Posts

Showing posts from February, 2024

ବ୍ୟାସ ସରୋବର ମେଳାରେ ବଉଳଫୁଲ ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Image
ବ୍ୟାସ ସରୋବର ମେଳାରେ ବଉଳଫୁଲ ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଯାଜପୁର/ବ୍ୟାସନଗର;୨୭/୦୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଚଳିତ ବର୍ଷ ସ୍ଥାନୀୟ  ବ୍ୟାସ ସରୋବର ମେଳାରେ ବଉଳଫୁଲ ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ସାହିତ୍ୟ ଭବିଷ୍ୟତ ସଂପର୍କରେ  ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରକୁ ବ୍ୟାସନଗର ପୌରପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ସୁକିନ୍ଦା କଲେଜର ଅଧ୍ୟାପକ ହିମାଂଶୁ ଦ୍ବିବେଦୀ ଯୋଗ ଦେଇ ଶିଶୁ ସାହିତ୍ୟିକ ମାନେ ବାସ୍ତବ ଧର୍ମୀ ଓ ଯୁଗପୋଯୋଗୀ ଶିଶୁ ସାହିତ୍ୟ ସୃଷ୍ଟି କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବଉଳଫୁଲ ପତ୍ରିକାର ସଂପାଦିକା ସଂପାଦକୀୟ ବିବରଣୀ ପଠନ କରିଥିଲେ। କବିତା ଗୁଡିକ ସଂଯୋଜନା କରିଥିଲେ ଶରତ ଦାସ ଏବଂ ନଟବର ସେଠୀ ।ଲବଙ୍ଗ ଲତା ପରିଡା, ସୀମା ମିଶ୍ର,, ମଞ୍ଜୁଲତା ନାୟକ, ମଧୁସ୍ମିତା ନାୟକ, ଗାୟତ୍ରୀ ନାୟକ କୈଳାଶ ପାତ୍ର, ନାରଣ  ଶତପଥି, ଲବଙ୍ଗ ଲତା ପରିଡା, ବୃନ୍ଦାବନ ସାହୁ, ନିର୍ମଳ ଚନ୍ଦ୍ର ରାଉତ, ଅଚ୍ୟୁତ ନନ୍ଦ ପାତ୍ର, ପ୍ରଭାତ ସାହୁ, ଅମୁଲ୍ୟ ବେହେରା,ପ୍ରଭାତୀ ରାଉତ, ଭୁବନ ...

ଯାଜପୁର ଜିଲ୍ଲାରେ ବିଜେପିର ନୂଆ ମୋଡ଼ , ନୂଆ ମୁହଁକୁ ଜନସାଧାରଣଙ୍କ ଅପେକ୍ଷା

Image
ଯାଜପୁର ଜିଲ୍ଲାରେ ବିଜେପିର ନୂଆ ମୋଡ଼ , ନୂଆ ମୁହଁକୁ ଜନସାଧାରଣଙ୍କ  ଅପେକ୍ଷା ଯାଜପୁର/ବ୍ୟାସନଗର ; - (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ । ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାଟିକୁ ଯାଜପୁର ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାଥୀରୂପେ ସଙ୍ଘ ପରିବାରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଗଲେ ଦଳ ବିଜୟ ପ୍ରାପ୍ତ କରିପାରିବ ଓ ଭଲ ପ୍ରଦର୍ଶନ କରିବ ବୋଲି ଦାବି ଜଣାଇଥିଲେ ଶ୍ରୀଯୁକ୍ତ ନନ୍ଦ ।ଏକ ସ୍ଵତନ୍ତ୍ର ସାକ୍ଷାତ କରି ବିଜେପି ରାଜ୍ୟ ସଭାପତିଙ୍କ ସହ ଯାଜପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ ଓ ଶ୍ରୀଯୁକ୍ତ ଅଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ସାହୁ, ଯାଜପୁର ଜିଲ୍ଲାର ମୂଳଦୁଆ ସ୍ଥାପନ ଓ ପୂର୍ବତନ ପାଞ୍ଚ ପାଞ୍ଚ ଥର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ଦୁଇ ଜଣ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ l ଏହି ଆଲୋଚନା ସହାୟତା ପୂର୍ଣ୍ଣ ଏବଂ ପ୍ରଗତି ଶିଳ ଥିଲା ଯାହାକି ଯାଜପୁର ଜିଲ୍ଲାରେ ହିନ୍ଦୁତ୍ୱ ବାଦୀ ରାଜନୀତିକୁ ଖୋରାକ ଯୋଗାଇବାର ସୂଚ...

ଜିଲ୍ଲା ସ୍ତରୀୟ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ

Image
ଜୟପୁର/କୋରାପୁଟ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର ସହରର ଦଶହରା ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୋରାପୁଟ ଶ୍ରୀଯୁକ୍ତ କିର୍ତ୍ତୀଭାସନ୍ ଭି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ପଡାଲ , ବିଧାୟକ ଜୟପୁର ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, ବିଧାୟକ ପଟାଙ୍ଗୀ ଶ୍ରୀଯୁକ୍ତ ପ୍ରିତମ୍ ପାଢ଼ୀ, ବିଧାୟକ ଲକ୍ଷ୍ମୀପୁର ଶ୍ରୀଯୁକ୍ତ ପ୍ରଭୁ ଜାନୀ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ ଜିଲ୍ଲା ପରିଷଦ କୋରାପୁଟ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ସମ୍ମାନିତ ଅତିଥି ରୂପେ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ (ପିଏଆଇଟିଡିଏ) ଜେଇ ଶ୍ରୀଯୁକ୍ତ ପ୍ରଣୟ ରଞ୍ଜନ ବେହେରା, କାର୍ଯ୍ୟ ନିର୍ବାହ ଅଧିକାରୀ ଜୟପୁର ପୈାର ପରିଷଦ ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟ୍ଟନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟପୁର, ଶ୍ରୀଯୁକ୍ତ ଶକ୍ତି ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପଚନ୍ଦ୍ର ସୋରେନ୍, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଭତ୍ରା, ଏଥିରେ ଯୋଗଦାନ କରିଥିଲେ। ଅତିଥି ବୃନ୍ଦ ଛାତ୍ରଛ...

