ମାର୍କ ବଢାଇ ବିଇଡି,ଶିକ୍ଷୟିତ୍ରୀଙ୍କ ଜାଲିଆତି ଧରାପଡିଲା; କାର୍ଯ୍ଯାନୁଷ୍ଠାନ ବିଳମ୍ବ।

ମାର୍କ ବଢାଇ ବିଇଡି,ଶିକ୍ଷୟିତ୍ରୀଙ୍କ ଜାଲିଆତି ଧରାପଡିଲା; କାର୍ଯ୍ଯାନୁଷ୍ଠାନ ବିଳମ୍ବ। 
ପୋଲସରା,(ବ୍ରାହ୍ମ ମୁହୂର୍ତ୍ତ)୧୪/୧୨: ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ୍ କାରବାରର ଆଉ ଏକ କାରନାମା ପଦାକୁ ଆସିଛି। ଜନୈକ ଶିକ୍ଷୟିତ୍ରୀ ତାଙ୍କର ମାର୍କ ବଢାଇ ନକଲି ସାର୍ଟିଫିକେଟ୍ ବଳରେ ବିଇଡି ପାଠ୍ଯକ୍ରମ ସମାପ୍ତ କରି ଚାକିରି ହାତେଇଥିବା ଭଳି ସାଙ୍ଘାତିକ ପ୍ରମାଣ ସୂଚନା ତଥ୍ଯରୁ ଜଣାପଡିଛି। ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ। ଘଟଣା ସମ୍ପର୍କରେ ଜଣାପଡିଛି ଯେ ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁଙ୍କ ସାର୍ଟିଫିକେଟ ସୂଚନା ତଥ୍ଯରେ ବିଇଓ କାର୍ଯ୍ଯାଳୟକୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ମାଗିଥିଲେ। ବିଇଓ କାର୍ଯ୍ଯାଳୟର ସୂଚନା ତଥ୍ଯ ଚିଠି ନମ୍ବର 31/RTI/23, ତାରିଖ-୦୧/୦୯/୨୦୨୩ ମିଳିଥିବା ବେଳେ ସେଥିରୁ ଜଣାପଡିଛି ଯେ ଦଶମ ଶ୍ରେଣୀରେ ୨୫୧ ମାର୍କ, +୨ ରେ ୩୭୫ ମାର୍କ, +୩ ରେ ୫୧୫ ମାର୍କ ରହିଛି। ଯାହାକି ଯୋଗ୍ଯତା ଭିତିରେ ବିଇଡି ରେ ନାମ ଲେଖାଇବା ସମ୍ଭବ ନୁହେଁ। କିନ୍ତୁ ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁର,କନିଷିରେ ବିଇଡି ନାମ ଲେଖାଇବା ବେଳେ ଦେଇଥିବା ସାର୍ଟିଫିକେଟ ସୂଚନା ତଥ୍ଯରୁ ଜଣାପଡିଛି ଯେ ଦଶମରେ ୪୪୭(୫୯.୬୦%),+୨ ରେ ୫୫୧ ମାର୍କ (୬୧.୨୨%)+୩ ରେ ପ୍ରଥମ ପରୀକ୍ଷାରେ ୪୯୬ ମାର୍କ ରଖିଥାବା ବେଳେ +୩ ଶେଷ ବର୍ଷ ପରୀକ୍ଷାରେ ୫୬୭ ମାର୍କ ଓ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଶିକ୍ଷୟିତ୍ରୀ ବନିତା କୁମାରୀ ସାହୁଙ୍କ ଜାଲିଆତି ଧରାପଡିବା ପରେ କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଇଡି କଲେଜ ପ୍ରିନ୍ସିପାଲଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କାର୍ଯ୍ଯାନୁଷ୍ଠାନ ନହେଲେ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। 

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।