ସ୍ଵାଗତ କରି ଏହି ଜାତୀୟ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଜିଲ୍ଲା ସ୍ତରୀୟ   ସ୍ଵାଧୀନତା ଦିବସ ସମାରୋହ  ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ।  ଏଥିରେ ସମସ୍ତ ଶିକ୍ଷାନୁଷ୍ଠାନ, ପୋଲିସ, ବାଟାଲିୟନ, ସିଆରପିଏଫ, ଆଦି  ପ୍ୟାରେଡରେ ଅଂଶଗ୍ରହଣ କରିବେ । ପ୍ରାତଃ ଘ.୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ, ସକାଳ ଘ.୬ ରୁ ଘ.୬.୩୦ମି  ମଧ୍ୟରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରୀ, ସକାଳ ଘ.୭ ରୁ ଘ.୭.୩୦ମି. ସମୟରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ, ସମସ୍ତ ବ୍ଲକ ଏବ...

ସୁନ୍ଦରଗଡ଼ ସିଡିଏମଓ ଙ୍କ ଷ୍ଟେନୋ ନାଏକଙ୍କ ନିଯୁକ୍ତି ନେଇ ସନ୍ଦେହ ଘନିଭୂତ।

Image
ସୁନ୍ଦରଗଡ଼/ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - କାଣି ବିଲେଇ ନିଜକୁ ଯେତେ ଚାଲାକ୍ ଚତୁର ସହିତ ବଳବାନ ଭାବୁଥାଉ ନା କାହିଁକି ସମୟ ଯେତେବେଳେ ଶେଷ ପ୍ରହରରେ ଆସି ଦାଣ୍ଡ ଦୁଆରେ ଠିଆ ହୋଇ କବାଟ ଖଟ୍ ଖଟ୍ କରିବା ଆରମ୍ଭ କରେ ସେ ସମୟରେ ସେହି କାଣି ବିଲେଇ ଉପରେ କୁଜି ଅସରପା ଠାରୁ ଆରମ୍ଭ କରି ଦୁର୍ବଳିଆ ମାଇକୁତି କୁକୁର ମଧ୍ୟ ପରିସ୍ରା କରିବାକୁ ପଛାଏ ନାହିଁ। ଏଭଳି ଉଦାହରଣ ଆମ ଆଖି ଆଗରେ ବହୁତ ଦେଖିବାକୁ ମିଳିଛି। ସମାଜରେ ବଞ୍ଚିବା ପାଇଁ ଦୁଇଟି ସ୍ଥାୟୀ ସମାଧାନ କରିବାରେ ପ୍ରାଥମିକତା ସଭିଙ୍କ ପାଖରେ ରହିଛି । ଆଉ ତାହା ପହଞ୍ଚିବା ପୂର୍ବରୁ ରାତି ଦିନ କିପରି କାର୍ଯ୍ୟକାରୀ ହେଉଛି ତାହା ଅନୁଭବି ଲୋକ ହିଁ ସେଦିନର ରାତି ପାଇଁ ଅମାବାସ୍ୟା ଭଳି ଦିନରେ ପୂର୍ଣ୍ଣିମା ଚିନ୍ତା କରିବାକୁ ଲାଗିଥାଏ। ଆମେ ଏଠାରେ ଏଭଳି ଏକ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଯାହା ରାଜ୍ୟର ଲକ୍ଷ ଲକ୍ଷ ବେରୋଜଗାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ବଡ଼ ଧରଣର ଦୁଃଖ ଏବଂ ନିରୁତ୍ସାହିତ କରିବାରେ ସମର୍ଥ ହୋଇ ଯାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟ ଭିତରେ। ଯେତେବେଳେ ସୁନ୍ଦରଗଡ଼ ଜିଲ୍ଲା ସିଡିଏମଓ ବା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ବସନ୍ତ ନାୟକଙ୍କ ଦାୟିତ୍ବ ଗ୍ରହଣ ସହକାରେ କାର୍ଯ୍ୟାଳୟ ପରିଚାଳନା ଏବଂ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ପ୍ରକାର ଡ଼ାକ୍ତରୀ...

ଜନତାଙ୍କ ସେବାରେ ଅମାତଙ୍କ ନିରବଚ୍ଛିନ୍ନ ନେତୃତ୍ୱର ନବୀନ ଭରସା

Image
ଅମାତଙ୍କୁ କିଏ ଦେବ ମାତ୍  ସଫଳତାର ମୂଳମନ୍ତ୍ର ନିରବଚ୍ଛିନ୍ନ ସେବା।। ବୌଦ୍ଧ ଜିଲ୍ଲା ପ୍ରତିନିଧି ବ୍ରଜ ବିହାରୀ ରଣାଙ୍କ ରିପୋର୍ଟ -  ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ) ବୌଦ୍ଧ ଜିଲ୍ଲାକୁ 5T ସଚିବ (ମନ୍ତ୍ରୀ ବିହୀନ  ସଚିବ )ଙ୍କ ଗସ୍ତ ପରେ  ବର୍ଷା ଋତୁରେ  ମଧ୍ୟ  ଜିଲ୍ଲାରେ ରାଜନୈତିକ  ଉଷ୍ଣତା ଭାରି ସରଗରମ ରହିଛି | କେନ୍ଦ୍ରରେ ଶାସନାଧୀନ ବିଜେପି ସରକାରଙ୍କ   ନେତାମାନେ ସତେ ଯେମିତି ଏଠାରେ ଶାସକ ବିଜେଡି ନେତାଙ୍କୁ ସମ୍ମୁଖୀନ ହେବାକୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ି  ଛଟପଟ ହେଉଛନ୍ତି। ଏହିପରି ସ୍ଥିତିରେ ବିଜେପି ନେତୃ ମଣ୍ଡଳୀଙ୍କ ଘନ ଘନ  ରାଜ୍ୟ, ଜିଲ୍ଲା କଥା ଭୁଲି ସିଧାସଳଖ ବ୍ଳକ ଏବଂ ପଞ୍ଚାୟତ ମାନଙ୍କରେ ପହଞ୍ଚି ଗସ୍ତକାଳରେ  ରୁଦ୍ଧ ଦ୍ୱାର ବୈଠକ ପ୍ରତି ଯଥେଷ୍ଟ ଗୁରୁତ୍ବ ଦେଇ ସୁଦ୍ଧା  ଫଳାଫଳ ଶୁନ୍ୟ। କେନ୍ଦ୍ର ର ଯୋଜନା  କେନ୍ଦ୍ର ସରକାରଙ୍କ ସଫଳତା ମନ୍ତ୍ର ଲୋକଙ୍କ ପାଖକୁ ପହଞ୍ଚାଇ  ଲୋକଙ୍କ  ପ୍ରିୟ ଭାଜନ ହେବାକୁ ଚେଷ୍ଟା  କରୁଥିବା ଜିଲ୍ଲା ନେତୃ ମଣ୍ଡଳୀ  ଯେ  ନିଜନିଜ  ଭିତରେ  ଥିବା  ତାଳମେଳ  ଖାଉନଥିବା  ଅନ୍ତଃ କନ୍ଦଳର ନଗ୍ନ ଚିତ୍ର  କାହାକୁ ଅଛପା ନାହିଁ ବରଂ  ଜନ ମାନସରେ  ଧରା ପଡିଯାଉଛି। ଆଉ ମାସ କେତୋଟିର ଅପେକ...

ପ୍ରାକୃତିକ ଚାଷ ପଦ୍ଧତିରେ ଜୀବନ ଜୀବିକା ଓ ଦେଶି ବିହନର ପୁନଃଉଦ୍ଧାର

Image
ପ୍ରାକୃତିକ ଚାଷ ପଦ୍ଧତିରେ ଜୀବନ ଜୀବିକା ଓ ଦେଶି ବିହନର ପୁନଃଉଦ୍ଧାର  ପୂର୍ଣ୍ଣଚନ୍ଦ୍ର ସବରଙ୍କ ରିପୋର୍ଟ - ଗୁଣପୁର(ବ୍ରାହ୍ମ ମୁହୂର୍ତ୍ତ) : ତା ୨୯/୭/୨୩ ରିଖ ଦିନ  ଗୁଣପୁର ବ୍ଲକ ଗାଦିଆଖଳା ଗ୍ରାମ ପଞ୍ଚାୟତର ପଧାନୀଗୁଡା ଗ୍ରାମରେ କୃଷି ଓ କୃଷକଙ୍କ ଜୀବନ ଜୀବିକା ପ୍ରତି ଉନ୍ନତ ମାନ ନିରୂପଣ କରିବା ପାଇଁ ଓଟିଇଏଲପି ପ୍ଲସ ଏବଂ ଆଇଟିଡିଏ ଗୁଣପୁରଙ୍କ ସହଭାଗିତାରେ ପ୍ରାକୃତିକ ଚାଷ ସହ ଦେଶୀ ବିହନ ସଂରକ୍ଷଣର ଏକ ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଗାଦିଆଖଳା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ ‌। ଏହି ଅବସରରେ ଗୁଣପୁର ପିଏ ଆଇ ଟି ଡି ଏ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶୀ ବିହନ ସମ୍ବନ୍ଧରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଆଧୁନିକ ଚାଷ ପଦ୍ଧତି ଅବଲମ୍ବନ କରି ଆଜି ଚାଷୀ ଉତ୍ପାଦନ ବୃଦ୍ଧି କରିପାରିଛି ସତ କିନ୍ତୁ ତଦ୍ୱାରା ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇଥିବା ଦେଖିବାକୁ ମିଳୁଛି । ତେଣୁ ଏଭଳି ଦେଶୀ ବିହନ ଲୋପ ପାଇବାକୁ ବସିଥିବା ଏବଂ ନିରୋଗୀ ଦେଶି ବିହନ ର ପୁନଃଉଦ୍ଧାର ପାଇଁ  ଚାଷୀମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ଓଟିଇଏଲପି ର କର୍ମକର୍ତ୍ତା ମାନେ। ବିନା ରାସାୟନିକ ସାର ଓ କୀଟ ନାଶକ ଔଷଧ ପ୍ରୟୋଗ କରି କିପରି ପ୍ରାକୃତିକ ଉପାୟରେ ...

ଶିଳ୍ପ ସମୃଦ୍ଧ ଯାଜପୁର ବାସୀଙ୍କ ଭରସା କିଏ ??

ଯାଜପୁର/ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ପ୍ରତିନିଧି)-: ଅବିଭକ୍ତ କଟକ ଜିଲ୍ଲାର ଏକଦା ଯାଜପୁର ଥିଲା ପ୍ରମୁଖ ଭଣ୍ଡାର ଘର। ଦେଶ ସ୍ବାଧୀନ ପରଠାରୁ ସ୍ବତନ୍ତ୍ର ପ୍ରଦେଶ ଗଠନର ବିଭିନ୍ନ ସମୟରେ କାଳକ୍ରମେ ବହୁ ଘଟଣା ଘଟି ଯାଇଥିବା ବେଳେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲ ଓଡ଼ିଶା। କିଛି ବର୍ଷ କ୍ଷମତା କୈନ୍ଦ୍ରିକ ରାଜନୀତିରେ ପରେ ପରେ ରାଜ୍ୟର ଅଖଣ୍ଡତା ଭିତରେ  ମୁଣ୍ଡ କହିଲେ କଟକ ଜିଲ୍ଲାକୁ ବୁଝାଉଥିବା ବେଳେ ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନ ହୋଇଥିଲା। କିନ୍ତୁ କିଏ ଜାଣିଥିଲା ନବେ ଦଶକରେ କଳିଙ୍ଗ ପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମୂଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବ ବୋଲି। ଓଡ଼ିଶାର ତେର ଜିଲ୍ଲା ସମୟ ସ୍ରୋତରେ ତିରିଶି ଗୋଟି ଜିଲ୍ଲାରେ ବିଭକ୍ତ ହୋଇଥିଲା ସତ କିନ୍ତୁ ଆଜିବି ସମଗ୍ର ଓଡ଼ିଶାରେ  ଯାଜପୁର ପୂର୍ବ ଭଳି ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଆସିଛି। ମାଆ ବିରଜାଙ୍କ ଅସୀମ କୃପାରୁ ବହୁ ସଂଖ୍ୟାରେ ଦେଶୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ମାନେ ନିଜ ପୃଷ୍ଠଭୂମି ନିର୍ମାଣ କରି ରାଜ୍ୟ ସରକାରଙ୍କ ରାଜକୋଷକୁ ଦ୍ଵିଗୁଣିତ କରାଇବାରେ ବିଶେଷ ସହାୟକ ହୋଇ ପାରିଛି। ଜିଲ୍ଲାର ତିନୋଟି ଉପଖଣ୍ଡ ଅନ୍ତର୍ଗତ ଦଶଗୋଟି ବ୍ଳକ ମାନଙ୍କରେ ବସବାସ କରୁଥିବା ପାଖାପାଖି ଉଣେଇଶ ଲକ୍ଷ ...

ମହେନ୍ଦ୍ର ତନୟା ଗର୍ଭରେ ହଜିଗଲେ ସୁବଙ୍ଗ

Image
ମହେନ୍ଦ୍ର ତନୟା ଗର୍ଭରେ ହଜିଗଲେ ସୁବଙ୍ଗ  ପୂର୍ଣ୍ଣଚନ୍ଦ୍ର ଶବରଙ୍କ ରିପୋର୍ଟ - ଗୁଣପୁର/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ସମଗ୍ର ରାଜ୍ୟରେ ବର୍ଷାର ଅଭାବ ପୁରଣ ହୋଇଥିଲା ବେଳେ ନଦୀ ନାଳ ସବୁଠି ବର୍ଷାଧାର ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ କିଏ ବା କାହିଁକି ଜାଣିବ କେଉଁ ନଦୀ ଗର୍ଭରେ କାହାର ଶେଷ ଠିକଣା ଲୁଚି ରହିଛି ବୋଲି। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଗତ ସପ୍ତାହର ବୁଧବାର ଦିନ। ଏଭଳି ଘଟଣା ଘଟିଥିଲା ବେଳେ ଏକାଥରକେ ଛଅ ଛଅଟି ଜୀବନ ନିଜ ଦୈନନ୍ଦିନ ଜୀବନରେ ବଞ୍ଚିବା ପାଇଁ ବାଟ ଖୋଜୁ ଖୋଜୁ ଅଟକି ଯାଇଛନ୍ତି ଅଧା ବାଟରେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ । ଜିଲ୍ଲାର ପୂର୍ବ ଦିଗରୁ ପ୍ରବାହିତ ନଦୀ ମହେନ୍ଦ୍ର ତନୟା ଚଳିତ ବର୍ଷା ଋତୁରେ ଦୁଇ କୂଳ ଖାଇ କଳ କଳ ମୁଖରିତ ଗର୍ଜନ କରି ସାଗର ଗର୍ଭରେ ମିଶିବାକୁ ପ୍ରବଳ ଇଚ୍ଛାଶକ୍ତି ସହିତ ଆଗେଇ ଚାଲିଥିବା ବେଳେ ତା'ର ସେହି ଧୁଷରିଆ ଜଳ ରାଶିର ପ୍ରଖର ସ୍ରୋତରେ ଫସି ଯାଇଥିଲେ  ଗୁଣୁପୁର ବ୍ଲକ୍ ବିମପୁର ପଂଚାୟତ ମଲାପଦର ଗ୍ରାମର ୨୭ବର୍ଷ ବୟସର ଭେଣ୍ଡିଆ ପୁଅ। ଚାହୁଁ ଚାହୁଁ ପ୍ରଖର ସ୍ରୋତରେ କେଉଁଆଡେ ଉଭେଇ ଯାଇଥିଲା। ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓଡ୍ରାଫ ଟିମ୍ ସଦସ୍ୟ ମାନେ ନଦୀ ଗର୍ଭକୁ ପ୍ରବେଶ କରିଥିଲେ ଏବଂ ବହୁ ପ୍ରୟାସ କରି ଖୋଜାଖୋଜି କଲେ କିନ୍ତୁ ଭାସି ଯାଇଥିବା ବ୍ୟକ୍ତିଙ୍କ କୌଣସି ...

ନବ ନିର୍ବାଚିତ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

Image
ନବ ନିର୍ବାଚିତ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ପୂର୍ଣ୍ଣଚନ୍ଦ୍ର ଶବରଙ୍କ ରିପୋର୍ଟ -  ଗୁଣପୁର :  ୨୭/୭/୨୩ : ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସେତେ ତତ୍ପରତା ଦେଖିବାକୁ ମିଳୁଛି । ଏହି କ୍ରମରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତା'ର ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଚୟନ କରିଛି । ଏହି ଅବସରରେ ଗୁଣପୁର ପୂର୍ତ୍ତଵିଭାଗ ବଙ୍ଗଳା ଠାରେ ବୁଧବାର ସନ୍ଧ୍ୟାରେ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ଅଭିନାଶ ଗମାଙ୍ଗ , ଜିଲ୍ଲା ଉପସଭାପତି  ଭାସ୍କର ଜାଗରେଙ୍ଗା ଓ ଏସସି ସେଲର ଉପସଭାପତି ରୁନା ବାଉରିଙ୍କୁ ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମକର୍ତ୍ତାମାନେ ଆସି ସ୍ବାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର , ରାମନାଗୁଡା ବ୍ଲକ ସଭାପତି ବାଞ୍ଛାନିଧି ବେହେରା , ନବୀନ ଚନ୍ଦ୍ର ନାୟକ , ରିଷିକେଶ ପାତ୍ର ,ଚଳଣି ଶତପଥୀ , ସୁଧିର ଗୁରୁ , ରାଜେଶ ଶବର ସମେତ ବହୁ ବହୁ ଯୁବ କଂଗ୍ରେସ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ । ବିଶେଷ କରି ଜଣେ ଉଚ୍ଚ ଶିକ୍ଷିତ, ଏମବିଏ ତଥା ମେକାନିକାଲ ଇଞ୍ଜିନିୟରିଂରେ ଅଧ୍ୟୟନରତ ଅଭିନାଶ , ଯୁବ କ...

ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Image
ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପୂର୍ଣ୍ଣଚନ୍ଦ୍ର ଶବରଙ୍କ ରିପୋର୍ଟ - ଗୁଣପୁର :(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୨୭/୭/୨୩ : ଲୋକଙ୍କ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଚାଷୀର ବ୍ୟାଙ୍କ ଖାତାକୁ ସିଧାସଳଖ ପହଞ୍ଚିଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନାର ୧୪ ତମ କିସ୍ତି ୨୦୦୦ ଟଙ୍କା । ମାନ୍ୟବର ପ୍ରଧାନମନ୍ତ୍ରୀ ଦିନ ୧୧ ଘଟିକା ସମୟରେ ରାଜସ୍ଥାନର ସିକର ରୁ ପି ଏମ୍ କିଷାନ ଯୋଜନା ର ୧୪ ତମ କିସ୍ତି ଚାଷୀ ମାନଙ୍କୁ ପ୍ରଦାନ କରିଛନ୍ତି । ଫଳରେ ନାମ ମାତ୍ର ଚାଷି ତାର ଚାଷକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ କରିବାକୁ ସୁବିଧା ହୋଇଛି । ଏହି ପରିପ୍ରେକ୍ଷୀରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି ଉନ୍ନତ  ପ୍ରଣାଳୀରେ ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହଶହ ଚାଷୀ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସୁଶ୍ମ...

ମଣିପୁର ଆଦିବାସୀ ମାନଙ୍କ ଉପରେ ଆକ୍ରମଣକୁ ବିରୋଧ କରି ରାୟଗଡ଼ ରେ ଦାବିପତ୍ର।

Image
ମଣିପୁର ଆଦିବାସୀ ମାନଙ୍କ ଉପରେ ଆକ୍ରମଣକୁ ବିରୋଧ କରି ରାୟଗଡ଼ ରେ ଦାବିପତ୍ର। ପୂର୍ଣ୍ଣଚନ୍ଦ୍ର ଶବରଙ୍କ ରିପୋର୍ଟ - ଆଦିବାସୀ ସେବକ ସଂଘ, BAMCEF ମିଶି ମଣିପୁର ଆଦିବାସୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ପ୍ରତିବାଦ କରି ରାୟଗଡା ଜିଲ୍ଲା ପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବି ପତ୍ର (ମେମ୍ବରାଣ୍ଡମ) ଦିଆଗଲା। ଏଥିରେ ଉଲ୍ଲେଖ ରହିଛି ଆଦିବାସୀ ସମାଜ ସଚେତନ ହେବା ଦରକାର । ନିଜ ସମାଜ ଉପରେ ଅନ୍ୟାୟ ଅତ୍ୟାଚାର ହେବା ଦେଖି ଦେଖି ଚୁପ ରହିବା ଏକ ବଡ଼ ଅପରାଧ ଅଟେ ।  ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼ିବା ମୁଖ୍ୟ କାମ ହେଉଛ ଆଗଧାଡିର ଆଦିବାସୀ ନେତାଙ୍କ କର୍ତ୍ତବ୍ୟ । ଜୟ ଆଦିବାସୀ ଏକତା ଜିନ୍ଦାବାଦ। ମୂଳନୀବାସୀ ବହୁଜନ ଏକତା ଜିନ୍ଦାବାଦ। ଏଭଳି କିଛି ସଚେତନ ସମ୍ପର୍କରେ ଲେଖା ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି।

ଓବିସି ମାନ୍ୟତା ଦାବି ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ରାଜଶ୍ରୀ ବଳାସୀ ସମାଜ ପ୍ରତିନିଧି ଦଳ

Image
ଓବିସି ମାନ୍ୟତା ଦାବି ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ରାଜଶ୍ରୀ ବଳାସୀ ସମାଜ ପ୍ରତିନିଧି ଦଳ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ+ ରାଜଶ୍ରୀ ବଳାସୀ ସମାଜକୁ obc ମାନ୍ୟତା ପାଇବ! କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନେଇ ପ୍ରତିଶ୍ରୁତି ଦେବାପରେ ଏମିତି ଏକ ସମ୍ଭାବନା ସୃଷ୍ଟି ହୋଇଛି |ସୂଚନା ଯୋଗ୍ୟ ଯେ, ପୁର୍ବରୁ ବିଭିନ୍ନ ସମୟରେ ରାଜଶ୍ରୀ ବଳାସୀ ସମାଜକୁ OBC ମାନ୍ୟତା ଦେବାପାଇଁ ଦାବିହୋଇ ଆସୁଥିଲା | ଆଜି ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ଉପସଭାପତି ଦୀନବନ୍ଧୁ ସାହୁ ଏବଂ ପୂର୍ବତନ ସମ୍ପାଦକ ତଥା କେନ୍ଦ୍ରସଭ୍ୟ ଚନ୍ଦ୍ରଶେଖର ସାହୁ  ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ମାନ୍ୟବର କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ଼ଃ. ବୀରେନ୍ଦ୍ର କୁମାରାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରି ଆବଶ୍ୟକୀୟ ଦଲିଲ ସହିତ ଦୃଢ ଦାବୀ ଉପସ୍ଥାପନ କରିଥିଲେ |ମାନ୍ୟବର ମନ୍ତ୍ରୀ ସମସ୍ତ ଦଲିଲ ଦେଖିବା ପରେ ଏ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶୃତି ପ୍ରଦାନ କରିଥିବା ଜଣାପଡିଛି | ଏଥିପାଇଁ ରାଜଶ୍ରୀ ବଳାସୀ ସମାଜରେ ଖୁସିର ଲହରୀ ଖେଳିଯାଇଛି | ଦୀର୍ଘ ଦିନର ଦାବିକୁ ବିଚାର କରି ଏ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିବାରୁ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରାପରିଷଦ ଏବଂ ଅଭ୍ୟର୍ଥନା...

୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

Image
୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ରିପୋର୍ଟ -  ପୂର୍ଣ୍ଣ ଚନ୍ଦ୍ର ଶବରଙ୍କ ରିପୋର୍ଟ -   ଗୁଣପୁର (ବ୍ରାହ୍ମ ମୁହୂର୍ତ୍ତ) : ୨୫/୭/୨୩  : ଆସନ୍ତା ସ୍ବାଧୀନତା ଦିବସ ପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ସଦଭାବନା ଗୃହ ଠାରେ। ଆଜି ଅର୍ଥାତ୍ ବୁଧବାର ତା ୨୫/ ୦୭/ ୨୦୨୩ ରିଖ ଅପରାହ୍ନ  ୪ ଘଟିକା ସମୟରେ। ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏହି ପ୍ରସ୍ତୁତି ବୈଠକରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିଲେ । ସ୍ୱାଧୀନତା ଦିବସ ଦିନ ଭୋର ୪ : ୩୦ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯିବା ସହ ୫ : ୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ । ଏହି ଅବସରରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ ଘ ୩୦ ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ୯ ଘ୧୫ ମିନିଟ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ । ସମୁଦାୟ ୧୮ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଭାରତୀୟ ରିଜର୍ଭ ଫୋର୍ସ...

ରୋଜଗାରିଆ ଭେଣ୍ଡିଆ ପୁଅ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ।

Image
ରୋଜଗାରିଆ ଭେଣ୍ଡିଆ ପୁଅ  ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ।                                ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 26/07:- ଗାଁ କୁ ଫେରିଲା ଘର ପରିବାରର ରୋଜଗାରିଆ ପୁଅ। ବାପା ମା  ଛେଉଣ୍ଡ ୧୮ ବର୍ଷର ଭେଣ୍ଡିଆ ପୁଅ ଅଭି ମାଝୀ ଦାଦନ ଖଟିବା ଲାଗି ଯାଇଥିଲା କର୍ଣ୍ଣାଟକ ହେଲେ ଫେରିଲା ଶବ ହୋଇ। ଏଭଳି ହୃଦୟ ବିଦାରକ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଝରିଗାଁ ବ୍ଲକ ଭାଲୁକାନଡି ଗ୍ରାମପଞ୍ଚାୟତ ପୋଡ଼ହଳିଆପଡା ଗ୍ରାମରେ ଆଜକୁ ଛଅ ମାସ ତଳେ କାମକରିବାଲାଗି ଯାଇଥିଲା କର୍ଣ୍ଣାଟକ ଯାଇଥିଲେ ଅଭି ମାଝୀ ଏବଂ ଗାଁ ର ଆଉଜଣେ ଯୁବକ କୁଲ ମାଝୀ । ମିଳିଥିବା ସୂଚନା ଅନୁସାରେ ଘଟଣା ଏପରି ଥିଲା ଯେ, ଦୁହେଁ ମିଶି କର୍ଣ୍ଣାଟକ ସି ଵି ପୁରମ ର ବାଙ୍ଗପାଲି ଠାରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କାର୍ଯ୍ୟରେ କାମକରୁଥିଲେ, ସେଦିନ କାମରୁ ଫେରି ରାତି ଖିଆପିଆ ସାରି ସୋଇଥିଲେ ହେଲେ ଅଭି ସେହି ରାତିରେ ହିଁ ଚିରନିଦ୍ରାରେ ଶୋଇ ଯାଇଥିଲା ଅଭି ପରିବାର ଲୋକେ ଖବର ପାଇବା ପରେ ଭଲୁକାନାଡି ସରପଞ୍ଚ ହଳଧର ବଞ୍ଜରା, ଏବଂ ମହେଶ୍ୱର ତିୱାରୀଙ୍କ ସହ ଝରୀଗାଁ ପୋଲିସ ର ସହାୟତା ଲୋଡ଼ିଥିଲେ କିନ୍ତୁ ଘଟଣା ଝରୀଗାଁ ବ୍ଲକ ର ହୋଇନଥିବାରୁ କୌଣସି ପଦକ୍ଷେପ ...

ମାଲକାନଗିରି ପରିବହନ କାର୍ଯ୍ୟାଳୟରେ ଏମଭିଆଇ ଶ୍ରୀଯୁକ୍ତ କୁଲ୍ଲୁ ଙ୍କୁ ଭେଟିଲେ ବ୍ରାହ୍ମ ମୁହୂର୍ତ୍ତ ପ୍ରତିନିଧି।

Image
ରାମଚନ୍ଦ୍ର ହନ୍ତାଳଙ୍କ ରିପୋର୍ଟ -  ମାଲକାନଗିରି (ବ୍ରାହ୍ମ ମୁହୂର୍ତ୍ତ ୨୪×୭)- ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ସରକାରଙ୍କ ପରିବହନ ବିଭାଗ କାର୍ଯ୍ୟାଳୟରେ ନୂଆ କରି ଯୋଗ ଦେଇଥିବା ଏମଭିଆଇ (ମୋଟର ଭେଇକଲ ଇନ୍ସପେକ୍ଟର) ଙ୍କୁ ଆଜି ଅର୍ଥାତ୍ ତା ୨୫/୦୭/୨୩ ରିଖ ବୁଧବାର ଦିନ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ମାଲକାନଗିରି ସଦର ବ୍ଳକର ପ୍ରତିନିଧି ଶ୍ରୀ ରାମଚନ୍ଦ୍ର ହନ୍ତାଳ ଭେଟିଛନ୍ତି। କାର୍ଯ୍ୟ ବ୍ୟସ୍ତତା ଭିତରେ ଥିବା ସତ୍ତ୍ବେ ଏମଭିଆଇ ଶ୍ରୀଯୁକ୍ତ ଜନ୍ ପ୍ରତାପ କୁଲ୍ଲୁ ଆମ ପ୍ରତିନିଧିଙ୍କୁ ତାଙ୍କ ବହୁ ମୂଲ୍ୟବାନ ସମୟ ଭିତରେ ଅଂଶୀଦାର କରି ଜିଲ୍ଲାର ପରିବହନ ବିଭାଗ ସମ୍ବନ୍ଧୀୟ ବିଭିନ୍ନ  କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ତତ୍ ସହିତ ସାମ୍ବାଦିକ ଶ୍ରୀ ରାମଚନ୍ଦ୍ର ହନ୍ତାଳ ଏମଭିଆଇ ଶ୍ରୀଯୁକ୍ତ କୁଲ୍ଲୁ ଙ୍କ ସହିତ ଉକ୍ତ ବିଶେଷ ମୁହୂର୍ତ୍ତରେ ସ୍ଥିର ଚିତ୍ର ଉତ୍ତୋଳନ କରିଥିଲେ। ଆପଣଙ୍କ ପାଖରେ ସବୁ ସମୟରେ ଆମ ଜିଲ୍ଲାର ଟିକିନିଖି ଖବର ପ୍ରସାରିତ କରିବାକୁ ସର୍ବଦା ପ୍ରମୁଖ ଭୂମିକା ନେଇଛି ବ୍ରାହ୍ମ ମୁହୂର୍ତ୍ତ ଡିଜିଟାଲ ପୋର୍ଟାଲ - ବ୍ରାହ୍ମ ମୁହୂର୍ତ୍ତ ୨୪×୭।।  

ମାଲକାନଗିରି ପରିବହନ କାର୍ଯ୍ୟାଳୟ (ଏମଭିଆଇ) ଦାୟିତ୍ବ ଭାର ଗ୍ରହଣ କଲେ ଜନ୍ ପ୍ରତାପ କୁଲ୍ଲୁ।

Image
ରାମଚନ୍ଦ୍ର ହନ୍ତାଳଙ୍କ ରିପୋର୍ଟ -  ମାଲକାନଗିରି (ବ୍ରାହ୍ମ ମୁହୂର୍ତ୍ତ):- ରାଜ୍ୟର ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଶେଷ ପରିଚୟ ସୃଷ୍ଟି କରିଥିବା ସହିତ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ସବୁବେଳେ ଓଡ଼ିଶା ମାନଚିତ୍ରରେ ଅଙ୍କନ କରି ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପାଖରେ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା। ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକ ଭିତରେ ପରିବହନ ବିଭାଗ ଏମିତି ଏକ ଦାୟିତ୍ବ ନିର୍ବାହ କରେ ଯାହା ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରତି ସବୁବେଳେ ସ୍ବତନ୍ତ୍ର ଜୀବନଶୈଳୀର ଅଙ୍କନ ରେଖା ଆଙ୍କିବାରେ ବିଶେଷ ସହାୟକ ସାଜିଥାଏ। ଏହିସବୁ ଦୃଷ୍ଟିରୁ ରାଜ୍ୟ ସରକାର ବିଭାଗ ପକ୍ଷରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମାଲକାନଗିରି ଜିଲ୍ଲାର ଗାଡିମଟର ସମ୍ବନ୍ଧୀୟ ପ୍ରତ୍ୟେକ କାଗଜପତ୍ର ଯାଞ୍ଚ ଏବଂ ମଟର ଯାନ ଚାଳନା ସମ୍ପର୍କୀତ ପର୍ଯ୍ୟବେସିତ କାର୍ଯ୍ୟ ଗୁଡ଼ିକର ନିରୀକ୍ଷଣ ଅଧିକାରୀ (ଏମଭିଆଇ) ଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପଦବୀରେ ଜଣେ ଦକ୍ଷତା ସମ୍ପନ୍ନ ଅଭିଜ୍ଞ ଅଧିକାରୀ ଶ୍ରୀଯୁକ୍ତ ଜନ୍ ପ୍ରତାପ କୁଲ୍ଲୁ ଦାୟିତ୍ବ ଗ୍ରହଣ କରିଛନ୍ତି। ନବନିଯୁକ୍ତ ଏମଭିଆଇ ଶ୍ରୀଯୁକ୍ତ କୁଲ୍ଲୁ ଙ୍କୁ ଏହି ଅବସରରେ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନ ସୁଅ ଛୁଟିଛି। ଏଭଳି ସମୟରେ ଆମ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପ୍ରତିନିଧି ଶ୍ରୀ ରାମଚନ୍ଦ୍ର ହନ୍ତାଳଙ୍କ ସାକ୍ଷାତକାର ଅତ୍ୟନ୍ତ ...

ମାଲକାନଗିରି ବ୍ଳକ ପ୍ରଶାସନିକ ଦାୟିତ୍ବ ଭାର ଗ୍ରହଣ କଲେ ପ୍ରଭାତୀ ଝୋଡିଆ

Image
ରାମଚନ୍ଦ୍ର ହନ୍ତାଳଙ୍କ ରିପୋର୍ଟ - ମାଲକାନଗିରି (ବ୍ରାହ୍ମ ମୁହୂର୍ତ୍ତ):- ସମଗ୍ର ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ପରିଚୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମନେପଡେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ରାଜ୍ୟ କ୍ୟାଡ଼ରରେ କାର୍ଯ୍ୟ ଆରମ୍ଭ କରିଥିବା ଏବଂ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ କରିଥିବା ଏବେକାର ଦିନରେ ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଗଗନ ଧଳଙ୍କ ମାର୍ଗ ଦର୍ଶନ ଏବଂ ପ୍ରଶାସନିକ ଦକ୍ଷତା ସମ୍ପନ୍ନ ଅଭିଜ୍ଞତା ହେତୁ ନବେ ଦଶକରେ ମାଲକାନଗିରି ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ଇତିହାସ କହୁଥିବା ପୃଷ୍ଠାକୁ। ଏଭଳି ଏକ ଜିଲ୍ଲାର ମାଲକାନଗିରି ସଦର ବ୍ଳକର ଭୂମିକା ସବୁବେଳେ ଜିଲ୍ଲାର ପ୍ରଶାସନିକ କ୍ଷମତା ପ୍ରତି ଯଥେଷ୍ଟ ଭାଗିଦାରୀ ହୋଇଥିବା ବେଳେ ବ୍ଳକ ସ୍ତରରେ ନିଯୁକ୍ତି ପାଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି କ୍ରମରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖି ସବୁବେଳେ ଏମିତି ଜଣେ ଅଭିଜ୍ଞ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଏହି ବ୍ଳକ ଦାୟିତ୍ଵ ଦେଇଛନ୍ତି ଯାହାକୁ ନେଇ ଦେଖାଦେଇଛି ବିଭିନ୍ନ ମହଲରେ ଖୁସି ଏବଂ ଶୃଙ୍ଖଳା ପୂର୍ଣ୍ଣ ମାନସିକତାର ବିଶେଷ ଉଲ୍ଲସିତ ମୁହୂର୍ତ୍ତ। ମାଲକାନଗିରି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (...

