Posts

Showing posts from November, 2023

ଚର୍ଚ୍ଚାରେ କୋରେଇ ବିଧାନ ସଭା ଆସନ, ଏଠାରେ ନେତା ସଫଳ କିନ୍ତୁ ବିକାଶରେ ଦୁର୍ବଳ

Image
ଚର୍ଚ୍ଚାରେ କୋରେଇ ବିଧାନ ସଭା ଆସନ, ଏଠାରେ ନେତା ସଫଳ କିନ୍ତୁ ବିକାଶରେ ଦୁର୍ବଳ  ଯାଜପୁର;୩୦/୧୧(ବ୍ରାହ୍ମ ମୁହୂର୍ତ୍ତ): ଯାଜପୁର ଜିଲ୍ଲା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କୋରେଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ। ଓଡିଶା ବିଧାନସଭାର ମୋଟ ୧୪୭ ଆସନ ମଧ୍ୟରୁ ୫୩ ନମ୍ବରରେ ଥିବା କୋରେଇ ବିଧାନସଭା ବେଶ୍ ଚର୍ଚ୍ଚାରେ ରହିଥାଏ । ଗତ ୨୦୦୪ ମସିହାରୁ କୋରେଇେ କୌଣସି ନେତା ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇନାହାଁନ୍ତି । ୨୦୦୪ରେ ସଞ୍ଜିତା ମହାନ୍ତି, ୨୦୦୯ରେ ପ୍ରୀତ ରଞ୍ଜନ ଘଡେଇ, ୨୦୧୪ରେ ଆକୋଶ ଦାସ ନାୟକ, ୨୦୧୯ ରେ ଅଶୋକ ବଳ ବିଧାୟକ ହୋଇଛନ୍ତି।ରାଜ୍ୟର ଏକ ସର୍ବପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଜପୁର କୋରେଇକୁ ନେଇ ସରଗରମ ରାଜନୀତି ।୧୯୭୪ ମସିହାରେ ଗଠନ ହୋଇଥିବା କୋରେଇ ବିଧାନସଭା ଆସନର ପ୍ରଥମ ବିଧାୟକ ହୋଇଥିଲ ଅଶୋକ ଦାସ । ପୁଣି ଥରେ ୧୯୭୭ ରେ ବିଜୟୀ ହୋଇଥିଲେ ଅଶୋକ । ଉତ୍କଳ କଂଗ୍ରେସରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଅଶୋକ ଦାସ ପରବର୍ତ୍ତୀ ସମୟରେ ଜେଡି(ଏସ) ଓ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ରେ କଂଗ୍ରେସ ଏଠି ଖାତା ଖୋଲିଥିଲା । ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ଟିକେଟରୁ ବିଧାନସଭା ଯାଇଥିଲେ । ଏହାପରେ ୧୯୯୦ ମସିହା ନିର୍ବାଚନରେ ଅଶୋକ ଦାସ ବିଜୟୀ ହେବା ସହ ଲଗାତାର ହ୍ୟାଟ୍ରିକ ମାରିଥିଲେ । ପରବର୍ତ୍ତୀ ସମୟରେ ରାଜନୈତିକ ଦୃଶ୍ୟପଟ ପରିବ...

କୁଟ୍ରିଛାପର ପଂଚାୟତର ବୈଠକ ଗୃହରେ ଆମ ବ୍ୟାଙ୍କ (ସି ଏସ ପି ପ୍ଲସ )ର ଶୁଭ ଉଦଘାଟନ |

Image
କୁଟ୍ରିଛାପର ପଂଚାୟତର ବୈଠକ ଗୃହରେ ଆମ ବ୍ୟାଙ୍କ (ସି ଏସ ପି ପ୍ଲସ )ର ଶୁଭ ଉଦଘାଟନ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)  ୨୯/୧୧ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର କୁଟ୍ରିଛାପର ପଞ୍ଚାୟତ କାର୍ଯ୍ୟାଳୟର ବୈଠକଗୃହ ରେ ଆମ ବ୍ୟାଙ୍କ (ସି ଏସ ପି ପ୍ଲସ )ର ଶୁଭ ଉଦଘାଟନ ହୋଇଛି |ଏହା ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ହାତ ପାହାନ୍ତାରେ ବ୍ୟାଙ୍କ ସେବା ପାଇପାରିବେ ବୋଲି ଆଶା କରାଯାଉଛି |ଆମ ବ୍ୟାଙ୍କ ଜରିଆରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ଲୋକଙ୍କୁ ଡୋରସ୍ଟେପ ସେବା ଯୋଗେଇ ଦେବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି |ଏହା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ବ୍ୟାଙ୍କ ଭାବେ ପରିଚାଳିତ ହେବା ସହିତ ଏହି ବ୍ୟାଙ୍କରୁ ଗ୍ରାହକ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ |ସି ଏସ ପି ପ୍ଲସ ମାଧ୍ୟମରେ ଜନସାଧାରଣ ୧୫ଗୋଟି ବ୍ୟାଙ୍କ ସେବା ପାଇପାରିବେ |୪୩୦୦ରୁ ଉର୍ଦ୍ଧ ବ୍ୟାଙ୍କ ବିହୀନ ଗ୍ରାମ ପଂଚାୟତ ମାନଙ୍କରେ ସି ଏସ ପି ପ୍ଲସ ଶାଖା ଜରିଆରେ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗେଇ ଦେବା ପାଇଁ ସରକାର ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ଜଣାପଡିଛି |କୁଟ୍ରିଛାପର ପଂଚାୟତ ପରିସରରେ ଚାଲିଥିବା ଉଦ୍ଘାଟନୀ ଉତ୍ସବ...

ବେଲଗାଁ ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ |

Image
ବେଲଗାଁ ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ | ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)  29/11-ଓଡିଶା ରକ୍ତ ଭଣ୍ଡାର ତଥା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ ୱାଇ ଡି ପି )/ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ ତଥା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ବେଲଗାଁ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଆୟୋଜିତ  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ବେଲଗାଁ ସରପଞ୍ଚ ଥବିର ପୂଜାରୀ,ସମିତି ସଭ୍ୟା ତୁଳସା ଭତରା, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ,ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅସିତ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ଜୀବନ ପ୍ରକାଶ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ |ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କର୍ମଚାରୀ ମାନଙ୍କ ମଧ୍ୟରେ ବିବିଓ ଡାକ୍ତର ସବ୍ୟସାଚୀ ଦାସ, ଏଲଟି ଡାକ୍ତର ସରୋଜ ସିଂ, ଏଟେଣ୍ଡାନ୍ସ ଡାକ୍ତର ବୀରେନ୍ଦ୍ର ବିଷୋୟୀ, ଏସଏ...

ଅସହାୟ ପାଇଁ ସହାୟତା ମିଳୁନାହିଁ। ଅବହେଳିତ ବୃଦ୍ଧ ଦମ୍ପତି |ପ୍ରଶାସନ ର ଦୃଷ୍ଟି ପଡୁ |

Image
ଅସହାୟ ପାଇଁ  ସହାୟତା ମିଳୁନାହିଁ। ଅବହେଳିତ ବୃଦ୍ଧ ଦମ୍ପତି |ପ୍ରଶାସନ ର ଦୃଷ୍ଟି ପଡୁ | ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)  26/11-ବୃଦ୍ଧଙ୍କର ବୟସ ୭୦ ଟପିଲାଣି ଆଉ ତାଙ୍କ ସହଧର୍ମିଣୀଙ୍କ ବୟସ ଏବେ ୬୫କୁ ଛୁଇଁଲାଣି ବୋଲି  କୁହନ୍ତି|ବୃଦ୍ଧ ଦମ୍ପତି। ସେମାନଙ୍କ  ପୁ ସନ୍ତାନ ସନ୍ତତି କେହି ନଥିବାରୁ ବୃଦ୍ଧକାଳରେ  ଏକା ପଡିଯାଇଛନ୍ତି |ଏମିତି ଏକ ଦୁଃଖୀ ବୃଦ୍ଧ ଦମ୍ପତି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଗୁରୁସିଂଘା ପଂଚାୟତ ଅନ୍ତର୍ଗତ ହୁଣ୍ଡାଡୁଡୁକି ଗ୍ରାମର |ବୃଦ୍ଧ ସନସାଏ ହାଳାଦା(୭୨) ବୟସର ଅପରାହ୍ନରେ ପଦାର୍ପଣ କରିଥିବାରୁ ଚଲାବୁଲା କରିବାକୁ ମଧ୍ୟ ତାଙ୍କ ଶରୀରରେ ଶକ୍ତି ନାହିଁ |ଠିକ୍ ସେମିତି ବୃଦ୍ଧା ଦେଇମଣି ହଲଦାଙ୍କ ବୟସ ମଧ୍ୟ ୬୫ବର୍ଷରୁ ଉର୍ଦ୍ଧ୍ବ |ପ୍ରଶାସନ କେବଳ ସନସାଏ ହଦଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରି ମାସକୁ ୫୦୦ ଟଙ୍କା ଭତ୍ତା ଯୋଗାଇ ଦେଉଛନ୍ତି  ସିନା, ହେଲେ ସନସାଏ ଙ୍କ ଦେହରେ ଚାଲିବାକୁ ବଳ ନଥିବାରୁ ଅନେକ ମାସ ହେଲା ପେନସନ ଟଙ୍କାର ମୁହଁ ଦେଖିବାକୁ ପାଇନାହାନ୍ତି |ଦେଇମଣିଙ୍କୁ ଷାଠିଏ ପୁରି ୬୫ହେଲାଣି ହେଲେ ପ୍ରଶାସନ ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରଖିଛନ୍ତି |ଏକ ଭଙ୍ଗା ଝାଟିମାଟି ଛପର ଘରେ ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି |ପଂଚାୟତରୁ ମିଳୁଛି ମାତ୍ର ଦୁଇ ଜ...

