ଓଷ୍ଟା ଜଗନ୍ନାଥ ପ୍ରସାଦ ବ୍ଳକ ଗଞ୍ଜାମ ପକ୍ଷରୁ ଶିଶୁ ଉତ୍ସବ-୨୦୨୩ ପାଳନ

ଅଳସୁଗୁମା/ଜଗନ୍ନାଥ ପ୍ରସାଦ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ):- ରାଜ୍ୟର ଅଗ୍ରଣୀ ଶିକ୍ଷକ ସଂଘ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଗଞ୍ଜାମ ଜିଲ୍ଲା ଶାଖାର ଜଗନ୍ନାଥ ପ୍ରସାଦ ବ୍ଳକ ପକ୍ଷରୁ ଚଳିତ ଡିସେମ୍ବର ମାସର ତା ୧୨/୧୨/୨୦୨୩ ରିଖ ମଙ୍ଗଳବାର ଦିନ ସଂଘର ନିଷ୍ପତ୍ତି ଅନୁଯାୟୀ ଜଗନ୍ନାଥ ପ୍ରସାଦ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଅଳସୁଗୁମା ଗ୍ରାମ ପଞ୍ଚାୟତର ଅଳସୁଗୁମା ଗ୍ରାମ ଠାରେ ଥିବା ମା'କରେଇଶୁଣି ବିଦ୍ୟାପୀଠ ପରିସରରେ ଚଳିତ ବର୍ଷର ଆକର୍ଷଣ ତଥା ବିଶ୍ବ ସ୍ତରରେ ସଚେତନତାର ବାର୍ତାକୁ ତ୍ବରାନ୍ବିତ କରିଆସୁଥିବା ସର୍ବବୃହତ ରାଷ୍ଟ୍ର ଭାରତର କୋଣ ଅନୁକୋଣରେ ଚର୍ଚ୍ଚିତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଶିଶୁ ଉତ୍ସବ -୨୦୨୩ ପାଳିତ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ  (ବାର ତାରିଖ) ଓଷ୍ଟା ଜଗନ୍ନାଥ ପ୍ରସାଦ ବ୍ଳକ ଗଞ୍ଜାମ ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ଉତ୍ସବ-୨୦୨୩ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନର୍ମଦା ନାଏକ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ରଶ୍ମିତା ସେଠୀ ଏବଂ ମୂଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟା (ଓ୍ଵାର୍ଡ ନଂ୨୪) ଶ୍ରୀମତୀ ମାନସୀ ସେଠୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, (ପ୍ରଧାନ ଶିକ୍ଷକ, ଗୋପୀନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ, କାଦୁଆ ମଙ୍ଗରାଜପୁର ) ଏବଂ ଶ୍ରୀଯୁକ୍ତ ଦିଲିପ କୁମାର ଦାସ (ସିଆରସିସି, ଅଳସୁଗୁମା କ୍ଳଷ୍ଟର) ଉଦଘାଟନୀ ଉତ୍ସବରେ ସଭାମଞ୍ଚର ଶୋଭା ବର୍ଦ୍ଧନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଅର୍ଥାତ୍ ଅପରାହ୍ନ ୨ଘଟିକା ୦୫ମିନଟ ସମୟରେ ଅନୁଷ୍ଠିତ ଶିଶୁ ଉତ୍ସବ-୨୦୨୩ କାର୍ଯ୍ୟକ୍ରମ ସଭା ମଞ୍ଚ ଉପରେ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ (ରାଜ୍ୟ ସାଧାରଣ ସମ୍ପାଦକ, ଓଷ୍ଟା) ମୂଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର (ଓଇଏସ-୨, ରାଜ୍ୟ କୋଷାଧ୍ୟକ୍ଷ, ଓଷ୍ଟା) ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର (ଓଏଏସ-୧, ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ପ୍ରସାଦ ବ୍ଳକ)  ଶ୍ରୀମତୀ ଜୟଶ୍ରୀ ସାହୁ, ଅଧ୍ୟକ୍ଷା, ଜଗନ୍ନାଥ ପ୍ରସାଦ ବ୍ଳକ) ଶ୍ରୀଯୁକ୍ତ ରଂଜିତ କୁମାର ପାତ୍ର (ଉପାଧ୍ୟକ୍ଷ, ଜଗନ୍ନାଥ ପ୍ରସାଦ ବ୍ଳକ) ସୁଶ୍ରୀ କଲ୍ୟୀଣୀ ପାଢ଼ୀ (ଓଇଏସ-୨, ଗୋଷ୍ଠି ଶିକ୍ଷା