ଓର୍କେଲ ଥାନାଞ୍ଚଳରେ ଭିନ୍ନ ଏକ ବାତାବରଣ ସୃଷ୍ଟି ହୋଇଛି ନୂଆ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କ ପାଇଁ।

Image
ସାଗର କୁମାର ଖରାଙ୍କ ରିପୋର୍ଟ - ବାଲିମେଳା/ମାଲକାନଗିରି(ବ୍ରାହ୍ମ ମୁହୂର୍ତ୍ତ):-  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସାଧାରଣ ଅଦଳବଦଳ ହୋଇଛି। ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଥାନା ଗୁଡ଼ିକରେ ଦେଖିବାକୁ ମିଳିଥିବା ସାଧାରଣ ସମସ୍ୟା ପ୍ରତି ସଚେତନ ହୋଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମାଲକାନଗିରି ଉପଖଣ୍ଡ ଅନ୍ତର୍ଗତ ପୋଲିସ ଉପଖଣ୍ଡ ପରିସୀମା ଭିତରେ ଦେଖାଦେଇଥିବା ଛୋଟ ବଡ଼ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ମୂଖ୍ୟାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଜିଲ୍ଲାର ବାଲିମେଳା ସହରରେ ଥିବା ବାଲିମେଳା ଥାନାର ବିଭିନ୍ନ କାର୍ଯ ଗ ଗୁଡ଼ିକ ଉପରେ ଆଲୋକପାତ କରି ଶନିବାର ଦିନ ଏଠାରେ ଜଣେ ଦକ୍ଷତା ସମ୍ପନ୍ନ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ନୂତନ ଅଧିକାରୀ ଭାବେ ପଠାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭାର ସମ୍ଭାଳିଛନ୍ତି  ଧିରେନ କୁମାର ପଟ୍ଟନାୟକ l ଶ୍ରୀ ପଟ୍ଟନାୟକ ଏହା ପୂର୍ବରୁ ରାଜ୍ୟ ଗୃହ ବିଭାଗ ଅଧିନରେ କାର୍ଯ୍ୟରତ ରହି ବହୁ ସଫଳତା ହାସଲ କରିଛନ୍ତି ଯାହା ଫଳରେ ସରକାରଙ୍କ ଶୁଭ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ରଘୁନାଥ ମାଝୀଙ୍କର ନବରଙ୍ଗପୁର ଜିଲ୍ଲାକୁ ବଦଳି ହେଇଛି l ପ୍ରକାଶ ଯୋଗ୍ୟ ଯେ, ନବନିଯୁକ୍ତ ଥାନାଧିକାରୀ ଧିରେନ ପଟ୍ଟନାୟକ ପୂର୍ବରୁ କରାପୁଟ ଟାଉନ ଥା...

ବଙ୍ଗାଳୀ ସାହି ହନୁମାନ ମନ୍ଦିର ଠାରୁ ଜାଭିୟର ସ୍କୁଲ ଦେଇ ମଣି ଛକକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ

Image
ବଙ୍ଗାଳୀ ସାହି ହନୁମାନ ମନ୍ଦିର ଠାରୁ ଜାଭିୟର ସ୍କୁଲ ଦେଇ ମଣି ଛକକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ  ବ୍ୟାସନଗର;୨୪/୦୭(ବ୍ରାହ୍ମ ମୁହୂର୍ତ୍ତ ): ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୩ ଓ ୪ ପାଖ ରାସ୍ତା ଯାହାକି ବଙ୍ଗାଳୀ ସାହି ହନୁମାନ ମନ୍ଦିର ଠାରୁ ଜାଭିୟର ସ୍କୁଲ ଦେଇ ମଣି ଛକକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି।ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ଏହି ରାସ୍ତା ଦେଇ ଶତାଧିକ ଗାଡ଼ି ଯିବା ଆସିବା କରୁଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ।ଏହି ରାସ୍ତା ରେ ଥିବା ଖାଲ ଖମା ରେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା।ବାଇକ୍ ଚାଳକଙ୍କ ପାଇ ଏହି ରାସ୍ତା ଦୁର୍ଘଟଣା ର ପଥ ପାଲଟିଛି।ଏହି ରାସ୍ତା ଦେଇ କମ୍ପାନୀ ଗାଡ଼ି ଠାରୁ ଆରମ୍ଭ କରି ଜାଭିୟର ସ୍କୁଲ,ପ୍ରୟାସ କଲେଜ ଗାଡ଼ି ପ୍ରତ୍ୟେକ ଦିନ ଯାଉଥିବା ବେଳେ ରାସ୍ତା ର ଯତ୍ନ ପ୍ରତି କାହାର ନଜର ନାହିଁ।କୁନି କୁନି ଛାତ୍ର ଛାତ୍ରୀ ଏହି ରାସ୍ତାରେ ବିଦ୍ୟାଳୟକୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହେଉଛନ୍ତି।ଏବେ ଏହି ରାସ୍ତା ଦେଇ ବାଇକରେ ଯିବାକୁ ଭୟ ଲାଗୁଛି।ରାସ୍ତାର ଆରମ୍ଭରୁ ଏକ ବିରାଟ କାୟ ଖାଲ ସୃଷ୍ଟି ହୋଇଛି ସେହି ଖାଲରେ ପ୍ରତ୍ୟେକ ଦିନ ବାଇକ୍ ଚାଳକ ପଡ଼ୁଛନ୍ତି ଖଣ୍ଡିଆ ଖାବରା ହେଉଛନ୍ତି ଏଥି ପ୍ରତି ପ୍ରଶାସନର ଜମା ଦୃଷ୍ଟି ପଡୁନାହିଁ।ରବିବାର ଅପରା...

ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ରେ ବିଭିନ୍ନ ଜିଲ୍ଲାର ଶିଶୁ ଚିକିତ୍ସକ ମାନଙ୍କ ଦ୍ଵାରା ଏକ ୱର୍କ ସପ "ସଂକଳ୍ପ ସମ୍ପୂର୍ଣ ସ୍ଵାସ୍ଥ୍ୟ" କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ରେ ବିଭିନ୍ନ ଜିଲ୍ଲାର ଶିଶୁ ଚିକିତ୍ସକ ମାନଙ୍କ ଦ୍ଵାରା ଏକ ୱର୍କ ସପ  "ସଂକଳ୍ପ ସମ୍ପୂର୍ଣ ସ୍ଵାସ୍ଥ୍ୟ"  କାର୍ଯ୍ୟକ୍ରମ ଅନୁଷ୍ଠିତ  ବ୍ୟାସନଗର;୨୨/୦୭(ବ୍ରାହ୍ମ ମୁହୂର୍ତ୍ତ ) : ବ୍ୟାସନଗର କୁସୁନପୁର ସ୍ଥିତ ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ  ବିଭିନ୍ନ ଜିଲ୍ଲାର ଶିଶୁ ଚିକିତ୍ସକ ମାନଙ୍କ ଦ୍ଵାରା ଏକ ୱର୍କ ସପ  (ସଂକଳ୍ପ ସମ୍ପୂର୍ଣ ସ୍ଵାସ୍ଥ୍ୟ)ସହ ସଚେତନତା ବାର୍ତ୍ତା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ,ଯାଜପୁର ସମେତ ଭଦ୍ରକ ଜିଲ୍ଲାର ବହୁ ପ୍ରତିଷ୍ଠିତ ଶିଶୁ ଚିକିତ୍ସକ ଙ୍କର ସମାଗମ ହୋଇଥିଲା। ଇଣ୍ଡିଆନ୍ ଏକାଡେମୀ ଅଫ ପେଡ୍ରିଓଟିକ ର ସଭାପତି ଡ଼ ଉପେନ୍ଦ୍ର କିଞ୍ଜାୱାଡକର ,ଉପ ସଭାପତି ଡ଼ ବିଶ୍ୱଜିତ୍ ମିଶ୍ର,ଇଷ୍ଟ ଜୋନ ର ସଭାପତି ଅରକ୍ଷିତ ସ୍ୱାଇଁ,ଟ୍ରେନର ଡ଼ ପ୍ରସନ୍ନ କୁମାର ସାହୁ, ଡ଼ ରଧାରମଣ ସାହୁ, ଡ଼ ସୁପ୍ରକାଶ ଶତପଥୀ, ଡ଼ ମହେଶ ମହନ୍ତ, ଡ଼ ରାଜୀବ ଲୋଚନ ସେଠୀ, ଡ଼ ଅମର କୁମାର ବେହେରା, ଡ଼ ପ୍ରଶାନ୍ତ କୁମାର ସବତ୍ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାସ୍ଥ୍ୟ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ରଖଥିଲେ।ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲର ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟ  ସ୍କାଉଟ ଗାଇଡ,ସିଭିଲ...

ଚୁଟି ନଥିବା ଲୋକ ବିକୁଛି ଶିଙ୍ଗ ପାନିଆ , ସୁନ୍ଦରଗଡ଼ ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟ ଭିତରେ ପଛଫୁଲା ଅଇଁଠୁ ନାଏକଙ୍କ ଗେରସ୍ତ ପଣିଆ..!!

Image
ଚୁଟି ନଥିବା ଲୋକ ବିକୁଛି ଶିଙ୍ଗ ପାନିଆ , ସୁନ୍ଦରଗଡ଼ ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟ ଭିତରେ ପଛଫୁଲା ଅଇଁଠୁ ନାଏକଙ୍କ ଗେରସ୍ତ ପଣିଆ..!! ସୁନ୍ଦରଗଡ଼ (ବ୍ରାହ୍ମ ମୁହୂର୍ତ୍ତ):- ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଭିତରେ ଆଜିର ଦିନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାହାକୁ ନେଇ ଦେଖାଦେଇଛି ତଳ ଠାରୁ ଉପର ସବୁଠାରେ ଗୋଟିଏ ଚର୍ଚ୍ଚା। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ  ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁଦିନ ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ତଦାରଖ ହେଉଥିବା ସମସ୍ତ ପ୍ରକାର କାର୍ଯ୍ୟ ଗୁଡ଼ିକ କୁଆଡେ ଏହି ଡାଳ ନଥିବା ଲଣ୍ଡା ବରଗଛ ରୂପି ଅଇଁଠୁ ନାଏକ ହାତ ନବାଜିଲେ ପକ୍ଷୀ ଧରୁନାହିଁ ବୋଲି ଶୁଣାଯାଏ। ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଯୋଜନା ଭେଣ୍ଡିଆ ବୟସରେ ନପୁଂସକ ହୋଇ କାର୍ଯ୍ୟକାରୀ କରିବା ପୂର୍ବରୁ ଉଭାନ ହେବାକୁ ବସିଲାଣି ବୋଲି ଶୁଣାଯାଏ। ଘଟଣାବଳୀ ଉପରେ ଅବଗତ ହେବା ପରେ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାରେ ସମର୍ଥ ହୋଇ ଯେଉଁ ସବୁ ଅଭିଯୋଗର ସନ୍ଧାନ ସିଡିଏମଓଙ୍କ କାର୍ଯ୍ୟାଳୟ ଠାରୁ ପାଇଲେ ତାହା ଆଜି ଦାଣ୍ଡରେ ପଡି ହାଟରେ ଗଡୁଥିଲା ଭଳି ନାନା ଆଲୋଚନା ହେଉଛି। ଶୁଣିବାକୁ ମିଳୁଛି ଯେ, ସିଡିଏମଓଙ୍କ ଷ୍ଟେନୋ ରୁପେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ପଛଖୋଲା ଆଇଁଠୁ ...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଣ୍ଡିୟାନ ଭୂତ

ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ):- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଣ୍ଡିୟାନ ଭୂତ ଏଭଳି ଚକ୍ରବ୍ୟୁହ ରଚନା କରିଛନ୍ତି ଯେ, ରାଜଧାନୀ ଭୁବନେଶ୍ଵର ଠାରୁ ବ୍ଳକ ହେଡ କ୍ୱାର୍ଟର ସବୁଠି ଚର୍ଚ୍ଚାର ସୀମା ଲଙ୍ଘି ଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫-ଟି ସଚିବ ଭିକେ ପାଣ୍ଡିୟାନ ମାଲକାନଗିରି ଠାରୁ ମୟୁରଭଞ୍ଜ ଜିଲ୍ଲାରେ ବାହାନ ମୟୂରକୁ ଯେତେବେଳେ ଅବତରଣ କରୁଛନ୍ତି ସେତେବେଳେ ଯାହା ସବୁ ଘଟଣା ଦେଖିବାକୁ ମିଳିଥିଲା ତାହା ପୁଣି ନବରଙ୍ଗପୁର ଜିଲ୍ଲାରୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରଣପୁର ଠାରେ ମଧ୍ୟ ଅନୂରୁପ ଭାବେ ସମାନ ପରିସ୍ଥିତି ଦେଖାଦେଇଛି। ସେହିପରି ଢଙ୍ଗରେ କୋରାପୁଟ ଠାରୁ କେଉଁଝର ଆଉ ଯାଜପୁର ଠାରୁ ଜଗତସିଂହପୁର ଠାରେ ପାଣିପାଗ ଅନୁକୂଳ ବାତାବରଣ ରହିଥିବା ବେଳେ ଏବେ ଦେଖିବାକୁ ବାକି ରହିଲା ଗଞ୍ଜାମ କନ୍ଧମାଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତିରି ଚିତ୍ର କିପରି କାର୍ଯ୍ୟକାରୀ କରାଯାଉଛି। ସତ କହିବାକୁ ଗଲେ ଆମ ରାଜ୍ୟ ବିଜେପି କାର୍ଯ୍ୟାଳୟ ଭିତରୁ ନେତାଙ୍କ ପାଇଁ ପାଣ୍ଡିୟାନ ଙ୍କୁ ସମ୍ମୁଖୀନ ହେଲା ଭଳି ଉନ୍ନତ ମାନ ପ୍ରତିରୋଧ ଶକ୍ତି ଜାତ କରିବାରେ ଅସମର୍ଥ ହେଉ ଥିବା ମନେହେଉଛି। ଆଉ ଏକ କଥା ମନକୁ ଆସୁଛି ଯେମିତି ନିଜ ନେତାଙ୍କୁ କର୍ଣ୍ମଣନ୍ତ୍ର ଦେବାରେ ଯଥେଷ୍ଟ ବୁଦ୍ଧିଜ୍ଞାନର ଅଭାବ ରହିଛି ରାଜ୍ୟ ବିଜେପି କାର୍ଯ୍ୟାଳୟରେ। ନୋହିଲେ ଜଣେ ସାଧାରଣ ସଚିବ ପାଇଁ ଏଭଳି ବାଉଳି ଚାଉଳି...

