ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ -୨୦୨୩ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି

ଭଞ୍ଜନଗର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-: କଥାରେ ଅଛି ଶିଶୁ ହସିଲେ ଦୁନିଆ ହସେ, ସେହି ଆଧାରରେ ଦେଶ ବିଦେଶରେ ସବୁଠି ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଶିଶୁମାନେ। ଏହିପରି କିଛି ନିଆରା କାର୍ଯ୍ୟକ୍ରମ ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତିି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)। ସଂଘ ପକ୍ଷରୁ ଚଳିତ ବର୍ଷର ବିଶେଷ କାର୍ଯ୍ୟକ୍ରମ ତଥା ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ସରକାରୀ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ଗତ ତା୨୧ରିଖ ଦିନ ଉଦଘାଟିତ  ହୋଇ ତା୨୨ ରିଖ ଦିନ ଉଦଯାପନୀ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଶେଷ କରି କାର୍ଯ୍ୟକ୍ରମ ଦ୍ବିତୀୟ ଦିନରେ ଅର୍ଥାତ୍ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ମଞ୍ଚାସୀନ ରହିଥିବା ବେଳେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରଞ୍ଜନ ରାୟ ସଭାମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଭବିଷ୍ୟତ ସହିତ ଆଜିର ଏହି ପ୍ରତିଯୋଗିତାର ବିଶେଷତା ସମ୍ପର୍କରେ ଅତି ସୁନ୍ଦର ଭାବରେ ବୁଝାଇ କହିଥିଲେ ଶିଶୁ ହସିଲେ ଦୁନିଆ ହସି ଉଠିବ। ସେହିପରି ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ ଯୋଗ ଦେଇଥିବାବେଳେ ମୂଖ୍ୟ ବକ୍ତା ଭାବେ ଓଷ୍ଟା କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ଠାରୁ ଆରମ୍ଭ କରି ପ୍ରତିଯୋଗିତା ପରିଚାଳନା ଏବଂ ନିମନ୍ତ୍ରିତ ଅତିଥି ମାନଙ୍କୁ ଯଥା ସମ୍ଭବ ଅତିଥି ସତ୍କାର ପାଇଁ ସମସ୍ତ ସହଯୋଗୀ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିବା ବେଳେ ସ୍ଥାନୀୟ ୟୁବି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ନାହାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ କାର୍ଯ୍ୟକ୍ରମରେ   ବିଭିନ୍ନ  ବ୍ଳକ ସ୍ତରରୁ ପ୍ରତିଯୋଗିତା ମାନଙ୍କରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ନିଜ ନିଜ ନିଜ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଶେଷରେ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ଅତିଥି ମାନେ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିବା ସହିତ ପ୍ରଶଂସା କରିଥିଲେ।

 

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।