କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
କବିସୂର୍ଯ୍ୟନଗର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ),୨୨/୧୨:କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କନକ ମଞ୍ଜରୀ ପାଠାଗାର ଠାରେ ପ୍ରେସ୍ କ୍ଲବ ସଭାପତି ସମରଜିତ୍ ମହାନ୍ତିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ଯୋର୍ତିମୟୀ ସ୍ବାଇଁ, ଏନ୍ଏସି ଅଧ୍ଯକ୍ଷା ଏସ୍ ଲକ୍ଷ୍ମୀ,ବିଇଓ ଅଭିମନ୍ଯୁ ସାହୁ ଏବଂ ସାଂସଦ ପ୍ରତିନିଧି ତଥା ସରପଞ୍ଚ ସତ୍ୟବାନ ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ସାମ୍ବାଦିକ ଉମାଚରଣ ପଟ୍ଟନାୟକ,ସାମ୍ବାଦିକ ବିବେକାନନ୍ଦ ସାହୁ,ସାମ୍ବାଦିକ କୃପାସିନ୍ଧୁ ସ୍ବାଇଁ,ସାମ୍ବାଦିକ ନିକୁଞ୍ଜ ବିହାରୀ ମହାପାତ୍ର, ସାମ୍ବାଦିକ ରାମଚନ୍ଦ୍ର ଜେନା,ସାମ୍ବାଦିକ ଦେବସ୍ମିତା ମହାନ୍ତିଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ,ଏନ୍ଏସିର ୱାର୍ଡମେମ୍ବର,ବୁଦ୍ଧିଜୀବୀ, ସମାଜ ସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଗଞ୍ଜାମ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ 

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।