ବିଦ୍ୟାଳୟ ପୋଷାକ ବିତରଣ ମେଳା ଅନୁଷ୍ଠିତ

Image
ବିଦ୍ୟାଳୟ ପୋଷାକ ବିତରଣ ମେଳା ଅନୁଷ୍ଠିତ  ରାମଦାସ ଭତ୍ରାଙ୍କ ରିପୋର୍ଟ -  ଝରିଗାଁ/୨୨.୦୭.୨୦୨୩(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମରପଦର ଠାରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ମାନୀତ ଅତିଥି ଭାବେ  ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ତଥା   ପୂର୍ବତନ ସରପଞ୍ଚ ଡମ୍ବରୁ ଭତ୍ରା, ୱାର୍ଡ ମେମ୍ବର ମୋହନ ମାଝୀ, ଏସ ଏମ୍ ସି ସଭାପତି କମଳ ମାଝୀ, ସି ଆର ସି ସି ରଞ୍ଜିତ ବିଶ୍ୱାସ ଯୋଗ ଦେଇ ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ର ନୂତନ ପୋଷାକ ବିତରଣ କରିଥିଲେ।ଶିକ୍ଷାବିତ୍ ଅମରସିଂ ପାଇକ ସରକାରଙ୍କ ଏପରି ଅଭିନବ କାର୍ଯ୍ୟ ଦ୍ବାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଶିକ୍ଷା ପ୍ରତି ଆକୃଷ୍ଟ ହେବା ସହିତ କିପରି ଉପକୃତ ହେଉଛନ୍ତି ଏହାର ଏକ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍କୁଲର ୧୮୪ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷକ ବଣ୍ଟନ କରାଯାଇଥିଲା ।ପ୍ରଧାନ ଶିକ୍ଷକ ଅନନ୍ତରାମ ଭତ୍ରାଙ୍କ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମକୁ ସହ ଶିକ୍ଷକ ହେମନ୍ତ କୁମାର ଛତ୍ରିଆ,ତ୍ରିନାଥ ବଳ,ପଙ୍କଜ କୁମାର ଧାରୁଆ ଏବଂ ଏସ ଏମ୍ ସି ର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ହେମନ୍ତ କୁମାର ଛତ୍ରିଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁଣପୁର ଠାରେ ବିଜେଡ଼ି ପକ୍ଷରୁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି

Image
ଗୁଣୁପୁର ରୁ ପୂର୍ଣ୍ଣ ଚନ୍ଦ୍ର ଶବରଙ୍କ ରିପୋର୍ଟ - ଗୁଣପୁର /ରାୟଗଡ଼ା (ବ୍ରାହ୍ମ ମୁହୂର୍ତ୍ତ):- ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ବ୍ଳକ ମୂଖ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ବ୍ଲକ ଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏଥିରେ ଅଂଶଗ୍ରହଣ କରିଥିଲେ। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେ ଅନୁଯାୟୀ ଶାସକ ବିଜେଡି ନେତାଙ୍କୁ ଲୋକଙ୍କ ନିକଟରେ ପହଞ୍ଚି ସମସ୍ୟା ସମାଧାନ ପାଇଁ ଅହରହ ସରକାରଙ୍କ ପକ୍ଷରୁ ନାନା ଢ଼ଂଗରେ କୌଶଳ ଆପଣାଇବା ଦେଖିବାକୁ ମିଳିଛି।  ବୈଠକରେ  ବିଜୁ ଜନତ ଦଳ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ବେଳେ  ଯୁକ୍ତ ଦୁଇ କଳା ଟପ୍ପରଙ୍କ ମା ସୁଦିର ଦାସ ଆଦିବାସି ନେତା ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା   ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଗୁଣୁପୁର ବିଧାୟକ  ରଘୁନାଥ ଗମାଙ୍ଗ।  ରାୟଗଡା ଜିଲ୍ଲା ର ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତି ଅନୁସୟା ମାଝୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତ  ସଭ...

ପ୍ରିନ୍ସପାଲ ଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ ପ୍ରଦର୍ଶନ

Image
ପ୍ରିନ୍ସପାଲ ଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ ପ୍ରଦର୍ଶନ | ରାମଦାସ ଭତ୍ରାଙ୍କ ରିପୋର୍ଟ - ଝରୀଗାଁ ତା 20/07-କଲେଜ ର ପ୍ରିନ୍ସପାଲ ଙ୍କ କାର୍ଯ୍ୟକଳାପ ରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀ ସମ୍ପୃକ୍ତ ପ୍ରିନ୍ସପାଲ ଙ୍କ ବଦଳି ନିମନ୍ତେ କଲେଜ ଗେଟ ରେ ତାଲା ପକେଇ ଗେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |ଏପରି ଏକ ଦୃଶ୍ୟ ଦୃଷ୍ଟି ଗୋଚର ହୋଇଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ସଦର ସ୍ଥିତ ଆଦିବାସୀ /ହରିଜନ ଙ୍କ ପାଇଁ ସ୍ଥାପିତ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ |ଝରୀଗାଁ ଅଂଚଳ ର ଛାତ୍ରଛାତ୍ରୀ ମାନେ ମାଧ୍ୟମିକ ଶିକ୍ଷା ପରେ ବିଜ୍ଞାନରେ ଉଚ୍ଚ ଶିକ୍ଷା ନିମନ୍ତେ ଉମରକୋଟ, ଚନ୍ଦାହାଣ୍ଡି, ନବରଙ୍ଗପୁର, ଜୟପୁର ଆଦି ସ୍ଥାନ କୁ ଯିବାକୁ ପଡୁଥିଲା |ତାଛଡା ଛାତ୍ରବସ ର ଅସୁବିଧା ଯୋଗୁଁ ଅନେକ ପିଲା ଅନିଚ୍ଛା ସ୍ୱତେ ଅଧାରୁ ପାଠ ଛାଡି ଘରେ ବସି ପଡୁଥିଲେ |ଝରୀଗାଁ ଅଂଚଳ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ପ୍ରଶାସନ ବେଲଗାଁ ପଂଚାୟତ ସଦର ଠାରେ ବିଗତ 2018 ମସିହା ଅଗଷ୍ଟ ମାସରେ ଏକ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ସ୍ଥାପନ କରିଥିଲେ |ବର୍ତମାନ ମହା ବିଦ୍ୟାଳୟରେ 128ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଅଧ୍ୟାପକ ସଂଖ୍ୟା 5ରହିଛି |ଛାତ୍ରଛାତ୍ରୀ ଙ୍କ କହିବା ପ୍ରକାରେ ବର୍ତମାନ ମହା ବିଦ୍ୟାଳୟ ର ପ୍ରିନ୍ସପାଲ ମାଧବୀ ପ୍ରଣବ ଅଛନ୍ତି ଓ ପ୍ରିନ୍...

ମାଟି ରାସ୍ତାର ଦୁର୍ଗତି ଲାଗି ଯମଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ।

Image
ମାଟି ରାସ୍ତାର ଦୁର୍ଗତି ଲାଗି ଯମଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ।  ରାମଦାସ ଭତ୍ରାଙ୍କ ରିପୋର୍ଟ - ଝରିଗାଁ/ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ):- ସରକାରଙ୍କ ଆମ ଗାଆଁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତୁଲାଇଛି ଗାଆଁ କାଦୁଅ ପଚ ପଚ କଦର୍ଯ୍ୟ ରାସ୍ତା। ଝରିଗାଁ ବ୍ଲକ ,କୁଟ୍ରୀ ଛାପର ପଞ୍ଚାୟତ ଅନ୍ତର୍ଗତ ମେହେର ସାହି ,ମାଣିକ ସାହି,  କଟିଦୋରା ଚିକିଲି,କମଲୋଚନ ସାହି, କେନ୍ଦୁ ସାହି, ବାମୁଣିଆ ସାହି,ରେକାମାଲ ଆଦି ଆଠ ଖଣ୍ଡ ଗାଁ ବାସୀ ନିର୍ଭର କରନ୍ତି ଏହି ରାସ୍ତା ଉପରେ। ଏମିତି କି ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଙ୍ଗନୱାଡ଼ି ଶିଶୁ ଏହି ରାସ୍ତା ଉପରେ ଯାତାୟାତ କରୁଥିବା ବେଳେ ନାନା ପ୍ରକାର ସମସ୍ୟା ସମୁଖୀନ ହେବା ସହ ଯମଯନ୍ତ୍ରଣା ଭୋଗି ଭାଗ୍ୟକୁ ନିନ୍ଦିବାକୁ ପଛାଇ ନାହାନ୍ତି। ଏହି ରାସ୍ତା ଉପରେ ନିର୍ଭର କରି ଆସୁଛନ୍ତି ୮ ଖଣ୍ଡ ଗାଁ ର  ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ପରିବାର। ପାଖାପାଖି ଜନସଂଖ୍ୟା ୧୦୦୦ ରୁ ଉର୍ଦ୍ଧ ରହିଛି। ଗାଁ ବସି ୫୦ ବର୍ଷରୁ ଉର୍ଦ୍ଧ ହେବ ପ୍ରଶାସନ ଏମାନଙ୍କ ପାଇଁ ଗମନାଗମନ ଭଳି ମୌଳିକ ସୁବିଧା ପ୍ରତି ଅବହେଳା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ପ୍ରଶାସନ ଏବଂ ପାଞ୍ଚ ପାଞ୍ଚ ଟି ସରପଂଚ ଆସିଲେ ଗଲେ କିନ୍ତୁ କେହି ଜଣେ ହେଲେ ସରପଂଚ କିମ୍ବା ବ୍ଲକ ପ୍ରଶାସନର ଆଖିରେ ଦେଖାଗଲା ନାହିଁ ଲୋକଙ୍କ ଦୁର୍ଦ୍ଦଶା ବୋଲି କହିଛନ୍ତି ଗ୍ରାମବାସ...

