Posts

Showing posts from March, 2024

ଅଟୋ ସହ ଧକ୍କା ହୋଇ ୩ ବାଇକ ଆରୋହୀ ଗୁରୁତର |

Image
ଅଟୋ ସହ ଧକ୍କା ହୋଇ ୩ ବାଇକ ଆରୋହୀ ଗୁରୁତର | ଝରୀଗାଁ ତା ୩୧/୦୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-ଅଟୋ ସହିତ ବାଇକ୍ ଧକ୍କା ହେବା ଫଳରେ ୩ଜଣ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି |୩ଜଣଙ୍କ ମଧ୍ୟରେ ୨ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି |ମିଳିଥିବା ସୂଚନା ପ୍ରକାରେ, ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ସଦର ମହକୁମାର ଚୈତନ୍ୟ କଳାର (୩୫),ପିତ ଭତରା (୩୦) ଓ ଳୟ ଭତରା (୨୫) କୌଣସି ଏକ କାମରେ ଉମରକୋଟ କୁ ଯାଇ ଫେରୁଥିବା ସମୟରେ କରମରୀ ଛକ ନିକଟରେ ଏକ ଅଟୋକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଲିଛି |ଉକ୍ତ ଦୁର୍ଘଟଣାରେ ଦୁଇଜଣଙ୍କ ଗୋଡ଼ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି |ଖବର ପାଇବା ପରେ ଉମରକୋଟ ୧୦୮ଆମ୍ବୁଲାନ୍ସ ଓ ଝରୀଗାଁ ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଂଚି ୩ଜଣ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଛନ୍ତି |ଘଟଣା ସ୍ଥଳରେ ଝରୀଗାଁ ପୋଲିସ ମଧ୍ୟ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

ଭୋଟ ଆସିଲେ ମନେ ପଡେ ନେତା ମନ୍ତ୍ରୀଙ୍କର ଗାଁ ବିକାଶ କଥା ।

Image
ଭୋଟ ଆସିଲେ ମନେ ପଡେ ନେତା ମନ୍ତ୍ରୀଙ୍କର ଗାଁ ବିକାଶ କଥା  । ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବlଣୁଆ ଗୁଡା ପଂଚାୟତ ଅନ୍ତର୍ଗତ କୁହୁରାକୋଟ  ଏକ ବଡ଼ ଗାଁ  l ଏପଟେ ବିକାଶ କଥା କହୁଥିବା ସରକାର 200 ବର୍ଷ ପୁରୁଣା ଗାଁର ଭୋଟର ମାନେ ଚେତେଇ ଦେଇଛନ୍ତି l  ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ବାରମ୍ବାର ପ୍ରଶାସନ,ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ପାଖରେ ଗୁହାରି କଲା ପରେ ମଧ୍ୟ ରାଜସ୍ବ ମାନ୍ୟତା ନୋହିଲା ଶେଷରେ ଗାଁ କୁ ରାଜସ୍ବ ମାନ୍ୟତା ପାଇଁ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ନେଇଛନ୍ତି ଚରମ ନିଷ୍ପତ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆ ଗୁଡ଼ା ପଞ୍ଚାୟତର  କୁହୁରାକୋଟ ଗାଁର ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଗାଁକୁ ରାଜସ୍ବ ଗାଁ ମାନ୍ୟତା ପାଇଁ ଦାବୀ କରୁଛନ୍ତି କିନ୍ତୁ କେବଳ ପ୍ରତିଶୃତି ମିଳୁଥିବା ବେଳେ ମିଳି ପାରୁନାହିଁ ଗାଁ କୁ ରାଜସ୍ୱ ଗାଁ ର ମାନ୍ୟତା ଯାହାଫଳରେ ଗ୍ରାମବାସୀ କ୍ଷୁବ୍ଧ ହେବା ସହ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ ପାଇଁ ନେଇଛନ୍ତି ଚରମ ନିଷ୍ପତି। ଆଜି ଗାଁ ର ସମସ୍ତ ଗ୍ରାମବାସୀ ଉଭୟ ପୁରୁଷ,  ମହିଳା ଏକତ୍ରିତ ହୋଇ ପ୍ରତିବାଦ କରିବା ସହ ପ୍ରଶାସନ, ଲୋକପ୍ରତିନିଧିଙ୍କ ବିରୋଧ ରେ ନାରାବାଜି କରିଛନ୍ତି। କୁହୁରାକୋଟ ଗ୍ରାମ ବଣୁଆ ଗୁଡ଼ା ପଞ୍ଚାୟତ ର ଏକ ବଡ ଗାଁ...

ଝରୀଗାଁ ସିଆରପିଏଫ ୧୨ବାଟାଲିୟନ ର ଜନ ସମ୍ପର୍କ ଶିବିର |

Image
ଝରୀଗାଁ ସିଆରପିଏଫ ୧୨ବାଟାଲିୟନ ର ଜନ ସମ୍ପର୍କ ଶିବିର | ଝରୀଗାଁ ତା ୨୯/୦୩-(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ଅନ୍ତର୍ଗତ ସୋରିଷଭଟ୍ଟା ଗ୍ରାମର ଖେଳ ପଡିଆ ଠାରେ  ସିଆରପିଏଫ ୧୨ବାଟାଲିୟନ ର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ଶିବିରରେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୌରଭ ଜିତ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଲେ ୱାର୍ଡ ସଭ୍ୟା ମାଳତି ଗୌଡ଼,ୱାର୍ଡ ସଭ୍ୟା ରଜକ ମାଝୀ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ରହିଥିଲେ |ଝରୀଗାଁ ସିଆରପିଏଫ ୧୨ବାଟାଲିୟନ କମାନଡେଣ୍ଟ ଏନ କେ କେ ପ୍ରସାଦଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭି ଶ୍ରୀନିବାସ ରାଓ ଆସିଷ୍ଟାଣ୍ଡ କମାନଡେଣ୍ଟ କାର୍ଯ୍ୟକ୍ରମର ସୁପରିଚାଳନା ର ମୁଖ୍ୟ ଦାୟିତ୍ୱ ତୁଲେଇ ଥିଲେ |ଝରୀଗାଁ ବ୍ଲକରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |ଝରୀଗାଁ ସିଆରପିଏଫ ୧୨ବାଟାଲିୟନ ତରଫରୁ ଉପସ୍ଥିତ ଜନସାଧାରଣ ମାନଙ୍କୁ ବିଭିନ୍ନ ଗୃହପୋଯୋଗୀ ଉପକରଣ ସବୁ ବଣ୍ଟନ କରାଯିବା ସହିତ ଯୁବପିଢ଼ି ମାନଙ୍କୁ କ୍ରିକେଟ, ଫୁଟବଳ, ବେଡ଼ ମିଣ୍ଟନ, ଭଲିବଲ ଆଦି ଖେଳ ସାମଗ୍ରୀ ସବୁ ବଣ୍ଟନ କରାଯାଇଥିଲା |

ସମସ୍ୟା ବହୁଳ ଝାରସୁଗୁଡ଼ା ଜିଲ୍ଲାବାସୀ ସାଧାରଣ ନିର୍ବାଚନ ପାଇଁ ସଜବାଜ।

ସମସ୍ୟା ବହୁଳ ଝାରସୁଗୁଡ଼ା ଜିଲ୍ଲାବାସୀ ସାଧାରଣ ନିର୍ବାଚନ ପାଇଁ ସଜବାଜ। ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟ ରାଜନୀତିରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ଵପୂର୍ଣ ଆସନ ଖଣି ଖାଦାନ ଓ ଶିଳ୍ପ କାରଖାନା ଯୋଗୁଁ ନିଜର ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପନଗରି ଝାରସୁଗୁଡ଼ା ଜିଲ୍ଲା ରେ ସରକାରୀ ଯୋଜନା ବାଟ ବଣା ହୋଇ  ଦୁର୍ନୀତି ର ପାହାଡ଼ ରହିଛି ସହର ଭିତରେ  । ଝାରସୁଗୁଡ଼ା ସହରର ଦେବାଡ଼ିହି ଅଂଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପୌରଞ୍ଚଳରେ ଅନେକ ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର, ବିଭିନ୍ନ ସମୟରେ ବିରୋଧ ଅଭିଯୋଗ କରୁଛନ୍ତି । ଫଳକ ଲାଗିଛି, ବିଲ୍ ବି ପାସ୍ ହୋଇଛି, କିନ୍ତୁ ରାସ୍ତା ଗାଏବ୍ ହେବା ଘଟଣା, ନିକଟରେ ରେ ପ୍ରକାଶ ପାଇଥିଲା  ଝାରସୁଗୁଡ଼ା ର ନୂତନ ବସ ଟର୍ମିନାଲ  ପରିଚାଳନାକାରୀ ସଂସ୍ଥା ଆର୍ଯ୍ୟଭଟ୍ଟ  କମ୍ପୁଟର୍ସ ଦୋକାନୀଙ୍କ ଠାରୁ ବେଆଇନ ଭାବେ ସିକ୍ୟୁରିଟୀ ଅର୍ଥ ଆଦାୟ କରିବାର ଅଭିଯୋଗ ରହିଛି । ସ୍ଵର୍ଗତ ନବ କିଶୋର ଦାସ ଝାରସୁଗୁଡା ଜିଲ୍ଲାକୁ ହେଲଥ ହବ ରେ ପରିଣତ କରିବାର ସ୍ୱପ୍ନ ଦେଖୁଥିଲେ । ସ୍ୱର୍ଗତ ଶ୍ରୀ ଦାସଙ୍କ କାର୍ଯ୍ୟକାଳ ସମୟରେ ଅନେକ ପ୍ରକଳ୍ପର ଶୁଭରମ୍ଭ ଦେଇ, କାର୍ଯ୍ୟର ଅଗ୍ରଗତି ମଧ୍ୟ ହୋଇଥିଲା । ଶ୍ରୀ ଦାସଙ୍କ ଅବର୍ତ୍ତମାନରେ ଅନେକ ପ୍ରକଳ୍ପ ଅଧାରେ ପଡି ରହିଛି ଓ ଅନେକ ସମସ୍ୟା ଦେଇ ନିର୍ବାଚନ...

ଡିଗିରୀପଡିଆ ଗ୍ରାମରେ ନବ କୁଣ୍ଡୀଅ ଗାୟତ୍ରୀ ମହାଯଜ୍ଞ

Image
ଡିଗିରୀପଡିଆ ଗ୍ରାମରେ ନବ କୁଣ୍ଡୀଅ ଗାୟତ୍ରୀ ମହାଯଜ୍ଞ  ଯାଜପୁର/ ଧର୍ମଶାଳା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଯଜ୍ଞ କରିବାର ମୂଳ ଉଦେଶ୍ୟ ସମାଜରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା। ଯଜ୍ଞ ମାଧ୍ୟମରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭକ୍ତିଭାବର ଆବେଗ ବୃଦ୍ଧି କରିବା । ଯଜ୍ଞ ଦ୍ଵାରା ସମାଜର ଅନେକ କଲ୍ୟାଣ ହୋଇଥାଏ ବୋଲି ଗୁରୁ ମତ ପ୍ରକାଶ କରନ୍ତି। ଗାୟତ୍ରୀ ପରିବାରର ସଦସ୍ୟ  ରଙ୍ଗଲତା ସାହୁଙ୍କ ସୂଚନା ଅନୁସାରେ ' ଅଖିଳ ବିଶ୍ୱ ଗାୟତ୍ରୀ ' ପରିବାର ତରଫରୁ ଗୃହେ ଗୃହେ ଯଜ୍ଞ ଏବଂ ବିଚାର କ୍ରାନ୍ତି ଅଭିଯାନ ଅଧିକ ରୁ ଅଧିକ ଗତିଶୀଳ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ନବ କୁଣ୍ଡୀଅ ଓ ପଞ୍ଚ କୁଣ୍ଡୀଅ ଗାୟତ୍ରୀ ଯଜ୍ଞ ଗୁରୁଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ କରାଯାଉଅଛି। ଏହି କ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡ଼ କାଏମା ଅନ୍ତର୍ଗତ କାଏମା (ଡିଗିରି ପଡିଆ) ଗ୍ରାମର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ବନ୍ଦନୀୟା ମାତାଜୀଙ୍କ ଜନ୍ମଶତାବ୍ଦୀ ବର୍ଷ ଉପଲକ୍ଷେ ନବ କୁଣ୍ଡୀଅ ଗାୟତ୍ରୀ ମହାଯଜ୍ଞ ତା ୨୪/୦୩/୨୦୨୪ ରିଖରେ ଆରମ୍ଭ ହୋଇ ତା ୨୫/୦୩/୨୦୨୪ ରିଖରେ ଶେଷ ହୋଇଥିବାର କାର୍ଯ୍ୟକ୍ରମ ରହିଥିଲା।ପ୍ରଥମ ଦିନ କଳସ ଯାତ୍ରା ଓ ସନ୍ଧ୍ୟାରେ ଦୀପମହଯଜ୍ଞ, ପ୍ରବଚନ, ଯୁଗସଙ୍ଗୀତ ଆଦି କାର୍ଯ୍ୟକ୍ରମ ଥିବାବେଳେ ପର ଦିନ ଯଜ୍ଞର ଶେଷ ପର୍ଯୟ ପୁର୍ଣହୁତି ହୋଇ ସମାପନ କରାଯିବ। ଏହି ମହାଯଜ୍ଞର କଳସଯାତ୍ର...

ପିପିଟି ୪ର୍ଥ ବାର୍ଷିକୋତ୍ସବରେ କବିତା ପାଠୋତ୍ସବ ଓ ପିପିଟି ସମ୍ମାନ ପ୍ରଦାନ।

Image
ପିପିଟି ୪ର୍ଥ ବାର୍ଷିକୋତ୍ସବରେ କବିତା ପାଠୋତ୍ସବ ଓ ପିପିଟି ସମ୍ମାନ ପ୍ରଦାନ। ବ୍ରହ୍ମପୁର,୨୫/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ର ୪ର୍ଥ ବାର୍ଷିକୋତ୍ସବ ରବିବାର ଦିନ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।କବିତା ପାଠୋତ୍ସବ ର ଅତିଥି ଭାବରେ ଡ.ସଞ୍ଜୟ କୁମାର ପଣ୍ଡା,ଓଡ଼ିଆ ବିଭାଗ ମୁଖ୍ଯ, ଚିକିଟି ମହାବିଦ୍ୟାଳୟ,ଡ.ଲକ୍ଷ୍ମୀ ନାରାୟଣ ଦାଶ,ସଂପାଦକ, ତ୍ରିଧାରା ସାହିତ୍ୟ ସଂସଦ ଅତିଥି ଭାବରେ ଯୋଗ ଯୋଗ ଦେଇଥିବା ବେଳେ ଡ.ସୋନାଲୀ ସାହୁ,ଇଂରାଜୀ ଅଧ୍ଯାପିକା,ଜ୍ଞାନ ବିକାଶ ଓ ଜୋତ୍ସନା କୁମାରୀ ପ୍ରଧାନ, ଓଡ଼ିଆ ଅଧ୍ୟାପିକା, ଗୋପାଳକୃଷ୍ଣ ମହାବିଦ୍ୟାଳୟ ସୁବଳୟା ସଂଯୋଜିକା ଭାବରେ କବିତା ପାଠୋତ୍ସବ ପରିଚାଳନା କରିଥିଲେ। ବିଘ୍ନେଶ୍ୱର ସାହୁ, ଉପ ସଭାପତି, ପିପିଟି ସଭା ପରିଚାଳନା କରିଥିଲେ। ୩୦ ଜଣ କବି ଓ କବିୟତ୍ରୀ କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ବାର୍ଷିକୋତ୍ସବରେ ଦେବସ୍ମିତା ମହାନ୍ତି ସଭାପତିତ୍ବ କରିଥିବାବେଳେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁରେନ୍ଦ୍ରନାଥ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଓଡିଆ ଅଧ୍ଯାପକ ଡ.ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ପିପିଟି ଉପସଭାପତି ବିଘ୍ନେଶ୍ୱର ସାହୁ ସଭା କାର୍ଯ୍ଯ ପରିଚାଳନା କ...

