Posts

Showing posts from September, 2024

ପୁଣି ଏକ ଲଜ୍ଜା ଘଟଣା !! ମାନସିକ ବିକୃତି ଝିଅ ପ୍ରତି ଦୁଷ୍କର୍ମ ଅଭିଯୋଗ - ଆଠମଲ୍ଲିକ

ଆଠମଲ୍ଲିକ/ଅନୁଗୋଳ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ରାଜ୍ୟରେ ଏବେ ଶାସନ କ୍ଷମତାରେ ରହିଛନ୍ତି ଲୋକଙ୍କ ସରକାର। ସରକାର ବିଭିନ୍ନ ସମୟରେ ଲୋକଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ସହିତ ସାମିଲ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ଏହିପରି କିଛି ଲଜ୍ଜା ଖବର ବିଶେଷ ସୁତ୍ରରୁ ମିଳିଛି ଯେ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଠାକୁର ଗଡ଼ ଗ୍ରାମର ଅତି ନିନ୍ଦନୀୟ ଖବର। ଗାଆଁରେ ବସ ବାସ କରନ୍ତି ସଂଜିତ ରଣା ଙ୍କ ପରିବାର। ପରିବାରରେ  ତାଙ୍କ ସହିତ ମାନସିକ ବିକୃତ ଭଉଣୀ ଛଦ୍ମନାମ (ସୁରି ) ମଧ୍ୟ ରହୁଥିଲେ । କିନ୍ତୁ ପରିବାର ପକ୍ଷରୁ କୁହାଯାଇଛି ଯେ ଗତ ତା୨୬/୦୯/୨୪ ରିଖ ସଂନ୍ଧ୍ୟା ସମୟରୁ ଭଉଣୀ ଘରୁ ବାହାରି କୁଆଡେ ଚାଲି ଯାଇଥିଲେ । କିନ୍ତୁ ଲୋକ ଙ୍କ କହିବା ମୁତାବକ ନିଜ ପ୍ରୟାସରେ ବୌଦ୍ଧ ଅଞ୍ଚଳ ରେ ରହୁଥିବା  ତାଙ୍କ ସାନଭାଇ ରଜତ ଖୋଜାଖୋଜି କରୁଥିଲେ ମଧ୍ୟ ସୁରୀଙ୍କଅନ୍ୟ ବୋହୁ ମାନେ ତାଙ୍କପ୍ରତି ତତ୍ପର ନଥିଲେ  କି ବଡ ଭାଈ ସଂଜିତ ନିଖୋଜ ଭଉଣୀ ପାଇଁ  ପୋଲିସ କୁ ଜଣାଇ ନଥିଲେ l  ଆଠମଲ୍ଲିକ ଅଞ୍ଚଳ ର ଯମଦଳୀ ଗ୍ରାମରେ ସୁରି ଯେକୋଣସି ମତେ ପହଂଚି ଯାଇଥିଲା ଏବଂ ଭୋକ ର ଦଉ ସମ୍ଭାଳି ନପାରି ଗ୍ରାମରେ ମାଗି କିଛି ପଖାଳ ଖାଇଥିଲା। ଲୋକଙ୍କ କହିବା ଅନୁସାରେ ଆନୁମାନିକ ବୟସ ପାଖାପାଖି ୨୫/୨୭ ବର୍ଷ ର ମାନସିକ ବିକୃତ ଥିବା ସୁରି ଏଭଳି ଅବସ୍ଥାରେ ବୁଲୁଥିଲା ଯାହା କି ନିଜ ଦେହରେ ...

