Posts

Showing posts from October, 2023

ପାଣିଟାଙ୍କିର ସ୍ଥାନ ପରିବର୍ତ୍ତନ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

Image
ଗ୍ରାମରେ ନିର୍ମାଣ ହେବାକୁ ଥିବା ପାଣିଟାଙ୍କିର ସ୍ଥାନ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ  କୋରାପୁଟ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-              କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତର ଉର୍ଦିଗୁଡ଼ା  ଗ୍ରାମରେ ସରକାରଙ୍କ ଦ୍ବାରା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା ବେଳେ, ପାଣିଟାଙ୍କି ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟତା ଦେଖାଯାଇଛି। ମାଛକୁଣ୍ଡ ତହସିଲଦାରଙ୍କ ଦ୍ଵାରା ଏହି ପ୍ରକଳ୍ପ ପାଇଁ ଉର୍ଦିଗୁଡା ଗ୍ରାମରେ ୫ ଏକରରୁ ଉର୍ଦ୍ଧ୍ବ ଜମି ଚିନ୍ହଟ କରାଯାଇ ଏଲଆଣ୍ଡଟି କମ୍ପାନୀକୁ ଏହାର ନିର୍ମାଣ ପାଇଁ ଦାଇତ୍ୱ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ଜମି ଚିହ୍ନଟ ନେଇ ଗ୍ରାମ ବାସୀଙ୍କ ସହ କୌଣସି ଆଲୋଚନା କରାଯାଇ ନଥିବା ବେଳେ ତହସିଲ ପକ୍ଷରୁ ଚିହ୍ନଟ ହୋଇଥିବା ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ପ୍ରକଳ୍ପ ନିର୍ମାଣ  ସ୍ଥାନକୁ ପରିବର୍ତ୍ତନ କରିବାକୁ ଜିଲାପାଳଙ୍କୁ ଆଜି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଉକ୍ତ ସ୍ଥାନରେ ପାଣିଟାଙ୍କି ନିର୍ମାଣ ହେଲେ ଗ୍ରାମବାସୀଙ୍କୁ ସ୍ମଶାନକୁ ଯିବା ଆସିବା, ଗୋରୁଗାଇ ଚାରିବା,...

ଝରିଗାଁ ଅଞ୍ଚଳରେ ଜିଏସଟି ବିଭାଗ ର ଚଢ଼ାଉ

Image
ଝରିଗାଁ ଅଞ୍ଚଳରେ ଜିଏସଟି ବିଭାଗ ର ଚଢ଼ାଉ  ଝରୀଗାଁ  (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - ନବରଙ୍ଗପୁର ଜିଲ୍ଲା ଓଡିଶାର ଭୌଗୋଳିକ ଦୃଷ୍ଟି କୋଣରୁ ଛତିଶଗଡ ରାଜ୍ୟ ଉପରେ ଅଧିକ ନିର୍ଭର କରି ଆସୁଥିବା ବେଳେ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ମଧ୍ୟ ବେସ ସୁପରିଚିତ |ଆଜି ସକାଳ 10:30ଘଂଟିକା ସମୟରେ ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଚଚା ପଂଚାୟତ ସଦରରେ ଥିବା ଜୟ ଦୁର୍ଗା ଟ୍ରେଡର୍ସ ଉପରେ ଚଢ଼ାଉ କରିଛି ସିଟି ଓ ଜିଏସଟି ବିଭାଗ |ସୁଦୂର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସି ଚଢ଼ାଉ କରିଥିବା ଏହି ଦଳରେ 6ଜଣ କର୍ମଚାରୀଙ୍କ ସମେତ ଝରୀଗାଁ ଥାନାରୁ 4ଜଣ କର୍ମଚାରୀ ଯୋଗ ଦେଇଛନ୍ତି |ଜିଏସଟି ଓ ସିଟି ବିଭାଗ ର ନେତୃତ୍ୱ ନେଉଥିବା ଅତିରିକ୍ତ କମିଶନର ନୀଳାଦ୍ରି ଦାଢିଆଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି କି, ଅନେକ ଦିନ ହେବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଟିକସ ଫାଙ୍କିବା ଅଭିଯୋଗ ଆସୁଥିଲା |ବିଭାଗର ମୁଖ୍ୟ କାର୍ଯ୍ୟାଳୟ କଟକ ରୁ ଅନୁମତି ମିଳିବା ପରେ ଆଜି ସକାଳୁ ଏହି ଜାଗାରେ ଚଢ଼ାଉ କରାଯାଇ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି ଓ ଏହି ସବୁ କାଗଜପତ୍ର ଆମେ ଭବାନୀପାଟଣା କାର୍ଯ୍ୟାଳୟକୁ ନେଇ ତନଖି କଲାପରେ ଯାହା ଜଣାପଡିବ ବୋଲି କହିଛନ୍ତି |ମୁଖ୍ୟତଃ ବାର୍ଷିକ ଜିଏସଟି ଠାରୁ ଅଧିକ ବ୍ୟବସାୟ କରି ସରକାରଙ୍କ ଟିକସ ଫାଙ୍କୁଥିବା ଓ ବିନା ବିଲରେ ବ୍ୟବସାୟ କରୁଥି...

ବରଗଡ଼ ବିଧାନ ସଭା ଆସନରୁ ତୃତୀୟ ଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ରଣନୀତି ପ୍ରସ୍ତୁତ

Image
ବରଗଡ଼/ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ସାଧାରଣ ଲୋକଙ୍କ ସୁଖଦୁଃଖ ବୁଝୁଥିଲା ଭଳି ଜଣେ ବିଚକ୍ଷଣ ଦରଦୀ ଶାନ୍ତ ସରଳ ନିଷ୍କପଟ ମଣିଷ ହୃଦୟ ଥିବା ସଫଳ ରାଜନୀତିଜ୍ଞ ପରିବାର ରୂପେ ସମଗ୍ର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜନ ସାଧାରଣ ବେଶ୍ ଭଲ ଭାବରେ ମାନି ଆସିଛନ୍ତି ଆଜିର ସମୟରେ ବରଗଡ଼ ବିଧାନ ସଭାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କୁ। ୨୦୧୪ ରେ ପ୍ରଥମ କରି ରାଜ୍ୟ ବିଜେଡି ବିଧାୟକ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦେବେଶ। ପରବର୍ତୀ ସମୟରେ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନରେ ପୁନର୍ବାର ବିପୁଳ ପରିମାଣର ଜନ ସମର୍ଥନ ସୃଷ୍ଟି କରି ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ ଦେବେଶ। ଆଉ ଏବେ ସମୟ ଆସିଛି ଆଗାମୀ ସାଧାରଣ ନିର୍ବାଚନ ୨୦୨୪। ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇ ଉଠିଥିବା ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ବରଗଡ଼ ବିଧାନ ସଭା ଆସନକୁ ହେତେଇବା ପାଇଁ ଯୋରଦାର ରଣନୀତି ପ୍ରସ୍ତୁତ ଚାଲିଥିଲା ବେଳେ ଦୁଇ ଦୁଇଥର ପ୍ରତିପକ୍ଷଙ୍କୁ ମାତ୍ ଦେଇ ଆସୁଥିବା ଦେବେଶ ଆଚାର୍ଯ୍ୟ ତିଳେ ହେଲେ ବିଚଳିତ ନହୋଇ ତୃତୀୟ ଥର ପାଇଁ ବିଜୟୀ ମୁକୁଟ କିଭଳି ପିନ୍ଧିବେ ତାପାଇଁ ସମସ୍ତ ପ୍ରକାର ଆଧୁନିକ ରଣନୀତି ପ୍ରସ୍ତୁତ କରିଛନ୍ତି। ଯାହାକୁ ନେଇ ବରଗଡ଼ ବିଧାନ ସଭା ଆସନ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ଆମ ପ୍ରତିନିଧି ପହଞ୍ଚି...

ଭାରତୀୟ ଫୁଟବଲ ଦଳରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ନବରଙ୍ଗପୁର ଠାରେ ସମ୍ବର୍ଦ୍ଧନା

Image
ଭାରତୀୟ ଫୁଟବଲ ଦଳରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ନବରଙ୍ଗପୁର ଠାରେ ସମ୍ବର୍ଦ୍ଧନା   ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ):- ଜିଲ୍ଲା ପ୍ରତିନିଧି ସାଜ୍ଜାଦ୍ ଖାନ୍ ଙ୍କ ରିପୋର୍ଟ - ୧୯ ବର୍ଷ ରୁ କମ ଏସୀୟ ଫୁଟବଲ ପ୍ରତଯୋଗିତା ରେ ନବରଙ୍ଗପୁର ଜିଲ୍ଲା ର କାମତା ଗ୍ରାମର ରାଜା ହରିଜନଙ୍କୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କ୍ରୀଡ଼ା ସଂଘ ତରଫରୁ  ସମର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଶ୍ରୀ ହରିଜନ ଙ୍କୁ ଶୁଭେଚ୍ଛା ଦେବା ସହ ଆଗାମୀ ଦିନରେ କ୍ରୀଡ଼ା ସମନ୍ଧିତ ଯେ କୌଣସି ସାହାଯ୍ୟ ସହୋଯଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡ଼ା ସଂଘର ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ , କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଶଶାଙ୍କ ଶେଖର ବେହେରା, ମାରାଥନ କ୍ରୀଡାବିତ୍ ଚିତ୍ତରଞ୍ଜନ ପାତ୍ର, ଦୁର୍ଯ୍ୟ ହରିଜନ, ଖେଳ ପ୍ରଶିକ୍ଷକ ଯୋଗେଶ କୁମାର  ଏବଂ ବସ ମାଲିକ ସଂଘ ର ସଭାପତି ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ନିଜ ମତବ୍ୟକ୍ତ ଦେଇଥିଲେ। ଏହି ଅବସରରେ ଉଭୟ ନବରଙ୍ଗପୁର ଏବଂ କାମାତା ଗ୍ରାମର ଶତାଧିକ କ୍ରୀଡ଼ା ପ୍ରେମୀ ଯୋଗ ଦେଇଥି...

ଆମେ ଗଢିବୁ ନବୀନ ଓଡ଼ିଶା....! ନବୀନଙ୍କ ବିକଳ୍ପ ନେତା...?

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ସମଗ୍ର ଓଡ଼ିଶାରେ ଏବେ ଦେଖିବାକୁ ମିଳିଛି ଗୋଟିଏ ନୂଆ ସମୀକରଣର ନୂତନ ପରିଭାଷା - ଆମେ ଗଢିବୁ ନବୀନ ଓଡ଼ିଶା। ପ୍ରକୃତରେ ଏହାର ପଛରେ କେଉଁ ସବୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଲୁଚି ରହିଛି ତାକୁ ନେଇ ଖୋଜିବାକୁ ଲାଗିଲେ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଦେଖିବାକୁ ମିଳିଥିଲା ଯେଉଁ ସବୁ କାର୍ଯ୍ୟକ୍ରମ ତାହା କ'ଣ ପୁରୁଣା ଓଡ଼ିଶାର ! ରାଜନୈତିକ ପରିବର୍ତ୍ତନ ଭାଷା ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ଚର୍ଚ୍ଚିତ ଖବର ପ୍ରକାଶିତ କରି ଆସୁଥିବା ନାନା ପଣ୍ଡିତମାନଙ୍କର ବହୁ ପ୍ରକାରର ମନଗଢା ଅଗାଣିତିକ ଅଙ୍କକଷା କିନ୍ତୁ ଆଜିକାଲି ବଡ଼ ବଡ଼ ଲୋକଙ୍କ ମନରେ ଉଙ୍କି ମାରୁଛି ନୂତନ ପରିଭାଷା। ଯାହାକୁ ନେଇ ରାଜ୍ୟରୁ ପ୍ରକାଶିତ ହେଉଥିବା ଆଗଧାଡିର ଗଣମାଧ୍ୟମ ଗୁଡିକ ଅତି ଅଳଙ୍କୃତ ଭାଷା ବର୍ଣ୍ଣନା ଅନୁସାରେ ଯୋଡ଼ା ତାଡ଼ କରି ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ସବୁ ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଥଏ ଯାହାକୁ ସାଧାରଣ ଲୋକଙ୍କ ଭାଷାରେ କୁହାଯାଏ 'ସମୟ ପୂର୍ବରୁ କିଛି ହୁଏ ନାହିଁ, କିମ୍ବା ସମୟ ପରେ କିଛି ରହେ ନାହିଁ '। ଆଜିର ସମୟରେ ତାହା ହିଁ ହୋଇଗଲା ଯାହା ପୂର୍ବରୁ କୌଣସି ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ହୋଇ ନଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବିଶେଷ କରି ସଚିବ ସ୍ତରରେ ଦାୟିତ୍ଵ ନିର୍ବାହ କରିଥିବ...

ବାପାଙ୍କ ସ୍ବାସ୍ଥ୍ୟ ଖରାପ ପାଇଁ ଛୁଟି ନଦେବା ଯୋଗୁଁ ଚାକିରୀ ରୁ ଇସ୍ତଫା - ରାୟଗଡ

Image
ଗୈାଡଧେପାଗୁଡା/ପେଣ୍ଡିଲି/ଗୁଡ଼ାରୀ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଆଦିବାସୀ ଅଧ୍ୟୁଷିତ  ରାୟଗଡା ଜିଲ୍ଲାର ଗୁଡାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ପଞ୍ଚାୟତର ଗୌଡ଼ଧେପାଗୁଡା ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟ ଆରଗ୍ୟ କେନ୍ଦ୍ରରେ କୌଣସି  ଡାକ୍ତର ଠିକ୍ ଭାବରେ କାର୍ଯ୍ୟ ସହଯୋଗୀ କରୁନାହାନ୍ତି ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ। ଯାହା ଫଳରେ ସେଠିକାର ଆଖ ପାଖର ପାଖାପାଖି  ୩୫ଖଣ୍ଡ ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ମିଳିଥିବା ସୂଚନା ଅନୁସାରେ ଗୈାଡଧେପାଗୁଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାମଚଳା ନୀତିରେ ସେଠାକାର କମ୍ପାଉଣ୍ଡରଙ୍କ ସହିତ ଜଣେ ପିଅନ ଓ ଗୋଟିଏ ସିକ୍ୟୁରିଟି ଗାର୍ଡ ରହିଥିବା ବେଳେ ସେ ମଧ୍ୟ ଠିକ ସମୟରେ ବା ସପ୍ତାହକୁ ଦୁଇ ଥର ତିନି ଥର ଆସୁଛନ୍ତି। ଯାହା ଫଳରେ ସେଠିକାର ଅର୍ଥାତ୍ ଗୁଡାରି ବ୍ଲକର ଇନଚାର୍ଜଙ୍କ  (  ଡାକ୍ତର ଙ୍କର) ବାପାର ଦେହ ଭଲ ନ ଥିବା ହେତୁ ସେ ଛୁଟି ମାଗିଲେ, ତେଣୁ ସେ ଇନଚାର୍ଜ ଥିବା ଡ଼ାକ୍ତର ତାଙ୍କୁ ଛୁଟି ନ ଦେବାରୁ ଡାକ୍ତର ରିଜାଇନ ଦେଇ ଚାଲିଗଲେ, ଯାହା ଫଳରେ ସେଠିକାର ଲୋକ ମାନଙ୍କୁ ବହୁତ ଅସୁବିଧା ହେବାକୁ ପଡୁଛି,ଏବେ ଏଠାରେ ବହୁତ ଲୋକ ହଇରାଣ ହେଉଛନ୍ତି, ଆଗକୁ ଅଧିକ ଅସୁବିଧାର ସମୁଖୀନ ହେବାକୁ ପଡିବ, (ବ୍ରହ୍ମ ମୁହୂର୍ତ୍ତ ରିପୋର୍ଟ ବ୍ରଜବିହ...

କାନପୁରରେ ଷଷ୍ଠ ର୍ବାର୍ଷିକ ଦୁର୍ଗାପୂଜାରେ ମା'ଙ୍କର ଅଷ୍ଟମୀ ,ନବମୀ,ଦଶମୀ ପୂଜା ବହୁ ଆଡ଼ମ୍ବରରେ ଅନୁଷ୍ଠିତ

Image
କାନପୁରରେ ଷଷ୍ଠ ର୍ବାର୍ଷିକ ଦୁର୍ଗାପୂଜାରେ ମା'ଙ୍କର ଅଷ୍ଟମୀ ,ନବମୀ,ଦଶମୀ ପୂଜା ବହୁ ଆଡ଼ମ୍ବରରେ ଅନୁଷ୍ଠିତ କାନପୁର; ୨୪/୧୦(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ନିକଟରେ ସାର୍ବଜାନୀନ ଷଷ୍ଠ ର୍ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କର ଅଷ୍ଟମୀ ,ନବମୀ,ଦଶମୀ ପୂଜା ଯଥାବିଧି ଅନୁସାରେ ସମାପନ ହୋଇଛି। ଅଷ୍ଟମୀର ଏହି ପୁଣ୍ୟ ତିଥିରେ  ଶତାଧିକ ଭକ୍ତ ମେଳରେ ଘଣ୍ଟ କର ତାଳିରେ କମ୍ପିଉଠିଥିଲା ଗ୍ରାମାଞ୍ଚଳ। ମାଙ୍କ ଆଶିର୍ବାଦ ପାଇଁ ଦୂର ଦୁରାନ୍ତର ଗ୍ରାମରୁ ଛୁଟି ଆସିଥିଲେ ଭକ୍ତ।  ଅତି ଆନନ୍ଦ ଉତ୍ସାହ ସହ ଜନ ଗହଳିରେ ପୁରି ଉଠିଥିଲା ମାଙ୍କ ପୂଜା ମଣ୍ଡପ। ସମସ୍ତଙ୍କ ମୁଖରେ ଭକ୍ତିପୂର୍ଣ୍ଣ ବାତାବରଣ ଖେଳିଯାଇଥିଲା। ଉକ୍ତ ପୂଜା ରେ କର୍ତ୍ତା ଭାବେ ଶ୍ରୀ ଅର୍ନ୍ତଜ୍ଯାମି ରାଉତ(ଗୈାରା) ମୁଖ୍ୟ କଳସ ଆଣି ଥିଲେ। ପୂଜାକାନ୍ତିରେ  କମିଟିର ସଭାପତି ଶ୍ରୀ ନିଳମଣୀ ଧଳ, ସମ୍ପାଦକ ଶ୍ରୀ ବିଜୟ କୁମାର ଜେନା,ସଭ୍ଯ ଦେବାଶିଷ ରାଉତ(ମାନୁଆ) ଗୌରାଙ୍ଗ ଚରଣ ରାଉତ,ଶତୃଘନ ରାଉତ,ଗୌରାଙ୍ଗ ଚରଣ ବାରିକ,ରତିକାନ୍ତ ରାଉତ,ବସନ୍ତ ଧଳ ,ଶତୃଘନ ମହାରଣା,ବସନ୍ତ ମହାରଣା,ନିରଞ୍ଜନ ଜେନା,ଗଣେଷ ଚନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଜେନା,ଅମର କୁମାର ଜେନା,ଚୈତନ୍ଯ ମହାପାତ୍ର,ଉତ୍ତମ ବେହେରା,ଉପେନ୍ଦ୍ର ବେହେରା,ବିଜୟ କୁମାର ...

ଲୁଚିଛି ନାଁ ଗୋଡ଼ ଦୁଇଟା ଦିଶୁଛି ଝରିଗାଁ ବ୍ଳକରେ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ |

Image
ଲୁଚିଛି ନାଁ ଗୋଡ଼ ଦୁଇଟା ଦିଶୁଛି  ଝରିଗାଁ ବ୍ଳକରେ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ | ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟ ସରକାରଙ୍କ ବିକଶିତ ଜନ ହିତକାରୀ ଯୋଜନା କେଉଁଠି କେତେବେଳେ କେମିତି ଅପହଞ୍ଚ ହୋଇ ରହିଛି ତା'ର ଉଦାହରଣ ଦେଖିବାକୁ ମିଳେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ମାନଙ୍କରେ। ଏମିତିକି ଗାଁକୁ ଭଲ ରାସ୍ତା ଟିଏ ନଥିବା ହେତୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ।ରାସ୍ତା ନଥିବା ଯୋଗୁଁ ପ୍ରାୟ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଗଲା।ଶେଷରେ ଖଟିଆରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଏହି ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ଉପାନ୍ତ କୁନିନାଲ ଗ୍ରାମରେ। ସୂଚନା ପ୍ରକାରେ କୁନିନାଲ ଗ୍ରାମର ଖଗପତି ଜାନୀଙ୍କ ସ୍ତ୍ରୀ ସୁମିତ୍ରା ଜାନୀଙ୍କୁ  ସନ୍ଧ୍ୟା ସମୟରେ ହଠାତ ପ୍ରସବ ଜନିତ ପେଟ ବ୍ୟଥା  ହୋଇଥିଲା।କୁନିନାଲ ଗ୍ରାମରେ କୌଣସି ନେଟୱର୍କ ନଥିବା ବେଳେ ଗ୍ରାମରୁ କିଛି ଦୂରରେ ଥିବା ପାହାଡ଼ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚଡ଼ି ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।ଆମ୍ବୁଲାନ୍ସ ଖବର ପାଇ ତୁରନ୍ତ କୁନିନାଲ ଗ୍ରାମ ଅଭିମୁଖେ ବା...

