ଶ୍ରୀ ପଞ୍ଚମୀରେ ମାଁ ସରସ୍ବତୀଙ୍କୁ ପୁଷ୍ପାଞ୍ଜଳି ଦେଲେ ମାଆ କରେଇଶୁଣୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରଛାତ୍ରୀ
ଅଳସୁଗୁମା/ ଜଗନ୍ନାଥ ପ୍ରସାଦ (ବ୍ରାହ୍ମ ମୁହୂର୍ତ୍ତ)-: ମର୍ତ୍ତ୍ୟଧାମକୁ ଯୁଗ ଯୁଗଧରି ବିଭିନ୍ନ ଦିବ୍ୟ ଶୁଭ ଅବସରରେ ସ୍ଵର୍ଗଲୋକରୁ ଦେବାଦେବୀ ମାନେ ଧରା ଧାମରେ ଅବତରଣ କରିଥାନ୍ତି ଭକ୍ତଙ୍କ ମଙ୍ଗଳ କାମନା କରିବା ସହ ସେମାନଙ୍କ ଦିବ୍ୟ ଚେତନା ପ୍ରାପ୍ତି କରାଇବା ଉଦ୍ଦେଶ୍ୟରେ। ସେହି ଭଳି କିଛି ପବିତ୍ର ଦିନ ମାନଙ୍କ ମଧ୍ୟରେ ଚଳିତ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆମେ ଛାତ୍ରଛାତ୍ରୀମାନଙ୍କ ବିଦ୍ୟାର ବିକଶିତ ସକାଶେ ମାଁ ସରସ୍ବତୀ ଏହି ଦିନ ପୃଥିବୀ ପୃଷ୍ଠକୁ ଆସନ୍ତି ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ଏଭଳି ପବିତ୍ର ଦିନରେ ଅଳସୁଗୁମା ଗ୍ରାମ ମାଆ କରେଇଶୁଣୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜିତ ଶ୍ରୀପଞ୍ଚମୀ ତିଥିରେ ମାଁ ସରସ୍ବତୀ ପୂଜା ଚଳିତ ବର୍ଷ ବେଶ୍ ଧୁମଧାମରେ ପାଳନ କରିଛନ୍ତି। ବିଦ୍ୟାଳୟ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଫେବୃଆରୀ ମାସର ତା ୨ରିଖ ରବିବାର ଦିନ ଶ୍ରୀ ଶ୍ରୀ ସରସ୍ବତୀ ଦେବୀଙ୍କ ପୂଜା ଉତ୍ସବ ଯଥା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଅଛି। ସକାଳ ଘ୮. ୩୦ମିନଟ ସମୟରେ ପୂଜାରମ୍ଭ ହୋଇଥିବା ବେଳେ ଘ୧୦.୧୫ମିନଟ ସମୟରେ ମାଁ ସରସ୍ବତୀଙ୍ପୁକୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ଉପସ୍ଥିତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ପ୍ରସାଦ ସେବନ କରିଥିଲେ। ପ୍ରତିବର୍ଷ ଭଳି ଚଳି...