୭୪ ବର୍ଷ ପରେ ମଧ୍ୟ ବୃଦ୍ଧ ଦମ୍ପତି ଭତ୍ତା ପାଇବାରୁ ବଞ୍ଚିତ।

Image
୭୪ ବର୍ଷ ପରେ ମଧ୍ୟ  ବୃଦ୍ଧ ଦମ୍ପତି ଭତ୍ତା ପାଇବାରୁ ବଞ୍ଚିତ। ରିପୋର୍ଟ- ରାମଦାସ ଭତ୍ରା ଝରିଗାଁ-(ବ୍ରାହ୍ମ ମୁହୂର୍ତ୍ତ) :ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଞ୍ଚାୟତ ରେ ଲୋକ ପ୍ରତିନିଧି ମାନେ ହବହେଲା ଯୋଗୁଁ ଲୋକେ ବିଭିନ୍ନ ଯୋଜନାରୁ  ବର୍ଷ ବର୍ଷ ଦରି ଯୋଜନାରୁ ବଞ୍ଚିତ ଅଛନ୍ତି ପଞ୍ଚାୟତ ବାସି l ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନାକରିଛି । ହେଲେ ଏହି ଯୋଜନାର ସୁଫଳ ମିଳୁନି ପ୍ରକୃତ ହିତାଧିକାରୀଙ୍କୁ। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସରକାରୀ ଯୋଜନାର ସୁଫଳ ମିଳୁନି। ଏମିତି ଏକ ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମହଣ୍ଡି ଗ୍ରାମ ୱାର୍ଡ ନମ୍ଵର-୨ର ଗଜମତି ଗଣ୍ଡ ଏବଂ ସ୍ୱମୀ ମଙ୍ଗଳୁ ଗଣ୍ଡ। ଉଭୟଙ୍କ ବୟସ ୭୪ ବର୍ଷ ହୋଇ ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରିନି।ଏଟି  ୱାର୍ଡ ମେମ୍ବର ସରପଞ୍ଚ, ପିଇଓ ସରକାରର ଯୋଜନା କୁ ଲୋକଙ୍କ ପାକରେ ନ ପଞ୍ଚାୟବାରୁ ଏହି ବୋଲି ବୃଦ୍ଧବୃଦ୍ଧlଙ୍କ ପେନସନ ଯୋଜନା ରୁ ବଞ୍ଚିଜତ ଅଛନ୍ତି l ଏହି ପଞ୍ଚାୟତରେ ସ୍ଵଚ୍ଛ ଶାସନର ଦ୍ୱାହି ଦେଇ ଆସୁଥିବା  ବିଜେଡି ଦଳର ଦୁଇ ଦୁଇ ତର ସରପଞ୍ଚ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ବୃଦ୍ଧ ବୃଦ୍ଧା ଦୁହିଁଙ୍କୁ ମିଳି ପାରିନି ବାର୍ଦ୍ଧକ୍ୟ ଭତ୍ତା। ବାରମ୍ବାର ପ୍ରଶାସନ ଠାର...