ଯୁଗ ଯୁଗ ଧରି ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ମାଁ

Image
ଅଳସୁ/ଜଗନ୍ନାଥ ପ୍ରସାଦ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):  ସନାତନ ଧର୍ମର ସୃଷ୍ଟି ସମ୍ବନ୍ଧରେ ଯେତେ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ମାନସିକ ସ୍ତରରେ ଥିବା ରହିଥିବା ଆଧ୍ୟାତ୍ମିକ ଭାବନାର ସ୍ପନ୍ଦନ ମାତ୍ର। ଆମ ହିନ୍ଦୁ ଧର୍ମର  ବିଶ୍ଵାସ ଅନୁସାରେ ବିଶ୍ଵ ଦରବାରରେ ଏକମାତ୍ର ମହାନ୍ ଧର୍ମୀୟ ଭାବନାରେ ମୂଳ ପ୍ରାଣ କେନ୍ଦ୍ର ଏବେ ବି ଆମେ ଦେଖିବାକୁ ପାଇଛୁ। ଯୁଗ ଯୁଗ ଧରି ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ମାଁ ଜଗଦମ୍ବା ସ୍ବୟଂ ଶକ୍ତି ସ୍ୱରୂପା ଏଥିରେ ଦ୍ବିମତ ନାହିଁ। ଚଳିତ ବର୍ଷର ନବରାତ୍ର ପୂଜା ଆରମ୍ଭ ହେବାର ଚତୁର୍ଥ ଦିନରେ ସମଗ୍ର ପୂଜା ମଣ୍ଡପରେ ମାଁ କୁଷ୍ମାଣ୍ଡ ରୂପରେ ପୂଜିତ ହେଉଥିଲେ। ଦିନଟି ଥିଲା ସଂକ୍ରାନ୍ତି , ସନ୍ଧ୍ୟା ଆଳତି ପରେ ପରେ ଏଭଳି କିଛି ଦିବ୍ୟତା ଦର୍ଶନ କରିବା ଲାଭ କରି ଚକିତ ହୋଇ ଉଠିଥିଲେ ଉପସ୍ଥିତ ଭକ୍ତମାନେ। ଏତିକି ବେଳେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବାକୁ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ ଉପସ୍ଥିତ ଶ୍ରଦ୍ଧାଳୁ ଏବଂ ଭକ୍ତମାନକ୍ତଙ୍କ ପାଖରୁ ଜାଣିବା ପାଇଁ ଆମ ପ୍ରତିନିଧି ପହଞ୍ଚି ଥିଲେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ଗ୍ରାମ ପଞ୍ଚାୟତ ଅଳସୁ ବଡ଼ଦାଣ୍ଡର ପୂଜା ମଣ୍ଡପ ନିକଟରେ। କିଏ ସେ ଭକ୍ତ ଯାହାଙ୍କ ଦେହରେ ପ୍ରସନ୍ନ ହୋଇଥିଲେ  ମାଁ କାଳୀ...

ସେମ୍ବର ୧୦ରୁ ୧୪ ନବରଙ୍ଗପୁରର ଲୋକ ମହୋତ୍ସବ ‘ମଣ୍ଡେଇ’

Image
ସେମ୍ବର ୧୦ରୁ ୧୪ ନବରଙ୍ଗପୁରର ଲୋକ  ମହୋତ୍ସବ ‘ମଣ୍ଡେଇ’ ଜିଲ୍ଲା ପ୍ରତିନିଧି ସାଜଦ ଉଲ୍ଲା ଖାନ୍ ଙ୍କ ରିପୋର୍ଟ- ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ) : ନବରଙ୍ଗପୁର ଜିଲ୍ଲାର ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ବାଦ୍ୟ, ଭାଇଚାରା ସମ୍ପର୍କ ଓ ବନ୍ଧୁମିଳନର ସାଂସ୍କୃତିକ ଲୋକ ମହୋତ୍ସବ ଉତ୍ସବ ‘ମଣ୍ଡେଇ-୨୦୨୩ ଆସନ୍ତା ଡିସେମ୍ବର ମାସ ୧୦ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡ଼ିଆ ଠାରେ ମହାସମାରୋହରେ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଚଳିତ ବର୍ଷର ଏହି ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ ଝରିଗାଁ ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନଧାରାରେ ଆସନ୍ତା ଡିସେମ୍ବର ତା୧ ରିଖରେ କରାଯିବା ପାଇଁ ସ୍ଥିର କରାଯାଇଛି। ଜିଲାପାଳ ଡଃ, କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଆଗାମୀ ମଣ୍ଡେଇ ଉତ୍ସବ ନିମନ୍ତେ ଏସବୁ ସମୟ ଧାର୍ଯ୍ୟ କରାଯାଇଛି। ଜିଲାପାଳ ଡଃ. ମିଶ୍ର ପ୍ରସ୍ତୁତି ବୈଠକ ରେ ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ମଣ୍ଡେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିପରି ଉତ୍ସାହ, ଉଦ୍ଦୀପନା, ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ସମ୍ପର୍କରେ ସମସ୍ତଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ପ୍ରସ୍ତୁତି ବୈଠକରେ ଜିଲା ମ...

ଯାଜପୁର ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ

Image
ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକରେ ଯାଜପୁର, (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ ) : ଚଳିତ ମାସ ବୁଧବାର ତା୧୮ରିଖ ପୂର୍ବାହ୍ନରେ ଜିଲ୍ଲା ପରିଷଦ ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଗୃହରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି ।  ଊକ୍ତ ବୈଠକରେ ଓଡିଶାର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତି ରଂଜନ ଘଡାଇ, ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନ୍ୟବର ବିଧାୟକ ବଡଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ମାନ୍ୟବର ବିଧାୟିକା ବରୀ ଶ୍ରୀମତୀ ସୁଲୋଚନା ଦାସ, ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲା ପରିଷଦ ଉପ-ସଭାପତି ଶ୍ରୀ  ଗଣେଶ୍ୱର ବରାଳ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେଉରିଆ, ମାନ୍ୟବର ବାଚଷ୍ପତ୍ତି ଶ୍ରୀମତୀ ପ୍ରମିଳା ମଲ୍ଳିକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି ଯୋଗଦେଇ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ନିର...

ଆଦିବାସୀ ସାଂସ୍କୃତିକ ଲୋକ ମହୋତ୍ସବ ପରବ ୨୦୨୩ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Image
 ଆଦିବାସୀ ସାଂସ୍କୃତିକ ଲୋକ ମହୋତ୍ସବ ପରବ ୨୦୨୩ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ  କୋରାପୁଟ: (ବ୍ରାହ୍ମ ମୁହୂର୍ତ୍ତ): ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ  ଆୟୋଜନ ହେଉଥିବା କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ ୨୦୨୩  ମହାଆଡମ୍ବର ସହକାରେ  ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ଗୌରବ ଶିବାଜୀ ଇସଲୱାରଙ୍କ  ଅଧ୍ୟକ୍ଷତାରେ   ଆୟୋଜିତ  ପ୍ରସ୍ତୁତି ବୈଠକରେ ନିଷ୍ପତି  ଗ୍ରହଣ କରା ଯାଇଛି । ନଭେମ୍ବର ୩ ତାରିଖରେ ବୋରିଗୁମ୍ମାସ୍ଥିତ ଭୈରବ ମନ୍ଦିରରୁ  ଶୁଭାରମ୍ଭ କରାଯିବାକୁ  ନିଷ୍ପତି ହୋଇଥିବା ବେଳେ ମୂଖ୍ୟ ସମାରୋହ ନଭେମ୍ବର ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ  କୋରାପୁଟ ସରକାରୀ କଲେଜ  ପଡ଼ିଆରେ ଆୟୋଜନ କରାଯିବ ବୋଲି  ନିଷ୍ପତ୍ତି ନିଆଯାଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ସହ ଉପସ୍ଥିତ ସମସ୍ତ ସଭ୍ୟ,ସଭ୍ୟା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଚଳିତ ବର୍ଷ ଗ୍ରାମ ପଂଚାୟତ ସ୍ତରରେ ମଧ୍ୟ ପରବ ଆୟୋଜନ କରିବାକୁ ନିଷ୍ପତି ହୋଇଛି । ଜୟପୁର ଦଶହରା ପଡିଆ ଓ ବିକ୍ରମଦେବ କଲେ...

ଘରେ ଘରେ କଂଗ୍ରେସ,ଘରେ ଘରେ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ।

Image
ଘରେ ଘରେ କଂଗ୍ରେସ,ଘରେ ଘରେ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ।  ଝରିଗାଁ ତା ୧୪/୧୦/୨୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  ଝରିଗାଁ ବ୍ଲକ୍ ସଦର ମହକୁମା ଠାରେ ଆଜି ରାଜ୍ୟ କଂଗ୍ରେସର ଆହ୍ଵାନ କ୍ରମେ ଜାତୀୟ କଂଗ୍ରେସ ନବରଙ୍ଗପୁର ଜିଲ୍ଳା ସଭାପତି ଶ୍ରୀ ମନୋରଞ୍ଜନ (ମୁନା) ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ସହ ଘର ଘର କଂଗ୍ରେସ, ଘର ଘର ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏ ଆଇ ସି ସି ଯୁଗ୍ମ ସଂଯୋଗିକା ଶୁ ଶ୍ରୀ ହାରାବତି ଗଣ୍ଡ ଜିଲ୍ଲା ବରିଷ୍ଠ ନେତା ମଧ୍ୟରେ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ଯୁବ ସଭାପତି, ଦ୍ବାରିକା ମହାପାତ୍ର, ଏସ ସି ସେଲ ଜିଲ୍ଲା ସଭାପତି ଶ୍ରୀ ଅର୍ଜ୍ଜୁନ ସମରଥ,ଆର ଜି ପି ଆର୍ ଏସ ପ୍ରକାଶ ସାମନ୍ତରାୟ , ବ୍ଲକ୍ ସ୍ତରୀୟ ନେତ୍ରୁ ବୃନ୍ଦ ମଧ୍ୟରେ ବ୍ଲକ୍ କଂଗ୍ରେସ ସଭାପତି, ରତାଖଣ୍ଡିଗୁଡ଼ା ପଞ୍ଚାୟତ ସମିତି ସଦସ୍ୟ ତଥା ଆଇନଜୀବୀ ଶ୍ରୀ ତମ୍ବୁ ଦାସ ପନକା, ଓ ବି ସି ସେଲ ବ୍ଲକ୍ ସଭାପତି ଶ୍ରୀ ଭିକାରୀ ଚରଣ ନାୟକ,( ଭିକୁ) ,ମହେଶ୍ୱର ଭତ୍ରା,କଂଗ୍ରେସ ସେବା ଦଳ ନାରୀ ନେତ୍ରୀ ଉର୍ମିଳା ସାହୁ, ଦୂର୍ଯ୍ୟ କଲାର ତୁଳସୀ ଦାସ୍ ପନକା, ଏସ ସି ସେଲ ବ୍ଲକ୍ ସଭାପତି ମେଙ୍ଗ ହରିଜନ, ଦଳିତ ସେଲ ବ୍ଲକ୍ ସଭାପତି ସୁବାସ ସାଗର ପ୍ରମୁଖ ଶତାଧିକ କର୍ମୀଙ୍କ ସହ ଝରିଗାଁ ସଦର ମହକୁମା ପରିକ୍ରମା କରିଥିଲେ। ଏହି ଅବସରରେ ଜାତୀୟ କଂଗ୍ରେସ ଦଳୀୟ କର୍ମୀ...

