ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ
ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଛି l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ l ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ ହେବ l ବିଶେଷ କରି ପଲ୍ଲିଶ୍ରୀ ମେଳା, ବୟନିକl ମେଗା ସୋ କୁ ଆକର୍ଷଣୀୟ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଏବଂ ସହଯୋଗ କାମନା କରିଥିଲେ l ବୈଠକରେ ସ୍ମରଣିକା କମିଟି, ଅର୍ଥ କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ପରିଚାଳନା ଓ ସାଜ ସଜା ତଥା ବ୍ୟବସ୍ଥାପନା କମିଟିର କାର୍ଯ୍ୟକ୍ରମ ଓ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା l
Comments
Post a Comment