ଷାଠିଏ ବର୍ଷ ଧରି ପାଳିତ ହୋଇଆସୁଛି ମହାଲକ୍ଷ୍ମୀଙ୍କ ପୂଜା

Image
ଷାଠିଏ ବର୍ଷ ଧରି ପାଳିତ ହୋଇଆସୁଛି ମହାଲକ୍ଷ୍ମୀଙ୍କ ପୂଜା  ପୁର୍ଣ୍ଣଚନ୍ଦ୍ର ଶବରଙ୍କ ରିପୋର୍ଟ -  ଗୁଣପୁର/ ରାୟଗଡ଼ା (ବ୍ରାହ୍ମ ମୁହୂର୍ତ୍ତ) - ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାର ସାମାଜିକ ଚାଲିଚଳନ ସହିତ ପାରମ୍ପରିକ ଭାଷା ସଂସ୍କୃତି ପ୍ରତି ଜିଲ୍ଲାର ସମସ୍ତ ସାଧାରଣ ଜନତା ବେଶ୍ ସଚେତନ ରହିଛନ୍ତି। ଗତ କିଛି ଦିନ ତଳେ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଥିଲେ ସେସବୁ ପ୍ରତି ଅଞ୍ଚଳ ବାସୀଙ୍କ ମାତୃଭୂମୀ ପ୍ରେମ ପ୍ରତି ଅଗାଢ ଭକ୍ତି ଦ୍ଵିଗୁଣିତ ହୋଇ ଯାଇଛି। ଏହି କ୍ରମରେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ମାଲାପଦର ଗ୍ରାମରେ  ଆଜକୁ ପ୍ରାୟ ଷାଠିଏ ବର୍ଷ ତଳର ଯେଉଁ ପ୍ରାଚୀନ ଆଧ୍ୟାତ୍ମିକ ପରମ୍ପରା ପାଳନ କରି ଆସୁଛନ୍ତି ତାହା ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ମାସର ପ୍ରତ୍ୟେକ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ପୂଜା ଓ ବ୍ରତ ପାଳନ କରାଯାଇଥାଏ l ଏହି ଦିନ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏଠାକୁ  ଆସିଥାନ୍ତି l ଏହି ଦିନ ବିଶେଷ କରି ଅକ୍ଷର ବ୍ରହ୍ମ ବିଷୟରେ ଆଲୋଚନା ହୋଇଥାଏ l ଶ୍ରୀ ପବନ ଶବର ଶିବ ଶବର ଶ୍ରୀ ୟାରୁଙ୍ଗ ଶବର ଶ୍ରୀମତୀ କମଳା ଶବର ଛନ୍ଦ୍ର ଶବର ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  l 

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କେବଳ ପ୍ରହସନ ମାତ୍ର - ବୌଦ୍ଧ

Image
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କେବଳ ପ୍ରହସନ ମାତ୍ର - ବୌଦ୍ଧ  ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଆମ ଓଡ଼ଆ  ଭାରି ବଢିଆ, କେବଳ କଥାରେ ନୁହେଁ ବରଂ କାମରେ ମଧ୍ୟ ଅନୂରୁପ। ସେହି କ୍ରମରେ ପଦେ ଓଡ଼ିଆ ନୀତିବାଣୀ ଆମ ମହାପୁରୁଷ ଲେଖି ଯାଇଛନ୍ତି। ଯାହା ଆମ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଦକ୍ଷତା ପ୍ରତି ଆକୃଷ୍ଟ ହୋଇଛି। ତାହା ହେଲା "ଅଗାଣ୍ଡିଆ ରାଜାଙ୍କୁ ପାଳଚୁଟା ଗେଞ୍ଜା ସହାୟକକାରୀ ଅଧିକାରୀ"। ଅର୍ଥାତ୍ ଜିଲ୍ଲାର ବିକାଶ ଚିତ୍ରକୁ ଦେଖିବାକୁ ମିଳିଥାଏ ଜିଲ୍ଲା ପ୍ରଶାସନିକ ମୁଖ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ। ଯେମିତି ଗାଁ ନିର୍ମଳ ଧୋବାତୁଠରୁ ଜ୍ଞାନୀମାନେ ଅବଗତ ହୋଇଥାନ୍ତି, ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରାଯିବ ଏବଂ ତା'ର ନିଚ୍ଛକ ଚିତ୍ର ବାରି ହୋଇଥାଏ ସେହି ଜିଲ୍ଲାର ମୂଖ୍ୟ ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାନ୍ଥ ବାଡରୁ ବୋଲି ସଚେତନ ନାଗରିକ ମାନେ କୁହନ୍ତି। ଜିଲ୍ଲାର ଗୋଛାପଡା ଗ୍ରାମ ପଞ୍ଚାୟତ ଏକ ଚର୍ଚ୍ଚିତ ଗ୍ରାମ। ଏହି ପଞ୍ଚାୟତର ଗୋଛାପଡା ତଳସାହି ରାସ୍ତା ପାଇଁ ପୂର୍ବରୁ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ମୂଖ୍ୟ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ପ୍ରକାର ସମାଧାନ ବାଟ ...

୬ ମାସ ରୁ ୩ ବର୍ଷ ପିଲାମାନଙ୍କ ନିମନ୍ତେ ଗରମ ରନ୍ଧା ଖାଦ୍ୟ ଓ ଡିଜିଟାଲ ସ୍ଲେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

Image
୬ ମାସ ରୁ ୩ ବର୍ଷ ପିଲାମାନଙ୍କ ନିମନ୍ତେ ଗରମ ରନ୍ଧା ଖାଦ୍ୟ ଓ  ଡିଜିଟାଲ ସ୍ଲେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବାରିପଦା/ ମୟୂରଭଞ୍ଜ (ବ୍ରାହ୍ମ ମୂହୁର୍ତ୍ତ ବ୍ୟୁରୋ ) ତା ୧୯-୦୭-୨୦୨୩ ରିଖ ଦିନ ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଅଙ୍ଗନୱାଡି କେନ୍ଦ୍ରକୁ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ (ଭା. ପ. ସେ.)- ଅତିରିକ୍ତ ଜିଲ୍ଲାପାଳ- ମୟୂରଭଞ୍ଜ ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗରମ ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମ ପରିଦର୍ଶନ କରି ଦେଖି ଥିଲେ । ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ଅଙ୍ଗନୱାଡ଼ି କେନ୍ଦ୍ରରେ ୬ ମାସରୁ ୬ ବର୍ଷ ପିଲାମାନଙ୍କୁ ଅତିରିକ୍ତ ଗରମ ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମ କେନ୍ଦୁମୁଣ୍ଡି  କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ - ଓଡ଼ିଶା ସରକାର ଏବଂ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ଏକ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଙ୍ଗନୱାଡି କେନ୍ଦ୍ରରେ ସୁସ୍ଥ ଶିଶୁ, ପୁଷ୍ଟିକର ଖାଦ୍ୟ ଓ ବାଲ୍ୟ ଶିଶୁ ଶିକ୍ଷା। ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା କର ଯାଉଥିବା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପାଦାନ। ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ଗରମ ଭୋଜନ ଯୋଗାଇବା ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ 6 ମାସରୁ 3 ବର୍ଷ ବୟସର ପିଲାମାନଙ୍କୁ ସପ୍ଲିମେଣ୍ଟାରୀ ଗରମ ଖାଦ୍ୟ ୧୫୪ ଟି ଅଙ୍ଗନୱାଡି କେ...

ରିଆମାଳ ଅଞ୍ଚଳର ମୃତ ଡ୍ରାଇଭରଙ୍କ ପରିବାର କୁ ସହଯୋଗ ହାତ ବଢାଇଲା ଓଡ଼ିଶା ଡ୍ରାଇଭର ସଂଘ

Image
ରିଆମାଳ ଅଞ୍ଚଳର ମୃତ ଡ୍ରାଇଭରଙ୍କ ପରିବାର କୁ ସହଯୋଗ ର ହାତ ବଢ଼ାଇଲା ଓଡ଼ିଶା ଡ୍ରାଇଭର ମହାସଂଘ ଓ ପୂର୍ବତନ ସରପଞ୍ଚ  ଦେବଗଡ଼(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଏକତା ମନ୍ତ୍ରରେ ଅଭିମନ୍ତ୍ରିତ ରାଜ୍ୟ ଡ୍ରାଇଭର ସଂଘର ପୁଣି ଥରେ ଏକ ସ୍ବତନ୍ତ୍ର ସହଯୋଗ ହାତରେ ଧରାପଡିଲେ ଜଣେ ଅସହାୟ ମୃତ ଡ୍ରାଇଭରଙ୍କ ପରିବାର ଲୋକେ। ମିଳିଥିବା ସୂଚନା ଅନୁସାରେ  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ତେଲିନାଳୀ ସାହିର ଡ୍ରାଇଭର ଗଣେଶ୍ୱର ବେହେରା ଗତ ଜୁଲାଇ ୬ ତାରିଖ ୨୦୨୩  ଦେହାନ୍ତ ହୋଇଥିଲା। ଏଭଳି ସ୍ଥିତିରେ ସରକାରଙ୍କ ଯୋଜନା ପାଖରେ ପହଞ୍ଚିବା ପୂର୍ବରୁ ପରିବାର କୁ ସହଯୋଗର ହାତ ବଢାଇଲେ କରଲଗା ପୂର୍ବତନ ସରପଞ୍ଚ ଓ ଓଡ଼ିଶା ଡ୍ରାଇଭର ମହାସଂଘ। ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତର ସମସ୍ତ ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଗଣେଶ୍ୱର ବେହେରାଙ୍କ ପରିବାର କୁ ଭେଟିବା ସହିତ ପୂର୍ବତନ ସରପଞ୍ଚ ନିଜ ହାତ ପାଣ୍ଠିରୁ ୧୦ ହଜାର ଟଙ୍କା ଅର୍ଥରାଶି ଏବଂ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୫ ହଜାର ଟଙ୍କା ସହଯୋଗ କରିଛନ୍ତି। ଆଗାମୀ ଦିନରେ ସ୍ବର୍ଗତ ବେହେରାଙ୍କ ପରିବାର କୁ କିଛି ଛୋଟମୋଟ ଅସୁବିଧା ହେଲେ ସହଯୋଗ ର ହାତ ବଢ଼ାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ର ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଦିବ୍ୟ ଦର୍ଶନ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜୟନ୍ତୀ ପାଳିତ

Image
ଦିବ୍ୟ ଦର୍ଶନ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜୟନ୍ତୀ ପାଳିତ।  ଗୁଣପୁର/ରାୟଗଡ଼ା (ବ୍ରାହ୍ମ ମୁହୂର୍ତ୍ତ)-  ତା ୧୮/୦୭/୨୦୨୩ ରିଖ ମଂଗଳବାର ପୂର୍ବାହ୍ନ ୧୦:୩୦ ମି ସମୟରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୧ ତମ ଜୟନ୍ତୀ ମହୋତ୍ସବ, ତାଙ୍କରି ଜନ୍ମସ୍ଥାନ ଗୁରୁତୀର୍ଥ ଗୁଡିଆବନ୍ଧ ର L.D ମଡର୍ଣ୍ଣ ରାଇସ ମିଲ  ଠାରେ ଶିଷ୍ୟ ଶିଷ୍ୟା ମାନଙ୍କ ଦ୍ୱାରା ମହା ସମାରୋହରେ ପାଳିତ କରାଯାଇଅଛି ।  ପ୍ରତିକୂଳ ପାଗ ରହିଥିବା ସତ୍ୱେ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ତଥା ହଜାର ହଜାର ସଂଖ୍ୟାରେ ଗୁରୁଙ୍କର ଶିଷ୍ୟ ଶିଷ୍ୟା ଏଠାରେ ଯୋଗଦାନ କରିଥିଲେ । ସକାଳୁ ଶିଷ୍ୟ ଶିଷ୍ୟା ମାନେ ଗୁରୁଙ୍କର ଭଜନ ଗାନ କରି ଗୁଡିଆବନ୍ଧ ଗ୍ରାମ ପରିକ୍ରମା ନଗର ସଂକୀର୍ତ୍ତନକରି ଘରେ ଘରେ ମିଷ୍ଟାନ୍ନ  ବଣ୍ଟନ କରିଥିଲେ । ଚଳିତ ବର୍ଷ ଗୁରୁଙ୍କର ୯୧ ତମ ଜୟନ୍ତୀ ମହୋତ୍ସବ ହୋଇଥିବାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇ ୯୧ ପ୍ୟାକେଟ  M.K.C.G ମେଡିକାଲ କଲେଜ ହସ୍ପିଟାଲ,ବ୍ରହ୍ମପୁର ର ରକ୍ତ ଭଣ୍ଡାରକୁ ରକ୍ତ ପ୍ରଦାନ କରିଥିଲେ । ଗୁରୁ ଜୟନ୍ତୀ ଉତ୍ସବ କୁ ଦିବ୍ୟ ସତସଂଗ ମାଧ୍ୟମରେ ପାଳନ କରାଯାଇଥିଲା । ପ୍ରଥମେ ॐକାର ଧ୍ୱନି, ଗୁରୁବନ୍ଦନା, ପ୍ରାରମ୍ଭିକ ଭଜନ ସହ , ଭକ୍ତି ସଂଗୀତ ଗାନ କରାଯାଇଥିଲା ...

