ମନରେଗା ନାଁରେ ଲୁଟି ନେଇ ହରଣ କରିଛନ୍ତି ପ଼୍ଚାୟତପାଇଁ ସରକାର ଦେଇଥିଵା କୋଟିକୋଟି ଟଙ୍କା ସନ୍ତୋଷକୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା ୧୭/୦୮/୨୦୨୩(ଵ୍ରାହ୍ମମୁହୂର୍ତ୍ତ ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଫଲ୍ସ ବିଲ କରି ୩୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ଯାଇଥିବା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଏଠାରେ ଅଭିଯୋଗ କରାଯାଇଛି। ଆଜି ସ୍ଥାନୀୟ ପୁରୁଣା ଫାଣ୍ଡି ଛକ ସାହି ର କୋଠଘର ଠାରେ ବିକାଶ ପରିଷଦ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ର ଗୋଟିଏ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭାରତୀୟ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ଜଗା ପାହାଡ ପ୍ରକଳ୍ପ ରେ ୮,୦୪,୨୫୮ ଟଙ୍କା , ଧିବରେଶ୍ବର ପ୍ରକଳ୍ପ ରେ ୮,୦୭,୧୫୦ ଟଙ୍କା , ସନ୍ଧି ପାହାଡ଼ ପ୍ରକଳ୍ପ ରେ ୬,୪୭,୨୪୭ ଟଙ୍କା , ବୋଡ଼ା ପାହାଡ଼ ପ୍ରକଳ୍ପ ରେ ୨,୯୫,୭୭୭ ଟଙ୍କା , ହର ଗୌରୀ ପାହାଡ଼ ପ୍ରକଳ୍ପ ରେ ୧,୪୨,୬୭୪ ଟଙ୍କା , ହଜ ନାଳ ଠାରୁ କନିଆଁ ନାଳ ପ୍ରକଳ୍ପ ରେ ୪,୧୯,୫୪୦ ଟଙ୍କା , ବଉଦିଆ ପଲ୍ଲୀ ପାଣି ଟାଙ୍କି ଠାରୁ ପାହାଡ଼ ରାସ୍ତା ଉପରେ କଲଭର୍ଟ ନିର୍ମାଣ ନାଁ ରେ ୧,୫୪,୪୬୫ ଟଙ୍କା , ବାଘୁଆ ନାଳ ଆର ଡି ରାସ୍ତା ଘାଇ କାମରେ ୨,୧୮,୨୧୭ ଟଙ୍କା ଏବଂ ବଉଦିଆ ...