ଯୋଜନା ନାଁରେ ହରିଲୁଟ, ଚୂନ ମାରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ
ଯୋଜନା ନାଁରେ ହରିଲୁଟ, ଚୂନ ମାରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଝରିଗାଁ-୩୧/୦୭: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ହୋଇଛି ହରିଲୁଟ। ରଙ୍ଗ ମାରି ଚଳୁ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏଭଳି ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଳକର କୁଟ୍ରିଛାପର ପଞ୍ଚାୟତରେ। ଏଠାରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମେ ୫୦ ହଜାର ଟଙ୍କା ବ୍ୟୟରେ ଏକ ପିଣ୍ଡି ନିର୍ମାଣ ହୋଇଥିବା ବେଳେ ପରେ ସେହି ପିଣ୍ଡି ସଂଲଗ୍ନ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଗୃହ ନିର୍ମାଣ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଠାରେ ଏକ ମିଶନ ଶକ୍ତି ଗୃହର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିବା ବେଳେ ସେହି ଗୋଷ୍ଠୀ ଗୃହରେ ଲାଟ୍ରିଙ୍ଗ ଓ ୱାଟର ସ୍ପଳାୟ କରି ରଙ୍ଗ ବୋଳି ମିଶନ ଶକ୍ତି ଗୃହ ଲେଖି ଏଥି ପାଇଁ ବ୍ୟୟ ଅଟକଳ ହୋଇଥିବା ୩ ଲକ୍ଷ ୫୦ ହଜାର ଟଙ୍କାକୁ ଚଳୁ କରାଯାଇଥିବା ଜଣାପଡିଛି। ତେବେ ଗ୍ରାମବାସୀ ଏଠାରେ ପୂର୍ବରୁ ଗୋଷ୍ଠୀ ଗୃହ ଥିବାରୁ ଏହାକୁ ନିଜ ଅଧିନରେ ରଖିଥିବା ବେଳେ ମିଶନ ଶକ୍ତି ମହିଳା ମାନେ ଏହାକୁ ନିଜର ବୋଲି ଦାବି କରି ନୂତନ ବିଡିଓଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତେବେ ଏନେଇ ବିଡିଓ ପ୍ରୀତା କୁମାରଙ୍କ ସହ ଯୋଗାଯୋଗ କରିବାରେ ଏହି କାମ ତେଣୁ ସେ ଏ ବିଷୟରେ କିଛି ଜାଣି ନଥିବା କହିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିରାଜ ମୋହିନୀପାଙ୍ଗି ଙ୍କୁ ପଚାରିବାରୁ 23...