ସୂଚନା ଅଧିକାର କର୍ମୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ପାଇଁ ଦାବିପତ୍ର

Image
ସୂଚନା ଅଧିକାର କର୍ମୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ପାଇଁ ଦାବିପତ୍ର  ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ - ପୋଲସରା (ବ୍ରାହ୍ମ ମୁହୂର୍ତ୍ତ) ୧୮/୦୭/୨୦୨୩   ଆଜି ସ୍ଥାନୀୟ ସୂଚନା ଅଧିକାରୀ କର୍ମୀ ମାନେ   ଯାଜପୁର ଜିଲ୍ଲା ସୂଚନା ଅଧିକାର କର୍ମୀ ସର୍ବେଶ୍ଵରବେହୁରା ଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଏବଂ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ  ହେଉଥିବା ଆକ୍ରମଣ ରୁ ସୁରକ୍ଷା ଦେବା ଓ ସୂଚନା ଅଧିକାର ଆଇନ କୁ କଡାକଡି ଭାବେ ପାଳନ କରିବା ଦାବିରେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପୋଲସରା ବ୍ଳକର ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶାଖା ସଂଯୋଜକ ପ୍ରଶାନ୍ତ ପ୍ରଧାନ , ବ୍ଳକ ଆବାହକ ରାଜୀବ କୁମାର ଜେନା , ସୁବ୍ରତ ବେହେରା , ସୂଚନା ଅଧିକାର କର୍ମୀ ଶଙ୍କରର୍ଷଣ ପ୍ରଧାନ , ରବୀନ୍ଦ୍ର ନାୟକ , ପିତବାସ ସାହୁ , ଯୋଗେନ୍ଦ୍ର , ଟୁନା ଡାକୁଆ ଏବଂ ରମାକାନ୍ତ ପ୍ରମୁଖ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ  ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ। ପରେ ସେମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ମାଆଙ୍କ ପଣତ କାନି ଏବେବି ମୋର ଅଭୁଲା ଅତୀତ ଏବଂ ବର୍ତ୍ତମାନ ର ସ୍ମରଣୀୟ "ସ୍ମରଣିକା"

Image
ମାଆଙ୍କ ପଣତ କାନି ଏବେବି ମୋର ଅଭୁଲା ଅତୀତ ଏବଂ ବର୍ତ୍ତମାନ ର ସ୍ମରଣୀୟ "ସ୍ମରଣିକା"  ରାମଦାସ ଭତ୍ରାଙ୍କ ରିପୋର୍ଟ -  ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 17/07- ଜନନୀ ଜନ୍ମଦାତ୍ରୀ ପାଇଁ ସମୟକ୍ରମେ ଏମିତି କିଛି କାର୍ଯ୍ୟ କରି ବସିଛନ୍ତି  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବକଡାବେଡା ଗ୍ରାମର କୁମାରୀ ଅମ୍ବିକା କଲାର। ମାଆଙ୍କ ସ୍ମୃତିରେ ଲେଖିଥିବା ନିଜ ଜୀବନର ପ୍ରଥମ ପୁସ୍ତକଟିକୁ ଅଞ୍ଚଳର ସଚେତନ ନାଗରିକ ମହଲରେ ଚର୍ଚ୍ଚା ସାଙ୍ଗକୁ ବେଶ ସ୍ମରଣୀୟ ହୋଇ ପାରିଛି। "ସ୍ମରଣିକା " ନାମରେ ପରିଚିତ ବହିଟିଏ ଭିତରେ ନିଜ ମାଆଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ ହେବା ଏବଂ ଅନୁଭୂତିରୁ କିଛି ସାଉଁଟି ଆଜି ଅମ୍ବିକା ଙ୍କ ବାସଭବନରେ ଜିଲ୍ଲା କଲାର ସମାଜର ସଭାପତି ଶ୍ରୀଯୁକ୍ତ ରାମନାଥ କଲାରଙ୍କ ହସ୍ତରେ ଉନ୍ମୋଚନ ହୋଇଯାଇଛି ସର୍ବଦା ମାଆଙ୍କ ପଣତ କାନି ପଛରେ ଲୁଚି ରହିଥିବା ଏବେବି ମୋର ଅଭୁଲା ଅତୀତ ଏବଂ ବର୍ତ୍ତମାନ ର ସ୍ମରଣୀୟ "ସ୍ମରଣିକା" । ବକଡାବେଡା ଗ୍ରାମର ରଘୁନାଥ କଲାର ଏବଂ ପଦ୍ମିନୀ କଲାମଙ୍କ ପାଞ୍ଚ ପୁଅଝିଅ ମଧ୍ୟରେ କନିଷ୍ଠା ୨୨ବର୍ଷିୟା ଝିଅ ଅମ୍ବିକା କଲାର ସ୍କୁଲ ଜୀବନ ରୁ ଲେଖିବାର ରୁଚି ରଖି ବିଭିନ୍ନ ସ୍ଥାନରେ ପ୍ରଶଂସିତ ହୋଇଥିଲା ବେଳେ ଏବେ ମାଆଙ୍କ ସ୍ମୃତି ପାଇଁ ଲେଖିଥିବା ସ୍ମରଣୀକା ନିଶ୍ଚିତ ରୂପେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପ...

ମାଆଙ୍କ ପଣତ କାନି ଏବେବି ମୋର ଅଭୁଲା ଅତୀତ ଏବଂ ବର୍ତ୍ତମାନ ର ସ୍ମରଣୀୟ "ସ୍ମରଣିକା"

Image
ମାଆଙ୍କ ପଣତ କାନି ଏବେବି ମୋର ଅଭୁଲା ଅତୀତ ଏବଂ ବର୍ତ୍ତମାନ ର ସ୍ମରଣୀୟ "ସ୍ମରଣିକା"  ରାମଦାସ ଭତ୍ରାଙ୍କ ରିପୋର୍ଟ -  ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 17/07- ଜନନୀ ଜନ୍ମଦାତ୍ରୀ ପାଇଁ ସମୟକ୍ରମେ ଏମିତି କିଛି କାର୍ଯ୍ୟ କରି ବସିଛନ୍ତି  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବକଡାବେଡା ଗ୍ରାମର କୁମାରୀ ଅମ୍ବିକା କଲାର। ମାଆଙ୍କ ସ୍ମୃତିରେ ଲେଖିଥିବା ନିଜ ଜୀବନର ପ୍ରଥମ ପୁସ୍ତକଟିକୁ ଅଞ୍ଚଳର ସଚେତନ ନାଗରିକ ମହଲରେ ଚର୍ଚ୍ଚା ସାଙ୍ଗକୁ ବେଶ ସ୍ମରଣୀୟ ହୋଇ ପାରିଛି। "ସ୍ମରଣିକା " ନାମରେ ପରିଚିତ ବହିଟିଏ ଭିତରେ ନିଜ ମାଆଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ ହେବା ଏବଂ ଅନୁଭୂତିରୁ କିଛି ସାଉଁଟି ଆଜି ଅମ୍ବିକା ଙ୍କ ବାସଭବନରେ ଜିଲ୍ଲା କଲାର ସମାଜର ସଭାପତି ଶ୍ରୀଯୁକ୍ତ ରାମନାଥ କଲାରଙ୍କ ହସ୍ତରେ ଉନ୍ମୋଚନ ହୋଇଯାଇଛି |ବକଡାବେଡା ଗ୍ରାମର ରଘୁନାଥ କଲାର ଏବଂ ପଦ୍ମିନୀ କଲାମଙ୍କ ପାଞ୍ଚ ପୁଅଝିଅ ମଧ୍ୟରେ କନିଷ୍ଠା ୨୨ବର୍ଷିୟା ଝିଅ ଅମ୍ବିକା କଲାର ସ୍କୁଲ ଜୀବନ ରୁ ଲେଖିବାର ରୁଚି ରଖି ବିଭିନ୍ନ ସ୍ଥାନରେ ପ୍ରଶଂସିତ ହୋଇଥିଲା ବେଳେ ଏବେ ମାଆଙ୍କ ସ୍ମୃତି ପାଇଁ ଲେଖିଥିବା ସ୍ମରଣୀକା ନିଶ୍ଚିତ ରୂପେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶୁଣିବାକୁ ମିଳେ ପିଲାଟି ଦିନରୁ ପଢା ଖାତା ମାନଙ୍କରେ ଛୋଟ ଛୋଟ କବିତା, ଛୋଟ ଛୋଟ ଗଳ୍ପ ସବୁ ଲେଖି ସାଇତି ରଖୁଥିଲେ | ...

ବ୍ଲକ ସ୍ତରୀୟ ଏକ ଦିବସୀୟ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା କର୍ମଶାଳା

Image
ବ୍ଲକ ସ୍ତରୀୟ ଏକ ଦିବସୀୟ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା କର୍ମଶାଳା  ବାରିପଦା/ମୟୁରଭଞ୍ଜ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) :- ରାଜ୍ୟର ଅଗ୍ରଣୀ ସ୍ଵେଛା ସେବୀ ଅନୁଷ୍ଠାନ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଜିଲ୍ଲା ଶିକ୍ଷା  ବିଭାଗର ମିଳିତ ଅନୁକୂଲ୍ୟରେ ଆଜି ରିଜିୟନାଲ ଏକାଡେମି ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣା ବାରିପଦା, ଗୋପବନ୍ଧୁ ନଗର ଠାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କୁଳମଣି ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକର ୮୦ ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା ଉପରେ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀ ସୁବ୍ରତ କ୍ଷେତ୍ରୀୟ ପରିଚାଳନା କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ। ଶ୍ରୀ ରାଜ କମଲ ଶର୍ମା ବରିଷ୍ଠ ରାଜ୍ୟ ପ୍ରକଳ୍ପ ଅଧିକାରୀ  ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ , ପ୍ରକଳ୍ପର ବିଭିନ୍ନ  ବିଷୟରେ ଉପରେ ଆଲୋକପାତ କରି ଥିଲେ। ଉକ୍ତ କର୍ମଶାଳାରେ ଶ୍ରୀମତୀ ରଂଜିତା ପଣ୍ଡା ଓ ଶ୍ରୀମତୀ ଆରତୀ ରାଉଳ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖି ଥିଲେ। ଉକ୍ତ କର୍ମଶାଳା ରେ ମାନସିକ ସ୍ବାସ୍ଥ୍ୟ ପ୍ରଶିକ୍ଷକ କୁମାରୀ ସ୍ଵାଗତିକ ସାମନ୍ତରାୟ- ମାନସିକ ସ୍ବାସ୍ଥ୍ୟ ଉପରେ ତାଲିମ ପ୍ରଦାନ କରି ଥିଲେ। କର୍ମଶାଳକୁ ସଫଳ କରିବାରେ ଆମେରିକାନ ଇଣ୍ଡିଆ ଫାଉନ୍ଡେଶନ ର ସମସ୍ତ କର୍ମୀ ସାହାଯ...

ଗଣେଶ ଙ୍କ ହସ୍ତରୁ ଝରୁଛି ମହୁ, ଭାବନାରେ ସନାତନ ଧର୍ମୀୟ ବିଶ୍ୱାସ ନେଇ ଭକ୍ତଙ୍କ ସମାଗମ

Image
ଗଣେଶ ଙ୍କ ହସ୍ତରୁ ଝରୁଛି ମହୁ, ଭାବନାରେ ସନାତନ ଧର୍ମୀୟ ବିଶ୍ୱାସ ନେଇ ଭକ୍ତଙ୍କ ସମାଗମ  ରାମଦାସ ଭତ୍ରାଙ୍କ ରିପୋର୍ଟ - ଝରୀଗାଁ  13/07-(ବ୍ରାହ୍ମ ମୁହୂର୍ତ୍ତ) ବିଘ୍ନେଶ୍ୱର ବିଘ୍ନରାଜ ପ୍ରଭୁ ଶ୍ରୀଗଣେଶଙ୍କ ଚିତ୍ର ଘରେ ଲାଗିଥିବା କବାଟର ରହିଛି। ଆଉ ସେହି ଗଣେଶ ଚିତ୍ର ର ଡାହାଣ ହାତର ବିଶି ଆଙ୍ଗୁଠି ରୁ ଝରୁଛି ଧାର ଧାର ମହୁ, ଦେଖିବା ପାଇଁ ଜମୁଛି ଦେଖଣାହାରୀ ଭକ୍ତଙ୍କ ଭିଡ଼ |ଏପରି ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ଟେମରା ପଂଚାୟତ ଅନ୍ତର୍ଗତ ସାନଟେମରା ଗ୍ରାମରେ |ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରର ପୂଜାଘରେ ଗଣେଶ ଚିତ୍ର ଥିବା ଏକ କବାଟ ଲଗେଇଛନ୍ତି |ଆଜି ସକାଳୁ ପ୍ରାୟ 9ଘଣ୍ଟା 20ମିନିଟ ସମୟରେ ରଜନୀକାନ୍ତ ଙ୍କ ଦୁଇବର୍ଷ ର ନାତୁଣୀ ସମଇରା ଗଣେଶ ଙ୍କ ପାଦତଳେ ଥିବା ମୂଷାର ଚିତ୍ର କୁ ନିଜ ମା ଙ୍କୁ ଦେଖେଇଥିଲେ |ସମଇରା ଙ୍କ ମା ମୂଷା କୁ ଦେଖିବା ସମୟରେ ହଠାତ ତାଙ୍କର ଆଖି ତର୍ଜନୀ ଆଙ୍ଗୁଠି ଠାରୁ ବହି ଯାଇଥିବା ଏକ ଧାର ଉପରେ ପଡିଥିଲା |ଦେଖିଲା ସଂଗେ ସଂଗେ ସମଇରା ଙ୍କ ମା ନିଜ ଶାଶୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ ଡାକି ଦେଖେଇଥିଲେ ଶାଶୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଏଇଟା କଣ ହୋଇଥିବ ଭାବି ଚାଖି ଦେଖିଥିଲେ |ଚାଖିଲା ବେଳକୁ ମହୁପରି ମିଠା ଲାଗୁଛି ଓ ରଙ୍ଗ ମଧ୍ୟ ମହୁ ପରି ଦେଖା ଯାଉଛି |ତେଣ...