ସମ୍ବିଧାନ ପ୍ରଣେତା ଡ. ଭିମରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

Image
 ସମ୍ବିଧାନ ପ୍ରଣେତା ଡ. ଭୀମରାଓ  ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ            ଜୟପୁର/କୋରାପୁଟ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଦୀର୍ଘ ଦିନ ଧରି ରହି ଆସିଥିବା ପ୍ରମୁଖ ଛକ ଡଃ.ଭୀମରାଓ ଆମ୍ବେଦକର ଛକରେ ଆଶାର କିରଣ ସମଗ୍ର ସହରରେ ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଜୟପୁର ସହରରେ ଥିବା ମୂଖ୍ୟ ଛକରେ ଏବେ ଶୋଭା ବର୍ଦ୍ଧନ କରୁଅଛି ଭାରତ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ। ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଂଗଠନର ବ୍ୟକ୍ତିମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ବହୁତ ବର୍ଷର ସ୍ୱପ୍ନ ସଫଳ ଓ ସାକାର ହୋଇଥିବାରୁ ସଂଗଠନ ତରଫରୁ ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , କୋରାପୁଟ ଜିଲ୍ଲାପାଳ,ଜୟପୁର ଉପ ଜିଲ୍ଲାପାଳ,ଜୟପୁର ପୌର ପରିଷଦ ନିର୍ବାହୀ ଅଧିକାରୀ, ତହସିଲଦାର ଜୟପୁର, ଜୟପୁର ବିଧାୟକ, କୋରାପୁଟ ସାଂସଦ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ଉପାଧ୍ୟକ୍ଷ, କାଉନସିଲର ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ସାମାଜିକ ସଂଗଠନ ଉପାଧ୍ୟକ୍ଷ, କାଉନସିଲର ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ସମାଜ ସେବୀ ,ରାଜନୈତିକ ବ୍ୟକ୍ତିବିଶେଷ, ଆଇନଜୀବୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେଉଁମାନଙ୍କର ପ୍ରଚେଷ୍ଠାରେ ଅବିଭକ...

ସବୁଜ ବାହିନୀ ର ବାର୍ଷିକ ଉତ୍ସବ

Image
ସବୁଜ ବାହିନୀ ର ବାର୍ଷିକ ଉତ୍ସବ                                       ଓଡ଼ଗାଁ/ନୟାଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ଓଡ଼ଗାଁ ବ୍ଳକର ନାଥିଆ ପଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସବୁଜ ବାହିନୀର ବାର୍ଷିକ ଉତ୍ସବ  ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିବାସ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଅଛି।ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ  ମୁଖ୍ୟ ଅତିଥି ରୂପେ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ,ଜଙ୍ଗଲ ସୁରକ୍ଷା,ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଜନିତ ପରିବେଶ ପ୍ରଦୂଷଣ ଓ ତାର ନିରାକରଣ, ଫସଲ ଅମଳ ପରେ ବର୍ଜ୍ୟ ରୂପେ ବାହାରୁଥିବା ନଡ଼ା, ପାଳ ଇତ୍ୟାଦି ପୋଡ଼ି ନ ଦେଇ ଜୈବିକ ସାର ରୂପେ ବ୍ୟବହାର କରିବା ପାଇଁ ପରାମର୍ଶ ଦେବା ସହିତ ପରିବେଶ ସୁରକ୍ଷା ସମ୍ବନ୍ଧେ ଦିଗ୍ ଦର୍ଶନ ଦେଇଥିଲେ।ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଦୁଇଟି ଦଳ ରେ ବିଭକ୍ତ କରି କରା ଯାଇ ଥିବା ବକ୍ତୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନର ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଛାତ୍ରୀ ମାନଙ୍କ ପରିବେଶ ଭିତ୍ତିକ ନୃତ୍ୟ ଅଭିନୟ ଚିତ୍ତାକର୍ଷକ ହ...

ଆମଦାନୀ ନେତାଙ୍କ ଚରାଭୁଇଁ ପାଲଟିଛି ନର୍ଲା ବିଧାନ ସଭା ଆସନ।

Image
କଳାହାଣ୍ଡି(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):ସାଧାରଣ ନିର୍ବାଚନ ବର୍ତ୍ତମାନ ମୁଣ୍ଡ ଉପରେ ଆସି ପହଞ୍ଚି ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି।ଦଳୀୟ ନେତା ଓ କର୍ମୀଙ୍କ ମହଲରେ ନିର୍ବାଚନ ରଣ ମଞ୍ଚରେ ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଲେଇ ଥିବାବେଳେ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ।ତିନି ପ୍ରମୁଖ ଦଳରୁ ଏବେ ମାଳମାଳ ବିଧାୟକ ପ୍ରାର୍ଥୀ ଆଶାୟୀ ଥିବାବେଳେ ଅଡ଼ୁଆ ବଢ଼ାଉଛି ଆମଦାନୀ ନେତାଙ୍କ ଭିଡ।ନର୍ଲା ନିର୍ବାଚନ ମଣ୍ଡଳୀ ଦୀର୍ଘ ୪ ଦଶନ୍ଧି ଧରି ଆମଦାନୀ ନେତାଙ୍କ ଚରା ଭୂଇଁ ପାଲଟି ଥିବାବେଳେ ଏଥର ଭୋଟରଙ୍କ ପସନ୍ଦ ସ୍ଥାନୀୟ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି।ନର୍ଲା ନିର୍ବାଚନ ମଣ୍ଡଳୀ ଦୀର୍ଘ ସମୟ ଧରି କଂଗ୍ରେସ ଗଡ଼ ପାଲଟିଥିବା ବେଳେ ପୂର୍ବତନ କଂଗ୍ରେସ ନେତା ଭୁପିନ୍ଦର ସିଂ ଓ ଜଗନ୍ନାଥ ପଟ୍ଟନାୟକଙ୍କ ଅକ୍ତିଆରରେ ଦୀର୍ଘ ସମୟ ଧରି ରହି ଆସିଥିଲା।ପୂର୍ବର କେସିଙ୍ଗା ନିର୍ବାଚନ ମଣ୍ଡଳୀ ହେଉ କି ବର୍ତ୍ତମାନ ର ନର୍ଲା ନିର୍ବାଚନ ମଣ୍ଡଳୀ ହେଉ ଏହି ଅଞ୍ଚଳରେ ଭବାନୀପାଟଣା ସହର ବାହାଦୂର ବଗିଚା ପଡା ନିବାସୀ ଭୁପିନ୍ଦର ସିଂ ଥରେ ମନ୍ତ୍ରୀ,ଥରେ ରାଜ୍ୟସଭା ସାଂସଦ,ବିରୋଧୀ ଦଳ ନେତା ଓ ତିନି ଥର ବିଧାୟକ ରହି ଆସିଥିବା ବେଳେ ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ ଦଳରୁ ଥରେ ବିଧ୍ୟାୟକ ଭାବେ ନ...

ବେକରେ ଦଉଡି ଦେଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା |

Image
ବେକରେ ଦଉଡି ଦେଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା | ଝରୀଗାଁ ତା ୨୩/୦୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) -ବେକରେ ଦଉଡି ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି |ଘଟଣାଟି ଘଟିଛି ଝରୀଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ ଭରକିଭଟ୍ଟା ଗ୍ରାମରେ |ଗ୍ରାମର ଜଗ ଗୌଡ଼ଙ୍କ ଚତୁର୍ଥ ଝିଅ ଗୋରୀ ଗୌଡ଼(୧୭) ଓ ଉକ୍ତ ଗ୍ରାମର ମାଳି ଗୌଡ଼ଙ୍କ ଚତୁର୍ଥ ପୁଅ ମୋହନ ଗୌଡ଼ (୧୭) କିଛି ବର୍ଷ ତଳେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା |ସବୁଦିନ ଭଳି ମୋହନ ରାତିରେ ଖିଆପିଆ ସାରି ଘରୁ ବାହାରି ଯାଇଥିଲା |ଏପଟେ ଗୋରୀ ମଧ୍ୟ ଖିଆପିଆ ସାରି ଘରୁ ବାହାରି ଯାଇଥିଲା |ଗତକାଲି ନିକଟସ୍ଥ ଗ୍ରାମ ଗାଇବନ୍ଧାରେ ନାଟକ ମଞ୍ଚସ୍ଥ ହେଉଥିବାରୁ ଉଭୟ ପରିବାରଲୋକେ ପୁଅଝିଅ ସାଙ୍ଗସାଥୀ ମେଳରେ ନାଟକ ଦେଖିବାକୁ ଯାଇଥିବେ ଭାବି ଖିଆପିଆ ସାରି ଶୋଇ ପଡ଼ିଥିଲେ |ହେଲେ ସକାଳୁ ଗ୍ରାମର ବାସୁ ଗୌଡ଼ ନାମକ ଜଣେ ବ୍ୟକ୍ତି ମହୁଲ ବେଟିବାକୁ ଯିବା ସମୟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ତେନ୍ତୁଳି ଗଛରେ  ପ୍ରେମୀ ଯୁଗଳଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଉଭୟଙ୍କ ପରିବାର ଲୋକଙ୍କୁ ଜଣେଇଥିଲେ |ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ପରିବାର ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇଯାଇଥିଲା |ପରିବାରଲୋକେ ଗାଁ ନିକଟରୁ ପ୍ରାୟ ୩୦୦ମିଟର ଦୂରରେ ଥିବା ଏକ ତେନ୍ତୁଳିଗଛରେ ଯାଇ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବ...

ପରସଲା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ଗାଦି ଗୋଷିଆଣିଙ୍କ ବାର୍ଷିକ ମଣ୍ଡେଇ ପାଳିତ

Image
ପରସଲା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ଗାଦି ଗୋଷିଆଣିଙ୍କ ବାର୍ଷିକ ମଣ୍ଡେଇ ପାଳିତ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଝରୀଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅଧୀନରେ ଥିବା ପରସଲା ଗ୍ରାମ ଠାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଗାଦି ଗୋଷିଆଣିଙ୍କ ବାର୍ଷିକ ମାଘ ମଣ୍ଡେଇ ବଡ଼ ଆଡମ୍ବର ସହକାରେ ପାଳିତ ହୋଇଯାଇଛି |ଉକ୍ତ ମଣ୍ଡେଇ ଉତ୍ସବରେ ଝରୀଗାଁ ବ୍ଲକର ପାଖାପାଖି ଅଠର ଖଣ୍ଡ ଗ୍ରାମର ଦେବଦେବୀ ନିଜ ନିଜ ଲାଠି, କୁରଚୀ, ଆଂଗା,ପୂଜାରୀ,ଶିରା, ଦିଶାରୀ ଓ ରଇତମାନଙ୍କୁ ନିଜ ନିଜ ସାଙ୍ଗରେ ଘେନି ମାଙ୍କ ମଣ୍ଡେଇ ଉତ୍ସବରେ ଯୋଗଦେଇଥିବା ଦେଖିବାକୁ ମିଳିଛି |ମା ଙ୍କ ରୀତିନୀତି ଅନୁସାରେ ମାଙ୍କ ପୂଜାରୀ ପୂଜାକାର୍ଯ୍ୟ ସମାପନ କରିବା ସହିତ ସମସ୍ତ ଦେବଦେବୀ ନିଜ ନିଜ ଲାଠି, କୁରଚୀ, ଶିରା ପୂଜାରୀ ମାନଙ୍କୁ ଧରି ମଣ୍ଡେଇ ପରିକ୍ରମା କରିଥିବା ଦେଖିବାକୁ ମିଳିଛି |ଉକ୍ତ ମଣ୍ଡେଇ ଉତ୍ସବ ଝରୀଗାଁ ଅଞ୍ଚଳର ଶେଷ ମଣ୍ଡେଇ ହୋଇଥିବାରୁ ପ୍ରବଳ ଜନ ସମୁଦ୍ର ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା |ଉଭୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେବଦେବୀ ମାନଙ୍କ ଦର୍ଶନ କରିବା ସହିତ କିଣାବିକାର ମଧ୍ୟ ମଜା ଉଠାଉଥିବା ଦେଖିବାକୁ ମିଳିଛି |ଜନସାଧାରଣ ମାନଙ୍କ ମନରଞ୍ଜନ ସକାଶେ ରାତ୍ରିରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଦୁଇଗୋଟି ଦେଶିଆ ନାଟକର ଆୟୋଜନ ମଣ୍ଡେଇ କମିଟି ପକ୍ଷରୁ କରାଯାଇଛି |ଗ୍ରାମର...