ଝାରସୁଗୁଡାରେ ୧୫୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ

Image
ଝାରସୁଗୁଡାରେ ୧୫୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ  ଝାରୁସୁଗୁଡା(ବ୍ରାହ୍ମ ମୁହୂର୍ତ୍ତ):-  ଇଗଲ ଗ୍ରୁପ ତରଫ ରୁ ରକ୍ତଦାନ ଶିବିର ଝାରସୁଗୁଡ଼ା ର ଦିବ୍ୟାଙ୍ଗ ବନ୍ଧୁ ଇଗଲ ଗ୍ରୁପ ତରଫ ରୁ ସ୍ଥାନୀୟ  ମୋହିନୀ ରୋୟଲ ଠାରେ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା ଯେଉଁଥିରେ ୧୫୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମୁଖ୍ୟ ଅତିଥି ରୂପେ ମାତାଦିନ ମୁନ୍ଦୁଡା  ଅର୍ଜୁନ ଲାଲ ମୋର ସନ୍ଦୀପ ଅବସ୍ତି ଯୋଗ ଗୁରୁ ବବନ ସିଂହ  ଡାକ୍ତର ଶିଳାବାନ୍ତି ଯୋଜୋ ଡାକ୍ତର ପ୍ରକାଶ ରାଣା ମଞ୍ଚଆସିନ ଥିବା ବେଳେ  ଦେବାଶିଷ ନାଥ ସଭା ପରିଚାଳନା କରିଥିଲେ ।  ହିମାଦ୍ରୀ ପ୍ରଧାନ ଯୋଗେସ୍ୱର ଅଙ୍କିତ ଜ୍ୟୋତି ସୁନୀଲ ଦେବାଶିଷ ଦେବ ବଳଭଦ୍ର ରାଗିଣୀ ବିଜୟ ଅମିତ ଦୀପକ ଦିବ୍ୟ ସଞ୍ଜୟ ରଶ୍ମି  ସନ୍ଦୀପ ସ୍ୱାଇଁ  ଶିବିର ପରିଚାଳନା ରେ ସହଯୋଗ  କରିଥିଲା ବେଳେ ସଭାପତି ରାକେଶ ସାହୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣେଇଥିଲେ । ରକ୍ତଦାନ ଶିବିର କ୍ଷେତ୍ର ରେ ଜିଲା ରେ ବିପ୍ଳବ ଆଣିଥିବା ରାଜେଶ ପାଢ଼ୀ ଓ ପ୍ରଶାନ୍ତ ନନ୍ଦଙ୍କୁ ସଂସ୍ଥା ତରଫରୁ ସମ୍ମାନିତ କରାଯାଇଥିଲା  ।

ଶିଶୁ ମହୋତ୍ସବ 'ସୁରଭି-୨୦୨୪'କାର୍ଯ୍ୟକ୍ରମ ଅନୁଷ୍ଠିତ - ଝରୀଗାଁ

Image
ଶିଶୁ ମହୋତ୍ସବ 'ସୁରଭି-୨୦୨୪'କାର୍ଯ୍ୟକ୍ରମ ଅନୁଷ୍ଠିତ - ଝରୀଗାଁ  ରିପୋର୍ଟ - ରାମଦାସ ଭତ୍ରା  ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ):ତା ୨୭.୦୯.୨୦୨୪ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ  ସଣ୍ଢଷା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି-୨୦୨୪ ଓ ଓଡ଼ିଶାର ଲୋକକଳା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବ୍ରଜସୁନ୍ଦର ବୈଦ୍ୟଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟଟି ପରିଚାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଚିତାବେଡା ଗ୍ରାମ ପଞ୍ଚାୟତ ସରପଞ୍ଚ  ମହେଶ୍ବର ସାହୁ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଲକ୍ଷ୍ମୀ ଭତ୍ରା, ବିଶିଷ୍ଟ ସମାଜ ସେବୀ ସଦାନନ୍ଦ ଭତ୍ରା,ଅର୍ଜ୍ଜୁନ ଜାଲ, ଦୟାଦାସ ଜଗତ ଏବଂ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିନୋଦ ସୁନା ଯୋଗ ଦେଇଥିଲେ। କ୍ଲଷ୍ଟରର ୧୧ଟି ବିଦ୍ୟାଳୟରୁ ୧୫୦ଜଣ ଛାତ୍ରଛାତ୍ରୀ ସଙ୍ଗୀତ,ବକ୍ତୃତା, ପ୍ରବନ୍ଧ ଲିଖନ, ହସ୍ତାକ୍ଷର ଓ ଶ୍ରୁତ ଲିଖନ, ଚିତ୍ରାଙ୍କନ,କୁଇଜ୍,ବିତର୍କ,ପି.ଏମ୍. ପୋଷଣ(ଚିତ୍ରକଳା ଓ ଶିଳ୍ପ କଳା) ଏବଂ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ସିଆରସିସି ରଞ୍ଜିତ ବିଶ୍ୱାସଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଅମିନ ଭତ୍ରା ,ଅନନ୍ତରାମ ଭତ୍ରା, ,ଜ୍ୟୋତି ରଂଜନ ସରକାର, ଚକ୍ର ହରିଜନ ଓ ଶିକ୍ଷୟିତ୍ରୀ ଜା...