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛକରେ ଗୁଳିକାଣ୍ଡ l

Image
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛକରେ ଗୁଳିକାଣ୍ଡ l  ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ-  ପୋଲସରା(ବ୍ରାହ୍ମ ମୁହୂର୍ତ୍ତ)୧୨/୨୩- ଅଶାନ୍ତ ହୋଇ ପଡିଛି ପୋଲସରା ବ୍ଳକ ଛକ। ଲୋକଙ୍କ କାନରେ ଶୁଭିଲା ଅଶୋଭନୀୟ ଶବ୍ଦ। ଏପରି ଘଟଣା ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ରହିଥିଲା ବେଳେ ପୋଲିସ ପ୍ରଶାସନ ଦୃଷ୍ଟିରେ ପରିସ୍ଥିତି ଆୟତାଧୀନ ହୋଇଛି। ବାଲିପଦର ଥାନା ଅନ୍ତର୍ଗତ ଝୋଲୋରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶଶୁର ତଥା କୋମଣ୍ଡ ଗ୍ରାମର ବିଜୟ ବେହେରାଙ୍କୁ ଗୁଳି କରିଥିବା ସୂଚନା l  ପୋଲସରା ଅଗ୍ନିଶମ ବିଭାଗ ଦ୍ଵାରା ପୋଲସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲସରା ପୋଲିସ ଘଟଣା ସ୍ଥଳରେ ରହି ତଦନ୍ତ ଆରମ୍ଭ କରିଛି। ଏବେକାର ସେଇ ବଡ଼ ଖବର କୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ କାହିଁକି କେଉଁ କାରଣରୁ କେଉଁ ପରିସ୍ଥିତିରେ ଏପରି ଘଟଣା ହେଲା ସେନେଇ ଥାନାଧିକାରୀ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛକ ଠାରେ ଘଟିଛି ଏହି ଗୁଳିକାଣ୍ଡ l ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ବାଲିପଦର ଥାନା ଅନ୍ତର୍ଗତ ଝୋଲୋରୀ ଗ୍ରାମ ର ପ୍ରଶାନ୍ତ ବେହେରା ନିଜ ଶଳାର ଶଶୁର ତଥା କୋମଣ...

ଗୁଣପୁର ବ୍ଲକ ପୁଟ୍ଟାସିଂ ଗ୍ରାମ ପଞ୍ଚାୟତରେ ରାୟଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Image
ଗୁଣପୁର ବ୍ଲକ ପୁଟ୍ଟାସିଂ ଗ୍ରାମ ପଞ୍ଚାୟତରେ ରାୟଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ           ପୂର୍ଣ୍ଣ ଚନ୍ଦ୍ର ସବରଙ୍କ ରିପୋର୍ଟ - ଗୁଣପୁର :  ୧୦/୨୩ :(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  ଆଦିବାସୀ ଅଧ୍ୟୁଷିତ  ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ବ୍ଲକ ପୁଟ୍ଟ।ସିଂ ଗ୍ରାମ ପଞ୍ଚାୟତ ମୂଖ୍ୟାଳୟ ସ୍ଥିତ ଲାଞ୍ଜିଆ ସୌରା ଉନ୍ନୟନ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା ।  ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ , ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ ୯୯ ଟି ଅଭିଯୋଗ  ଆସିଥିଲା ସେଥି ମଧ୍ୟରୁ ୩୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୬୭ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଜଣେ ବ୍ୟକ୍ତିଙ୍କୁ ୫ ହଜାର  ଟଙ୍କା ରେଡ଼କ୍ରସ ପାଣ୍ଠିରୁ  ସହାୟତା ପ୍ରଦାନ କରିଥିଲେ l ବିଳମ୍ବ ବିବାହ ସହାୟତା ରାଶି ଆକାରରେ ଗୋଟିଏ ଦମ୍ପତ୍ତିଙ୍କୁ ୨୦୦୦୦ ଟଙ୍କା ପ୍ରଦାନ କରିଥିଲେ । ୩ଜଣଙ୍କୁ ତତ୍କାଳ ବିଧବା ଭତ୍ତା ପ୍ରଦାନ କରିଥିଲେ ।...

ପାଣ୍ଡିୟାନ ପଲଟିକ୍ସ ପାଇଁ ପାଣି ପିଉଛି ବିରୋଧୀ

ପାଣ୍ଡିୟାନ ପଲଟିକ୍ସ ପାଇଁ ପାଣି ପିଉଛି ବିରୋଧୀ  ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ କେବଳ ଗୋଟିଏ ଚର୍ଚ୍ଚା ଚାଲିଛି  ପାଣ୍ଡିୟାନଙ୍କୁ ନେଇ, କାହିଁକି କେଉଁ କାରଣରୁ କେଉଁମାନେ ଏତେ ବ୍ୟତିବ୍ୟସ୍ତ ହୋଇ କାହିଁକି ଏମିତି ଚର୍ଚ୍ଚା କରୁଛନ୍ତି ଏବଂ ପ୍ରକୃତରେ ଅସଲ ଉଦ୍ଦେଶ୍ୟ କ'ଣ ରହିଛି ତାହା କେହି ବୁଝୁ ଅବା ନବୁଝୁ କିନ୍ତୁ ଏତକ ବୁଝିବାରେ ଟିକିଏ ଭୁଲ ବି କରି ନାହାନ୍ତି ରାଜ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି। ଏସବୁ କାର୍ଯ୍ୟ ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ତାଙ୍କରି ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ ହିଁ ରାଜ୍ୟ ସାରା ଭ୍ରମଣ କରି ବିଭିନ୍ନ ଜିଲ୍ଲାରେ ପହଞ୍ଚି କେଉଁ ଜିଲ୍ଲାର କ'ଣ ସମସ୍ୟା ରହିଛି ସେଗୁଡ଼ିକୁ ଫାଇଣ୍ଡ ଆଉଟ୍ କରି ମାତ୍ର ସପ୍ତାହକ ମଧ୍ୟରେ ସମାଧାନ କରିବାରେ ସମର୍ଥ ହେଲେଣି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଶୁଣିବାକୁ ମିଳୁଛି। ଚଳିତ ସପ୍ତାହରେ ପାଣ୍ଡିୟାନ ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ବାହାରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ'ଣ କ'ଣ ସମସ୍ୟା ରହିଛି ସେ ସମ୍ପର୍କରେ ଆଲୋଚନା କରି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାର ମୂଳମନ୍ତ୍ର ପ୍ରେମ ସହକାରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବାର ଯେଉଁ ଛୋଟିଆ ପ୍ରୟାସ କରିଥିଲେ ତାକୁ ଜିଲ୍ଲା ବିରୋଧୀ ଦଳ ...

ଲମତାପୁଟ ବ୍ଲକ ଅନ୍ତର୍ଗତ ବାଦିଗଡ ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି କାମ ନକରି ଲୁଟି ନେଲେ ୫ଲକ୍ଷ ଟଙ୍କା

ଲମତାପୁଟ ବ୍ଲକ ଅନ୍ତର୍ଗତ ବାଦିଗଡ ଗ୍ରାମ ପଞ୍ଚାୟତରେ  ମନରେଗା ଦୁର୍ନୀତି କାମ ନକରି ଲୁଟି ନେଲେ ୫ଲକ୍ଷ ଟଙ୍କା  ସରକାରଙ୍କ ଆମ ଗାଆଁ ଆମ ବିକାଶ ନୀତି ପ୍ରତି ଦିନ ଦ୍ବିପହରରେ କିପରି ଲୁଟ୍ ହୋଇଛି ତାହା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକ ଅନ୍ତର୍ଗତ ବାଦିଗଡ ପଞ୍ଚାୟତରେ। ମିଳିଥିବା ସୂଚନା ଅନୁସାରେ ଲମତାପୁଟ ବ୍ଳକ ଅନ୍ତର୍ଗତ ବାଦିଗଡ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ ଶହେ ଦିନ କାମ ଯୋଗାଇ ଦେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନରେଗା ଯୋଜନା ହେଉଛି ଏକ ପ୍ରଗତିଶୀଳ କାର୍ଯ୍ୟ। ଯାହା ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଶ୍ରମିକମାନେ ନିଜ ଘରପାଖରେ କାମ କରି ପରିବାର ପ୍ରତିପୋଷଣରେ ଆଉ ଅସୁବିଧା ସମ୍ମୁଖୀନ ହେବାକୁ ପଡିବ ନାହିଁ କିମ୍ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। ହେଲେ ସରକାରଙ୍କ ଏତେ ସୁନ୍ଦର କାର୍ଯ୍ୟକ୍ରମ କୁ ପଞ୍ଚାୟତ ସ୍ତରରେ କିଛି ଦୁର୍ନୀତି ଖୋର ବ୍ୟକ୍ତି ବିନା କୌଣସି କାର୍ଯ୍ୟ ନକରି ଫଲ୍ସ ବିଲ୍ କରି ରାଜକୋଷରୁ ଲୁଟିବାରେ କିପରି ସକ୍ଷମ ହୋଇଛନ୍ତି ତାହା ସ୍ଥାନୀୟ ଗ୍ରାମବାସୀ ବିଡ଼ିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପଛରେ କ'ଣ ଉଦ୍ଧେଶ୍ୟ ରହିଛି ତାହା ହିଁ ଏବେକାର ଦିନରେ ଚର୍ଚ୍ଚାର ଖବର ହୋଇଛି। ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଗ୍ରାମବାସୀ।...

ସଫଳତା ସହ ପାଳନ ହେଲା ବନ ମହୋତ୍ସବ କାର୍ଯ୍ୟକ୍ରମ

Image
ସଫଳତା ସହ ପାଳନ ହେଲା  ବନ ମହୋତ୍ସବ କାର୍ଯ୍ୟକ୍ରମ ଝରିଗାଁ:(୦୮.୦୭.୨୦୨୩ ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମରପଦରଠାରେ  ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତରାମ ଭତ୍ରା ନିକଟସ୍ଥ ଝରିଗାଁ ନର୍ସରୀ ରୁ ବିଭିନ୍ନ ଚାରାଗଛ ଆଣି ବିଦ୍ୟାଳୟକୁ  ସବୁଜ ସୁନ୍ଦର ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିବା ନିମନ୍ତେ ସହ ଶିକ୍ଷକ ହେମନ୍ତ କୁମାର ଛାତ୍ରିଆ,ତ୍ରିନାଥ କୁମାର ବଳ, ପଙ୍କଜ କୁମାର ଟାରୁଆ ଏବଂ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଚାରା ରୋପଣ କରିଥିଲେ ।ଏସ ଏମ ସି ସଭାପତି  କମଳ ମାଝୀ ଉପସ୍ଥିତ ରହି ବୃକ୍ଷ ରୋପଣର ମହତ୍ତ୍ଵ ଓ ଉପକାରିତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ। ଏଥିରେ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଏସ ଏମ୍ ସି ସଭ୍ୟସଭ୍ୟାଙ୍କ ମିଳିତ ସହଯୋଗରେ ୬୧ଟି ବିଭିନ୍ନ ପ୍ରକାରର ଚାରାଗଛ ସ୍କୁଲ ପରିସରରେ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଝରିଗାଁ ବ୍ଲକ ର  ପ୍ରତ୍ୟେକ ସ୍କୁଲରେ ସେପରି ବୃକ୍ଷ ରୋପଣ ହୋଇଥିଲା ।