ଆତ୍ମାର ଶାନ୍ତି ପାଇଁ ଜ୍ଞାନର ଆବଶ୍ୟକତା ରହିଛି, ସ୍ବାମୀଜୀଙ୍କ ଆଶ୍ରମରେ ଜ୍ଞାନ ଆହରଣ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

Image
ତାଳପଙ୍କା/ଜଗନ୍ନାଥ ପ୍ରସାଦ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ)- ବିଶ୍ଵ ବ୍ରହ୍ମାଣ୍ଡରେ ଯେତେ ସବୁ ଭବ୍ୟ ଦିବ୍ୟ ସରଞ୍ଜାମ ମାନବ ସମାଜର କଲ୍ୟାଣ ପାଇଁ ରହିଛି ସେଥିମଧ୍ୟରୁ କେତୋଟି ଏଭଳି ପରିସ୍ଥିତି ମଧ୍ୟରେ ଥାଏ ତାହାକୁ ସାଧାରଣ ମଣିଷ ଟିଏ ନିଜେ ବୁଝିପାରୁ ଥାଉଁ ଅବା ନଥାଉ ନିଜେ କେତେବେଳେ କେଉଁ ସ୍ଥିତିରେ ଏଭଳି ସ୍ଥିତିରେ ପହଞ୍ଚି ଯାଏ ତାହା ଭାବିଲା ବେଳକୁ ଜୀବନର ଦୋଛକିରେ କ'ଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ ତାହା ଭାବି ଭାବି ଏମିତି କିଛି ସମୟ ପାଖରେ ଧରା ପଡ଼ିଯାଏ । ତାହା ହିଁ ଶେଷରେ ଭାଗ୍ୟର ଖେଳ ବା ବିଡମ୍ବନା ବୋଲି ମନକୁ ମନ ବୁଝିଥାଏ। କର୍ମ ଜଞ୍ଜାଳ ମଧ୍ୟରେ ରହିଥିବା ଜୀବନର ଚଲାପଥରେ ଜନ୍ମଗ୍ରହଣ ଏବଂ ମୃତ୍ୟୁ ବରଣ ଏହି ଦୁଇଟି ଶବ୍ଦ ଧୃବସତ୍ୟ ହୋଇଥିଲେ ମଧ୍ୟ ସବୁକିଛି ଜାଣିଶୁଣି ଏଣେ ତେଣେ ବୁଲିବୁଲି ଏହି ଦୁଇଟି ମଧ୍ୟରେ ଥିବା ଅନ୍ତରକୁ ବା ସ୍ବଳ୍ପ ସମୟକୁ ବୁଝିନପାରି ଶେଷରେ ନିଜ ଆତ୍ମା ପ୍ରତି ଗଭୀର ଭାବେ ମାନସିକ ଅସୁସ୍ଥ ହୋଇ ତା'ର ସୁସ୍ଥତା ପାଇଁ ସତସଙ୍ଗ ପଥରେ ଯାତ୍ରା ଆରମ୍ଭ କରେ। ଟିକିଏ ଶାନ୍ତି ପାଇଁ ଜ୍ଞାନର ଆବଶ୍ୟକତା ରହିଛି ତାକୁ ବୁଝିବା ସେଭଳି ଲୋକମାନେ ଆଜିକାର ପବିତ୍ର ମହା କାର୍ତ୍ତିକ ମାସର ସକାଳ ଧୂପରେ କିଛି ଜ୍ଞାନ ଆହରଣ ପାଇଁ ପହଞ୍ଚି ଯାଉଛନ୍ତି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଚୋପରା ଗ୍ରାମ ମୂଖ୍ୟ ସଡ଼କ ଠାରୁ ଅନତି ଦୂରରେ ଅବସ୍ଥିତ...

ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

Image
ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ);-  ତା ୨୫.୧୧.୨୦୨୩ ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ଏବଂ କାର୍ଯ୍ୟକ୍ରମ ନୋଡାଲ ଅଫିସର ଅଧ୍ୟାପକ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକାମକୁ ମୁଖ୍ୟ ଅତିଥି ରୂପେ ପୋଲସରା ବିଧାୟକ ଉଦ୍ଘାଟନ କରିଥିଲାବେଳେ ଅନ୍ୟତମ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା,ବର୍ତ୍ତିନୀ ସରପଂଚ ସଂଜୁଲତା ଡାକୁଆ, ସମିତି ସଭ୍ୟ ସୁଜ୍ଞାନୀ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଦକ୍ଷତା ପୂର୍ଣ୍ଣ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ରାଜ୍ୟ ସରକାର ଦ୍ଵାରା ଆରମ୍ଭ କରାଯାଇଥିବା ଏହି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଓ ସଚେତନତା ଉପରେ ନିଜ ନିଜର ସୁଚିନ୍ତିତ ବକ୍ତୃତା ପ୍ରଦାନ କରିଥିଲେ। ଅଧ୍ୟାପକ ମନୋଜ କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ପଦାର୍ଥ ବିଜ୍ଞାନ ଡେମୋଷ୍ଟେଟର ସୁମନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମହାରଣା, କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର...

ସାପ୍ତାହିକ ଓଡ଼ିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ରେ ପ୍ରକାଶିତ ଖବର ସମ୍ବନ୍ଧୀୟ ତଦନ୍ତ ଅଧିକାରୀ, ସୁନ୍ଦରଗଡ଼ ଟାଉନ ଥାନା

ମାନନୀୟ,  ଶ୍ରୀଯୁକ୍ତ ସୁନ୍ଦରଗଡ଼ ଟାଉନ ଥାନା ଏସ ଆଇ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ ମହୋଦୟଙ୍କ .......... ସମୀପେଷୁ ବିଷୟ- ( ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜରେ ପ୍ରକାଶିତ ଖବର ସମ୍ବନ୍ଧୀୟ ତଦନ୍ତ ସକାଶେ)  ମହାଶୟ,        ମୁଁ ଶ୍ରୀ ବ୍ରଜବନ୍ଧୁ ନାୟକ, ସମ୍ପାଦକ/ପ୍ରକାଶକ/ମୁଦ୍ରକାର/ମାଲିକ, ଆପଣଙ୍କୁ ଲିଖିତ ଅନୁରୋଧ କରେ ଯେ ରାଜଧାନୀ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ସାପ୍ତାହିକ ନିରପେକ୍ଷ ନିର୍ଭିକ ନିର୍ଭରଯୋଗ୍ୟ ଓଡ଼ିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ କେବେ ହେଲେ କାହା ଚରିତ୍ରକୁ ଆକ୍ଷେପ କଲାଭଳି ଲେଖା ପ୍ରକାଶ କରେନାହିଁ ବରଂ ସାଧାରଣ ଲୋକଙ୍କ ସେବା ଏବଂ ହିତସାଧନ ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଅଧିକାରୀ ଯେଉଁମାନେ ନିଜ ପଦ ପଦବୀରେ ରହି କ୍ଷମତାର ଅପବ୍ୟବହାର କରନ୍ତି ସେମାନଙ୍କୁ ସଚେତନ ହେବା ପାଇଁ କିମ୍ବା ସରକାରୀ କାର୍ଯ୍ୟ ଅବା ଯୋଜନା ଗୁଡିକରେ ବିକାଶର ସଫଳତା ପହଞ୍ଚେଇବାର ଏକ ଛୋଟିଆ ପ୍ରୟାସ ମାତ୍ର। ଆପଣଙ୍କ ପାଖରୁ ପ୍ରାପ୍ତ ହୋଇଥିବା ବିଜ୍ଞପ୍ତି ସଂଖ୍ୟା U/S160crps Letter No -2889/ps Dtd 12,9,2023 ମୁତାବକ ଆମ୍ଭ ଖବରକାଗଜ ମାଲିକାନାରେ ରୁଜୁ ହୋଇଥବା କେଶ୍ ସଂଖ୍ୟା -200dtd.02082023u/s507/294IPC ପାଇଁ ଆମେ ଗଭୀର ଭାବେ ମାନସିକ ଅସୁସ୍ଥ ହୋଇଛୁ। ଏଠାରେ ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବିନୟ କୁମାର ନାଏକ ପିତା...

ଦୁଇ ଅନାଥ ଭାଇ ଭଉଣୀଙ୍କ ଥଇଥାନ କଲା ପ୍ରଶାସନ |

Image
ଦୁଇ ଅନାଥ ଭାଇ ଭଉଣୀଙ୍କ ଥଇଥାନ କଲା ପ୍ରଶାସନ | ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) 21/11-ଚଳିତ ମାସ 14ତାରିଖ  ଖବର ପ୍ରସାରଣ ହେବାରୁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ଗ୍ରାମ ପଂଚାୟତରେ ବସବାସ କରୁଥିବା ସ୍ବର୍ଗତ ରୋହିତ ବଞ୍ଜାରା ଓ ଧମନ୍ତୀ ବଞ୍ଜାରା ଙ୍କ ତିନି ଅନାଥ ପୁଅଝିଅ ଙ୍କ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା |ସଞ୍ଜୟ, ଭାଗିରଥି ଓ ପୂଜା ଏହି ତିନି ମାବାପା ଛେଉଣ୍ଡ ଭାଇ ଭଉଣୀ କେମିତି ବଞ୍ଚିବା ପାଇଁ ଛୋଟ ଚା ଦୋକାନ ଟେ କରି ସଂଘର୍ଷ କରୁଛନ୍ତି ସେ ଖବର ଟା ଆମେ ପ୍ରକାଶିତ କରିଥିଲୁ |ଖବର ପ୍ରସାରଣ ର ଗୋଟିଏ ସପ୍ତାହ ନ ପୂରୁଣୁ ପ୍ରଶାସନ ତତ୍ପରତାର ସହିତ ଏହି ତିନି ଭାଇ ଭଉଣୀଙ୍କ ଥଇଥାନ କରିଛନ୍ତି | ଦୁଇ ଭାଇ ଭଉଣୀ ଭାଗିରଥି ଓ ପୂଜା ଙ୍କୁ ନବରଙ୍ଗପୁର ସ୍ଥିତ ଦୁଇଟି ଆଶ୍ରମ ବିଦ୍ୟାଳୟ ଉତ୍କଳ ବାଳିକା ଆଶ୍ରମ ୟୁନିଟ-2 ଓ ସିଣ୍ଡିଗୁଡା ଆଶ୍ରମରେ ରହିବା ଓ ପଢିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି |ବେଲଗାଁ ଅଙ୍ଗନବାଡି କର୍ମୀ କୌଶଲ୍ୟା ପନକାଙ୍କୁ ଉକ୍ତ ଦୁଇ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବିଦ୍ୟାଳୟରେ ଛାଡି ଆସିବାକୁ ନିର୍ଦେଶ ରହିଥିବା ସୂଚନା ମିଳିଛି | ପ୍ରଶାସନିକ ସେବା ଯୋଗାଇ ଦେଇଥିବାରୁ ବିଭିନ୍ନ ମହଲରୁ ଜିଲ୍ଲା ପ୍ରଶାସନ ଙ୍କୁ ପ୍ରଶଂସା ସୁଅ ଛୁଟିଛି।

ସମ୍ବଲପୁର ଜିଲ୍ଲା ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପ୍ରତିନିଧି ରୂପେ ଦାୟିତ୍ୱ ଗ୍ରହଣ କଲେ ସଚିଦାନନ୍ଦ ତ୍ରିଭୁବନ ପଣ୍ଡା

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ) :- ରାଜ୍ୟ ଖବରକାଗଜ ଆକାଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତୀୟ ଖବରକାଗଜ ପଞ୍ଜୀକରଣ ବିଭାଗ ପକ୍ଷରୁ ସ୍ବୀକୃତି ହାସଲ କରି ସମଗ୍ର ଓଡ଼ିଶାରେ ବହୁ ସଂଖ୍ୟାରେ ପ୍ରସାରିତ ହେଉଥିବା ସାପ୍ତାହିକ ନିରପେକ୍ଷ ନିର୍ଭିକ ନିର୍ଭରଯୋଗ୍ୟ ଓଡ଼ିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ର ସମ୍ବଲପୁର ଜିଲ୍ଲା ପ୍ରତିନିଧି ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ସାମ୍ବାଦିକ ସଚିଦାନନ୍ଦ ତ୍ରିଭୁବନ ପଣ୍ଡା। ଶ୍ରୀ ପଣ୍ଡା ଦୀର୍ଘ ବର୍ଷ ଧରି ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପକ୍ଷରୁ ପ୍ରକାଶିତ ଖବର ଗୁଡ଼ିକର ନିୟମିତ ପାଠକ ରହିଥିବା ବେଳେ ଜିଲ୍ଲା ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧିତ୍ୱ ମଧ୍ୟ କରିଆସିଛନ୍ତି। ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ସବୁବେଳେ ସରକାରଙ୍କ ବିକଶିତ ଜନ ହିତକାରୀ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଜନ ସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ଭାଷାରେ ସରକାରଙ୍କୁ ଅବଗତ କରାଇବାରେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି ସେଥିରେ ନିଜକୁ ସାମିଲ କରାଇଛନ୍ତି ଶ୍ରୀପଣ୍ଡା। ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ କାର୍ଯ୍ୟାଳୟ ଭୁବନେଶ୍ବର ଦ୍ବାରା ପରିଚାଳିତ ଉତ୍ତର ପଶ୍ଚିମ ଓଡ଼ିଶାର କାର୍ଯ୍ୟ ନିର୍ବାହ ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ଦାସ ନିତୀ ନିୟମ ଅନୁସାରେ ସ୍ବେଚ୍ଛାକୃତ ଭାବେ ଶ୍ରୀପଣ୍ଡାକୁ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଦାୟିତ୍ବ ଦେଇଛନ୍ତି। ଏହି...

ଜୟପୁର ବ୍ଳକ ଅନ୍ତର୍ଗତ ଆମ୍ବାଗୁଡା ଠାରେ ପରବ -୨୦୨୩ ପାଳନ

Image
ଜୟପୁର/କୋରାପୁଟ (ବ୍ରାହ୍ମ ମୁହୂର୍ତ୍ତ) :- ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ ଜିଲ୍ଲାର ବହୁ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରବ-୨୦୨୩ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ବେଶ୍ ସରଗରମ ହୋଇଛି। ଜୟପୁର ସହର ବାସୀଙ୍କୁ ପଂଚାୟତ ସମିତି ଜୟପୁର ପକ୍ଷରୁ ପରବ ୨୦୨୩, କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଆମ୍ବାଗୁଡା ହାଇସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଥିବା ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଥିଲେ ବ୍ଳକ ଅଧ୍ୟକ୍ଷା ତିଲୋତମା ମୁଦୁଲି , ଜିଲ୍ଲା ପରିଷଦ ସଦସ୍ୟା ତପତି ପଟ୍ଟନାୟକ , ଆମ୍ବାଗୁଡା ସରପଞ୍ଚ , ସମିତି ମେମ୍ବର ,ୱଡ୍ ମେମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଏ ପି ଓ , ମଙ୍ଗଳ ଅଧିକାରୀଙ୍କ ଓ ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଅଶଂ ଗ୍ରହଣ କରିଥିଲେ । ଜୟପୁର ବ୍ଳକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଉତ୍ସାହିତ କରିଥିଲେ ସ୍ଥାନୀୟ ପ୍ରଶାସନ। ବରିଷ୍ଠ ସାମ୍ବାଦିକ ପ୍ରବୀର କୁମାର ପାତ୍ରଙ୍କ ରିପୋର୍ଟ -

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରେ ତେଜୁଛି ଅସନ୍ତୋଷ, ବବିଙ୍କ ପରିବର୍ତନ ସମାବେଶରେ ସାମିଲ ହେଲେ ବହୁ ଛାମୁଆଁ ନେତା ।

Image
କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରେ ତେଜୁଛି ଅସନ୍ତୋଷ, ବବିଙ୍କ ପରିବର୍ତନ ସମାବେଶରେ ସାମିଲ ହେଲେ ବହୁ ଛାମୁଆଁ ନେତା । ରିପୋର୍ଟର: ଭରତ ଡାଙ୍ଗ  ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ)- ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ହଠାତ ଉଷ୍ମ ହେବାରେ ଲାଗିଛି । ବିଜେଡିର ଅନ୍ୟତମ ପୁରୁଖା ନେତା ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ (ବବି) ରଥଙ୍କ ବରିବର୍ତନ ସମାବେଶରେ ବିଭିନ୍ନ ଦଳର ବହୁ ପୁରୁଖା ନେତା ସାମିଲ ହେଉଥିବାବେଳେ ଏହା ବିଜେଡିର କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ ନାମରେ ବବି ରଥଙ୍କ ନେତୃତ୍ୱରେ ଚାଲିଥିବା ଏହି ପରିର୍ବତନ ସମାବେଶରେ ଖୋଲାଖୋଲି ଭାବରେ ମହୀଧରଙ୍କ ନେତୃତ୍ୱକୁ ବିରୋଧ କରାଯାଉଥିବାବେଳେ ରାଜନିତୀ ସହିତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ବିକାଶମୂଳକ ଦୂରଦ୍ରଷ୍ଟିତା ତଥା ସାମାଜିକ ଛବିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଯାଉଥିବା ଦେଖାଯାଇଛି । ବୌଦ୍ଧ ବ୍ଲକ ବହିରା ସ୍କୁଲ ପଡିଆଠାରେ ମଙ୍ଗଳବାର ଦିନ ବବିଙ୍କ ନେତୃତ୍ୱରେ ହୋଇଥିବା ପରିବର୍ତନ ସମାବେଶରେ ମହୀଧରଙ୍କ ନେତୃତ୍ୱରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବଦନାମ ହୋଇସାରିଥିବାବେଳେ କେବଳ ଠିକାଦାର ଓ ଦୁର୍ନୀତିଖୋର ଲୋକମାନେ ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍...

ଶିକ୍ଷକଙ୍କୁ ଲିଫ୍ଟମାଗି ଲୁଟ ଘଟଣା |ଲୁଣ୍ଠନକାରୀଙ୍କ ସ୍ତ୍ରୀଙ୍କୁ ଜେରା କଲା ଡାବୁଗାଁ ପୋଲିସ |

Image
ଶିକ୍ଷକଙ୍କୁ ଲିଫ୍ଟମାଗି ଲୁଟ ଘଟଣା |ଲୁଣ୍ଠନକାରୀଙ୍କ ସ୍ତ୍ରୀଙ୍କୁ ଜେରା କଲା ଡାବୁଗାଁ ପୋଲିସ | ଝରୀଗାଁ ତା 14/11-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମ ନିକଟରେ କାଲି ସଂଧ୍ୟା ସାଢେ 5ଘଣ୍ଟା ସମୟରେ ବାଇକ ସହ 1ଲକ୍ଷ 40ହଜାର ଟଙ୍କା ଲୁଟ ର ଶିକାର ହୋଇଛନ୍ତି ବଡ଼ନୀ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ |ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପ୍ରଧାନ ଶିକ୍ଷକଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ଓ ଅବସ୍ଥା ଅତି ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା |ମିଳିଥିବା ସୂଚନା ଅନୁଯାୟୀ,ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଡାବୁଗାଁ ଥାନା ଅଧିକାରୀ ଶ୍ରୀ ସୁନୀଲ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଂଚି ତଦନ୍ତ କଲାପରେ ଦଫା ୩୯୪/୮୦ ରେ ଏକ ମାମଲା ୠଜୁକରି ଥାନାରେ କେସ ନଂ ୧୯୯/୨୩ ପଞ୍ଜିକୃତ କରାଯାଇଥିବା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ଘଟଣା କ୍ରମେ ଏହା ଯେ,  ଜିଲ୍ଲା  ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବଡ଼ନୀ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଆଜି ସେହି ସ୍କୁଲର ସହ ଶିକ୍ଷକ ଉପେନ୍ଦ୍ର କୁମାର ସେଠିଙ୍କ ସହ ଉମରକୋଟର ଦୁଇଟି ବ୍ୟାଙ୍କରୁ ବିଦ୍ୟାଳୟ ଟଙ୍କା ଉଠାଇଥିଲେ |ଏକ୍ସିସ ବ୍ୟାଙ୍କ ରୁ ଅଶୀ ହଜାର ଟଙ୍କା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର...

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଦୂରରେ ତିନି ଅନାଥ ଭାଇଭଉଣୀ , ଅପହଞ୍ଚ ଶିକ୍ଷା ବ୍ୟବସ୍ଥା

Image
ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଦୂରରେ ତିନି ଅନାଥ ଭାଇଭଉଣୀ , ଅପହଞ୍ଚ ଶିକ୍ଷା ବ୍ୟବସ୍ଥା ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ  14/11-(ବ୍ରାହ୍ମ ମୁହୂର୍ତ୍ତ) ବୟସରେ ହାତରେ ଖାତା କଲମ ଧରିବା କଥା ସେହି ବୟସରେ ଘାରିଛି ପେଟପାଟଣା ଚିନ୍ତା |ଅନ୍ୟ ପିଲାମାନଙ୍କ ଭଳି ଖେଳିବା ବୁଲିବା ଓ ପାଠ ପଢିବା ଭଳି ଅନେକ ସ୍ବପ୍ନ ଥିଲେ ସୁଦ୍ଧା ସବୁ ସ୍ବପ୍ନକୁ ପାଦରେ ଦଳିଦେଇ ସର୍ବଦା ଦୁଇ ଓଳି କେମିତି ଖାଇବେ ସେନେଇ ଚିନ୍ତିତ ଏହି ମାବାପା ଛେଉଣ୍ଡ ତିନି ଭାଇଭଉଣୀ |ଘର ସାମ୍ନାରେ ଏକ ଛୋଟ ଚା ଦୋକାନଟେ କରି ସେଥିରୁ ଯାହା ବିକ୍ରି ହୁଏ ସେଇଥିରେ ତିନି ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ ହୁଏ |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ସଦର ମହକୁମା ରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ |ଗ୍ରାମର ସ୍ବର୍ଗତ ରୋହିତ ବଞ୍ଜାରା ଓ ଧମନ୍ତୀ ବଞ୍ଜାରା ଙ୍କ ତିନି ସନ୍ତାନ। ପିତାମାତା ଆରପାରିକୁ ଚାଲିଗଲା ପରେ  ଏମିତି ଦୁଃଖ କଷ୍ଟରେ ଅତିବାହିତ କରୁଛନ୍ତି ସଂଘର୍ଷମୟ ଜୀବନ |ବଡ ପୁଅ ସଞ୍ଜୟ ବଞ୍ଜାରା (18), ମଝିଆ ପୁଅ ଭାଗିରଥି ବଞ୍ଜାରା(12) ଓ ସାନ ଝିଅ ପୂଜା ବଞ୍ଜାରା (11) ଏହି ତିନି ଅନାଥ ପିଲାଙ୍କୁ ଦେଖିଲେ ହୃଦୟଟା ପୁରା ତରଳି ଯିବ |ଯେତେବେଳେ ସଞ୍ଜୟଙ୍କୁ 12ବର୍ଷ ହୋଇଥିଲା ସେତେବେଳେ ବାପା ସମସ୍ତଙ୍କୁ ଛାଡି ଆରପାରି ଚାଲିଗଲେ  |ବାପାଙ୍କ ଚାଲିଯିବାର ତିନି ...

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୋଲସରା ଆଞ୍ଚଳିକ କମିଟି ବୈଠକ ଅନୁଷ୍ଠିତ।

Image
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୋଲସରା ଆଞ୍ଚଳିକ କମିଟି ବୈଠକ ଅନୁଷ୍ଠିତ। ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା ୧୪/୧୧/୨୦୨୩(ବ୍ରାହ୍ମମୁହୂର୍ତ୍ତ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ପକ୍ଷରୁ ଆଞ୍ଚଳିକ କମିଟି ବୈଠକ ଆଜି ପାଟିଗଡ ରୋଡ଼ ରେ ଥିବା ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ପ୍ରାରମ୍ଭରେ ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିବା ବେଳେ ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଏବଂ ସହ ସମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଜିଲ୍ଲା ଓ ରାଜ୍ୟ କମିଟି ପକ୍ଷରୁ ନିଆ ଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ। ଡିସେମ୍ବର ମାସ ଶେଷସୁଦ୍ଧା ପୋଲସରା ଅଞ୍ଚଳରେ ଥିବା ପାର୍ଟି ର ସମସ୍ତ ଶାଖା ସମ୍ମିଳନୀ ଶେଷ କରିବା ସହିତ ସଭ୍ୟପଦ ନବୀକରଣ ମଧ୍ୟ ସାରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ବୈଠକ ରେ ହରି ହର ପାତ୍ର , ଗୌରହରି ବିଷୋୟୀ , ଦୁର୍ଯୋଧନ ରାଉତ , ଜ୍ୟୋତ୍ସ୍ନା ମହାରଣା , ସୀମା ପାତ୍ର , ନଗରବାସୀ ପ୍ରଧାନ ଓ...

ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଲେ ଆଇନଜୀବୀ ମନୋଜ କୁମାର ରଥ l

Image
ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଲେ ଆଇନଜୀବୀ ମନୋଜ କୁମାର ରଥ  ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା ତା -14/11/23(ବ୍ରାହ୍ମ ମୁହୂର୍ତ୍ତ) ପୋଲସରା ବ୍ଲକ ଅନ୍ତଃଗତ ବୁଡେଇସୁଣୀ ଗ୍ରାମ ପଞ୍ଚାୟତ ଗୋଠଳୀ ଗ୍ରାମ ନିକଟସ୍ଥ ବାବା ଉଗ୍ରେଶ୍ୱର ମନ୍ଦିର ପ୍ରାଗଣଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଅଧିବକ୍ତା ମନୋଜ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ନାମ ରେ ଏକ ଵୃଦ୍ଧାଶ୍ରମ ଖୋଲିବା ପାଇଁ ନିର୍ଣ୍ଣୟ ନିଆଯାଇଥିଲା lବୈଠକ ରେ ଏକ କମିଟି ଗଠନ କରିବା ପାଇଁ ଏବଂ ଆଶ୍ରମ ପାଇଁ ଜମି ବିଷୟରେ ରେ ଆଲୋଚନା ହୋଇଥିଲା l ସେହି ଅଞ୍ଚଳ ର ଅବହେଳିତ ବୃଦ୍ଧ ଓ ବୃଦ୍ଧା, ଅନାଥ ମାନଙ୍କ ପାଇଁ କିପରି ଭାବରେ ସାହାରା ହୋଇପାରିବ ତାହା ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରାଯାଇଥିଲା l ଏହି ବୈଠକ ରେ  ଆଇନଜୀବୀ ମନୋଜ କୁମାର ରଥ,  ପୂର୍ବତନ ସରପଞ୍ଚ ମହେଶ୍ୱର ପରିଡା,ଶ୍ରୀକାନ୍ତ ପରିଡା, ବାବୁଲା,ପ୍ରଶାନ୍ତ କୁମାର ସାହୁ,  ସାଧୁ ଚରଣ ପ୍ରଧାନ, ମୁନା ପ୍ରଧାନ, ସୂଚିତ୍ର ପ୍ରଧାନ, ଜଗନ୍ନାଥ ବେହେରା, ଦିତିକୃଷ୍ଣ ଗୌଡ଼,ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଇଥିଲେ l

ଶିଶୁ ଦିବସରେ ଓଡିଆ ଭାଷା ଓ ସାହିତ୍ୟ ସମୃଦ୍ଧି କରିବା ଉଦ୍ଧେଶ୍ୟରେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ , ବ୍ରହ୍ମପୁର ଠାରେ ଏକ ଅନନ୍ୟ ଆକର୍ଷଣୀୟ ପାଠ ଚକ୍ର ଅନୁଷ୍ଠିତ

Image
ବ୍ରହ୍ମପୁର:- (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ପବିତ୍ର ଶିଶୁ ଦିବସ ଅବସର ରେ ଓଡିଆ ଭାଷା ଓ ସାହିତ୍ୟ କୁ ସମୃଦ୍ଧି କରିବା ଉଦ୍ଧେଶ୍ୟରେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ , ବ୍ରହ୍ମପୁର ଠାରେ ଏକ ଅନନ୍ୟ ଆକର୍ଷଣୀୟ ପାଠ ଚକ୍ର ର ଆୟୋଜନ ହେଇଯାଇଛି । ଏହି ସଭାରେ ଓଡ଼ିଶାର ସୁନାମ ଧନ୍ୟ ସାରସ୍ଵତ ସାଧକ ବିଶିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମହୋଦୟ ଙ୍କ ଯୋଗଦାନ ଛାତ୍ର ଛାତ୍ରୀ ମାନଙ୍କୁ ସାହିତ୍ୟ ତଥା କାବ୍ୟ କବିତା ପ୍ରତି ବେଶ୍ ଆତ୍ମୀୟତା ତଥା ଆକର୍ଷଣୀୟ କରିଛି । ତତ୍ ସହିତ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗ ମୁଖ୍ୟ ଡକ୍ଟର ବିଦ୍ୟୁତ୍ ପ୍ରଭାତୀ ଦେବୀ, ଅଧ୍ୟାପିକା ଉଷାରାଣୀ  ରଥ, ମୁଖ୍ୟ ଅତିଥି ଭାବରେ ସେହି ବିଶ୍ଵବିଦ୍ୟାଳୟ ର ପ୍ରଥମ କର୍ନେଲ ବା କୁଳପତି ଡକ୍ଟର ମନ୍ମଥ ପାଢ଼ୀ ଏବଂ ଅନ୍ୟାନ୍ୟ ସହପାଠୀ ଅଧ୍ୟାପକ ଉପସ୍ଥିତ ରହି ସଭା କାର୍ଯ୍ୟ ଟିକୁ ଖୁବ୍ ଆଡମ୍ବର କରିଥିଲେ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମହୋଦୟ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ କବିତା ବିଷୟରେ ପିଲା ମାନଙ୍କୁ ଖୁବ୍ ସରଳ ଭାଷାରେ ଉପସ୍ଥାପନ କରିଥିଲେ । ଉପେନ୍ଦ୍ର ଭଞ୍ଜ କିପରି ଯୁଗ ସ୍ରଷ୍ଟା  ହେଇଥିଲେ, ତାଙ୍କର କାବ୍ୟ କବିତାରେ କିପରି ରସ, ରୀତି, ଅଳଙ୍କାର, ଔଚିତ୍ୟ, ଶବ୍ଦଶକ୍ତି ପ୍ରକାଶିତ ହେଇଚି ତାର ପ୍ରାଞ୍ଜଳ ବର୍ଣ୍ଣନା କରି ଅତି ସରଳ ଭାବରେ ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ପହଞ୍ଚାଇ ଥିଲେ ।ପର...

ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର l

Image
ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର l ପୋଲସରା(ବ୍ରାହ୍ମ ମୁହୂର୍ତ୍ତ )- ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତି ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ "ଦିପାବଳୀ ଉତ୍ସବ ପାଳନ କରାଯାଏ କାହିଁକି ? " ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ହରପ୍ରସାଦ ଦାଶଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳ ଚନ୍ଦ୍ର ନାୟକ, ମୁଖ୍ୟବ୍ୟକ୍ତl ଭାବେ ମହନ୍ତ ସତ୍ୟାନନ୍ଦଜୀ ମହାରାଜ ଏବଂ ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ଆଲଟିଆ,ଜୟନ୍ତ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ l ଉପସ୍ଥିତ ଅତିଥିମାନେ ବହୁ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ l ତା'ପରେ କବି ଅଶୋକ ନନ୍ଦଙ୍କ ସଂଯୋଜନାରେ କବିତା ଆସର ଏକାଧିକ କବିଙ୍କ ନିଜସ୍ୱ କବିତାରେ ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ l ଏହି ଅବସରରେ ବହୁ ସାହିତ୍ୟିକ,ବରିଷ୍ଠ ନାଗରିକ,ବୁଦ୍ଧିଜୀବି ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ l ଗଞ୍ଜାମ ଜ଼ିଲ୍ଲା ପୋଲସରାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ l

ନିଆଁରେ ପୋଡି ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ |

Image
ନିଆଁରେ ପୋଡି ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ | ଝରୀଗାଁ  13/12-ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାଳିଥିବା ନିଆଁରେ ନିଜେ ଜଳି ଗଲେ ବୃଦ୍ଧ |ରାତ୍ରରେ ନିଆଁ ଜାଳି ଶୋଇଥିବା ଅବସ୍ଥାରେ ସେଇ ନିଆଁର ସଂସ୍ପର୍ଶରେ ଆସି ଜଳିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି | ନିଆଁରେ ପୋଡିହୋଇ 55ବର୍ଷ ବୃଦ୍ଧ ଙ୍କ ମୃତ୍ୟୁ ଖବର ଏବେ ଅଂଚଳରେ ଶୋକର ଛାୟା ଖେଳେଇ ଦେଇଛି |ରାତ୍ରରେ  ଶୋଇଥିବା ଅବସ୍ଥାରେ ନିକଟରେ ଜାଳିଥିବା ନିଆଁ ର ସଂସ୍ପର୍ଶରେ ଅସି ପୋଡିହୋଇ ମୃତ୍ୟୁ ବରଣ କରିଥିବା ନେଇ ଝରୀଗାଁ ଥାନାରେ ଲିଖିତ ଜଣେଇଲେ ପରିବାର ଲୋକେ |ବୃଦ୍ଧ ଜଣକ ର ନାମ ଭିକାରୀମାଳୀ ସେ ବୁଟିସର୍ଗି ଗ୍ରାମର ବୋଲି ଜଣାଡ଼ିଛି |ବର୍ତ୍ତମାନ ଶୀତ ର ପ୍ରକୋପ ବଢୁଥିବା ବେଳେ ରାତ୍ରରେ ଶୋଇବା ପାଖରେ ନିଆଁ ଲଗେଇ ଶୋଇଯାଇଥିଲେ ବୃଦ୍ଧ ଜଣକ |       ଅନ୍ୟ ଏକ ଘରେ ତାଙ୍କ ପୁଅ ଭୁବନ ମାଳି ଏବଂ ବୋହୁ ଶୋଉଥିବା ବେଳେ ଆଜି ବିଳମ୍ବିତ ସକାଳ ପର୍ଯ୍ୟନ୍ତ ବୃଦ୍ଧ ନ ଉଠିବାରୁ ଯାଇ ଦେଖିବା ବେଳକୁ ଶୋଇବା ଶେଜ ସହିତ ବୃଦ୍ଧଜଣକ ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ |ଏ ସମ୍ପର୍କରେ ଝରୀଗାଁ ଥାନାରେ ଜଣେଇବା ପରେ ଝରୀଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ରାମଚନ୍ଦ୍ର ବେହେରା ପୋଲିସ ଟିମକୁ ଧରି ଘଟଣା ସ୍ଥଳକୁ ଯାଇ ଶବ ଜବତ କରିଛନ୍ତି |

ଘୁମୁସର ଜିଲ୍ଲା ଦାବିରେ ବୁଗୁଡ଼ା ବନ୍ଦକୁ ସମର୍ଥନ ଜଣାଇଲା ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ l

Image
ଘୁମୁସର ଜିଲ୍ଲା ଦାବିରେ ବୁଗୁଡ଼ା ବନ୍ଦକୁ ସମର୍ଥନ ଜଣାଇଲା ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ l ପୋଲସରା ୧୧/୧୧(ବ୍ରାହ୍ମ ମୁହୂର୍ତ୍ତ ) ରାଜ୍ୟରେ ଯେତେବେଳେ 13 ଗୋଟି ଜ଼ିଲ୍ଲାକୁ ଭାଗ ଭାଗ କରି 30 ଜ଼ିଲ୍ଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କରିଥିଲେ ସେତେବେଳେ ଗଞ୍ଜାମ ଜ଼ିଲ୍ଲାର କମ ଇଲାକାକୁ ନେଇ ଗଜପତି ଜ଼ିଲ୍ଲା କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଗଞ୍ଜାମ ଜ଼ିଲ୍ଲା ବୃହତ ହୋଇ ରହିଆସିଛି l ସେହି ଦୃଷ୍ଟିରୁ ଏବଂ ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଘୁମୁସର ଜ଼ିଲ୍ଲା ନାମରେ ଆଉ ଗୋଟିଏ ଜ଼ିଲ୍ଲା କରିବା ପାଇଁ ଦାବୀ କରାଯାଇଥିଲା କିନ୍ତୁ ସେହି ଦାବୀକୁ ସେତେବେଳେ ଗ୍ରହଣ କରିନଥିଲେ l ବର୍ତ୍ତମାନ ରାଜ୍ୟର ଗତ ଉପନିର୍ବାଚନ ବେଳେ ପଦ୍ମପୁର କୁ ଜ଼ିଲ୍ଲା ରୂପେ ଘୋଷିତ କରିବା ପାଇଁ ନିର୍ବାଚନ ପ୍ରତିଶୃତି ଦେଇଥିଲେ ଏଣୁ ଏହି ମଉକା ରେ ଘୁମୁସର ଜିଲ୍ଲl ଗଠନ ଦାବୀ ପୁଣି ତେଜିବା ଆରମ୍ଭ ହେଲା l ଏନେଇ ଘୁମୁସର ଜ଼ିଲ୍ଲା ମୁଖ୍ୟ ଭଞ୍ଜନଗରରେ ଘୁମୁସର ଜିଲ୍ଲା ଗଠନ ଦାବି କରିବା ପାଇଁ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କଲେ l ସେହି କମିଟି ର ଆହ୍ୱାନକ୍ରମେ ଗଞ୍ଜାମ ଜ଼ିଲ୍ଲାର ବୁଗୁଡ଼ା ବ୍ଲକରେ ମଧ୍ୟ ଚକ ଅଖ ଦୋକାନବଜାର ସ୍କୁଲକଲେଜ ଏବଂ ସମସ୍ତ ସରକାରୀ ଓ ବେସରକାରୀ  କାର୍ଯ୍ୟାଳୟ ବନ୍ଦ ଡାକରା ଦେଇଥିଲେ l ଏହି ବନ୍ଦ ଡାକରାର ପ୍ରଭାବରେ ପାଳନ ହେଉଥିବା ବେଳେ ବ୍ଲକର ବୁଗୁଡ଼ା,ବାଲିପଦର ଓ କରଚ...

ଦେଓ୍ବାନୀ ଅଦାଲତ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ।

Image
ଦେଓ୍ବାନୀ ଅଦାଲତ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ। ପୋଲସରା ୧୧/୧୧/୨୦୨୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ପୋଲସରା ସହରରେ ସାଧାରଣ ଲୋକଙ୍କ ସେବା ଉଦ୍ଦେଶ୍ୟରେ ଦେଓ୍ବାନୀ ଅଦାଲତ ର କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି‌। ୫.୮୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦେଓ୍ବାନୀ ଅଦାଲତ କୋଠା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ର ମାନ୍ୟବର କାର୍ଯ୍ୟକାରୀ ବିଚାରପତି ଡ• ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଉଚ୍ଚ ନ୍ୟାୟାଳୟ ର ଅନ୍ୟତମ ବିଚାରପତି ଦେବବ୍ରତ ଦାସ ଯୋଗ ଦେଇଥିଲେ। ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଜ ଶ୍ରୀମତି ରୁପଶ୍ରୀ ଚୌଧୁରୀ , ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ଦୀପ୍ତିମୟି ଙ୍କ ସମେତ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା , ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶରବଣା କୁମାର ଉପସ୍ଥିତ ଥିଲେ। ପୋଲସରା ବାର ଆଇନଜୀବୀ ସଂଘର ସଭାପତି ସୁଶାନ୍ତ କୁମାର ସାହୁ , ସମ୍ପାଦକ କବିରାଜ ଦାସ , ଏପିପି ରମେଶ ଚନ୍ଦ୍ର ପ୍ରଧାନ , ବରିଷ୍ଠ ଆଇନଜୀବି ଗୌରହରି ବିଷୋୟୀ , ବଳରାମ ପ୍ରଧାନ , ଅଗସ୍ତି ବରାଡ , ଶରତ ଚନ୍ଦ୍ର ପ୍ରଧାନ , ବ୍ରଜେନ୍ଦ୍ର ସାହୁ , ବ୍ରଜବନ୍ଧ...