ଅଧିକାରୀ, ଜଗନ୍ନାଥ ପ୍ରସାଦ ବ୍ଳକ) ଶ୍ରୀଯୁକ୍ତ ଅରୁଣ କୁମାର ସିଂ (ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ପ୍ରସାଦ) ଶ୍ରୀଯୁକ୍ତ ମୁରଲୀଧର ବେହେରା, ସଭାପତି ମା'କରେଇଶୁଣୀ ବିଦ୍ୟାପୀଠ ଅଳସୁଗୁମା, ଶ୍ରୀଯୁକ୍ତ ମଧୁସୂଦନ ଦେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓଷ୍ଟା, ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ସଭାପତି ଓଷ୍ଟା ଗଞ୍ଜାମ, ଶ୍ରୀଯୁକ୍ତ ବିଜୟ କୁମାର ବେହେରା ସମ୍ପାଦକ ଓଷ୍ଟା ଗଞ୍ଜାମ, ଶ୍ରୀଯୁକ୍ତ ପିତାମ୍ବର ପାଢ଼ୀ,ସହ-ସମ୍ପାଦକ ଓଷ୍ଟା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ, ସଭାପତି ଓଷ୍ଟା ଜଗନ୍ନାଥ ପ୍ରସାଦ ବ୍ଳକ, ଶ୍ରୀଯୁକ୍ତ ଶିବରାମ ମହାରଣା ସମ୍ପାଦକ ଓଷ୍ଟା ଜଗନ୍ନାଥ ପ୍ରସାଦ ବ୍ଳକ ଏବଂ ଶ୍ରୀଯୁକ୍ତ ସତ୍ୟବାନ ସାହୁ, ପ୍ରଧାନ ଶିକ୍ଷକ ମା'କରେଇଶୁଣି ବିଦ୍ୟାପୀଠ ଅଳସୁଗୁମା ମଞ୍ଚାସୀନ ରହିଥିବା ବେଳେ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅନୁଷ୍ଠିତ ଶିଶୁ ଉତ୍ସବ-୨୦୨୩ ର ପ୍ରତିଟି ମୁହୂର୍ତ୍ତ ଅର୍ଥାତ୍ ସମ୍ମିଳନୀ ଉଦଘାଟନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ଠାରୁ ଆରମ୍ଭ କରି ନିମନ୍ତ୍ରିତ ଅତିଥି ମାନଙ୍କ ଆସନ ଗ୍ରହଣ ଓ ପରିଚୟ ପ୍ରଦାନ, ସମ୍ବର୍ଦ୍ଧନା ଉତ୍ସବ, ସ୍ବାଗତ ସଙ୍ଗୀତ   ବ୍ଳକ ବାର୍ଷିକ ବିବରଣୀ ପଠନ, ପୁରସ୍କାର ବିତରଣ ଓ ଧନ୍ୟବାଦ ଅର୍ପଣ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମୁଦାୟ ୩୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆୟୋଜିତ ସାଂସ୍କୃତିକ, କୁଇଜ୍, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। ସମୁଦାୟ ୩୨ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିଲେ। ଦିନ ତମାମ ଆୟୋଜିତ ଉତ୍ସବରେ ଶହଶହ ସଂଖ୍ୟାରେ ଆଖପାଖର ଛାତ୍ରଛାତ୍ରୀ ମାନେ ଭରପୂର ଆତ୍ମସନ୍ତୋଷ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଥିଲା। ସେହିପରି ଅତିଥି ମାନଙ୍କ ଭାଷଣ ସେତିକି ହୃଦୟସ୍ପର୍ଶୀ ହୋଇଥିଲା ସଭା ମଞ୍ଚ ପରିଚାଳନା କରିଥିବା ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ଆଚାର୍ଯ୍ୟଙ୍କ ମଞ୍ଚ ପରିଚାଳନା ସେତିକି ଆକର୍ଷଣ କରିଥିଲା ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ। ଶେଷରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ନିମନ୍ତ୍ରିତ ଅତିଥି ଏବଂ ଛାତ୍ରଛାତ୍ରୀମାନେ ଶିଶୁ ଉତ୍ସବ ସମାପନ ଘୋଷଣା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୋଜନ କକ୍ଷରେ ଏକତ୍ରିତ ହୋଇ ଭୋଜନ ଗ୍ରହଣ କରିଥିଲେ । ଜଗନ୍ନାଥ ପ୍ରସାଦ ଓଷ୍ଟା ସଂଘ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।