ନବରଙ୍ଗପୁର ସାଂସଦ ପ୍ରତିନିଧିଙ୍କ ପାଇଁ ଜୋର ଧରିଛି ରାଜନୀତି, ଆଦିବାସୀ ମେଳିରେ ସ୍ଥାନୀୟ ଲୋକେ

Image
ନବରଙ୍ଗପୁର  ସାଂସଦ ପ୍ରତିନିଧିଙ୍କ ପାଇଁ ଜୋର ଧରିଛି ରାଜନୀତି, ଆଦିବାସୀ ମେଳିରେ ସ୍ଥାନୀୟ ଲୋକେ   ଝରୀଗାଁ/ନବରଙ୍ଗପୁର ତା ୨୨/୦୩-(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ କଟକଣା ଜାରି କରିଥିବା ବେଳେ ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ସଂସଦୀୟ କ୍ଷେତ୍ର ନବରଙ୍ଗପୁର ଠାରେ ଆଦିବାସୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସାଂସଦ ବିଧାୟକ ବିରୋଧରେ ଆନ୍ଦୋଳନ। ମିଳିଥିବା ସୂଚନା ଅନୁସାରେ ଆଦିବାସୀ ମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଅଟ୍ରୋସିଟି ନିୟମ କୁ କଡାକଡି ପାଳନ ଏବଂ ଆଦିବାସୀ ମାନଙ୍କ ଉନ୍ନୟନ କାର୍ଯ୍ୟ ରେ ଅଜାଣତ ରେ ରଖିବା ନେଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ଏବଂ ଦକ୍ଷିଣ ଓଡିଶା ଆଦିବାସୀ ସଂଘ ପକ୍ଷ ରୁ ଏକ ବିରାଟ ରାଲି କାର୍ଯ୍ୟକ୍ରମ କରାଯାଇଛି ।ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ  ଆହ୍ୱାନ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଜନଜାତି ମଞ୍ଚ ସଭାପତି ଘନ ମାଝୀଙ୍କ ନେତୃତ୍ୱରେ ଝରୀଗାଁ ବ୍ଲକର ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଝରୀଗାଁ ଇଲେକ୍ଟ୍ରିକ ଅଫିସ ସମ୍ମୁଖରୁ ବାହାରି ପ୍ରଥମେ ଝରୀଗାଁ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଝରୀଗାଁ ବିଡିଓ ପ୍ରିତା କୁମାର ଙ୍କୁ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ଦେବା ପରେ ଝରିଗାଁ ଥାନାରେ ପହଂଚି ଥାନା ଅଧିକାରୀଙ୍କୁ ...

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ସ୍ଥାନୀୟ ବିଡ଼ିଓ ଓ ଥାନା ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

Image
ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ସ୍ଥାନୀୟ ବିଡ଼ିଓ ଓ ଥାନା ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ | ଝରୀଗାଁ ତା ୨୨/୦୩(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚର ସଭାପତି ଗୋପୀନାଥ ମାଝୀଙ୍କ ଆହ୍ୱାନ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଜନଜାତି ମଞ୍ଚ ସଭାପତି ଘନ ମାଝୀଙ୍କ ନେତୃତ୍ୱରେ ଝରୀଗାଁ ବ୍ଲକର ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଝରୀଗାଁ ଇଲେକ୍ଟ୍ରିକ ଅଫିସ ସମ୍ମୁଖରୁ ଏକ ବିଶାଳ ରାଲିରେ ବାହାରି ପ୍ରଥମେ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପରେ ଝରୀଗାଁ ବସଷ୍ଟାଣ୍ଡ ଠାରେ ଏକ ବୈଠକ କରି ରାଲି ବିଷୟରେ ଆଲୋଚନା କରିଥିଲେ |ପରେ ଥାନାରେ ପହଂଚି ଥାନା ଅଧିକାରୀ ଶ୍ରୀ ତପନ କୁମାର ପତିଙ୍କୁ ମହା ମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି କି,୧୯୮୯ମସିହାରେ ଆଦିବାସୀ ମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଅତ୍ୟାଚାର ନିବାରଣ ନିମନ୍ତେ ଏକ ଆଇନର ପ୍ରଣୟନ କରାଯାଇଛି |କିନ୍ତୁ ଓଡିଶା ରାଜ୍ୟ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ଥାନା ଅଂଚଳରେ ଉକ୍ତ ଆଇନ ଲାଗୁ କରାଯାଉନାହିଁ |ଯଦ୍ୱାରା ଝରୀଗାଁ ଅଂଚଳରେ ବସବାସ କରୁଥିବା ଆଦିବାସୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି |ଦ୍ଵିତୀୟତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମାଜର ସାମୁହିକ ବିକାଶ ପାଇଁ ଅନେକ ଯ...

ଭଦ୍ର ମୁଖା ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ

Image
*ଏ ଭଦ୍ର ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର। ଏହି ଭଦ୍ର ମୁଖା ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବାବୁ ନ୍ୟାସନାଲ ପେନସନ୍ ସିଷ୍ଟମର୍ ୨୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ପାଇଁ ଥିବା ଟଙ୍କାକୁ ଚଳୁ କରି ସେୟାର ମାର୍କେଟରେ ବିନିଯୋଗ କରିଛନ୍ତି। କିନ୍ତୁ ସେ ନିଜକୁ ସବୁବେଳେ ସଚ୍ଚୋଟ ବୋଲି ଦାବି କରିଆସୁଛନ୍ତି। ବୁଗୁଡ଼ା ବିଇଓ ଥିବା ସମୟରେ ୨୦୨୦ ମସିହାରେ ସାମ୍ବାଦିକ ମାନେ ତଥ୍ୟ ମାଗିବାରୁ ୫୦ ହଜାର ଟଙ୍କା ବଟି ମାଗିଥିବା ଅଭିଯୋଗ କଲେ। ବାବୁଙ୍କ କେସକୁ ତର୍ଜମା ନକରି ତିନିଜଣ ସାମ୍ବାଦିକଙ୍କୁ ଗିରଫ କଲା ଗଞ୍ଜାମ ପୁଲିସ। ଦାରିଙ୍ଗବାଡ଼ିରେ ଥିବା ସମୟରେ ବି ସେ ସାମ୍ବାଦିକଙ୍କୁ ସମାନ ଧମକ ଦେଉଥିଲେ। ହେଲେ ସତ ଲୁଚି ରହେନା। ଆଜି ବାବୁ ଜେଲର ଚାରିକାନ୍ଥ ଭିତରେ। ଏମିତି ଅଧିକାରୀଙ୍କୁ ବହିସ୍କାର କରିବା ସହ ଦଣ୍ଡିତ ବ୍ୟବସ୍ଥା କରିବା ଆବଶ୍ୟକତା ରହିଛି।*

ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଦ୍ୱାରା କରାଯାଉଥିବା ସହଯୋଗ କୁ ଦେଖି ପ୍ରଶଂସା

Image
ଠାକୁରମୁଣ୍ଡା/ମୟୁରଭଞ୍ଜ ତା ୨୧-୦୩-୨୦୨୪ ରିଖ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ସିଡିପିଓ, ଏବଂ ଓଡିଶା ଖଣିଜ ବିରିଙ୍ଗ୍ ଏରିଆ ଡେଭଲପମେଣ୍ଟ କର୍ପୋରେସନ୍ (OMBADC) ଦଳ ଠାକୁରମୁଣ୍ଡା ବ୍ଲକ ରେ  ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର  ଏବଂ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ର ମିଳିତ ସହଭାଗିତାରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଗରମ ରନ୍ଧା ଖାଦ୍ୟ ର ପ୍ରସ୍ତୁତି, ପ୍ରାଥମିକ ଶିଶୁ ଶିକ୍ଷା କାର୍ଯ୍ୟକଳାପ, ଅଙ୍ଗନୱାଡି କେନ୍ଦ୍ର ରେ ମୋ ଉପକାରୀ ବଗିଚା ଏବଂ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଦ୍ୱାରା ବିକଶିତ ମଡେଲ୍ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଦ୍ୱାରା କରାଯାଉଥିବା ସହଯୋଗ କୁ  ଦେଖି ସେମାନେ ପ୍ରଶଂସା କରିଥିଲେ |

