Posts

Showing posts from August, 2024

ନାରୀ ଶକ୍ତି ଜାଗୃତ ପାଇଁ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

Image
 ନାରୀ ଶକ୍ତି ଜାଗୃତ ପାଇଁ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ  ଝାରୁସୁଗୁଡା (ବ୍ରାହ୍ମ ମୁହୂର୍ତ୍ତ):- ମହିଳା ମାନଙ୍କ  ଅଧିକାର ମହିଳା ମାନଙ୍କ ଆତ୍ମରକ୍ଷା ଓ ସ୍ୱାଭିମାନ ରକ୍ଷା ଶିକ୍ଷା ଓ କର୍ମ ସଂସ୍ଥାନ ରେ ନାରୀଙ୍କ ସୁରକ୍ଷା ରାଷ୍ଟ୍ର ନିର୍ମାଣ ଓ ସମାଜ ରେ ମହିଳାଙ୍କ ଅବଦାନ  ଓ ମହିଳାଙ୍କ ସମାଜିକ ଏବଂ ରାଷ୍ଟ୍ର ନିର୍ମାଣ ରେ ନାରୀଙ୍କ ଭୂମିକା ଉପରେ ଆସନ୍ତା ସେପ୍ଟେମ୍ବର 14 ତାରିକ ଶନିବାର ନବ ଦାସ ଅଡିଟୋରିମ ଠାରେ ଭାରତ ବିକାଶ ପରିଷଦ ଓ ଏକଲ ଅଭିଯାନ ର ନେତୃତ୍ୱରେ ନାରୀ ନୁହଁ ତୁ ନାରାୟଣୀ ଆଲୋଚନା ଚକ୍ର ରେ ଭାଗନେବେ ଭାରତ ର ସୁ ପ୍ରସିଦ୍ଧ ସାମାଜିକ କର୍ମୀ ସୁବକ୍ତା କାଜଲ ହିନ୍ଦୁସ୍ତାନୀ  । ସଭ୍ୟ ସମାଜ ରେ ନାରୀ ଅସୁରକ୍ଷିତ କର୍ମ ସଂସ୍ଥାନ ହେଉକି ଶିକ୍ଷା ସଂସ୍ଥାନ କେଉଁଠି ଭି ନାରୀ ନୁହଁ ସୁରକ୍ଷିତ ତେଣୁ  ନାରୀ ସଶକ୍ତିକରଣ ସହ ଆତ୍ମରକ୍ଷା ଓ ନାରୀଙ୍କ ଅଧିକାର ପାଇଁ ଏହି କାର୍ଯ୍ୟକ୍ରମ ଯେଉଁଥି ରେ  ଝାରସୁଗୁଡା ୪୦ରୁ ଉର୍ଦ୍ଧ୍ବ ସାମାଜିକ ସଙ୍ଗଠନ ଭାଗ ନେବେ କହିଛନ୍ତି ବିଜୟ ପଟେଲ । ମହିଳାମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଆମକୁ ସମ୍ବେଦନଶୀଳ ହେବାକୁ ପଡିବ। ଆଜିମଧ୍ୟ ଶୋଷଣର ଶିକାର ହେଉଥିବା ମହିଳାଟି ଏହାର ପ୍ରତିରୋଧ କରିବାକୁ କୁଣ୍ଠାବୋଧ କରୁଛି। ସମାଜ ତା ଉପରେ ହିଁ ଅଙ୍ଗୁଳି ଉଠାଇବା ଭୟରେ ସେ ଚୁପ୍ ରହୁଛି। ଏଥିପାଇଁ ପୋଲିସ ଷ୍ଟେସନ, ...

ରାସ୍ତା ଖରାପ ଥିବା ଯୋଗୁଁ ୫ କିମି ବୁହା ହେଲା ଗର୍ବବତୀ ମହିଳା

Image
ରାସ୍ତା ଖରାପ ଥିବା ଯୋଗୁଁ ୫ କିମି ବୁହା ହେଲା ଗର୍ବବତୀ ମହିଳା   ଝରୀଗାଁ ତା 30/8/24(ବ୍ରାହ୍ମ ମୁହୂର୍ତ୍ତ) -: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗାଦାରା ଗାଁ ର ରାସ୍ତା ଖରାପ ଥିବା ଯୋଗୁଁ ଏକ ଗର୍ବବତୀ ମହିଳା ସମ୍ବାରି ସାନ୍ତା କୁ ରାତି ଏଗାରଟା ବେଳେ ଖଟିଆ ରେ ବୁହା ହେଲା l ସମ୍ବାରି ସାନ୍ତା (୨୬)ର ସ୍ୱାମୀ ଲଛୁ ସାନ୍ତା ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଅଧlବାଟରେ ପହଂଚି ରହି ଯାଇଥିଲା ୧୦୨ଆମ୍ବୁଲାନ୍ସ  l ଲିଙ୍ଗାଦାରା ଟୁ ଆକଡ଼ସିଲ ୫ କିଲମିଟର ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ଯାଇଥିଲା l ଗାଁ ର କେତେ ଲୋକ ମିଶି ଖଟିଆରେ ବହି ସମ୍ବାରି ସାନ୍ତା କୁ ଆମ୍ବୁଲାନ୍ସ ନିକଟକୁ ପଞ୍ଚାଇ ସେଟାରୁ ଝରୀଗାଁ ସ୍ୱାସ୍ଥ କେନ୍ଦ୍ର କୁ ଅଣାଯାଇଥିଲା l ସମ୍ବାରି ସାନ୍ତା କୁ ସ୍ୱାସ୍ଥ କେନ୍ଦ୍ର ରେ ବର୍ତ୍ତୀ କରିଲା ପରେ ପୁଅ ଜନ୍ମ ହେଇଛି l ସ୍ଥାନୀୟ ସରପଞ୍ଚ କୁ ରାସ୍ତା ପାଇଁ ବାରମ୍ବାର ବାରମ୍ବାର ଗ୍ରାମ ବାସି ଜଣେଇଲେ ସେତି ପ୍ରତି ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହେଉଛି l  ଅତି ଦୁଃଖ ଦାୟକ ଗଟଣା ଗଟୁଛି ବାରମ୍ବାର ଝରୀଗାଁ ବ୍ଲକ ରେ ଗାଁ ଗାଁ ରେ ରାସ୍ତା ଖରାପ ଥିବା ଯୋଗୁଁ ଏହିଭଳୀ ଗଟୁଛି l

ବୌଦ୍ଧଜିଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ

Image
ବୌଦ୍ଧଜିଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ      ବୌଦ୍ଧ,୩୧ା୮(ବ୍ରାହ୍ମ ମୁହୂର୍ତ୍ତ) : ଗତ ତା.୩୦.୦୮.୨୦୨୪ ରିଖ ସନ୍ଧ୍ୟାରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇସାରିଥିବାବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି । ଜିଲାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପାଇଁ ବୈଠକରେ ଜିଲାପାଳ ଶ୍ରୀପଣ୍ଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତୁତ ମାଇକ୍ରୋ ପ୍ଲାନ ଅନୁଯାୟି ସମସ୍ତେ କାର୍ଯ୍ୟ କରିବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନାଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଯୋଜନାରେ ହିତାଧକାରୀମାନଙ୍କ ନିକଟରେ ଫର୍ମ ଉପଲବ୍ଧ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲିଡ ବ୍ୟାଙ୍କ ମ୍ୟାନେଜର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ କରି ସୁଭଦ୍ରା ଡେବିଟ କାର୍ଡ ମାଗଣାରେ ପ୍ରଦାନ କରାଇବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।...