ପ୍ରକୃତି ବନ୍ଧୁ ଙ୍କ ପାଳ ଚିନ୍ତା

Image
ପ୍ରକୃତି ବନ୍ଧୁ ଙ୍କ ପାଳ ଚିନ୍ତା  ପରିବେଶ ସୁରକ୍ଷା ଜୀବନ ରକ୍ଷା। ସୁସ୍ଥ ଜୀବନ ସୁଖମୟ ସମୃଦ୍ଧ ଜିବିକା ନିର୍ବାହର ଏକ ଜ୍ଵଳନ୍ତ ଉଦାହରଣ ଆମ ଆଖି ଆଗରେ ନଷ୍ଟ ହେବାକୁ ଲାଗିଛି ତାକୁ ନେଇ ଆମେ ସଚେତନ ହେବା ଆବଶ୍ୟକ। ଏବେକାର ସମୟରେ ଆମ ଦେଶର ଚାଷୀ ମାନଙ୍କ ଶସ୍ୟ ଅମଳ ସମୟ ଆସି ଯାଇଛି।  ଦୀର୍ଘ ନବେ ଦିନ ଅପେକ୍ଷାର ଅନ୍ତ ଘଟିଛି ଶସ୍ୟ ଶ୍ୟାମଳ ଚାଷ ଜମି ସବୁଜ ରଙ୍ଗରୁ  ବଦଳିବାରେ ଲାଗିଛି।ଆଉ କେତୋଟି ଦିନ ପରେ ଧାନ କ୍ଷେତରେ ପାଚିଲା ଧାନ କାଟି ଘରକୁ ଆଣି ଟିକିଏ ସୁସ୍ଥ ନିଶ୍ବାସ ନେବାକୁ ବସିଥିବା ସରଳ ନିଷ୍କପଟ ମଣିଷ ନିଜ ଅଜାଣତରେ କେତେବଡ ସଙ୍କଟାପନ୍ନ ସ୍ଥିତି ସୃଷ୍ଟି କରୁଛି ତାହା ଭୁଲି ଯାଉଛନ୍ତି। ଆସନ୍ତୁ ଜାଣିବା କ'ଣ ସେହି ଛୋଟ ଭୁଲଟି। ସମୟାନୁସାରେ  ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଆଜି ଅନେକ ରାଷ୍ଟ୍ର ନାୟକ,ପରିବେଶ ପ୍ରେମୀ ତଥା ବୁଦ୍ଧିଜୀବୀଙ୍କ ମୁଣ୍ଡ ବ୍ୟଥା ର କାରଣ ସାଜିଛି।ବାୟୁ ମଣ୍ଡଳ ରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇଁ ଅନେକ କାରଣ ମଧ୍ୟରୁ କୃଷି ଜାତ ଆବର୍ଜନା ପୋଡ଼ି ଜନିତ ପ୍ରଦୂଷଣ କିଛି କମ୍ ନୁହେଁ।ଦିନ ଥିଲା କୃଷକ ଟିଏ ଫସଲ ଅମଳ ପରେ ପାଳ, ବୋତା ଇତ୍ୟାଦି ଗୋରୁ ଗାଈ ତଥା ଘର ର ଅନ୍ୟାନ୍ୟ ଆବଶ୍ୟକତା ଲାଗି ସାଇତି ରଖୁଥିଲା।ସମୟ ବଦଳିବା ସହିତ ସେ  କୃଷି ପାଇଁ ଗୋରୁଗାଈ ରଖିବା ର ଆବଶ୍ୟକତା  ଅନୁଭବ କରୁନାହିଁ କି ଚାଳ ଛପର ଘର କୁ ଆଉ ପସନ୍ଦ କ...

ଇଣ୍ଡିଆ ବୁକ ଅଫ ରେକର୍ଡସ 2023ରେ ସଫଳତା ହାସଲ କଲେ 2ବର୍ଷ 11ମାସର କୁନି ଝିଅ ଆର୍ଯ୍ୟାଜିତା |

Image
ଇଣ୍ଡିଆ ବୁକ ଅଫ ରେକର୍ଡସ 2023ରେ ସଫଳତା ହାସଲ କଲେ 2ବର୍ଷ 11ମାସର କୁନି ଝିଅ ଆର୍ଯ୍ୟାଜିତା | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)  07/11-ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁସ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଡାକ୍ତର ଦମ୍ପତି ଜିତେନ୍ଦ୍ର କୁମାର ନାଏକ ଓ ଅରୁଣା ଗେନଙ୍କ 2ବର୍ଷ 11ମାସ ର କୁନି ଝିଅ ଆର୍ଯ୍ୟାଜିତା ନାଏକ ଇଣ୍ଡିଆ ବୁକ ଅଫ ରେକର୍ଡସରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି |ତାଙ୍କର ଏହି କୃତକାର୍ଯ୍ୟ ପରିବାର ଓ ଝରୀଗାଁ ଅଂଚଳ ପାଇଁ ଗୌରବ ଆଣିଦେଇଛି |ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଆର୍ଯ୍ୟାଜିତାଙ୍କ ପିତାମାତା ଆର୍ଯ୍ୟାଜିତାଙ୍କୁ 1ବର୍ଷ ପୂର୍ଣ୍ଣ ହେବା ପରଠୁ ଝିଅକୁ ପ୍ରସ୍ତୁତ କରି ଥିବା କହିଛନ୍ତି |ପରୀକ୍ଷାରେ କୁନି ଝିଅ 10ଗୋଟି ବିପରୀତଅର୍ଥ ବୋଧକ ଶବ୍ଦ,11ଟି ଜାତୀୟ ଚି଼ହ୍ନ,14ଟି ରଙ୍ଗ,14ଟି ଆକୃତି,32ଟି ଫଳ,28ପ୍ରକାର ପନିପରିବା,27ଟି ପକ୍ଷୀ,75ଟି ଜୀବଜନ୍ତୁ,9ଟି ବଡ଼ ଯିବ,ମାନବ ଶରୀରର 20ଟି ଅଂଶ,1ରୁ 20ପର୍ଯ୍ୟନ୍ତ ସଂଖ୍ୟା ଗଣନା,ସପ୍ତାହ ର 7ଟି ବାର, ବର୍ଷର 12ମାସ ର ନାମ,8ଟି ଗ୍ରହର ନାମ,10ଟି ସାଧାରଣ ଜ୍ଞାନ,9ଟି ଶ୍ଳୋକ ଆବୃତ୍ତି,15ଟି ନର୍ସରୀ ପଦ୍ୟାଂଶ,ଇଂରାଜୀ ବର୍ଣ୍ଣମାଳା, ଓଡିଶା ବର୍ଣ୍ଣମାଳା ଓ ହିନ୍ଦୀ ବର୍ଣ୍ଣମାଳା ସବୁ ନିର୍ଭୁଲ ଭାବେ କହି ଏହି ମାନପତ୍ର ହାସଲ କରିଛନ୍ତି |କୁନି ବୟସରେ ଏଭଳି ଅସ୍ୟାଭାବିକ ପ୍ରତିଭାର ଅଧିକାରିଣ...

ବୃତ୍ତି ମୋର ପୋଷେ କୁଟୁମ୍ବ

Image
ଦୀପାବଳି ପାଇଁ ଦିଅ ତିଆରିରେ ବ୍ୟସ୍ତ କୁମ୍ଭାର ଦମ୍ପତି ଝରିଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ତା 07/11-ପାଖେଇ ଆସୁଛି ଆଲୋକ ର ପର୍ବ ଦୀପାବଳି |ଦୀପାବଳିରେ ଘରକୁ ପଦାର୍ପଣ କରିଥାନ୍ତି ମା ମହାଲକ୍ଷ୍ମୀ |ଘରେ ଘରେ ପୂଜାପାଠ ହେବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟେଇ ଲୋକେ ମନେଇଥାନ୍ତି ଦୀପାବଳି ପର୍ବ |ଲୋକଙ୍କୁ ସବୁଠାରୁ ଅଧିକ ଦୀପର ଆବଶ୍ୟକ ପଡିଥାଏ କେବଳ ଏହି ଦୀପାବଳି ଦିନ |ଘରର ଚତୁର୍ପାଶ୍ୱରେ ମାଟି ଦୀପ ସବୁ ପ୍ରଜ୍ବଳନ କରିଥାନ୍ତି ଲୋକେ |ଦୀପାବଳିକୁ ଆଉ ଅଳ୍ପଦିନ ବାକି ରହିଥିବାରୁ ବର୍ତମାନ ଠାରୁ ବିଭିନ୍ନ ପ୍ରକାର ଦୀପ ତିଆରିରେ ବ୍ୟସ୍ତ ଅଛନ୍ତି କୁମ୍ଭାର ପରିବାର ସବୁ |ଏଭଳି ଏକ ଦୃଶ୍ୟ ଦୃଷ୍ଟି ଗୋଚର ହୋଇଛି ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ସଦର ମହକୁମାରେ |ଗ୍ରାମରେ ରହୁଛନ୍ତି 60ରୁ ଉର୍ଦ୍ଧ କୁମ୍ଭାର ପରିବାର |ସମସ୍ତେ ଦୀପ ତିଆରିରେ ବ୍ୟସ୍ତ |ବର୍ଷସାରା ବିଭିନ୍ନ ମାଟି ସାମଗ୍ରୀ ତିଆରି କରି ବଜାର ଓ ଗାଁ ଗଣ୍ଡା ସବୁରେ ବୁଲି ବୁଲି ତାକୁ ବିକ୍ରି କରି ପେଟ ପୋଷଣ କରିଥାନ୍ତି ଏହି ପରିବାର ସବୁ |ଏହି ଅବସରରେ ଆମ ପ୍ରତିନିଧି ଭେଟିଛନ୍ତି ବେଲଗାଁ ଗ୍ରାମର ପିତାମ୍ବର କୁମ୍ଭାରଙ୍କ ପରିବାରକୁ |ପିତାମ୍ବର ଓ ସ୍ବୀ ସରସ୍ବତୀ ବର୍ଷ ତମାମ ବିଭିନ୍ନ ମାଟି ତିଆରି ଜିନିଷ ସବୁ ବିକ୍ରି କରି ପରିବାର ଚଳାଉଛନ୍ତି |ମାଟି ତିଆରି ବିଭିନ୍ନ ପ୍ରକାର ଜିନିଷ ସବୁ ବିକ୍ରୟ କରି ସେ ବର୍ଷକୁ ଲକ୍ଷେ ଉପରେ ...

ଭାପୁର ବ୍ଲକ ଭିତରେ ଟଣା ଓଟରା ଦୁଇ ସଉତୁଣୀ !

Image
ନୟାଗଡ଼/ଭାପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)    ଶଙ୍ଖ ବାହିନୀ ସଭ୍ୟ ନିଜର ସଭ୍ୟତା ପ୍ରତି ସନ୍ଦେହ କରି ଏବେ କହୁଛି ସଉତୁଣୀର ଗୁମର। ଏଭଳି କିଛି ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇ ପରସ୍ପରକୁ ଦୋଷ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ନୟାଗଡ଼ ଜିଲ୍ଲାର  ଭାପୁର ବ୍ଲକ ଭିତରେ। ସ୍ଥାନୀୟ ରାଜନୈତିକ ପଣ୍ଡିତମାନେ ଭବିଷ୍ୟବାଣୀ ଦେଲେଣି ଯେ ଏବେକାର ସମୟରେ ଭାପୁର ରାଜନୀତି ଓଡିଶା ସମସ୍ତ ଜିଲ୍ଲା ରାଜନୀତି ମାଧ୍ୟ୍ୟରୁ ଅନ୍ୟତମ, କାରଣ ବର୍ତମାନର ଚେୟାରମ୍ୟାନ ଓ ପୂର୍ବତନ ଚେୟାରମ୍ୟାନଙ୍କ ମଧ୍ୟରେ ଆଜିକାଲି ଆଉ ଭଲ ସମୟ ଚାଲିନାହିଁ ଯେଉଁଥିପାଇଁ ରାଜନୀତି ବେସ ସରଗରମ ହେବାରେଲାଗିଛି। ବିଜେଡି ଦଳର ଉଭୟେ ଉଭୟଙ୍କ ମଧ୍ୟରେ ଅର୍ଥାତ କିଛି ସମିତିସଭ୍ୟ ଓ ଅନ୍ୟ କିଛି ସମିତିସଭ୍ୟ ଭିତରେ ଇଲେକ୍ସନ ସମୟରେ ଦେଇଥିବା ସତ୍ୟପାଠ ମିଥ୍ୟା ବୋଲି ପୂର୍ବତନ ଚେୟାରମ୍ୟାନଙ୍କ ସମିତିସଭ୍ୟ ମାନେ ଜିଲ୍ଲାପାଳ ଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ସମିତିସଭ୍ୟ ଙ୍କ ଅଭିଯୋଗକୁ ଗ୍ରହଣ କରି ଇଲେକ୍ସନ ରୁଲୁ ଅନୁସାରେ ତଦନ୍ତ କରିବେବୋଲି ପ୍ରତିଶୃତି ଦେଇଛନ୍ତି, ଅଭିଯୋଗ କରିଥିବା ସମିତିସଭ୍ୟ ଯଦି ନ୍ୟାୟ ନପାଅନ୍ତି ତେବେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି  ନିଷ୍ପତ୍ତ କରିଛନ୍ତି। ବିଜେଡି ବିଜେଡି ମଧ୍ୟରେ କ୍ଷମତା  ରାଜନୀତି ପାଇଁ ଦେଖିବାକୁ ମିଳିଥିବା ଦଳୀୟ କନ୍ଦଳକୁ ଯେତେ ଲୁଚାଇ...

ପୋଲସରାରେ "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ, ଉନ୍ନତି ହେବ ୨୬ ପଞ୍ଚାୟତ

Image
ପୋଲସରାରେ "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ, ଉନ୍ନତି ହେବ ୨୬ ପଞ୍ଚାୟତ । ପୋଲସରା ୦୨/୧୧/୨୩ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ରାଜ୍ୟ ସରକାରଙ୍କ ଗ୍ରାମାଭିମୂଖୀ ମଙ୍ଗଳକାରୀ ଯୋଜନା "ଆମ ଓଡିଶା ନବୀନ ଓଡିଶା" ମାଧ୍ୟମରେ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନରେ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଗତିଶୀଳ ହେବ ପ୍ରତ୍ୟେକ ପଞ୍ଚାୟତ ର ସମସ୍ତ ଗାଁ। ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫- ଟି ର"ଆମ ଓଡ଼ିଶା ନବୀନ ଓଡିଶା" ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭୁବନେଶ୍ୱର ଠାରେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଜରିଆରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ରୁପାନ୍ତରିକରଣ ପାଇଁ ଶୁଭାରମ୍ଭ କରିଥିଲେ। ପୋଲସରା ବ୍ଳକର ଏହି କାର୍ଯ୍ୟକ୍ରମ ପୋଲସରା ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ପୋଲସରା ଲୁଣିଘାଟି ପଡିଆରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଉଦବୋଧନ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନେଇଥିବା ଅଭିଯୋଗ ପତ୍ରକୁ ୭  ଦିନ ମଧ୍ୟରେ ୨୬ ଟି ପଞ୍ଚାୟତର ୨୭୯ ଟି ପ୍ରକଳ୍ପ ଅନୁମୋଦନ କରି  ୧୩ କୋଟି ଟଙ୍କା ପୋଲସରା ବ୍ଲକକୁ ଦିଆଯାଇଛି। ଯାହା ଦ୍ୱାରା ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳଯୋଗାଣ,...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ସୈାହର୍ଦ୍ଦ୍ୟପୂର୍ଣ୍ଣ ପୁଂଟବଲ୍ ମ୍ୟାଚ ଅନୁଷ୍ଠିତ

Image
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ସୈାହର୍ଦ୍ଦ୍ୟପୂର୍ଣ୍ଣ ପୁଂଟବଲ୍ ମ୍ୟାଚ ଅନୁଷ୍ଠିତ  ଯାଜପୁର;୦୧/୧୧(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଗତ ଅକ୍ଟୋବର ୩୦ ତାରିଖ ରୁ ଚଳିତ ନଭେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ବିଭିନ୍ନ କୋଣ ଅନୁକୋଣରେ ଦୁର୍ନୀତି ନିବାରଣ ସଚେତନତାକୁ ବ୍ୟାପକ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ସଂଗଠିତ ଓ ଆୟୋଜନ କରାଯାଉଚ୍ଥି । ଏହି ଉପଲକ୍ଷେ କଳିଙ୍ଗ ନଗର ପୁଂଟବଲ୍ ଟିମ୍ ଏବଂ ରାୟନଳା ପୁଂଟବଲ୍ ଟିମ ଦ୍ୱୟଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପୁଂଟବଲ୍ ମ୍ୟାଚ୍ ମଧୁବନ ବିର୍ଶାମୁଣ୍ଡା ଖେଳ ପଡିଆ, ଗୋବରଘାଟି ଡୁବୁରୀ ଠାରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ, ଉପ-ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ସୁସିଲ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ତୁଣମୂଳ ସ୍ତରରୁ ଦୁର୍ନୀତି ବିଲୋପ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ, ଉପ-ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ସୁସିଲ ଏକ୍କା, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ, ଭିଜିଲାନ୍ସ ଇନିସ୍ଟେକ୍ଟର ଶ୍ରୀମତୀ ସୁଲୋଚନା ନାୟକ ଯ...