ଗୁଡିଆଳି ପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଚୋରୀ ଘଟଣାରେ ଉଚ୍ଚ ନ୍ୟାୟାଳୟରେ ମାମଲା ।

Image
ଗୁଡିଆଳି ପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଚୋରୀ ଘଟଣାରେ ଉଚ୍ଚ ନ୍ୟାୟାଳୟରେ ମାମଲା । ପୋଲସରା,୨୨/୦୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଆମେ ସଭିଏଁ ଅବଗତ ରହିଛନ୍ତି ଯେ ଚୋରି କିପରି ଭାବରେ କେଉଁ ସ୍ଥିତିରେ କିଭଳି ହେଉଛି କିନ୍ତୁ ଆଜିର ସମୟରେ ଏପରି କିଛି ଚୋରି ହେଉଛି ଯାହାକୁ ଚୋରି କହିଲା ବେଳକୁ ମନରେ ନାନା କଥା ସୃଷ୍ଟି କରୁଛି। ଏଭଳି ଏକ ଖବର ସମ୍ପର୍କରେ ସୂଚନା ମିଳିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ପଞ୍ଚାୟତର ଗୁଡିଆଳି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଦୁଇଟି ପ୍ରକଳ୍ପ ମଧ୍ଯରୁ ଗୋଟିଏ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ ହୋଇଥିବା ଘଟଣାକୁ ନେଇ। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି। ଏହି ଘଟଣା ସମ୍ପର୍କ ଜଣାପଡିଛି ଯେ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୨୦୧୯ ରେ ଗୁଡିଆଳି ଗ୍ରାମର ଠାକୁରାଣୀ/କାଳୀ ମନ୍ଦିର ନିକଟରେ କଲ୍ଯାଣ ମଣ୍ଡପ ୮ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି। ସେହି ଭଳି ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୨୦୧୯ ରେ ଗୁଡିଆଳି ଗ୍ରାମର କାଳୀ ମନ୍ଦିର ନିକଟରେ ଗୋଷ୍ଠୀ କେନ୍ଦ୍ର ୮ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି। ଏହି ନିର୍ମାଣ କାର୍ଯ୍ଯରେ ପଞ୍ଚାୟତର ପାଣ୍ଠି ଓ ସାଂସଦ ହାତ ପାଣ୍ଠି ମଧ୍ଯ ବିନିଯୋଗ ହୋଇଥିବା ନେଇ ଶୁଣିବାକୁ ମିଳୁଛି। ଯେଉଁ ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ପଡିରହି...

ଶେଷ ହେଲା ଚେପଟିଆମ୍ବାରେ ଚାଲିଥିବା ବାଲିଯାତ୍ରା |

Image
 ଶେଷ ହେଲା ଚେପଟିଆମ୍ବାରେ ଚାଲିଥିବା ବାଲିଯାତ୍ରା | ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) - ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ନବଦିନ ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସମାପିତ ହୋଇଯାଇଛି |ବାଲିଯାତ୍ରାର ଶେଷ ଦିନରେ ପ୍ରବଳ ଜନ ସମାଗମ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି |ଉକ୍ତ ବାଲିଯାତ୍ରା ଗତ ତା ୧୨ରିଖ ଦିନ ରୀତିନୀତି ଅନୁସାରେ ଆରମ୍ଭ ହୋଇ ତା ୨୦/୦୨ରିଖ ମଙ୍ଗଳବାର ଦିନ ଶେଷ ହୋଇଛି |ଉକ୍ତ ବାଲିଯାତ୍ରାରେ ମନବୋଧ ପୂଜାରୀ, ଧବା ପୂଜାରୀ, ଘାଷିରାମ ନିଆଲ, ଗୋବିନ୍ଦ ଯାନୀ, ଡୋମେନ ଯାନୀ, ରମେଶ ହରିଜନ, ଗୁରୁବନ୍ଧୁ ଯାନୀ, ସିନ୍ଧୁ ଯାନୀ, ଭଗବାନ ଯାନୀ, ଭଦର ଯାନୀ, ରାମଧର ଯାନୀ, ଲକ୍ଷମୁଁ ଯାନୀ, ଘେନୁ ଯାନୀ, ମୋହନ ପୂଜାରୀ, ମନବୋଧ ଯାନୀ, ବୁଜ ଯାନୀ, ଲଖଣ ପୂଜାରୀ, ଦୁର୍ଗା ପୂଜାରୀ, ଅଭି ଯାନୀ, ଚକ୍ର ଯାନୀ, ଡ଼ୁମର ଯାନୀ, କମଳୁ ଯାନୀ, ରୂପଧର ଯାନୀ, ମୁକୁ ଯାନୀ, ସୁବାସ ପୂଜାରୀ, ଗୁମନ ଯାନୀ ପ୍ରମୁଖ ଉପସ୍ଥିତ ରହିଥିଲେ |ଉକ୍ତ ବାଲିଯାତ୍ରାକୁ ଉସିଗାଁ ର ହୀରାଦେଇ ଗୁରୁ ମାଇନି ନିମନ୍ତ୍ରିତ ହୋଇ ଆସି ନଅ ଦିନ ଧରି ସୁଚାରୁ ରୂପେ ପରିଚାଳନା କରିଥିଲେ |

ବୋଲସର ପଞ୍ଚାୟତରେ ନାଳ ନିର୍ମାଣ ନକରି ୧୬ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ।

Image
ବୋଲସର ପଞ୍ଚାୟତରେ ନାଳ ନିର୍ମାଣ ନକରି ୧୬ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ। ପୋଲସରା,୧୯/୦୨: କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୋଲସର ପଞ୍ଚାୟତରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା। ବୋଲସର ପଞ୍ଚାୟତରେ ମନରେଗା ରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା । ତମାଳ/ଢାମଣା ଶଙ୍ଖ ଠାରୁ ସୁଣ୍ଢିକଣା ପର୍ଯ୍ୟନ୍ତ ନାଳର ଉନ୍ନତିକରଣ ପାଇଁ ଅଟକଳ ମୂଲ୍ଯ ୫ ଲକ୍ଷ ଟଙ୍କା ଥିବାବଳେ ୩୯୬୩୪୮ ଟଙ୍କା ବିଲ୍ ହୋଇଛି। ତମାଳ/ଢାମଣା ଶଙ୍ଖ ଠାରୁ ଅରୁଣ ମଣ୍ଡଳ ଜମି ପର୍ଯ୍ୟନ୍ତ ନାଳର ପୁନରୁଦ୍ଧାର ନିମନ୍ତେ ଅଟକଳ ମୂଲ୍ଯ ୫ଲକ୍ଷ ଟଙ୍କା ଥିବାବଳେ ୪୦୦୯୭୦ ଟଙ୍କା ବିଲ୍ ହୋଇଛି। ରଞ୍ଜନ ଦଳେଇ ଘର ଠାରୁ ଲୋକନାଥ ଖଟେଇ ଘର ପର୍ଯ୍ୟନ୍ତ ନାଳର ପୁନରୁଦ୍ଧାର ନିମନ୍ତେ ଅଟକଳ ମୂଲ୍ଯ ୧୦ ଲକ୍ଷ ଟଙ୍କା ଥିବାବଳେ ୪୪୬୦୩୯ ଟଙ୍କା ବିଲ୍ ହୋଇଛି। ପମ୍ପ ଘର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ନାଳର ଉନ୍ନତିକରଣ ନିମନ୍ତେ ଅଟକଳ ମୂଲ୍ଯ ୫ ଲକ୍ଷ ଟଙ୍କା ଥିବାବଳେ ୩୫୯୭୮୬ ଟଙ୍କା ବିଲ୍ ହୋଇଛି । କୌଣସି ନାଳ କାର୍ଯ୍ଯ ନକରି ବିଲ୍ ପ୍ରସ୍ତୁତ ହୋଇଥିବା ଘଟଣାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକର ନେତା ସମରଜିତ୍ ମହାନ୍ତି ଜିଲ୍ଲାପାଳ ଗଞ୍ଜାମ, ମୁଖ୍ୟମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ, ପଞ୍ଚାୟତ ରାଜ ବିଭାଗ, ନିର୍ଦ୍ଦେଶକ ଭିଜିଲାନ୍ସ, ଓଡିଶା,ଏସପି...

ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ  ଭୁବନେଶ୍ବର ନିକଟସ୍ଥ ନନ୍ଦିନୀ ପଲ୍ଲୀ, ମୁଣ୍ଡା ସାହି ଛକ ନିକଟ ବିଜୁ ଆଦର୍ଶ କଲୋନୀ ଠାରେ ଅନୁଷ୍ଠିତ ହୋଯାଇଅଛି। ଏହାର ବିଷୟବସ୍ତୁ ଟି ଥିଲା   " ଶ୍ରମିକ ମାନଙ୍କ ଅସୁବିଧା ଓ ଶ୍ରମିକ ଆଇନ"  । ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ଦ୍ଵାରା ଆୟୋଜନ କରାଯାଇଥିଲା  ଏଥିରେ ଅନୁଷ୍ଠାନ ର ଅଧ୍ୟାପକ ଓ ଅଧ୍ୟାପିକା ସହ ଶତାଧିକ ଛାତ୍ରଛାତ୍ରି ଯୋଗ ଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଗିରିଶ ରଞ୍ଜନ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଓ  ଶ୍ରମିକ ମାନଙ୍କର ନିହାତି ଜାଣିବା ଆଇନ ଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିବା ସହ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ। ପରେ ପରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଶୈଳୀରେ ନିଜର ମତାମତ ରଖିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଶ୍ରମିକ ମାନଙ୍କୁ ବାନ୍ଧି ରଖିଥିଲା ।  ଭୁବନେଶ୍ବର ଆଇନ ମହାବିଦ୍ୟାଲୟ ର ଛାତ୍ର ଛାତ୍ରୀ ମାନେ ଏ  ଭଳି ଏକ କାର୍ଯକ୍ରମ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଅନୁଷ୍ଠା...

ଗଞ୍ଜାମ ଜିଲ୍ଲାର ବର୍ଷିୟାନ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଲହରୀ

Image
ଗଞ୍ଜାମ ଜିଲ୍ଲାର ବର୍ଷିୟାନ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଲହରୀ  ବ୍ରହ୍ମପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ରାଜ୍ୟର ରାଜନୀତି ଆକାଶରେ ବଡ଼ ଧରଣର ଶୂନ୍ୟସ୍ଥାନ ଦେଖିବାକୁ ମିଳିଛି। ଦୀର୍ଘ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ଖଲିକୋଟ ବିଧାନ ସଭା ଆସନରୁ ନିର୍ବାଚିତ ହୋଇଥିବା ବର୍ଷିୟାନ ବିଧାୟିକା ତଥା ଖଲ୍ଲିକୋଟ ରାଜା ପରିବାରର ରାଣୀ ସାହେବା  ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ଦିନ ସମଗ୍ର ଜିଲ୍ଲାରେ  ଶୋକ ସଭାମାନ ଦେଖିବାକୁ ମିଳିଥିଲା। ଦଶ ଦଶ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ମନ୍ତ୍ରୀ ପଦବୀ ଗ୍ରହଣ କରିନଥିଲେ ବିଜୁ ପରିବାରର ସେ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ରାଣୀ ସାହେବାଙ୍କ ମୃତ୍ୟୁ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ବେଶ୍ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

ଝରୀଗାଁ ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ |

Image
ଝରୀଗାଁ ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା ୧୦/୦୨-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଝରୀଗାଁ ବ୍ଲକ କଂଗ୍ରେସର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଝରୀଗାଁ ବ୍ଲକ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ତମ୍ବୁଦାସ ପନକାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଓବିସୀ ସେଲ ସଭାପତି ଭିକାରି ଚରଣ ନାୟକ, ବାଣୁଆଗୁଡା ପଂଚାୟତ ସଭାପତି ସୁବାସ ସାଗର, ଝରୀଗାଁ ମଣ୍ଡଳ ସଭାପତି ଗୋବିନ୍ଦ ପଟ୍ଟନାୟକ, ଫୁଫୁଗାଁ ସଂଗଠକ ଖଗପତି କଲାର, ଝରୀଗାଁ କଂଗ୍ରେସ ସଂଗଠକ ହରିହର ସିଂ, ଫୁଫୁଗାଁ ସଂଗଠକ ବସମନ ଭତରା, ସଭା ଲହରା, ସୋରିଷଭଟ୍ଟା ଯୁବନେତା ପବିତ୍ର ମାଟିଆ, ପାଲିଆ ଯୁବନେତା ମହାଦେବ ମାଝୀଙ୍କ ସମେତ ବ୍ଲକର ସମସ୍ତ କଂଗ୍ରେସ ନେତାନେତ୍ରୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ |ଅନୁଷ୍ଠିତ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ବ୍ଲକ କଂଗ୍ରେସର ନୂତନ କାର୍ଯ୍ୟକାରୀ ସମ୍ପାଦକ ଚୟନ କରାଯାଇଛି |ଦଳର ଜଣେ ବରିଷ୍ଠ କର୍ମୀ ପଦୁ ଭତରାଙ୍କୁ ନୂତନ କାର୍ଯ୍ୟକାରୀ ସମ୍ପାଦକ ଭାବେ ଚୟନ କରାଯାଇଛି |ଉପସ୍ଥିତ ସମସ୍ତ ସଦସ୍ୟ ଶ୍ରୀଯୁକ୍ତ ଭତରାଙ୍କୁ ଝରୀଗାଁ ଅଂଚଳର ଯୁବକ ମାନଙ୍କୁ ଏକତ୍ରିତ କରି ଦଳକୁ ସୁଦୃଢ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି |ଆସନ୍ତା ନିର୍ବାଚନରେ କିପରି ଦଳ ଭଲ ପ୍ରଦ...

ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ନେଚର କ୍ୟାମ୍ପ

Image
ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ  ନେଚର କ୍ୟାମ୍ପ     ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ  ଛାତ୍ରଛାତ୍ରୀମାନଙ୍କର ପ୍ରକୃତି ପରିବେଶ  କୁ ଅତି ନିକଟରୁ ଜାଣିବା ପାଇଁ  ଏକ  ନେଚର କ୍ୟାମ୍ପ  ଅନୁଷ୍ଠିତ ହୋଇଯାଇଛି l  ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨0 ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩0 ଜଣ ଇକୋ କ୍ଲବ ଛାତ୍ରଛାତ୍ରୀ ସେମାନଙ୍କର ଜଣେ ଲେଖାଏଁ ଗାଇଡ୍ ଶିକ୍ଷକ ଙ୍କ ସହ ଯୋଗଦାନ କରିଥିଲେ l  ପ୍ରଥମେ ସେମାନେ ପୁରୁଣା କଟକ ବନାଞ୍ଚଳ ର ବାରାବଣୀ ଗ୍ରାମ ଠାରେ ଏକତ୍ରୀତ ହୋଇ ଯାଜପୁର ସଂରକ୍ଷିତ ଜଙ୍ଗଲ ଭିତରେ ପଶି  ତା ମଧ୍ଯରେ ଥିବା ସମସ୍ତ ଗଚ୍ଛ, ଔଷଧ ବୃକ୍ଷ, ଜୈବ ବିବିଧତା,  ଜୀବ ଜନ୍ତୁ ଓ ସେମାନଙ୍କର  ପାଦ ଚିହ୍ନ  ସବୁ ଅନୁଧ୍ଯାନ କରିବା ସହ ଜଙ୍ଗଲ ପରିସଂସ୍ଥା ବିଷୟ ରେ ଜ୍ଞାନ ଆହରଣ କରିଥିଲେ l ପରିବେଶ ଓ ପ୍ରକୃତି ବିଶାରଦ ଭାବରେ  ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତଥା ବିଶିଷ୍ଟ ପରିବେଶବିତ୍  ଅଧ୍ୟାପକ ଡ. ପ୍ରବୀର କୁମାର ଦାସ  ଏହି ଶିବିର ରେ ଛାତ୍ରଛାତ୍ରୀ ମାନଙ୍କ ସହ ଯାଇ ସେମାନଂକୁ ସବୁ ଗଚ୍ଛ ଚିହ୍ନିବା ସହ ଔଷଧ...

ଝରୀଗାଁ ବ୍ଳକରେ ନୂତନ ବିଡ଼ିଓଙ୍କ କାର୍ଯ୍ୟଭାର ଗ୍ରହଣ |

Image
ଝରୀଗାଁ ବ୍ଳକରେ ନୂତନ ବିଡ଼ିଓଙ୍କ କାର୍ଯ୍ୟଭାର ଗ୍ରହଣ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ତା ୦୭/୦୨-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ   ଯୋଗ ଦେଇଛନ୍ତି  ଜଣେ ମହିଳା ଓଏ ଏସ ଅଧିକାରିଣୀ ଶ୍ରୀମତୀ ପ୍ରିତା କୁମାର |ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ବିଡ଼ିଓ ଭାବେ କାର୍ଯ୍ୟରତ ରହିଥିଲେ |ଝରୀଗାଁ ଏକ ବଡ଼ ବ୍ଲକ ହୋଇଥିବାରୁ ସେ ସମସ୍ତ ଜନ ପ୍ରତିନିଧିଙ୍କ ସହଭାଗିତାରେ କାର୍ଯ୍ୟ କରିବା ସହ ଜନ ସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି |ସେହିପରି ଭାବେ କ୍ଷେତ୍ର ପରିଦର୍ଶନ,୫ -ଟି ବ୍ୟବସ୍ଥାର ଠିକ ପରିଚାଳନା ଏବଂ ସରକାରଙ୍କ ସମସ୍ତ ଯୋଜନା କିପରି ଠିକ ଭାବରେ ହିତାଧିକାରୀଙ୍କ ନିକଟରେ ପହଂଚି ପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି |ବ୍ଲକ ସଦର ମହକୁମାର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଆଜି ନୂତନ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଝରୀଗାଁ ବ୍ଳକ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ। ନବନିଯୁକ୍ତ ବିଡ଼ିଓଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ସାମ୍ବାଦିକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲେ ଜୟଶ୍ରୀ ଦାସ, ତ୍ରିନାଥ ଧରୁଆ, କୁଞ୍ଜ ମାଝୀ, ଗିରି ମାଝୀ, ରାମଦାସ ଭତ୍ରା , ଭୋଦେବ ଗୌଡ଼, ଲକ୍ଷ୍ମୀକାନ୍ତ ପାଣ୍ଡେ ଓ ସବ୍ୟସାଚୀ ଭରତିଆ ପ୍ରମ...

ବୈଦ୍ଧ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କଣ୍ଟାମାଳ ସିଡିପିଓଙ୍କ ଅଧୀନ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ସରକାରୀ ସୁବିଧା ତଦାରଖ କଲେ

Image
ବୈ।ଦ୍ଧ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା  6/02/2024ରିଖ ଦିନ  ଜିଲ୍ଲା ମଙ୍ଗଳ ଅଧିକାରୀ  ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ବୈ।ଦ୍ଧ , ସିଡିପିଓ କଣ୍ଟାମାଳ ପରିଦର୍ଶୀକା ମନମୁଣ୍ଡାଙ୍କ ମିଳିତ  ଭାବେ ପରିଦର୍ଶନ  ରେ ଯାଇ   ବିଭିନ୍ନ  ଅଙ୍ଗନବାଡ଼ି କେନ୍ଦ୍ର  ଯଥା ମନମୁଣ୍ଡା , ସୁବର୍ଣ୍ଣପଲି, ଖଟଖଟିଆ-୧  ଏବଂ ଖଟଖଟିଆ-2 ଅଙ୍ଗନବାଡି କେନ୍ଦ୍ର  ପରିଦର୍ଶନ  କରିଥିଲେ ଅଙ୍ଗନବାଡ଼ି କେନ୍ଦ୍ରରେ କରାଯାଉଥିବା ପ୍ରିସ୍କୁଲ କାର୍ଯ୍ଯକ୍ରମ   ପ୍ରତ୍ୟେକ ଦିନ  ନିୟମ ଅନୁସାରେ କରିବାକୁ   ନିର୍ଦ୍ଦେଶ  ଦେଇ  ଥିଲେ ଗରମ ରନ୍ଧାଖାଦ୍ଯ ଏବଂ ସକାଳ ଜଳଖିଆ ପିଲାମାନଙ୍କୂ  ଠିକ  ସମୟରେ ଠିକ୍ ଭାବରେ  ଦେବାପାଇଁ   ନିର୍ଦ୍ଦେଶ  ଦେଇ  ଥିଲେ MSPYଏବଂTHRହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।SAMଶିଶୁ ମାନଙ୍କ  ଘରକୁ ଯାଇ  ତାଙ୍କ  ପିତାମାତାଙ୍କ  ସହ ଆଲୋଚନା କରି NRCନେବାକୁ ପରାମର୍ଶ  କରିଥିଲେଏହାପରେ ମMa Narayani WSHGଖଟଖଟିଆଏବଂ Bijayalaxmi WSHG ପଥର୍ଲା ଛତୁଆ Unitପରିଦର୍ଶନ କରି ଠିକ  ସମୟରେ THRଏବଂMSPYଅଙ୍ଗନବାଡି କେନ୍ଦ୍ର ରେ ବଣ୍ଟନ  କରିବାକୁ  ନିର୍ଦ୍ଦେଶ  ଦେଇଥିଲେ

ସମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ।

Image
ସମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ।  ଛତ୍ରପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-  ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସେମାନଙ୍କୁ ପେନସନ ପ୍ରଦାନ ଦାବୀରେ ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉର୍ଦ୍ଧେଶ୍ୟରେ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ  ଙ୍କୁ ମଙ୍ଗଳବାର ଛତ୍ରପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ଦାବୀପତ୍ର ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଆଇନ ଲାଗୁ କରିବାକୁ ଦାବୀ ହୋଇଛି । ହରିୟାଣା, ଆସାମ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ସରକାର ସମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ମଧ୍ୟ ସାମ୍ବାଦିକଙ୍କୁ ପେନସନ ଲାଗୁ କରିବା ପାଇଁ ସଂଘ ଦାବୀ ପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ବେଳେ ଓଡିଶା ସାମ୍ବାଦିକ ୟୁନିୟନ ଗଂଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ,ସମ୍ପାଦକ ସଦାଶିବ ପଣ୍ଡା,ରବୀନ୍ଦ୍ର ପଣ୍ଡା, ଏ.ରାଜାରାଓ, ରାଜଗୋପାଳ ପାଢ଼ୀ,ସନ୍ତୋଷ କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା,ସନ୍ତୋଷ କୁମାର ମିଶ୍ର,ଟି. ଶରତ କୁମାର ସୁବୁଦ୍ଧି କେ,ସତ୍ୟନାରାୟଣ ରେଡ୍ଡୀ,କ୍ରିଷ୍ଣା ଚନ୍ଦ୍ର ପ୍ରଧାନ,ଅଜିତ ସ୍ୱାଇଁ ପ୍ରମୂଖ ...

ମୁଖ୍ୟମନ୍ତ୍ରୀ ମକା ମିଶନ ବାର୍ଷିକ ଅଧିବେଶନ ଓ କୃଷକ ସମ୍ମିଳନୀ ଅନୁଷ୍ଠିତ

Image
ମୁଖ୍ୟମନ୍ତ୍ରୀ ମକା ମିଶନ ବାର୍ଷିକ ଅଧିବେଶନ ଓ କୃଷକ ସମ୍ମିଳନୀ ଅନୁଷ୍ଠିତ। ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା ୦୬/୦୨-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଟି -ଫାର୍ମ କମ୍ପାନୀର ଆୟୋଜନରେ ଆଜି କୃଷକ ସମ୍ମିଳନୀ ତଥା କୃଷକ ସଂଘଠନର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟମନ୍ତ୍ରୀ ମକା ମିଶନ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓରମାସ, ବିରଡ଼ି ଘାଟ ଘସିଆଣୀ ମା ଏଫପିଓ ଏବଂ ଚନ୍ଦନଧାରା ଏଫପିଓ ଆଦି ସଂଘଠନ ଉପସ୍ଥିତ ରହି ଉପସ୍ଥିତ ଚାଷୀମାନଙ୍କୁ ମକା ଚାଷ ବିଷୟରେ ବୁଝେଇଥିଲେ |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କେସିସି ଚେୟାରମ୍ୟାନ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ,ଝରିଗାଁ ପଞ୍ଚାୟତ ସମିତି ଅଧକ୍ଷ ଦୁର୍ଗା ପ୍ରସାଦ ମାଝୀ,ଓଆରଏମଏସ କମ୍ପାନୀର ଡେପୁଟି ସିଇଓ ଆଲୋକ ଉମା ମଳିକ, ଟି ଫାର୍ମା କମ୍ପାନୀ ର ସିଏଓ ସ୍ୱାଧୀନ ନାୟକ, ଓଡିଶା ଜୀବିକା ମିଶନ ସଂଯୋଜକ ରମେଶ ଚନ୍ଦ୍ର ତାଡିଙ୍ଗି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ |ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝରୀଗାଁ ଅଂଚଳର ୨୦୦୦ରୁ ଉର୍ଦ୍ଧ ମହିଳା ମକାଚାଷୀ ଙ୍କ ସମେତ ବ୍ଲକର ସମସ୍ତ, ମିଶନ ଶକ୍ତି ମହିଳା, ସୟଂ ସହାୟିକା ମହିଳା, ଏମବିକେ, ସିଆରପି ମାନେ ଯୋଗଦେଇଥିଲେ।  ଅ...

ବଡ଼ନୀ ଗ୍ରାମର ଗ୍ରାମ୍ୟଦେବୀ ମାଁ ଠାକୁରାଣୀଙ୍କ ବାର୍ଷିକ ଦଶହରା ପାଳିତ

Image
ବଡ଼ନୀ ଗ୍ରାମର ଗ୍ରାମ୍ୟଦେବୀ ମାଁ ଠାକୁରାଣୀଙ୍କ ବାର୍ଷିକ ଦଶହରା ପାଳିତ  ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା ୦୫/୦୨- ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମଠାରେ ଆଜି ଗ୍ରାମଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ବାର୍ଷିକ ଦଶହରା ବଡ଼ ଧୁମଧାମରେ ପାଳିତ ହୋଇଯାଇଛି | ମାଁ ଠାକୁରାଣୀ ହେଉଛନ୍ତି ବଡ଼ନୀ ଗ୍ରାମର ଇଷ୍ଟଦେବୀ | ସେ କେଉଁ ଆଦିମ କାଳରୁ ବଡ଼ନୀ ଗ୍ରାମର ହାଟପଦା ପଡିଆରେ ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି |ବଜାର ପଡିଆ ପରିସରରେ ମାଁ ଙ୍କର ଏକ  ମନ୍ଦିର ବିଦ୍ୟମାନ ରହିଛି | ମା ଏକ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଆଖପାଖ ଅଞ୍ଚଳ ରୁ ଭକ୍ତମାନେ ଆସି ମାଁ ଙ୍କ ପାଖରେ ମାନସିକ ରଖି ଅଧିଆ ପଡିଥାନ୍ତି | ପ୍ରତିବର୍ଷ ପୌଷ ମାସରେ ମାଁ ଙ୍କ ଦଶହରା ପଡେ | ଗ୍ରାମବାସୀ ଅତି ଶ୍ରଦ୍ଧାର ସହ ମାଁ ଙ୍କର ଏହି ଦଶହରା ଉତ୍ସବ ଟିକୁ ପାଳନ କରିଥାନ୍ତି |ମା ଙ୍କ ଦଶହରା ରେ ଆଖପାଖ ଗ୍ରାମ ତଥା ପାଲିଆ, ବେଲଝରୀ, ସାନ ରାମସା, ବଡ଼ ରାମସା, ଚାଟିଗୁଡା, ଏକାମ୍ବା, କୁରୁଙ୍ଗାବେଡା, ପୋଲୁଗୁଡା, ଚିଚିବାଇ, ବଣ୍ଡିମାଲ ଆଦି ଗ୍ରାମର ଦେବାଦେବୀଙ୍କ ସହ ଶିରା, ପୂଜାରୀ, ଲାଠି, ପାଲିଙ୍କି, ନରିଆ ଓ ରଇତ ଙ୍କ ସହ ନିମନ୍ତ୍ରିତ ହୋଇ ମାଁ ଙ୍କ ପୀଠକୁ ଆସିଥାନ୍ତି ଓ ମାଙ୍କ ପାର୍ଶ୍ୱରେ ପୂଜା ପାଇଥାନ୍ତି |ପ୍ରତିବର୍ଷ ବଡ ଆଡମ୍ବର ସହକାରେ ପାଳିତ ...

ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପକ୍ଷରୁ ନବମ ବାର୍ଷିକ ଉତ୍ସବ ପାଳନ

Image
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ):- ରାଜ୍ୟର କୋଣ ଅନୁକୋଣରେ ବହୁଳ ସଂଖ୍ୟାରେ ପ୍ରସାରଣ ହେଉଥିବା ସାପ୍ତାହିକ ଓଡ଼ିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ର ନବମ ବାର୍ଷିକ ଉତ୍ସବ ଗତ ସପ୍ତାହରେ ଅର୍ଥାତ୍ ଜାନୁଆରୀ ମାସ ୩୦ତାରିଖ ମଙ୍ଗଳବାର ଦିନ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ଖବରକାଗଜ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ଳକ ଏବଂ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ସମ୍ମାନ -୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ ଉତ୍ସବରେ ଖବରକାଗଜ ସମ୍ପାଦକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଖବରକାଗଜର ମୂଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ମହାପାତ୍ର ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଖବରକାଗଜ କାର୍ଯ୍ୟ ନିର୍ବାହ ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲା ଠାରୁ କେଉଁଝର ଏବଂ ମାଲକାନଗିରି ଜିଲ୍ଲାରୁ ମୟୁରଭଞ୍ଜ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଠାରୁ ଗଞ୍ଜାମ ନୟାଗଡ ପୁରୀ କଟକ ଭଦ୍ରକ ଯାଜପୁର ଝାରସୁଗୁଡ଼ା ଆଦି ଜିଲ୍ଲା ଗୁଡ଼ିକରେ କାର୍ଯ୍ୟ କରୁଥିବା ୩୦ଜଣ ସାମ୍ବାଦିକ ବର୍ଷର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ -୨୦୨୩ ସମ୍ମାନ ଗ୍ରହଣ କରିଥିଲେ। ତତ୍ ସହିତ ଖବରକାଗଜ ପରିଚାଳନ...

ଯାଜପୁର ନୂତନ ଜିଲ୍ଳାପାଳଙ୍କ ଯୋଗଦାନ

Image
ଯାଜପୁର ନୂତନ ଜିଲ୍ଳାପାଳଙ୍କ ଯୋଗଦାନ  ଯାଜପୁର;୦୧/୦୨(ବ୍ରାହ୍ମ ମୁହୂର୍ତ୍ତ): ୩୧ ଜାନୁଆରୀ ଅପରାହ୍ନରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ  ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି  ଲିଃ.  ଓ ସଚିବ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଡଃ ଶୁଭଙ୍କର ମହାପାତ୍ର, ଭା.ପ୍ର.ସେ., ଯାଜପୁରରେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଯୋଗଦାନ  କରିଚ୍ଥନ୍ତି । ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ସହ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଶୁଭେନ୍ଦ୍ର କୁମାର ସମାଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିଥିଲେ ।