ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟ ର 10ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-
22-12-2023, ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟ ର 10ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ  ଭୁବନେଶ୍ୱର ର ଲୋହିଆ ଏକାଡେମୀ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ସଭାପତି ଭାବେ କଳିଙ୍ଗରତ୍ନ ତଥା ସମାଜ ସେବୀ ଶ୍ରୀ ବ୍ରହ୍ମ୍ଛାନନ୍ଦ ମହାନ୍ତି ସଭାପତିତ୍ୱ କରିବା ସହିତ ସଭା ପରିଚାଳନା କରିଥିଲେ | ଆଜିର ଏହି ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ଶ୍ରୀ ଉମାଚରଣ ମିଶ୍ର ଅବସର ପ୍ରାପ୍ତ ଜିଲ୍ଲା ଜଜ ଏବଂ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ସଭାପତି ଉଦଘାଟନ କରିଥିଲେ | ଭୋକିଲା ପେଟ ର ସମ୍ପାଦକ ଶ୍ରୀ ସୁଧୀର ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପଠନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରୁଥିଲେ | ଆଜିର ସମ୍ବାଦପତ୍ର ଅତିଥି ଗଣ ସାମ୍ପ୍ରତିକ ସ୍ଥିତି ରେ ସମ୍ବାଦପତ୍ର ଭୂମିକା ଉପରେ ଆଲୋକପାତ କରିବା ସହିତ ଦୈନନ୍ଦିନ ଜୀବନରେ ସମାଜ ଉନ୍ନତି ବିକାଶ ପ୍ରଗତି ପଥରେ ସମ୍ବାଦପତ୍ରିକା ଦର୍ପଣ ଭାବେ କାର୍ଯ୍ୟ କରିବା ସହିତ ମା, ମାଟି, ମାତୃଭାଷା, ଜଳ, ଜଙ୍ଗଲ ସାହିତ୍ୟ ସଂସ୍କୃତି ଶିକ୍ଷା ଯୋଗାଯୋଗ, ଗମନାଗମନ ସରକାରୀ ଯୋଜନା ଓ ସଫଳ କ୍ଷେତ୍ରରେ ଭୋକିଲା ପେଟ ଯେପରି ନିରପେକ୍ଷ, ନିର୍ଭିକ, ସତ୍ୟ ଉପରେ ସମ୍ବାଦ କୁ ଉପସ୍ଥାପନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଛି  ଓ ବିଭିନ୍ନ ଜନହିତକର କାର୍ଯ୍ୟ ଯଥା ବୃକ୍ଷରୋପଣ ଅସହାୟ ଙ୍କୁ ସାହାଯ୍ୟ, ସ୍ୱାସ୍ଥ୍ୟ ଶିବିର ଆଜି ଅନେକ କାର୍ଯ୍ୟ କରିଚାଲିଛି | ମୁଖ୍ୟ ଅତିଥି ଡ଼ଃ ଜ୍ୟୋତି ନାୟକ ( ପ୍ରଧାନ ବୈଜ୍ଞାନିକ ଆଇ. ସି. ଏ. ଆର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ) ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଜାରାମ ଶତପଥି ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବତନ ବିୟୁରୋ ଚିଫ ଟାଇମସ ଅଫ ଇଣ୍ଡିଆ,ବରେଣ୍ୟ ଅତିଥି ଶ୍ରୀଯୁକ୍ତ ଶୋଭନ କର ଅବସର ପ୍ରାପ୍ତ ଆୟକର କମିଶନର, ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ କାମଦେବ ମହାପାତ୍ର ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ| ଏଥି ସହିତ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ କୁ ସମ୍ବର୍ଦ୍ଧିତ କରାଯିବା ସହିତ ଉପଢ଼ୋକନ ଏବଂ ମାନପତ୍ର ଦିଆଯାଇଥିଲା | ସର୍ବୋପରି ରାଜାରାମ ଶତପଥୀ ଙ୍କୁ ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବାଙ୍କୀର ବରପୁତ୍ର ନୀଳମଣି ବିଦ୍ୟାରତ୍ନ ଙ୍କ ସ୍ମୁତି ରେ ନୀଳମଣି ବିଦ୍ୟାରତ୍ନ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା | ଶ୍ରୀମତୀ ସିପ୍ରା ହୀରା ଙ୍କୁ ବାଙ୍କୀ ର ବିରା ରାଣୀ ଶୁକଦେଇ ପୁରସ୍କାର ସମ୍ମାନ ରେ ସମ୍ମାନିତ କରାଯାଇଥିଲା |ଏଥି ସହିତ ବିଶିଷ୍ଟ  ସାମାଜିକ ମନସ୍ତତ୍ତ୍ୱବିତ ଲଳିତ ମୋହନ ନାୟକ, ବିଶିଷ୍ଟ ସମାଜସେବୀ ଇଂ ନିମାଇଁ ପଣ୍ଡା,ସମାଜସେବୀ ମନୋଜ କୁମାର ମଲ୍ଲିକ , ସମାଜସେବୀ ଅକ୍ଷୟ ତରାଇ, ଶିକ୍ଷକ ଏବଂ ସମାଜସେବୀ ସନ୍ତୋଷ ବିଶ୍ୱାଳ, ସମାଜସେବୀ ରବୀନ ଦାସ, ସମାଜସେଵୀ ଏବଂ ସାମ୍ବାଦିକା ବର୍ଷା ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଆଜିର କାର୍ଯ୍ୟକ୍ରମ କୁ ସମାଜସେବୀ ନିରାକାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ ସହଯୋଗ କରିବା ସହିତ ଅବସର ପ୍ରାପ୍ତ ଶିକ୍ଷକ ସୁକୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।