ସଫଳତାର ସହିତ ଝରୀଗାଁ ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ହେଲା

Image
ସଫଳତାର ସହିତ ଝରୀଗାଁ ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ହେଲା  ଝରୀଗାଁ ତା ୩୧/୦୮-(ବ୍ରାହ୍ମ ମୁହୂର୍ତ୍ତ)ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରାଙ୍କ ଆଜି  ଆପେଣ୍ଡିକ୍ସ ଅପେରସନ  ସଫଳ ପୂର୍ବକ ହୋଇଯାଇଛି |ସେ ନିର୍ବାଚନ ଲଢ଼ୁଥୁବା ସମୟରେ ହଠାତ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ଡାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ସେ ଆପେଣ୍ଡିକ୍ସ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ |ଡାକ୍ତର ତାଙ୍କୁ କିଛି ଔଷଧ ସେବନ କରିବାକୁ ଦେବା ସହ ପରେ ଅପେରସନ କରିବାକୁ ପରାମର୍ଶ ଦେଇଥିଲେ |ଆଜି ଭୁବନେଶ୍ୱର ସ୍ଥିତ ମଣିପାଳ ହସ୍ପିଟାଲରେ ତାଙ୍କର ଅପେରସନ ହୋଇଯାଇଛି |ତାଙ୍କର ଏହି ଅପେରସନ ସମୟରେ ପତ୍ନୀ ରୀନାରାଣୀ ଭତରା, ପଞ୍ଚାନନ ବାବାଜୀ, ପିଏସଓ ସତ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ |ତାଙ୍କର ଅପେରସନ ସଫଳତା ପୂର୍ବକ ହୋଇଥିବା ଖବର ପାଇ ଝରୀଗାଁ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଯଥା ଚିତ୍ରଭାନୁ ନାୟକ, ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଦାନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ହିତାକାଂକ୍ଷୀମାନେ ଆରୋଗ୍ୟ କାମନା କରିଛନ୍ତି |

ପୋଲାସରା ରେ ରାସେଶ୍ୱରୀ ଦେବୀଙ୍କ ସପ୍ତ ଦିବାସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ।

Image
ପୋଲାସରା ରେ ରାସେଶ୍ୱରୀ ଦେବୀଙ୍କ ସପ୍ତ ଦିବାସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ପୋଲାସରା ତା ୩୦/୦୮/୨୦୨୪(ବ୍ରାହ୍ମ ମୁହୂର୍ତ୍ତ) ପୋଲାସରା ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ଜଗତଗୁରୁ ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ବ୍ରଜଗୋପିକା ସେବା ମିଶନ ପକ୍ଷରୁ ମୁଖ୍ୟ ପ୍ରଚାରିକ ରାସେଶ୍ୱରୀ ଦେବୀଙ୍କ  ଦ୍ୱାରା ଦିବ୍ୟ ଏବଂ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମଟି ଦୀର୍ଘ ଏକ ସପ୍ତାହ ବ୍ୟାପୀ ପ୍ରତିଦିନ ସନ୍ଧ୍ୟା ୬ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ପ୍ରବଚନ ଏବଂ ସକାଳ ୬ ଟାରୁ ୭ ଟା ପର୍ଯ୍ୟନ୍ତ ଯୋଗ ପ୍ରାଣାୟମ ଅନୁଷ୍ଠିତ ହେବ । ଚଳିତ ୨୯ ତାରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଟିକୁ ସ୍ଥାନୀୟ ନଗରପାଳ ସଂଗୀତା ବେହେରା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ ଅତିଥି ଭାବେ ଯୋଗ ଦେଇ ମହାରାଜଙ୍କ ପ୍ରତିମୂର୍ତ୍ତି ସମେତ ଶ୍ରୀ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ରଥ, ଆର ଏସ ଏସ ବ୍ଲକ ଶାଖା ତ୍ରିପତି ବାଲଜି ପାତ୍ର , ଶିକ୍ଷାବିତ ଦୁର୍ଗାପ୍ରସାଦ ମହାପାତ୍ର , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧା ଶ୍ୟାମ ପଣ୍ଡା ଓ ସର...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ

Image
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଭୁବନେଶ୍ଵର(ବ୍ରାହ୍ମ ମୁହୂର୍ତ୍ତ) :- ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି। ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।

ଅବ୍ୟବସ୍ଥା ଘେରରେ ଚାଲିଛି ଅଳସୁଗୁମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର

ଅଳସୁଗୁମା/ ଜଗନ୍ନାଥ ପ୍ରସାଦ/ ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ) :- ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ମନ୍ତ୍ରଣାଳୟ ଭିତରେ ନୁଆ ନୂଆ ଯୋଜନା ଯୋଡ଼ି ହେଉଛି ହେଲେ ସେହି ଯୋଜନା ବିଭାଗ ପାଇଁ କେତେ ସହାୟକ ସେଥିପ୍ରତି ନା ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ରହିଛି ନା ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ସମସ୍ୟା ସଂପର୍କରେ ଟିକିଏ ଜଣା ଅଛି। ସଭିଙ୍କ ପାଖରେ କେବଳ ଶସ୍ତା ଲୋକପ୍ରିୟତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ପ୍ରସ୍ତୁତି ଚାଲିଛି। ଏଭଳି କିଛି ଖବର ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଅଳସୁଗୁମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର। ମିଳିଥିବା ସୂଚନା ଅନୁସାରେ ପାଞ୍ଚଟି ପଞ୍ଚାୟତର ଲୋକେ ନିଜ ସ୍ଵାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଅଳସୁଗୁମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଏବେକାର ଦିନରେ ନାହିଁ ନଥିବା ସମସ୍ୟାରେ ଚାଲିଛି ବୋଲି ସଚେତନ ନାଗରିକ ମାନେ କହିଛନ୍ତି। ଦୀର୍ଘ ଚାଳିଶି ବର୍ଷ ତଳେ ଅର୍ଥାତ୍ ତତ୍କାଳୀନ କଂଗ୍ରେସ ସରକାରଙ୍କ ଶାସନ ସମୟରେ ପ୍ରତିଷ୍ଠିତ ଏହି ଡାକ୍ତରଖାନାର କାଳକ୍ରମେ ଯେତିକି ଉନ୍ନତି ହେବା କଥା ଏଯାବତ କରାଯାଇନାହିଁ ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କେତେବେଳେ କେଉଁ ସବୁ ଅସୁବିଧା ଲୋକେ ସାମ୍ନା କରୁଛନ୍ତିି ତାହା ହିଁ ଆଜିର ଚର୍ଚ୍ଚିତ ଖବର। ଜିଲ୍ଲା ସ୍ଵାସ୍ଥ୍ୟ ବିଭା...

ବୌଦ୍ଧ ସଡକ ସୁରକ୍ଷା କମିଟି ବୈଠକ

Image
ବୌଦ୍ଧ ସଡକ ସୁରକ୍ଷା କମିଟି ବୈଠକ ବୌଦ୍ଧ (ବ୍ରାହ୍ମ ମୁହୂର୍ତ୍ତ)  : ବୌଦ୍ଧଜିଲାରେ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲା ସଡକ ସୁରକ୍ଷା କମିଟିର  ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲାପାଳ ଶ୍ରୀପଣ୍ଡା ଉଦବେଗ ପ୍ରକାଶ କରିବା ସହିତ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳ ଗୁଡିକୁ ଚିହ୍ନଟ କରାଯାଇ ଗାଡିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା  ବୃଦ୍ଧି ପାଉଥିବାରୁ ଟ୍ରାଫିକ୍ ନିୟମ କଡାକଡି ଭାବରେ ଲାଗୁ କରିବାକୁ ଜିଲାପାଳ ଶ୍ରୀପଣ୍ଡା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜପଥରେ ସମସ୍ତ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇ ଗତି କମାଇବାକୁ ଗାଡିଚାଳକମାନଙ୍କ ପାଇଁ ସୂଚନା ଫଳକ ଲଗାଇବା ଓ ବିପଦଜନକ ସ୍ଥାନରେ ରମ୍ବଲର ନିର୍ମାଣ କରାଇବା,ବୌଦ୍ଧ ଏନଏସି ଛକ,ମହାନଦୀ ବ୍ରିଜଛକ ଠାରେ ସିସିଟିଭି କ୍ୟାମେରା ଲଗାଇବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ ପାଇଁ ସରକାର ଘୋ...

ଗାଁ ମଝିରେ ଡ୍ରେନ ନାହିଁ ବୋଲି ରାସ୍ତା ରେ ଜମୁଛି ପାଣି

Image
ଗାଁ ମଝିରେ ଡ୍ରେନ ନାହିଁ ବୋଲି ରାସ୍ତା ରେ ଜମୁଛି ପାଣି  ଝରୀଗାଁ ତା 29/8/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚା ପଞ୍ଚାୟତ ର ତାରାବେଡା ଗାଁ ରେ ଅଳ୍ପ ବର୍ଷା ହେଲେ ରାସ୍ତା ରେ ଆଣ୍ଠୁଏ ପାଣି ଜମି ରଉଛି l ଏ ରାସ୍ତା କଂକ୍ରିଟ ରେ ତିଆରି ହେଇଛି ତାରାବେଡା ଗାଁ ଭରଗଛ ଛକ ଠାରୁ RD ରାସ୍ତା ପ୍ରଯନ୍ତ ପାଣି ରାସ୍ତା ରେ ଜମି ରଉଛି l ଆଗ କୁ ବଡ଼ ବର୍ଷା ହେଲେ  ମାଟି ଘର ଯାକ ସବୁ ବାଙ୍ଗି ଯିବାର ସମ୍ଭlବନା ଦେଖା ଯାଉଛି lଏ ରାସ୍ତା ରେ ଯିବା ଆସିବା ଭଉତ କଷ୍ଟ ବଗୁଛନ୍ତି ସ୍ଥାନୀୟ ଲୋକେ l ଏ ରାସ୍ତାରେ ଡ୍ରେନ ନାହିଁ ବୋଲି ଗାଁ ମଝିରେ ପାଣି ଜମୁଛି  ବ୍ଲକ ପ୍ରଶାସନକୁ ଡ୍ରେନ ନିର୍ମାଣ ପାଇଁ ଗ୍ରାମ ବlସି ଦାବି କରିଛନ୍ତି lପଦୁ ରଣା, ଡମ୍ୱରୁ ରଣା, ପଦମ ମାଝୀ, ଦିଗାମ୍ବର ରଣା, ଅଲେଖ ମାଝୀ, ଗଙ୍ଗାଦର କୁମ୍ଭାର, କାର୍ତିକ ମାଝୀ, ଦିବିଚନ ରଣା, ମୋହନ ରଣା ଏ ସମସ୍ତ ଲୋକ ରାସ୍ତା ମରାମତି ଓ ଡ୍ରେନ ନିର୍ମାଣ ପାଇଁ ଗାଁ ଲୋକ ଦାବି କରିଛନ୍ତି l

