ବ୍ରାହ୍ମ ମୁହୂର୍ତ୍ତ ପକ୍ଷରୁ ରାଜ୍ୟର କୋଣ ଅନୁକୋଣରୁ ୩୦ ସାମ୍ବାଦିକ ସମ୍ମାନିତ ହେବେ
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଓଡ଼ିଶାର ଲୋକପ୍ରିୟ ସାପ୍ତାହିକ ଓଡ଼ିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ପକ୍ଷରୁ ମଙ୍ଗଳବାର ଦିନ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟରତ ଥିବା ବ୍ଳକ ଏବଂ ଜିଲ୍ଲା ସ୍ତରୀୟ ୩୦ଜଣ ସାମ୍ବାଦିକଙ୍କୁ ସାମ୍ବାଦିକ ସମ୍ମାନ -୨୦୨୩ ଦିଆଯାଉଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପକ୍ଷରୁ ନବମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକ ଅନ୍ତର୍ଗତ ଗୋଦାବରୀଶ ସାହିତ୍ୟ ସଂସଦ ହଲ୍ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ବାର୍ଷିକ ଉତ୍ସବରେ ୩୦ ଜଣ ସୁନାମ ଧନ୍ୟ ସାମ୍ବାଦିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ସାମ୍ବାଦିକ ସମ୍ମାନ - ୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ସାମ୍ବାଦିକ ମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୋଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ କାର୍ଯ୍ୟ ନିର୍ବାହ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ କୁମାର ଦାସ, ଭୁବନେଶ୍ବରର ରୁଦ୍ର ପ୍ରସାଦ ମହାପାତ୍ର ନବକିଶୋର ମାଣିକ ଯାଜପୁରର ନିହାର ରଂଜନ ଦାସ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଗଣେଶ ଜୈନ, ବଲାଙ୍ଗୀର ଜିଲ୍ଲା ବଙ୍ଗ...