ହନୁମାନ ଜୟନ୍ତୀ ପାଇଁ ହିନ୍ଦୁ ଯୁବ ସଂଗଠନ ର ପ୍ରସ୍ତୁତି ବୈଠକ।
ହନୁମାନ ଜୟନ୍ତୀ ପାଇଁ ହିନ୍ଦୁ ଯୁବ ସଂଗଠନ ର ପ୍ରସ୍ତୁତି ବୈଠକ। ବରଗଡ଼ (ବ୍ରାହ୍ମ ମୁହୂର୍ତ୍ତ)-: ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଆସନ୍ତା 14.4.25 ରେ ପାଳନ ହେବାକୁ ଥିବା ହନୁମାନ ଜୟନ୍ତୀ ପାଇଁ ହିନ୍ଦୁ ଯୁବ ସଂଗଠନ ର ପ୍ରସ୍ତୁତି ବୈଠକ ହୋଇଯାଇଅଛି l ଆଜିର ବୈଠକରେ ନୂତନ କର୍ମକର୍ତ୍ତା ଓ ଜୟନ୍ତୀ ଅବସରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା l ଆଜିର ସଭା କୁ ସଂଗଠନ ର ଜିତୁ ଭୋଇ ପରିଚାଳନା କରିଥିଲେ ଜୟନ୍ତୀ ପାଇଁ ସର୍ବସମ୍ମତି କ୍ରମେ ପଙ୍କଜ ଝା ସଭାପତି, ରାଜୁ ରାଓ ଓ ଅରୁଣ ଦାସ ଉପସଭାପତି, ଜଗନ୍ନାଥ କର୍ଣ୍ଣ ସମ୍ପାଦକ, ଉତ୍ତମ ଜେନା ଓ ଉତ୍ତମ ସିନ୍ଧିରିଆ ସହସମ୍ପାଦକ, ପ୍ରଦୀପ ଥାପା ଓ ଜିତୁ ରାଉତ ଙ୍କୁ କୋଷାଧକ୍ଷ ହିସାବରେ ଦାୟିତ୍ଵ ଦିଆଯାଇଥିଲା l ଓ ସଙ୍ଗଠନ ର ବରିଷ୍ଠ ସଦସ୍ୟ ଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା l କାର୍ଯ୍ୟକ୍ରମ ରେ 12.4.25 ତାରିଖ ରେ ଏକ ବିଶାଳ ମୋଟରସାଇକଲ୍ ଶୋଭାଯାତ୍ରା ପୁରା ସହର ପରିକ୍ରମା କରିବ ଓ 14.4.25 ତାରିଖରେ ଏକ ବିଶାଳ ପାଦଚାଳିତ ଶୋଭାଯାତ୍ରା ହେବ ଏଥିରେ ବିଭିନ୍ନ କିସମର ବଜା, ଘୋଡାନାଚ,ଦୁଲୁଦୁଲି,ବାଡ଼ିଖେଳ ଇତ୍ୟାଦି ସାମିଲ ହେବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ଓ ସହର ବାସି ଙ୍କ ପାଇଁ ସନ୍ଧ୍ଯା ସମୟରେ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଛି lବୈଠକରେ ଶତାଧିକ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ମତ...