ସୈାରା ପେଣ୍ଡିଲି ପ୍ରାଥମିକ ସେବାଶ୍ରମ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗୁଡ଼ାରୀ(ବ୍ରାହ୍ମ ମୁହୂର୍ତ୍ତ)-: 28/02/2025 ଗୁଡ଼ାରୀ ବ୍ଳକ୍ ର ସୈାରା ପେଣ୍ଡିଲି ପ୍ରାଥମିକ ସେବାଶ୍ରମ ରେ ବାର୍ଷିକ ଉତ୍ସବ 2024-2025 ପାଳନ କରାଯାଇଛି । ସରପଞ୍ଚ ଦୀପ ପ୍ରଜ୍ବଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପ୍ରଦୀପ କୁମାର ଶର୍ମା (WEO), ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରେଣୁକା ଶବର (ସରପଞ୍ଚ) , ସମ୍ମାନିତ ଅତିଥି ଭାବେ ଶ୍ରୀ କୃପାସିନ୍ଧୁ ଶବର, ଅନିଲ କୁମାର ବେହେରା (CRCC), ବିଭିଷଣ ଶବର (Ex CRCC) , ଅଶ୍ବିନୀ ଖାଡାଙ୍ଗା, ବାଳକୃଷ୍ଣ ସାହୁ ଏବଂ ମୁଖ୍ୟ ବକ୍ତା ଭାବରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଆସନ ଅଳଙ୍କୃତ କରିଥିଲେ । ନୀଳକଣ୍ଠ ଶବର, ଭାଗିରଥୀ ଶବର, ରୁଦ୍ରାକ୍ଷ ରବି, ସୋମେଶ୍ୱର ପାତ୍ର, ମାଝୀ ଶବର, ଅନନ୍ତ ବେହେରା, ସୁରେଶ ପାଣିଗ୍ରାହୀ ଆଦି ଗୁଡ଼ାରୀ ବ୍ଳକ୍ ରେ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ମାନେ ଏବଂ ବାଟାଲା ରବି କୁମାର, ସତ୍ୟନାରାୟଣ ଜାନି, ଗିରିଧାରୀ ପାଣିଗ୍ରାହୀ ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଏବଂ Asst ଶିକ୍ଷକ ମାନେ ଦାୟିତ୍ଵ ନିର୍ବାହ କରି କାର୍ଯ୍ୟ କୁ ସଫଳ କରିଥିଲେ । ବାର୍ଷିକ ଉତ୍ସବ ରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବାଡି, ଖ ଖ, ଦୈ।ଡ, ନୃତ୍ୟ, ସଂଗିତ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ 147 ପିଲାଙ୍କ ମଧ୍ୟରୁ 25 ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁ...