ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଏସ. ଏସ. ବି. ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ତରଫରୁ ଗ୍ରେଡ଼ ପେ ବୃଦ୍ଧି ଦାବୀ କୁ ନେଇ ନିରବ ପ୍ରତିବାଦ
ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଏସ. ଏସ. ବି. ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ତରଫରୁ ଗ୍ରେଡ଼ ପେ ବୃଦ୍ଧି ଦାବୀ କୁ ନେଇ ନିରବ ପ୍ରତିବାଦ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ):- ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏସ୍. ଏସ୍. ବି. ଅଧ୍ୟାପକ/ ଅଧ୍ୟାପିକାମାନଙ୍କ ତରଫରୁ ଗ୍ରେଡପେ ବୃଦ୍ଧି ନିମନ୍ତେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ନିକଟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଥାଉକି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ ଦ୍ୱାରା ମନୋନୀତ ହୋଇ ଏସ୍. ଏସ୍. ବି. ଅଧ୍ୟାପକ/ ଅଧ୍ୟାପିକା ମାନେ ୨୦୧୬ ମସିହା ରୁ ୪୬୦୦ ଗ୍ରେଡ ପେ ରେ କାର୍ଯ୍ୟରତ ଅଛନ୍ତି। ଏହି ଅଧ୍ୟାପକ ମଣ୍ଡଳୀ ଯୁକ୍ତ ୨, ଯୁକ୍ତ ୩ ଓ ପି. ଜି. ଶ୍ରେଣୀରେ ଅଧ୍ୟାପନା କରି ଆସୁଥିଲେ ମଧ୍ୟ ସେମାନଙ୍କୁ ପି. ଜି.ଟି. ଶିକ୍ଷକ ଅନୁପାତରେ ଦରମା ଦିଆଯାଉଅଛି, ଯାହାକି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ଉକ୍ତ ବର୍ଗର ଅଧ୍ୟାପକ ବୃନ୍ଦ ନିଜର ପଦ ମର୍ଯ୍ୟାଦା ବଜାୟ ରଖିବା ସଙ୍ଗେ ସଙ୍ଗେ ସମାନ କାମକୁ ସମାନ ଦରମା ଦାବିରେ ଓ. ପି. ଏସ. ସି. ଦ୍ୱାରା ନିଯୁକ୍ତି ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟାପକ ପାଉଥିବା ୫୪୦୦ ଗ୍ରେଡ ପେ ହାରରେ ଦରମା ପ୍ରଦାନ ପାଇଁ ଦୀର୍ଘ ୨୬ ଦିନ ଧରି କଳା ବ୍ୟାଜ୍ ପରିଧାନ ପୂର୍ବକ ଶାନ୍ତିପୂ...