ଜିଲ୍ଲା ପ୍ରତିଷ୍ଠା ଦିବସ ଓ ମହୋତ୍ସବ 'ଦୁଲଦୁଲି'ପ୍ରସ୍ତୁତି ବୈଠକ - ଝାରସୁଗୁଡ଼ା
ଜିଲ୍ଲା ପ୍ରତିଷ୍ଠା ଦିବସ ଓ ମହୋତ୍ସବ 'ଦୁଲଦୁଲି' ପ୍ରସ୍ତୁତି ବୈଠକ - ଝାରସୁଗୁଡ଼ା ଝାରସୁଗୁଡ଼ା ତା ୩୦/୧୦(ବ୍ରାହ୍ମ ମୁହୂର୍ତ୍ତ)- ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ "ଦୁଲଦୁଲି -୨୦୨୫" ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ପ୍ରତିଷ୍ଠା ଦିବସ ଏବଂ ମହୋତ୍ସବ ଆୟୋଜନ ପୂର୍ବକ କଳା ଓ ସଂସ୍କୃତି ବଜାୟ ରଖିବା ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ ବିଗତ ବର୍ଷର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ପ୍ରତି ବର୍ଷ ପରି ଆସନ୍ତା ଜାନୁଆରୀ ୧ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ସହ ୫ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଦୁଲଦୁଲି ଅନୁଷ୍ଠିତ ହେବ। ଚଳିତ ବର୍ଷ ମହୋତ୍ସବ ସରବାହାଲଠାରେ ଅନୁଷ୍ଠିତ ନହୋଇ ବିଟିଏମ୍ ପଡ଼ିଆରେ ଆୟୋଜନ କରାଯିବାକୁ ବୈଠକରେ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା । ମହୋତ୍ସବ ସହିତ ପଲ୍ଲୀଶ୍ରୀ ମେଳାର ଆୟୋଜିତ ହେବ। ଚଳିତ ବର୍ଷ ଠାରୁ ମହୋତ୍ସବ...