ମହାପୁରୁଷଙ୍କ ଜୟନ୍ତୀ ଓ ବିପ୍ଲବୀ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Image
ମହାପୁରୁଷଙ୍କ ଜୟନ୍ତୀ ଓ ବିପ୍ଲବୀ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବ୍ରହ୍ମପୁର-11ା10(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବୁଧବାର ଅପରାହ୍ନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ ସହ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ଡ଼. ରାମମନୋହର ଲାହିୟାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ପ୍ରତିଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅାବାହକତ୍ୱରେ ଅାୟୋଜିତ ଏହି କାର୍ଯ୍ୟକ୍ରମରେ ଲୋହିୟାଙ୍କର ସପ୍ତକ୍ରାନ୍ତି ଓ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ ବିପ୍ଲବ ଅାଜି ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବକ୍ତାମାନେ ପ୍ରକାଶ କରି ବର୍ତ୍ତମାନ ସମାଜରେ ଦେଖାଦେଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ଏକଛତ୍ରବାଦ ଶାସନ ବିରୁଦ୍ଧରେ ମିଳିତ ଲଢ଼େଇର ଅାବଶ୍ୟକତା ରହିଛି ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ କାମରାଜୁ ମହାରଣା, ରାଜେନ୍ଦ୍ର ପଣ୍ଡା, ଅଶୋକ ଦଳେଇ, ରଂଜନ କୁମାର ସାହୁ, ସୁଶାନ୍ତ କର, ଇଂ. ମାନସ ରଂଜନ ତ୍ରିପାଠୀ, କିଶୋର ସ୍ବାଇଁ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ପ୍ରାରମ୍ଭରେ ଉତ୍ତରାଖଣ୍ଡର ବିଷ୍ଣୁ ପ୍ରୟାଗ ବସ ଦୁର୍ଘଟଣାରେ ଅାଜିର ଦିନରେ 16 ବର୍ଷ ତଳେ ମୃତୁ୍ୟବରଣ କରିଥିବା ଓଡ଼ଇା ତୀର୍ଥଯାତ୍ରୀଙ୍କ ସ୍ମୃତିରେ ଦୁଇ ମିନିଟ ...

ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଯୁକ୍ତ ୩ ଓଡ଼ିଆ ବିଭାଗରେ "ସ୍ୱାଗତ ସମ୍ବର୍ଦ୍ଧନା" ଉତ୍ସବ ପାଳନ

Image
କୋରୁକୋଣ୍ଡା/ ବାଲିମେଳା :(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ଆଜି ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ର ଯୁକ୍ତ ୩ ଓଡ଼ିଆ ବିଭାଗରେ "ସ୍ୱାଗତ ସମ୍ବର୍ଦ୍ଧନା" ଉତ୍ସବ ପାଳନ କରାଗଲା । ଏହି ସଭା ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ମିଳିତ ଭାବେ ଆୟୋଜନ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ଶ୍ରୀ ରବିନ୍ଦ୍ରନାଥ ପାତ୍ର, ଇତିହାସ ବିଭାଗର ମୁଖ୍ୟ  ଅଧ୍ୟାପିକା ଶ୍ରୀମତୀ ମମତା ପାତ୍ର, ରାଜନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ   ସରୋଜ କୁମାର ମହାପାତ୍ର, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ  ଶ୍ରୀ ମନୋରଞ୍ଜନ ଖମାରି, ଓଡ଼ିଆ ବିଭାଗ ଅଧ୍ୟାପିକା ଶ୍ରୀ ବନିତା ନାୟକ, ଏବଂ ଅଧ୍ୟାପିକା ଶ୍ରୀ ବିଜୟଲଷ୍ମୀ ସେଠୀ ଉପସ୍ଥିତ ଥିଲେ ।  ପାଠ ପଢା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର କଳା କୌଶଳକୁ ପ୍ରଦର୍ଶନ କରିବାକୁ କେବେ ମଧ୍ୟ ପଛଘୁଞ୍ଚା ନ ଦେବା ପାଇଁ   ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ମହୋଦୟ ଉପଦେଶ ଦେଲେ । ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଲେ ଯେ ବିଭାଗର ସମସ୍ତ ଭାଇଭଉଣୀ ମାନଙ୍କ ସହ ଭାତୃ ଭାବ ପରିବେଷଣ କରିବା, ସମସ୍ତଙ୍କୁ ସମ୍ମାନ ଦେବା । ମହାବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା ।ତେଣୁକରି ଏହି କାରଖାନାରୁ ବାହାରିବା ସମୟରେ କିପରି ଭାବରେ ଗୋଟିଏ ଭଲ ମଣିଷ ହେଇକି ବ...

ମନରେଗା ମହାଦୁର୍ନୀତି ବିରୋଧରେ ଏକ ହେଲେ ବଡଖୋଲି ପଞ୍ଚାୟତବାସୀ

Image
ମନରେଗା ମହାଦୁର୍ନୀତି ବିରୋଧରେ ଏକ ହେଲେ ବଡଖୋଲି ପଞ୍ଚାୟତବାସୀ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ଆସିକା(ବ୍ରାହ୍ମ ମୁହୂର୍ତ୍ତ) ତା ୧୧/୧୦, ବଡଖୋଲି ଗ୍ରାମପଞ୍ଚାୟତର ଶହ ଶହ ମନରେଗା ଶ୍ରମିକ ଓ ସଚେତନ ନାଗରିକ ମାନେ ବଡଖୋଲି ମଣ୍ଡପରେ ପି ରାମସ୍ବାମି ପାତ୍ରଙ୍କ ଅଧ୍ୟକ୍ଷତାରେ ଏକତ୍ରିତ ହୋଇ ଆଲୋଚନା କରିଥିଲେ। ଏହି ବୈଠକରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଗଞ୍ଜାମ ଜିଲ୍ଲା ସଭାପତି କମ୍ରେଡ ଶଙ୍କର, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ର ସାଧାରଣ ସମ୍ପାଦିକା ପେଦିନୀ ପାର୍ବତୀ,  ସମାଜସେବୀ ନାଗାର୍ଜୁନ ବିଷୋୟୀ, ବୟୋଜ୍ୟେଷ୍ଠ ପାଣ୍ଡବ ନାୟକ, ସାମାଜିକ କର୍ମୀ ଅଶ୍ବିନୀ ପ୍ରଧାନ ଆଦି ମଞ୍ଚାସୀନ ଥିଲେ। ଏହି ସଭାରେ ଧନିଜାର ବନମାଳି ସ୍ବାଇଁ, ରଞ୍ଜିତା ବେହେରା, ଭାଗ୍ୟଲତା ପ୍ରଧାନ, ଡ଼ଲି ସେଠୀ , ନମିତା ବେହେରା, କୈଳାସ ସେଠୀ, ସୁରେନ୍ଦ୍ର ଗୌଡ଼, ବାସନ୍ତୀ ଜେନା, ମଞ୍ଜୁଲତା ଜେନା, ଯାଙ୍ଗସେନୀ ନାହକ, ସୋଲି ଜେନା, ସନିଆ ନାହକ, ବଂଶୀ ସ୍ବାଇଁ, ପ୍ରମିଳା ବେହେରା, ପ୍ରଭାସିନୀ ସେଠୀ ଆଦି ବଡଖୋଲି ଗ୍ରାମପଞ୍ଚାୟତର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ୫ ଜଣ ଶ୍ରମିକ କାମ କରୁଥିବା ଫୋଟୋ ଅପଲୋଡ଼ କରି ଶତାଧିକ ମନରେଗା ଶ୍ରମିକଙ୍କ ମଜୁରୀ ହଡପ କରିବା, କାମ ହୋଇଥିବା ଶଙ୍ଖ ମାସେ ମଧ୍ୟରେ ନଷ୍ଟ ହେବା, ଶତାଧିକ ପ୍ରକୃତ ନରେଗା ଶ୍ରମିକଙ୍କ ଜବକାର୍ଡ ରିଜେକ୍ଟ କରିବା, କେବେ କାମ କରିବା...

ଝରିଗାଁ ଜଳ ଓ ପରିମଳ ବିଭାଗରେ କେନ୍ଦ୍ରୀୟ ଅଧିକାରୀଙ୍କ ତନାଘନା

Image
ଝରିଗାଁ ଜଳ ଓ ପରିମଳ ବିଭାଗରେ କେନ୍ଦ୍ରୀୟ ଅଧିକାରୀଙ୍କ ତନାଘନା ଝରୀଗାଁ -(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) କେନ୍ଦ୍ରୀୟ ଯାଞ୍ଚ ଅଧିକାରୀ ମାନେ ପହଞ୍ଚିଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ। ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟର ସମୀକ୍ଷା ପାଇଁ  କେନ୍ଦ୍ରୀୟ ଟିମ୍ ପହଂଚିଛନ୍ତି। ଏହି ୨ ଜଣିଆ ଟିମ  ଝରିଗାଁ ବ୍ଲକର ଏକାମ୍ବା ପଞ୍ଚIୟତ  ଦଶ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଗୃହକୁ  ଯାଇ କାର୍ଯ୍ୟ ତଦାରଖ କରିବେ। କେନ୍ଦ୍ର ସରକାର ଏହି ୨ ଯୋଜନା ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି।ଏହି ଯୋଜନା ର ଅର୍ଥ କେଉଁ କାର୍ଯ୍ୟରେ ଲାଗିଛି ଓ ଏହାର ସଫଳତା କୁ ଏହି ଟିମ ତଦାରଖ କରୁଛନ୍ତି ।ସୂଚନା ଅନୁଯାୟୀ ଏହି କେନ୍ଦ୍ରୀୟ ଟିମରେ ଦେବାସ ଭରଦ୍ବାଜ, ସାଇନାଥ.ଡି  ରହିଛନ୍ତି।  ପମ୍ପ ଗୃହ ପରିଚାଳନା ଦାଇତ୍ୱ ରେ ଥିବା ପୁରୁଷଙ୍କୁ ସାକ୍ଷାତ କରିଥିଲେ। ଏକାମ୍ବା ବିଦ୍ୟାଳୟ ଭିତରେ ଥିବା ଶୌଚାଳୟ ଗୁଡିକୁ ଓ ଲୋକଙ୍କ ଘରକୁ ଜଳ ଯୋଗାଣ ବ୍ୟବସ୍ଥାର ଅବ୍ୟବସ୍ଥା କୁ ଦେଖି ଉପସ୍ଥିତ ଅଧିକାରୀ ଙ୍କ ଉପରେ ଉପରେ ବିରକ୍ତ ଭାବ ପ୍ରକାଶ କରିଥିଲେ। ଗ୍ରାମର ଅନେକ ଘର  ବୁଲି ଶୌଚାଳୟ ଏବଂ ପାଣିଟ୍ୟାପ, ଜଳ ଯୋଗାଣ ବ୍ୟବସ୍ଥା ଦେଖି ବିରକ୍ତ ଭାବ ପ୍ରକାଶ କରିଥିଲେ। ଅନ୍ୟ ଗ୍ରାମ ଗୁଡିକରେ ଜଳ ଯୋଗାଣ, ଅଙ୍ଗନବାଡି ଗୃହ, ଶୌଚାଳୟ, ଆବାସ ଗୃହ, ଶୋକଫିଟ ପ୍ଲାଟ...

ଝରିଗାଁ ଠାରେ ସାଇବର ସୁରକ୍ଷା ସଚେତନ ରଥକୁ ସ୍ଵାଗତ

Image
ଝରିଗାଁ ଠାରେ ସାଇବର ସୁରକ୍ଷା ସଚେତନ ରଥକୁ ସ୍ଵାଗତ  ଝରୀଗାଁ/ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ସାଇବର ସୁରକ୍ଷା ସଚେତନତା ରଥକୁ ଝରୀଗାଁ ପୁଲିସ ପକ୍ଷରୁ ସ୍ବାଗତ ସହ ସମ୍ବଦ୍ଧିତ କରାଯାଇଛି। ସାଇବର ଠକେଇ କଣ, କିଭଳି ହୁଏ ଏବଂ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ଲୋକଙ୍କୁ ସଚେତନ କରାଯାଇଛି। ସରକାରୀ ପଞ୍ଚୟତ ହାଇସ୍କୁଲ ଠାରେ ପୁଲିସ ଗ୍ରାମବାସୀ ମିଳିତ ଭାବେ ରଥକୁ ସ୍ବାଗତ କରିଥିଲେ। ନାଚଗୀତ, ବାଦ୍ୟବାଜଣା ସହ ରଥକୁ ଝରୀଗାଁ ମହାବିଦ୍ୟାଳୟକୁ ନିଆଯାଇଥିଲା | ମହାବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ , ଅନ୍ୟତମ ଅତିଥିଭାବେ ବ୍ଳକ  ଅଧଖ୍ୟ ଦୁର୍ଗା ମାଝୀ , ଏଏସଆଇ ରାଜୁ ବଞ୍ଜI ରI ,  ଥାନା ଅଧିକାରୀ ତପନ କୁମାର ପତି  , ଏସାଇ ଉମା କାନ୍ତ ସାହୁ,ମହାବିଦ୍ୟାଳୟ ଅଧକ୍ଷ ଶିବ ପ୍ରସାଦ ପଟ୍ଟନାୟକ, ଝରୀଗାଁ ତସିଲଦାର, ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ମଞ୍ଚାସୀନ ଥିଲେ। ଏଟିଏମ, ମୋବାଇଲ ଆଦି ପାଇଁ କଠିନ ପାସୱାର୍ଡ ବ୍ୟବହାର କରିବା, ଅଫର ଯୁକ୍ତ ମେଲ୍ କିମ୍ବା ମେସେଜର ଉତ୍ତର ନଦେବା, ସମୟ ବ୍ୟବଧାନ ଭିତରେ ପାସୱାର୍ଡ ପରିବର୍ତ୍ତନ କରିବା, ଲୋନ ପାଇଁ କୌଣସି ଅଫର ବ୍ୟବହାର ନକରିବା, ଅଜଣା ନମ୍ବରରୁ ଆସୁଥୁବା ଲିଙ୍କ୍ ବ୍ୟବହାର ନକରିବା ନେଇ ବିସ୍ତୃତ ଆଲୋଚନା ହୋ...

ଆନ୍ଦୋଳନ ପାଇଁ ପୁଣି ଅମଲାଙ୍କ ସଜବାଜ

ଆନ୍ଦୋଳନ ପାଇଁ ପୁଣି ଅମଲାଙ୍କ ସଜବାଜ ନବରଙ୍ଗପୁର, ୮୧୦(ବ୍ରାହ୍ମ ମୁହୂର୍ତ୍ତ ): ଆନ୍ଦୋଳନ କରି ଥକିଗଲେଣି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ କର୍ତ୍ତବ୍ୟ ରତ ଅମଲା ।  ସେମାନଙ୍କ ୪୨୦୦ ଗ୍ରେଡ୍-ପେ ଦାବି ପୂରଣ ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି। ଏନେଇ ଅମଲା ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ବୈଠକରେ ଆନ୍ଦୋଳନ ନିଷ୍ପତି ନିଆଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଆବାହକ ଏମ୍.ବାଲକ୍ରିଷ୍ଣା, ଦିଲ୍ଲୀପ ଆଚାର୍ଯ୍ୟ, ବଳି ଇତା, ବିଦ୍ୟାଳନ ପଟ୍ଟନାୟକ, ସ୍କନ୍ଦନ ରାଉତ, ପଦଲାମ ଇତା, ଆଶୁତୋଷ ମହାନ୍ତି, ବାଳକୃଷ୍ଣ ମିଶ୍ର, ନୀଳମାଧବ ରଥ, ସାସାର ଅଲ୍ଲୀ, ରାମଚନ୍ଦ୍ର ରଘୁମଣ୍ଡଳ, ଧନୁର୍ଜୟ ମାଝୀ, ରାଜେନ୍ଦ୍ର ନାଥ, ହନୁ ଦୁଲାଗି, ସୁଶାନ୍ତ ନାୟକ, ଶ୍ରୀଜନ୍ତ୍ର ଶତପଥୀ, ସୀତାରାମ ବେହେରା, ଦେବାଶିଷ ସୁଆର, ନୀଳାଚଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଅମଲା ସଂଘ, ଓଡିଶା ରାଜସ୍ଵ ଅମଲା ସଂଘ, ଓଡିଶା କୋଷାଗାର ଅମଲା ସଂଘ, ଓଡିଶା ନିବନ୍ଧକ ଅମଲା ସଂଘକୁ ନେଇ ନଥିବାରୁ ସ୍ଥଗିତ ଥିବା ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ସ୍ଥିର କରିଛି। ଏପ୍ରିଲ ୨୨ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇ...

ଗୁଣପୁର ସଦର ମହକୁମଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

Image
ଗୁଣପୁର ସଦର ମହକୁମଠାରେ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l             ଗୁଣପୁର :(ବ୍ରାହ୍ମ ମୁହୂର୍ତ୍ତ) :  ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମା ସ୍ଥିତ  ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର,ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଜୟ କୁମାର ନନ୍ଦ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶାନ୍ତିପ୍ରଭା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ  ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l  ଆଜି ମୋଟ ୪୦ଟି ଅଭିଯୋଗ  ଆସିଥିଲା ସେଥି ମଧ୍ୟରୁ ୩୦ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୦ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଭିଯୋଗ ଗୁଡିକ ଶୁଣି ତୁରନ୍ତ ସମାଧାନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ରାସ୍ତା, ପାନୀୟ ଜଳ, ଘର ପଟ୍ଟା ଆଦିର ଦରଖାସ୍ତ ଗ୍ରହଣ କର...

ସିପିଆଇ ଏମ ପକ୍ଷରୁ ଗୁଣପୁର ଠାରେ ଜଙ୍ଗଲ ଜମିକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ଗୁଣପୁର/ ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ):- ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ  ଠାରେ ସିପିଆଇଏମ  ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଲୋକ ଯଗ  ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବା ସହିତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାର ମୂଳ ବାସିନ୍ଦା ମାନେ ନିଜ ହକ ରୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ କର୍ମକର୍ତ୍ତାମାନେ ବକ୍ତବ୍ୟରେ କହିଥିଲେ। ଗୁଣୁପୁର ଉପଖଣ୍ଡ ଆଖପାଖରେ ଥିବା ବିଭିନ୍ନ ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତର ଲୋକେ ନିଜ ଅଞ୍ଚଳର ଲୋକ ଜଙ୍ଗଲ ଜମି ଓ ତାଙ୍କ ଜଙ୍ଗଲର ସୁବିଧା କୁ ନେଇ ସବୁବେଳେ ପ୍ରତାରିତ ଓ ଅବହେଳିତ ହୋଇ ଆସୁଥିଲା ବେଳେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ଉପସ୍ଥିତ କର୍ମକର୍ତ୍ତାମାନେ ସଚେତନ ମୂଳକ ବକ୍ତବ୍ୟରେ ଜଣେଇଥିଲେ। ଯାହା ଦ୍ଵାରା ଆମର ପ୍ରକୃତ ଜିନିଷକୁ ଆମେ ଉପଭୋଗ କରିବାକୁ ହେବ ବୋଲି ନିଜ ନିଜ ମତ ରଖିଥିଲେ ସର୍ବଶ୍ରୀ ତ୍ରିପତି ଗମାଙ୍ଗ ଓ ବାଦଲ ରଥ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରୁ ସିପିଆଇ ଏମ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।

Image
ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଝରିଗାଁ/ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରିଗାଁ ଠାରେ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ  ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ହୋଇଥିଲା। ଏଥିରେ ଝରିଗାଁ ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକ ମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ତଥା ନିଜ ଅଞ୍ଚଳର  ସମସ୍ୟା ସମେତ ଆପତ୍ତି ଅଭିଯୋଗ ଜଣାଇ ବା ପାଇଁ ଆସିଥିବା ବେଳେ ସମୁଦାୟ ୪୦ଟି ଅଭିଯୋଗ  ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୧୩ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ 27 ଗୋଟି ଗୋଷ୍ଠିଗତ ଥିଲା। ସମୁଦାୟ ଅଭିଯୋଗ ମଧ୍ୟରୁ ତୁରନ୍ତ ୩୨ଗୋଟି ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା |ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ଓ ପଦକ୍ଷେପ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଯଥାଶୀଘ୍ର ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଜଣଙ୍କୁ କ୍ଳେଚର ପ୍ରଦାନ କରାଯାଇଥିବା ବେଳେ ୩0 ଜଣକୁ ବାର୍ଦ୍ଧକ୍ୟ ଭତ୍ତା ( ପେନସନ) ପ୍ରଦାନ କରାଯାଇଥିବା ବିଏସଏସଓ ପାର୍ଥଜିତ ମଣ୍ଡଳ ସୂଚନା ଦେଇଛନ୍ତି। ଲୋକଙ୍କର ସମସ୍ୟା, ବ୍ୟକ୍ତି ଗତ ଆପତ୍ତି, ଅଭିଯୋଗ ଜଣାଇବା ପାଇଁ ଆସିଥିବା ସମସ୍ତ  ଜନସାଧରଣଙ୍କୁ ଭେଟି ତାଙ୍କର ଆପତ...

ବାଲିମେଳା ଏନଏସି ଭିତରେ ଗାନ୍ଧୀ ମାର୍କା ମିଠେଇ ଖିଆ ଜଙ୍ଗଲି ଟିଙ୍କ ଆତଙ୍କ , କଂକ୍ରିଟ ରୋଡ ନାଁରେ ଲକ୍ଷାଧିକ ଟଙ୍କା ଶୋଷଣ ।

Image
  ବାଲିମେଳା ଏନଏସି ଭିତରେ ଗାନ୍ଧୀ ମାର୍କା ମିଠେଇ ଖିଆ ଜଙ୍ଗଲି ଟିଙ୍କ ଆତଙ୍କ , କଂକ୍ରିଟ ରୋଡ ନାଁରେ ଲକ୍ଷାଧିକ ଟଙ୍କା ଚଳୁ । ରାଜେନ୍ଦ୍ର ହନ୍ତାଳଙ୍କ ରିପୋର୍ଟ- ମାଲକାନଗିରି/ବାଲିମେଳା:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ହେଉ କିମ୍ବା ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ହୋଇଥିବା ଯୋଜନା । ସହରାଞ୍ଚଳରେ ବେକାର ରହୁଥିବା ଶ୍ରମିକ ମାନଙ୍କ ନିମନ୍ତେ ୫-ଟି ଅଧୀନରେ ଅନେକ ନିର୍ମାଣ ଓ ଉନ୍ନତିମୂଳକ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଉନ୍ନତି ଓ ବିକାଶର ପରିଭାଷା ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ନା ଠିକାଦାର ତଥା ଯନ୍ତ୍ରୀ ମାନଙ୍କ  ଉଦ୍ଦେଶ୍ୟରେ ତାହା ବର୍ତ୍ତମାନ ପ୍ରଶ୍ନ ଘେରକୁ ଆସିଛି । ୫ଟି ଭିତରୁ କେଉଁ ଆଡ଼େ ଉଭେଇ ଯାଇଛି ସ୍ବଚ୍ଛତା। ଦିନ ଦ୍ବିପହରରେ ଆଖିରେ ଆଙ୍ଗୁଠି ଭର୍ତ୍ତି କରି ବିକାଶର ତାରକା ଚିହ୍ନଟ କରାଇବାରେ ବ୍ୟସ୍ତ ବ୍ୟବସ୍ଥା, ଅନ୍ଧ ଧୃତରାଷ୍ଟ୍ର ପ୍ରଶାସନ, ରାହୁ ପୁଞ୍ଜିପତି ଠିକାଦାର ସମସ୍ତେ ଜନସାଧାରଣଙ୍କ ଟ୍ୟାକ୍ସ ଅର୍ଥରାଶି ଲୁଟ୍ କରି ଆପଣା ଆପଣା ଅର୍ଥନୈତିକ ସ୍ଥିତି ମଜବୁତକୁ ହିଁ ସାମାଜିକ ବିକାଶର ଦର୍ପଣ ଭାବେ ପ୍ରତିଫଳିତ କରାଇବାରେ ବ୍ୟଗ୍ର ହୋଇ ଉଠିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୫-ଟି ର ରାସ୍ତାରେ ୫-ଟି ସ୍ବଚ୍ଛତା ରାସ୍ତାରେ ସ୍ବଚ୍ଛ...

ଗୁଡ଼ାରୀ ଠାରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଆୟୋଜିତ ପଦଯାତ୍ରାରେ ବହୁସଂଖ୍ୟାରେ କର୍ମୀମାନେ ସାମିଲ।

Image
ଗୁଡ଼ାରୀ/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟ ଶାସକ ଦଳ ବିଜେଡ଼ି ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସମସ୍ତ ୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ନେତା ମାନଙ୍କୁ ନେଇ ଆରମ୍ଭ କରିଛନ୍ତି ପଦଯାତ୍ରା। ଏହି ଅବସରରେ ରାୟଗଡ଼ ଜିଲ୍ଲାର ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଜନ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ   ଜନସମ୍ପର୍କ ପଦଯାତ୍ରାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ପଞ୍ଚାୟତ ସ୍ତରରେ ଥିବା ଯୁବ ମହିଳା ଏବଂ ବରିଷ୍ଠ କର୍ମକର୍ତ୍ତା ମାନେ ଶନିବାର ତା୭ରିଖ ସକାଳ ସାଢେ଼ ନଅ ଘଣ୍ଟିକା ସମୟରେ ପ୍ରଥମେ ଗୁଣପୁର ସହରରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭର ମାର୍ଗ ଦର୍ଶନ କରାଇଥିଲେ ମନ୍ତ୍ରୀ ବୋଲି ସୂଚନା ମିଳିଛି l ଜନ ସମ୍ପର୍କ ପଦଯାତ୍ରା ଗୁଣୁପୁର ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ   ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିଭା...

ବୌଦ୍ଧ ଜିଲା ପରିଷଦ ସଭାଗୃହ ଠାରେ ଜିଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତ୍ତି

Image
ବୌଦ୍ଧ ଜିଲା ପରିଷଦ ସଭାଗୃହ ଠାରେ ଜିଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତ୍ତି   ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-  ଜିଲାର ଜିଲ୍ଲା ପରିଷଦ ସଭାଗୃହ ଠାରେ ଶୁକ୍ରବାର ପୂର୍ବାହ୍ନ 10 ଘଟିକା ସମୟରେ ଅନୁଷ୍ଠିତ ଏକ ବୈଠକରେ ଜିଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଛି l ସରକାରଙ୍କ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରକାରେ ଜିଲାସ୍ତରୀୟ ତମାଖୁ ସମନ୍ୱୟ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ବୈଠକରେ ଜିଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମପଂଚାୟତର ୬୯ଟି ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯିବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି l  ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ,  ଜିଲ୍ଲା ପରାମର୍ଶଦାତା ଆଲୋକ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l

ଗାଆଁ ମୁହାଁ ହେଉଛନ୍ତି ଜଙ୍ଗଲି ବଣୁଆ ହାତୀ, ଭୟଭୀତ ଗ୍ରାମବାସୀ।

Image
ଗୁଣପୁର/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତର  ଗ୍ରାମ  ତୋରାମାଳ, ଫୁଲୁକୁଟି,ମାଳାପଦର ଆଦି ଗାଁ ଗୁଡ଼ିକରେ ବଣୁଆ ଜଙ୍ଗଲି ହାତୀ ପଶି ଚାଷୀଙ୍କ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏବେକାର ସମୟରେ ଜଙ୍ଗଲ ଭିତରୁ ହାତୀମାନେ ଗାଆଁ ମୁହାଁ ହୋଇ ଚାଷୀଙ୍କ ଚାଷଜମିରେ ଫସଲ ନଷ୍ଟ କରୁଥିବା ବେଳେ ଲୋକମାନ ମଧ୍ୟ ଭୟଭୀତ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ବନବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଖବର ନେଇ ସ୍ଥାନୀୟ ଗୁଣୁପୁର ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ମାନଙ୍କରେ ଜଙ୍ଗଲ ହାତୀ ଉପଦ୍ରବ ନିତିଦିନିଆ ଘଟଣା ହୋଇଥିଲା ବେଳେ ଏହାର ସ୍ଥାୟୀ ସମାଧାନ ନହେବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହାତୀ ଗାଆଁ ଆଖପାଖରେ ରହୁଥିବାରୁ  ଲୋକମାନେ କୁଆଡେ ବାହାରକୁ ଯାଇ ପାରୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ବାଟ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରତିଯୋଗୀତା ଅନୁଷ୍ଠିତ

Image
ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରତିଯୋଗୀତା ଅନୁଷ୍ଠିତ  ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ):୦୬/୧୦/୨୦୨୩: ସ୍ଥାନୀୟ ହାତୀଓଟ ନୋଡାଲ ହାଇସ୍କୁଲ୍ ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲା ବେଳେ କୁଇଜ୍ ପ୍ରତିଯୋଗିତାରେ ପ୍ରାୟ ପଚିଶି ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷରେ କୃତି ଛାତ୍ରଛାତ୍ରୀ ଟମାନଙ୍କୁ ପୁରସ୍କୃତ କରିବା ପାଇଁ ଏକ ସଭାର ମଧ୍ୟ ଆୟୋଜନ ହୋଇଥିଲା। ଆୟୋଜିତ ଉକ୍ତ ସଭାରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ଉମା ଶଙ୍କର ଦାସଙ୍କ ସଭାପତିତ୍ବ କରିଥିଲେ । ବନ ସଂରକ୍ଷକ ସଚିନ୍ କୁମାର ପ୍ରଧାନ ମୁଖ୍ୟ ଅତିଥି, ଉପ ବନାଞ୍ଚଳ ଅଧିକାରୀ ନନ୍ଦ କିଶୋର ସିଂ ମୁଖ୍ଯବକ୍ତା, ବନପାଳ ସରସ୍ଵତୀ ନାୟକ ଓ ବନରକ୍ଷୀ ସୁବୋଧ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥି ମାନେ ବନ୍ୟପ୍ରାଣୀ ସପ୍ତାହର ତାତ୍ପର୍ଯ୍ୟ ଓ ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନଙ୍କ ଦ୍ବାରା ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଶୁଭକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ସାଇବର ସୁରକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ

Image
ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ସାଇବର  ସୁରକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) - ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ମହାବିଦ୍ୟାଳୟର ଅଧକ୍ଷ ବନମାଳୀ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅତିରକ୍ତ  ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ପୃଷ୍ଟିଙ୍କ ନେତୃତ୍ୱରେ, ଉପସ୍ଥିତ ଛାତ୍ରଛାତ୍ରୀ ମାନଂକୁ ଇଣ୍ଟେରନେଟ ସଠିକ ବ୍ୟବହାର ଇଣ୍ଟେରନେଟରେ ସୋସିଆଲ ମିଡ଼ିଆ | ଗେମିଙ୍ଗ ଆପ୍ଲିକେସନ ଆର୍ଥିକ କାରବାର ଜନିତ ସୁରକ୍ଷା, ଶିଶୁ ପୋର୍ଣଗ୍ରାଫି, ପ୍ରତିଶୋଧ ମୂଳକ ପୋର୍ଣଗ୍ରାଫି, ରିପୋର୍ଟିଙ୍ଗ ଆଦି | ସଠିକ ଭାବେ ବୁଝିବିଚାରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାକୁ ସଚେତନତା କରିଥିଲେ |କାର୍ଯ୍ୟକ୍ରମରେ ପୋଲସରା ଥାନା ଭାରପ୍ରପ୍ତ ଅଧିକାରୀ କୌଶିକ ମାଝୀଙ୍କ ସମେତ  ଅନ୍ୟ ଷ୍ଟାଫ୍ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏଥି ସହିତ ମୋବାଇଲ ଏବଂ ଇଣ୍ଟେରନେଟ ବ୍ୟବହାର କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥଲା। ଏଥିରେ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ମାନଂକୁ ଅଧିକ୍ଷକ ମହୋଦୟ  ପୁରସ୍କାର ପ୍ରଦାନ...

ବନାଞ୍ଚଳ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ଆରମ୍ଭ ଦାସକାଠି ମାଧ୍ୟମରେ ସଚେତନତା l

Image
ବନାଞ୍ଚଳ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ଆରମ୍ଭ ଦାସକାଠି ମାଧ୍ୟମରେ ସଚେତନତା l ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ)05/10/2023-ସାରା ରାଜ୍ୟରେ ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ନେଇ ପ୍ରତ୍ୟେକ ଜଙ୍ଗଲlଞ୍ଚଳ ବାସୀଙ୍କୁ ସଚେତନତା କରାଇ ଆସୁଥିବା ବେଳେ ଏହିବର୍ଷ ମଧ୍ୟ ଗଞ୍ଜାମ ଜ଼ିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ବlବଧାନରେ ଆଜିଠାରୁ ଏକ ସପ୍ତାହବ୍ୟାପୀ ବନ୍ୟପ୍ରାଣୀ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲାର ଲୋକକଳା ଦାସକାଠି ଦ୍ୱାରା କଳା ପ୍ରଦର୍ଶନ କରି ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ଜଙ୍ଗଲର ସୁରକ୍ଷା ନିମନ୍ତେ ସଚେତନତା କରି ବହୁତ ଶିକ୍ଷଣୀୟ ବାର୍ତ୍ତା ପୁରପଲ୍ଲୀ ତଥା ବନାଞ୍ଚଳବାସୀଙ୍କୁ ବୁଝାଇଥିଲେ l ବୁଗୁଡ଼ା ବନାଞ୍ଚଳ ଅଧୀନରେ ମୋଟ 23 ଗୋଟି ବନ ସଂରକ୍ଷଣ ସମିତି ରହିଥିବା ବେଳେ ଏହି ସପ୍ତାହକ ମଧ୍ୟରେ ସମସ୍ତ ଗ୍ରାମକୁ ଯାଇ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବେ ବୋଲି ବନାଞ୍ଚଳ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l ଏହି ପରିପେକ୍ଷୀରେ ଜଗାଵଳିଆ ଦାସକାଠି ଗାୟକ ସଂଘର କଳାକାରମାନେ ଦାସକାଠି ନୃତ୍ୟ ପରିବେଷଣ କରିଥିଲେ l ଫରେଷ୍ଟର ସୁରେଶ କୁମାର ସରାଫ, ପ୍ରକୃତି ପ୍ରେମୀ ତ୍ରିଲୋଚନ ପଣ୍ଡା, ସ୍ଥାନୀୟ ବନ...

