ଜଳ ଉପରେ ପ୍ରତିବନ୍ଧକ ଲଗାଇଲେ ଦୁବୃର୍ତ୍ତ
ଜଳ ଉପରେ ପ୍ରତିବନ୍ଧକ ଲଗାଇଲେ ଦୁବୃର୍ତ୍ତ
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ବୌଦ୍ଧ ବ୍ଳକର ଖଲିଆପାଲି ଗ୍ରାମ ପଞ୍ଚାୟତର ବୌଦ୍ଧ ବ୍ଳକ ଖଲିଆପାଲି ଗ୍ରାମ ପଞ୍ଚାୟତର ଜୁରୁଘୁରା ଗ୍ରାମରେ ନଳ କୂପ କୁ ଉଦ୍ଦେଶ୍ୟ ମୂଳକ ଭାବରେ ଜଣେ ଯୁବକ ଅଚଳ କରିଥିବା ଜଣାପଡିଛି । ଯାହାଫଳରେ ସମଗ୍ର ଗ୍ରାମରେ ପିଇବା,ଖାଇବା,ରାନ୍ଧିବା ପାଇଁ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ନଳକୂପରେ ବଳ ପୂର୍ବକ ଏକ କାଠର କିଳା/ଖୁଣ୍ଟି ପିଟି ନଳକୂପକୁ ଅଚଳ କରିଦେଇ ଗ୍ରାମର ଲୋକଙ୍କୁ ହରକତ ହଇରାଣ କରୁଥିବାର ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ନଳକୂପରେ ବଳ ପୂର୍ବକ ଏକ କାଠର କିଳା/ଖୁଣ୍ଟି ପିଟି ନଳକୂପକୁ ଅଚଳ କରିଦେଇ ଗ୍ରାମର ଲୋକଙ୍କୁ ହରକତ ହଇରାଣ କରୁଅଛି। ଏନେଇ ଗ୍ରାମବାସୀ ଆସନ୍ତାକାଲି ମନମୁଣ୍ଡା ଥାନା ସମେତ ଜିଲ୍ଲା ପ୍ରଶାସନ କୁ ଲିଖିତ ଅଭିଯୋଗ କରିବାକୁ ମଧ୍ୟ କହିଛନ୍ତି ।
Comments
Post a Comment