ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ
ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ ଛତ୍ରପୁର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ୨୯/୦୫: ଗଞ୍ଜାମ ଜିଲ୍ଲାର ଛତ୍ରପୁର ସଦରମହକୁମା ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଅାରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ 40 ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ ଓ ତ୍ୟାଗ ଅବିସ୍ମରଣୀୟ ବୋଲି ସାଧୁସନ୍ଥମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ କଞ୍ଚୁଡ଼ୁ ମଠ ମହନ୍ତ ତଥା ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହରିହର ଦାଶ ଅଧ୍ୟକ୍ଷତା କରିଥିଲେ । ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ନବଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସନ୍ଥପୂଜନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ସନ୍ଥ ମଦନ ଗୋପାଳ ମହାରାଜ, ସନ୍ଥ ରାମକୃଷ୍ଣ ଦାଶ ମହାରଜା, ପରମାନନ୍ଦ ଦାଶ ମହାରାଜ, ରାଧାକାନ୍ତ ଦାଶ ମହାରାଜ, ସୁନ୍ଦର ରାମଦାଶ ମହାରାଜ, ଚିନ୍ମୟ ମିଶନର ପ୍ରଚାରକ ସ୍ବାମୀ ଓଁକାରନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବାମୀ ସଦାନନ୍ଦ ମହାରାଜ (ଜଟଣୀ) ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଥିବା ସାଧୁସନ୍ଥ...