ଗୋଛାପଡା ଠାରେ 14ତମ ବାର୍ଷିକ କ୍ରିଡା ଉତ୍ସବ ପାଳିତ ହୋଇଯାଇଛି
ଗୋଛାପଡା/(ବ୍ରାହ୍ମ ମୁହୂର୍ତ୍ତ)-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଛାପଡା ଠାରେ 14ତମ ବାର୍ଷିକ କ୍ରିଡା ଉତ୍ସବ ଧୁମ ଧାମ ରେ ପାଳନ କରଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧକ୍ଷ୍ୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସଂମାନିତ ଅତିଥି ଭାବରେ ଗୋଛାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୁନୀ ମେହେର ସମାଜସେବୀ ଶ୍ରୀଯୁକ୍ତ ଦେବଦତ୍ତ ରଥ ୱାର୍ଡସଭ୍ୟ ଶ୍ରୀଯୁକ୍ତ ମହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କ୍ରିଡା ପ୍ରତିଯୋଗୀତା ରେ ମୋଟ ୧୦୦ ଜଣ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଥିଲେ ବାଳକ ବିଭାଗ ରେ ଆୟୁଷ୍ମାନ ସିଦ୍ଧାର୍ଥ ପ୍ରଧାନ ଓ ବାଳିକା ବିଭାଗ ରେ ଆୟୁଷ୍ମତୀ ପୁଷ୍ପାଞ୍ଜଳି ଜାଲ ଚାମ୍ପିୟାନ ଘୋଷିତ ହୋଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଗାଈଗୌରିଆ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ସାମଲ ଓ ଦହ୍ୟ। ନୋଡାଲ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଖେଳ ପରିଚାଳନା କରିଥିଲେ । ଏହି ଉତ୍ସବ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ସୁବୁଦ୍ଧି ସଭାପତିତ୍ଵ କରିଥିଲେ ଓ ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ ପରିଶେଷରେ ସ୍କୁଲ ର କଳା ଶିକ୍ଷୟତ୍ରୀ ବର୍ଷାବୈଶାଳୀ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment