ପୋଲସରାରେ ୫-ଟି ଅଧ୍ୟକ୍ଷଙ୍କୁ ବିପୁଳ ସମ୍ବର୍ଦ୍ଧନା, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ପୋଲସରାରେ ୫-ଟି ଅଧ୍ୟକ୍ଷଙ୍କୁ ବିପୁଳ ସମ୍ବର୍ଦ୍ଧନା, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା 
ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) - ନବୀନ ଓଡ଼ିଶା ତଥା ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିବା ଅବସରରେ ଆଜି ପୋଲସରା ନିକଟସ୍ଥ ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ ମାର୍ଦ୍ଦା ମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମାର୍ଦ୍ଦା ଠାରେ ସମବେତ ଲୋକ ମାନଙ୍କୁ ଉଦବୋଧନ ଦେବା ବେଳେ ପାଣ୍ଡିଆନ କହିଥିଲେ ଯେ ମାର୍ଦ୍ଦା ମନ୍ଦିର ପରିଦର୍ଶନ କଲାବେଳେ ତାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରିବା ଭଳି ଅନୁଭବ ହେଉଛି। ଏଣୁ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ସେ ଯେତେବେଳେ ପୋଲସରା ଗସ୍ତ ରେ ଆସୁଥିଲେ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରୁଥିଲେ ବୋଲି ପାଣ୍ଡିଆନ କହିଥିଲେ। ଏଥି ସହିତ ମାର୍ଦ୍ଦା ମନ୍ଦିର ର ଉନ୍ନୟନ ସକାଶେ ମୂଖ୍ୟମନ୍ତ୍ରୀ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି। ଏଣୁ ଏହି ମନ୍ଦିର ର ଉନ୍ନୟନ ପାଇଁ ମୂଖ୍ୟମନ୍ତ୍ରୀ ଦୁଇ କୋଟି ଟଙ୍କା ମଞୁର କରିଛନ୍ତି ଆବଶ୍ୟକ ହେଲେ ଆହୁରି ଅଧିକ ଅର୍ଥ ବରାଦ କରାଯିବ ବୋଲି ପାଣ୍ଡିଆନ କହିଥିଲେ। ଏହା ବ୍ୟତୀତ ମୂଖ୍ୟମନ୍ତ୍ରୀ ରାଜ୍ୟ ବାସି ଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟରେ ବିଜୁ ଜନତା ଦଳ ର ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନା , ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ , ବୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା , ମାନସ ପ୍ରଧାନ , ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଙ୍ଗୀତା ବେହେରା , ଚିତ୍ରସେନ ପ୍ରଧାନ , ଉପ ନଗରପାଳ ସନ୍ତୋଷ କୁମାର ବେହେରା ,  ସୁଧାଂଶୁ ଶେଖର ପାଢ଼ୀ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ , ଝୁନୂ ଦାସ , ବିକ୍ରମ କୁମାର ନାୟକ ,  ଟୁକୁନା ସ୍ବାଇଁ , ଗଙ୍ଗାପାଣି ଜେନା , ଚାନ୍ଦିନୀ ନାୟକ , ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ପୋଲେ଼ଇ , ନାରୀନେତ୍ରୀ ଆରତୀ , ସୁକାନ୍ତ କୁମାର ଭୁୟାଁ , ପ୍ରତାପ କୁମାର ପ୍ରଧାନ , ଶିଲୁ ଦଳେଇ , ବିଜେଡ଼ି ମହିଳା ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା , କନକ ରାଉତ , କବିତା ସାହୁ , ଲିଲି ସାହୁ ଓ ଭଗବାନ ସାହୁଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ଓ  ଦଳୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।