ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ |
ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ |
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 19/12-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି |ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ଜିଲ୍ଲା ପରିଷଦ ଯମୁନା ଗଣ୍ଡ ପ୍ରମୁଖ ଯୋଗ ଦେଇଛନ୍ତି |ଉକ୍ତ କାର୍ଯ୍ୟକ୍ରମ ଆସନ୍ତା 28/12/023 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଜି ପ୍ରଥମ ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫେଇ ଅଭିଯାନ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଥିବା ଅଳିଆ ଆବର୍ଜନା ସବୁ ସଫା କରିବା ସହିତ ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ |ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଳିବଲ ଓ କବାଡି ଭଳି କ୍ରୀଡା ସବୁର ପ୍ରତିଯୋଗିତା କରାଯାଇଥିଲା |ଉଭୟ ଝିଅ ଓ ପୁଅମାନେ ପ୍ରତିଯୋଗିତା ରେ ଭାଗ ନେଇଥିଲେ |ଶେଷରେ ବାଳିକା ମାନଙ୍କ ଦ୍ୱାରା ଝୋଟି ପ୍ରତିଯୋଗିତା, ମେହେନ୍ଦି ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା ଓ ଏସଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଇଂରାଜୀ ଅଧ୍ୟାପକ ଶଙ୍କର କୁମାର ନାଲା, ରାଜନୀତି ଅଧ୍ୟାପକ ସନ୍ତୋଷ କୁମାର ଖିଲାର, ଓଡ଼ିଆ ଅଧ୍ୟାପକ ଗୋପାଳ ମହାରଣା, ପି ଟି ଇ ଅଧ୍ୟାପକ କୈଳାଶ ଚନ୍ଦ୍ର ପ୍ରଧାନ, ଅର୍ଥନୀତି ଅଧ୍ୟାପିକା ତୁଷାରୀ କୁମାର ପଟ୍ଟନାୟକ ଓ ଲାଇବ୍ରେରିଆନ ମନୋଜ କୁମାର ମହାପାତ୍ର ମଞ୍ଚାସିନ ରହିଥିଲେ |
Comments
Post a Comment