ଭାଜପା ସଦସ୍ୟତା ଅଭିଯାନ କର୍ମ ଶାଳI

Image
ଭାଜପା ସଦସ୍ୟତା ଅଭିଯାନ କର୍ମ ଶାଳI  ଝରୀଗାଁ 29/8/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ପୁର ଜିଲ୍ଲା ଝରୀଗାଁ ବ୍ଲକ କରସାହାଣ୍ଡି ବିଜେପି କାର୍ଯ୍ୟାଳୟ ଟାରେ ଭାଜପା ସଦସ୍ୟତା ଅଭିଯାନ କର୍ମଶIଳା ଅନୁଷ୍ଠିତ ହଇଯାଇଛି ବିଜେପି ଜିଲ୍ଲା ସମ୍ପାଦକ ଫିରୋଜ ଷୋଡଙ୍ଗିଙ୍କ ଅଧକ୍ଷତାରେ ଆୟୋଜନ କର୍ମଶାଳI ରେ ମହିଳା ମୋର୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ବାସନ୍ତୀ ମାଝୀ, ଝରୀଗାଁ ମଣ୍ଡଳ ସଭାପତି ଗଣପତି ସାହୁ ଧୋଡ୍ରା ମଣ୍ଡଳ ସଭାପତି ମନୁ ମାଝୀ,ଚଚା ମଣ୍ଡଳ ର ସଭାପତି ମହେଶ୍ୱର ତିୱାରୀ ଉମରକୋଟ ମଣ୍ଡଳ ସଭାପତି କମୁଲୁ ମାଝୀ, , ଚଚା ମଣ୍ଡଳ ସମ୍ପାଦକ ପ୍ରତାପ ଦୁରୁଆ ସମସ୍ତ ପଞ୍ଚIୟତ ର ସଭାପତି ଓ ବିଜେପି କର୍ମକର୍ତା ଯୋଗଦେଇ ଶୁଭରାମ୍ଭ କରି ଥିଲେ ସଧସ୍ୟତା ଅଭିଯାନ ପଳରେ ଦଳର ସାଙ୍ଗଟନିକ ଦକ୍ୟତା ଅଭିବୃଡି ହେବ ବିଶ୍ୱ ର ସର୍ବ ବୃହତ ଦଳ ସହିତ ଯୋଡି ହଇ ସର୍ବଜନ ଇତIୟ କାର୍ଯ୍ୟରେ ନିଜକୁ ସମର୍ପଣ କରିବାକୁ ଅତିଥି ମାନେ କାର୍ଯ୍ୟକାର୍ତ୍ତIଙ୍କୁ ଆଊହାନ ଦେଇଥିଲେ |  ବୈଠକରେ ସମସ୍ତ  ବୁଥ ସଭାପତି, ପଞ୍ଚାୟତ ସଭାପତି, ସମ୍ପାଦକ, ପ୍ରଭାରୀ ତଥା ବରିଷ୍ଠ କାର୍ଯ୍ୟକର୍ତା  ବିଜେପି କର୍ମୀ ଉପସ୍ଥିତ ରହି ନୂତନ ସଦସ୍ୟ ଅଭିଯାନ କର୍ମଶାଳା କୁ ଶୁଫଳ କରିବାକୁ କହିଥିଲେ |

ବ୍ୟାସ ପ୍ରିଣ୍ଟ ମିଡିଆ’ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

Image
ବ୍ୟାସ ପ୍ରିଣ୍ଟ ମିଡିଆ’ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ବ୍ୟାସନଗର; ୨୮/୦୮(ବ୍ରାହ୍ମ ମୁହୂର୍ତ୍ତ): ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଅଗ୍ରଣୀ ସାମ୍ବାଦିକ ସଂଘ ‘ବ୍ୟାସ ପ୍ରିଣ୍ଟ ମିଡିଆ’ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ  ବୁଧବାର ପୂର୍ବାହ୍ନରେ ଉମାପଦା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୦୨୪ – ୨୦୨୫ ବର୍ଷ ପାଇଁ ସଂଘର ବାର୍ଷିକ ବିବିଧ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀ ନିର୍ବାଚନ ଅଧିକାରୀଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ୨ ବର୍ଷ ପାଇଁ ସଭାପତି ଭାବେ ଶରତ ପଥାଳ, ସାଧାରଣ ସମ୍ପାଦକ ଭାବେ ଚିନ୍ତାମଣି ପାଢ଼ୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ପ୍ରଦ୍ୟୁମ୍ନ ବୋଇତେଇ, ଯଜ୍ଞଦତ୍ତ ତ୍ରିପାଠୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ସହ ସମ୍ପାଦକ ଭାବେ ଭରତ ରାଉତ, କୈଳାସ ରାଉତ ନିର୍ବାଚିତ ହୋଇଛନ୍ତି । ଉପଦେଷ୍ଠା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ ରହିଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିଜୟ କୁମାର ସାହୁ, ପବିତ୍ର ରଞ୍ଜନ ମହାନ୍ତି, ସୁଦୀପ କୁମାର ମିଶ୍ର, ଦୁଷ୍ମନ୍ତ କୁମାର ରାଉତ, ଜ୍ଞାନରଂଜନ ରାଉତ, ପ୍ରଶାନ୍ତ କୁମାର ପାତ୍ର ଓ ବିଶ୍ୱ...

