ସ୍କୁଲ ତାଲା ଭାଙ୍ଗି 4ପକେଟ ଚାଉଳ ଚୋରୀ କଲେ ଦୁର୍ବୃତ୍ତ |
ସ୍କୁଲ ତାଲା ଭାଙ୍ଗି 4ପକେଟ ଚାଉଳ ଚୋରୀ କଲେ ଦୁର୍ବୃତ୍ତ |
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) 08/12-ବିଦ୍ୟାଲୟ ତାଲା ଭାଙ୍ଗି 4ପକେଟ ଚାଉଳ ଚୋରୀ ହୋଇଥିବା ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ନାଗଯୋଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଓ ରୋଷେଇ ସାମଗ୍ରୀ ରଖାଯାଇଥିଲା |ହେଲେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ କୋଠରୀ କବାଟରେ ଲାଗିଥିବା ତାଲା ଭାଙ୍ଗି 4ପକେଟ ଚାଉଳ ଚୋରୀ କରିଛନ୍ତି |ଆଜି ସକାଳୁ ଗ୍ରାମର କିଛି ପିଲା କୋଠରୀ କବାଟରେ ଝୁଲି ରହିଥିବା ତାଲାକୁ ଭଙ୍ଗା ଅବସ୍ଥାରେ ଥିବା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏ ବିଷୟରେ ଜଣେଇଥିଲେ |ପ୍ରଧାନ ଶିକ୍ଷକଙ୍କ କହିବା ପ୍ରକାରେ ଉକ୍ତ କୋଠରୀରେ ସର୍ବମୋଟ 13ପକେଟ ଚାଉଳ ଥିଲା ଓ ଆଜି ସେଥିମଧ୍ୟରୁ 4ପକେଟ ଚାଉଳ ଗାୟବ ହୋଇଛି |ସେ ସଂଗେ ସଂଗେ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ଡାକି ଏକ ବୈଠକ କରି ଘଟଣା ବିଷୟରେ ଜଣେଇବା ସହିତ ସି ଆର ସିଙ୍କୁ ମଧ୍ୟ ଘଟଣା ବିଷୟରେ ଅବଗତ କରିଥିଲେ ଓ ଡାବୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି |
Comments
Post a Comment