ଚାଷ କରି ଫସିଗଲେ ଚାଷୀ

Image
ଚାଷ କରି ଫସିଗଲେ ଚାଷୀ ଝରୀଗାଁ 21/03/24 (ବ୍ରାହ୍ମ ମୁହୂର୍ତ୍ତ)ସାମାନ୍ୟ ବିଦ୍ୟୁତ ଟିକକ ସଂଯୋଗ କରିଦେଇଥିଲେ ଲକ୍ଷାଧିକ ଟଙ୍କାର  କ୍ଷତି ସହିବାରୁ ବର୍ତ୍ତିଯାଇଥାନ୍ତେ ଚାଷୀ। ତେବେ ବର୍ତ୍ତମାନ ପାଣି ଅଭାବରୁ ଲକ୍ଷାଧିଜ ଟଙ୍କା କ୍ଷତି ସହୁଛନ୍ତି ଏହି ଚାଷୀ, ଉଠାଜଳ ସେଚନ ସହାୟତାରେ ଅଧିକ ଫସଲ ଅମଳ ଆଶା କରି ପରିଶେଷରେ  ନିରାଶା ହେବାକୁ ପଡିଲା, ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ଗାଁ ର ଚାଷୀ।  କୋଡିଏ ଏକର ଜମିରେ କରାଯାଇଥିବା ପନିପରିବା ଏବେ ପାଣି ନଥିବା ହେତୁ ମାଟି ଫାଟି ଆଁ କରିବା ସହିତ ଫସଲ ମଧ୍ୟ ନଷ୍ଟହୋଇଯାଇଛି, ଚାଷୀଙ୍କୁ ଆଶା ଦେଖାଇ ଧୋକା ଦେଇଥିବା କହିଛନ୍ତି ସ୍ଥାନୀୟ ଚାଷୀ। ତା ଛଡା ନବରଙ୍ଗପୁର ଜିଲ୍ଲା ରେ ଜମିକୁ ଉଠା ଜଳ ସେଚନ ର ଶୁଭାରମ୍ଭ ସ୍ଥାନୀୟ ବିଧାୟକ, ସାଂସଦ, ରାଜ୍ୟ ଉଠାଜଳସେଚନ ପରିଷଦ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ ଏବଂ ଜିଲ୍ଲାପାଳ କମଳଲୋଚନ ମିଶ୍ର ଙ୍କ ଉପସ୍ଥିତିରେ ଏହି ଗୁରୁସିଙ୍ଗା ଗ୍ରାମରୁ ହିଁ ଶୁଭ ଦେଇ ଅନୁକୂଳ କରାଯାଇଥିଲା କିନ୍ତୁ ଏଠାକାର ଚାଷୀଙ୍କୁ ଅଣଦେଖା କରିବା କଥାକୁ ନେଇ ଦୃଢ଼ନିନ୍ଦା କରିଛନ୍ତି ସ୍ଥାନୀୟ ଚାଷୀ,ବାରମ୍ବାର ଏମାନଙ୍କ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ସାଂସଦ ବିଧାୟକ ସମସ୍ତଙ୍କୁ ଜଣେଇବା ପରେ ମଧ୍ୟ କେହି ଏମାନଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଏବଂ ଅଣଦେଖା କରୁଥିବା କହିଛନ୍ତି , ସରକାର...

ସାନ ବରଗାଁ ଲିଙ୍ଗରାଜ ହାଇସ୍କୁଲ ରୁ ଚୋରି, ଥାନାରେ ଏତଲା

Image
ସାନ ବରଗାଁ ଲିଙ୍ଗରାଜ ହାଇସ୍କୁଲ ରୁ ଚୋରି, ଥାନାରେ ଏତଲା ସନ୍ତୋଷକୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା ୧୯.୩.୨୪(ବ୍ରାହ୍ମ ମୁହୂର୍ତ୍ତ) ପୋଲସରା ବ୍ଲକ ନିମିନା ପଂଚାୟତ ଅଧୀନ ସାନ ବରଗାଁ  ସ୍ଥିତ ଲିଙ୍ଗରାଜ ହାଇସ୍କୁଲ ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି |ଏନେଇ ପୋଲସରା ଥାନାରେ ଶିକ୍ଷକ ମାନେ ଲିଖିତ  ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁସାରେ ସୂଚନା ଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ତିନିଜଣ ଯୁବକ ପୂର୍ବ ପ୍ରସ୍ତୁତି ବ୍ଲୁପ୍ରିଣ୍ଟ ଅନୁସାରେ   ବିଦ୍ୟାଳୟ ପରିସରରେ ପହଂଚି ପ୍ରଥମେ ବିଦ୍ୟାଳୟ ରେ ଲାଗିଥିବା ସି ସି ଟିଭି ର ୱାଇର(ତାର) କାଟି ଥିଲେ ତାପରେ ବିଦ୍ୟାଳୟ ର ଉପର ମହଲା କୁ ଯିବାଲାଗି ସିଡିରେ ଲାଗିଥିବା ଗ୍ରିଲ କାଟି କମ୍ପୁଟର ରୁମ ରୁ ବହୁ ସରଞ୍ଜାମ ଲୁଟିନେଇଛନ୍ତି |ଏଥି ସହ ଗୋଟିଏ ସି ସି ଟିଭି କୁ ଭାଙ୍ଗିବା ସହ ବିଜ୍ଞାନ ପରୀକ୍ଷାଗାର ର କବାଟ ର କାଚ ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି |ପୋଲିସ ଅଭିଯୋଗ ପାଇବା ପରେ ବିଦ୍ୟାଳୟ ରେ ପହଂଚି ତଦନ୍ତ କରିବା ସହ  ସି ସି ଟିଭି ଫୁଟେଜ ସଂଗ୍ରହ କରିନେଇଛି |ଲୁଟେରା ମାନେ ହେଲମେଟ ପିନ୍ଧି ମୁହଁ ରେ ରୁମାଲ ପିନ୍ଧି ତିନିଜଣ ଏହି କାଣ୍ଡ ଘଟାଇଥିବା ସି ସି ଟିଭି ଫୁଟେଜ ରୁ ଜଣାପଡିଛି |ପୋଲିସ ତଦନ୍ତ ଚଳାଇଛି। ଆପଣଙ୍କ ଅଞ୍ଚଳର ଟିକିନିଖି ଖବର ପ୍ରସାରଣ ଲାଗି ଆମ ପ୍ରତିନିଧିଙ୍କୁ ଯୋଗାଯୋଗ କରନ୍...

ଧାନ ବିକ୍ରି ପାଇଁ ପଞ୍ଜିକରଣ ସମୟରେ କରେଣ୍ଟ (ଇଲେକ୍ଟ୍ରି) ବିଲ କୁ ବାଧ୍ୟ କରାଯିବ ନାହିଁ।

Image
ଧାନ ବିକ୍ରି ପାଇଁ ପଞ୍ଜିକରଣ ସମୟରେ କରେଣ୍ଟ (ଇଲେକ୍ଟ୍ରି) ବିଲ କୁ ବାଧ୍ୟ କରାଯିବ ନାହିଁ।  ଭଟଲି/ବରଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଧାନ ବିକ୍ରି ପାଇଁ ପଞ୍ଜିକରଣ ସମୟରେ କରେଣ୍ଟ (ଇଲେକ୍ଟ୍ରି) ବିଲ କୁ ବାଧ୍ୟ କରାଯିବ ନାହିଁ। ବରଗଡ଼ ଜିଲ୍ଲା  ଭଟଲି ବ୍ଲକ ଅନ୍ତର୍ଗତ ଉର୍ଦ୍ଦୁନା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଚାଷୀମାନଙ୍କ ଦ୍ବିତୀୟ ଦିନ ର ଆନ୍ଦୋଳନ ଧାରଣା ପରେ ସମବାୟ କତୃପକ୍ଷ ଏବଂ ଧାନ ବିକ୍ରି ଦାୟିତ୍ୱ ରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କେବଳ ଉପଭୋକ୍ତା ନମ୍ବର ଦେଲେ  ଧାନ ବିକ୍ରି ପାଇଁ ପଞ୍ଜିକରଣ କରାଯିବ ବୋଲି କହିଥିଲେ।     ଏହାକୁ ନେଇ ଉର୍ଦ୍ଦୁନା ସୋସାଇଟି ର ବିଭିନ୍ନ ଗାଁର ଶତାଧିକ ଚାଷୀ କାର୍ଯ୍ୟାଳୟ କୁ ଘେରି ଧାରଣାରେ ବସିଥିଲେ। କିଛି ସମୟ ପରେ ପେସ୍କ କର୍ମଚାରୀ  ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ସହ ଆଲୋଚନା ହେବା ପରେ ସେମାନେ ଚାଷୀମାନଙ୍କ ଦାବି କୁ ମାନି ନେଇଥିଲେ । ସରକାର ଧାନ ବିକ୍ରି ବ୍ଯବସ୍ଥାକୁ  ଏତେ ଜଟିଳ ଏବଂ କେନ୍ଦ୍ରୀକରଣ କରିଦେଇଛନ୍ତି ଯେ ଚାଷୀମାନେ ଅଫିସ ଦୌଡ଼ି ହଇରାଣ ହରକତ କରୁଛନ୍ତି। ଗୋଟିଏ ପେଟେ ଟାଟା କଂପାନି ର  ଅଘୋଷିତ ବିଜୁଳି କାଟ  ରେ ଚାଷୀମାନଙ୍କ ଚିନ୍ତା ବଢିଯାଉଥିବା ବେଳେ ଲୋ ଭୋଲ୍ଟେଜ୍ ପାୱାର କଟ ଯୋଗୁଁ ଚାଷୀ ର କିଆରୀ ଶୁଖିଯାଇ  ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବାକୁ...

୫୦ ଯୋଡି ବରିଷ୍ଠ ନାଗରିକ ଦମ୍ପତିଙ୍କ ପୁନର୍ବିବାହ

Image
ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ବିଶ୍ଵ ଦରବାରରେ କେତେବେଳେ କେଉଁଠାରେ କିଭଳି ସବୁ ନୂଆ ନୂଆ ଘଟଣା ଘଟି ଚାଲିଛି ତାହା ଗଣମାଧ୍ୟମ ଦ୍ବାରା ଯେତେବେଳେ ସର୍ବସାଧାରଣରେ ପ୍ରକାଶ ହେଉଛି ସେତେବେଳେ ବିଭିନ୍ନ ମହଲରେ ନାନା ପ୍ରଶଂସା ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ମିଳିଥିବା ସୂଚନା ଅନୁସାରେ  ଏମିତି ଏକ ନିଆରା ବିବାହ  ଘଟିଛି ଝାରସୁଗୁଡା ରେ ଯେଉଁଠି ଜଣେ ଦୁଇଜଣ ନୁହଁ ଏକ କାଳୀନ ୫୦ ଯୋଡି ବରିଷ୍ଠ ନାଗରିକ ଦମ୍ପତିଙ୍କ ପୁନର୍ବିବାହ କରିଛନ୍ତି । ଏଭଳି ନିଆରା ବାହାଘର  ପରମ୍ପରା ଝାଡଖଣ୍ଡ ରୁ ଆରମ୍ଭ ହୋଇଥିବା ବେଳେ   ଓଡିଶାର ଝାରସୁଗୁଡ଼ାରେ ଏହା  ଦ୍ଵିତୀୟ କାର୍ଯ୍ୟକ୍ରମ ବୋଲି ଜଣାପଡିଛି ଆୟୋଜକ ଏହି ବାହାଘରରେ ବରିଷ୍ଠ ନାଗରିକ ଦମ୍ପତିଙ୍କ ସନ୍ତାନ ପୁଅ, ବୋହୁ, ଝିଅ, ନାତି ନାତୁଣୀ ସମ୍ପର୍କୀୟମାନେ ରହି ଏହି ବାପା, ମାଆ, ଶାଶୁ ଶ୍ବଶୁରଙ୍କ ପୁନର୍ବିବାହ କରାଉଥିବା ଦେଖିବାକୁ ମିଳୁଛି। ପରିଣତ ବୟସରେ ବୈବାହିକ ଜୀବନର ସ୍ମୃତିକୁ ମନେପକାଇବା ଶ୍ରୀଭରୀ ସେବାଦଳ ତରଫରୁ ଝାରସୁଗୁଡା ରେଳବାଇ କଲୋନୀ ରାମମନ୍ଦିରେ ଆୟୋଜନ କରାଯାଇଥିଲା। ଏହି ପରମ୍ପରାଦକ୍ଷିଣ ଭାରତରେ ପ୍ରଚଳିତ ହେଉଥିବାବେଳେ ବରିଷ୍ଠ ନାଗରିକମାନେ ତିରୁପତି ବାଲାଜୀ ମନ୍ଦିରରେ ପୁନର୍ବିବାହ କରୁଥିଲେ । ଏଥିରେ ଅଧିକ ବ୍ୟୟବହୁଳ ହେଉଥିଲା। ଏହାକୁ ନିଜ ବାପା ମାଆଙ୍କୁ ପୁନର୍ବିବା...

ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କଲେ ଯୁବତୀ

Image
 ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କଲେ ଯୁବତୀ ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରକ୍ତ ଦାନ  କରି ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରିଛନ୍ତି ପ୍ରୟାସ ଅଟିଯିମ ସେଣ୍ଟର ର କର୍ମଚାରୀ ରାନୀ ପଟ୍ଟନାୟକ । ଝାରସୁଗୁଡା ରକ୍ତ ଭଣ୍ଡାର ପରି ରିସରରେ ନିଆରା ଢଙ୍ଗ ରେ ରକ୍ତ ଦାନକରି ପାଳନ କଲେ ଜନ୍ମଦିନ  ।  ରକ୍ତଦାନ ଜୀବନ ଦାନ ଯାହାର ବିକଳ୍ପ ନାହିଁ ତେଣୁ ମୁଁ ଯଦି ଜଣକୁ ନୁଆଁ ଜୀବନ ଦେଇପାରୁଛି ତେବେ ତାଠୁ ବଡ଼ କାମ ଆଉ କଣ ହେଇପାରେ ମୁଁ ହୃଦୟଗମ କରିଛି  ଆପାତ କାଳରେ ରକ୍ତ ପାଇଁ କେତେ ଡହଳ ବିକଳ ହୁଅନ୍ତି ରୋଗୀଙ୍କ ସମ୍ପର୍କୀୟ ତା ଛଡା ଗ୍ରୀଷ୍ମ ଋତୁ ରେ ରକ୍ତ ଭଣ୍ଡାର ଖାଲି ପଡ଼ିଯାଏ ମୁଁ ଗୁଣ୍ଡୁଚି ମୂଷା ସାଜି ଅନ୍ତତଃ ଜଣକ ଜୀବନ ତ ବଞ୍ଚେଇ ପାରିବି । ଯେହେତୁ ନିୟମ ଦୃଷ୍ଟି ରୁ ମୋର ବୟସ ହୋଇନଥିଲା ମୁଁ ରକ୍ତଦାନ କରିପାରୁନଥିଲି ଏବେ 19 ବର୍ଷ ହେଲା ତେଣୁ ମୁଁ ଖୁସି ରେ ଆସି ରକ୍ତଦେଇ ମୋ ଜନ୍ମଦିନ ପାଳନ କରୁଛି ବୋଲି କହିଛନ୍ତି ରାନୀ ପଟ୍ଟନାୟକ   ଏହି ନିଆରା ଜନ୍ମଦିନ ପାଳନ ରେ ରକ୍ତ ଭଣ୍ଡାର ର କର୍ମଚାରୀ ଡାକ୍ତର ଯଶୋବନ୍ତ ଯୋଜୋ    ପ୍ରୟାସ ସେଣ୍ଟର ର ମୁଖ୍ୟ ଡାକ୍ତର ପ୍ରକାଶ ରଣା  ମାଲା ଧୁରୁଆ  ବର୍ଷା ଶ୍ରୀବାସ ପୁନମ ବରିହା ଲତା କୁଆ ଉସ୍ଛାହିତ କରିଥିଲେ । ଜୁବାପିଢ଼ିଙ୍କ ଏ ଚିନ୍ତାଧାରା କୁ ଭୁରିଅସି ପ୍ର...

ବିଡ୍ରି ମନ୍ଦିର ପ୍ରାଙ୍ଗଣରେ ଝରୀଗାଁ ପିଟି ଶିକ୍ଷକମାନଙ୍କ ବୈଠକ ଓ ସଂଘ ଗଠନ

Image
ବିଡ୍ରି ମନ୍ଦିର ପ୍ରାଙ୍ଗଣରେ ଝରୀଗାଁ ପିଟି ଶିକ୍ଷକମାନଙ୍କ ବୈଠକ ଓ ସଂଘ ଗଠନ | ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ପଂଚାୟତ ଅଧିନସ୍ଥ ମା ବିଡ୍ରିଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକରେ କାର୍ଯ୍ୟରତ ସମସ୍ତ ଖେଳ ଶିକ୍ଷକ ସଂଗଠିତ ହୋଇ ଏକ ଖେଳ ଶିକ୍ଷକ ସଂଘ ଗଠନ କରିଛନ୍ତି |ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ସୁବାସ ଚନ୍ଦ୍ର ଜେନା ସଂଘ ସଭାପତି,ପ୍ରଥମ କୁମାର ମଲ୍ଲିକ ଉପ ସଭାପତି,ସପନ ବୈରାଗୀ ସମ୍ପାଦକ,ସତ୍ୟବ୍ରତ ପଣ୍ଡା ସହ ସମ୍ପାଦକ,ଦୀପକ କୁମାର ସିଂ କାର୍ଯ୍ୟକାରୀ ସଭାପତି ଓ ସସ୍ମିତା ମଲ୍ଲିକଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଛି |ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ରାଜ କିଶୋର ସାହୁ,ବିଦ୍ୟୁତ ମିସ୍ତ୍ରୀ,ପ୍ରଶାନ୍ତ କୁମାର ସ୍ୱାଇଁ, ଦିବାକର ମହାନ୍ତି ,ଜଗନ୍ନାଥ ଦଳାଇ ,ସୁବାସ ସାନ୍ତା,ଲିଲିଵାଲା ମହାନ୍ତି,ସୂଚୀସ୍ମିତା ମଲ୍ଲିକ, ଲିଲି ଢାଳି,କିଶୋର ଚନ୍ଦ୍ର ତ୍ରିପାଠୀ,ସୁରତ ଚନ୍ଦ୍ର ମହାନ୍ତି, ଶିବ ଶଙ୍କର ଦିଶାରୀ,ସିମାଞ୍ଚଳ ନାୟକ, ଅଜୟ କୁମାର ଭୋଇ,ପ୍ରଶାନ୍ତ ପଟ୍ଟନାୟକ,ଆକାଶ କିଶନ ଓ ବିଜୟ ଢାଳି ପ୍ରମୁଖ ଉପସ୍ଥିତ ରହିଥିଲେ |ଉକ୍ତ ବୈଠକରେ ସରକାର ଖେଳ ଶିକ୍ଷକ ମାନଙ୍କୁ ଅଣଦେଖା କରିବା, ବିଦ୍ୟାଳୟ ମାନଙ୍କରେ ଖେଳ ଶିକ୍ଷକ ମାନଙ୍କୁ ଗୁରୁତ୍ୱ ନଦେବା ଭଳି ଅନେକ ବିଷୟରେ ଆଲୋଚନା କରିଥିଲେ |ପରେ ଆଗାମୀ ଦିନରେ ସଂଘଠିତ ହୋଇ ନିଜର ନ୍ୟାର୍ଯ୍ୟ...

ବିନା ହେଲମେଟରେ ଥାନା ଅଧିକାରୀ, ଚାଲାଣ କଟିବ କାହାର ?

Image
ବିନା ହେଲମେଟରେ ଥାନା ଅଧିକାରୀ, ଚାଲାଣ କଟିବ କାହାର ? ରିପୋର୍ଟର: ଭରତ ଡାଙ୍ଗ ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ବିନା ହେଲମେଟରେ ବାଇକରେ ଯାଉଥିବାର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଠି ଥାନାର ଜଣେ ଏଏସଆଇ ବିନା ହେଲମେଟରେ ବାଇକ ଚଳାଉଥିବା ବେଳେ ତାଙ୍କ ପଛପଟେ ଥାନା ଅଧିକାରୀ ମଧ୍ୟ ବିନା ହେଲମେଟରେ ବସିଛନ୍ତି। ପୋଲିସ୍ ସବୁବେଳେ ସାଧାରଣ ଲୋକଙ୍କର ହେଲମେଟ ଚେକିଂ କରି ହଜାର ହଜାର ଟଙ୍କା ଫାଇନ୍ ଆଦାୟ ଫାଇନ୍ ଆଦାୟ କରୁଥିବା ବେଳେ ଏଠି କାହାର ଫାଇନ୍ କଟିବ ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ନା ବିଭାଗିୟ ଅଧିକାରୀଙ୍କ ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବିନା ହେଲମେଟରେ ସାଧାରଣ ଲୋକ ଗାଡ଼ି ଚଳାଇଲେ ପୋଲିସ୍ ଫାଇନ୍ ଆଦାୟ କରୁଛି ତେବେ ପୋଲିସ୍ ବିନା ହେଲମେଟରେ ଗାଡ଼ି ଚଳାଇଲେ କାହିଁକି ଚାଲାଣ କଟିବ ନାହିଁ। ବାରମ୍ବାର ବାଉଁଶୁଣି ଥାନା ଅଧିକାରୀଙ୍କ ବିରୋଧରେ ଏତେ ଅଭିଯୋଗ ହେଲେ ମଧ୍ୟ କାହିଁକି ପୋଲିସ୍ ମୁଖିଆ ଚୁପ୍ ଅଛନ୍ତି।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା !

Image
ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ମହିଳାଙ୍କୁ ହତ୍ୟା କରି ମାଟିତଳେ ପୋତିଦେଲେ ହତ୍ୟାକାରୀ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା | ହତ୍ୟା କରି ପ୍ରମାଣ ଲୁଚେଇବା ପାଇଁ ମାତିତଳେ ପୋତିଦେଇଥିବା ଦୁଇ ଅଭିଯୁକ୍ତ ଏବେ ପୋଲିସ ହେପାଜତରେ |ଏଭଳି ଲୋମ ହର୍ଷଣକାରୀ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ଗ୍ରାମ ପଂଚାୟତ ଅଧିନସ୍ଥ କେନ୍ଦୁଗୁଡା ଗ୍ରାମରେ |ତିନିଦିନ ହେଲା ନିଝୋଜ ଥିଲେ ବୃଦ୍ଧା ରଇବାରୀ ସାନ୍ତା |ବୃଦ୍ଧାଙ୍କ ନିଖୋଜ ସମ୍ପର୍କରେ ପରିବାର ଲୋକେ ଝରୀଗାଁ ଥାନାରେ ଅଭିଯୋଗ କଲା ପରେ, ପୋଲିସ ଦୁଇଜଣକୁ ଉଠେଇନେଇଥିଲେ | ତେବେ ପୋଲିସ ଘଟଣାର ତଦନ୍ତ ଚଳେଇଥିବା ବେଳେ, ବର୍ତ୍ତମାନ କିଛିଦିନ ତଳେ କିଛିଲୋକ ଘରକୁ ଆସି ଗୁଣିଗାରେଡି ସନ୍ଦେହରେ ଡ଼ାକିନେଇ ମାରପିଟ କରିଥିବା ଏବଂ  ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି |

ବିନ୍ଧେଶ୍ଵର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମ

Image
ନାକଟିଦେଉଳ/ସମ୍ବଲପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ବିଭିନ୍ନ ବ୍ଳକ ମାନଙ୍କରେ ଚଳିତ ବର୍ଷ ମହାଶିବରାତ୍ରି ଜାଗର ଯାତ୍ରା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ସେଥିମଧ୍ୟରୁ ଜିଲ୍ଲାର ନାକଟିଦେଉଳ ବ୍ଳକ ଅନ୍ତର୍ଗତ ବାଟଗାଁ ଗ୍ରାମ ପଞ୍ଚାୟତ ଅଧୀନ କୁଞ୍ଜାମରା ଗ୍ରାମରେ ବିଜେ ହୋଇଥିବା ବହୁ ପ୍ରାଚୀନ କାଳର ତଥାକଥିତ ଶୀ ଶ୍ରୀ ବିନ୍ଧେଶ୍ଵର ବାବା ମହାଦେବ ମନ୍ଦିର ଅତ୍ୟନ୍ତ ଲୋକପ୍ରିୟ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାବା ବିନ୍ଧେଶ୍ଵର କୁଆଡେ ଭକ୍ତଙ୍କ ମନଜାଣି ମାନସିକ ଧାରୀଙ୍କ ମନସ୍କାମନା ପୂରଣ କରନ୍ତି। ସେଥିପାଇଁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହିତ ମାନସିକ କାମନା କରି ପ୍ରତି ବର୍ଷ ଏହି ମହାଶିବରାତ୍ରି ଜାଗର ଯାତ୍ରା ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ରାତିରେ ଉଜାଗର ରହିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରି ପର୍ବ ପାଇଁ ପ୍ରସ୍ତୁତି ନିଆରା ଥିଲା। ବାଟଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୈାଦାମିନୀ ବେହେରାଙ୍କ ଉପସ୍ଥିତିରେ ଗ୍ରାମ ସଭାପତି ଶ୍ରୀ ଋଷିନ୍ଦ୍ର ପ୍ରଧାନ, ସମ୍ପାଦକ ପତି ରାଉତ ଏବଂ କୁଞ୍ଜମରା ଗ୍ରାମବାସୀ ମହାଶିବରାତ୍ରି ପାଳନ କିପରି ଆଧ୍ୟାତ୍ମିକ ପରିବେଶ ଭିତରେ ସନ୍ତୁଳନ ରଖାଯିବ ସେଥିପ୍ରତି ଦୃଷ୍ଟି ରଖିଥିବା ବେଳେ ଗାଁର ଜଣାଶୁଣା ବରିଷ୍ଠ ସମାଜସେବୀ ପ୍ରସନ୍ନ କୁମାର ରାଉତ ଏବଂ କୁଞ୍ଜମରା ଗ୍ରା...

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶୁଭସ୍ତମ୍ଭ ସ୍ଥାପନ ।

Image
ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶୁଭସ୍ତମ୍ଭ ସ୍ଥାପନ । ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲା ସଦର ବ୍ଲକ ବହିରା ହାଇସ୍କୁଲ ପଡିଆରେ  ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି l  ଏହି ଶୁଭ ସ୍ତମ୍ଭ ସ୍ଥାପନ ରେ ପୂଜକ ଭାବରେ ସୁବାସ ଚନ୍ଦ୍ର ଦାଶ, କର୍ତ୍ତା ଭାବରେ ଅଖିଳ (ବାବୁ) ରଣା କାର୍ଯ୍ୟ ତୁଲାଇଥିଲେ l ଆସନ୍ତା ତା ୧୯ ମାର୍ଚ୍ଚ ଠାରୁ  ମାର୍ଚ୍ଚ ୨୫ ତାରିଖ ସପ୍ତାହେ ପର୍ଯ୍ୟନ୍ତ କଂସ ଦରବାର,  ଭାଗବତ ପରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନାବଜାର ଆୟୋଜନ ପାଇଁ ସ୍ଥିରୀକୃତ ହୋଇଅଛି l ଆଜିର  କାର୍ଯ୍ୟକ୍ରମରେ ବହିରା ସରପଞ୍ଚ ପିଙ୍କୁ ମହାଲିକ, କମିଟୀ ସଭାପତି ସୁଶାନ୍ତ ବାଘ, ଉପସଭାପତି ପ୍ରକାଶ ସାହୁ,  ସଂପାଦକ ଶ୍ରୀତମ ଡାଙ୍ଗ, କୋଷlଧ୍ୟକ୍ଷ ନବ କୁମାର ଦାଶ, ନବଘନ ନାଏକ, ସୁଶାନ୍ତ ସାହୁ, ଲୁଲୁ ମହାକୁଳ, ପ୍ରମୋଦ ବାରିକ, ଧୋବାଇ ମହାଲିକ, ବରୁଣ ରଣା ପ୍ରମୁଖ ଉପସ୍ଥିତ ଥିଲେ l

ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା |

Image
ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା | ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଝରୀଗାଁ ବ୍ଲକ କୁଟ୍ରିଛାପର ପଂଚାୟତର ଗୌଡ଼ଗୁଡା ଗ୍ରାମଠାରେ  ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରୀଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମାଝୀ ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଯମୁନା ଗଣ୍ଡ, କୁଟ୍ରିଛାପର ସମିତି ସଭ୍ୟ ଶ୍ରୀ ପ୍ରସନ୍ନ କୁମାର ମାଝୀ ଓ ସରପଞ୍ଚ ଶ୍ରୀମତୀ ବୃନ୍ଦି ସାନ୍ତା  ମଞ୍ଚାସିନ ରହିଥିଲେ |ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ରାଧେଶ୍ୟାମ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଝରୀଗାଁ ଅଂଚଳର ଶତାଧିକ ଚାଷୀ ଉପସ୍ଥିତ ରହି ଗାଈ ଓ ବାଛୁରୀ ପ୍ରଦର୍ଶନୀରେ ଭାଗ ନେଇଥିଲେ |ଉକ୍ତ ପ୍ରଦର୍ଶନୀରେ ଶ୍ରେଷ୍ଠ ଗାଈ ଚାଷୀ ଓ ଶ୍ରେଷ୍ଠ ବାଛୁରୀ ବାଛୁରୀ ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |ଝରୀଗାଁ ବ୍ଲକର ଶ୍ରେଷ୍ଠ ସୟଂ ସହାୟକ ଗୋଷ୍ଠୀ "ମା ମଙ୍ଗଳା" ସୟଂ ସହାୟକ ଗୋଷ୍ଠୀକୁ ୧୦୦୦ ବ୍ରୟଳର ଫାର୍ମ ପାଇଁ ଏବଂ " ମା ବୃନ୍ଦାବତୀ " ସୟଂ ସହାୟକ ଗୋଷ୍ଠୀକୁ ଶ୍ରେଷ୍ଠ ଛେଳିଚାଷ ପାଇଁ ପୁରସ୍କୃତ କରାଯାଇଥିଲା |କାର୍ଯ୍ୟକ୍ରମର ଶେଷର...

ପିଇବା ପାଣି ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

Image
ପିଇବା ପାଣି ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  । ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବହିରା ଗ୍ରାମପଞ୍ଚାୟତର ପୁରୁଣାବହିରା ଗ୍ରାମରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି l ଖାଲି ସେତିକି ନୁହେଁ ଗ୍ରାମରେ ରାସ୍ତା ସମସ୍ୟା ମଧ୍ୟ ରହିଛି ଫଳରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଏହାର ସମାଧାନ ନ ହେବାରୁ ଆଜି ସମାଜସେବୀ ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲା ପାଳଙ୍କ ଦ୍ୱlରସ୍ତ ହୋଇଛନ୍ତି  ଗ୍ରାମର ମହିଳା ସ୍ୱୟଂ ସହାୟକ ଦଳ l ହର ଘର ନଳ ଯୋଜନାରେ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ଦୀର୍ଘ ଦୁଇବର୍ଷ ହେବ ଘର ସମ୍ମୁଖରେ ଷ୍ଟାଣ୍ଟ ପୋଷ୍ଟ ଲାଗିଛି ହେଲେ ପାଣି ଆସୁନାହିଁ l ଅନ୍ୟ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଣ ହେଉଥିଲେ ମଧ୍ୟ ପୁରୁଣା ବହିରା ଗ୍ରାମକୁ ଏପର୍ଯ୍ୟନ୍ତ ପାଣି ଆସୁ ନାହିଁ । ପ୍ରବଳ ତାପମାତ୍ରା ଯୋଗୁଁ ଖରା ବଢିବା ହେତୁ ପାନୀୟ ଜଳ ସଂକଟ ଦେଖା ଦେଉଛି । ପାନୀୟ ଜଳ ସମସ୍ୟା ନଳକୁପ ଦ୍ଵାରା ଠିକ୍ ରେ ପୂରଣ ହୋଇ ପାରୁନାହିଁ । ତେଣୁ ଜିଲ୍ଲା ପ୍ରଶାସନ ପାନୀୟ ଜଳର ତୁରନ୍ତ ବ୍ୟବସ୍ଥା କରନ୍ତୁ । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ...

୮୧ତମ ମହାଶିବରାତ୍ରି ଓ ପ୍ରଥମ ରାବଣ ଦରବାର ମହୋତ୍ସବ ଅନୁଷ୍ଠିତ

Image
 ୮୧ତମ ମହାଶିବରାତ୍ରି ଓ ପ୍ରଥମ ରାବଣ ଦରବାର ମହୋତ୍ସବ ଅନୁଷ୍ଠିତ ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ବୌଦ୍ଧ ବ୍ଲକ ଗୋଛାପଡା  ଗ୍ରାମପଂଚାୟ ଅନ୍ତର୍ଗତ କରଡାପଡ଼ା କପିଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ୮୧ ତମ ମହାଶିବରାତ୍ରି ଓ ପ୍ରଥମ ରାବଣ ଦରବାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି  l ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମହା ଶିବରାତ୍ରି ଜାଗର ଯାତ୍ରା   ଅନୁଷ୍ଠିତ ହେବା ସହିତ ପ୍ରଥମ ରାବଣ ଦରବାର ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଛି lଏହା ତିନି ଦିନ ଧରି ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି l  ପୂଜା କମିଟି ସହିତ ଅଂଚଳ ବାସୀ ପୂର୍ଣ୍ଣ ଭାବରେ ସହଯୋଗ କରିଥଲେ l

ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ

Image
ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ ବ୍ରହ୍ମପୁର : ଓଡ଼ିଶାର ସ୍ଵନାମଧନ୍ୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵରସ୍ଥିତ ଧର୍ମନଗର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସେ ଐତିହାସିକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ  ଚେତାବନୀ ଦେଇଥିଲେ। ଫଳରେ ତତ୍‌‍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ସେ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବେଚ ଛାତ୍ର ଥିଲେ। ଛାତ୍ର ସଂସଦର ସଭାପତି ମଧ୍ୟ ରହିଥିଲେ । ଡାକ୍ତର ରୂପେ ଆସିକା, ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲ, ଛତ୍ରପୁର  ଓ ଖୋର୍ଦ୍ଧା ହସ୍ପିଟାଲରେ ସାଧାରଣ ଲୋକ ତଥା  ଗରିବ ଲୋକଙ୍କ  ଅତିପ୍ରିୟ ଡ଼ାକ୍ତର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ହଜାର ହଜାର ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଚିକିତ୍ସା ବାବଦରେ କେବେ ବି ରୋଗୀଙ୍କ ଠାରୁ  ଅର୍ଥ ନେଉନଥିଲେ। ସେ  ସମାଜବାଦୀ  ଆଦର୍ଶରେ  ଭାରତ ବର୍ଷର ...

ବେଦାନ୍ତ ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଛି ! ଝାରସୁଗୁଡ଼ା ଜିଲ୍ଲାର ଭାଗୀପାଲି ଗାଁର ବିକଳ ଚିତ୍ର । ଆମକୁ ବିସ୍ଥାପିତ କର ନ ହେଲେ ଭୋଟ ବର୍ଜନ କରିବୁ !

Image
ଝାରସୁଗୁଡ଼ା ଜିଲ୍ଲାର ଭାଗୀପାଲି  ଗାଁର ବିକଳ ଚିତ୍ର ।      ଆମକୁ ବିସ୍ଥାପିତ କର ନ ହେଲେ ଭୋଟ ବର୍ଜନ କରିବୁ ! ଝାରୁସୁଗୁଡା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟର ଶିଳ୍ପ ସମୃଦ୍ଧ ଜିଲ୍ଲା ମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଜିଲ୍ଲା ଭିତରେ ଥିବା ଏମିତି ଅନେକ ଗ୍ରାମ ରହିଛି ଯେଉଁଠାରେ କମ୍ପାନୀ ମାନଙ୍କ ଅସହ୍ୟ ମାନସିକ ସ୍ଵାସ୍ଥ୍ୟ ଓ ଜୀବନ ଜୀବିକା ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଛି। ଏଭଳି ପରିସ୍ଥିତି ନେଇ ଆମ ଓଡ଼ିଶା ବହୁ ପୁରାତନ କଥାଟିଏ ଅଛି - ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏହି ଓଡ଼ିଆ ଷୋଳଟି ଅକ୍ଷର ଭିତରେ ଲୁଚିଛି ରାଜ୍ୟ ସରକାରଙ୍କ ଏବଂ ଜିଲ୍ଲା ପ୍ରଶାସନ ଉଚ୍ଚ ପଦାଧିକାରୀ ମାନଙ୍କ ବିକଶିତ ଝାରସୁଗୁଡ଼ା ଜିଲ୍ଲାର ଅନ୍ଧାରିଆ ଛବି। ଯାହା ଜିଲ୍ଲାରେ କମ୍ପାନୀ ପୋଷଣୀୟ ନୀତି ନିମନ୍ତେ କେତେ ସହାୟକ ହୋଇଛି। ଆଉ ନିଜ ବାପଅଜା ଚଉବନ ପୁରୁଷର ଜନ୍ମ ହେଲା ଭିଟାମାଟି ଆଜି କେତେ ସହାୟକ ହୋଇଛି ସେନେଇ ଅନେକ ପ୍ରଶ୍ନବାଣରେ ନିଜେ ନିଜକୁ ଯେମିତି ଏକ ଅସହାୟ ଅବସ୍ଥାରେ ରହିଥିବା ମନେ କରୁଛନ୍ତି ଗ୍ରାମବାସୀ। ଏମିତ  ଏକ ଘଟଣା ସମ୍ପର୍କରେ ସୂଚନା ମିଳିଛି ଝାରସୁଗୁଡ଼ା ଜିଲ୍ଲାର ଏକ ଗାଁରେ। ଗାଆଁରେ ବିରୋଧ ରେ ସବୁଠି ଆକ୍ରୋଶ ଆନ୍ଦୋଳନ ଦେଖାଦେଉଥିବା ବେଳେ ଭାଗିପାଲି ବାସୀ ବିସ୍ଥାପିତ ହେବାପ...

ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲା ଉଦଦେଷ୍ଟା କମିଟି ବୈଠକ ପୁଅଙ୍କ ତୁଳନା କମୁଛି ଝିଅଙ୍କ ସଂଖ୍ୟା

Image
ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲା ଉଦଦେଷ୍ଟା କମିଟି ବୈଠକ  ପୁଅଙ୍କ ତୁଳନା କମୁଛି ଝିଅଙ୍କ ସଂଖ୍ୟା  ବୌଦ୍ଧ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି ।  ବୌଦ୍ଧ ସହରରେ ୨ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇ କାର୍ଯ୍ୟ କରୁଅଛି । ଏହାବ୍ୟତୀତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି । ସର୍ବେକ୍ଷଣ ଅନୁଯାୟୀ ୨୦୧୮-୧୯ ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୬,୭୬୧ ଜଶ ପୁଅ ଜନ୍ମ ହୋଇଥିବାବେଳେ ୧୫,୭୩୮ ଜଣ ଝିଅ ଜନ୍ମ ହୋଇଛନ୍ତି । ଏହି ସର୍ବେକ୍ଷଣ ଅନୁଯାୟୀ ୧୦୦୦ ପୁଅରେ ୯୩୯ ଜଣ ଝିଅ ଜନ୍ମ ହୋଇଥିବାବେଳେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ କମ ରହିଥିବାରୁ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟର ର ଅଧିକାରୀଙ୍କୁ  ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗର୍ଭପାତ ସଂଖ୍ୟା ଅଧିକ ରହୁଥିବାରୁ ଏହାକୁ ନେଇ ବୈଠ...

ବୌଦ୍ଧରେ ବିଜେଡିର ଭବିଷ୍ୟତ .......... ?ଏବେ ନୁହେଁ ତ କେବେ, ବିଦ୍ରୋହ କରିପାରନ୍ତି ଯୁବନେତା !

Image
ବୌଦ୍ଧରେ ବିଜେଡିର ଭବିଷ୍ୟତ .......... ? ଏବେ ନୁହେଁ ତ କେବେ, ବିଦ୍ରୋହ କରିପାରନ୍ତି ଯୁବନେତା !  ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ସାଧାରଣ ନିର୍ବାଚନ  ଯେତିକି ପାଖେଇ ଆସୁଛି ସବୁ ଦଳର ପ୍ରାର୍ଥୀତ୍ୱକୁ ନେଇ ସାଧାରଣରେ ସେତିକି ଉତ୍କଣ୍ଠା ପ୍ରକାଶ ପାଇବାରେ ଲାଗିଛି ।  ନିର୍ବାଚନରେ ପ୍ରାର୍ଥୀତ୍ୱକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଶାସକ ବିଜେଡି ।  ଦୀର୍ଘ ୨୪ ବର୍ଷ ହେଲା ବୌଦ୍ଧ ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଛି । ଶାସକ ଦଳର ବରିଷ୍ଠ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଲଗାତାର ଭାବରେ ପାଞ୍ଚଥର ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଆସିଛନ୍ତି । ଦୁଇଥର ବିଧାନସଭାର ବାଚସ୍ପତି ଭଳି ସମ୍ମାନଜନକ ପଦବୀଠାରୁ ଆରମ୍ଭ କରି ଅର୍ଥ,ଖଣି ଓ ଇସ୍ପାତ,ସ୍ୱାସ୍ଥ୍ୟ,ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ସୂଚନା ଓ ଲୋକସଂପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଶ୍ରୀଅମାତ ଦାୟିତ୍ୱ ନିର୍ବାହ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନାରେ ଚିରାଚରିତ ବିକାଶ ବ୍ୟତୀତ ଏହି ଜିଲ୍ଲାରେ ସେହିପରି କୌଣିସି ଆଖିଦୃଶିଆ ବିକାଶ ହୋଇପାରିନଥିବା ଜିଲ୍ଲାର ବୁଦ୍ଧଜିବୀମାନେ ମତପ୍ରକାଶ କରନ୍ତି । ଦୀର୍ଘ ୨୫ବର୍ଷ ନିରଙ୍କୁଶ ଭାବରେ କ୍ଷମତା ଭୋଗ କରିବାପରେ ଶ୍ରୀଅମାତଙ୍କ ରାଜନୈତିକ ଜୀବନ ଏବେ ଶେଷ ପର୍ଯ୍ୟାୟରେ ...

ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଓ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ

Image
ଅଳସୁଗୁମା/ପାଟଣା ସାହି (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଚଳିତ ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥି ଇଂରାଜୀ ତା ୨୭/୦୨୦୨୪ ରିଖ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ଗ୍ରାମ ପଞ୍ଚାୟତର ପାଟଣା ସାହିରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଓ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ, ଘୃତ ଯଜ୍ଞ ଗୋ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଏହି ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ପରିଚାଳନା ଗ୍ରାମର ଲୋକମାନେ ଏବଂ ଯୁବଗୋଷ୍ଠୀଙ୍କ ସହାୟତାରେ ହୋଇଥିଲା। ପାଞ୍ଚ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ଦୈନନ୍ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଶୁଭ ଅଧିବାସ ଅଙ୍କୁରାରୋପଣ ମଣ୍ଡଳ କରଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ବୁଧବାର ଦିନ ପ୍ରତିଷ୍ଠା କର୍ମ ଆରମ୍ଭ ନାମ ଯଜ୍ଞ ଆରମ୍ଭ ପ୍ରାତଃ ୭ଘଟିକା ୪୩ ମିନିଟ ସମୟରେ ଆରମ୍ଭ ହୋଇଥିଲା। ଗୁରୁବାର ଦିନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଯଜ୍ଞ କାର୍ଯ୍ୟ ଶୁକ୍ରବାର ଦିନ ଠାକୁରଙ୍କ ନଗର ପରିକ୍ରମା ସିଂହାସନ ଆରୋହଣ ସହ ଅପରାହ୍ନ ଚାରି ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହୋଇଥିଲା। ଶନିବାର ଦିନ ନାମ ଯଜ୍ଞ ସମାପନ ହେବାପରେ ସର୍ବ ସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ହେଉଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦିନ ଠାରୁ ଶନିବ...