ବ୍ୟାସନଗର ପବ୍ଲିକ ସ୍କୁଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Image
ବ୍ୟାସନଗର ପବ୍ଲିକ ସ୍କୁଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ  ଯାଜପୁର/ବ୍ୟାସନଗର;୨୮/୦୮(ବ୍ରାହ୍ମ ମୁହୂର୍ତ୍ତ): ସ୍ୱର୍ଗତ ଡ଼: କଳ୍ପତରୁ ସାହୁ ଙ୍କ ସ୍ମୃତି ଉଦେଶ୍ୟରେ ଯାଜପୁରରୋଡ ସ୍ଥିତ  ବ୍ୟାସନଗର ପବ୍ଲିକ  ସ୍କୁଲ ପରିସରରେ ମଙ୍ଗଳବାର ଏକ ସ୍ୱେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଚେୟାରମ୍ୟାନ ତଥା ପ୍ରଧାନାଚାର୍ୟା   ଦେବସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଭୁ ଅର୍ଜନ ଅଧିକାରୀ ନମ୍ରତା ମୋଦି ଓ ସମ୍ମାନିତ ଅତିଥି ଭାବେ ଯାଜପୁର ରୋଡ ରେଞ୍ଜର ଜୋତିରଞ୍ଜନ ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍କୁଲର ପ୍ରତିଷ୍ଠାତା ତଥା ପ୍ରିନସିପାଲ ଙ୍କ ପୂଜନୀୟ ପିତା କଳ୍ପତରୁ ସାହୁ ଙ୍କ ୮୪ତମ ସ୍ମୃତି ଦିବସ ଉଦେଶ୍ୟ ରେ ପ୍ରତି ବର୍ଷ ଏହି ଦିନରେ ଆମ ସ୍କୁଲ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ ସମସ୍ତ ଅଭିଵାବକ,ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ମାନେ ସହଯୋଗ କରିଥାନ୍ତି ବୋଲି  ଚେୟାରମ୍ୟାନ କହିଥିଲେ । ଉକ୍ତ ରକ୍ତ ଦାନ ଶିବିର ରେ ମୋଟ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଆଶା କରାଯାଇଥିବା ପ୍ରିନସିପାଲ କହିଥିଲେ। ରକ୍ତ ଦାନ ମହତ ଦାନ ଓ ରକ୍ତ ଦାତା ହେଉଛନ୍ତି ମହତ ଦାତା ଏବଂ ଆମେ ଦେଇଥିବା ରକ୍ତ ରେ ଯେ ଜଣେ ନିରୀହ ଜୀବନ ...

ଗୋପାଳ ସାମାଜ ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ

ଗୋପାଳ ସାମାଜ ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ ପୋଲସରା, ୨୭/୦୮/୨୪ :(ବ୍ରାହ୍ମ ମୁହୂର୍ତ୍ତ) ଆଠଗଡ ତାଲୁକା, ଭିତିରି ମୁଠା, ଷୋହଳଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ ପକ୍ଷରୁ ପୋଲସରା ବ୍ଳକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ଗୋପାଳ ସମାଜ ଗୃହରେ ନନ୍ଦ ମହୋତ୍ସବ ଅଗଷ୍ଟ ୨୭ ତାରିଖ, ମଙ୍ଗଳବାର ଦିନ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ସମାଜର ସଭାପତି ନିରଞ୍ଜନ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ଯୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ଗୋପାଳ ସମାଜ ପ୍ରତି ନିଜର ଆନ୍ତରିକତା ଜ୍ଞାପନ କରି, ସମାଜର ସମସ୍ତ ସଦସ୍ୟ କର୍ମଠ ଓ ସତ୍ଯବାଦୀ  ହୋଇଥିବା ବେଳେ ଏକ ନିଆରା ଶ୍ରେଣୀର ବ୍ୟକ୍ତିତ୍ୱ ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବର୍ତ୍ତିନି ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ଅଧ୍ଯାପକ ମନୋଜ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ମହେଶ୍ବର ପରିଡା, ଦୀପକ କୁମାର ପୋଲାଇ, ପ୍ରଶନ କୁମାର ଡାକୁଆ,  ଆଠଗଡ ତାଲୁକା ସଭାପତି ମୋହିନୀ ମୋହନ ମହାଙ୍କୁଡ ,ମନୋଜ କୁମାର ଖଟୁଆ, ସଞ୍ଜିବ ...