ଗୁଣପୁର ଠାରେ ଭାରତ ମୁକ୍ତିମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ପକ୍ଷରୁ ମଣିପୁର ହିଂସା ପ୍ରତିବାଦରେ ପଦଯାତ୍ରା।

Image
ବ୍ରଜବିହାରୀ କୈ।ଶଲ୍ୟଙ୍କ ରିପୋର୍ଟ- ଗୁଣପୁର/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ ଜିଲ୍ଲା ଗୁଣୁପୁର ବ୍ଲକ ଠାରେ ମଣିପୁର ହିଂସା ପ୍ରତିବାଦରେ  ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ପକ୍ଷରୁ ଦେଶରେ ଗତ କିଛି ମାସ ତଳେ ଘଟିଥିବା ମଣିପୁର ହିଂସା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ପ୍ରତିବାଦର ପଦଯାତ୍ରା ଦେଖିବାକୁ ମିଳିଥିଲା। ଏହି ପଦଯାତ୍ରା ଗୁଣୁପୁର ନୂତନ ବସ ଷ୍ଟାଣ୍ଡ ଠାରୁ ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ସିମୀତ ରହିଥିବା ସୂଚନା ମିଳିଛି। ଏଥିରେ ମୁଖ୍ୟ ନେତୃତ୍ୱ ନେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶ୍ରୀ ଯୁକ୍ତ ନଜିତ ରଇତ,ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ଜିଲ୍ଲା ସଭାପତି, ରାୟଗଡା ଏବଂ ଶ୍ରୀ ଯୁକ୍ତ ମୋହନ ରାଇକା ଜିଲ୍ଲା ଉପସଭାପତି, ରାୟଗଡା ଏହା ବ୍ୟତୀତ ଆଉ ଅନେକ ବ୍ୟକ୍ତି ବିଶେଷଙ୍କ ସହିତ ବହୁ ସଂଖ୍ୟକ ସାଧାରଣ ଲୋକ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ଯୋଗଦାନ କରିଥିଲେ।

ଚିକିଟି ବ୍ଲକର ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ।

Image
ଚିକିଟି ବ୍ଲକର ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ।  ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ)୦୪/୧୦:ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ ମଧ୍ଯ ଅଭିଯୋଗ ଉଠୁଛି। ଅନେକ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ଆସୁଛି । ଗତ କିଛିଦିନ ତଳେ ବ୍ରହ୍ମପୁର ପୁଲିସ ଏଭଳି ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ପର୍ଦ୍ଦାଫାସ କରିଥିଲା। ପୂର୍ବରୁ ଆସିକା ପୁଲିସ ମଧ୍ଯ ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ଧରିଥିଲା । ଏବେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରୁ ବାହାର ରାଜ୍ୟର  ସାର୍ଟିଫିକେଟରେ ୪୧ଜଣ ଚାକିରି କରୁଥିବା ଜଣାପଡିଛି। ସେମାନଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ସୂଚନା ଅଧିକାର କର୍ମୀ ତଥା ଫରୱାର୍ଡ ବ୍ଲକ ନେତା ସମରଜିତ୍ ମହାନ୍ତି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ସେ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ବିଭାଗ ମନ୍ତ୍ରୀ,ଶିକ୍ଷା ସଚିବ,ମୁଖ୍ଯ ଶାସନ ସଚିବ, କ୍ରାଇମବ୍ରାଞ୍ଚ, ଏସପି ଭିଜିଲାନ୍ସ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଜାଲ୍ ଶିକ୍ଷ...

ଗୁଡ଼ାରୀ କଲୋରା ଘାଟିରେ ଦୁର୍ଘଟଣା, ଜଣେ ଗୁରୁତର।

Image
ବ୍ରଜବିହାରୀ କୈଶଲ୍ୟଙ୍କ ରିପୋର୍ଟ- ଗୁଡ଼ାରୀ/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ):- ପାହାଡ଼ ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳରେ ଭରପୁର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାରୁ ବିଭିନ୍ନ ସମୟରେ ବହୁ ଦୁର୍ଘଟଣା ଖବର ଗଣମାଧ୍ୟମରେ ଶିରୋନାମା ଖବରର ସ୍ଥାନ ଅଧିକାର କରିଥିଲେ ମଧ୍ୟ ସେଥିରେ ତିଳେ ହେଲେ ସଚେତନ ହେବା ନାଁ ଧରୁ ନଥିବା ଦେଖିବାକୁ ମିଳେ। ସଦ୍ୟତମ ମିଳିଥିବା ସୂଚନା ଅନୁସାରେ  ରୟାଗଡା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ କଲୋରା ଘାଟିରେ ଘଟିଥିଲା ଏଭଳି ଦୁର୍ଘଟଣା ଯାହା ଅତ୍ୟନ୍ତ ଦୁଃଖଦ ଖବର ଥିଲ  ଗୁଡ଼ାର  ବ୍ଳକ ଅନ୍ତର୍ଗତ ସମ୍ବରଲେଣ୍ଡି ଗ୍ରାମର ସନ୍ତୋଷ ଶବରଙ୍କ ବାଇକ ସହ ଗୋଟିଏ ଅଟୋର ମୁହାଁ ମୁହିଁ ଧକ୍କା ହେବା ଯୋଗୁ ଘଟଣା ସ୍ଥଳରେ ସନ୍ତୋଷଙ୍କ ର ଗୁରୁତର ଆହତ ହୋଇଥିଲେ। ଯାହା ଫଳରେ ତାଙ୍କୁ  ଏମକେସିଜି  ବ୍ରହ୍ମହପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।  ଦୁର୍ଘଟଣା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପୋଲିସ କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ

Image
ଜିଲ୍ଲା ପ୍ରତିନିଧି ସଜଦ ଉଲ୍ଲା ଖାନ୍ ଙ୍କ ରିପୋର୍ଟ-   ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ) :- ଅକ୍ଟୋବର ମାସ ଦୁଇ ତାରିଖକୁ ନବରଙ୍ଗପୁର ଜିଲ୍ଲା ସଦରମହକୁମା କାର୍ଯ୍ୟାଳୟ ଠାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ଚର୍ଚ୍ଚିତ ଦୁଇ ବିଧାନସଭା ବିଧାୟକଙ୍କ ସହିତ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ଚଳିତ ବର୍ଷର ବିଶେଷ କାର୍ଯ୍ୟକ୍ରମ  ଅକ୍ଟୋବର ଦୁଇ ତାରିଖକୁ ନେଇ ଉପସ୍ଥିତ ଅତିଥିମାନେ ନିଜ ନିଜ ମତ ମାଧ୍ୟମରେ ଆଜି ଆମେ ଏଠାରେ କାହିଁକି କେଉଁ ଉଦ୍ଦେଶ୍ୟରେ ପ୍ରତିବର୍ଷ ସମଗ୍ର ଭାରତ ବର୍ଷରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥାଏ ସେସମ୍ପର୍କରେ କହିବା ପରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆଲୋଚନା ପୂର୍ବକ ଜୟ ଯବାନ ଜୟ କିଶାନ ନାରା ଦେଇଥିବା ଦେଖିବାକୁ ମିଳିଥିଲା।  ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଆମ୍ଭ ମାନଙ୍କର କୋଟି କୋଟି ପ୍ରଣାମ l ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ  ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନ ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ ନିଜ ବକ୍ତବ୍ୟରେ ସରକାରଙ୍କ ବିକଶିତ ଜନ...

କୋରାପୁଟ ଜିଲ୍ଲାରୁ ଉତ୍ପାଦିତ କଫି ବିଶ୍ଵରେ ପ୍ରଥମ ସ୍ଥାନ ଅଧିକାର କରିଛି

Image
କୋରାପୁଟ ଜିଲ୍ଲାରୁ ଉତ୍ପାଦିତ କଫି  ବିଶ୍ଵରେ ପ୍ରଥମ ସ୍ଥାନ ଅଧିକାର କରିଛି ପ୍ରବୀର ପାତ୍ରଙ୍କ ରିପୋର୍ଟ-  କୋରାପୁଟ(ବ୍ରାହ୍ମ ମୁହୂର୍ତ୍ତ)-: ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଉତ୍ପାଦିତ  କଫି ଆଜିର ସମୟରେ ଆଧୁନିକ ଯୁଗର ଆରାମ ଦାୟକ ମୃଦୁ ପାନୀୟ ସେବା ଭିତରେ କୋରାପୁଟ ଜିଲ୍ଲାର କଫି ଆନ୍ତର୍ଜାତୀୟ ସ୍ତରରେ ଯେଉଁ ସଫଳତା ସାଉଁଟିଛି ତାକୁ ନେଇ ଏବେ ପ୍ରତ୍ୟେକ ସ୍ଥାନରେ ଚର୍ଚ୍ଚା ଓ ଆଲୋଚନା ପର୍ଯ୍ୟାଲୋଚନା ଜିଲ୍ଲାର ସାଧାରଣ ଲୋକଙ୍କ ସମେତ ରାଜ୍ୟ ବାସୀଙ୍କୁ ବିଶେଷ ଭାବରେ ଗର୍ବିତ କରିଛି। ।  ଆରବିକ ସେମି ୱାସେଡ୍ ସମଗ୍ର ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି। ଏହି ଅଦଭୁତପୂର୍ବ ସଫଳତା କୋରାପୁଟ ଏ-୧ କଫିକୁ ଏକ ନୂତନ ପରିଚୟ ଦେଇଥିବା ବେଳେ କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳକୁ ସମଗ୍ର ବିଶ୍ୱରେ ଲୋକ ଲୋଚନକୁ ଆଣିବା ସହିତ ବିଶ୍ଵ ଦରବାରରେ ଗୈାରବାନ୍ୱିତ କରିଛି। ଏ‌ହାକୁ ନେଇ କୋରାପୁଟ ଏ-୧ କଫିର ସମ୍ବିତ ପଣ୍ଡାଙ୍କୁ ପ୍ରଶଂସାର ସୁଅ ଛୁଟିଛି।ଗତ ୧୯୯୭ ମସି‌ହାରୁ ସ୍ୱର୍ଗତ ହରିଶ୍ଚନ୍ଦ୍ର ପଣ୍ଡା ସପ୍ତଗିରି ପ୍ଲାଣ୍ଟେସନ ପୋଡାଗଡ କୋରାପୁଟ ଠାରେ ଆରମ୍ଭ କରିଥିଲେ। ଯାହାକୁ ପର୍ଯ୍ୟାୟକ୍ରମେ ତାଙ୍କ ପୁତ୍ର ଓ ପୁତ୍ରବଧୂ ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ପରିଚାଳନା କରିଛନ୍ତି।୨୦୨୦ ମସିହାରେ ସ୍ପେସେଲିଟି କଫି ଉତ୍ପାଦନ ଉପରେ...

ପୋଲସରା କଳମ୍ବ ଗ୍ରାମ ଯୁବକ ପୋଖରୀ ରେ ବୁଡି ମୃତ୍ୟୁ l

ପୋଲସରା କଳମ୍ବ ଗ୍ରାମ  ଯୁବକ ପୋଖରୀ ରେ ବୁଡି ମୃତ୍ୟୁ l ତା 02/10/23ପୋଲସରା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ )ପୋଲସରା ବ୍ଲକ ର କଳମ୍ବ ଗ୍ରାମ ରେ ଥିବା ପାଟଣା ପୋଖରୀ ରେ ଆଜି   ଭକ୍ତିଭୂଷଣ ସାହୁ  ନାମକ (32) ଯୁବକ ପୋଖରୀ ରେ ଗାଧୋଉଥିବା ସମୟରେ ବୁଡି ଯାଇ ପ୍ରଣାହରାଇ ଥିବା ଜଣା ପଡିଛି l ମିଳିଥିବା ତଥ୍ୟ ପ୍ରକାରେ ଉକ୍ତ ଯୁବକ ଗାଧୋଇବା ବେଳେ ଭରସାମ୍ୟ ହରାଇ ପାଣି ରେ ବୁଡ଼ିଯାଇଥିଲେ l ସଙ୍ଗେ ସଙ୍ଗେ ଗ୍ରାମଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ଵାରା ପୋଲସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ମୃତଙ୍କ ଦୁଇ ଗୋଟି ପୁଅ ଏବଂ ସ୍ତ୍ରୀ ଅଛନ୍ତି l ଆର୍ଥିକ ଦୃଷ୍ଟିରୁ ଦ୍ରୁବଳ ଥିବା ଯୋଗୁଁ ଗ୍ରାମବାସୀ ସମସ୍ତ ପ୍ରକାର ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି l

ପୋଲସର ହାତୀଓଟ ନୋଡାଲ ହାଇସ୍କୁଲରେ ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ପୋଲସର ହାତୀଓଟ ନୋଡାଲ ହାଇସ୍କୁଲରେ ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ  ହାତୀଓଟ(ବ୍ରାହ୍ମ ମୁହୂର୍ତ୍ତ) /୦୨/୧୦/୨୦୨୩: ସ୍ଥାନୀୟ ହାତୀଓଟ ନୋଡାଲ ହାଇସ୍କୁଲ୍ ଠାରେ ଗାନ୍ଧୀ ତଥା ଶାସ୍ତ୍ରୀ ଜୟନ୍ତୀ ଅବସରରେ 'ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିପାଇଁ ଆୟୋଜିତ ସଭାରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ଉମା ଶଙ୍କର ଦାସଙ୍କ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୁଇ ମହା ମନୀଷୀଙ୍କ ଆଦର୍ଶ ତଥା ଶିକ୍ଷା ବିଷୟରେ ଶିକ୍ଷାର୍ଥୀଙ୍କୁ ଉଦବୋଧନରେ ଦେଇଥିଲେ। ଶିକ୍ଷକ ନିରାନନ୍ଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଏନ୍.ସି.ସି. ଶିକ୍ଷକ ନିରାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ହତା ତଥା ନିକଟସ୍ଥ ସାହି ରେ ସଫେଇ କାର୍ଯ୍ୟ କରିବା ସହ ଏକ ରାଲିର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ, ଗଣପତି ସାହୁ, ଶିକ୍ଷୟିତ୍ରୀ ସୁନୀତା ବଡ଼ଜେନା, କର୍ମଚାରୀ ଦୀପକ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ* ।

ଝରୀଗାଁ ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ |

Image
ଝରୀଗାଁ ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ତା 02/10-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ବ୍ଲକ କଂଗ୍ରେସ ତରଫରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି |ଏହି ଅବସରରେ ବ୍ଲକ କଂଗ୍ରେସ ର ସଭାପତି ତମ୍ବୁଦାସ ପନକା, ବରିଷ୍ଠ କଂଗ୍ରେସ ନେତା ତଥା ଫୁଫୁଗାଁ ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ମହେଶ୍ୱର ଭତରା, ଝରୀଗାଁ ମଣ୍ଡଳ ସଭାପତି କାଳୀ ପ୍ରସାଦ ଦାସ, ବିଧାନସଭା ସଂଯୋଜକ ପବିତ୍ର ମାଟିଆ, ପଂଚାୟତ ସଭାପତି ଗୋବିନ୍ଦ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀଧର ଶଗରିଆ, ଟାଉନ ସଭାପତି ଭିକାରୀ ନାୟକ ଓ କମଳୁ ସାହାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ |ସମସ୍ତ କର୍ମୀମାନେ ସର୍ବ ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧୂପ ଜାଳିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସ୍ୱରୂପ ତାଙ୍କ ଚଲାପଥେ ପଥେ ଚାଲିବା ଓ ଜନକଲ୍ୟାଣ କାର୍ଯ୍ୟସବୁ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ |ପରେ ବ୍ଲକ ସଭାପତି ତମ୍ବୁଦାସ ପନକା ସମସ୍ତଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରି କାର୍ଯ୍ୟକ୍ରମ ଶେଷ କରିଥିଲେ |

ଗୁଣପୁର ଉପଖଣ୍ଡରେ ଗାନ୍ଧୀ ଜୟନ୍ତୀ ପାଳିତ

Image
 ଗୁଣପୁର ଉପଖଣ୍ଡରେ ଗାନ୍ଧୀ ଜୟନ୍ତୀ ପାଳିତ               ଗୁଣପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ୦୨-୧୦-୨୩ : ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ବିଭିନ୍ନ ବିଦ୍ୟାଳୟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ସରକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେବା ସମାଜ (ଶିଶୁ ଯତ୍ନ ଅନୁଷ୍ଠାନ)ର ଛାତ୍ରୀମାନେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟାଳୟର ବସନ୍ତ ବେହେରା ଓ ଅନ୍ୟ ମନେ ସହଯୋଗ କରିଥିଲେ ।

ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ"ସ୍ବଛତା ହିଁ ସେବା" କାର୍ଯ୍ୟକ୍ରମ

Image
ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ"ସ୍ବଛତା ହିଁ ସେବା" କାର୍ଯ୍ୟକ୍ରମ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ)-: ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ  ମହାବିଦ୍ୟାଳୟରେ ୨(୦) ବାଳିକା ବଟାଲିୟନ ରାୟଗଡ଼ା ତରଫରୁ "ସ୍ୱଛତା ହିଁ ସେବା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ବନମାଳୀ ବେହେରା ସମର ଶିକ୍ଷାର୍ଥୀ ଵାହିନୀର ଛାତ୍ରୀ ତଥା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱଛତା ଉପରେ କିଛି  ବିଶେଷତ୍ୱ ଦର୍ଶାଇଥିଲେ। ଆଜି ୯.୦୦ ଘଣ୍ଟ ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦.୦୦ ଘଣ୍ଟ ସମୟରେ ଶେଷ ହୋଇଥିଲା।  ଲେପ୍ଟନେଣ୍ଟ ବିନତା କୁମାରୀ ଦାସ ଏନ୍.ସି.ସି ଅଫିସର୍ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ  କରି କାର୍ଯ୍ୟକ୍ରମ କୁ ଆଗକୁ ବଢାଇଥିଲେ।

ପୂର୍ଲା ଠାରେ ସ୍ୱଚ୍ଛ ଭାରତ ସଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ |

Image
ପୂର୍ଲା ଠାରେ ସ୍ୱଚ୍ଛ ଭାରତ ସଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) 01/10- ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲି ରହିଥିବା ବେଳେ ଆଜି ଝରୀଗାଁ ବ୍ଲକ ଚାଟିଗୁଡା ପଂଚାୟତ ଅନ୍ତର୍ଗତ ପୂର୍ଲା ଠାରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା |ଝରୀଗାଁ ବ୍ଲକ ର ଆଦିବାସୀ ଯୁବ ନେତା ନରସିଂହ ଭତରା ଙ୍କ ଆହ୍ୱାନରେ ଗ୍ରାମର ଶତାଧିକ ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମର ଚତୁର୍ପାଶ୍ୱରେ ରହିଥିବା ଅଳିଆ ଆବର୍ଜନା ସଫା ସୁତୁରା କରିବା ସହିତ ଅନାବନା ବୁଦା ସବୁ ଉପାଡି ଫିଙ୍ଗିଥିଵା ଦୃଷ୍ଟି ଗୋଚର ହୋଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ଚଚା ମଣ୍ଡଳ ପଛୁଆ ବର୍ଗର ମୋର୍ଚା ସଭାପତି ସଗୁନୁ ଗୌଡ଼ ଏବଂ ଝରୀଗାଁ ବିଜେପି   ଦଳର ସକ୍ରିୟ କର୍ମୀ ଗଣେଶ ଗୌଡ଼ଙ୍କ ସମେତ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନେ   ଉପସ୍ଥିତ ରହିଥିଲେ |

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ର ମାନେ ପରିବେଶକୁ ନେଇ ସଚେତନ କରାଇବା ସହ ନିଜେ ସଫା କଲେ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ପ୍ରତି ବର୍ଷ ଅକ୍ଟୋବର ମାସ ଦୁଇ ତାରିଖରେ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ ଅବସରରେ ସମଗ୍ର ଭାରତ ବର୍ଷରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥାଏ। ଏହି କ୍ରମରେ ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ବ୍ଳକ ଅନ୍ତର୍ଗତ ପୋଟ୍ରେଲ ଗ୍ରାମ ପଞ୍ଚାୟତର ଉସ୍କାପଲ୍ଲି ଗ୍ରାମରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଅଧ୍ୟାପକ ଚନ୍ଦ୍ର ଶେଖର ମାଢୀଙ୍କ ନେତୃତ୍ୱରେ ଏନ ଏସ ଏସ ଭଲ୍ୟୁଣ୍ଟର ମାନେ ସ୍ବଚ୍ଛ ପରିବେଶ ମୋ ଦାୟିତ୍ଵ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ  ସ୍ବଚ୍ଛତା କାର୍ଯ୍ୟକ୍ରମ  ମାଧ୍ୟମରେ ସାରା ଭାରତ ବର୍ଷରେ ଭଲ୍ୟୁଣ୍ଟର ମାନେ ଗାଁ ଗାଁ ରେ ପହଞ୍ଚି ନିଜ ପରିବେଶକୁ ନିଜେ ସଫା ରଖିବା ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ।  କୋରକୁଣ୍ଡା ବ୍ଳକ ରୁ ରାଜେନ୍ଦ୍ର ହନ୍ତାଳଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ ଲାଇଭ।