ମାଟି ତଳେ ପୋତା ଯାଇଥିବା ଶବକୁ ବାହାର କଲା ପୁଲିସ

 ମାଟି ତଳେ ପୋତା ଯାଇଥିବା ଶବକୁ ବାହାର କଲା ପୁଲିସ

ଯାଜପୁର;୧୦/୧୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପୁରୁଣାପାଣି ଗାଁରେ ଅନେକ ଅଭିଯୋଗ ପରେ ମାଟି ତଳେ ପୋତା ଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ପୁରୁଣାପାଣି ଗାଁରେ।
ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ପରେ ପୁଲିସକୁ ଖବର ନଦେଇ ଶବ ସତ୍କାର କରିଦେଇଥିଲେ ପରିବାର ଲୋକେ।ସେପଟେ ମୃତକଙ୍କ ସ୍ତ୍ରୀ ସୁକିନ୍ଦା ଥାନାରେ ଅଭିଯୋଗ କରିବା ପରେ ମାଟିତଳୁ ଶବ ଜବତ କରିଛି ପୁଲିସ। ପୁରୁଣାପାଣି ଗ୍ରାମର ପ୍ରହଲ୍ଲାଦ ନାଏକ ଗତ ଡିସେମ୍ବର ୭ ତାରିଖ ଦିନ ସ୍ଥାନୀୟ ଆମ୍ପୋଳବା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରହଲ୍ଲାଦଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ପ୍ରହଲ୍ଲାଦଙ୍କ ମୃତ୍ୟୁକୁ ନେଇ ପୁଲିସକୁ କୌଣସି ଖବର ଦିଆଯାଇନଥିଲା l ମେଡିକାଲ କର୍ମଚାରୀ ପ୍ରହଲ୍ଲାଦଙ୍କର ମୃତଦେହ ପରିବାରକୁ ହସ୍ତାନ୍ତର ପରେ ପରିବାର ଲୋକେ ମେଡିକାଲରୁ ମୃତଦେହ ନେଇ ନିଜ ଗ୍ରାମରେ ସତ୍କାର କରିଥିଲେ। ତେବେ ଦୁର୍ଘଟଣାଜନିତ ମୃତ୍ୟୁ ପରେ ବୀମା ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ବୋଲି ଜାଣିବା ପରେ ପ୍ରହଲ୍ଲାଦଙ୍କ ସ୍ତ୍ରୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଜଣାଇଥିଲେ। ଯାହାକୁ ଆଧାର କରି ଆଜି ସୁକିନ୍ଦା ପୁଲିସ ସୁକିନ୍ଦା ତହସିଲଦାରଙ୍କ ଉପସ୍ଥିତି ରେ ମାଟି ତଳୁ ପ୍ରହଲ୍ଲାଦଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।