ଗଉଡ଼ଗୁଡା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
କାଶିପୁର/ରାୟଗଡ଼ା(ବ୍ରାହ୍ମ ମୁହୂର୍ତ୍ତ)- ୭l୪-ଆଜି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ହାଡ଼ିଗୁଡ଼ା ପଞ୍ଚାୟତ ଗଉଡ଼ଗୁଡା ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଯୁବନେତା ତଥା ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର, ବିଶିଷ୍ଟ ଅତିଥି ଭାବେ ସଚିଦାନନ୍ଦ, ପୁରୁଷୋତ୍ତମ, ଏବଂ ଦିଲୀପ ଗରଡ଼ିଆ ଯୋଗଦେଇଥିଲେ l ପ୍ରଥମ ଦିବସରେ ଉପର ଢେଷ୍କା ବନାମ ଡାଲିଗୁଡା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହେଇଥିଲା। ୧୦ ଓଭର୍ ବିଶିଷ୍ଟ ପ୍ରଥମ ମ୍ୟାଚରେ ଡାଲିଗୁଡା ଦଳ ଢେସ୍କା ଦଳ କୁ ପରାଜିତ କରିଥଲେ l ୭ ଦିନ ଧରି ଏହି କ୍ରିକେଟ୍ ପ୍ରତିଯୋଗିତା ଚାଲି ରହିବ ଏବଂ ଫାଇନାଲ ଖେଳ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଟିମ୍ ଅର୍ଗାନାଇଜର ସୂଚନା ଦେଇଛନ୍ତି କମିଟି ର ବୁଲୁ , ମୋହନ କୁନା ଏବଂ ରଞ୍ଜିତ ବିଭିନ୍ନ ଦାୟିତ୍ଵ ରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି l ଏହି ଅବସରରେ କମିଟି ମ୍ୟାନେଜର କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ଗଉଡ଼ ଗୁଡ଼ାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି l ତେବେ ଚଳିତ ୨୦୨୫ ମସିହାର ଟୁର୍ଣ୍ଣାମେଣ୍ଟ ଭିନ୍ନ ଢ଼ଙ୍ଗରେ ଆୟୋଜିତ ହଇଛି l ରାୟଗଡ଼ା ଯୁବନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍...